Unknown

 

 

 

 

 

 

 

 

 

ପ୍ରାଚୀନ ଉତ୍କଳ

(ଦ୍ୱିତୀୟ ଭାଗ)

ଜଗବନ୍ଧୁ ସିଂହ

 

ପ୍ରାକ୍ କଥନ

 

ସ୍ୱର୍ଗତ ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ର ତୃତୀୟ ସଂସ୍କରଣ ଦୁଇ ଭାଗରେ ୧୯୮୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ୱାରା ପ୍ରକାଶ କରାଯାଇଥିଲା । ଇତି ମଧ୍ୟରେ ଦୁଇ ଦଶନ୍ଧି ବିତିଯାଇଛି ଏବଂ ଏହି ପୁସ୍ତକ ଦ୍ୱୟ ଆଉ ବିକ୍ରୟ ପାଇଁ ଉପଲବ୍ଧ ନାହିଁ । ସାହିତ୍ୟିକ ଓ ବିଦ୍ୱାନ ମଣ୍ଡଳୀରୁ ଅନେକ ଦେଖା ସାକ୍ଷାତ୍‌, ଆଳାପ ଆଲୋଚନା ଓ ଦୂରଭାଷ ମାଧ୍ୟମରେ ଏ ବିଷୟରେ ବାରମ୍ବାର ଜିଜ୍ଞାସା କରିଛନ୍ତି ଏବଂ ତୁରନ୍ତ ଏହାର ପୁନଃମୁଦ୍ରଣ ନିମନ୍ତେ ପରାମର୍ଶ ଦେଇଛନ୍ତି । ଓଡ଼ିଶା ସାହିତ୍ୟ ଏକାଡ଼େମୀ ମଧ୍ୟ ଏ ଦିଗରେ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛି-

 

‘ପ୍ରାଚୀନ ଉତ୍କଳ’ ପୁସ୍ତକଟି ୧୯୨୯ ମସିହାରେ ପୁରୀର ଶକ୍ତି ପ୍ରେସ୍‌ରୁ ପ୍ରଥମେ ପ୍ରକାଶ ପାଇଥିଲା । ସେତେବେଳକୁ ନା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ନା ଦେଶ ହୋଇଥିଲା ସ୍ୱାଧୀନ । ପୁନଶ୍ଚ ସେକାଳର ଓଡ଼ିଶାରେ ଇତିହାସ କ୍ଷେତ୍ରରେ ଗବେଷଣା ବିଶେଷ ଅଗ୍ରଗତି କରି ନ ଥିଲା । ବହୁ କଷ୍ଟ ସ୍ୱୀକାରପୂର୍ବକ ସ୍ୱର୍ଗତ ସିଂହ ମହୋଦୟ ଏହି ଉପାଦେୟ ପୁସ୍ତକଟିକୁ ଓଡ଼ିଆମାନଙ୍କୁ ଉପହାର ଦେଇଥିଲେ ।

 

ଏଥିରେ ଓଡ଼ିଆ ଜାତିର ବୀରତ୍ୱ ଗାଥା ଓଡ଼ିଶାର ଗୌରବମୟ ଇତିହାସ, ଓଡ଼ିଆ ଭାଷା, ସାହିତ୍ୟ, ଓଡ଼ିଶାର ମଠ ମନ୍ଦିର, ଶିଳ୍ପ ବାଣିଜ୍ୟ ବ୍ୟବସାୟ, ଏପରିକି ଓଡ଼ିଶାର ଗୃହ ନିର୍ମାଣ କଳା ଓ ଗଡ଼ଜାତ ଆଦି ବିଷୟରେ ସମ୍ୟକ୍ ଆଲୋକପାତ କରାଯାଇଛି । ସେହିପରି ଏକ ସମୟରେ, ଯେତେବେଳେ ଓଡ଼ିଆ ଏକ ଜାତି ଭାବରେ ନିଜର ପୁନଃ ପରିଚୟ ଖୋଜୁଥିଲା ଏବଂ ଏକ ବହୁଧା ବିଭକ୍ତ ଭୂଖଣ୍ଡ ଏକତ୍ର ହେବା ପଥରେ ଅଗ୍ରସର ହେଉଥିଲା, ସେତେବେଳେ ଏହି ପୁସ୍ତକଟି ଓଡ଼ିଆ ଜାତିର ଅସ୍ତିତ୍ୱ ଓ ଅସ୍ମିତା ଅନ୍ୱେଷଣରେ ଯେ ପରମ ସହାୟକ ହୋଇଥିବ ଏଥିରେ ସନ୍ଦେହ ନାହିଁ ।

 

ସ୍ୱର୍ଗତ ଜଗବନ୍ଧୁ ସିଂହ ଉଭୟ ଭାଷାଭିତ୍ତିକ ପ୍ରଦେଶ ଗଠନ ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ସହିତ ସମ୍ପୃକ୍ତ ଥିଲେ । ସେ ମଧ୍ୟ ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜଣେ ଘନିଷ୍ଠ ସହଯୋଗୀ । ତାଙ୍କ ରଚିତ ବିଭିନ୍ନ ପ୍ରବନ୍ଧ ଆଜି ମଧ୍ୟ ପାଠକ ପାଠିକାମାନଙ୍କ ମଧ୍ୟରେ ସମାଦୃତ ହେଉଅଛି । ଏହି ପୁସ୍ତକଟି ଓଡ଼ିଶାର ଇତିହାସ ଗବେଷଣା କ୍ଷେତ୍ରରେ ଯେମିତି ସହାୟକ ହେଇଛି ସାଧାରଣ ପାଠକମାନଙ୍କ ନିକଟରେ ବି ସେମିତି ଆଦର ଲାଭ କରିଛି ।

 

ସେସବୁକୁ ଦୃଷ୍ଟିରେ ରଖି ଓଡ଼ିଶା ସାହିତ୍ୟ ଏକାଡେମୀ ଏହି ପୁସ୍ତକ ଦ୍ୱୟ (ପ୍ରାଚୀନ ଉତ୍କଳ ପ୍ରଥମଭାଗ ଓ ଦ୍ୱିତୀୟ ଭାଗ)ର ଚତୁର୍ଥ ସଂସ୍କରଣ ପ୍ରକାଶ କରି ନିଜକୁ ଗୌରବାନ୍ୱିତ ମନେ କରୁଛି । ଏହାଦ୍ୱାରା ଅଗଣିତ ସ୍ୱଜାତି ମନସ୍ତୁ ତଥା ଜ୍ଞାନପିପାସୁ ପାଠକ ପାଠିକାଙ୍କର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ ବୋଲି ଆଶା ଓ ବିଶ୍ୱାସ ।

 

ବିଜୟ କୁମାର ନାୟକ

ସଚିବ,

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ଭୂମିକା

 

ପ୍ରାଚୀନ ଉତ୍କଳର ପ୍ରଥମ ଖଣ୍ଡରେ ଅଶୋକ, ଖାରବେଳଙ୍କ କାଳରୁ ଶେଷ ହିନ୍ଦୁ ରାଜବଂଶ ଭୋଇବଂଶ ପର୍ଯ୍ୟନ୍ତ ଓଡ଼ିଶାର ଇତିହାସ ଓ ସଂସ୍କୃତି ଉପରେ ଲେଖକ ଆଲୋକପାତ କରିଥିଲେ । ଏହି ଦ୍ୱିତୀୟ ଖଣ୍ଡରେ ଆଫଗାନ-ମୋଗଲ ରାଜତ୍ୱଠାରୁ ଆରମ୍ଭ କରି ମରହଟ୍ଟା ରାଜତ୍ୱର ବିଲୋପ ଓ ବ୍ରିଟିଶ୍ ରାଜତ୍ୱର ଆରମ୍ଭ ପର୍ଯ୍ୟନ୍ତ ଇତିହାସ ଲେଖକ ଆଲୋଚନା କରିଅଛନ୍ତି । ଏହା ବ୍ୟତୀତ ଏହି ଖଣ୍ଡରେ ଓଡ଼ିଶାର ମନ୍ଦିର ଶିଳ୍ପ, ନୌବାଣିଜ୍ୟ, ଅର୍ଥନୀତି ଓ ଭୂସ୍ୱତ୍ୱ ପ୍ରଭୃତି କେତେକ ବିଷୟ ଆଲୋଚିତ ହୋଇଅଛି । ଓଡ଼ିଶାର ଶିଳ୍ପଶାସ୍ତ୍ର ଓ ନୌବାଣିଜ୍ୟ ସମ୍ପର୍କରେ ଏଥିରେ ଯେଉଁ ମୌଳିକ ଆଲୋଚନା କରାଯାଇଅଛି, ଆଜିର ଆଲୋଚକ ଓ ଗବେଷକମାନଙ୍କ ପକ୍ଷରେ ତାହା ଯେ ପଥପ୍ରଦର୍ଶକରୂପେ କାର୍ଯ୍ୟ କରିବ, ସେଥିରେ ମୋର ସନ୍ଦେହ ନାହିଁ ।

 

ସୁରେନ୍ଦ୍ର ମହାନ୍ତି

ସଭାପତି

ଓଡ଼ିଶା ସାହିତ୍ୟ ଅକାଦମୀ

ଭୁବନେଶ୍ୱର

 

ସୂଚୀପତ୍ର

 

 

ବିଷୟ

୧ ।

ଆଫଗାନ, ମୋଗଲ ଓ ମରହଟ୍ଟା ଶାସନ

୨ ।

ଆର୍ଥିକ ଅବସ୍ଥା

୩ ।

ଗୃହନିର୍ମାଣ ପ୍ରଥା

୪ ।

ଶିଳ୍ପ

୫ ।

ଜଗନ୍ନାଥ ଦେଉଳ

୬ ।

ବ୍ୟବସାୟ ବାଣିଜ୍ୟ

୭ ।

ଖୋଦିତ ଲିପି

୮ ।

ଗଡ଼ଜାତ

୯ ।

ବିବିଧ ପ୍ରସଙ୍ଗ

 

(କ) ଧର୍ମ

 

(ଖ) ମଠ

 

(ଗ) ଚିଲିକା

 

(ଘ) ଭୂସ୍ୱତ୍ୱ

 

Unknown

ଆଫଗାନ, ମୋଗଲ ଓ ମରହଟ୍ଟା ଶାସନ

 

କୌଣସି ଜାତି ଉପରେ ବା ରମ୍ବାର ଅତ୍ୟାଚାର ହେଲେ ସେ କେତେଦିନ ତାହା ସହ୍ୟ କରିପାରେ ? ଜାତି କଥା ଛାଡ଼ିଦେଇ ଆମ୍ଭେ ଜଣେ ବ୍ୟକ୍ତି ବିଷୟ ବିଚାର କରିବା, କାରଣ ବ୍ୟକ୍ତିମାନଙ୍କ ସମଷ୍ଟି ହିଁ ଜାତି । ଜଣେ ଲୋକ ବେଶ୍ ଧନୀ ହୋଇ ଆପଣା ସୁଖସ୍ୱାଚ୍ଛନ୍ଦ୍ୟରେ ରହି କାଳାତିପାତ କରୁଅଛି, ମୁଠିଏ ଖାଇପିଇ ସୁସ୍ଥରେ ଅଛି । ସାହିତ୍ୟଚର୍ଚ୍ଚା, ଧର୍ମଚର୍ଚ୍ଚା କରି କାଳାତିପାତ କରୁଅଛି । ପ୍ରତିବେଶୀ ହୁଅନ୍ତୁ ବା ବିଦେଶୀ ହୁଅନ୍ତୁ, ମନେକଲେ ଯେ ଏ ଲୋକଟାର ସର୍ବନାଶ କରିବା । ଏହା ଘରୁ ଧନ ଆଣି ଆତ୍ମ-ସୁଖ ଚରିତାର୍ଥ କରିବା । ଏହି ସଂକଳ୍ପ ମନରେ ପୋଷଣ କରି ବାରମ୍ବାର ତାହା ଉପରେ ଆକ୍ରମଣ କଲେ, ନାନା ଅତ୍ୟାଚାରଦ୍ୱାରା ଧନ ରତ୍ନ ଅପହରଣ କଲେ, ତା’ର ମାନ ମହତ୍ତ୍ୱ, ଧର୍ମ ପ୍ରଭୃତି ଉପରେ ଅତ୍ୟାଚାର କଲେ, ‘ଫଳତଃ ଲୋକଟିର ଅବସ୍ଥା କ’ଣ ହେବ ?’ ସେ ଅଳ୍ପକାଳ ପରେ ପଥର ଭିକାରୀ ହୋଇ ହା’ ଅନ୍ନ, ହା’ ଅନ୍ନ, କହି ୟା’ ଦ୍ୱାରେ ତା’ ଦ୍ୱାରେ ଆପଣାର ଦୁଃଖ କାହାଣୀ କହି ବୁଲିବ ।

 

ଓଡ଼ିଶାର ଅବସ୍ଥା ଠିକ୍ ଏହିପରି ହୋଇଛି । ଉତ୍କଳ ଦିନେ ସମୃଦ୍ଧିଶାଳୀ ଥିଲା । ଉତ୍କଳର ଶିଳ୍ପ, ସାହିତ୍ୟ, ବାଣିଜ୍ୟ ପ୍ରଭୃତି ବିଭବ ଥିଲା । ଉତ୍କଳ ଦିନେ ରଣାଙ୍ଗନରେ ବୀରତ୍ୱ ଦେଖାଇଥିଲା । ଉତ୍କଳ ଦିନେ ଧର୍ମଧ୍ୱଜା ଘେନି ବିଜୟ ବୈଜୟନ୍ତୀ ଉଡ଼ାଇ ଥିଲା । ମାତ୍ର ଆଜି ଉତ୍କଳର ସେ ଦିନ ନାହିଁ, ଆଜି ସେ ବିଭବ ନାହିଁ, ଆଜି ଉତ୍କଳ ଦୀନହୀନ ଅବସ୍ଥାରେ ପଡ଼ିଛି, ଆଜି ଉତ୍କଳର ପ୍ରାଚୀନ ଇତିହାସ କାଳର କରାଳ ଗ୍ରାସରେ ପଡ଼ି ତମସାଚ୍ଛନ୍ନ ହୋଇ ରହିଛି । ଏହାର ହେତୁ କ’ଣ ? କେହି କହିପାରେ ହେତୁ ଆଉ କ’ଣ, ହେତୁ ବିଧିର ବିଧାନ । ଉତ୍‌ଥାନ ପତନ ସଂସାରର ଧର୍ମ । ଉତ୍କଳ ଦିନେ ଉନ୍ନତିର ଉଚ୍ଚତମ ସୋପାନକୁ ଉଠିଥିଲା । କିନ୍ତୁ ପତନ ତ ଅବଶ୍ୟମ୍ଭାବୀ ! ନୈସର୍ଗିକ ଧର୍ମାନୁସାରେ ଉତ୍କଳର ପତନ ହେଲା, ଏଥିରେ ଆଉ ଆଶ୍ଚର୍ଯ୍ୟ ବିଷୟ କ’ଣ ଅଛି ? ସେ ପଛକଥାଗୁଡ଼ାକ ଘାଣ୍ଟିଲେ କ’ଣ ହେବ ? ଏପରି ଉତ୍ତର କେହି ଦେଲେ ତାହା ନିତାନ୍ତ ଅଯୌକ୍ତିକ ହେବ ନାହିଁ ସତ; କିନ୍ତୁ ପଛକଥା ଘାଣ୍ଟିବା ଯେ ଏକାବେଳେକେ ନିରର୍ଥକ ତାହା ନୁହେଁ । ଏକଥା ସ୍ୱୀକାର କଲେ ଇତିହାସର ଆବଶ୍ୟକତା କେଉଁଠି ରହିବ ?

 

ଇତିହାସରେ ତ କେବଳ ଗତ ଘଟଣାବଳୀ ଲିପବଦ୍ଧ ହୋଇଥାଏ । ସେଗୁଡ଼ିକ ଲୋକେ ପାଠ କରନ୍ତି କାହିଁକି ? ଇତିହାସ ପାଠ କଲେ ଲୋକ ବହୁତ ଜାଣିପାରେ, ବହୁତ ଶିକ୍ଷାଲାଭ କରିପାରେ, ବହୁତ ଜାତିର ଚରିତ ଆଲୋଚନା କରିବାର ସୁବିଧା ପାଏ । ସେ ସମସ୍ତ ଗତ ଅଭିଜ୍ଞତା ନେଇ ଭବିଷ୍ୟତକୁ ସାବଧାନ ହୁଏ । କେଉଁ ଜାତି କି ନୀତି ଅବଲମ୍ବନ କରି ଉନ୍ନତି ହେଲା ବା ଅବନତ ହେଲା ତାହା ବୁଝିପାରେ, ଇତ୍ୟାଦି । ଆପଣା ଜାତିର ପ୍ରାଚୀନ ଗୌରବ, ପ୍ରାଚୀନ ବିଭବ ସ୍ମରଣ କଲେ ଲୋକ ଆଶାନ୍ୱିତ ହୁଏ । ପ୍ରାଚୀନତାକୁ ଅବଲମ୍ବନ କରି ନୂତନ ଇତିହାସ ଗଠନ କରିବା ଲାଗି ଯେ ମାଲମସଲା ଆବଶ୍ୟକ, ତାହା ମଧ୍ୟ ଇତିହାସ ପାଠରୁ ମିଳେ । ଏ ସମସ୍ତ କାରଣରୁ ଇତିହାସ ଆବଶ୍ୟକ ।

 

ମୁସଲମାନ ଓ ମୋଗଲମାନଙ୍କ ଅତ୍ୟାଚାରଦ୍ୱାରା ଭାରତ ଯେପରି ଛାରଖାର ହେଲା, ଉତ୍କଳ ମଧ୍ୟ ସେମାନଙ୍କ ତୀବ୍ର କଟାକ୍ଷରୁ ରକ୍ଷା ପାଇ ନ ଥିଲା ।

 

କଥାରେ ଅଛି ‘ଅର୍ଥମନର୍ଥଂ ଭାବୟ ନିତ୍ୟଂ, ନାସ୍ତିତତଃ ସୁଖଲେଶ ସତ୍ୟଂ’ ଅର୍ଥାତ୍ ଅର୍ଥ ହିଁ ଅନର୍ଥର ମୂଳ । କେହି କେହି କହିଛନ୍ତି ରୂପବତୀ ସ୍ତ୍ରୀ ଓ ଧନ ଏ ଦୁଇଟି ପ୍ରଧାନ ଶତ୍ରୁ । ଅର୍ଥାତ୍ ଏ ଦୁଇଟି ହେତୁରୁ ଅନେକ ଶତ୍ରୁ ଆସି ଲୋକର ଜୀବନକୁ ବିପନ୍ନାକୁଳ କରନ୍ତି । କଥାଟି ଯେ ଅକ୍ଷରେ ଅକ୍ଷରେ ସତ୍ୟ ଏଥିରେ ଲେଶମାତ୍ର ଭୁଲ ନାହିଁ । ଭାରତ ରତ୍ନପ୍ରସୂ ବୋଲି ଖ୍ୟାତ, ସୁତରାଂ ତା କପାଳରେ ଶାନ୍ତି ନାହିଁ । ଉତ୍କଳର ଦଶା ମଧ୍ୟ ତଦ୍ରୂପ । ଉତ୍କଳର ଆଉ କେଉଁଠି କ’ଣ ଥିଲା କେ ଜାଣେ, କିନ୍ତୁ ଉତ୍କଳର ଜଗନ୍ନାଥ ଦେଉଳ ହିଁ ଉତ୍କଳର ଶତ୍ରୁ ହୋଇ ଠିଆହୋଇଛି । ଏଡ଼େ ବଡ଼ ଦେଉଳ ମଧ୍ୟରେ କେଜାଣି କେତେ ଧନରତ୍ନ ପ୍ରଚ୍ଛନ୍ନ ଭାବରେ ରହିଛି, ତାହା କିଏ କଳନା କରିପାରିବ ? ଏହି ଭାବଟି ସ୍ୱତଃ ବୈଦେଶିକମାନଙ୍କ ମନରେ ଜାଗ୍ରତ ହୁଏ । ଏ ଭାବ ଜାଗ୍ରତ ହେବା ମାତ୍ରକେ ସେମାନେ ଲୋଭ ସମ୍ବରଣ କରି ନ ପାରି ଉତ୍କଳ ଉପରେ ଚଢ଼ାଉ କରନ୍ତି-। ଆଫଗାନ ମୋଗଲମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା ପରସ୍ୱାପହରଣ କରି ଆପଣା ବିଳାସ ବାସନା ଚରିତାର୍ଥ କରିବା । ଧନଲାଭ କରିବା ଉଦ୍ଦେଶ୍ୟରେ ଯେକୌଣସି ନୃଶଂସତା କରିବାକୁ ସେମାନେ ଶଙ୍କିତ ହେଉ ନ ଥିଲେ ।

 

ଉତ୍କଳର ବିଭବ ବହୁକାଳରୁ ମୁସଲମାନମାନଙ୍କ ଆଖି ଆଗରେ ନୃତ୍ୟ କରିଥିବା ଏବଂ ସେମାନେ ଏହି ନୃତ୍ୟର ବିମୋହିନୀ ଶକ୍ତିଦ୍ୱାରା ବାରମ୍ବାର ଆକର୍ଷିତ ହୋଇଥିବା ବିଷୟର ପରିଚୟ ଆମ୍ଭେ ପାଇ ଆସୁଅଛୁଁ । କିନ୍ତୁ ଅନେକ କାଳ ଉତ୍କଳୀୟମାନେ ସେମାନଙ୍କ ବାହୁବଳଦ୍ୱାରା ଏମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହୋଇଥିଲେ । ପ୍ରାଚୀନ ଉତ୍କଳର ବୀରତ୍ୱ ପ୍ରସଙ୍ଗ ଅଧ୍ୟାୟରେ ପରିଚୟ ଦେଇଅଛୁଁ ।

 

ମୁସଲମାନ ଧର୍ମ୍ମସଂସ୍ଥାପକ ମହାତ୍ମା ମହମ୍ମଦ ୫୭୦ ଖ୍ରୀଷ୍ଟାବ୍ଦରେ ଆରବ ପ୍ରଦେଶର ମକ୍‌କା ନଗରରେ ଜନ୍ମଗ୍ରହଣ କରିଥିଲେ । ମହମ୍ମଦଙ୍କ ମତରେ ପୌତ୍ତଳିକତା ପ୍ରକୃତ ଧର୍ମ ନୁହେଁ, ଏକେଶ୍ୱରୋପାସନା ହିଁ ପ୍ରଧାନ ଧର୍ମ୍ମ । ଏହି ଧର୍ମ୍ମ ପ୍ରଚାର କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା । ମାତ୍ର ଉଦ୍ଦେଶ୍ୟ ସିଦ୍ଧ ହେବ କିପରି ? ଯୁଦ୍ଧ ହିଁ ପ୍ରଧାନ ଉପାୟ ବୋଲି ସ୍ଥିରୀକୃତ ହେଲା । ମହମ୍ମଦ ୬୩୨ ଖ୍ରୀଷ୍ଟାବ୍ଦରେ ମଲେ; ମାତ୍ର ତାଙ୍କ ଶିଷ୍ୟମାନେ ତାଙ୍କ ଗୁରୁଙ୍କ ଉଦ୍ଦେଶ୍ୟକୁ କାର୍ଯ୍ୟରେ ପରିଣତ କରିବା ଲାଗି ବିଦେଶକୁ ଯୁଦ୍ଧଯାତ୍ରା ଆରମ୍ଭ କଲେ । ଧର୍ମ୍ମପ୍ରଚାର ପ୍ରବୃତ୍ତି କ୍ରମେ ଧନାପହରଣ ପ୍ରବୃତ୍ତିରେ ପରିଣତ ହେଲା ଏବଂ ଧନାପହରଣ ପ୍ରବୃତ୍ତି କ୍ରମେ ରାଜ୍ୟସ୍ଥାପନ ପ୍ରବୃତ୍ତିରେ ପରିଣତ ହେଲା ।

 

କ୍ରମେ ଭାରତ ପାଳି ପଡ଼ିଲା । ୧୧୯୩ ଖ୍ରୀଷ୍ଟାବ୍ଦରେ ଆଫଗାନିସ୍ଥାନ ଅନ୍ତର୍ଗତ ‘ଘୋର’ ନାମକ ପ୍ରଦେଶବାସୀ ଉଦ୍ଦିନମହମ୍ମଦ ଦିଲ୍ଲୀ ଅଧିକାର କଲେ ଏବଂ କୁତବୁଦ୍ଦୀନ ତାଙ୍କର ପ୍ରତିନିଧି ନିଯୁକ୍ତ ହେଲେ । କିଛିଦିନ ପରେ ସେ ସ୍ୱାଧୀନତା ଲାଭକଲେ ଏବଂ ରାଜପୁତାନା ଓ ଅଯୋଧ୍ୟା ଅଧିକାର କଲେ । ବକତିଆର ଖିଲିଜି ପୂର୍ବ ଭାଗରେ ରାଜ୍ୟ ବିସ୍ତାର କରିବାକୁ ଆଗମନ କଲେ । ୧୨୦୩ ଖ୍ରୀଷ୍ଟାବ୍ଦରେ ବଙ୍ଗ ଅଧିକାର କଲେ ।

 

୫୭୦ ଖ୍ରୀଷ୍ଟାବ୍ଦ ପୂର୍ବେ ମାଦଳାପାଞ୍ଜିରେ ଆମ୍ଭେ ଯେଉଁ ମୁସଲମାନ ଆକ୍ରମଣ କଥା ଦେଖୁଁ ସେମାନେ ଯବନ ନାମରେ ଅଭିହିତ; ସୁତରାଂ ମ୍ଳେଚ୍ଛଜାତୀୟ ଅନ୍ୟାନ୍ୟ ବୈଦେଶିକ ଥିଲେ-

 

୧୨୧୨ ଖ୍ରୀଷ୍ଟାବ୍ଦରେ ଗ୍ୟାସୁଦ୍ଦିନ ଓଡ଼ିଶା ରାଜାଙ୍କୁ କର ଦେବାକୁ ବାଧ୍ୟକଲା । ବଙ୍ଗ ପାଳି ଗଲାରୁ ଓଡ଼ିଶା ପାଳି ପଡ଼ିବା କଥା । ବଙ୍ଗଳା ହତାକୁ ଓଡ଼ିଶା ଲାଗିଛି, ସହଜରେ ହାତ ବଢ଼ାଇ ଦିଆଯାଇପାରେ । ମାତ୍ର ଏତେବେଳେ ଓଡ଼ିଶାର ମଧ୍ୟାହ୍ନ ସମୟ । ଓଡ଼ିଶା ରାଜସିଂହାସନ ଏତେବେଳେ ପ୍ରବଳ ପ୍ରତାପୀ ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଅଳଙ୍କୃତ । ସ୍ୱାଧୀନତା ରକ୍ତ ତେତେବେଳେ ପ୍ରଖର ଭାବରେ ଓଡ଼ିଶା ନାଡ଼ିରେ ପ୍ରବାହିତ ହେଉଥିଲା । ସୁତରାଂ ଗ୍ୟାସୁଦ୍ଦିନଙ୍କ ପ୍ରାର୍ଥନା ଅଗ୍ରାହ୍ୟ ହେଲା । ମୁସଲମାନମାନେ ଅନେକ ଥର ଚେଷ୍ଟାକରି ପରାଜିତ ହେଲେ ।

 

୧୨୪୩ ଖ୍ରୀଷ୍ଟାବ୍ଦରେ ପୁଣି ତୋଗାନ ଖାଁ ଓଡ଼ିଶା ଆକ୍ରମଣ କଲେ, ଓଡ଼ିଆମାନେ ଏମାନଙ୍କୁ ତଡ଼ିଦେଇ ଗୌଡ଼ ଅବରୋଧ କରି ବୀରଭୂମି ଲୁଣ୍ଠନ କଲେ ।

 

୧୨୫୩ ଖ୍ରୀଷ୍ଟାବ୍ଦରେ ପୁନର୍ବାର ଆଉ ଥରେ ଓଡ଼ିଶା ଆକ୍ରମଣ କଲେ, ମାତ୍ର ପରାସ୍ତ ହୋଇ ପଳାୟନ କଲେ ।

 

ଯାହାର ଯାହା ଉପରେ ନଜର ପଡ଼େ ଏବଂ ଯାହାକୁ ଯେ ପାଇବାକୁ ଇଚ୍ଛା କରେ ସେ ସେଥିରୁ ସହଜରେ ନିବୃତ୍ତ ହୁଏ ନାହିଁ । ମୁସଲମାନମାନେ ବାରମ୍ବାର ପରାସ୍ତ ହେଲେ ମଧ୍ୟ ଓଡ଼ିଶା ଅଧିକାର ନ କରିବା ଯାଏ ସେମାନଙ୍କ ମନରେ ଶାନ୍ତି ନ ଥିଲା । ମୁସଲମାନମାନେ ଦୁଇ ଦିଗରୁ ଓଡ଼ିଶାକୁ ଆକ୍ରମଣ କରିବା ଲାଗି ଚେଷ୍ଟାକଲେ । ଉତ୍ତର ଓ ଦକ୍ଷିଣ ଉଭୟ ଦିଗରୁ ଆକ୍ରାନ୍ତ ହୋଇ ଓଡ଼ିଶା ବଡ଼ ଲଣ୍ଡଭଣ୍ଡ ହେଲା । ଦକ୍ଷିଣ ଦିଗରୁ ପଠାଣମାନେ ପ୍ରବଳ ଭାବରେ ଆକ୍ରମଣ କଲେ, ମାତ୍ର ପରାସ୍ତ ହେଲେ । ଯେତେଦିନ ଯାଏ ଦେଶରକ୍ଷା କରିବା ଲାଗି ଓଡ଼ିଶା ରାଜା ଓ ଓଡ଼ିଆ ସୈନ୍ୟମାନେ ଏକମନ ଏକପ୍ରାଣରେ କାର୍ଯ୍ୟ କରୁଥିଲେ, ତେତେଦିନ ଯାଏ ମୁସଲମାନମାନେ ଓଡ଼ିଶା ଆକ୍ରମଣ କରି ପରାସ୍ତ ହେଉଥିଲେ, ତେତେଦିନ ଯାଏ ମୁସଲମାନମାନେ ବାହୁ ପ୍ରବେଶ କରାଇପାରି ନ ଥିଲେ ।

 

କଥା ଅଛି, ଦୁଇ ଜଣଙ୍କର କଳି ହେଲେ- ତୃତୀୟ ଜଣଙ୍କର ଲାଭ ହୁଏ । ଘର ବିବାଦ ଦାଣ୍ଡକୁ ନେଲେ ଅନ୍ୟ ଜଣଙ୍କର ଲାଭ ହୁଏ । ରାଜା ପ୍ରଜା ମଧ୍ୟରେ ବିବାଦ ହେଉ ବା ଭାଇ ଭାଇ ମଧ୍ୟରେ ବିବାଦ ହେଉ, ଜଣେ ଯଦି ଅନ୍ୟର ଶରଣାପନ୍ନ ହେଲା ତେବେ ନିଶ୍ଚୟ ଅନ୍ୟ ଜଣକ ତା ନିଜର ସୁବିଧା କରିନେବାକୁ ଚେଷ୍ଟା କରିବ । ଅବଶ୍ୟ ଅନେକ ନିରପେକ୍ଷ ମଧ୍ୟସ୍ଥକାରୀ ଅଛନ୍ତି, ଯେଉଁମାନେ କେବଳ ବିବାଦ ନିଷ୍ପତ୍ତି କରିଦେବାକୁ ଆପଣାର ସ୍ୱାର୍ଥ ବୋଲି ମନେ କରନ୍ତି । ମାତ୍ର ଭଲଲୋକଟି ଯେବେ ସ୍ୱାର୍ଥାନ୍ଧ ଧନଲୋଭୀଙ୍କ ହାତରେ ପଡ଼ିଲା, ତେବେ ସେମାନେ ଆପଣା ସ୍ୱାର୍ଥସିଦ୍ଧି କରିବସନ୍ତି ।

 

ଓଡ଼ିଶା ରାଜାଙ୍କ କପାଳରେ ଏହା ହିଁ ଘଟିଲା । ଆପଣା ପ୍ରଜାମାନଙ୍କ ବିରୁଦ୍ଧରେ ସେ ୧୩୦୯ ଖ୍ରୀଷ୍ଟାବ୍ଦରେ ମୁସଲମାନମାନଙ୍କ ସାହାଯ୍ୟ ଲୋଡ଼ିଲେ । ଏହା ଗୋଟିଏ ଦୁର୍ଲକ୍ଷଣ! ମୁସଲମାନମାନେ ଏହିଠାରୁ ବଳ କଳି ନେଲେ ।

 

ପ୍ରଜା ରାଜାର ପୁତ୍ର ତୁଲ୍ୟ । ଏହି ବାତ୍ସଲ୍ୟ ଦୃଷ୍ଟିରେ ପ୍ରଜାମାନଙ୍କୁ ଦେଖିଲେ ଆଉ କିଛି ଗଣ୍ଡଗୋଳ ହେବ ନାହିଁ । ରାଜାଙ୍କ ହସ୍ତରେ ଶାସନଦଣ୍ଡ ଅଛି, ସେ ଯାହା ବିଚାର କରିବେ ତାହା ହିଁ କରିପାରିବେ । ଶ୍ରୀଭାଗବତ କହେ ‘ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରଇ ।’ ଏହା ବୋଲି ପ୍ରଜାମାନଙ୍କ ମନକୁ ରାଜା ଏକାବେଳେକେ ଏଡ଼ିଦେଲେ ଚଳିବ କିପରି ? ପ୍ରଜା ଅନେକ; ରାଜା ସେମାନଙ୍କ ମତ ଏଡ଼ିଦେଲେ ଫଳ ହେବ ମତଭେଦ ଏବଂ ଏହି ମତଭେଦ କ୍ରମେ ବିଦ୍ରୋହାଗ୍ନି ପ୍ରଜ୍ୱଳିତ କରେ । ରାଜା ପ୍ରଜା ମଧ୍ୟରେ କୌଣସି ବିଷୟରେ ମତଭେଦ ହେଲେ ତହିଁର ସାମଞ୍ଜସ୍ୟ କରିପାରିବା ଲାଗି ରାଜନୀତି ଆବଶ୍ୟକ । ରାଜା ପ୍ରଜା ମଧ୍ୟରେ ବିବାଦ ହେଲେ ରାଜା କ’ଣ ଅନ୍ୟ ଏକ ଜାତିର ଆଶ୍ରୟ ନେବା ନୀତିସଙ୍ଗତ ନୁହେଁ ? କଦାପି ନୁହେଁ । ଏକଥା ଯେ କରେ ‘ଭାବୀ ଅମଙ୍ଗଳ ଅବଶ୍ୟମ୍ଭାବୀ ! ପ୍ରକୃତ ନୀତି ହେଉଛି ପ୍ରଜାମାନଙ୍କର ଆପତ୍ତି ଶୁଣିବା । ଆପତ୍ତି ଶୁଣି ପ୍ରଜାମାନଙ୍କ ମତ ପ୍ରତି ସୁବିଚାର କରିବା ଆବଶ୍ୟକ । ଆବଶ୍ୟକ ହେଲେ ପ୍ରଜାମାନଙ୍କ ମତ ରକ୍ଷା କରିବାକୁ ପଡ଼ିବ । ଯଦି କେହି ରାଜା କହେ, ‘ଆମ୍ଭେ ରାଜା, ଆମ୍ଭର ଯାହା ଇଚ୍ଛା ତାହା କଲୁଁ, ତୁମ୍ଭେ ପ୍ରଜାଗୁଡ଼ାକ କ’ଣ ଆମ୍ଭଙ୍କୁ ନୀତିଶିକ୍ଷା ଦେବ ?’ ମୁଁ କହେ, ସେ ରାଜାର ଆଦୌ ରାଜନୀତି ଜ୍ଞାନ ନାହିଁ । ଏ ପ୍ରକାର ନୀତି ଅବଲମ୍ବନ କରି ଶାସନ କଲେ ଫଳ ବିଷମୟ । ଏଥିରେ ରାଜାର କ୍ଷତି ଓ ପ୍ରଜାର କ୍ଷତି । ଆହୁରି କଦର୍ଯ୍ୟ ନୀତି ପ୍ରଜାମାନଙ୍କୁ ଦମନ କରିବା ଲାଗି ଅନ୍ୟର ଆଶ୍ରୟ ଗ୍ରହଣ ।

 

ଓଡ଼ିଶା ରାଜା ଉପରୋକ୍ତ ନୀତିର ଅବମାନନା କରି ପଠାଣମାନଙ୍କ ଆଶ୍ରୟ ନେବା ହେତୁ ଓଡ଼ିଶା ଭବିଷ୍ୟତରେ ମୁସଲମାନମାନଙ୍କ ଭୀଷଣ କରାଳ କବଳରେ ପଡ଼ିଲା ।

 

୧୩୦୯ ସନଠାରୁ ୧୪୫୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମୁସଲମାନମାନେ ଓଡ଼ିଶା ଆକ୍ରମଣରୁ କ୍ଷାନ୍ତ ଥିଲେ । ୧୪୫୧ ଖ୍ରୀଷ୍ଟାବ୍ଦରେ ଦଳେ ପଠାଣ ଆସି ଓଡ଼ିଶାରେ ଲୁଟପାଟ ଆରମ୍ଭ କଲେ । ତେତେବେଳେ ମୁସଲମାନମାନେ ମାନ୍ଦ୍ରାଜରେ ବସତି କରୁଥିଲେ । ଓଡ଼ିଶା ରାଜା ଦକ୍ଷିଣ ରାଜାଙ୍କ ସହିତ ମିଳିତ ହୋଇ ପଠାଣମାନଙ୍କୁ ଆକ୍ରମଣ କଲେ । ମାତ୍ର ଶେଷରେ ୪୦୦୦୦୦ ପାଉଣ୍ଡ ବା ୮୦୦୦୦୦୦ ଟଙ୍କା ଦେଇ ଓଡ଼ିଶା ରାଜା ସାନନ୍ଦରେ ସନ୍ଧି କିଣିଲେ । ସୁତରାଂ ମୁସଲମାନମାନେ ଓଡ଼ିଶା ରାଜାଙ୍କର ମିତ୍ର ହେଲେ ।

 

ପୁନଶ୍ଚ ଗୃହବିବାଦ ଆରମ୍ଭ ହେଲା । ଓଡ଼ିଶା ରାଜା ଓ ଦକ୍ଷିଣ ରାଜାଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିବାରୁ ଓଡ଼ିଶା ରାଜା ଆପଣା ମିତ୍ର ମୁସଲମାନମାନଙ୍କ ଆଶ୍ରୟ ନେଲେ । ମିତ୍ର ତ ଯେପରି ସେପରି ମିତ୍ର ନୁହଁନ୍ତି । ଏ ସୁଯୋଗ ପାଇ ରାଜମହେନ୍ଦ୍ରୀ ଓ କଣ୍ଡାପାଲି ଦୁଇଟି ଦୁର୍ଗ ହସ୍ତଗତ କଲେ । ହାତରୁ ଛୁଟିଲେ ଅଣଆୟତ୍ତ ବୋଲି ଯାହା କହନ୍ତି ଓଡ଼ିଶା ରାଜା ଦୁଇଟି ଦୁର୍ଗ ଛାଡ଼ିଦେଇ ପଶ୍ଚାତ୍ତାପ କଲେ । ଚୈତନ୍ୟ ଉଦୟ ହେଲା । ମନେ ପାଞ୍ଚିଲେ, ଗୃହବିବାଦର ଏପରି ବିଷମୟ ଫଳ ହେବ ତା’ କିଏ ଜାଣିଥିଲା ? ପୁନଶ୍ଚ ଦକ୍ଷିଣ ରାଜାଙ୍କ ସଙ୍ଗେ ମିଳିଗଲେ । ମାତ୍ର କଥାଟା ମିତ୍ର ମୁସଲମାନମାନଙ୍କୁ ସୁଖ ଲାଗିଲା ନାହିଁ । ୨୦୦୦୦ ମୁସଲମାନ ଓଡ଼ିଶା ଆକ୍ରମଣ କଲେ, କେତେକ ଟଙ୍କା ଆଦାୟ କଲେ, ମାତ୍ର ଫଳରେ ଓଡ଼ିଶା ଜୟ କରିପାରିଲେ ନାହିଁ । ପଞ୍ଚଦଶ ଶତାବ୍ଦୀର ଶେଷ ଭାଗ । ଓଡ଼ିଶା ରାଜା ଓ ତାଙ୍କ ମିତ୍ର ମୁସଲମାନମାନେ ଦକ୍ଷିଣ ରାଜମହେନ୍ଦ୍ରୀ ରାଜାଙ୍କ ବିପକ୍ଷରେ ଯୁଦ୍ଧ କରୁଥିବା ଦୃଶ୍ୟ ଶେଷ ହେଲା ।

 

ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରୁ ଏକ ନୂତନ ଦୃଶ୍ୟ ଆରମ୍ଭ ହେଲା । ଇତି ମଧ୍ୟରେ ରାଜମହେନ୍ଦ୍ରୀ ରାଜା ବହୁତ ଶକ୍ତି ସଂଗ୍ରହ କରି ପଠାଣମାନଙ୍କୁ ସମୁଦ୍ରକୁ ପକାଇ ଦେବାର ଚେଷ୍ଟା କରିଥିଲେ ।

 

କୃଷ୍ଣରାୟ ରାଜମହେନ୍ଦ୍ରୀର ରାଜା ଥିଲେ । ତାଙ୍କର ବୀରତ୍ୱ ଓ ରଣକୁଶଳତା ଅସାଧାରଣ ପ୍ରକାରର ଥିଲା । ତାଙ୍କ ବୀରତ୍ୱ ସିଲୋନଠାରୁ ତିବ୍‌ବତ ଯାଏ ଇତିହାସ ସ୍ୱୀକାର କରୁଛି । ମୁସଲମାନ ଆକ୍ରମଣକୁ ସେ ଶେଷ ବାଧା ଦେଇଥିଲେ । ଓଡ଼ିଶା ରାଜା ପରାସ୍ତ ହେଲେ, ମାତ୍ର କୃଷ୍ଣରାୟ ତାଙ୍କ ଦୁହିତାଙ୍କୁ ଓଡ଼ିଶା ରାଜାଙ୍କ ସହିତ ବିବାହ ଦେଲେ ।

 

ଫେରସ୍ତାଙ୍କ କଳବର୍ଗାର ବାହାମଣି ରାଜ୍ୟର ଇତିହାସରୁ ଏ ସମ୍ବନ୍ଧେ ଅନେକ କଥା ମିଳେ ।

 

ମାଦଳାପାଞ୍ଜିରୁ ଜଣାଯାଏ ଗଙ୍ଗବଂଶର ଶେଷ ରାଜା ଅକଟାଅବଟା ଭାନୁଙ୍କ ଅମଳରେ ମୋଗଲ ଆସିଲେ, ଭେଟି ନେଇଯାଇଥିଲେ । ମାତ୍ର କପିଳେନ୍ଦ୍ର ଦେବଙ୍କ ଅମଳରେ ବହୁତ ଯୁଦ୍ଧ, ଆକ୍ରମଣ ଇତ୍ୟାଦି ଘଟିଥିଲା । ଏଥିର ବିଶଦ ବିବରଣ ଫେରସ୍ତାଙ୍କ ଇତିହାସରୁ ନିମ୍ନଲିଖିତ ମତେ ମିଳେ ।

 

ଦକ୍ଷିଣର ମୁସଲମାନ ରାଜାମାନେ ତେଲିଙ୍ଗାନା ଓ କର୍ଣ୍ଣାଟ ରାଜାମାନଙ୍କ ସହିତ ବହୁକାଳ ବିଦ୍ରୋହ କରି ଓଡ଼ିଶା ବିଷୟ କିଛି ଚିନ୍ତା କରିପାରି ନ ଥିଲେ । ମୁସଲମାନ ଇତିହାସ କହେ, ଓଡ଼ିଶା ରାଜା କପିଳେନ୍ଦ୍ରଦେବଙ୍କ ହେତୁ ଯୁଦ୍ଧ ଆରମ୍ଭ ହେଲା । ମାତ୍ର ଏକଥା ସତ୍ୟ ଥିଲା ପରି ବୋଧ ହେଉନାହିଁ । ମୁସଲମାନମାନେ ପ୍ରଥମ ଆକ୍ରମଣକାରୀ ଥିବା ସତ୍ୟ ଅଟେ । ହୁମାୟୁନସା ବାହାମଣିଙ୍କ ରାଜତ୍ୱ କାଳରେ ତେଲିଙ୍ଗାନାମାନେ ମୁସଲମାନମାନଙ୍କ ଅତ୍ୟାଚାର ଦ୍ୱାରା ପ୍ରପୀଡ଼ିତ ହୋଇ ଓଡ଼ିଶା ରାଜା ଓ ଓଡ଼ିଆମାନଙ୍କ ଆଶ୍ରୟ ନେଲେ । ଓଡ଼ିଶା ରାଜା ବହୁତ ହସ୍ତୀ ଓ ସୈନ୍ୟ ପଠାଇ ତେଲିଙ୍ଗାନାମାନଙ୍କୁ ସାହାଯ୍ୟ ଦେଲେ । ମିଳିତ ସୈନ୍ୟମାନେ ମୁସଲମାନମାନଙ୍କୁ ପରାଜିତ କରି ଯୁଦ୍ଧକ୍ଷେତ୍ରରୁ ଅନେକ ମାଇଲ ଦୂର ପର୍ଯ୍ୟନ୍ତ ପଶ୍ଚାତ୍‌ଧାବନ କଲେ । ହୁମାୟୁନଙ୍କ ପୁତ୍ର ନିଜାମ ଶାହଙ୍କବେଳେ ଓଡ଼ିଶା ରାଜା ତେଲିଙ୍ଗାନାର କ୍ଷମତାଶାଳୀ କ୍ଷତ୍ରୀୟ ଓ ଜମିଦାରଙ୍କ ସହିତ ମିଳିତ ହୋଇ ଦକ୍ଷିଣର ରାଜାଙ୍କ ରାଜ୍ୟକୁ ରାଜମହେନ୍ଦ୍ରୀ ପଥ ଦେଇ କୋଲ ପର୍ଯ୍ୟନ୍ତ ଆକ୍ରମଣ କରି ଲୁଟପାଟ କଲେ ଏବଂ ମୁସଲମାନମାନଙ୍କ କବଳରୁ ସମସ୍ତ ତେଲିଙ୍ଗାନା ରାଜ୍ୟ ଜୟ କରି ସେମାନଙ୍କଠାରୁ ଭେଟି ଆଦାୟ କରିବା ନିମିତ୍ତ ବାଧ୍ୟ କରିଥିଲେ । ଅହମ୍ମଦାବାଦ (ବିଦର) ମୁସଲମାନମାନଙ୍କ ରାଜଧାନୀ ଥିଲା । ସୈନ୍ୟମାନେ ରାଜଧାନୀଠାରୁ ଦଶମାଇଲ୍ ଦୂରରେ ପ୍ରବେଶ ହେଲାରୁ ମନ୍ତ୍ରୀମାନେ ଓଡ଼ିଶା ରାଜାଙ୍କଠାକୁ ଖବର ଦେଲେ, ‘ମୁସଲମାନ ରାଜା ବହୁକାଳରୁ ଓଡ଼ିଶା ଓ ଯାହାନଗର ଜୟ କରିବାର ବାସନା ମନରେ ପୋଷଣ କରିଅଛନ୍ତି, କିନ୍ତୁ ଦୂରତା ହେତୁ ସେ କାର୍ଯ୍ୟ ହୋଇପାରି ନାହିଁ । ମାତ୍ର ରାଜା ନିଜେ ଆସି ଆମ୍ଭ କବଳ ମଧ୍ୟରେ ପ୍ରବେଶ କରିଥିବା ହେତୁ ଜୟୀ ମୁସଲମାନ ସୈନ୍ୟମାନେ ବହୁ ପରିଶ୍ରମରୁ ରକ୍ଷା ପାଇଲେ ।’ ଏହି ଗର୍ବିତ ସମ୍ବାଦ ସଙ୍ଗେ ସଙ୍ଗେ ଏକଦଳ ଅଶ୍ୱାରୋହୀ ସୈନ୍ୟ ଆସି ଆକ୍ରମଣ କଲେ । ସୁତରାଂ ହିନ୍ଦୁମାନଙ୍କ ସାହସ ଟିକିଏ ଶୀତଳ ହୋଇଗଲା ଏବଂ ସେମାନେ ହଟିଗଲେ । ଆନନ୍ଦରେ ୫୦୦୦୦୦ ଟଙ୍କା ଦେଇ ନିରାପଦରେ ଆପଣା ଦେଶର ସୀମାନ୍ତ ପ୍ରଦେଶ ପର୍ଯ୍ୟନ୍ତ ଫେରି ଆସିଲେ ।

 

୧୪୧୭ ଖୀଷ୍ଟାବ୍ଦରେ ଉଡ଼ିଆ ରାଜା ହିମ୍ବର ରାଜା ମହମ୍ମଦ ଶାହଙ୍କ ନିକଟରେ ଓଡ଼ିଶା ରାଜାଙ୍କଠାରୁ ସାହାଯ୍ୟପ୍ରାପ୍ତ ଜଣେ ଆକ୍ରମଣକାରୀ ବିରୁଦ୍ଧରେ ଅଭିଯୋଗ କଲା, ଏବଂ ଚୁକ୍ତି କଲା ଯେ, ଯେବେ ପୂର୍ଣ୍ଣମାତ୍ରାରେ ସାହାଯ୍ୟ ପାଇ ଯଦି ସ୍ୱାର୍ଥ ବଜାୟ ରହେ, ତେବେ ସେ ମୁସଲମାନମାନଙ୍କ ଅଧୀନତା ସ୍ୱୀକାର କରିବ ଏବଂ କେତେଗୋଟି ଦୁର୍ଗ ଛାଡ଼ିଦେବ ।

 

(ଏଠାରେ ‘ଉଡ଼ିୟା କି ଅର୍ଥରେ ବ୍ୟବହୃତ ହୋଇଛି ବୁଝାଯାଉ ନାହିଁ । ଷ୍ଟର୍ଲିଂ ସାହେବଙ୍କ ମତରେ ଉଡ଼ିଆ ଅର୍ଥ ବୋଧହୁଏ ରାଜମହେନ୍ଦ୍ରୀଠାରୁ କଣ୍ଡାପାଲି ପର୍ଯ୍ୟନ୍ତ ରାଜ୍ୟ । ସମ୍ଭବତଃ ଏ ରାଜ୍ୟ ଜଣେ ଓଡ଼ିଆ ସାମନ୍ତ ରାଜା ଅଧୀନରେ ଥିଲା ଏବଂ ଓଡ଼ିଶା ରାଜ୍ୟର ଏହା ଏକ ଅଂଶ ଥିଲା । ମାଦଳାପାଞ୍ଜିରେ ବର୍ଣ୍ଣିତ ବିଷୟରୁ ମଧ୍ୟ ଏହି କଥା ଜଣାଯାଏ ।’)

 

ବାହାମଣି ରାଜା ବହୁକାଳ ପୋଷିତ ବାସନା ଚରିତାର୍ଥ କରିବା ଉଦ୍ଦେଶ୍ୟରେ ହିମ୍ବରଙ୍କ ପ୍ରସ୍ତାବ ସାନନ୍ଦରେ ଗ୍ରହଣ କଲେ ଏବଂ ସୈନ୍ୟ ପ୍ରେରଣ କଲେ । ଆକ୍ରମଣକାରୀ ମଙ୍ଗଳ ରାୟଙ୍କୁ ପରାସ୍ତ କଲେ, ନଷ୍ଟଦେଶ ମିତ୍ରରାଜାଙ୍କ ନିମିତ୍ତ ଉଦ୍ଧାର କରିଦେଲେ ଓ ନିଜେ ରାଜମହେନ୍ଦ୍ରୀ ଓ କଣ୍ଡାପାଲି ନାମକ ଦୁଇ ଦୁର୍ଗ ନେଲେ ।

 

କେତେଦିନ ପରେ ଓଡ଼ିଆ ରାୟଙ୍କର ଚୈତନ୍ୟ ଉଦୟ ହେଲା । ମୁସଲମାନମାନଙ୍କ ସହିତ ମିତ୍ରତାର ଫଳ ବୁଝିପାରି ଓଡ଼ିଶା ରାଜାଙ୍କ ସହିତ ମିତ୍ରତା ପୁନଃସଂସ୍ଥାପନ ଲାଗି ଚିନ୍ତାକଲେ । ଇତିମଧ୍ୟରେ ଦକ୍ଷିଣ ପ୍ରଦେଶରେ ଘୋର ଲୋକକ୍ଷୟକାରୀ ଦୁର୍ଭିକ୍ଷ ଉପସ୍ଥିତ ହେବାରୁ ଓଡ଼ିଆ ରାୟ ଓଡ଼ିଶା ରାଜାଙ୍କୁ ଖବର ଦେଲେ, ‘ଯଦି ତେଲିଙ୍ଗାନାର ପୈତୃକ ରାଜ୍ୟ ସମସ୍ତ ଉଦ୍ଧାର କରିବାର ଇଚ୍ଛା ଥାଏ, ତେବେ ଏହି ସୁଯୋଗ ଛାଡ଼ିବାର ନୁହେଁ ।’ ଓଡ଼ିଶା ରାଜା ସୁସମ୍ବାଦ ପାଇ ୧୦୦୦୦ ପଦାତିକ, ୮୦୦୦ ଅଶ୍ୱାରୋହୀ ସଂଗ୍ରହ କଲେ ଏବଂ ଅନ୍ୟାନ୍ୟ ଗଡ଼ଜାତ ରାଜାମାନଙ୍କୁ ସଙ୍ଗରେ ନେଇ ତେଲିଙ୍ଗାନା ଯାତ୍ରା କଲେ । ମହମ୍ମଦ ଶାହ ଏ ସମ୍ବାଦ ପାଇ ଓଡ଼ିଆ ଓ ଓଡ଼ିଶାର ମିଳିତ ସୈନ୍ୟଙ୍କୁ ବାଧା ଦେଲା ଏବଂ ଶୀଘ୍ର ରାଜମହେନ୍ଦ୍ରୀର ହ୍ରଦ ଦେଇ ପଳାଇ ଆସିବାକୁ ବାଧ୍ୟ କଲା । ଏହି ପ୍ରତିିହିଂସା ନେବା ଲାଗି ମହମ୍ମଦ ଶାହ ୨୦୦୦୦ ସୈନ୍ୟ ନେଇ ଓଡ଼ିଶା ଆକ୍ରମଣ କଲା ଏବଂ ରାଜଧାନୀ ପର୍ଯ୍ୟନ୍ତ ଅଗ୍ରସର ହୋଇ ଦେଶ ଲୁଟପାଟ କରି ଛାରଖାର କଲା । ଓଡ଼ିଶା ରାଜା ବାଧ୍ୟ ହୋଇ ସନ୍ଧି ସ୍ଥାପନ କଲେ, ବହୁତ ସୁନାରୂପା ଓ ହାତୀ ଦେଲେ । ମହମ୍ମଦ ଶୀଘ୍ର କଣ୍ଡାପାଲିକୁ ଫେରିଆସି ଓଡ଼ିଆ ରାଜାଙ୍କୁ ପରାସ୍ତ କଲା । କପିଳେନ୍ଦ୍ର ଦେବଙ୍କ ରାଜତ୍ୱର ଶେଷାଂଶରେ ଏ ଘଟଣା ଘଟିଥିଲା ।

 

(ଉପରେ ଯେଉଁ ‘କଳବର୍ଗ’ କଥା ଲେଖିଛୁଁ ତାହା ଏକ ସମୟରେ ଓଡ଼ିଶା ରାଜାଙ୍କ ଅଧୀନରେ ଥିଲା ଏବଂ ଓଡ଼ିଶା ରାଜା ‘କଳବଗେଶ୍ୱର’ ଉପାଧି ଧାରଣ କରିଥିଲେ । କଳବର୍ଗ ‘ହାଇଦରାବାଦ’ ମଧ୍ୟରେ) ।

 

ପୁରୁଷୋତ୍ତମ ଦେବଙ୍କ ରାଜତ୍ୱ ସମୟରେ ପୁନର୍ବାର ମୁସଲମାନମାନେ ଉତ୍ତର ଦିଗରୁ ଆସି କଟକ ଆକ୍ରମଣ କଲେ । ଶାସନକର୍ତ୍ତା ଅନନ୍ତ ସାମନ୍ତସିଂହାର କଟକ ଦୁର୍ଗ ରକ୍ଷା କରିବାକୁ ଅସମର୍ଥ ହୋଇ ସାରଙ୍ଗଗଡ଼ରେ ବାସ କଲେ । ସାରଙ୍ଗଗଡ଼ କାଠଯୋଡ଼ିର ଦକ୍ଷିଣରେ । ମୁସଲମାନମାନେ ରାଜଧାନୀ ଲୁଣ୍ଠନ କରିସାରି ପୁରୀ ପର୍ଯ୍ୟନ୍ତ ଆଗମନ କଲେ ଏବଂ ଏଠାରେ ବହୁତ ଅତ୍ୟାଚାର କଲେ । ଇତିପୂର୍ବେ ସେବକମାନେ ଠାକୁରଙ୍କୁ ସ୍ଥାନାନ୍ତରିତ କରିଥିବାର ସମ୍ବାଦ ପାଇ ଆହୁରି କ୍ରୋଧାନ୍ଧ ହେଲେ; ମାତ୍ର ଶତ୍ରୁପକ୍ଷମାନଙ୍କୁ ପ୍ରତାପରୁଦ୍ରଦେବଙ୍କ ଅମଳରେ ଟଙ୍କା ଦେଇ ସନ୍ଧି କିଣିଲେ; କାରଣ ମହମ୍ମଦ ତେତେବେଳେ ଆପେ ହୀନଶକ୍ତି ହୋଇପଡ଼ିଥିଲେ । ୧୫୩୧ ଖ୍ରୀଷ୍ଟାବ୍ଦରେ ପ୍ରତାପରୁଦ୍ର ଦେବ ପ୍ରାଣତ୍ୟାଗ କଲେ ଏବଂ ଏହାଙ୍କ ଅମଳ ପରେ କ୍ରମେ ଉତ୍କଳ-ଭାଗ୍ୟରବି ଅସ୍ତାଚଳ ଆଡ଼କୁ ଗମନ କଲେ ।

 

ଫେରସ୍ତାଙ୍କ ଇତିହାସରୁ ଜଣାଯାଏ ଯେ ଏହି ସମୟରେ ରାଜମହେନ୍ଦ୍ରୀ ଓ ଗୋଦାବରୀ ନିକଟସ୍ଥ ଅନ୍ୟାନ୍ୟ ସ୍ଥାନମାନଙ୍କ ଦଖଲ ନେଇ ଓଡ଼ିଶା ରାଜା ଏବଂ ବାହାମଣି ଓ ଗୋଲକୁଣ୍ଡାର କୁତବସାହୀ ରାଜାମାନଙ୍କ ମଧ୍ୟରେ ବହୁତ ବିବାଦ ଚଳିଥିଲା । କିନ୍ତୁ ଏତେ କାଳ ଓଡ଼ିଶା ବିଜୟ ମୁସଲମାନମାନଙ୍କ ପକ୍ଷେ ଏକାବେଳେକେ ଅସମ୍ଭବ ହୋଇ ପଡ଼ିଥିଲା ।

 

ଅନ୍ତର୍ବିବାଦ ହେଲେ ଦେଶ ଛାରଖାର ହୁଏ । ପରସ୍ପର ମଧ୍ୟରେ ଏକତା ନ ରହିଲେ ବହିଃଶତ୍ରୁମାନେ ଦେଶ ମଧ୍ୟରେ ପ୍ରବେଶ କରିବା ଲାଗି ସୁବିଧା ସୁଯୋଗ ପାଆନ୍ତି । ଅନ୍ତର୍ବିବାଦ ହେତୁ ଶକ୍ତିହାନୀ ହେଲେ ଆଉ ବହିଃଶତ୍ରୁ ମୁଖରୁ ଦେଶ ରକ୍ଷା କରିବା କଠିନ ହୋଇପଡ଼େ । ଓଡ଼ିଶା କପାଳରେ ଏହାହିଁ ଘଟିଲା । ପ୍ରତାପରୁଦ୍ର ଦେବଙ୍କ ପରେ ରାଜସିଂହାସନରେ ବଡ଼ ଗଣ୍ଡଗୋଳ ଜାତ ହେଲା । ନରହତ୍ୟା ରାଜସିଂହାସନ ଲାଭର ଏକମାତ୍ର ଅବଲମ୍ବନ ହେଲା । ପ୍ରଥମ ମୁକୁନ୍ଦଦେବଙ୍କ ରାଜ୍ୟଲାଭ ପର୍ଯ୍ୟନ୍ତ ସମୟ ମଧ୍ୟରେ କେବଳ ନରହତ୍ୟା ଓ ଷଡ଼ଯନ୍ତ୍ର ଦୃଶ୍ୟ ଓଡ଼ିଶା ରାଜସିଂହାସନରେ ଅଭିନୀତ ହେଲା । ପ୍ରବଳ ମୁସଲମାନ ଶତ୍ରୁ ଉଭୟ ଉତ୍ତର ଓ ଦକ୍ଷିଣ ଦିଗରୁ ମୁଖବ୍ୟାଦାନ କରି ଓଡ଼ିଶାକୁ ଗ୍ରାସ କରିବାକୁ ଚାହିଁ ରହିଛନ୍ତି । ମାତ୍ର ସେ ଦିଗକୁ ଦୃଷ୍ଟି ନ ଦେଇ ଆପଣା ସ୍ୱାର୍ଥସିଦ୍ଧି ନିମିତ୍ତ ନରହତ୍ୟା କରି ରାଜସିଂହାସନ ଅଳଂକୃତ କରିବା ଲାଗି ଚେଷ୍ଟା ଲାଗିଲା । ଏଥିରେ ବହୁତ ଶକ୍ତି କ୍ଷୟ ହେଲା । ଏ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ ଓଡ଼ିଶା ଆଫଗାନ୍‌ମାନଙ୍କ ହସ୍ତରେ ପଡ଼ିଲା ।

 

ମୁକୁନ୍ଦଦେବ ୧୫୫୭ ଖ୍ରୀଷ୍ଟାବ୍ଦରେ ରାଜା ହେଲେ । ଏହାଙ୍କ ୧୦ ଅଙ୍କରେ ଅର୍ଥାତ୍ ୧୫୬୫ ଖ୍ରୀଷ୍ଟାବ୍ଦରେ ବଙ୍ଗଳାର ଆଫଗାନ ରାଜା ବା ଶାସନକର୍ତ୍ତା ସୁଲେମାନ ଗଜନି ଓଡ଼ିଶା ଆକ୍ରମଣ ଲାଗି ସୈନ୍ୟସଂଗ୍ରହ କରି ଆକ୍ରମଣ କଲେ । ମୁକୁନ୍ଦଦେବ ସୁଦୃଢ଼ ଦୁର୍ଗ ନିର୍ମାଣ କରି ଏମାନଙ୍କ ଆକ୍ରମଣକୁ ବାଧା ଦେଇ କୃତକାର୍ଯ୍ୟ ହୋଇଥିଲେ । ମାତ୍ର ଅବଶେଷରେ ପ୍ରବଳ ସେନାପତି କଳାପାହାଡ଼ ଆସି ଓଡ଼ିଶା ଜୟ କଲା ।

 

ପ୍ରବାଦ ଅଛି କଳାପାହାଡ଼ ଜାତିରେ ବ୍ରାହ୍ମଣ ଥିଲା । ତାଙ୍କ ଅନନ୍ୟସାଧାରଣ ସୌନ୍ଦର୍ଯ୍ୟ ଅବଲୋକନ କରି ଗୌଡ଼ ରାଜକନ୍ୟା ବିମୋହିତା ହୋଇ କୌଶଳଦ୍ୱାରା ତାଙ୍କୁ ଜାତିଚ୍ୟୁତ କରାଇ ତାଙ୍କ ସହିତ ବିବାହ ସୂତ୍ରରେ ଆବଦ୍ଧା ହେଲେ । ଫଳତଃ କଳାପାହାଡ଼ ମୁସଲମାନ ହେଲେ । ସୁତରାଂ ସମସ୍ତ ହିନ୍ଦୁମାନଙ୍କୁ ମୁସଲମାନ କରାଇବା ଚେଷ୍ଟାରେ ନାନା ଅତ୍ୟାଚାର ଆରମ୍ଭ କଲେ । ହିନ୍ଦୁ ଦେବଦେବୀଙ୍କୁ ନଷ୍ଟ କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା । ଓଡ଼ିଶାକୁ ଆସି ଏହି ଅତ୍ୟାଚାର ଆରମ୍ଭ କଲେ ଏବଂ ଏହାଙ୍କ ନାମ ଆଜିପର୍ଯ୍ୟନ୍ତ ଲୋକେ ଭୁଲି ନାହାନ୍ତି ।

 

କଳାପାହାଡ଼ ଓଡ଼ିଶା ଆସିବା ପୂର୍ବରୁ ଅନେକ ଅଶୁଭ କଥା ଦେଖାଗଲା । ବଡ଼ଦେଉଳରୁ ପଥର ଖସିଲା ଏବଂ ଶ୍ରୀକ୍ଷେତ୍ରରେ ପ୍ରବେଶ କଲାବେଳେ ଚତୁର୍ଦ୍ଦିଗ ଅନ୍ଧକାର ହୋଇଥିଲା ବୋଲି ପ୍ରବାଦ ଅଛି ।

 

ବହୁତ ଯୁଦ୍ଧ ପରେ ମୁକୁନ୍ଦଦେବ ପରାସ୍ତ ଓ ନିହତ ହେଲେ ଏବଂ ଓଡ଼ିଶା ଆଫଗାନମାନଙ୍କ ଅଧୀନ ହେଲା । ଓଡ଼ିଶାର ସ୍ୱାଧୀନତା ରବି ଏହାଠାରୁ ଅସ୍ତ ହେଲେ ।

 

ଇତିମଧ୍ୟରେ ଲୋକମାନେ ସ୍ୱାଧୀନତା ହରାଇ ବିକଳ ହେଲେ । ଘୋର ଅତ୍ୟାଚାର, ଘୋର ଅପମାନ, ଧର୍ମ୍ମ ଉପରେ ଅତ୍ୟାଚର ଲୋକେ ସହ୍ୟ କରି ପାରିଲେ ନାହିଁ । ଏ ଜାତୀୟ ଅପମାନ କିଏ ସହ୍ୟ କରିପାରେ ? ସୁତରାଂ ମନ୍ତ୍ରୀ ଓ ରାଜ୍ୟର ପ୍ରଧାନ ପ୍ରଧାନ ନେତାମାନେ ମିଳି ସ୍ୱାଧୀନତା ଲାଭ କରିବା ଉଦ୍ଦେଶ୍ୟରେ ଦନେଇ ବିଦ୍ୟାଧରଙ୍କ ପୁତ୍ର ରଣେଇ ରାଉତରାଙ୍କୁ ‘ରାମଚନ୍ଦ୍ରଦେବ’ ଉପାଧି ଦେଇ ଓଡ଼ିଶା ମହାରାଜା ବୋଲି ମନୋନୀତ କଲେ ।

 

ଫେରସ୍ତାଙ୍କ ଇତିହାସରୁ ଜଣାଯାଏ ଯେ ସୁଲେମାନ କାରସାନି ବା ଗରଜାନିଙ୍କ ପୁତ୍ର ଦାଉଦ ଖାଁ କେତେଦିନ ଯାଏ ଓଡ଼ିଶାରେ ଦଖଲକାର ଥିଲେ । ଦିଲ୍ଲୀ ସମ୍ରାଟ ଆକବର ବଙ୍ଗର ଆଫଗାନ ଶାସନକର୍ତ୍ତାମାନଙ୍କ ଅତ୍ୟାଚାର ଦେଖି ବଡ଼ ଅସନ୍ତୁଷ୍ଟ ଥିଲେ ଏବଂ ଆକବରଙ୍କ ସେନାପତି ମନେମ୍‌ ଖାଁ ଓ ଖାଁ ଯାହାନମାନେ ବହୁବାର ଆକ୍ରମଣ କରି ଓଡ଼ିଶାକୁ ଆଫଗାନମାନଙ୍କଠାରୁ ଛଡ଼ାଇ ନେଇ ୧୫୬୮ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ସାମ୍ରାଜ୍ୟଭୁକ୍ତ କଲେ ।

 

ସମ୍ରାଟ ଆକବରଙ୍କ ସେନାପତି ଶିବାଇ ଜୟସିଂହ ସାମ୍ରାଜ୍ୟ ସମ୍ପର୍କୀୟ କାର୍ଯ୍ୟ ଦେଖିବା ଲାଗି ଓଡ଼ିଶାକୁ ଆସିଲେ । ଭୁବନେଶ୍ୱରର ଦେବାଳୟମାଳା, ବ୍ରାହ୍ମଣ ଶାସନମାନ ଦେଖି ତାଙ୍କ ମନରେ ଭକ୍ତିଭାବ ଉଦିତ ହେଲା ଏବଂ ମନୁଷ୍ୟଦ୍ୱାରା ଏ ରାଜ୍ୟ ଶାସିତ ହେବାର ଉପଯୁକ୍ତ ନୁହେଁ ବୋଲି ତାଙ୍କର ଧାରଣା ହେଲା । ଅଳ୍ପଦିନ ପରେ ରାମଚନ୍ଦ୍ରଦେବଙ୍କ ହସ୍ତେ ସମ୍ପୂର୍ଣ୍ଣ ଶାସନଭାର ଅର୍ପଣ କରି ଫେରିଗଲେ ।

 

୧୫୮୨ ଖ୍ରୀଷ୍ଟାବ୍ଦରେ ବିଖ୍ୟାତ ଦେବାନ ଟୋଡ଼ରମଲ୍ଲ ଓଡ଼ିଶାକୁ ଆସିଲେ । ତାଙ୍କ ପ୍ରଚଳିତ ତକସିମଜମା ଓ ଟଙ୍କା ରକ୍‌ମି ନାମକ ବନ୍ଦୋବସ୍ତ କାର୍ଯ୍ୟ ପରିଦର୍ଶନ କରିବା ଉଦ୍ଦେଶ୍ୟରେ ସେ ଆସିଥିଲେ । ୧୨ ଦସ୍ତି ପଦିକାରେ ନଳମାପ ହେଉଥିଲା; ଜଳେଶ୍ୱର, ଭଦ୍ରଖ ଓ କଟକ ତିନି ସରକାରରେ ଏ ବନ୍ଦୋବସ୍ତ ହୋଇଥିଲା । ଟୋଡ଼ରମଲ୍ଲ ରାମଚନ୍ଦ୍ର ଦେବଙ୍କୁ ବହୁତ ମାନ୍ୟ ଓ ଭକ୍ତି କଲେ ଏବଂ ଜଗନ୍ନାଥ ମନ୍ଦିର ଓ ମୂର୍ତ୍ତି ଦେଖି ମୁଗ୍‌ଧ ହୋଇଥିଲେ ଏବଂ ପୁରୀକୁ ଖଜଣାଦାୟରୁ ମୁକ୍ତ କରିଦେଲେ । ୧୫୮୩ରେ ଟୋଡ଼ରମଲ୍ଲ ଫେରିଗଲେ ।

 

ଓଡ଼ିଶାରେ ମୋଗଲ ସୁବାର ଶାସନପ୍ରଣାଳୀ ୧୫୯୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନ ଥିଲା । ଏହି ବର୍ଷ ସମ୍ରାଟଙ୍କ ବଙ୍ଗ ପ୍ରତିନିଧି ରାଜା ମାନସିଂହ ଶାସନଭାର ଗ୍ରହଣ କରିବାକୁ ଆଗମନ କଲେ । ତାଙ୍କ ଆଗମନର ଦୁଇଗୋଟି ଉଦ୍ଦେଶ୍ୟ ଥିଲା- ଆଫଗାନମାନଙ୍କୁ ବିତାଡ଼ିତ କରିବା ଏବଂ ରାମଚନ୍ଦ୍ରଦେବଙ୍କ ସହିତ ତେଲେଙ୍ଗା ମୁକୁନ୍ଦଦେବଙ୍କ ଦୁଇ ପୁତ୍ରଙ୍କ (ରାମଚନ୍ଦ୍ର ରାୟ ଓ ଛକଡ଼ି ଭ୍ରମରବର) ବିବାଦ ନିଷ୍ପତ୍ତି କରିବା ।

 

ମାନସିଂହ ଦେଖିଲେ ବିବାଦ ବଡ଼ ଭୟଙ୍କର ପ୍ରକାରର । ଉଭୟ ପକ୍ଷରେ ସାହାଯ୍ୟକାରୀ ଅନେକ । ସେ ଦେଖିଲେ ଯେ ଓଡ଼ିଶା ରାଜବଂଶର ପୈତୃକ ସମ୍ପତ୍ତି ମଧ୍ୟରୁ ଯାହାକିଛି ଅବଶିଷ୍ଟ ଅଛି ତାକୁ ବଣ୍ଟନ କରିଦେବାହିଁ ଶ୍ରେୟସ୍କର । ଫଳରେ ଏହା ହିଁ ହେଲା । ପୁରୁଷୋତ୍ତମକ୍ଷେତ୍ର ସହିତ ଖୋର୍ଦ୍ଧା ନିଷ୍କର ଭାବରେ ଏବଂ ଅନ୍ୟାନ୍ୟ କେତେକ ମାହାଲ ମହାରାଜା ଉପାଧି ସହିତ ରାମଚନ୍ଦ୍ର ଦେବ ପାଇଲେ ଏବଂ ୫୦୦୦ ସୈନ୍ୟଙ୍କ ଉପରେ ସେନାପତିତ୍ୱ ମଧ୍ୟ ପାଇଲେ । ୧୨୯ କିଲାଜାତ ରାଜାମାନଙ୍କଠାରୁ ଭେଟି ଆଦାୟ କରିବା ଏବଂ ସେମାନଙ୍କ ମଧ୍ୟରେ ପ୍ରଧାନ ହୋଇ କର୍ତ୍ତୃତ୍ୱ ପରିଚାଳନା କରିବା କ୍ଷମତା ପାଇବା, କଟକ ଜିଲ୍ଲାର ସମସ୍ତ ଗଡ଼ଜାତ ଯାହାକି ମହାନଦୀର ଦକ୍ଷିଣ ତରଫରେ ଅବସ୍ଥିତ ଘୁମୁସର, ମହୁରୀ ପ୍ରଭୃତି; ଗଞ୍ଜାମରେ ଖେମଣ୍ଡି ସୀମାନ୍ତ ପର୍ଯ୍ୟନ୍ତ ରାଜ୍ୟମାନଙ୍କ ଉପରେ ରାମଚନ୍ଦ୍ରଦେବଙ୍କର ଆଧିପତ୍ୟ ରହିଲା । ଆଳି ଏବଂ ତାହା ଅଧୀନସ୍ଥ ରାଜ୍ୟମାନ ମୁକୁନ୍ଦଦେବଙ୍କ ବଡ଼ପୁଅ ରାମଚନ୍ଦ୍ର ପାଇଲେ ଜମିଦାରୀସ୍ୱରୂପ ଏବଂ ଛକଡ଼ି ଭ୍ରମରବର ସାରଙ୍ଗଗଡ଼ ପାଇଲେ ।

 

ମାନସିଂହ ଆଫଗାନମାନଙ୍କୁ ପରାସ୍ତ କରି ବିଦ୍ରୋହ ଦମନ କଲେ ଏବଂ ଦୁର୍ଗମାନ ସୁଦୃଢ଼ କଲେ । ଶାନ୍ତି ସ୍ଥାପିତ ହେଲା ଏବଂ ୧୫୯୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଦିଲ୍ଲୀ ସାମ୍ରାଜ୍ୟଭୁକ୍ତ ହେଲା ।

 

ରାମଚନ୍ଦ୍ରଦେବ ୧୩୪୨ ବର୍ଗମାଇଲ ମଧ୍ୟରେ ୧୨୯ ଗୋଟି ଦୁର୍ଗର ଅଧିପତି ହେଲେ ଏବଂ ରାଜତ୍ୱ କଲେ । ଆଫଗାନମାନଙ୍କୁ ଖଜଣା ନ ଦେଇ ସମ୍ରାଟଙ୍କ କର୍ମଚାରୀଙ୍କୁ ଦେଲେ; ୩୫୦୦ ଅଶ୍ୱାରୋହୀ ସୈନ୍ୟ ରଖିବାର କ୍ଷମତା ପାଇଲେ ।

 

ରାମଚନ୍ଦ୍ରଦେବଙ୍କ ରାଜ୍ୟର ଆୟ ୭୧୫୬୧ ପାଉଣ୍ଡ । ଏହି ସମୟରୁ ଓଡ଼ିଶାରୁ ଆଫଗାନ ସମ୍ପର୍କ ତୁଟିଲା ଏବଂ ମୋଗଲମାନେ ରାଜତ୍ୱ କଲେ ।

 

ଆଫଗାନମାନେ କେବଳ ପାଶବିକ ବଳ ପ୍ରୟୋଗ କରି ଯେପରି ରାଜ୍ୟଲାଭ କରିଥିଲେ ସେହିପରି ହରାଇ ବସିଲେ । ଅଧର୍ମ୍ମ, ଅନ୍ୟାୟ କେତେ ଦିନ ରାଜତ୍ୱ କରିପାରେ ? ଆଫଗାନମାନେ ପରାସ୍ତ ହୋଇ ସୁଦ୍ଧା ଉତ୍କଳ ଲାଳସା ଛାଡ଼ି ପାରିଲେ ନାହିଁ । ୧୫୦୯ ମସିହାରେ ପୁଣି ବିଦ୍ରୋହୀ ହେଲେ, ମାତ୍ର ପରାସ୍ତ ହେଲେ । ୧୬୧୧ଖ୍ରୀଷ୍ଟାବ୍ଦରେ ପୁନର୍ବାର ଆଫଗାନମାନେ ବିଦ୍ରୋହୀ ହେଲେ, ମାତ୍ର ପରାସ୍ତ ହେଲେ । ଏହିପରି ବାରମ୍ବାର ପରାସ୍ତ ହୋଇ ଶେଷରେ ନିରସ୍ତ୍ର ହେଲେ । କିଛି କିଛି ଜମି ହାସଲ କରି ପ୍ରଜା ହୋଇ ବାସ କଲେ । ପ୍ରଜା ହୋଇ ବାସ କଲେ ସତ, କିନ୍ତୁ ମନରୁ ‘ଆମେ ନବାବ ଜାତି’ ଗର୍ବ ଛାଡ଼ିଲେ ନାହିଁ । ଶିଳ୍ପ ବାଣିଜ୍ୟାଦି କଲେ ନାହିଁ । କ୍ରମେ ନିର୍ଦ୍ଧନ ହୋଇଗଲେ । ଅମୀର ଥିଲେ, ଫକୀର ହେଲେ ।

 

କଟକ ଜିଲ୍ଲାର ଲୋକସଂଖ୍ୟା ମଧ୍ୟରୁ ମୁସଲମାନ ପ୍ରାୟ ଏକ ଚତୁର୍ଦ୍ଧଶାଂଶ । ପୁରୀ ଲୋକସଂଖ୍ୟାରୁ ଏମାନେ ପ୍ରାୟ ଶତକଡ଼ା ୧ । ଏହିପରି ଆଫଗାନ ଅତ୍ୟାଚାର ଶେଷ ହେଲା ।

 

୧୬୦୦ ଖ୍ରୀଷ୍ଟାବ୍ଦରେ ଆକବର ବାଦଶାହ ବଙ୍ଗଳା ସହିତ ଓଡ଼ିଶାର ଶାସନଭାର ବଡ଼ପୁଅକୁ ଦେଲେ । ପାଞ୍ଚବର୍ଷ ପରେ ଆକବରଙ୍କ ମୃତ୍ୟୁବେଳେ ଏ ଶାସନଭାର ନାତି ପାଇବ ବୋଲି କହିଗଲେ । ମାତ୍ର ନୂତନ ବାଦଶାହ ଏ ଶାସନଭାର ତାଙ୍କ ଭାଇଙ୍କି ଅର୍ପଣ କଲେ । ପୁନଶ୍ଚ ୧୬୧୨-୨୨ ପର୍ଯ୍ୟନ୍ତ ଏ ଶାସନଭାର ସମ୍ରାଟଙ୍କ ଆଜ୍ଞାନୁସାରେ ତାଙ୍କ ଶାଳକଙ୍କ ହସ୍ତରେ ଅର୍ପିତ ହେଲା ।

 

୧୬୨୧ ଖ୍ରୀଷ୍ଟାବ୍ଦରେ ସାହାଜାହାନ ଲାଗି ବିଦ୍ରୋହୀ ହୋଇ ଓଡ଼ିଶାକୁ ପଳାଇ ଆସିଲା । ଏଠାରେ ଯୁଦ୍ଧ କରି ସମ୍ରାଟଙ୍କ ଶାସନକର୍ତ୍ତାଙ୍କୁ ମାରିପକାଇ ୧୬୨୨-୧୬୨୪ ସାଲ ପର୍ଯ୍ୟନ୍ତ ବଙ୍ଗଦେଶ ଶାସନ କଲା । ୧୬୨୪ରେ ସେଠାରେ ପରାସ୍ତ ହୋଇ ପୁନଶ୍ଚ ଓଡ଼ିଶାକୁ ପଳାଇ ଆସିଲା ।

 

୧୬୧୮ ଖ୍ରୀଷ୍ଟାବ୍ଦ ଜାନୁୟାରୀ ମାସରେ ଜାହାଙ୍ଗୀର ତାଙ୍କ କାଗଜପତ୍ରରେ ଓଡ଼ିଶା ସମ୍ବନ୍ଧେ କେତେକ କଥା ଲେଖିଥିଲେ । ତାହା ବିହାର-ଓଡ଼ିଶା ରିସର୍ଚ୍ଚ ମାସିକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ତା’ର ମର୍ମ ନିମ୍ନରେ ପ୍ରକାଶିତ ହେଲା ।

 

ଆଉରଙ୍ଗଜେବଙ୍କ ରାଜତ୍ୱ ପ୍ରାରମ୍ଭ ସମୟରେ ମାଲୁ (ମାଲୁଦ) ମୋଗଲବନ୍ଦି ଓଡ଼ିଶାର ଦକ୍ଷିଣ ଫାଣ୍ଡି ଥିଲା । ତଦୁତ୍ତାରୁ କୁତବସାହି ଜିଲାର ଚିକାକୋଲ । ଏଥିରୁ ଗୋଲକୁଣ୍ଡାକୁ ୨୦୦୦୦ ଟଙ୍କା ଦିଆଯାଉଥିଲା ।

 

ଏ ସମୟରେ ମୁଁ ଖବର ପାଇଲି ଯେ ମକର ଖାଁ ଓଡ଼ିଶାର ଶାସନକର୍ତ୍ତା ଥିଲେ । ସେ ଖୋର୍ଦ୍ଧା ଜୟ କଲେ । ଓଡ଼ିଶା ରାଜା ରାଜମହେନ୍ଦ୍ରୀକୁ ପଳାୟନ କଲେ । ଗୋଲକୁଣ୍ଡା ଓ ଓଡ଼ିଶା ମଧ୍ୟରେ ଦୁଇ ଜମିଦାର; ଯଥା- ଖୋର୍ଦ୍ଧା ରାଜା ଓ ରାଜମହେନ୍ଦ୍ରୀ ରାଜା । ଖୋର୍ଦ୍ଧା ଅଧିକାରକୁ ଆସିଲା; ଏଥର ରାଜମହେନ୍ଦ୍ରୀ ପାଳି ।

 

ଖ୍ରୀ ୧୬୨୯-୩୦ ଶୀତ ସମୟରେ ବାଖର ଖାଁ ଓଡ଼ିଶାର ଶାସନକର୍ତ୍ତା ହେଲେ । ସେ ଖିରପଡ଼ାକୁ ଗଲେ । ସେ କୁତବସାହି ଛୋଟ ରାସ୍ତା ଛତ୍ରଦୁଆରଠାରୁ ୪ ମାଇଲ ଏବଂ ଓଡ଼ିଶା ମଧ୍ୟରେ ମହେନ୍ଦ୍ରଠାରୁ ୨୪ ମାଇଲ ପର୍ଯ୍ୟନ୍ତ ଲୁଟପାଟ କରି ଛାରଖାର କଲା । ବର୍ଷା ସମୟ ହେବାରୁ ଫେରି ଆସିଲା । ପୁନଶ୍ଚ ୧୬୩୦ ଶରତ୍ କାଳରେ ବନ୍ଧୁ ଜମିଦାର ଆଳି, ଖଲିକୋଟ ଓ କୁଡ଼ାଲାମାନଙ୍କ ସୈନ୍ୟ ସହିତ ଯାତ୍ରା କଲେ । ଡିସେମ୍ବର ମାସ ୩ ତାରିଖରେ ମନସୁରଗଡ଼ଠାରେ ପ୍ରବେଶ ହେଲେ । ଏ ଦୁର୍ଗ ଅଇରିପୁରଠାରୁ ୮ ମାଇଲ ଦୂରରେ ଅବସ୍ଥିତ । ମନସୁର ନାମକ ଗୋଲକୁଣ୍ଡାର ଜଣେ କର୍ମଚାରୀ ପ୍ରସ୍ତୁତ କରିଥିଲେ । ଏଠାରେ ଯୁଦ୍ଧ ହେଲା । ବାଖର ଦୁର୍ଗ ଅଧିକାର କରି ଫେରିଗଲେ । କୁତବସାହୀମାନେ ପୁଣି ବିଦ୍ରୋହୀ ହେଲେ । ମାତ୍ର ବାଖର ଖାଁଦ୍ୱାରା ପରାଜିତ ହେଲେ । ବାଖର ଖାଁ ଜମିଦାର ଓ ପ୍ରଜାମାନଙ୍କ ଉପରେ ବଡ଼ ଅତ୍ୟାଚାର କଲା । ଶାହାଜାହାନ ଏ କଥା ଶୁଣିପାରି ୨୪-୬-୧୬୩୨ରେ ତାକୁ ବରଖାସ୍ତ କଲେ । ବାଖର ଖାଁ ଜମିଦାରମାନଙ୍କୁ କଏଦ କରି ରାଜସ୍ୱ ଆଦାୟ କରୁଥିଲା । ୭୦୦ କଏଦଙ୍କୁ ମାରି ପକାଇଲା । ମାତ୍ର ଜଣେ ପଳାୟନ କରି ଶହାଜାହାନଙ୍କୁ ସମ୍ବାଦ ଦେଲା ।

 

ପଳାତକ କଏଦୀ ଶାହାଜାହାନଙ୍କୁ ଜଣାଇଲା ଯେ ବାଖର ଖାଁ ୪୦ ଲକ୍ଷ ଟଙ୍କା ନେଇଛି । ଶାହାଜାହନ ତାକୁ ତଲବ କରି ହିସାବ ବୁଝିଲେ ।

 

ବାଖର ପରେ ମତାକତ ଖାଁ ଶାସନକର୍ତ୍ତା ନିଯୁକ୍ତ ହେଲା । ସେ ଉତ୍ତମରୂପେ ଶାସନକରି ୧୭-୧୦-୧୬୪୧ ଖ୍ରୀଷ୍ଟାବ୍ଦରେ ବୃଦ୍ଧ ବୟସରେ ପ୍ରାଣତ୍ୟାଗ କଲା ।

 

ଶାନୱାଜ ଖାଁ (୧୬୪୧-୧୬୪୨), ମହମ୍ମଦ ଜମନ ଡିହରାନି (୧୬୪୨-୧୬୪୫), ମତାକତ ଖାଁ (୧୬୪୫-୧୬୪୮), ତରନିୟତ ଖାଁ (୧୬୪୮-୧୬୫୬) ପର୍ଯ୍ୟନ୍ତ ଶାସନକାର୍ଯ୍ୟ ଚଳାଇଲେ । ୧୬୫୭ ସେପ୍ଟେମ୍ବର ମାସଠାରୁ ୧୬୬୦ ଖ୍ରୀଷ୍ଟାବ୍ଦ ମେ ମାସ ପର୍ଯ୍ୟନ୍ତ ଅରାଜକ ହେଲା । ଶାହାଜାହାନ ପୀଡ଼ିତ ହେବାରୁ ପୁତ୍ରମାନଙ୍କ ମଧ୍ୟରେ ବିବାଦ ମନାନ୍ତର ଆରମ୍ଭ ହେଲା । ୧୬୬୦ରେ ସୁଜା ପଳାୟନ କଲା ଓ ଆଉରଙ୍ଗଜେବ ଏକାଧିପତ୍ୟ କଲେ । ସୁଜା ସମସ୍ତ ସୈନ୍ୟମାନଙ୍କୁ ନେଇ ମୀରଜୁମଲା ସଙ୍ଗେ ରାଜମହଲ ଓ ମାଲଦାଠାରେ ଯୁଦ୍ଧ କଲା । ଓଡ଼ିଶାର ରାଜାମାନେ ଖଜଣା ଦେଲେ ନାହିଁ । ଅଧିକାଂଶ ଦୁର୍ଗ ନିର୍ମାଣ କରି ଲୁଟପାଟ ଆରମ୍ଭ କଲେ ।

 

୧୬୫୯ ମସିହାରେ ମୀରଜୁମଲା ପଶ୍ଚିମ ବଙ୍ଗଳାରେ ଦମ୍ଭ ହୋଇ ବସିଲା । ତା’ ପାଖରେ ଯଥେଷ୍ଟ ସୈନ୍ୟ ଥିଲେ । ସେଥିରୁ କେତେକ ଓଡ଼ିଶାକୁ ପଠାଇଲେ । ସେ ଅଳ୍ପଦିନ ଶାସନ କରିଥିଲା । ତାଙ୍କର ପ୍ରଥମ ଆଦେଶ ହେଲା ଯେ ଓଡ଼ିଶାର ସବୁ ମସଜିଦରେ ଖତବ୍ ପାଠ ହେବ ଆଉରଙ୍ଗଜେବଙ୍କ ନାମରେ । ଆପଣା ନିଯୁକ୍ତି ବିଷୟ ଜଣାଇ ଦେବା ଲାଗି ପରୱାନା ହେଲା ଏବଂ ଆଦେଶ ହେଲା ଯେ ନାରଣଗଡ଼ଠାରେ ସମସ୍ତେ ତାଙ୍କୁ ସାକ୍ଷାତ୍‍ କରିବେ । ସେଠାରୁ ସେ ମେଦିନୀପୁର ଯିବେ । ଏଠାକୁ ନିର୍ଦ୍ଦିଷ୍ଟ ଦିନ ଯାଇ ରାଜା ନୀଳକଣ୍ଠ ଦେବଙ୍କ ଭାଇମାନଙ୍କୁ ଭରତ ପଟ୍ଟନାୟକ ଭାଇ ଗୋପୀନାଥଙ୍କୁ ରାଜା ମୁକୁନ୍ଦଦେବଙ୍କ କର୍ମଚାରୀଙ୍କୁ ଏବଂ ନିକଟବର୍ତ୍ତୀ ଅନ୍ୟାନ୍ୟ ଜମିଦାରମାନଙ୍କୁ ବନ୍ଦୀ କରି ନେଇଗଲା । ଏମାନଙ୍କ ଅନୁପସ୍ଥିତିରେ ଖଜଣା ଆଦାୟ ହୋଇପାରିଲା ନାହିଁ । ସୁତରାଂ ମୋଗଲ ଫଉଜଦାର ସେମାନଙ୍କୁ ଜାମିନୀ ନେଇ ଖଲାସ ଦେଲା ।

 

ଇତିମଧ୍ୟରେ ଖାନିଦୁରାନି ଶାସନକର୍ତ୍ତା ହେଲେ (୧୬୬୦-୧୬୬୩) । ତାଙ୍କର ପ୍ରଥମ ଉଦ୍ୟମ ଓଡ଼ିଶାର ପୁନର୍ବିଜୟ । ସେ ଅରାଜକତା ବିଷୟ ନିମ୍ନଲିଖିତମତେ ବର୍ଣ୍ଣନା କରିଅଛନ୍ତି ।

 

ଶାସନ ଶିଥିଳତା ହେତୁ ଜମିଦାରମାନେ ଅମାନିଆ ହୋଇଅଛନ୍ତି । କାଠଯୋଡ଼ି ଅପରପାର୍ଶ୍ୱର ଜମିଦାରମାନେ ଖଜଣା ନ ଦେଇ ଯୁଦ୍ଧ ଘୋଷଣା କରିଥିଲେ । ହରିପୁର (ମୟୂରଭଞ୍ଜ) ଜମିଦାର କୃଷ୍ଣଭଞ୍ଜ ପ୍ରଧାନ ଜମିଦାର । ସେ କ୍ଷମତା ବିସ୍ତାର କରି ମେଦିନୀପୁରଠାରୁ ଭଦ୍ରଖ ଯାଏ ୫୦ କି ୬୦ କୋଶ ଅଧିକାର କରି ଲୋକମାନଙ୍କ ସମ୍ପତ୍ତି ନେବାକୁ ଅତ୍ୟାଚର କରୁଅଛନ୍ତି । କେନ୍ଦୁଝର ଜମିଦାର ଲକ୍ଷ୍ମୀନାରାୟଣ ଭଞ୍ଜ ମାଛର ବା ନାଛର ଦୁର୍ଗ ଅଧିକାର କରିଛି । ୩ ବର୍ଷ ହେଲା ଏମାନେ ସୈନ୍ୟ ସଂଗ୍ରହ କରି ଯୁଦ୍ଧ ଲାଗି ପ୍ରସ୍ତୁତ ହୋଇଅଛନ୍ତି । ହିଜିଲି ଜମିଦାର ବାହାଦୁର ବିଦ୍ରୋହୀ । ଛୋଟରାୟ ରଏତଙ୍କୁ ମେଳିକରି ଜଙ୍ଗଲ ମଧ୍ୟରେ ଦୁର୍ଗ ନିର୍ମାଣ କରି ମନ୍ଦ ଉଦ୍ଦେଶ୍ୟରେ ଅଛି ।

 

ଖାନିଦୁରାନି ଆଲାହାବାଦରେ ସୁବେଦାର ଥିଲେ । ୧୬୬୦ ମସିହା ଅପ୍ରେଲ୍ ୩ ତାରିଖରେ ନିଯୁକ୍ତି ପରୱାନା ପାଇ ବର୍ଷା ସମୟରେ ବଢ଼ି ବର୍ଷା ନ ମାନି ମେଦିନୀପୁରରେ ସେପ୍ଟେମ୍ବର ମାସ ୨୬ ତାରିଖରେ ପ୍ରବେଶ ହେଲେ । ଏଠାରେ କେତେଦିନ ରହି ଶାସନ ଦୋରସ୍ତ କରି ଜଳେଶ୍ୱର ଗଲେ । ଜମିଦାରମାନଙ୍କୁ ସାକ୍ଷାତ୍‍ କରିବା ଲାଗି ଆଦେଶ ହେଲା । ପ୍ରଥମେ ହିଜିଲି ଆକ୍ରମଣ କରିବାର ବାସନା ଥିଲା । ମାତ୍ର ଦୁର୍ଗମ ପଥ ଯୋଗୁଁ ରହିତ ହେଲେ । ଅକ୍ଟୋବର ଶେଷରେ ଜଳେଶ୍ୱରଠାରେ ପ୍ରବେଶ ହେଲେ । ଖାନିଦୁରାନି ପ୍ରବେଶ ବାର୍ତ୍ତା ପାଇ ବାହାଦୂର ଓ କୃଷ୍ଣଭଞ୍ଜମାନେ ବଶ୍ୟତା ସ୍ୱୀକାର କଲେ । ରେମୁଣାର ମୋଗଲ ଫଉଜଦାର ଏ କଥା ଲେଖି ସମ୍ବାଦ ଦେଲେ । ହରିହରପୁର ଭଞ୍ଜେ ଆସିଲେ; ମାତ୍ର ତାଙ୍କର ବଡ଼ ଦୁର୍ଦ୍ଦଶା ହେଲା । ଦୁରାନିଙ୍କି ଶୁଭଦିନ ମିଳୁନାହିଁ କହି ମାସେଯାଏ ଦେଖା ଦେଲେ ନାହିଁ । ଖଜଣା କେତେ ଦେବେ ତଦାରଖ ହେବାରୁ ଯୁଦ୍ଧ କଲେ, ମାତ୍ର ହାଣ ଖାଇଲେ । ଉଦଣ୍ଡ ଜମିଦାର, ନରସିଂହପୁର ଜମିଦାର, ଘାଟଶିଳାର ଚକ୍ରେଶ୍ୱର ଧଳ ଓ ନୀଳଗିରି ଜମିଦାର ହରିଚନ୍ଦନମାନେ ଆସ୍ତ୍ରତ୍ୟାଗ କରି ବନ୍ଦୀ ହେଲେ । ମୟୂରଭଞ୍ଜ ରାଜାଙ୍କ ଆତ୍ମୀୟମାନେ ଗୋଳମାଳ କଲେ । ଦୁରାନି ସେମାନଙ୍କୁ ଦଣ୍ଡ ଦେବାକୁ ଯାଇ ରେମୁଣାଠାରେ ରହିଲେ । ଭାଇ ଜୟୀଭଞ୍ଜ ବଶ ହେଲା, କ୍ଷମାପ୍ରାର୍ଥନା କଲା ଏବଂ ତାଙ୍କ ମାତା ୩ ହାତୀ, କେତେ ଟଙ୍କା ପୁରସ୍କାର (ପେସ୍‌କସ୍‌) ଦେଇ ପୁଅ ଲାଗି ରାଜଗାଦିର ଟୀକା ଓ ଜମିଦାରୀ ପ୍ରାର୍ଥନା କରିବାରୁ ଦୁରାନି ସମ୍ମତ ହେଲେ ।

 

ସେଠାରୁ ଦୁରାନି କଟକ ଗଲେ । ଚଳନ୍ତି ବିଷ୍ଣୁ ଖୋର୍ଦ୍ଧା ଜମିଦାର ଶରଣାଗତ ହେଲେ । ଅନ୍ୟାନ୍ୟ ଜମିଦାର ଓ ଖଣ୍ଡାୟତମାନେ ତାଙ୍କ ସାଥିରେ ଆସିଥିଲେ । କେତେଦିନ ଉତ୍ତାରୁ ରାଜା ମୁକୁନ୍ଦଦେବ ପୁଣି ଗୋଳମାଳ କଲେ । ମୋଗଲ ସୈନ୍ୟମାନେ ବିଦ୍ରୋହ ଦମନ କରି ଅନେକ ଦୁର୍ଗ ନେଲେ । ୧୬ ତାରିଖ ଫେବୃୟାରୀରେ ଦୁରାନି କାଳୁପଡ଼ା, ମଟ୍ରି, କର୍କାହି, ଖରଡ଼ିହ ଏବଂ ଅନ୍ୟ ତିନିଗୋଟି ଦୁର୍ଗ ନିକଟରେ ପ୍ରବେଶ ହେଲେ । ଏସବୁ ଦୁର୍ଗମାନଙ୍କ ପର୍ବତ ନିକଟରେ ମୋଗଲ ସୈନ୍ୟ ପ୍ରବେଶ ହେଲେ । ଶତ୍ରୁପକ୍ଷର ଅସଂଖ୍ୟ ସୈନ୍ୟ, ଖଡ଼ଶାନ ଓ ବାଙ୍କି, ରଣପୁର ଏବଂ ଅନ୍ୟାନ୍ୟ ଭୂୟାଁମାନେ ଖଣ୍ଡାୟତମାନଙ୍କ ସହ ମିଶି ଯୁଦ୍ଧ କଲେ । ଶତ୍ରୁପକ୍ଷ ସୈନ୍ୟମାନେ ତୋଡ଼ାଦାର ବନ୍ଧୁକ, ତୀର, ଖଣ୍ଡା, ଶାବଳା ଦୁଆର, ଧକଣ ଓ ସିନ୍ତି ପ୍ରଭୃତି ବ୍ୟବହାର କଲେ, ମାତ୍ର ଶେଷରେ ହାରିଲେ । ସାତ ଦୁର୍ଗ ମୋଗଲ ଅଧିକାରଭୁକ୍ତ ହେଲା । ଦୁଇ ତିନିଦିନ ମଧ୍ୟରେ ଶାନ୍ତି ସ୍ଥାପିତ ହେଲା ଓ ଥାନା ବସିଲା ।

 

୧୬୬୧ ମସିହା ଫେବୃୟାରୀ ୨୦ ତାରିଖରେ ଦୁରାନି ଖୋରଦ୍ଧା ଯାତ୍ରା କଲେ ଏବଂ ଏକ ମାଇଲ୍ ଦୂରରେ ଛାଉଁଣୀ ପଡ଼ିଲା । ରାଜା ପଳାୟନ କଲେ ।

 

ବହୁତ ଲାଭ ହେଲା ଏବଂ ଅନେକ ଲୋକ ବନ୍ଦୀ ହେଲେ । ଗତ ୫୦ ବର୍ଷ ମଧ୍ୟରେ କୌଣସି ସୁବେଦାର ଏଠାକୁ ଆସି ନ ଥିଲେ । ମୁକୁନ୍ଦ ଦେବଙ୍କ ସାନଭାଇ ଭ୍ରମରବରଙ୍କୁ ଗାଦିରେ ବସାଇଲେ । ସମସ୍ତେ ବଶ୍ୟତା ସ୍ୱୀକାର କଲେ । ମୁକୁନ୍ଦଦେବ ଓ ଭରତ ପଟ୍ଟନାୟକମାନେ ଦୁରାନିକୁ ସାକ୍ଷାତ୍‍ କଲେ । ୮ ।୩ ।୬୧ରେ କେନ୍ଦୁଝର ଦୁର୍ଗ ଅଧିକାର କରାଗଲା ପରେ ବାହାଦୂର ସବଂଶରେ ଧୃତ ହେଲା । ରଣପୁର ଜମିଦାର ଖଣ୍ଡ ନରେନ୍ଦ୍ର ଓ ମକିପଡ଼ା, ଡମପଡ଼ା ଜମିଦାରମାନେ ବଶ୍ୟତା ସ୍ୱୀକାର କରି କର ପ୍ରଦାନ କଲେ । ଅନ୍ୟାନ୍ୟମାନେ ପରାଜିତ ହେଲେ । ମାଲୁଦର ମୋଗଲ ଫଉଜଦାର ଅନ୍ଧାରୀ ଜମିଦାର ପିତାମ ମାଲୁଦ ଜମିଦାର କୁମାର ଗୁରୁଙ୍କ ବିଦ୍ରୋହ ଦମନ କଲା । ମିଆନ ମହମଦଯାନ କନିକା ଜମିଦାରୀ ଅଧିକାର କଲେ, ରାଜାଙ୍କୁ ସମୁଦ୍ର ସଧ୍ୟସ୍ଥ ରିକା ନାମକ ଦୁର୍ଗକୁ ତଡ଼ିଦେଲା । ସେଠାରେ ତାଙ୍କୁ ଘେରାଉ କରିବା ଲାଗି ମହାନଦୀରୁ ଛମ୍ପ ବୋଟ ଓ ବଡ଼ ବୋଟମାନ କୁଜଙ୍ଗ ଜମିଦାର ଗୋପାଳି ସାହାଯ୍ୟରେ ପଠାଯାଇ ଥିଲା ।

 

ରାଉତରା କୁଇଲୁ ମଧୁପୁର ଜମିଦାର ବାକି ଖଜଣା ଲାଗି ବନ୍ଦୀ ହେଲେ । କୁଜଙ୍ଗ ଗୋପାଳି ଦଶା ସେହିପରି ହେଲା । କଳସ ଦୁର୍ଗ ଅଧିକୃତ ହେଲା । କିଲାଦାର ଶ୍ରୀଚନ୍ଦନ କ୍ଷମା ପ୍ରାର୍ଥନା କଲା । ପ୍ରାଣରକ୍ଷା ହେଲା; ମାତ୍ର ବନ୍ଦୀ ହେଲା । କଟକ ଦୁର୍ଗ ଏହିପରି ଅଧିକୃତ ହେଲା । କାଇଲିକଟ (ନୟାଗଡ଼ ନିକଟ) ଜମିଦାରଙ୍କ ପୁଅମାନେ ବନ୍ଦୀ ହେଲେ ।

 

ରାଜା ନୀଳକଣ୍ଠ ଦେବ ସମ୍ରାଟଙ୍କ ପକ୍ଷ ହେଲେ ଓ ବିଶ୍ୱାସୀ ହେଲେ । କୁତବସାହି ପ୍ରଗଣା ତାଙ୍କ ଜାଗିରି ଥିଲା । ସେ ଗଜଧର ଦ୍ୱାରା ଶାସନ କରୁଥିଲେ । ତାଙ୍କ ଭାଇମାନେ ବନ୍ଦୀଥିଲେ; ସେମାନେ ମୁକ୍ତ ହେଲେ; ଶାନ୍ତି ସ୍ଥାପିତ ହେଲା ।

 

ତେଲିଙ୍ଗଣା ବଣରେ ବହୁତ ହାତୀ ଥିଲେ । ପୁରସ୍କାର ମଧ୍ୟରେ ହାତୀ ପ୍ରଧାନ ପୁରସ୍କାର ଥିଲା । ୧୬୬୨ ମସିହାରେ ସରକାରଙ୍କ ପୁତ୍ରର ବିବାହ ବେଳେ ୫ ହାତୀ ପୁରସ୍କାର ପଠାଯାଇଥିଲା । ୧୬୨୮ ମସିହାରେ ଶାହାଜାହାନ ବାଖରଖାଁ ଠାରୁ ୫ ହାତୀ ପାଇଥିଲେ ଏବଂ ୧୬୩୦ରେ ମାତକତଖାଁଠାରୁ ୮ ହାତୀ ପାଇଥିଲେ । ଖାଁ ଦୁରାନି ୧୫ ଲକ୍ଷ ଟଙ୍କା ଓ ୭ ଖଣ୍ଡ ବସ୍ତ୍ର ପଠାଇଲେ । ରାଜମୁଖଯାଏ ଏ ଟଙ୍କା ଯାଇ ବଙ୍ଗଳା ଖଜଣା ସାମିଲରେ ପଠାଗଲା ।

 

ଗୋଲକୁଣ୍ଡା ଓଡ଼ିଶା ଅନ୍ତର୍ଗତ ଥିଲା । ଏଥିରୁ ଆଠ ହଜାର ଟଙ୍କା ଖଜଣା ଆଦାୟ ହେଉଥିଲା । ସାରଙ୍ଗଗଡ଼ ଲାଗି ପୁରୁଷୋତ୍ତମଦେବ ୧୦୦୦୦ ଟଙ୍କା ୱାରସ ଫିସ୍ ଦେଲେ । ନିର୍ଦ୍ଦିଷ୍ଟ ଖଜଣା ନ ଥିଲା, ଦୁଇତିନି ବର୍ଷରେ ଥରେ ନଜର ଦେଉଥିଲେ । ଖଜଣା ଆଦାୟ ଲାଗି ମଫସଲ କୋରଖ ହେଉଥିଲା, ଫସଲ କ୍ରୋକ ହେଉଥିଲା । ଭାଗ ଆଦାୟ ହେଉଥିଲା । ମଲାଙ୍ଗି ବୋଟଦ୍ୱାରା ଧାନ ପଠାଯାଉଥିଲା, ମହମ୍ମଦ ବାଖର ବାଲେଶ୍ୱର ବନ୍ଦରର ଜାହାଜ ତିଆରି ଦାରୋଗା ଥିଲା । ହରିଶପୁର ବନ୍ଦରଠାରେ ଉତ୍କୃଷ୍ଟ କାରିଗର ଥିଲେ । ସେମାନେ ଯାଇ ବାଲେଶ୍ୱର ବନ୍ଦରଠାରେ ଜାହାଜ ନିର୍ମାଣ କରୁଥିଲେ ।

 

ପ୍ରଜାମାନଙ୍କଠାରୁ ଜିନିଷ ନେଇ ମୂଲ୍ୟ ଖଜଣାରେ ମଜୁରା ଦେଉଥିଲେ । ଆଗତୁରା ଟଙ୍କା ମଧ୍ୟ ଦିଆଯାଉଥିଲା ।

 

ଓଡ଼ିଶାର ମୋଗଲ ସୁବେଦାରମାନଙ୍କ ନାମ

 

୧ ।

ବାଖର ଖାଁ ନାଜମସାନି

୧୬୨୮- ୩୨ ଖ୍ରୀଷ୍ଟାବ୍ଦ

୨ ।

ମାତାକତ୍ ଖାଁ

୧୬୩୨-୪୧ ଖ୍ରୀଷ୍ଟାବ୍ଦ

୩ ।

ଶାନୱାଜ ଖାଁ

୧୬୪୧-୪୨ ଖ୍ରୀଷ୍ଟାବ୍ଦ

୪ ।

ମହମ୍ମଦ ଜମନତିହାରାନି

୧୬୪୨-୪୫ ଖ୍ରୀଷ୍ଟାବ୍ଦ

୫ ।

ମାତକତ୍ ଖାଁ

୧୬୪୫-୪୮ ଖ୍ରୀଷ୍ଟାବ୍ଦ

୬ ।

ତରନିୟତ ଖାଁ

୧୬୪୮-୫୬ ଖ୍ରୀଷ୍ଟାବ୍ଦ

 

(୧୬୫୬-୫୯ ଅରାଜକ)

୭ ।

ଇତୀସାମ ଖାଁ

୧୬୫୯-୬୦ ଖ୍ରୀଷ୍ଟାବ୍ଦ

୮ ।

ଖାନିଦୁରାନି

୧୬୬୦-୬୭ ଖ୍ରୀଷ୍ଟାବ୍ଦ

୯ ।

ତରବିୟତ୍ ଖାଁ

୧୬୬୭- ୬୯ ଖ୍ରୀଷ୍ଟାବ୍ଦ

୧୦ ।

ସାଫି ଖାଁ

୧୬୬୯-୭୬ ଖ୍ରୀଷ୍ଟାବ୍ଦ

୧୧ ।

ରସିର ଖାଁ

୧୬୭୬-୭୬ ଖ୍ରୀଷ୍ଟାବ୍ଦ

୧୨ ।

ସାଏସ୍ତ ଖାଁ

୧୬୭୬-୭୬ ଖ୍ରୀଷ୍ଟାବ୍ଦ

୧୩ ।

ନରୁଲ

୧୬୭୬-୭୮ ଖ୍ରୀଷ୍ଟାବ୍ଦ

୧୪ ।

କମଗର ଖାଁ

୧୬୭୮-୧୭୦୪ ଖ୍ରୀଷ୍ଟାବ୍ଦ

୧୫ ।

ମୁର୍ଶିଦକୁଲି ଖାଁ

୧୭୦୫-୧୭୨୫ ଖ୍ରୀଷ୍ଟାବ୍ଦ

 

ମିଆନ ମହମ୍ମଦଯାନ, ମୀରଇସମାଲ, ମିର୍ଜାଇବ୍ରାହିମ୍ ବକ୍‌ସ୍‌, ମହମ୍ମଦ ହାସିମ୍‌, ମହମ୍ମଦ ତାହିର, ମହମ୍ମଦ ତକି, ଖାଜା ମହମ୍ମଦମମୀନ ୧୬୨୭-୬୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ଦେୱାନ ଥିଲେ । ଟଙ୍କାଶାଳା ଥିଲା । ଦେୱାନମାନେ ଯା ଇଚ୍ଛା ତା’ କରୁଥିଲେ । ଅମୀନମାନଙ୍କଠାରୁ ଟଙ୍କା ନେଇ କାର୍ଯ୍ୟରେ ନିଯୁକ୍ତ କରୁଥିଲେ । ଏ ଅମଳକୁ ଏକପ୍ରକାର ଅଶାସନ କହିଲେ ଚଳେ । ପ୍ରଜାମାନେ ଜମି ଛାଡ଼ି ପଳାଇ ଯାଇଥିଲେ । ଆଓରଙ୍ଗଜେବ ବ୍ୟବହାର୍ଯ୍ୟ ପଦାର୍ଥ ଉପରୁ ଟିକସ ଉଠାଇ ଦେଇଥିଲେ । ସେକ୍ ଯୁନେଦ କଟକର ମହତାସିବ ହେଲେ । ବାଳକ ବିକ୍ରୀ ବନ୍ଦ କରାଗଲା । ମୁସଲମାନ ଶାସନକର୍ତ୍ତାମାନେ ଧାର୍ମିକ ଲୋକମାନଙ୍କୁ ନିଷ୍କର ବାହେଲି ସମ୍ପତ୍ତି ଦାନ କରୁଥିଲେ (ମୁସଲମାନ ଧର୍ମରେ ଧାର୍ମିକ) । ହିନ୍ଦୁ ଦେଉଳ ଭାଙ୍ଗି ମସଜିଦ କରିବାର ନୀତି ଥିଲା ।

 

ମଟ୍ରୀଗଡ଼- ମୁଟୁରୀ କାଳୁପଡ଼ାଠାରୁ ଉତ୍ତର-ପଶ୍ଚିମ ଏକ ମାଇଲ ଦୂର ।

 

କୁଲରାବ- ଖୁଲରାବ କଟକଠାରୁ ୮ ମାଇଲ ।

 

ମାଛରା- ପଞ୍ଜିରା କେନ୍ଦୁଝରର ପ୍ରବେଶ ଦ୍ୱାରରେ ।

 

୧୬୯୫ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଜଣେ ଆଫଗାନ ଜମିଦାର ରହିମ ଖାଁ ବିଦ୍ରୋହୀ ହେଲେ । ୩ ବର୍ଷ ଯୁଦ୍ଧ ହେଲା । ଢାକା ଓ ମହାନଦୀ ଯୁଦ୍ଧକ୍ଷେତ୍ର ହେଲା । ଏହି ଯୁଦ୍ଧ ହେତୁ ରାସୀ, ଡଚ୍ ଓ ଇଂରେଜମାନେ ବାଣିଜ୍ୟକୋଠୀ ପାଇବାର ଅନୁମତି ପାଇଲେ । ଆଫଖଗାନର ଏହି ଶେଷ ଚେଷ୍ଟା ବିଫଳ ହେଲା । ଏ ଯୁଦ୍ଧରେ ଦୁଇଗୋଟି ଲୋମହର୍ଷଣ କାଣ୍ଡ ଘଟିଲା । ବର୍ଦ୍ଧମାନ ଅବରୋଧ ହେଲାରୁ ରାଜାନ୍ତଃପୁରର ସ୍ତ୍ରୀମାନେ ବିଷଖାଇ ମରିଗଲେ । ଜଣେ ବଞ୍ଚିଥିଲା, ତାକୁ ନେଇଗଲେ; ମାତ୍ର ସେ ଆତ୍ମସମର୍ପଣ କଲା ନାହିଁ । ବଳପ୍ରୟୋଗ କରିବାରୁ ସେ ଛୁରୀଦ୍ୱାରା ଶତ୍ରୁକୁ ହତ୍ୟା କରି ପରେ ଆତ୍ମହତ୍ୟା କଲା । ୧୬୯୮ରେ ଆଫଗାନମାନେ ପୂର୍ଣ୍ଣ ପରାଜିତ ହେଲେ । ସେହିଦିନଠାରୁ ସେମାନଙ୍କ ନାମ ଶୁଣା ନାହିଁ ।

 

୧୭୦୪ ଖ୍ରୀଷ୍ଟାବ୍ଦରେ ମୁର୍ଶିଦକୁଲି ଖାଁ ବଙ୍ଗଳାର ଏକମାତ୍ର ଶାସନକର୍ତ୍ତା ନିଯୁକ୍ତ ହେଲେ । ଓଡ଼ିଶାରୁ ସହଜରେ କର ଆଦାୟ ହେଉ ନ ଥିବାର ଦେଖି ସେ ସୈନ୍ୟମାନଙ୍କ ହାତରେ ରାଜସ୍ୱ ଆଦାୟର ଭାର ଦେଲେ । ସେମାନେ ତରବାରୀ ଦେଖାଇ ରାଜସ୍ୱ ଆଦାୟ କଲେ । ଆଦାୟ ରାଜସ୍ୱରୁ ଯଥେଚ୍ଛା ଆତ୍ମସାତ୍ କଲେ । କ୍ରମେ ଶାସନକର୍ତ୍ତାଙ୍କ କ୍ଷମତା ବୃଦ୍ଧି ହେଲା । ସେ ତାଙ୍କ ଜାମାତା ସୁଜାଉଦ୍ଦିନଙ୍କୁ ଓଡ଼ିଶା ଶାସନ କରିବାକୁ ପଠାଇଲେ । ସେ ୧୭୦୬ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଉତ୍ତରାଂଶକୁ ଅର୍ଥାତ୍ ମେଦିନୀପୁର ପ୍ରଭୃତିକୁ ବଙ୍ଗଳା ସହିତ ସାମିଲ କଲେ । ୧୭୨୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେ ଠିକ୍ ମତେ ଶାସନକାର୍ଯ୍ୟ ଚଳାଇଲେ । ସେ ଘୋଡ଼ା ଡାକ ବସାଇଲେ । ପଥ ସୁଗମ ହେବା ଏବଂ ମୁର୍ଶିଦାବାଦ ପର୍ଯ୍ୟନ୍ତ ଡାକ ବସିବାରୁ ସମସ୍ତ ବିଦ୍ରୋହ ଭାଙ୍ଗିଗଲା ।

 

୧୭୨୫-୩୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନାଏବ ମହମ୍ମଦ ତକିଖାଁ ବଙ୍ଗର ଶାସନକର୍ତ୍ତା ହେଲେ-। ଏ ସୁଜା ଏବଂ ଦିନ୍ ମହମ୍ମଦ, ଯେ କି ବଙ୍ଗ-ବିହାର-ଓଡ଼ିଶାର ନିଜାମ ଥିଲେ, ତାଙ୍କ ତରଫରୁ ଶାସନ କଲେ । ଏ ଅମଳରେ ଓଡ଼ିଶାର ସୀମା ଆହୁରି ଖର୍ବତା ପ୍ରାପ୍ତ ହେଲା । ଜଳେଶ୍ୱର ସରକାରର ଅବଶିଷ୍ଟାଂଶ ଅର୍ଥାତ୍ ତମଲୁକ, ମେଦିନୀପୁର ଓ ସୁବର୍ଣ୍ଣରେଖାର ମଧ୍ୟବର୍ତ୍ତୀ ଜିଲ୍ଲାମାନ ବଙ୍ଗ ସାମିଲ ହେଲା । ନିଜାମ ଗଭର୍ଣ୍ଣମେଣ୍ଟ ବଳଦ୍ୱାରା ହେଉ ବା କୌଶଳଦ୍ୱାରା ହେଉ ଟିକିଲି ରଘୁନାଥପୁରଠାରୁ ଚିଲିକା ପର୍ଯ୍ୟନ୍ତ ଦେଶର ଦଖଲ ପାଇଲେ । ଫଳତଃ ଓଡ଼ିଶା ରାଜାଙ୍କ କ୍ଷମତା ଓ ଆୟ ଅନେକ ହ୍ରାସ ହୋଇଗଲା । କାରଣ ଏଥିପୂର୍ବେ ଖୋର୍ଦ୍ଧା ରାଜାଙ୍କ କ୍ଷମତା ଘୁମୁସରଠାରୁ ଚିକାକୋଲ ପର୍ଯ୍ୟନ୍ତ ଥିଲା । ଏହି ଶାସନକର୍ତ୍ତା ଓ ଖୋର୍ଦ୍ଧା ରାଜା ରାମଚନ୍ଦ୍ରଦେବଙ୍କ ମଧ୍ୟରେ ଯୁଦ୍ଧ ହେଲା ଏବଂ ଶେଷରେ କଟକରେ ବନ୍ଦୀ ହେଲେ । ମୁସଲମାନମାନେ ଖୋର୍ଦ୍ଧାକୁ କେତେଦିନ ଦଖଲ କଲେ ଏବଂ ବାଣପୁରଠାରୁ ବଳବନ୍ତ ପର୍ଯ୍ୟନ୍ତ ସ୍ଥାନ ମଧ୍ୟରେ ୨୨ ଥାନା ବସାଇଲେ ଏବଂ ଲୋକମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାର ଚେଷ୍ଟା କଲେ । ରାମଚନ୍ଦ୍ରଦେବଙ୍କ ମୃତ୍ୟୁ ପରେ ବୀରକେଶରୀ ଦେବ ରାଜା ହେଲେ ଏବଂ ଏ ଥାନାମାନ ଉଠିଗଲା ।

 

ଖ୍ରୀ ୧୭୦୪ରେ ଆଲିବର୍ଦି ଖାଁ ବଙ୍ଗଳାର ଶାସନକର୍ତ୍ତା ହେଲେ । ସ୍ଥାନୀୟ ଶାସନକର୍ତ୍ତା ମୁର୍ଶିଦକୁଲି ଖାଁଙ୍କ ସହିତ ତାଙ୍କର ବିବାଦ ହେଲା । ବୀରକେଶରୀଦେବ ସ୍ଥାନୀୟ ଶାସନକର୍ତ୍ତାଙ୍କ ପକ୍ଷାବଲମ୍ବନ କଲେ ଏବଂ ଏହାଙ୍କ ସାହାଯ୍ୟ ପାଇ ସ୍ଥାନୀୟ ଶାସନକର୍ତ୍ତାଙ୍କ ଜାମାତା ବାଖର ଖାଁ କେତେ ସମୟ ପର୍ଯ୍ୟନ୍ତ ବିବାଦ ଲଗାଇଲେ ।

 

୧୫୯୦ ଖ୍ରୀଷ୍ଟାବ୍ଦଠାରୁ ୧୫୯୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମୋଗଲ ସମ୍ରାଟ ଆକବରଙ୍କର ଦୁଇ ହିନ୍ଦୁ ମନ୍ତ୍ରୀଙ୍କ ସୁଶାସନ ହେତୁ ଓଡ଼ିଶାରେ ଟିକିଏ ଶାନ୍ତି ଥିଲା; ମାତ୍ର ଅନ୍ୟାନ୍ୟ ସମୟରେ ଓଡ଼ିଶା କେବଳ ଅଶାନ୍ତି ଓ ଲୁଟପାଟର ଲୀଳାଖେଳା ଭୂମି ହୋଇଥିଲା ।

 

କଥାରେ ଅଛି, ‘ଛିଦ୍ରେଷ୍ୱନର୍ଥା ବହୁଳୀ ଭବନ୍ତି’ ଅର୍ଥାତ୍ ବିପଦ ଆସିଲାବେଳେ ବହୁଧା ହୋଇ ଆସେ । ଆଫଗାନ୍‌ମାନେ ଆସି ଓଡ଼ିଶାରେ ଅତ୍ୟାଚାର କାଣ୍ଡ ଶେଷ ନ ହେଉଣୁ ମୋଗଲମାନଙ୍କ ଅତ୍ୟାଚାର ଆରମ୍ଭ ହେଲା । ମୋଗଲମାନଙ୍କ ଅତ୍ୟାଚାର ଶେଷ ନ ହେଉଣୁ ମରହଟ୍ଟାମାନଙ୍କ ଅତ୍ୟାଚାର ଆରମ୍ଭ ହେଲା । ଏତେ ଅତ୍ୟାଚାର ସହ୍ୟ କରି କେଉଁ ଦେଶ ଉଧାଇପାରେ ? ମୋଗଲମାନଙ୍କ ଅତ୍ୟାଚାରଦ୍ୱାରା ଓଡ଼ିଶାର ବହୁ କ୍ଷତି ହେଲା । ଅନ୍ୟ କଥା ଦୂରେ ଥାଉ ଲୋକ ସୁଖଶାନ୍ତିରେ ଆପଣା ଇଷ୍ଟ ଦେବତାଙ୍କ ପୂଜା କରିବାର ସୁବିଧା ପାଇଲେ ନାହିଁ-

 

୧୭୪୨-୪୩ ଖ୍ରୀଷ୍ଟାବ୍ଦରେ ବେରାର ମରହଟ୍ଟାମାନେ ବହୁତ ସୈନ୍ୟ ନେଇ ଓଡ଼ିଶାରେ ଦେଖା ଦେଲେ । ଭାସ୍କର ପଣ୍ଡିତ, ଆଲିସା ଏବଂ ଅନ୍ୟାନ୍ୟ ସରଦାରମାନେ ସୈନ୍ୟମାନଙ୍କ ସହିତ ଆସିଥିଲେ । ଏମାନଙ୍କ ଆଗମନର ଉଦ୍ଦେଶ୍ୟ ଚଉଠ ଆଦାୟ କରିବା ।

 

ତେତେବେଳେ ଓଡ଼ିଶାରେ ଉପଯୁକ୍ତ ସଂଖ୍ୟକ ସୈନ୍ୟ ନ ଥିଲେ । ସୁତରାଂ ମରହଟ୍ଟାମାନଙ୍କୁ ବାଧା ଦେବା ଅସମ୍ଭବ ହେଲା । ମରହଟ୍ଟାମାନେ ଅବାଧରେ ବାରବାଟୀ ଦୁର୍ଗ ପର୍ଯ୍ୟନ୍ତ ସମସ୍ତ ରାଜ୍ୟକୁ ଲୁଟପାଟ କରି ଛାରଖାର କଲେ; ନିର୍ଦ୍ଦୟ ଭାବରେ ଯେଉଁଠି ଯାହା ପାଇଲେ ତାହା ନେଲେ । ପରବର୍ଷ ଏହି ଦୃଶ୍ୟ ଅଭିନୀତ ହେଲା । ରଘୁଜୀ ଭୋଁସଲା ଆହୁରି ଅଧିକ ସୈନ୍ୟ ନେଇ ସ୍ୱୟଂ ଆଗମନ କଲେ ଏବଂ ବିଖ୍ୟାତ ହବିବୁଲ୍ଲା ଏହାଙ୍କ ସାଥିରେ

ଆସିଲେ-

 

ଆଲିବର୍ଦ୍ଦି ଖାଁ ବହୁତ ଚେଷ୍ଟା ସତ୍ତ୍ୱେ ଦେଶକୁ ମରହଟ୍ଟା ଅତ୍ୟାଚାରରୁ ରକ୍ଷା କରିପାରିଲେ ନାହିଁ । ଶେଷରେ ନଜିମ ଓ ଭୋଁସଲାଙ୍କ ମଧ୍ୟରେ ଏହିପରି ସନ୍ଧି ହେଲା ଯେ ବଙ୍ଗ, ବିହାର, ଓଡ଼ିଶା ଲାଗି ମରହଟ୍ଟାମାନେ ବାକି ସହିତ ୨୪୦୦୦୦୦ଟଙ୍କା ଚଉଠ ପାଇବେ । ବଙ୍ଗ ଶାସନକର୍ତ୍ତା ଏ ସନ୍ଧିର ସର୍ତ୍ତ ରକ୍ଷା କରିପାରିଲେ ନାହିଁ । ସୁତରାଂ ପୁନର୍ବାର ମରହଟ୍ଟାମାନେ ୧୬୫୧ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆକ୍ରମଣ କଲେ । ରାଜା ଯାନୋଜି ଭୋଁସଲା ଏବଂ ମୀର ହବିବୁଲ୍ଲାମାନେ ସେନାପତି ହୋଇ ଆସିଲେ । ଏମାନେ ସେହି ବର୍ଷ ଆପଣା ଆପଣା ସୈନ୍ୟମାନଙ୍କ ବ୍ୟୟଭାର ବହନ କରିବା ଲାଗି ଓଡ଼ିଶା ପ୍ରଦେଶ ବାଣ୍ଟିବାର ପ୍ରସ୍ତାବ କଲେ । ଓଡ଼ିଶାର ଆୟ ତେତେବେଳେ ଦଶଲକ୍ଷ ଧରା ଯାଇଥିଲା । ଉତ୍ତରାଂଶ ପଟ୍ଟାସପୁରଠାରୁ ବରୁଆଁ ପର୍ଯ୍ୟନ୍ତ ଆଫଗାନ ସୈନ୍ୟଙ୍କ ବ୍ୟୟ ନିମିତ୍ତ ରକ୍ଷିତ ହେଲା । ଏଥିର ଆୟ ଛ’ଲକ୍ଷ । ବରୁଆଁଠାରୁ ମାଲୁଦ ପର୍ଯ୍ୟନ୍ତ ମରହଟ୍ଟା ସୈନ୍ୟଙ୍କ ବ୍ୟୟ ନିମିତ୍ତ ରକ୍ଷିତ ହେଲା । ଏଥିର ଆୟ ଚାରି ଲକ୍ଷ । ମହାନଦୀ ନିକଟ ଚଉଦ୍ୱାରା ଛାଉଣୀରେ ବସି ଏମାନେ ବଣ୍ଟାବଣ୍ଟି କରିନେଲେ ।

 

ଅଳ୍ପ ସମୟ ପରେ ହବିବୁଲା ଖାଁ ହତ୍ୟା ହେଲା । ଯାନୋଜି ଭୋଁସଲା ପଟ୍ଟାସପୁରଠାରୁ ମାଲୁଦ ପର୍ଯ୍ୟନ୍ତ ସମସ୍ତ ଭୂଖଣ୍ଡର ଅଧିକାରୀ ହେଲେ । ବାଲେଶ୍ୱର ନିକଟ ଗଡ଼ପେଡ଼ା ଛାଉଣୀରେ ହବିବୁଲ୍ଲା ହତ୍ୟା ହେଲେ । ଯାନୋଜି ଜଣେ ସରଦାରକୁ ଗୋଟିଏ ଲେଖାଏଁ ମାହାଲ ଦେଲେ । ଏହିପରି ଦୂରାବସ୍ଥାରେ କେତେକ ଦିନ ଚଳିବା ପରେ ଆଲିବର୍ଦ୍ଦି ଖାଁଙ୍କ ସହିତ ନୁତନ ସନ୍ଧି ହେଲା । ମେଦିନୀପୁର ଓ ଅନ୍ୟାନ୍ୟ ନିକଟବର୍ତ୍ତୀ ଜମିଦାରମାନେ ଅତ୍ୟାଚାର ପ୍ରପୀଡ଼ିତ ହୋଇ ତହିଁରୁ ରକ୍ଷା ପାଇବା ଲାଗି ଯାହା କିଛି ଟଙ୍କା ଚଉଠସ୍ୱରୂପ ବଙ୍ଗଳାର ମୁକରରୀ ରାଜସ୍ୱ ସହିତ ଦେଇ ଏପରି ସନ୍ଧି କରିବାଲାଗି ଆଲିବର୍ଦ୍ଦି ଖାଁଙ୍କୁ ପ୍ରବର୍ତ୍ତାଇଲେ । ମସାଲିଦିନ୍‌ଙ୍କୁ ମୁର୍ଶିଦାବାଦ ସରକାରରୁ ନାଗପୁରକୁ ପଠାଗଲା । ତାଙ୍କୁ କ୍ଷମତା ଦିଆଗଲା ଯେ ସେ ଏଥିର ସର୍ତ୍ତମାନ ସ୍ଥିର କରିବେ । ସ୍ଥିର ହେଲା ୩ ସୁବାର ଚଉଠ ୧୨୦୦୦୦୦ ଟଙ୍କା ବାର୍ଷିକ । ଓଡ଼ିଶା ସୁବା (ଅର୍ଥାତ୍ ପଟ୍ଟାସପୁରଠାରୁ ମାଲୁଦ ପର୍ଯ୍ୟନ୍ତ) ବଙ୍ଗାଳରୁ ନିଯୁକ୍ତ ଜଣେ ସୁବେଦାରଦ୍ୱାରା ଶାସିତ ହେବ ଏବଂ ସେ କଟକସ୍ଥିତ ଜଣେ ମରହଟ୍ଟା ଭୋଁସଲାଙ୍କ କର୍ମଚାରୀଙ୍କ ଉଦ୍‌ବୃତ୍ତ ରାଜସ୍ୱ ୪୦୦୦୦୦ ଟଙ୍କା ଆଦାୟ ଦେବ, ଅବଶିଷ୍ଟ ଆଠ ଲକ୍ଷ ମୁର୍ଶିଦାବାଦ ପ୍ରଭୃତିରୁ ଆଦାୟ ହେବ । ମରହଟ୍ଟା ସୈନ୍ୟମାନେ ଶୀଘ୍ର ଓଡ଼ିଶା ତ୍ୟାଗ କରି ଯିବେ ।

 

ଉପରୋକ୍ତ ମତେ ସନ୍ଧି ସ୍ଥିର ହେବାରୁ ଯାନୋଜି ଭୋଁସଲା ଓଡ଼ିଶା ତ୍ୟାଗ କଲେ; ମହମ୍ମଦ ମସାଲିଆ ବଦିନ ନାଏବ ସୁବେଦାର ହେଲେ ଏବଂ ସେଓ ଭଟ୍ଟ ସାନ୍ତ୍ରା ମରହଟ୍ଟାଙ୍କ ପକ୍ଷରୁ କର୍ମଚାରୀ ନିଯୁକ୍ତ ହେଲେ ଏବଂ ତାଙ୍କ ଉପରେ ଚଉଠ ଆଦାୟ କରିବାର ଭାର ନ୍ୟସ୍ତ ହେଲା ।

 

ମସଲିଆ ଦୁଇବର୍ଷ ଚଉଠ ଆଦାୟ କରିଦେବା ପରେ କାର୍ଯ୍ୟ ତ୍ୟାଗ କରିବା ଲାଗି ଅନୁମତି ପ୍ରାର୍ଥନା କଲା । କାରଣ ଦେଶର ଆୟ ଊଣା ହୋଇଗଲା । ସେ ଚଉଠ ଆଦାୟ କରିପାରିବାକୁ ଅକ୍ଷମ ହେଲା । ବହୁତ ସୈନ୍ୟ ନ ରଖିଲେ ଖଣ୍ଡାୟତ ଓ କ୍ଷତ୍ରୀୟ ଜମିଦାରମାନଙ୍କୁ ଶାସନ କରିବା ଅସମ୍ଭବ; ମାତ୍ର ସୈନ୍ୟ ରଖିଲେ ଦେଶର ସମସ୍ତ ରାଜସ୍ୱ ସେମାନଙ୍କ ଖର୍ଚ୍ଚରେ ବ୍ୟୟ ହେଲେ ଚଳିବାର ଅସମ୍ଭବ ଦେଖିଲା । ଏସବୁ ଯୁକ୍ତିଯୁକ୍ତ କାରଣ ଦେଖି ଆଲିବର୍ଦ୍ଦି ଖାଁ ଆଉ ବେଶି ଦିନ ଏ ସନ୍ଧି ସର୍ତ୍ତ ରକ୍ଷା କରିପାରିବାର ଅସମ୍ଭବ ମନେକଲେ ଏବଂ ମରହଟ୍ଟାମାନଙ୍କୁ ସମ୍ପୂର୍ଣ୍ଣ ଶାସନଭାର ଅର୍ପଣ କଲେ । ସୁତରାଂ ୧୭୫୫-୫୬ ଖ୍ରୀଷ୍ଟାବ୍ଦରୁ କଟକ ସୁବା ମରହଟ୍ଟାମାନଙ୍କ ପୂର୍ଣ୍ଣ ଅଧିକାରରେ ଆସିଲା ।

 

ମୋଗଲମାନେ ଓଡ଼ିଶା ଅଧିକାର ତ୍ୟାଗ କରି ଆଶ୍ୱସ୍ତ ହେଲେ । ଓଡ଼ିଶା ବିଦ୍ରୋହୀ ଦେଶ; ଗଲା, ଭଲ ହେଲା ବୋଲି ମନେକଲେ ।

 

୧୭୫୭-୧୮୦୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶା ମରହଟ୍ଟାଙ୍କ ଶାସନାଧୀନରେ ରହିଲା । ଏ ଶାସନାଧୀନରେ ଦେଶର ସୁଖ ଶାନ୍ତି ସମସ୍ତ ସମୂଳେ ବିନାଶ ହେଲା । ଅଶାସନ, ଅରାଜକତା, ଲୁଟପାଟ, ଅତ୍ୟାଚାର, ଅନ୍ୟାୟାଚାରର ଦେଶ ବିହାର ଭୂମି ହୋଇ ଉଠିଲା । ସମାଜ ଏ ଅସମୟରେ ବର୍ତ୍ତିବା ଅସମ୍ଭବ । ଜିଲ୍ଲାର ବଡ଼ ବଡ଼ ଚାକିରୀ, ସୁବାଦାରୀ, ଦେବାନ ଓ ବାରବାଟୀର କିଲାଦାରୀ କାର୍ଯ୍ୟମାନ ନାଗପୁରଠାରେ କିଣାବିକା ହେଲା । ଏକା କାର୍ଯ୍ୟ ଦୁଇ ତିନି ଲୋକ ଏକ ସମୟରେ ପାଇଲେ ଏବଂ ଯେ ଥରେ ନିଯୁକ୍ତ ହେଲା, ସେ କାର୍ଯ୍ୟ ତ୍ୟାଗ କରିବାକୁ ନାନାପ୍ରକାର ଆପତ୍ତି କଲା । ଉତ୍ତରାଧିକାରୀର ସତ୍ତ୍ୱ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ନାନାପ୍ରକାର ଗଣ୍ଡଗୋଳ ଆରମ୍ଭ ହେଲା । ଦାବିଦାରମାନେ ପରସ୍ପର ମଧ୍ୟରେ କଳହ ତକରାର ମନାନ୍ତର ଓ ଯୁଦ୍ଧ ଆରମ୍ଭ କଲେ । ନାଗପୁରଠାରୁ ସର୍ବଦା ଟଙ୍କା ପଠାଇବା ତାଗଦାରେ ପ୍ରପୀଡ଼ିତ ହୋଇ କର୍ମଚାରୀମାନେ ଲୋକମାନଙ୍କଠାରୁ ଅନ୍ୟାୟରେ ଟଙ୍କା ଆଦାୟ କଲେ ଏବଂ ନିଜର କାର୍ଯ୍ୟ ଖର୍ଦ୍ଦି କରିବାକୁ ଯେତେ ଟଙ୍କା ବ୍ୟୟ କରିଥିଲେ ସେଗୁଡ଼ିକ ପ୍ରଜାଙ୍କଠାରୁ ଆଦାୟ କଲେ । ଦେଶର ନାନା ସ୍ଥାନରେ ସୈନ୍ୟ ରଖିଥିଲେ ମଧ୍ୟ ପାଇକ ଓ ଖଣ୍ଡାୟତମାନେ ବିଶୃଙ୍ଖଳ ହେଲେ । ସମୁଦ୍ରକୂଳ ଓ ପାର୍ବତ୍ୟ ପ୍ରଦେଶର ଖଣ୍ଡାଏତ ଓ ପାଇକମାନେ ଦେଶ ମଧ୍ୟକୁ ଆସି ଲୁଟପାଟ ଆରମ୍ଭ କଲେ । ଲୋକମାନେ ଅତ୍ୟାଚାର ଭୟରେ ଘରଦ୍ୱାର ଛାଡ଼ି ଜଙ୍ଗଲରେ ଲୁଚି ରହିଲେ । ସେମାନଙ୍କ ବାରିରେ ଶାଗପତ୍ର ରହିଲା ନାହିଁ । ନିମ୍ନଲିଖିତ ସୁବେଦାରମାନେ ଓଡ଼ିଶା ଶାସନ କଲେ ।

 

୧ ସେଓଭଟ୍ଟ ସାନ୍ତ୍ରା- ୧୭୫୫-୧୭୬୫ ଖ୍ରୀଷ୍ଟାବ୍ଦ । ଏ ପୂର୍ଣ୍ଣ କ୍ଷମତା ପାଇ ଆଠବର୍ଷ ଶାସନ କଲେ । ସେ ଜମା ବନ୍ଦୋବସ୍ତ କରିଥିଲେ । ଓଡ଼ିଶା ପ୍ରଦେଶର ରାଜସ୍ୱ ବାର୍ଷିକ ନାମ ମାତ୍ର ୧୮୦୦୦୦୦ସିକା ଟଙ୍କା ସ୍ଥିର ହେଲା । ଏଥିମଧ୍ୟରୁ ୧୪୦୦୦୦୦ ଭୂରାଜସ୍ୱ ଏବଂ ୪୦୦୦୦୦ ଆବୱାବ । ଏହାଙ୍କ ଅମଳରେ ଖୋର୍ଦ୍ଧା ମହାରାଜାଙ୍କ ଇଲାକା ଆହୁରି ଖର୍ବତା ପ୍ରାପ୍ତ ହେଲା । ୧୭୬୧ ଖ୍ରୀଷ୍ଟାବ୍ଦରେ ଖେମଣ୍ଡିର ବିଖ୍ୟାତ ଜମିଦାର ନାରାୟଣ ଦେବ, ଯେ କି ଓଡ଼ିଶା ରାଜାଙ୍କ ବଂଶଧର ଥିଲେ, ସେ ବାଣପୁର ଦେଇ ଖୋର୍ଦ୍ଧା ଆକ୍ରମଣ କଲେ । ତାଦାନୀନ୍ତନ ରାଜା ବୀରକେଶରୀଦେବ ମରହଟ୍ଟାମାନଙ୍କ ଆଶ୍ରୟ ନେଲେ । ମରହଟ୍ଟାମାନେ ଏ ଯୁଦ୍ଧରେ ସମସ୍ତ ବ୍ୟୟ ଓଡ଼ିଶା ରାଜାଙ୍କଠାରୁ ପାଇବା ସର୍ତ୍ତରେ ଆଶ୍ରୟ ଦେଲେ । ମରହଟ୍ଟାମାନଙ୍କ ସାହାଯ୍ୟରେ ଖେମଣ୍ଡି ପରାସ୍ତ ହେଲେ । ମାତ୍ର ବୀରକେଶରୀ ଦେବ ଟଙ୍କା ଦେଇ ନ ପାରିବାରୁ ଆପଣା ରାଜ୍ୟର ପ୍ରଧାନ ଅଂଶ ଲେମ୍ଭାଇ, ରାହାଙ୍ଗ, ପୁରୁଷୋତ୍ତମ କ୍ଷେତ୍ର ପ୍ରଭୃତି ମାହାଲମାନ ଟଙ୍କା ପରିଶୋଧ ପର୍ଯ୍ୟନ୍ତ ମରହଟ୍ଟାଙ୍କ ଦଖଲରେ ଛାଡ଼ିଦେଲେ । ଦୟାନଦୀ ସମୁଦ୍ର ଓ ଚିଲିକା ମଧ୍ୟସ୍ଥିତ ସମସ୍ତ ମାହାଲ ଏବଂ ୧୪ ରାଜାଙ୍କ ରାଜତ୍ୱ ଏଥି ମଧ୍ୟରେ ଗଲା । ମରହଟ୍ଟାମାନେ ଆପଣା ଅମିନ ରଖି ଆଦାୟ ଅସୁଲ କଲେ ଏବଂ ପରେ ଆଉ ସେ ମାହାଲ ସବୁ ଛାଡ଼ିଦେଲେ ନାହିଁ । ଏଥିରେ ମରହଟ୍ଟାମାନଙ୍କର ବିଶେଷ କିଛି ଲାଭ ହେଲା ତାହା ନୁହେଁ । ଖୋର୍ଦ୍ଧା ରାଜାମାନଙ୍କ ସହିତ ଶତ୍ରୁତା ବୃଦ୍ଧି ହେଲା ଏବଂ ଅନ୍ୟାନ୍ୟ ରାଜୁଡ଼ାମାନଙ୍କଠାରୁ ଟଙ୍କା ଆଦାୟ କରିବାକୁ ଯାଇ ସେମାନଙ୍କ ସହିତ ପ୍ରତିବର୍ଷ କଳହ ମନାନ୍ତର ବୃଦ୍ଧି ହେଲା । ଏଥିରେ ଲୋକକ୍ଷୟ ଓ ଧନବ୍ୟୟ ସାର ହେଲା । ୧୭୬୩ ଖ୍ରୀଷ୍ଟାବ୍ଦରେ ସେଓଭଟ୍ଟ ବରଖାସ୍ତ ହେଲେ । ଚିମନ ସହ ଓ ଉଦିପୁର ଗୋସାଇଁମାନେ ପରେ ଶାସନକାର୍ଯ୍ୟ ଚଳାଇଲେ, ମାତ୍ର ଅଳ୍ପ ସମୟ ନିମିତ୍ତ । ପରେ ଭବାନୀ କାଳୁ ପଣ୍ଡିତ ସନନ୍ଦ ଘେନି ସୁବେଦାର ନିଯୁକ୍ତ ହୋଇ ଓଡ଼ିଶାକୁ ଆସିଲେ । ସାବକ ସୁବେଦାର ସହଜରେ ଛାଡ଼ିବା ଲୋକ ନୁହେଁ । ସେ ପୂର୍ବଦିଗର ରାଜୁଡ଼ାର ପାଇକମାନଙ୍କୁ ମେଳିକରି ଗୋଳମାଳ ଆରମ୍ଭ କଲା ଏବଂ ଅନେକ ଦିନଯାଏ ତା’ ଉତ୍ତରାଧିକାରୀଙ୍କ ଶାସନରେ ବାଧା ଜାତ କଲା । ଅନ୍ୟାନ୍ୟ କିଲାର ପାଇକମାନେ ବିପକ୍ଷ ପକ୍ଷ ସମର୍ଥନ କଲେ । ନାନାଦିଗରୁ ସୈନ୍ୟ ଆସିଲେ । ବିଦ୍ରୋହ ଦମନ ହେବା ଦୂରେଥାଉ, ହରିହରପୁର, ଖଣ୍ଡିଝଙ୍କର, ଦେଓଗାଁ ପ୍ରଭୃତି ପ୍ରଗନାମାନଙ୍କ ରୟତମାନଙ୍କର ବିପଦ ଉପସ୍ଥିତ ହେଲା । କନିକା, କୁଜଙ୍ଗ ଓ ରିଣ୍ଟୋ ପାଇକମାନେ ଅତ୍ୟନ୍ତ ଅତ୍ୟାଚାର ଆରମ୍ଭ କଲେ । ଓଡ଼ିଶାର କ୍ଷତ୍ରିୟ ଜମିଦାର ଓ ସେମାନଙ୍କ ପକ୍ଷର ଲୋକମାନେ ଏ ସମସ୍ତ ଘଟଣାଦ୍ୱାରା ଉତ୍ତେଜିତ ହେଲେ ଏବଂ ବହୁକାଳ ପର୍ଯ୍ୟନ୍ତ ଏମାନେ ଶାନ୍ତ ହେଲେ ନାହିଁ । ୧୭୬୭ ଖ୍ରୀଷ୍ଟାବ୍ଦରେ ଭବାନୀ ପଣ୍ଡିତ କାର୍ଯ୍ୟ ତ୍ୟାଗ କଲେ ଏବଂ ସମ୍ଭାଜି ଗଣେଶ ତାଙ୍କର ଉତ୍ତରାଧିକାରୀ ହେଲେ । ଏହାଙ୍କ ବନ୍ଦୋବସ୍ତ ଅତି କଠୋର ଥିଲା । ସେ ରୟତମାନଙ୍କ ଉପରେ ନାନାପ୍ରକାର ନୂତନ କର ଧାର୍ଯ୍ୟ କଲେ । ଜାଗିରି, ନିଷ୍କର, ଅୟମା ମାଲିକ, ଖରିଦିଗି ମୁରଯିବ ଓ ଡଗରାଇ ଜମିମାନ ବାଜ୍ୟାପ୍ତ କଲେ । ଏମାନେ ଦଖଲକାର ଥିଲେ; ମାତ୍ର ରାଜସରକାରର ଆବଶ୍ୟକ ହେତୁ ଭିନ୍ନ ଭିନ୍ନ ସୈନ୍ୟଦଳମାନଙ୍କୁ ସେମାନେ ରାଜସ୍ୱ ଦେଲେ ।

 

ଦୁଇବର୍ଷ ଉତ୍ତାରୁ ବାବାଜି ନାଏକ ନାମକ ଜଣେ ମହାଜନ ସୁବେଦାର ପରୱାନା ପାଇଲା । ମାତ୍ର ପୁରାତନ ଲୋକ ଆପତ୍ତି ଉତ୍‌ଥାପନ କଲା ଏବଂ ୧୭୭୦ ଖ୍ରୀଷ୍ଟାବ୍ଦରେ ତାର ମୁକରରୀ ସ୍ଥିର ହେଲା । କଟକ ଜିଲ୍ଲାରେ ଦୁର୍ଭିକ୍ଷ ହେଲା ୧୭୬୯-୭୦ ସାଲରେ । ଦେଶ ଛାରଖାର ହେଲା । ଟଙ୍କାରେ ଦୁଇସେର ଚାଉଳ ମିଲିଲା ନାହିଁ ଏବଂ ଅନେକ ଲୋକ ମଲେ । ସୈନ୍ୟମାନଙ୍କ ମଧ୍ୟରେ ଗୋଳମାଳ ଆରମ୍ଭ ହୋଇ ଦୁର୍ଦ୍ଦଶା ବୃଦ୍ଧି କଲା ।

 

ଶିବାଜୀ ଭୋଁସଲା ନାଗପୁରରେ ଗାଦିନାସୀନ ହେବାରୁ ମାଧଜି ହରି କଟକର ଶାସନକର୍ତ୍ତା ହୋଇ ଆସିଲେ । ମାଧଜି ‘ ପୂର୍ବବର୍ତ୍ତୀ ଶାସନକର୍ତ୍ତାକୁ ଜେଲ୍ ଦେଲା ଏବଂ ଦେଶରେ ରାଜସ୍ୱ ବୃଦ୍ଧି କରିବାର ବନ୍ଦୋବସ୍ତ କଲା । ଇତି ମଧ୍ୟରେ ମାଧଜି ଭୋଁସଲା ନାଗପୁର ସିଂହାସନାରୋହଣ କରିବାରୁ ଶାସନ ବିଭାଗରେ ପରିବର୍ତ୍ତନ ଘଟିଲା । ପୁଣି ବାବାଜି ନାଏକ ସୁବେଦାରି ସନନ୍ଦ ପାଇଲା ଏବଂ ଜେଲ୍‌ରୁ ଆସି ଏକାବେଳେକେ ଶାସନକର୍ତ୍ତା ହେଲା । ବହୁତ କଳ କୌଶଳରେ ବାବାଜିଙ୍କ ଚାକିରି ଗଲା ଓ ମାଧଜୀ ତାଙ୍କ କାର୍ଯ୍ୟରେ ବାହେଲ ହେଲେ । ୧୭୭୫ ସାଲରେ କଟକରେ ଶସ୍ୟ ବଡ଼ ଦୁର୍ମୂଲ୍ୟ ହେଲା । କଟକୀ ଏକ ସେର ଚାଉଳ ଦଶ ପଣକୁ ମିଳିବାର କଷ୍ଟ ହେଲା । ଏହିସବୁ କାରଣରୁ ସାତ ଲକ୍ଷ ଟଙ୍କ ରାଜସ୍ୱ ଛାଡ଼ ଦିଆଯାଇଥିଲା । ୧୭୭୭ ବା ୧୭୭୮ ଖ୍ରୀଷ୍ଟାବ୍ଦରେ ରାଜାରାମ ପଣ୍ଡିତ ସୁବେଦାର ଥିଲେ । ରଜାରାମ ପୂର୍ବରେ ସୁବେଦାରଙ୍କ ଅଧିନସ୍ଥ କର୍ମଚାରୀ ଥିଲେ ଓ ସକଳ କାର୍ଯ୍ୟରେ ତାଙ୍କର ଅଭିଜ୍ଞତା ଥିଲା । ରାଜାରାମ ବଡ଼ ଗୁଣବାନ୍ ଓ ଚରିତ୍ରବାନ୍ ଲୋକ ଥିଲେ ଏବଂ ସକଳ କାର୍ଯ୍ୟରେ ତାଙ୍କର ଦକ୍ଷତା ଥିଲା । ତାଙ୍କ ଅମଳରେ ଶାସନ ବିଭାଗର ମର୍ଯ୍ୟାଦା ଓ ସ୍ଥାୟିତ୍ୱ ବୃଦ୍ଧି ହେଲା । ସେ ମୌରସୀ ଚୌଧୁରୀ, କାନୁନଗୋ ବା ତାଲୁକଦାରୀ ପ୍ରଥା ରହିତ କରି ଆପଣା କର୍ମଚାରୀଙ୍କଦ୍ୱାରା ରୟତମାନଙ୍କଠାରୁ ଖଜଣା ଆଦାୟ କଲେ । ସେ ପ୍ରଥମେ ଖୋର୍ଦ୍ଧା ମହାରାଜାଙ୍କ ଉପରେ କର ଧାର୍ଯ୍ୟ କଲେ । ରାଜା ବୀରକେଶରୀଦେବ ୪୧ ବର୍ଷ ରାଜା ହେଲା ପରେ ପାଗଳ ହେଲେ ଓ ନାନାପ୍ରକାର ଅମାନୁଷିକ କାର୍ଯ୍ୟ କଲେ । ମରହଟ୍ଟାମାନେ ଏ ସୁଯୋଗ ଛାଡ଼ିଲେ ନାହିଁ । ରାଜାଙ୍କୁ ବାରବାଟୀରେ କଏଦୀ କଲେ ଓ ତାଙ୍କ ନାତି ଦିବ୍ୟସିଂହ ବାର୍ଷିକ ୧୦୦୦୦ ସିକା ଟଙ୍କା ପେସ୍‌କସ୍ ନ ଦେଲେ ତାଙ୍କୁ ବୀରକେଶରୀଙ୍କ ଉତ୍ତରାଧିକାରୀ ବୋଲି ସ୍ୱୀରକି କରିବେ ନାହିଁ ବୋଲି କହିଲେ ।

 

୧୭୯୨ ଖ୍ରୀଷ୍ଟାବ୍ଦରେ ରାଜାରାମ ପଣ୍ଡିତ କାର୍ଯ୍ୟରୁ ଅବସର ନେଲେ ଏବଂ ତାଙ୍କ ପୁତ୍ର ସଦାଶିବ ରାଓ ନଜିମ ନିଯୁକ୍ତ ହେଲେ ଓ ତାଙ୍କ ପରେ ଚିମନବାଲା ନିଯୁକ୍ତ ହେଲେ । ଇଙ୍କଜି ସୁକଦେବ, ବାଲାଜି କୁଅଁର (ବାରବାଟୀ ଦୁର୍ଗର ସେନାପତି)ମାନେ ଶାସନକାର୍ଯ୍ୟ ଚଳାଇଲେ । ଏହି ଅବସ୍ଥା ୧୮୦୩ ଯାଏଁ ଚଳିଲା । ଏହି ବର୍ଷ ଓଡ଼ିଶା ଇଂରେଜମାନଙ୍କ ହସ୍ତରେ ପଡ଼ିଲା ।

 

ଏହି ଦୀର୍ଘକାଳ ଉତ୍କଳ ଜନନୀର ଉଦାର ବକ୍ଷ ଆଫଗାନ, ମୋଗଲ ଏବଂ ମରହଟ୍ଟା ଅତ୍ୟାଚାର ପ୍ରପୀଡ଼ିତ ହୋଇ ଲୋକମାନଙ୍କର ଦମ୍ଭ, ସାହସ, ବଳବୀର୍ଯ୍ୟ, ଧନ, ଧର୍ମ ପ୍ରଭୃତି ସମସ୍ତ ଜାତୀୟ ସମ୍ବଳଗୁଡ଼ିକ ଚୂର୍ଣ୍ଣିଭୂତ ହୋଇଗଲା । ଦେଶରୁ ବାଣିଜ୍ୟ ବ୍ୟବସାୟ ଲୋପ ହେଲା, କଳାବିଦ୍ୟା ଲୋପ ହେଲା, କୃଷି ହାନି ହେଲା, ଧର୍ମଚର୍ଚ୍ଚା ଲୋପ ହେଲା । ଚତୁର୍ଦ୍ଦିଗରୁ ଅବନତି ସ୍ରୋତ ପ୍ରବଳ ବେଗରେ ମାଡ଼ିଆସି ଓଡ଼ିଶାକୁ ଗ୍ରାସ କରି ପକାଇଲା । ଅନ୍ନ ଚିନ୍ତା ଚତୁର୍ଗୁଣ ବୃଦ୍ଧି ହେଲା । ବିଦ୍ୟାଚର୍ଚ୍ଚା ଲୋପ ହେଲା । ଲୋକେ ଟିକିଏ ଶାନ୍ତିରେ ଶୟନ କରିପାରିଲେ ନାହିଁ । ଉଚ୍ଚଚିନ୍ତା ଲାଗି ଅବସର ମିଳିଲା ନାହିଁ । ଶାସନକର୍ତ୍ତାମାନେ ସର୍ବଦା ପ୍ରଜାମାନଙ୍କ ଆଡ଼କୁ ମୁଖବ୍ୟାଦାନ କରି ତୀକ୍ଷ୍‍ଣ ଦୃଷ୍ଟିରେ ଚାହିଁ ରହିଲେ । ପ୍ରଜା ରକ୍ତକୁ ଶୋଷଣ କରି ଛଳେବଳେ କୌଶଳେ ନ୍ୟାୟଅନ୍ୟାୟ ବିବେଚନା ନ କରି ଧନ ଆଦାୟ କରିବାକୁ ବ୍ରତୀ ହେଲେ । ପ୍ରଜାମାନେ ସନ୍ତତ ସଶଙ୍କିତ ଭାବରେ କାଳଯାପନ କଲେ । କୃଷି, ବାଣିଜ୍ୟ, ବ୍ୟବସାୟ ଦିଗରେ ମନ ଦେବାର ଅବସର ପାଇଲେ ନାହିଁ । ଉତ୍କଳର ଅଙ୍ଗ ପ୍ରତ୍ୟଙ୍ଗ ଖଣ୍ଡ ଖଣ୍ଡ ହୋଇ ଛେଦିତ ହେଲା । ଗୋଟିଏ ଜାତି ଉପରେ ଏତେପ୍ରକାର ଅତ୍ୟାଚାର ହେଲେ ତା’ ପକ୍ଷରେ ବଞ୍ଚିକରି ରହିବା ଅସମ୍ଭବ ହେବା ସ୍ୱାଭାବିକ । ଆଜି ଯେ ଓଡ଼ିଆ ଜାତି ବଞ୍ଚି ରହିଛି ଏହା ହିଁ ଆଶ୍ଚର୍ଯ୍ୟଜନକ କଥା!

 

ଆର୍ଥିକ ଅବସ୍ଥା

 

ଭାଗବତ କହିଲେ, ‘ଧନ ଅର୍ଜିଲେ ଧର୍ମ୍ମ କରି, ଧର୍ମ୍ମେ ପ୍ରାପତ ନରହରି ।’ ଆମ୍ଭ ଦେଶରେ ଧନ ଓ ଧର୍ମ୍ମର ଏହା ହିଁ ଆଦର୍ଶ । ଧନାର୍ଜନ କର ମାତ୍ର ସେ ଧନର ସଦ୍‌ବ୍ୟୟ ଧର୍ମ୍ମକାର୍ଯ୍ୟରେ ହେବା ଆବଶ୍ୟକ ।

 

ଯେଉଁ ଦେଶର ଲୋକମାନେ ଆପଣା ବ୍ୟବହାର୍ଯ୍ୟ ପଦାର୍ଥ ଲାଗି ପରମୁଖାପେକ୍ଷୀ ନ ହୁଅନ୍ତି ଏବଂ ଆପଣା ଦେଶଜାତ ପଦାର୍ଥଦ୍ୱାରା ଆପଣା କାର୍ଯ୍ୟ ଚଳାନ୍ତି, ସେହି ଦେଶକୁ ସମୃଦ୍ଧିଶାଳୀ ଦେଶ କୁହାଯାଏ । ଯେଉଁ ଦେଶ ଆପଣା ଦେଶଜାତ ପଦାର୍ଥ ଅନ୍ୟ ଦେଶକୁ ପଠାଇ ଧନ ଆଣିପାରେ, ସେ ଦେଶକୁ ପ୍ରକୃତରେ ଧନୀ ବୋଲି କୁହାଯାଏ ।

 

ଦେଶର ସର୍ବପ୍ରକାର ଆୟର ପରିମାଣ ଦେଖିଲେ ଆର୍ଥିକ ଅବସ୍ଥାର କଳନା କରାଯାଇପାରେ । ପ୍ରାଚୀନ ଉତ୍କଳ ଦେଶ ଜଣେ ରାଜାଙ୍କଦ୍ୱାରା ଶାସିତ ହେଉଥିଲା । ରାଜା ସମସ୍ତ ପ୍ରଜାଙ୍କଠାରୁ କର ଗ୍ରହଣ କରି ପୁନଶ୍ଚ ପ୍ରଜାମାନଙ୍କ ହିତ କାର୍ଯ୍ୟରେ ସେହି ଅର୍ଥ ବ୍ୟୟ କରୁଥିଲେ । ଏହାହିଁ ପ୍ରାଚୀନ ହିନ୍ଦୁରାଜାମାନଙ୍କର ଆଦର୍ଶ ଥିଲା । ରଘୁ ମହାରାଜାଙ୍କ ଶାସନପ୍ରଣାଳୀ ବର୍ଣ୍ଣନା କଲାବେଳେ ମହାକବି କାଳିଦାସ କହିଛନ୍ତି- ସୂର୍ଯ୍ୟ ଯେପରି ସକଳ ରସ ଟାଣିନେଇ ପୁନଶ୍ଚ ସେହି ରସକୁ ମେଘ ରୂପରେ ବାରି ବର୍ଷଣ କରନ୍ତି; ରଘୁ ମହାରାଜା ସେହିପରି ପ୍ରଜାମାନଙ୍କଠାରୁ କର ଗ୍ରହଣ କରି ପ୍ରଜାମାନଙ୍କ ହିତକାର୍ଯ୍ୟରେ ସେହି ଅର୍ଥ ବ୍ୟୟ କରୁଥିଲେ । ଏହା ହିଁ ଶାସନର ପ୍ରଧାନ ନୀତି ଥିଲା ।

 

ଜଳବାୟୁର ତାରତମ୍ୟାନୁସାରେ ଦେଶର ଲୋକମାନଙ୍କର ଖାଦ୍ୟ, ପେୟ, ପରିଧେୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପଦାର୍ଥମାନଙ୍କର ତାରତମ୍ୟ ହୋଇଥାଏ । ଯେଉଁ ଦେଶର ଆବଶ୍ୟକତା ଯେତେ ବେଶି ସେ ଦେଶର ଲୋକମାନେ ନୂତନ ନୂତନ ଅର୍ଥାଗମ ପନ୍ଥା ଆବିଷ୍କାର କରି ଅର୍ଥୋପାର୍ଜନ କରିବାରେ ବ୍ରତୀ ହୁଅନ୍ତି ଏବଂ ଆପଣ ଦେଶ ସେମାନଙ୍କ ବାସନା ଚରିତାର୍ଥ କରିବାକୁ ଅକ୍ଷମ ହେଲେ ସେମାନେ ଅନ୍ୟ ଦେଶ ଉପରେ ଆକ୍ରମଣ କରି ଛଳେ ବଳେ କୌଶଳେ ଅର୍ଥ ସଂଗ୍ରହ କରି ଆପଣା ଦେଶର ଅଭାବ ଦୂର କରିବାର ଚେଷ୍ଟା କରନ୍ତି । ଏହି ନୈସର୍ଗିକ ନିୟମର ବଶବର୍ତ୍ତୀ ହୋଇ ସଂସାରର ପ୍ରତ୍ୟେକ ଜାତିର ଲୋକେ କାଳାତିପାତ କରୁଛନ୍ତି । ଏହି ଅଭାବ ମୋଚନାର୍ଥେ ପ୍ରବଳ ଦୁର୍ବଳ ଉପରେ ଅତ୍ୟାଚାର କରେ । ସୁତରାଂ କଥା ଅଛି ‘ଜୋର ଯା’ର ମୁଲକ ....’।

 

ଉତ୍କଳ ଦେଶ ସାଧାରଣତଃ ଗ୍ରୀଷ୍ମପ୍ରଧାନ ଦେଶ । ଏ ଦେଶରେ ଶୀତ ପ୍ରଭୃତି ଋତୁର ସମତା ଦେଖାଯାଏ । ସୁତରାଂ ଏ ଦେଶରେ ପୋଷାକ ପରିଚ୍ଛଦ ଆବଶ୍ୟକତା ତେତେ ନାହିଁ । ସର୍ବଦା ଦେହକୁ ଆବୃତ କରି ରଖିବାର ଆବଶ୍ୟକ ନାହିଁ । ସୁତରାଂ ଖଣ୍ଡେ ଧୋତି, ଖଣ୍ଡେ ଚାଦର ଏବଂ ଖଣ୍ଡେ ଗାମୁଛା ହେଲେ କାର୍ଯ୍ୟ ଶେଷ । ଆଉ ଯାହା ଯେ ପରିଧାନ କରିବ ତାହା ଅଧିକ କଥା, ଆବଶ୍ୟକ ହେତୁ ନୁହେଁ । ଶୀତରକ୍ଷା ପାଇଁ ବଡ଼ ବେଶି ହେଲେ ଖଣ୍ଡେ ମାଠ । ପ୍ରାଚୀନ କାଳରେ ଦେଶରେ କପା ହେଉଥିଲା, ସୂତା ହେଉଥିଲା, ଲୁଗା ବୁଣା ହେଉଥିଲା । ସୁତରାଂ ପରିଧାନ ଲାଗି ଉତ୍କଳ ଅନ୍ୟ ଦେଶକୁ ଚାହିଁ ବସି ନ ଥିଲା । ପରିଧାନ ସମ୍ବନ୍ଧେ ପ୍ରତ୍ୟେକ ବ୍ୟକ୍ତିର ବ୍ୟୟ ଶୀତପ୍ରଧାନ ଦେଶୀୟ ଲୋକର ବ୍ୟୟଠାରୁ ଅନେକାଂଶରେ ଊଣା ।

 

ପ୍ରାଚୀନ ଉତ୍କଳର ଲୋକମାନେ ବଡ଼ ସରଳଭାବରେ ଜୀବନଯାତ୍ରା ନିର୍ବାହ କରୁଥିଲେ । ଆପଣା ଖାଇବା ପିନ୍ଧିବା ଇତ୍ୟାଦିରେ ବିଳାସିତା ନ ଥିଲା । ବାସଭବନ ନିର୍ମାଣ କରିବାରେ କୌଣସି ଆଡ଼ମ୍ବର ନ ଥିଲା । ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ମଧ୍ୟରେ ବିଳାସିତା ସ୍ଥାନ ପାଉ ନ ଥିଲା । ଯାହା ନ ହେଲେ ନ ଚଳେ ତାହାଦ୍ୱାରା ଜୀବନଯାତ୍ରା ନିର୍ବାହିତ ହେଉଥିଲା । ସ୍ୱଦେଶଜାତ ପଦାର୍ଥଦ୍ୱାରା ଆପଣା କାରବାର ବେଭାର ଚଳୁଥିଲା । ଏହା ବୋଲି ଯେ ଲୋକେ ଧନୀ ନ ଥିଲେ ଏହା କୁହାଯାଇ ନ ପାରେ । ଉଦ୍‌ବୃତ୍ତ ଧନ ଆପଣା ସୁଖ ସ୍ୱଚ୍ଛନ୍ଦତା ଓ ବିଳାସ ବାସନା ଚରିତାର୍ଥ କରିବାରେ ବ୍ୟୟିତ ନ କରି ଧର୍ମ୍ମକାର୍ଯ୍ୟରେ ବ୍ୟୟିତ କରୁଥିଲେ ।

 

ଧର୍ମ୍ମକାର୍ଯ୍ୟରେ ଲୋକ ମନ ବଳାଏ କେତେବେଳେ ? ଉଦରଜ୍ୱଳା ଶାନ୍ତି ହେଲେ ଏବଂ ସାଂସାରିକ ଚିନ୍ତାରେ ବ୍ୟତିବ୍ୟସ୍ତ ନ ଥିଲେ ଲୋକ ଉଚ୍ଚଚିନ୍ତା କରିବାକୁ ମନ ବଳାଏ । ଯେଉଁ ଜାତି ବା ବ୍ୟକ୍ତିର ଆର୍ଥିକ ଅଭାବ ଏତେ ବେଶି ଯେ ସେ ତାହାର ଅଭାବ ପୂରଣ କରିବା ଲାଗି ନାନାପ୍ରକାର ପାଶବିକ ଉପାୟ ଅବଲମ୍ବନ କରିବାକୁ ବାଧ୍ୟ ହୁଏ, ତେତେବେଳେ ଧର୍ମ୍ମଭାବ ତା ମନରେ ସ୍ଥାନ ପାଇବ କିପରି ? ପୃଥିବୀର ଯାବତୀୟ ଜାତିର ଇତିହାସ ଆଲୋଚନା କଲେ ଏହି ସତ୍ୟ ପ୍ରମାଣିତ ହୁଏ ।

 

ରାଜଭଣ୍ଡାରର ସ୍ୱଚ୍ଛଳ ଅବସ୍ଥା ଦେଖିଲେ ରାଜ୍ୟର ସ୍ୱଚ୍ଛଳ ଅବସ୍ଥା ଅଛି ବୋଲି ବୁଝିବାକୁ ହେବ । ପ୍ରଜାମାନଙ୍କର ଧନ ନାନାପ୍ରକାର ବାଟରେ ଯାଇ ରାଜଭଣ୍ଡାରରେ ଏକତ୍ରିତ ହୁଏ । ବର୍ଷାଜଳ ଯେପରି ନାନା ନଦୀ, ପୁଷ୍କରିଣୀ, କୂପ, ବାମ୍ଫି ପ୍ରଭୃତି ଜଳାଶୟମାନଙ୍କରେ ସ୍ଥାନ ପାଇ ଶେଷରେ ଆପଣା ଆପଣା ବାଟଦେଇ ସମୁଦ୍ରରେ ଏକତ୍ରିତ ହୁଏ ଏବଂ ସେଠାରୁ ଯାଇ ପୁଣି ନାନା ସ୍ଥାନକୁ ଯାଏ, ରାଜଭଣ୍ଡାର ଓ ପ୍ରଜାଧନ ମଧ୍ୟରେ ଠିକ୍ ଏହି ସମ୍ପର୍କ । ସୁତରାଂ ଦେଶର ଆର୍ଥିକ ଅବସ୍ଥା ଆଲୋଚନା କରିବାକୁ ହେଲେ ଆମ୍ଭମାନଙ୍କୁ ରାଜଭଣ୍ଡାରର ଅବସ୍ଥା ଆଲୋଚନା କରିବାକୁ ହେବ ।

 

ପ୍ରାଚୀନ ଉତ୍କଳର ଆର୍ଥିକ ଅବସ୍ଥା ବିଷୟ ଆଲୋଚନା କରିବାକୁ ହେଲେ ଆମ୍ଭମାନଙ୍କୁ ଉପରୋକ୍ତ ବିଷୟମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ‘ରାଜାନୁଗତ ଧର୍ମ୍ମ’ ବୋଲି କଥା ଅଛି । ଅର୍ଥାତ୍ ରାଜା ସମାଜର କର୍ଣ୍ଣଧାର । ରାଜା ଯେତେବେଳେ ଯେଉଁ ନୀତି ଅବଲମ୍ବନ କରନ୍ତି ପ୍ରଜାମାନେ ମଧ୍ୟ ସେହି ନୀତି ଅନୁସାରେ ପରିଚାଳିତ ହୁଅନ୍ତି । ରାଜା ଯଦି ଧର୍ମ୍ମକାର୍ଯ୍ୟରେ ମନ ବଳାନ୍ତି ପ୍ରଜାମାନେ ମଧ୍ୟ ସେହି ପ୍ରବୃତ୍ତି ଅନୁକରଣ କରିଥାନ୍ତି ଏବଂ ରାଜନୀତି ସ୍ରୋତ ଦେଶରେ ପ୍ରବାହିତ ହୋଇ ପ୍ରଜାବୃନ୍ଦଙ୍କୁ ସେହି ସ୍ରୋତରେ ଭସାଇନିଏ । ଏହା ନୈସର୍ଗିକ ନିୟମ ।

 

ପ୍ରାଚୀନ ଉତ୍କଳର ସକଳ ବିଭବ ଲୋପ ହୋଇଅଛି ସତ, ମାତ୍ର ଯେଉଁ ଦେଉଳ, ପ୍ରାସାଦ, ପୁଷ୍କରିଣୀ ପ୍ରଭୃତି ଅଦ୍ୟାବଧି ମୂକସାକ୍ଷୀ ସ୍ୱରୂପ ଦଣ୍ଡାୟମାନ ଅଛି, ସେଗୁଡ଼ିକ ପ୍ରାଚୀନ ଉତ୍କଳର ଆର୍ଥିକ ଅବସ୍ଥା ଓ ଧର୍ମ୍ମୋନ୍ନତି ଉଭୟର ଏକାଧାରରେ ପରିଚାୟକ ଓ ପରିମାପକ । ପ୍ରାଚୀନ ଉତ୍କଳର ଆର୍ଥିକ ଅବସ୍ଥା ଉତ୍ତମ ନ ଥିଲେ ଏତେ ବ୍ୟୟ କରି ଅସଂଖ୍ୟ ଧର୍ମ୍ମାନୁଷ୍ଠାନମାନ ସ୍ଥାପିତ ହୋଇ ନ ଥାନ୍ତ ।

 

ପ୍ରାଚୀନ ଉତ୍କଳୀୟ ରାଜାମାନେ ଆପଣା ବାହୁବଳଦ୍ୱାରା ଅନେକ ରାଜ୍ୟ ଜୟ କରିଥିଲେ । ଗଙ୍ଗାଠାରୁ ରାମେଶ୍ୱର ପର୍ଯ୍ୟନ୍ତ ଆପଣା ଅଧିକାରଭୁକ୍ତ କରି ବହୁତ ଧନ ଉପାର୍ଜନ କରିଥିଲେ । ମାତ୍ର ଧନ ଆଣି ଆପଣା ବିଳାସବାସନା ଚରିତାର୍ଥ କରିବାରେ ବ୍ୟୟ କରି ନ ଥିଲେ । ଧର୍ମ୍ମାନୁଷ୍ଠାନମାନ ସ୍ଥାପିତ କରି ଲୋକମାନଙ୍କ ଧର୍ମ୍ମଚର୍ଚ୍ଚା ବୃଦ୍ଧି କରାଇବା ଏବଂ ନାନାପ୍ରକାର ଅଭାବ ଦୂର କରିବା କାର୍ଯ୍ୟରେ ସେ ଧନ ବ୍ୟୟିତ ହୋଇଥିବାର ସ୍ପଷ୍ଟ ପ୍ରମାଣ ମିଳେ ।

 

କେହି କେହି କହନ୍ତି, ପ୍ରାଚୀନ ଉତ୍କଳ ଯଦି ସମୃଦ୍ଧିଶାଳୀ ଦେଶ ଥିଲା ତେବେ ଲୋକମାନେ କୋଠାଘର କରି ନ ଥିଲେ କାହିଁକି ? ଏ କଥାଟି ନିତାନ୍ତ ଅମୂଳକ ଯୁକ୍ତି । ଯେଉଁ ଦେଶର ଲୋକ ଶତ ଶତ, ସହସ୍ର ସହସ୍ର, ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦେଉଳ ପ୍ରଭୃତି ଚିରସ୍ଥାୟୀ କାର୍ଯ୍ୟ କରିପାରିଥିଲେ, ସେମାନେ ଇଚ୍ଛା କରିଥିଲେ ଆପଣା ଘର ପକ୍‌କା କରିପାରିଥାନ୍ତେ ଏ କଥା ସହଜରେ ଜଣାଯାଏ । ଆମ୍ଭେ ଯେତେଦୂର ଅନୁମାନ କରୁଁ ଏବଂ ଏହା ହିଁ ଯୁକ୍ତିଯୁକ୍ତ ଯେ ପଥର ଘରର ଯୋଗ୍ୟ କେବଳ ଦେବତା ବୋଲି ଲୋକମାନଙ୍କର ଧ୍ରୁବ ବିଶ୍ୱାସ ଥିଲା । ଦେବତାଙ୍କ ନିମ୍ନରେ ସ୍ଥାନ ରାଜାଙ୍କର । ସୁତରାଂ ରାଜାମାନଙ୍କର ବାସଗୃହ ମଧ୍ୟ ପଥର ଘର ଥିଲା । ଅନ୍ୟାନ୍ୟ ସାଧାରଣ ଲୋକ ଆପଣା ଇଷ୍ଟଦେବତାଙ୍କ ପାଇଁ ଗୋଟିଏ ଦେଉଳ ତୋଳାଇ, ଚୂନ ଲଗାଇଦେଇ ଆପଣାକୁ ଧନ୍ୟ ମନେ କରୁଥିଲା ! ଗ୍ରୀଷ୍ମପ୍ରଧାନ ଦେଶରେ କୋଠାଘରର ଆବଶ୍ୟକ ନାହିଁ । ଅଗ୍ନିଭୟ ବ୍ୟତୀତ ଚାଳଘରର ଅନ୍ୟ କିଛି ଅସୁବିଧା ନାହିଁ । ଏ ସମ୍ବନ୍ଧେ ମଧ୍ୟ ଲୋକଙ୍କର ବିଶ୍ୱାସ ଥିଲା ଯେ ପାପଧନ ଘରେ ରହିଲେ ତାକୁ ଅଗ୍ନି ଖାଇଯାନ୍ତି । ଏ ସମସ୍ତ ଅବସ୍ଥା ପ୍ରତି ଦୃଷ୍ଟି ଦେଲେ ଆମ୍ଭ ଅନୁମାନଟି ଠିକ୍ ବୋଲି ବୋଧହୁଏ ନାହିଁ କି ?

 

ବ୍ୟୟରୁ ଆୟର ଅନୁମାନ କରାଯାଇପାରେ । ମାତ୍ର ଆୟ ସମ୍ବନ୍ଧରେ ଯାହା ପ୍ରମାଣ ମିଳୁଛି ତହିଁର ଆଲୋଚନା ପ୍ରଥମେ କରିବା ଆବଶ୍ୟକ । ରାଜ୍ୟର ସୀମା ବୃଦ୍ଧି ହେଲେ ଆୟବୃଦ୍ଧି ହେବା ସ୍ୱାଭାବିକ । ମାଦଳାପାଞ୍ଜିରୁ ଜଣାଯାଏ ଯେ ଗଙ୍ଗବଂଶ ରାଜାମାନଙ୍କ ରାଜତ୍ୱ ପୂର୍ବେ ଓଡ଼ିଶାର ଆୟ ଥିଲା ୧୫୦୦୦୦୦ ମାଢ଼ ସୁବର୍ଣ୍ଣ । ତେତେବେଳେ ଉତ୍କଳର ସୀମା ଥିଲା ଉତ୍ତର-ଦକ୍ଷିଣରେ ୧୮୫ ମାଇଲ ଓ ପୂର୍ବ ପଶ୍ଚିମରେ ୬୦ ମାଇଲ । କାଂସବାଂସ ନଦୀଠାରୁ ଋଷିକୁଲ୍ୟା ନଦୀ ଯାଏଁ ଉତ୍ତର-ଦକ୍ଷିଣ ସୀମା ଏବଂ ସମୁଦ୍ରଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ପୂର୍ବ-ପଶ୍ଚିମ ସୀମା ଥିଲା । ମାଦଳାପାଞ୍ଜି ଅନୁସାରେ ପୂର୍ବଦିଗ ଅର୍କକ୍ଷେତ୍ରଠାରୁ ପଶ୍ଚିମଦିଗ ଭୀମନଗର ଦଣ୍ଡପାଟ ପର୍ଯ୍ୟନ୍ତ ଏବଂ ଉତ୍ତର ଦିଗରେ ଦକ୍ଷିଣ ମହୋଦଧି ତୀରଠାରୁ କାଂସବାଂସ ପର୍ଯ୍ୟନ୍ତ ଓ କାଂସବାଂସଠାରୁ ଋଷିକୁଲ୍ୟା ପର୍ଯ୍ୟନ୍ତ । ଏଥିପୂର୍ବ ସମୟର ଆୟ ସମ୍ବନ୍ଧରେ ମାଦଳାପାଞ୍ଜିରୁ ଅନ୍ୟ କିଛି ସମ୍ବାଦ ଜଣାଯାଉନାହିଁ । ସୁତରାଂ ୧୧୦୩ ଶକାବ୍ଦ ବା ୧୧୮୧ ଖ୍ରୀଷ୍ଟାବ୍ଦ ଅର୍ଥାତ୍ ଦ୍ୱାଦଶ ଶତାବ୍ଦୀରେ ଉତ୍କଳର ଆୟ ବର୍ଷକୁ ୧ ଲକ୍ଷ ମାଢ଼ ସୁବର୍ଣ୍ଣ ଥିବାର ପ୍ରଥମ ପରିଚୟ ମିଳେ । ହଣ୍ଟର ସାହେବଙ୍କ ହିସାବରେ ଏହାର ମୂଲ୍ୟ ୪୦୬୨୬୦ ପାଉଣ୍ଡ । ୧ ମୋହର ବର୍ଷ କର ଚାରିଭାଗରୁ ଏକ ଭାଗ । ୧ ବର୍ଷ = ଏକ ତୋଳା । ୧ ତୋଳାକ ୧ ଟଙ୍କା । ସୁତରାଂ ୧୫୦୦୦୦୦ ମୋହର = ୩୭୫୦୦୦ ତୋଳା ବା ୩୭୫୦୦୦ ଟଙ୍କା ।

 

ବତ୍ତର୍ମାନ ଦେଖାଯାଏ ଯେ ୨ ମାଢ଼ରେ ୧ ଭରି ବା ୧ ମୋହର । ସୁତରାଂ ୧୫ ଲକ୍ଷ ମାଢ଼ = ୭୫୦୦୦୦ ଭରି । ମୋହରକର ମୂଲ୍ୟ ୨୦ ଟଙ୍କା ହେଲେ ୭୫୦୦୦୦ ଭରିର ମୂଲ୍ୟ ୧୫୦୦୦୦୦୦ ଟଙ୍କା ହେବ ।

 

ଗଙ୍ଗବଂଶୀୟ ରାଜାମାନଙ୍କ ଅମଳରେ ଓଡ଼ିଶାର ସୀମା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଆୟ ମଧ୍ୟ ବୃଦ୍ଧି ହୋଇଥିଲା । ଅନଙ୍ଗଭୀମଦେବ ଉତ୍ତର ଦିଗରେ କାଂସବାଂସଠାରୁ ଦନାଇକୁଡ଼ି ନଦୀ ପର୍ଯ୍ୟନ୍ତ ଏବଂ ଦକ୍ଷିଣ ଦିଗରେ ଋଷିକୁଲ୍ୟାଠାରୁ ରାଜମହେନ୍ଦ୍ରୀ ଦଣ୍ଡପାଟ ପର୍ଯ୍ୟନ୍ତ ରାଜ୍ୟ ପୂର୍ବରାଜ୍ୟ ସହିତ ଯୋଗ କଲେ । ଏହି ବୃଦ୍ଧି ରାଜ୍ୟର ଅଧିକ ଆୟ ୨୫୦୦୦୦୦ ମାଢ଼ ସୁନା = ଉପରୋକ୍ତ ହିସାବ ଅନୁସାରେ ୨ କୋଟି ଟଙ୍କା । ସୁତରାଂ ମୋଟ ଆୟ ୩୫ ଲକ୍ଷ ମାଢ଼ ସୁନା = ୩ କୋଟି ୫୦ ଲକ୍ଷ ଟଙ୍କା । ଏ ତ ଗଲା ଭୂ ରାଜସ୍ୱ । ଅନ୍ୟାନ୍ୟ ବାଜେ ଆୟ ମିଶି ମୋଟ ବାର୍ଷିକ ଆୟ ୪୭୮୮୦୦୦ ମାଢ଼ ସୁନା = ୪୭୮୮୦୦୦୦ ଟଙ୍କା । ଗଙ୍ଗବଂଶ ରାଜତ୍ୱ ସମୟରେ ନଳ ମାପ ହୋଇଥିଲା । ମୋଟ ଜମିର ପରିମାଣ ୬୨୨୮୦୦ ବାଟି । ଏଥିରୁ ଭଣୁଆ, ନଦୀ, ପର୍ବତ ପ୍ରଭୃତି ୧୪୮୦୦୦୦ ବାଟି ଯାଇ ଅବଶିଷ୍ଟ ୪୭୪୮୦୦୦ ବାଟିରୁ ରାଜସ୍ୱ ଆଦାୟ ହେଉଥିଲା । ମେଦିନୀପୁର ଅଞ୍ଚଳ ଓ ତମଲୁକ ଏ ସମୟରେ ଓଡ଼ିଶାର ଅନ୍ତର୍ଗତ ଥିଲା । ଦ୍ୱାଦଶ ଶତାବ୍ଦୀ ଶେଷକୁ ଓଡ଼ିଶାର ବାର୍ଷିକ ଆୟ ପୂର୍ବୋକ୍ତ ମତେ ଥିଲା । ପ୍ରତାପରୁଦ୍ରଦେବ ଓ କପିଳେନ୍ଦ୍ରଦେବଙ୍କ ଅମଳରେ ଓଡ଼ିଶାର ସୀମା ସେତୁବନ୍ଧ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବିଷୟ ମାଦଳାପାଞ୍ଜିରୁ ପ୍ରମାଣିତ ହୁଏ । ସୁତରାଂ ଏମାନଙ୍କ ଅମଳରେ ଆୟ ଆହୁରି ବୃଦ୍ଧି ହୋଇଥିବ । ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶା ସମୃଦ୍ଧିଶାଳୀ ପ୍ରଦେଶ ଥିବାର ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।

 

୧୫୯୪

ଖ୍ରୀଷ୍ଟାବ୍ଦ

ଟ ୩୧୪୩୩୧୬/-

୧୬୪୮

ଖ୍ରୀଷ୍ଟାବ୍ଦ

ଟ ୫୦୦୦୦୦୦/-

୧୬୫୪

ଖ୍ରୀଷ୍ଟାବ୍ଦ

ଟ ୫୬୩୯୫୦୦/-

୧୬୬୫

ଖ୍ରୀଷ୍ଟାବ୍ଦ

ଟ ୭୨୭୦୦୦୦/-

୧୬୯୦

ଖ୍ରୀଷ୍ଟାବ୍ଦ

ଟ ୩୫୭୦୫୦୦/-

୧୬୯୬

ଖ୍ରୀଷ୍ଟାବ୍ଦ

ଟ ୧୦୧୦୨୬୨୫/-

୧୬୯୬

ଖ୍ରୀଷ୍ଟାବ୍ଦ

ଟ ୪୩୨୧୦୨୫/-

୧୬୯୬-୧୭୦୭

ଖ୍ରୀଷ୍ଟାବ୍ଦ

ଟ ୫୭୦୭୫/-

୧୭୦୭

ଖ୍ରୀଷ୍ଟାବ୍ଦ

ଟ ୩୫୭୦୫୦୦/-

 

ହଣ୍ଟର ସାହେବଙ୍କ ମତାନୁସାରେ ୧୬ ଶତାବ୍ଦୀରେ ଓଡ଼ିଶାର ଆୟ ୪୩୫୦୦୦ ପାଉଣ୍ଡ, ଆକବରଙ୍କ ସମୟରେ ୪୩୫୩୧୯ ପାଉଣ୍ଡ ଏବଂ ୧୭ ଶତାବ୍ଦୀରେ ୫୩୭୪୯୫ ପାଉଣ୍ଡ ବା ୪୯୬୧୪୯୭ ସିକା ଟଙ୍କା ବା ୫୩୭୪୯୫୫ ଟଙ୍କା ଥିଲା । ୧୮ଶ ଶତାବ୍ଦୀର ଆୟ ୫୭୦୭୫୦ ପାଉଣ୍ଡ ଏବଂ ବ୍ରିଟିଶ୍ ରାଜତ୍ୱରେ ୫୪୦୦୦୦ ପାଉଣ୍ଡ । ହଣ୍ଟର ସାହେବ କହନ୍ତି, ଦେଶର ଆୟ ଯାହା, ବ୍ୟୟ ଯାଇ ଅତି ଅଳ୍ପ ବଳେ ।

 

ମୋଗଲମାନଙ୍କ ପୂର୍ବେ କି ହାରରେ କର ଧାର୍ଯ୍ୟ ହେଉଥିଲା ଦେଖାଯାଉ । ରାଜକେଶରୀଙ୍କ ଅମଳରେ ଅର୍ଥାତ୍ ୭୨୬-୭୩୮ ସାଲରେ ଭୂମି ବାଟିକୁ କର ୫ କାହାଣ ଥିଲା । ବରାହକେଶରୀଙ୍କ ଅମଳ ଅର୍ଥାତ୍ ୧୦୫୩-୧୦୬୮ ମଧ୍ୟରେ ଭୂମି ମାଣକୁ କର ଏକ କାହାଣ । ସୁଜନକେଶରୀଙ୍କ ଅମଳରେ ଭୂମି ବାଟିକୁ ୫ କାହାଣ ।

 

ଏହାପରେ ଆମ୍ଭେମାନେ ରାଜା ତୋଡ଼ରମଲ୍ଲଙ୍କ ବନ୍ଦୋବସ୍ତ ଦେଖିବାକୁ ପାଉଁ । ତାଙ୍କ ବନ୍ଦୋବସ୍ତର ନାମ ତକ୍‌ସିମ୍ ଜମା ଓ ଟଙ୍କାରକ୍ମି । ସେ ୧୨ ଦସ୍ତି ପଦିକାରେ ଜଳେଶ୍ୱର, ଭଦ୍ରଖ ଓ କଟକ ସରକାରମାନଙ୍କର ଜମିମାନ ଜରୀବ କରାଇଥିଲେ । ପରେ ସେ ସବୁ ସଂଶୋଧନ ହେଲା । ତାହା କେବଳ ନଜର ଅନ୍ଦାଜିଦ୍ୱାରା କରାଗଲା । ପ୍ରଜାମାନେ କି ହାରରେ ରାଜସ୍ୱ ଦେବାର ସ୍ଥିର ହୋଇଥିଲା ତାହା ସ୍ପଷ୍ଟରୂପେ ଜଣାଯାଉ ନାହିଁ ।

 

ମାତ୍ର ଆବୁଲ ଫଜଲ୍ ସମସ୍ତ ହିନ୍ଦୁସ୍ଥାନ ବିଷୟ ଲେଖିଲାବେଳେ କହନ୍ତି ଯେ ଦଶ ବର୍ଷର ଅସୁଲର ଗୋଟିଏ ହାରାହାରି ସ୍ଥିର କରାଯାଇଥିଲା । ପ୍ରାଚୀନ ଜମା କାଏମ ରହିଥିଲା କି ବୃଦ୍ଧି ଜମା ହେଲା, ତାହା ସ୍ପଷ୍ଟରୂପେ ଜଣାଯାଉ ନାହିଁ । ମାତ୍ର ସାଧାରଣତଃ ଜଣାଯାଏ ଯେ ମୋଗଲମାନଙ୍କ ବନ୍ଦୋବସ୍ତ ଜମାଠାରୁ ବୋଧହୁଏ ହିନ୍ଦୁ ରାଜାମାନଙ୍କ ଜମା ବେଶି ଥିଲା । ମାତ୍ର ଓଡ଼ିଶା ରାଜାମାନେ ବାଜେ ବାବଦରେ ପ୍ରଜାମାନଙ୍କଠାରୁ ଯାହା ଆଦାୟ କରୁଥିଲେ ତାକୁ ହିସାବରେ ନେଲେ ମୋଗଲମାନଙ୍କ ଜମା ସହିତ ସମାନ କିମ୍ବା ଅଳ୍ପ ତାରତମ୍ୟ ହୋଇପାରେ ।

 

ଆବୁଲ ଫଜଲ୍‌ଙ୍କ ଇତିହାସରୁ ଜଣାଯାଏ ଯେ ସମସ୍ତ ସୁବାର ବନ୍ଦୋବସ୍ତ ଜମି । ୧୬୦୬୩୩୨୩୭ ଡାମ ବା ଟ ୪୦୧୮୩୩୦ ଥିଲା ଏବଂ ଭଦ୍ରଖ ଓ କଟକ ସରକାରର ଜମା (ସୁବର୍ଣ୍ଣରେଖାଠାରୁ ଚିଲିକା) ୨୭୫୩୦୧୫ ଟଙ୍କା ଥିଲା । ପାର୍ବତ୍ୟ ପ୍ରଦେଶର ରାଜଗିମାନଙ୍କ ଜମା ଏଥି ସହିତ ନ ଥିଲା ।

 

ଗ୍ରାଣ୍ଟ ସାହେବଙ୍କ ମତାନୁସାରେ ୧୬୨୭-୫୮ ସାଲ ମଧ୍ୟରେ ଅର୍ଥାତ୍ ଶାହାଜାହାନଙ୍କ ରାଜତ୍ୱବେଳେ ଓଡ଼ିଶା ଗୋଟିଏ ପୃଥକ୍ ସୁବା ହୋଇଥିଲା ଏବଂ ୩ ସରକାରରେ ବିଭକ୍ତ ହୋଇ ୧୨ ମାହାଲ ଥିଲା ।

 

୧ ।

କଟକ

୧୦୦ ମାହାଲ

ଟ ୩୩୮୧୦୨୩/-

୨ ।

ବରୁହାଁ

୯ ମାହାଲ

 

୩ ।

ଯାଜପୁର

ମାହାଲ

 

୪ ।

ବାଦଶାହନଗର

୧୬ ମାହାଲ

 

୫ ।

ଭଦ୍ରଖ

୧୯ ମାହାଲ

 

୬ ।

ସୋର

୧୫ ମାହାଲ

 

୭ ।

ରେମୁଣା

୨୦ ମାହାଲ

ଟ ୧୫୮୦୪୭୪/-

୮ ।

ବସ୍ତା

୧୦ ମାହାଲ

 

୯ ।

ଜଳେଶ୍ୱର

୨୨ ମାହାଲ

 

୧୦ ।

ମାଲଝେଟିଆ

୨୧ ମାହାଲ

 

୧୧ ।

ଗୋଆଳପଡ଼ା

୨୮ ମାହାଲ

 

୧୨ ।

ମଜକୁରୀ

୧୧ ମାହାଲ

 

 

ମୋଟ

୨୭୬ ମାହାଲ

ସର୍ବମୋଟ ଟ ୪୯୬୧୪୯୭/-

 

ଏଥିରେ ଓଡ଼ିଶା ରାଜାଙ୍କ ଦଖଲରେ ଥିବା ଏବଂ ଅନ୍ୟାନ୍ୟ ଗଡ଼ଜାତମାନ ଭୁକ୍ତ ଅଛି । ଏ ସମସ୍ତର ରାଜସ୍ୱ ଟ ୮୭୩୫୧୮ ଏବଂ ଏଥି ମଧ୍ୟରୁ ଓଡ଼ିଶା ଗଜପତିଙ୍କ ଅଧୀନସ୍ଥ ଗଡ଼ଜାତର ରାଜସ୍ୱ ଟ ୬୧୫୬୧୬ । ଏହି ଶେଷୋକ୍ତ ଜମା ଉପରୋକ୍ତ ଆଠ ମାହାଲର ଜମାରୁ ବାଦ ଦେଲେ ଅବଶିଷ୍ଟ ଆଇନୀ ଆକବରୀ ଲିଖିତ ଜମା ସହିତ ପ୍ରାୟ ସମାନ ।

 

ଗଡ଼ଜାତମାନଙ୍କରେ ୩୨ ମାହାଲ, ଯଥା-

 

୧ ।

ଖୋର୍ଦ୍ଧା କିଲାର ୧୧ ମାହାଲ

ଟ-୬୧୫୬୧୬/-

୨ ।

ଆଳିର ମହେନ୍ଦ୍ର ରାଜା

ଟ-୨୬୧୨୧/-

୩ ।

ସାରଙ୍ଗଗଡ଼ର ରାମଚନ୍ଦ୍ର

ଟ-୩୬୯୭୮/-

୪ ।

ବାମୁଣହାଟୀର ସର୍ବେଶ୍ୱର ଭଞ୍ଜ

ଟ-୮୦୮୭୫/-

୫ ।

ଦରପଣ ହରଚନ୍ଦ୍ର

ଟ-୩୭୦୮୮/-

୬ ।

ରିଣ୍ଟୁର ପୁରୁଷୋତ୍ତମ ଭଞ୍ଜ

ଟ-୧୦୮୮୩/-

୭ ।

କୁଜଙ୍ଗର ରଘୁନାଥ ଷଣ୍ଢ

ଟ-୯୧୨୬/-

ମଧୁପୁର ରାଉତରା

ଟ-୫୯୨୧/-

୯ ।

କେରାପୁର ତେଜଚାନ୍ଦ ଧଳ

ଟ-୬୪୭୦/-

୧୦ ।

ନାଗପୁର ରାନସା

ଟ-୯୭୦୫/-

୧୧ ।

ଛତରାର ଜଗନ୍ନାଥ ଧଳ

ଟ-୧୬୧୭/-

୧୨ ।

କାଶୀଯୁଡ଼ାର ମହମ୍ମଦୟାଜ୍‌

ଟ-୨୦୦୦/-

୧୩ ।

ଚଉରାଶୀଯୁଡ଼ା ଗୁରିଧାରୀ ନାରାୟଣ

ଟ-୬୨୩୫/-

୧୪ ।

ନୀନଯୁଡ଼ା ବଳଭଦ୍ର

ଟ-୪୭୦୦/-

୧୫ ।

ନଉକାର ଓଗର

ଟ-୫୬୩୦/-

 

ମୋଟରେ ୨୭ ମାହାଲ ଓ କିସମ ମାହାଲ

ଟ-୮୭୩୫୧୮/-

 

ଆଲିବର୍ଦ୍ଦି ଖାଁ ଓଡ଼ିଶାର ଯେଉଁ ଅଂଶ ନାଗପୁରଭୁକ୍ତ କଲେ ତହିଁର ରାଜସ୍ୱ ଟ ୨୫୭୩୨୮୮ ଏବଂ ମରହଟ୍ଟାମାନଙ୍କ କୁଶାସନ ହେତୁ ୧୭୫୮-୬୯ ଜମା ଟଙ୍କା ଟ ୨୧୨୦୪୧୫କୁ କମି ଆସିଲା । ଏ ଜମା ପ୍ରକୃତରେ ଟ ୧୫୦୪୭୯୯ ହେବ, କାରଣ ଟ ୬୦୫୬୧୭ କେବଳ ନାମମାତ୍ର ଜମା ଥିଲା, ଆଦାୟ ହେଉ ନ ଥିଲା । ଖୋର୍ଦ୍ଧା ରାଜା ବୀରକେଶରୀଦେବଙ୍କ ରାଜ୍ୟ ପୃଥକ୍ ହେବାରୁ କେବଳ ଏଥିରୁ ଅର୍ଦ୍ଧେକ ଅର୍ଥାତ୍ ପ୍ରାୟ ୩ ଲକ୍ଷ ଟଙ୍କା ମରହଟ୍ଟା ଜମାବନ୍ଦି ଭୁକ୍ତ ହେଲା ।

 

ମୋଗଲମାନଙ୍କ କାଗଜପତ୍ରରେ ଦୁଇପ୍ରକାର ଜମାର ଉଲ୍ଲେଖ ଥିଲା । ଯଥା- ଟଙ୍କାରକ୍ମି ଓ କାମିଲି । ପ୍ରଥମଟି ଟଙ୍କାରେ ଏବଂ ଦ୍ୱିତୀୟଟି କଉଡ଼ିରେ ପ୍ରକାଶିତ ହେଉଥିଲା । ପ୍ରଥମ ଜମାଟି କାଳ୍ପନିକ ଏବଂ ସେହି ଜମାରେ କର୍ମଚାରୀଙ୍କୁ ଜାଗିରି ଜମିମାନ ଦିଆଯାଉଥିଲା । କାମିଲି ଅର୍ଥ ସଂଶୋଧିତ ଜମା । କାମନ ମହମ୍ମଦ ଏ ଜମା ସଂଶୋଧନ କରିଥିବା ହେତୁ ଏହାର ନାମ କାମିଲି ବୋଲି କେହି କେହି କହନ୍ତି । ଗ୍ରାଣ୍ଟ ସାହେବଙ୍କ ମତରେ ଜାଫର ଖାଁ ବନ୍ଦୋବସ୍ତ କରି କହିଲେ, ‘ତୁମର ଜମା କାମିଲି’, ସୁତରାଂ ଏପରି ନାମ ହେଲା ।

 

ମରହଟ୍ଟାମାନଙ୍କ କାଗଜପତ୍ରରୁ ନିମ୍ନଲିଖିତ ହିସାବ ମିଳେ ।

 

ମୋଗଲ ଜମାବନ୍ଦି –

 

୧୩ ସର୍କାର

୨୯୭ ମାହାଲ

ବଙ୍ଗଳାରେ ଅସୁଲ

୨୭ ମାହାଲ

 

୨୭୦ ମାହାଲ ଜମା

 

ମରହଟ୍ଟା ଜମାବନ୍ଦି –

 

ଭୋଁସଲାଙ୍କ ତହସିଲ ଟ ୨୪୨୨୩୬ C:\Users\USER-10\Desktop\Untitled-1.jpg ବା ୪୭୩୬୮୦୩ କାହାଣ । ଏଥି ମଧ୍ୟରେ

 

ମାହାଲାତ ଟ ୨୨୪୦୭୯ C:\Users\USER-10\Desktop\Untitled-1.jpg

କା ୩୬୪୨୯୭୮

କିଲ୍ଲାଜାତ ଟ ୧୮୧୫୭ C:\Users\USER-10\Desktop\୧୧୧୧.jpg

କା ୧୦୯୩୮୨୫

 

ଖର୍ଚ୍ଚ –

 

ନାଗପୁର ଖଜଣାଖାନାକୁ ରିସାଲି

ଟ ୬୦୦୦୦୦

ଅସୁଲ ଖର୍ଚ୍ଚ ଓ ସୈନ୍ୟମାନଙ୍କ ଖର୍ଚ୍ଚ

ଟ ୯୦୦୦୦୦

 

ଟ ୧୫୦୦୦୦୦

= ସିକା ଟଙ୍କା ୧୩୫୦୦୦୦୦ ମରହଟ୍ଟାମାନେ ଆଦାୟ କରୁଥିଲେ ।

 

୧ । ସେଓଭଟ୍ଟ ସାମନ୍ତ୍ରାଙ୍କ ୧୭୫୯ଖ୍ରୀ; ବନ୍ଦୋବସ୍ତ –

 

ସୁନା ମୋହର

୨୩୧

ଟଙ୍କା

ଟ ୩୮୨୮୨୯C:\Users\USER-10\Desktop\୨୨୨୨.jpg

କଉଡ଼ି

କା ୨୭୮୨୪୪୬/

 

୨ । ସମ୍ବରଜି ଗଣେଶ ୧୭୭୦ ଖ୍ରୀ: ବନ୍ଦୋବସ୍ତ –

 

ଅସର୍ପି

୧୧

ଟଙ୍କା

ଟ ୫୦୧୩୯୪C:\Users\USER-10\Desktop\୨୨୨୨.jpg

କଉଡ଼ି

କା ୪୨୩୭୬୬୬

 

୩ । ରାଜାରାମ ପଣ୍ଡିତଙ୍କ ବନ୍ଦୋବସ୍ତ ଟ ୧୧୦୩୧୮C:\Users\USER-10\Desktop\୩୩୩୩.jpg

କଉଡ଼ି କା ୫୩୩୭୬୮୫

 

୪ । ଇଙ୍କାଜି ଶୁକଦେବଙ୍କ ବନ୍ଦୋବସ୍ତ ଟ ୧୫୧୪୩୫

କଉଡ଼ି କା ୫୭୭୮୨୨୪

 

୧୮୦୩ ମସିହାରେ ବିଟ୍ରିଶ୍ ରାଜତ୍ୱ ଆରମ୍ଭ ହେବାରୁ ସିକା ଏକ ଟଙ୍କାର ମୂଲ୍ୟ ୪ କାହାଣ କଉଡ଼ି ସ୍ଥିର ହେଲା ଏବଂ ୧୮୦୭ ମସିହାଠାରୁ ରାଜସ୍ୱ ଟଙ୍କାରେ ଆଦାୟ ହେଉଛି । ସନ ୧୨୨୯ ବା ୧୮୨୧ ଖ୍ରୀଷ୍ଟାବ୍ଦ ବନ୍ଦୋବସ୍ତ ନିମ୍ନଲିଖିତମତେ ଜମା ଧାର୍ଯ୍ୟ ହେଲା ।

 

୧ । ମୋଗଲବନ୍ଦି (ପଟାସପୁର ପ୍ରଗନା ପ୍ରଭୃତି ବ୍ୟତୀତ ଯାହାର ଜମା ମରହଟ୍ଟାମାନେ ୩୦୦୦୦ ଟଙ୍କା ଧାର୍ଯ୍ୟ କରିଥିଲେ) ।

ଟ ୧୨୬୪୩୦

 

୨ । ଖାସମାହାଲ କିଲ୍ଲା ଖୋର୍ଦ୍ଧା ଯେ ମରହଟ୍ଟାମାନଙ୍କୁ ୧୦୦୦୦ ଟଙ୍କା ପେସ୍‌କସ୍ ଦେଉଥିଲା ।

ଟ ୧୨୦୧୧୦୯

 

୩ । ୩୧ ରାଜାଙ୍କଠାରେ ମୁକରରି ଟ ୧୨୦୪୧୧

ମୋଟ ୧୪୪୫୯୫୦

 

୪ । ଲୁଣ ଟ ୧୯୦୦୦୦୦

 

୫ । ଯାତ୍ରୀକର ପ୍ରଭୃତି ଟ ୧୦୦୦୦୦

ମୋଟ ୩୪୪୫୯୫୦

 

ଏପର୍ଯ୍ୟନ୍ତ ଆମ୍ଭେ ପ୍ରାଚୀନ ଉତ୍କଳର ଆୟ ସମ୍ବନ୍ଧେ କିଞ୍ଚିତ୍ ଆଭାସ ଦେଲୁଁ । ଉତ୍କଳୀୟ ରାଜାମାନଙ୍କ ସମୟର ବ୍ୟୟ କିପରି ଥିଲା ‘ କିଞ୍ଚିତ୍ ଆଲୋଚନା କରିବା ଆବଶ୍ୟକ । ବ୍ୟୟର କୌଣସି ହିସାବ ନ ଥିଲେ ମଧ୍ୟ ବ୍ୟୟସଙ୍କୁଳ ଅନୁଷ୍ଠାନମାନ ଦେଶର ମୂକସାକ୍ଷୀସ୍ୱରୂପ ଅଦ୍ୟାପି ବିଦ୍ୟମାନ ଅଛି ଏବଂ ସେଗୁଡ଼ିକ ବ୍ୟୟର ପରିମାପକସ୍ୱରୂପ ।

 

କେବଳ ଭୁବନେଶ୍ୱର ମନ୍ଦିର, ଜଗନ୍ନାଥ ମନ୍ଦିର ଇତ୍ୟାଦି ବୃହତ୍ ବୃହତ୍ ଶିଳ୍ପଭାସ୍କର୍ଯ୍ୟକାର୍ଯ୍ୟ ସମନ୍ୱିତ ମନ୍ଦିରମାନ, ବିନ୍ଦୁସାଗର, ନରେନ୍ଦ୍ର, ମାର୍କଣ୍ଡ ପ୍ରଭୃତି ବୃହତ୍ ବୃହତ୍ ଜଳାଶୟମାନ, କାଠଯୋଡ଼ିର ପଥରବନ୍ଧ, ଅଠରନଳା ପ୍ରଭୃତି କାର୍ଯ୍ୟମାନ ପ୍ରାଚୀନ ଉତ୍କଳର ଆର୍ଥିକ ଅବସ୍ଥାର ପରିଚାୟକ ଓ ପରିମାପକ । ରାଜଭଣ୍ଡାରରୁ ବ୍ୟୟ ହୋଇ ଉପରୋକ୍ତ କାର୍ଯ୍ୟମାନଙ୍କ ବ୍ୟତୀତ ଦେଶର ଚତୁର୍ଦ୍ଦିଗରେ ଅସଂଖ୍ୟ ଦେବମନ୍ଦିର ଓ ପୁଷ୍କରିଣୀ ଦେଖାଯାଏ । ଏଗୁଡ଼ିକ ଲୋକସାଧାରଣଙ୍କ ସ୍ୱଚ୍ଛଳ ଅବସ୍ଥାର ପରିଚାୟକ ଓ ପରିମାପକ । ଏ ପ୍ରକାର ସାଧାରଣ କାର୍ଯ୍ୟ ବ୍ୟତୀତ ଆମ୍ଭେମାନେ ଅନ୍ୟପ୍ରକାର ବ୍ୟୟର ପରିଚୟ ପାଉଁ । ଉତ୍କଳୀୟ ରାଜାମାନେ ମୁକ୍ତହସ୍ତ ହୋଇ ନିଷ୍କର, ସ୍ୱଳ୍ପକର ଓ ଅର୍ଦ୍ଧକରରେ ବିପୁଳ ଭୂମିଦାନ କରିଯାଇ ଅଛନ୍ତି । ଏହାର ନିଦର୍ଶନ ବର୍ତ୍ତମାନ ସୁଦ୍ଧା ଜ୍ୱଳନ୍ତ ଭାବରେ ରହିଅଛି । ବ୍ରାହ୍ମଣମାନଙ୍କୁ ଚକଡ଼ା ଦାନ, ମଠମାନଙ୍କୁ ଦାନ, ଖରାଏତ ଲାଗି ଦାନ, ଦେବତାମାନଙ୍କ ଭୋଗ ରାଜନୀତିଗତ ଯାନିଯାତ୍ରା ଲାଗି ବିପୁଳ ଅର୍ଥଦାନ ଓ ଭୂମିଦାନ ପ୍ରାଚୀନ ଉତ୍କଳର ଆର୍ଥିକ ଅବସ୍ଥାର ଅକାଟ୍ୟ ପ୍ରମାଣ ।

 

ଲୋକସାଧାରଣଙ୍କ ଉପକାରାର୍ଥେ ଏହି ସମସ୍ତ ବ୍ୟୟ ହେଉଥିଲା ଏବଂ ରାଜ୍ୟ ରକ୍ଷା ଲାଗି ସୈନ୍ୟମାନଙ୍କ ବ୍ୟୟ ଥିଲା । ଉପରୋକ୍ତ କାର୍ଯ୍ୟରେ ଯେତେ ବ୍ୟୟ ହୋଇଥିଲା ସେ ସମସ୍ତର ପ୍ରମାଣ ସହଜରେ ମିଳିପାରିବ ନାହିଁ । ପ୍ରମାଣ ସ୍ୱରୂପ ଯେ କେତେଗୋଟିର ପ୍ରମାଣ ମିଳୁଛି ତାହାର ଆଭାସ ନିମ୍ନରେ ଦିଆଯାଉଅଛି ।

 

୧ । ଜଗନ୍ନାଥ ଦେଉଳ ନିର୍ମାଣ ଲାଗି ଅନଙ୍ଗଭୀମଦେବ ଦେଲେ ସୁନା ୧୨୧୦୦୦୦ ମାଢ଼ ଓ ଜଗନ୍ନାଥ ଦେବଙ୍କ ଅଳଙ୍କାର ଲାଗି ୪୦୦୦୦ ମାଢ଼ ଓ ୧୩୮୨ ।୯ ବାଟି ଭୂମିଦାନ କରିଥିଲେ । ଏହାଙ୍କ ପୂର୍ବ ରାଜାମାନେ ମଧ୍ୟ ସହସ୍ର ସହସ୍ର ବାଟି ଭୂମି ଜଗନ୍ନାଥଙ୍କୁ ଦାନ କରିଥିଲେ । ଏହାର ବିଶେଷ ବିବରଣ ବଡ଼ ଦେଉଳ ଅଧ୍ୟାୟରେ ଦିଆଯିବ । ଏହାଙ୍କ ଅନ୍ୟାନ୍ୟ ବ୍ୟୟ ସମ୍ବନ୍ଧେ ରାଜବଂଶାନୁଚରିତ ଦେଖ ।

 

୨ । କୋଣାର୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ଓଡ଼ିଶାର ବାରବର୍ଷର ରାଜସ୍ୱ ବ୍ୟୟିତ ହୋଇଥିଲା । ତେତେବେଳେ ବାର୍ଷିକ ରାଜସ୍ୱ ୩ କୋଟି ଟଙ୍କା ଥିଲା ।

 

୩ । ଯଯାତିକେଶରୀ ଅଠର ଶାସନ ବସାଇ ୧୫୧୭।୧୩ ବାଟି ଭୂମି ଦାନ ଦେଇଥିଲେ ।

 

ଅନ୍ୟାନ୍ୟ ରାଜାମାନଙ୍କ ଦାନ ସମ୍ବନ୍ଧେ ରାଜବଂଶାନୁଚରିତ ଓ ଖୋଦିତ ଲିପି ଦ୍ରଷ୍ଟବ୍ୟ ।

 

ଏତେ ଆୟ ଓ ବ୍ୟୟ ସତ୍ତ୍ୱେ ପ୍ରଜାମାନଙ୍କଠାରୁ କେତେ ରାଜସ୍ୱ ଆଦାୟ ହେଉଥିଲା ‘ନିଦର୍ଶନ ପୂର୍ବେ ଦେଇଅଛୁଁ । ଓଡ଼ିଶାର ଅଙ୍ଗହାନି ହେବା ସଙ୍ଗେ ଆୟ ଊଣା ହୋଇ ଆସିଲା ଏବଂ ଭୂରାଜସ୍ୱ କ୍ରମେ ବୃଦ୍ଧି ହେଲା ।

 

ଉତ୍କଳର ପ୍ରାଚୀନ ଆର୍ଥିକ ଅବସ୍ଥା ସତ୍ତ୍ୱେ ବାରମ୍ବାର ଦୁର୍ଭିକ୍ଷ ଦେଖା ଦେଇଥିଲା । ବର୍ଷା, ତୋଫାନ ସାଧାରଣତଃ ଏହି ଦୁର୍ଭିକ୍ଷମାନଙ୍କର କାରଣ ଥିଲା । ନିମ୍ନଲିଖିତ ସମୟମାନଙ୍କରେ ଦୁର୍ଭିକ୍ଷ ହୋଇଥିବାର ପରିଚୟ ମିଳେ ।

 

କପିଳେନ୍ଦ୍ରଦେବଙ୍କ ୧୧ ଅଙ୍କ ଅର୍ଥାତ୍ ୧୪୪୪ ଖ୍ରୀଷ୍ଟାବ୍ଦରେ ପ୍ରଥମବାର ଓଡ଼ିଶାରେ ଦୁର୍ଭିକ୍ଷ ଦେଖା ଦେଇଥିବାର ପରିଚୟ ମିଳେ । ଏଥର ଧାନ ଭରଣକୁ ୧୦୫ କାହାଣ କଉଡ଼ି ହୋଇଥିଲା । ଏହାଙ୍କ ୨୭ ଅଙ୍କ ଦୁର୍ଭିକ୍ଷ ସମୟରେ ଧାନ ଭରଣକୁ ୧୦୩ କାହାଣ । ୩୨ ଓ ୩୩ ଅଙ୍କରେ ସବା ଧୋଇ ବତାସ ଓ ଦୁର୍ଭିକ୍ଷ ହୋଇଥିଲା ।

 

୨ । ପ୍ରତାପରୁଦ୍ରଦେବଙ୍କ ୧୩ ଅଙ୍କରେ ଯେ ଦୁର୍ଭିକ୍ଷ ହୋଇଥିଲା ଧାନ ଭରଣକ ମୂଲ୍ୟ ହେଲା ୧୨୦ କାହାଣ ।

 

୩ । ମୁକୁନ୍ଦଦେବଙ୍କ ୧୮ ଅଙ୍କରେ ଦୁର୍ଭିକ୍ଷ- ଧାନ ଭରଣକୁ ୪୫ କାହାଣ ।

 

୪ । ଦନାଇ ବିଦ୍ୟାଧରଙ୍କ ରାଜତ୍ୱ ସମୟରେ ଦୁର୍ଭିକ୍ଷ ହୋଇଥିଲା- ଧାନ ଭରଣକୁ ୧୦ କାହାଣ ।

 

୫ । ୧ମ ଦିବ୍ୟସିଂହ ଦେବଙ୍କ ୧୦ ଅଙ୍କରେ ଦୁର୍ଭିକ୍ଷ- ଧାନ ଭରଣ ୨୪ କାହାଣ ।

 

୬ । ୨ୟ ଦିବ୍ୟସିଂହଦେବଙ୍କ ୯ ଅଙ୍କରେ ଘୋର ଦୁର୍ଭିକ୍ଷ ହୋଇଥିଲା ।

 

ଓଡ଼ିଶାର ଦୁର୍ଭିକ୍ଷ ମୋଗଲମାନଙ୍କ ଆଗମନ ସଙ୍ଗେ ସଙ୍ଗେ ଆଗମନ କଲା ଓ କ୍ରମେ ଓଡ଼ିଶାରେ ସ୍ଥାୟୀ ବସତି କରି କରାଳ ମୁଖବ୍ୟାଦାନ ପୂର୍ବକ ଓଡ଼ିଶାବାସୀମାନଙ୍କୁ ଲଣ୍ଡଭଣ୍ଡ କରୁଅଛି ।

 

ଓଡ଼ିଶାର ସୁଭିକ୍ଷବେଳେ ଲୋକେ ନିଶ୍ଚିନ୍ତରେ ଖାଇପିଇ କାଳାତିପାତ କରୁଥିଲେ । ରାଜା ଚକ୍ରପ୍ରତାପଙ୍କ ୫ ଅଙ୍କରେ ଅର୍ଥାତ୍ ୧୫୪୭ ଖ୍ରୀଷ୍ଟାବ୍ଦରେ ଧାନ ଭରଣ କା ୩C:\Users\USER-10\Desktop\Untitled-1.jpg ଥିବା ବିଷୟ ମାଦଳାପାଞ୍ଜିରୁ ପ୍ରମାଣ ମିଳେ ।

 

Unknown

ଗୃହନିର୍ମାଣ ପ୍ରଥା

 

ଏ ସମ୍ବନ୍ଧରେ ଗୋଟିଏ ବଢ଼ାଇ ଘରୁ ଖଣ୍ଡିଏ ଶିଳ୍ପଶାସ୍ତ୍ର ନାମକ ପ୍ରାଚୀନ ତାଳପତ୍ର ପୋଥି ପାଇଥିଲୁଁ । ପୁସ୍ତକର ରଚୟିତା କିଏ ସେ ବିଷୟ ସେଥିରେ କିଛି ଉଲ୍ଲେଖ ନାହିଁ । କେବେ ତାହା ରଚିତ ହୋଇଥିଲା ତହିଁର ମଧ୍ୟ ନିଦର୍ଶନ ନାହିଁ । ତହିଁରେ ଲେଖାଥିବା ବିଷୟଗୁଡ଼ିକର ସାରମର୍ମ ନିମ୍ନରେ ଲେଖାଯାଉଛି ।

 

ଭୂମି ନିର୍ବାଚନ- ଯେଉଁ ଭୂମିରୁ ସୁଗନ୍ଧ ବାହାରୁଥିବ ଏବଂ ବୃକ୍ଷଲତାଦ୍ୱାରା ଶୋଭିତ ହୋଇଥିବ, ସେ ଜମି ଗୃହନିର୍ମାଣ ନିମିତ୍ତ ଶୁଭପ୍ରଦ ।

 

ଭୂମି ୪ ପ୍ରକାର ଯଥା- ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ।

 

ବ୍ରାହ୍ମଣ ଜାତୀୟ ଭୂମି- ଶୁକ୍ଳବର୍ଣ୍ଣ, କଷାୟ, ଅଶ୍ୱଗନ୍ଧ ।

 

କ୍ଷତ୍ରୀୟ ଜାତୀୟ ଭୂମି- ରକ୍ତବର୍ଣ୍ଣ, ଅମ୍ଳ, ରକ୍ତଗନ୍ଧ ।

 

ବୈଶ୍ୟ ଜାତୀୟ ଭୂମି- ପୀତବର୍ଣ୍ଣ, ତିକ୍ତ, କ୍ଷାରଗନ୍ଧ ।

 

ଶୂଦ୍ର ଜାତୀୟ ଭୂମି- କୃଷ୍ଣବର୍ଣ୍ଣ, ମଧୁ, ବିଷ୍ଠାଗନ୍ଧ ।

 

ଭୂମିର ଜାତି ପରୀକ୍ଷା ପ୍ରଣାଳୀ- ସାବିତ୍ରୀ ମନ୍ତ୍ରୋଚ୍ଚାରଣ ପୂର୍ବକ ଭୂମିରେ ତିଳ ବୁଣିବ । ବ୍ରହ୍ମଜାତି ଭୂମି ହୋଇଥିଲେ ୩ ଦିନରେ ଗଛ ହେବ, କ୍ଷତ୍ରୀୟ ଜାତି ହୋଇଥିଲେ ୫ ଦିନରେ ଗଛ ହେବ, ବୈଶ୍ୟ ଜାତି ହୋଇଥିଲେ ୭ ଦିନରେ ଏବଂ ଶୂଦ୍ର ଜାତୀୟ ହୋଇଥିଲେ ୯ ଦିନରେ ଗଛ ହେବ ।

 

ସ୍ୱଜାତି ଭୂମିରେ ରହିଲେ ଲୋକ ସୁଖୀ ଅର୍ଥାତ୍‌ ଚାରି ଜାତି ଭୂମି ଉପରେ ଗୃହ ନିର୍ମାଣ କରିପାରେ, କ୍ଷତ୍ରୀୟ ବ୍ରାହ୍ମଣ ଜାତି ବ୍ୟତୀତ ଅନ୍ୟ ୩ଜାତି ଭୂମି ଉପରେ ଗୃହ ନିର୍ମାଣ କରିପାରେ, ବୈଶ୍ୟ ବ୍ରାହ୍ମଣ ଓ କ୍ଷତ୍ରିୟ ବ୍ୟତୀତ ଅନ୍ୟ ଦୁଇଜାତି ଭୂମି ଉପରେ ରହିଲେ ସୁଖୀ ଏବଂ ଶୂଦ୍ର କେବଳ ଆପଣା ଜାତୀୟ ଜମି ଉପରେ ଗୃହ ନିର୍ମାଣ କଲେ ସୁଖୀ ହେବ । ଅନ୍ୟଥା କଲେ ଲୋକ ଦୁଃଖଭାଜନ ହୁଏ । ସ୍ୱଜାତୀୟ ଭୂମି ଉପରେ ବାସ କଲେ ଅର୍ଥଲାଭ ହୁଏ ଏବଂ ଜ୍ୟେଷ୍ଠ ଭୂମିରେ ବାସ କଲେ ଅର୍ଥହାନୀ ହୁଏ ଏବଂ ଡିହରେ ବିଲୁଆ ବୋବାଏ ।

 

ଭୂମି ବର୍ଣ୍ଣରେ ହୀନ ହେବ ଏବଂ ଗୃହସ୍ଥ ବର୍ଣ୍ଣରେ ଶ୍ରେଷ୍ଠ ହୋଇଥିବ ଏପରି ଭାବରେ ରହିଲେ ଧନ-ଜନ-ଗୋପ-ଲକ୍ଷ୍ମୀ ମାଡ଼ିଯାନ୍ତି ।

 

ଭୂମିର ଆକାର- ଆୟତ ଚତୁରସ୍ର, କ୍ଷେତ୍ରଦ, ଭଦ୍ରାସନ, ଚକ୍ର, ବିଷମବାହୁ, ତ୍ରିକୋଣ, ଶକଟାକାର, ଦଣ୍ଡପ୍ରଣାମ, ସରାଚି, ବୃହନ୍ମୁଖ, ବ୍ୟଞ୍ଜନ, କୂର୍ମପୃଷ୍ଠ, ସୂର୍ଯ୍ୟ, ଚକ୍ର ଓ ଧନୁ ଏପରି ୧୬ ପ୍ରକାର ।

 

କେଉଁ ମାସରେ ଗୃହ ଆରମ୍ଭ କରିବ- ବୈଶାଖରେ ଧନଲାଭ, ଜ୍ୟେଷ୍ଠମାସରେ ଗୃହସ୍ଥର ମୃତ୍ୟୁ, ଆଷାଢ଼ରେ ଧନହାନି, ଶ୍ରାବଣରେ ଭୂମିଲାଭ, ଭାଦ୍ରବରେ ସର୍ବନାଶ, ଆଶ୍ୱୀନରେ ଭାର୍ଯ୍ୟାନାଶ, କାର୍ତ୍ତିକରେ ବହୁଧାନ୍ୟ, ମାର୍ଗଶିରରେ ସମ୍ପତ୍ତି ଲାଭ, ପୌଷମାସରେ ଚୌରଭୟ, ମାଘମାସରେ ଅଗ୍ନିଭୟ, ଫାଲ୍‌ଗୁନରେ ରତ୍ନ ଲାଭ, ଚୈତ୍ରରେ ଶୋକ ।

 

ରବିଶୁଦ୍ଧି- ପ୍ରଥମେ ସୂର୍ଯ୍ୟ ଗୋଚରରେ ତୃତୀୟ, ଦଶମ, ଷଷ୍ଠ, ଏକାଦଶ ଏ ଚାରି ରାଶିରୁ ଏକ ରାଶି ଶୁଭ ହେବ । ଦ୍ୱିତୀୟ, ପଞ୍ଚମ, ନବମ ଏତେସ୍ଥାନରେ ଥିଲେ ତେର ଦିନ ଉତ୍ତାରୁ ଶୁଭ । ଚତୁର୍ଥ, ସପ୍ତମ, ଅଷ୍ଟମ, ଦ୍ୱାଦଶ ଏତେଠାରେ ସୂର୍ଯ୍ୟ ଥିଲେ ଘର ବିଘ୍ନ ହୁଏ ।

 

ତିଥିଫଳ- ପ୍ରତିପଦରେ ଗୃହାରମ୍ଭ କଲେ ବହୁତ ଦୁଃଖ ମିଳେ, ଷଷ୍ଠୀରେ ଅର୍ଥନାଶ, ପଞ୍ଚମୀରେ ଉଚ୍ଚାଟ, ଦଶମୀରେ ଚୌରଭୟ, ଏକାଦଶୀ ଦ୍ୱାଦଶୀରେ ନୃପଭୟ, ପୌର୍ଣ୍ଣମୀରେ ଭାର୍ଯ୍ୟାର ମୃତ୍ୟୁ, ଅମାବାସ୍ୟାରେ ଗୃହସ୍ଥର ମୃତ୍ୟୁ, ଚତୁର୍ଥୀ, ନବମୀ, ଚତୁର୍ଦ୍ଦଶୀରେ ଶାସ୍ତ୍ରଭୟ ।

 

ଦ୍ୱିତୀୟା, ତୃତୀୟା, ସପ୍ତମୀ, ଅଷ୍ଟମୀ, ତ୍ରୟୋଦଶୀ ଏ ପାଞ୍ଚ ତିଥି ଶୁଭ । ସ୍ଥିର ଲଗ୍ନ ଓ ଶୁଭ ବେଳାରେ ଗୃହାରମ୍ଭ ଶୁଭ ଦେଲେ ଶ୍ରୀସମ୍ପତ୍ତି ଲାଭ ହୁଏ ।

 

ବାର ବିଚାର- ସୋମବାରେ କଳହ, ରବିବାରେ ଅଗ୍ନିଭୟ, ଶନିବାରେ ଶୋକ, ମଙ୍ଗଳବାରେ ପତିନାଶ, ବୁଧ, ଗୁରୁ ଓ ଶୁକ୍ରବାରେ ଧନ ସମ୍ପତ୍ତି ଲାଭ ।

 

ନକ୍ଷତ୍ର ଫଳ- ୨ ।୩ ।୬ ।୭ ।୯ ।୧୧ ।୧୪ ।୧୫ ।୧୬ ।୨୦ ।୨୪ ।୨୫ ଓ ୨୭ ଏ ନକ୍ଷତ୍ରମାନ ଅଶୁଭ, ଅବଶିଷ୍ଟ ନକ୍ଷତ୍ର ଶୁଭ । ରବି ଯେଉଁ ନକ୍ଷତ୍ରରେ ଥିବ ସେଠାରୁ ତୃତୀୟ ନକ୍ଷତ୍ର ଶୁଭ । ଦଶମ ନକ୍ଷତ୍ର, ସପ୍ତମ, ଏକାଦଶ ନକ୍ଷତ୍ର ଜ୍ଞାନଦଣ୍ଡ, ଏକୋଇଶ ନକ୍ଷତ୍ର ଧୂମ୍ରଦଣ୍ଡ ଏବଂ ତୃତୀୟ ନକ୍ଷତ୍ର ବ୍ରହ୍ମଦଣ୍ଡ । ବ୍ରହ୍ମଦଣ୍ଡର ବିନାଶ ଧୂମ୍ର ଦଣ୍ଡରେ ମୃତ୍ୟୁ, ଜ୍ଞାନ ଦଣ୍ଡରେ ସ୍ଥାନ ଚଳନ, ମୂଳ ଦଣ୍ଡରେ ସକଳ ନାଶ ।

 

ବନ୍ଧ=ଦୀର୍ଘ x ପ୍ରତି ÷ ୮ ବାସ୍ତୁ ଯେତେ ପ୍ରକାର ହେବ ତାହା ଦୀର୍ଘ, ଘରର ଗର୍ଭ ଯେତେ ହେବ ତାହା ପ୍ରତି । ଦୀର୍ଘକୁ ପ୍ରତିରେ ଗୁଣି ଆଠରେ ହରିଲେ ଅବଶିଷ୍ଟାଂଶ ଅଙ୍କରୁ ବନ୍ଧ ଜଣାପଡ଼ିବ । (୧) ଧ୍ୱଜ ବନ୍ଧ, (୨) ଧୂମ୍ର ବନ୍ଧ, (୩) ସିଂହ ବନ୍ଧ, (୪) ଶ୍ୱାନ ବନ୍ଧ (୫) ବୃଷ ବନ୍ଧ, (୬) ଖର ବନ୍ଧ, (୭) ଗଜ ବନ୍ଧ, (୮) ଧ୍ମାକ୍ଷ ବନ୍ଧ ।

 

ଦେବାଳାୟ ଧ୍ୱଜବନ୍ଧରେ, ହୋମଶାଳା ଧୂମ୍ର ବନ୍ଧରେ, ଶ୍ରୀଘର ସିଂହବନ୍ଧରେ, କୁଟୁଣୀଶୀଳା ଶ୍ୱାନବନ୍ଧରେ, ଗୋଶାଳା ବୃଷବନ୍ଧରେ, ଅଶ୍ୱଶାଳା ଖରବନ୍ଧରେ, ଭଣ୍ଡାରଘର ଗଜବନ୍ଧରେ, ଶାସ୍ତ୍ରଗୃହ ଧ୍ମାକ୍ଷବନ୍ଧରେ ନିର୍ମାଣ କରିବ ।

ଗୃହର ରାଶି ନକ୍ଷତ୍ର- ଘରର ପିଣ୍ଡ ଅର୍ଥାତ୍‍ ଦୀର୍ଘ X ପ୍ରତି X ୮÷୨୭ ଅବଶିଷ୍ଟାଂଶ ଅଙ୍କରୁ ଗୃହର ରାଶି ନକ୍ଷତ୍ର ଜଣାପଡ଼ିବ । ତିନି ବା ଏକପାଦ ରହିଲେ ବହୁତ ବିଘ୍ନ ହୁଏ । ଦୁଇପାଦ ଚାରିପାଦ ହେବ ଏବଂ ନିଧନ ନାଡ଼ି ନ ହେଲେ ସୁଖପ୍ରଦ ହୁଏ । ଏ ଘର ନକ୍ଷତ୍ର ଯେତେ ଅଙ୍କ ହେବ ତାକୁ ଆଠରେ ହରିବ, ଅବଶିଷ୍ଟାଙ୍କ ବ୍ୟୟଭାଗ ହେବ । ଘରର ନକ୍ଷତ୍ରକୁ ୪ରେ ଗୁଣିବ, ଫଳକୁ ୯ଦ୍ୱାରା ହରିବ ଯାହା ରହିବ ତାହା ନବାଂଶ । (୧) ତସ୍କର, (୨) ଭୋଗ୍ୟ, (୩) ବିତରଣ, (୪) ବାତ, (୫) ନୃପତି, (୬) ଅଭୟ, (୭) ନପୁଂସକ, (୮) ଦରିଦ୍ର, (୯) ଦେବାଳୟ ।

 

ଘର ପିଣ୍ଡ X ଘର ନକ୍ଷତ୍ର ÷୮= ଅବଶିଷ୍ଟାଙ୍କ ନାଗ (୧) ଅନନ୍ତ, (୨) ବାସୁକି (୩) ତକ୍ଷକ, (୪) କର୍କଟ, (୫) ଶଙ୍ଖ, (୬) କୁଳକ, (୭) ପଦ୍ମ, (୮) ମହାପଦ୍ମ ।

 

ଘର ପିଣ୍ଡ X ଘର ନକ୍ଷତ୍ର ÷ ଶୂନ- ଅବଶିଷ୍ଟାଙ୍କ ଘରର ଆୟୁ, ଆୟୁ ଯେତେ ହେବ, ତାକୁ ୫ ଦ୍ୱାରା ଭାଗ କରିବ । ଅବଶିଷ୍ଟାଙ୍କ ଘରର ମରଣ ସୂଚକ । ୫ ଅର୍ଥ ମହାଭୂତ ପୃଥ୍ୱୀ, ଅପ, ତେଜ, ବାୟୁ ଓ ଆକାଶ ।

 

(୧) ପୃଥ୍ୱୀ ରହିଲେ ଘର ଅଛପର ହୋଇ ଭାଙ୍ଗିଯିବ,

(୨) ଅପରେ ଗୃହଭାଙ୍ଗି ଜଳରେ ଭାସେ,

(୩) ତେଜ ପଡ଼ିଲେ ଅଗ୍ନିରେ ଦହନ ହେବ,

(୪) ବାୟୁ ବତାସରେ ଭାଙ୍ଗିଯିବ,

(୫) ଆକାଶ ପଡ଼ିଲେ ଚଡ଼କରେ ଭାଙ୍ଗିଯିବ ।

 

ସୂତାସୂତ୍ର ଆରମ୍ଭ = ବିଭୁ କୁଶାଗ୍ର । ୪ କୁଶାଗ୍ର = ଯୂକା; ୪ ଯୂକା = ୧ ଙ୍ଘ ସୂତା; ୪ ସୂତା = ୧ ଅଙ୍ଗୁଳ । ଏ ପ୍ରମାଣରେ ବିଶ୍ୱାକୁ ମଣିବ । ଆଙ୍ଗୁଳେ ଆଙ୍ଗୁଳେ ପ୍ରମାଣ ଭାଗ ଦେବ ।

 

ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ ଏ ତିନିମାସରେ ନାଗର ଶିର ପୂର୍ବରେ ଥାଏ । ଫାଲ୍‌ଗୁନ, ଚୈତ୍ର, ବୈଶାଖରେ ପଶ୍ଚିମଦିଗକୁ ଥାଏ ।

 

ବାସ୍ତୁ ଯେତେ ସର୍ପଗାତ୍ର ତେତେ । ବାମଅଙ୍ଗ ମାଡ଼ି ଶୋଇଥାଏ, ତିନିମାସେ ଗୋଟିଏ ଦିଗ ଭ୍ରମି ଭ୍ରମି ବୁଲେ । ନାଗର ଶିର ପ୍ରଥମେ ପୂର୍ବ ଦିଗରେ ଥାଏ । ଐଶାନ୍ୟ କୋଣରୁ ୧ ମାସ ଲେଖାଏଁ ତିନିମାସରେ ଚଳିଯାଏ; ଦିଗକେ ୯୦ ଦିନ ଭୋଗ କରେ ।

 

ଶିରପୃଷ୍ଠ, ଲାଞ୍ଜମାନଙ୍କରେ ଖୋଳିବ ନାହିଁ । ତିନିଦିଗ ମାଡ଼ିଥାଏ, ଦିଗେ ଛାଡ଼ିଥାଏ । ପେଟରେ ଶୁଭ ଦେଲେ ସର୍ବ ଭୋଗ ଦିଏ । ନାଗର ଶରୀର ୮ ତାଳ ।

 

(୧) ଫଣିଶିର,

(୨) କର୍ଣ୍ଣ,

(୩) ଉଦର,

(୪) କଣ୍ଠଦେଶ,

(୫) ନାଭି,

(୬) ଶୁକ୍ର,

(୭) ଜାନୁଦେଶ,

(୮) ଗୁହ୍ୟ । ଉଦର ସର୍ବସିଦ୍ଧିପ୍ରଦ ।

 

ଶିରରେ ଶୁଭ ଦେଲେ ଭାର୍ଯ୍ୟା ପୁତ୍ର ମରନ୍ତି, ହୃଦରେ ଦେଲେ ଶ୍ରୀସମ୍ପତ୍ତି ହୁଏ, ନାଭିରେ ଦେଲେ ନାନା ବିରୋଧ ହୁଏ ଓ ରିପୁଭୟ ହୁଏ, ଗୁହ୍ୟଦେଶରେ ରୋଗବ୍ୟାଧି ହୁଏ, ଜାନୁରେ ଦେଲେ ଦୀର୍ଘ ପ୍ରବାସୀ, ଲାଙ୍ଗୁଳରେ ଦେଲେ ନାନା ବିଘ୍ନ । ଭୂମିରେ ଶରଣ ପଞ୍ଚକ ହେଲେ ଶୁଭ ଦେବା ନିଷେଧ ।

 

ଶରଣପଞ୍ଚକ- ଉତ୍ତରାଷାଢ଼ ୪ ନକ୍ଷତ୍ରକୁ ଶରଣପଞ୍ଚକ କହନ୍ତି । ଚନ୍ଦ୍ର ଧନୁରାଶି ତ୍ୟାଗ କରି ମକର ଓ କୁମ୍ଭକୁ ଗଲେ ଶରଣପଞ୍ଚକ ହୁଏ ।

 

ଉତ୍ତରାଷାଢ଼ା = ବିଶ୍ୱଦେବୀ- ଏଥିରେ ଅଗ୍ନିଭୟ ।

ଶ୍ରବଣା = ଶତ୍ରୁଭୟ । ଧନିଷ୍ଠା = ରୋଗଭୟ ।

ଶତଭିଷା = ମରଣଭୟ ।

ପୂର୍ବଭାଦ୍ରପଦ = ନୃପଭୟ ।

 

ସୂତା ଧରିଲାବେଳେ ହାତରୁ ଖସିଗଲେ ଅନେକ ବିପଦ ପଡ଼େ, ଛିଡ଼ିଗଲେ ଗୃହସ୍ଥ ମରେ ।

 

ଭୂମି ଚତୁରସ୍ର ହେବ ବୀକ୍ଷଣ କରି ଖପରାମାନ କଢ଼ାଯିବ, ହାଡ଼ଚର୍ମମାନ ନ ଥିବ, ଏପରି ଭୂମି ବାସ୍ତୁର ଉପଯୋଗୀ ।

 

ସୂତା ପକାଇବାବେଳେ ଗୋରୁ ରୋଦନ କଲେ ଭୂମିରେ ଗୋରୁହାଡ଼ ଅଛି ବୋଲି ଜାଣିବ । ହାଡ଼ ନ କାଢ଼ି ଘର କଲେ ଗୃହସ୍ଥର ମୃତ୍ୟୁ ହୁଏ ।

 

ସୂତା ଧରିବାବେଳେ ଗଧ, ସର୍ପ ଓ ଭିକ୍ଷୁକ ଲୋକ ଦେଖାଗଲେ ଗୃହସ୍ଥର ମୃତ୍ୟୁ ନିଶ୍ଚିତ । ବାମନ ଓ ଚକ୍ରୀ ରୋଗୀ, ଅନ୍ଧଲୋକ ଦେଖିଲେ ଅଶୁଭ ହୁଏ, ଧନ କ୍ଷୟ ହୁଏ ଓ ପ୍ରାଣପୀଡ଼ା ହୁଏ ।

 

ସୂତା ଧରିବାବେଳେ ହାତୀ ରଡ଼ି କଲେ ତଳେ ହାତୀ ହାଡ଼ ଅଛି ବୋଲି ଜାଣିବ । ଘରଡ଼ିହ ଯେତେ ହାତ, ଆଙ୍ଗୁଳ ଥିବ, ହାତ ଓ ଆଙ୍ଗୁଳ ସମସ୍ତକୁ ଆଙ୍ଗୁଳ କରି ୯ଦ୍ୱାରା ଭାଗ କରିବ, ଚାରି ଛାଡ଼ିବ, ଅବଶିଷ୍ଟରୁ ଜଣାଯିବ ଯେ ମଧ୍ୟ ଭାଗ ବୁକେ ଗଭୀରରେ ହାତୀ ହାଡ଼ ଅଛି ।

 

ସୂତା ଧରିବାବେଳେ ଘୋଡ଼ା ହେଁ ହେଁ ହେଲେ ଘୋଡ଼ାହାଡ଼ ଅଛି ବୋଲି ଜାଣିବ ।

 

ଘର ଯେତେ ହାତ ତିନି ଭାଗ କରିବ । ପୂର୍ବଦିଗର ପ୍ରଥମ ଭାଗ ଯେତେ ହାତ ହେବ, ତାହା ନିର୍ଭୟରେ ତେତେ ହାତ ଖୋଲିଲେ ହାଡ଼ ବାହାରିବ ।

 

ସୂତା ଧରିବାବେଳେ ଗୋରୁ ବୋବାଇଲେ ଘରତଳେ ଗୋରୁମୁଣ୍ଡ ଅଛି ବୋଲି ଜାଣିବ-

 

ଘର ଯେତେ ହାତ ଲମ୍ବ ହେବ, ତାକୁ ଦୁଇଭାଗ କରି ପ୍ରଥମଭାଗ କଟି ପର୍ଯ୍ୟନ୍ତ ଖୋଳାଇଲେ ମୁଣ୍ଡ ବାହାରିବ ।

 

ସୂତା ଧରିବାବେଳେ ମନୁଷ୍ୟ ବୋବାଳି ପକାଇଲେ ମନୁଷ୍ୟହାଡ଼ ଥିବାର ଜଣାଯିବ ।

 

ଘର ଯେତେ ହାତ ହେବ ତାକୁ ୧୬ ଭାଗ କରିବ । ଉତ୍ତର-ଦକ୍ଷିଣ ଘର ହେଲେ ଉତ୍ତରକୁ ଚାରିଭାଗ ଛାଡ଼ିବ, ପଞ୍ଚମ ଭାଗ ଜଙ୍ଘେ ଗହୀର ଖୋଳିଲେ ମନୁଷ୍ୟ ହାଡ଼ ପାଇବ । ପୂର୍ବ-ଦକ୍ଷିଣ ଘର ହୋଇଥିଲେ ଆଦ୍ୟ ଓ ପ୍ରାନ୍ତ ବୁଝିବ ।

 

ସୂତା ଧରିବାବେଳେ ଯଦି ସର୍ପ ଦେଖିବ, ତେବେ ଘର ତୋଳିବ ନାହିଁ । ତୋଳିଲେ ହାନି ହେବ, ସନ୍ତାନ ନାଶ ହେବ ।

 

ସୂତା ଧରିବାବେଳେ ଗୋଳମାଳ ହେଲେ କିମ୍ବା ପବନ ବହିଲେ ସେ ଘର ଭାଜିପଡ଼େ ।

 

ସୂତା ଧରିବାବେଳେ ମଇଁଷି, ବିରାଡ଼ି ପ୍ରଭୃତି ଜୀବ ଶବ୍ଦ ଶୁଭିଲେ ସେ ଜୀବର ହାଡ଼ ଥିବାର ଜଣାଯିବ । ସେ ଘରେ ଲୋକମାନେ ଅନ୍ନକଷ୍ଟରେ ମରନ୍ତି । ବେଙ୍ଗ ବୋବାଇଲେ ଗୃହସ୍ଥ ମରେ, ବିଲୁଆ ଶବ୍ଦ ଶୁଭିଲେ ମହାଭୟ ହୁଏ, ଗଧ ବୋବାଇଲେ ସର୍ବଦୋଷ ହୁଏ । ସେ ଘରେ ବଡ଼ ହାଡ଼ ଥାଏ ।

 

ସୂତା ଧରିବାବେଳେ ବ୍ରାହ୍ମଣର ବେଦଧ୍ୱନି, ମେଘଗର୍ଜନ ଶୁଣାଗଲେ ବଡ଼ ଜୟ ହୁଏ ।

 

ଶୁଭ ଦେବା ନିୟମ- ଶୁକ୍ର, ବୃହସ୍ପତି, ଗୋଚରେ ଶୁଭ ଦେବେ । ବାହୁ ଦଣ୍ଡ ଗହୀରରେ ଖାତ ଖୋଳିବ, ଗୋମୟଦ୍ୱାରା ଲିପିବ । ଖାତ ପୂର୍ବଭାଗରେ ପୂର୍ଣ୍ଣକୁମ୍ଭରେ ସୁବର୍ଣ୍ଣାଦି ପଞ୍ଚରତ୍ନ ପକାଇବ । ଆମ୍ବଡାଳ ଉପରେ ଶ୍ରୀଫଳ ଦେବ । ପୂର୍ଣ୍ଣକୁମ୍ଭ ସରି ହୋଇ ପୂର୍ଣ୍ଣ ଥିବ । ଦେବତାମାନଙ୍କୁ ଧୂପ, ଦୀପ, ନୈବେଦ୍ୟ ଦେବ, ତାମ୍ବୁଳ ସମର୍ପଣ କରି ପୂଜା କରିବ । ଦେବତାମାନଙ୍କୁ ସ୍ତୁତି କରିବ । ଦର୍ଶନ ନିମନ୍ତେ ଦଧି, ମାଛ, ଦର୍ପଣ ଥିବ । ମଙ୍ଗଳାରୋପଣ କରିବ । ବେଦଧ୍ୱନି କରାଯିବ । ମହାରଣାକୁ ଗନ୍ଧପୁଷ୍ପ ନୈବେଦ୍ୟ ଦେଇ ନୂତନ ବସ୍ତ୍ର ଦେଇ ବରଣ କରିବ, ବିଶ୍ୱକର୍ମାଙ୍କୁ ପୂଜା କରିବ । ‘ଭୋ ବିଶ୍ୱକର୍ମା ମୋ ଗୃହାରମ୍ଭ କର’ ବୋଲି ପ୍ରବୋଧି କହିବ । ଦାରା ସୁତ ଓ ସଖାମାନେ ବେଷ୍ଟିତ ଥିବେ । ପଞ୍ଚରତ୍ନ ଗୁଳୁଚିଲତା ଗୁଡ଼ାଇ ଶୁଭାରୋପଣ କରିବ । ଚନ୍ଦନ, ପୁଷ୍ପ ଦେବ । କର୍ମାନ୍ତେ ବ୍ରାହ୍ମଣଙ୍କୁ ଜ୍ୟୋତିଷଙ୍କୁ ଭୋଜନ ଓ ଦକ୍ଷିଣା ଦେବ । ଜ୍ୟୋତିଷମାନେ ଗ୍ରହପୂଜା କରିବେ, ବ୍ରାହ୍ମଣ ଆଶୀର୍ବାଦ କରିବେ । ଏପରି ଶୁଭ ଦେଲେ ଧନଜନ ବୃଦ୍ଧି ହୁଏ । ଶୁଭ ପୋତିବାବେଳେ ଧ୍ୱଜ, ଶୁକ୍ଳବର୍ଣ୍ଣ, କନକ ଛତ୍ର ଚାମର, ପୂର୍ଣ୍ଣକୁମ୍ଭ ଦେଖିଲେ ବହୁତ ଦ୍ରବ୍ୟ ଲାଭ ହୁଏ, ରତ୍ନଲାଭ ହୁଏ । ପାଉଁଶ ଅଙ୍ଗାର, ହାଡ଼, ରକ୍ତସ୍ରାବ କାଠ, ବାଲି ଧମ, ଇଟାଳିଆବର୍ଣ୍ଣ ଦନ୍ତ ଦେଖିଲେ ମାଟି ଭୂଇଁ ଗହୀରଠାରେ ଅତି ଶୀତଳ ହୁଏ, ସ୍ତ୍ରୀ-ଧନ-ପୁତ୍ର ନାଶ ହୁଏ ।

 

ମଙ୍ଗଳାରୋପଣ ଦ୍ରବ୍ୟ- ଭୂମି ଦୀପ, ଫଳ, ଦୁର୍ବା, ପୁଷ୍ପ ଓ ଗୋରଚନା ଦଧି ଘୃତ ଇତ୍ୟାଦି । ବାସ୍ତୁ ଭୂମିରେ ଶୁଭ ଦେବା ବେଳେ ନିମ୍ନଲିଖିତ ବ୍ୟକ୍ତିମାନେ ଆସିବା ନିଷେଧ ।

 

ଭିକାରୀ, ଜଟାଧାରୀ, ସନ୍ୟାସୀ, ରୋଗୀ, ତପୀ, କୁଷ୍ଠରୋଗୀ ।

 

ବାର ତିଥି ନକ୍ଷତ୍ର ତାରା ଚନ୍ଦ୍ର ଶୁଦ୍ଧି ଥାଇ ଶୁଭ ଲଗ୍ନରେ ଖାତ ଖୋଳାହେବ । ଖାତରେ ଅଷ୍ଟରେଖା ଥାଇ ପଦ୍ମରେଖା କାଟିବ । ନାଗ ମଧ୍ୟ ଗର୍ଭରେ ପଦ୍ମକେଶର ହୋଇବ । ଭୂମିକୁ ଶୁଦ୍ଧ କରିବ । ଅଷ୍ଟନାଗକୁ ପୂଜା କରିବ, ମଙ୍ଗଳ ଧ୍ୱନି କରିବ । ସ୍ତମ୍ଭ ପୋତିବ । ଉପରେ ଗୋଟିଏ ଆଟିକା ଚିତ୍ରକରି ଥୋଇବ । ଏପରି କଲେ ପକ୍ଷୀଜନ୍ତୁମାନେ ବସିବେ ନାହିଁ ।

 

ଘରତୋଳା ଶେଷ ହେଲେ କେଉଁ ଦିଗକୁ ବଢ଼ାଇଲେ କି ଫଳ ହୁଏ ?

 

ପୂର୍ବଦିଗକୁ ବଢ଼ାଇଲେ ଧନ ସମ୍ପତ୍ତି ହୁଏ । ପଶ୍ଚିମରେ ଧନହାନି ହୁଏ । ଦକ୍ଷିଣେ ମୃତ୍ୟୁ, ଉତ୍ତରେ ଧନବୃଦ୍ଧି ।

 

ପୂର୍ବଆଡ଼କୁ ତୁଳି ଉଚ୍ଚ ହେଲେ ଗୃହସ୍ଥ ଧନେଶ୍ୱର ହୁଏ, ଦକ୍ଷିଣ ଆଡ଼କୁ ଉଚ୍ଚ ହେଲେ ଧନବୃଦ୍ଧି, ପଶ୍ଚିମ ଆଡ଼କୁ ଉଚ୍ଚ ହେଲେ ଧନକ୍ଷୟ ଏବଂ ଉତ୍ତରଆଡ଼କୁ ଉଚ୍ଚ ହେଲେ ପତ୍ନୀନାଶ ହୁଏ ।

 

ଦୀର୍ଘ ୧୭, ପ୍ରତି ୭ ହାତ = ଗଜବନ୍ଧ ତିନିଶେଣିଆ, ଖମ୍ବ ଧାଡ଼ିକେ ୭ ଗୋଟି ଲେଖାଏଁ । ତିନି ବଖରାକୁ ଦୁଇଆଡ଼େ ଆଠ ଖମ୍ବ । ପ୍ରାଙ୍ଗଣ ଉଚ୍ଚସାର C:\Users\USER-10\Desktop\---.png ହାତ, ପ୍ରାଙ୍ଗଣ ଚାରିପାଖ ୧ ହାତ । ପ୍ରାଙ୍ଗଣ ପିଢ଼ ଉଚ୍ଚ ହେବ ୩ C:\Users\USER-10\Pictures\Screenshots\୦୦୦୦୦.png ହାତ, ଏ ପିଢ଼ ଉପରେ ଖମ୍ବ ଉଚ୍ଚ ହେବ ୬ ହାତ । ଏ ବାସ୍ତୁ ପ୍ରମାଣେ ଗର୍ଭ ୭ ହାତ, ପାଆଭାଗ ଓସାର ୧ C:\Users\USER-10\Desktop\---.png ହାତ । ଖମ୍ବ ଚାରିପାଖ ଚାର ବନ୍ଧା ହେବ । ଖମ୍ବମାନ ତାହା ଉପରେ ଖଟାଇବ । ତହିଁରେ ପାଣିନାବ କରି ଖମ୍ବମାନଙ୍କରେ ଓଳମ ଦେଇ ସଳଖିବ । ଈଶାନ କୋଣ ଆଡ଼କୋଣ ଦୁଇକୋଣ ଖମ୍ବରେ ଦୁଇ ନିହାଣ ମାରିବ । ୧C:\Users\USER-10\Pictures\Screenshots\୦୦୦୦୦.pngହାତ ଉପରେ ଡଙ୍ଗୀ ବସାଇବ । ଡଙ୍ଗୀରେ ପାଣି ପୂରାଇବ, ସ୍ଥିର ହୋଇଥିବ । ହାତେ ଲମ୍ବରେ କାଠି ଗୋଟିଏ ଆଣିବ, ଏ କାଠିର ଏକଆଡ଼େ ମୂନ ହୋଇଥିବ । ମୂନ ନେଇ ପାଣିରେ ଲଗାଇବ । ଖମ୍ବ ଉପରକୁ ଖୁଞ୍ଚ ଦେବ । ଏ ଖୁଞ୍ଚ ଉପର ସ୍ଥାନରେ ଦେବ । ଖୁମ୍ବରେ ଗାର ଦେବ । ପ୍ରଥମ ଖମ୍ବ ଗାରଠାରୁ ଆର ଖୁଞ୍ଚ ପ୍ରମାଣରେ ପାଣିରେ ମୁନ ଲଗାଇବ । ପୁନଶ୍ଚ ଅନ୍ୟ ବଖରାକୁ ନେବ । ଉପରୋକ୍ତ ପ୍ରକାରେ ଖୁଞ୍ଚ କାଠିରେ ମୁନ ଦେଇ ଶେଣା ୨C:\Users\USER-10\Pictures\Screenshots\୦୦୦୦୦.pngଖମ୍ବ ମାପ କରିବ । ତୃତୀୟ ଖମ୍ବ ସେହିପ୍ରକାରେ ଦେବ । ଖମ୍ବ ମାପ ମଧ୍ୟଖମ୍ବ ମାପ ପ୍ରମାଣେ ଦେବ । ଏ ପ୍ରମାଣେ ପାରିଆ ଖମ୍ବ ଲାଠି ଲାଗିବ । ଏପରି ଦୁଇ ବଖରା ସରି ହୁଏ । ଗାର ଯେତେ ଉଚ୍ଚ ହେବ ଏହା ପାଟିଆ ଉପରକୁ ଖୁଞ୍ଚ ଦେବ । ଖୁମ୍ବମାନ ମୁଣ୍ଡିବ । ଯେତେ ଓସାର ହେବ ତଦନୁଯାୟୀ ଖୁଞ୍ଚ ଦେଇ ଶେଣିଚାଞ୍ଛିବ । ଗଣ୍ଠି କରିବାକୁ ସମ ଭୂମିରେ ପାରିବ । ଏଥି ଉପରେ ସୂତା ଦେବ । ମଝିଖଣ୍ଡ ଉଚ୍ଚ ନ ହେବ, ନୀଚ ନୋହିବ । ତିନିଖଣ୍ଡ ସୂତା କୁଶସରି ହେବ । ଏଥି ଉପରେ ଶେଣି ଥୋଇବ । ଶେଣିମୂଳ ଦକ୍ଷିଣଆଡ଼କୁ ହେବ, ଆଗ ଉତ୍ତରଆଡ଼କୁ ହେବ । କଠାଉ ଗଣ୍ଠି ହେବ । ଗଣ୍ଠି ଲମ୍ବ ଚଉକେ ହେବ । ଶେଣିମୁଣ୍ଡ ପତ୍ରକଠାଉଆ ହେବ । ବାହାର କଠାଉଆ ଆର ଶେଣିରେ ବହଳ ଭାଗ ୩ ଆଙ୍ଗୁଳିରୁ ୨ ଆଙ୍ଗୁଳ କଟାଇବ, ଭାଗେ ପତ୍ର ରହିବ ଏପରି ଗଣ୍ଠି ଯୋଡ଼ କରିବ । ଶେଣି ଟାଣପାଖ ଉପରକୁ ହେବ । ପାଖ ସଟାଣ ବାହାର ଆଡ଼କୁ ହେବ । ଏ ଶେଣି ଓସାର ଯେତେ ହେବ, ଏଥିରୁ ୨ ଭାଗ ଖମ୍ବକନାରେ ବସିବ । ଉପରକୁ ଶେଣି ନିରୋଳା ଭାଗେ ଥିବ । କଠାଉଆ ଗଣ୍ଠି କି ପିଛା ଗଣ୍ଠି ବା ତୁଣ୍ଡାଗଣ୍ଠି, କଜିସାଳିଆ ଗଣ୍ଠି କି ଦାରୁଗଣ୍ଠି ଏପରି କଟାଇବ । ଏହିପରି ଶେଣିମାନ ଖମ୍ବରେ ରହିବ ।

 

ମଉଡ଼ ଶେଣି- ବଖରା ଶେଣି ଦୁଇଭାଗ କାପ କାଟିବ । ଭାଗେ ତଳକୁ ରହିବ । ଏଥିରେ କାଣ୍ଡ କଣ ଗଣ୍ଠି ବିନ୍ଧି ଫୋଡ଼ିବ । ଅନ୍ୟ ଶେଣିରୁ ଭାଗେ ତଳକୁ କାଟିବ, ଉପରକୁ ଦୁଇ ଭାଗ ରହିବ । ଏଥିରେ କାଣ୍ଡ ଗଣ୍ଠି ବିନ୍ଧି କାଟିବ । ଏ ପ୍ରକାର ଚାରିକୋଣ କାଟିବ । ଶେଣି ମୁଣ୍ଡାଳିମାନ ଖମ୍ବକୁ ନିକିଲି ୮ ଆଙ୍ଗୁଳି ଲେଖାଏଁ ଥିବ । ତଳ ଖମ୍ବ ମଝିରୁ ଗର୍ଭ ଯେଉଁ ମାପ ନିଆଯାଇଛି, ସେ ବାଉଁଶ ଉପରେ ରଖିବ । ଶେଣି ମଝିରେ ଦେବ । ଖମ୍ବ ବାହାର ଭିତର ହୋଇ ଯାଉଥିଲେ ମଝିରେ କରିବ । ଅନ୍ୟ ଶେଣି ଏହିପ୍ରକାର ନେବ । ଶେଣି ଜିଲାଳି ଯେତେ ଅଛି ତାକୁ ୩ ଭାଗ କରିବ, ଭାଗେ ଶେଣିରୁ କଟାଇବ । ଏ ପ୍ରକାର ଓରା କରିବ । ଦୁଇ ଶେଣି ମଝିରେ ଫୁଲି ଦେବ । ଗୁଜ ଉପରେ ସୂତା ବାନ୍ଧିବ । ଘର ଗର୍ଭର ତିନି ଭାଗରୁ ଏକ ଭାଗ ପ୍ରମାଣେ ଗୁଜ କାଟିବ । ଓରା ପାଖେ ଯେ ସୂତା ବାନ୍ଧିଥିବ ସେ ସୂତା ଉପରକୁ କାଠିଏ ଦେବ । ଉପର ସାଲ ଭିତର ସାଲଠାରୁ ଅଧିକ ଦେବ । ଗୁଜ ଉପରେ ଶାକରପଟା ରହିବ । ଘର ଦୀର୍ଘ ୧୭-୭ ଗର୍ଭ = ୧୦ ଚିତ୍ରପାଟୀ ଲମ୍ବ । ଦୁଇ ମୁଣ୍ଡରେ ମୁଣ୍ଡାଳି ଦେବ । ମୁଣ୍ଡାଳି ୬ ଆଙ୍ଗୁଳ ଲେଖାଏଁ ୧୨ ଆଙ୍ଗୁଳ । ସୁତରାଂ ଚିତ୍ରପାଟୀ ଲମ୍ବ ୧୦ ହାତ ୧୨ ଆଙ୍ଗୁଳ । ଗଣ୍ଠି କଠାଉ ହେବ । ଗଣ୍ଠି ଲମ୍ବ ୧୬ ଆଙ୍ଗୁଳ-। ଗଣ୍ଠି ମଝିରୁ ବିନ୍ଧିବ । ଚିତ୍ରପାଟୀ ଉପରେ ଲଦିବ ।

 

ରୁଅ ଲମ୍ବ ଘର ଓସାର ଅପେକ୍ଷା ହାତକେ ୨ ଆଙ୍ଗୁଳ ବେଶି ଅର୍ଥାତ୍‌ ୭ ହାତ

 

ତୁଣ୍ଡାଟ ଘେନି ଘର ବଖରାକ ହା ୫ ।୧୬ ପ୍ରମାଣେ ଖମ୍ବ ସଳଖ କରି ତୁଣ୍ଡାଟ ଗଣ୍ଠି କରିବ । ଏଥିରୁ ଅନ୍ୟ ପ୍ରକାର କଲେ ଗଣ୍ଠି ଭେଦ ହେବ-। ଗଣ୍ଠି ସରି ହେଲେ ଅଚଳଭୁବ କୁହାଯାଏ ।

 

ବଖରା ୫ ହାତ ୧୬ ଆଙ୍ଗୁଳ । ଏଥିରେ ସରିଭାଗ ରୁଅ ୧୨ ପଡ଼ିବାକୁ ଧରଣା ଖୋପା ହା ୫ । ୧୬ ଆଙ୍ଗୁଳ = ୧୩୬ ଆଙ୍ଗୁଳ (ହାତକ ୨୪ ଆଙ୍ଗୁଳ ।)

 

ପାଖରୁ ବିନ୍ଧ ଫୋଡ଼ି ସେଠାରୁ ୨C:\Users\USER-10\Pictures\Screenshots\୦୦୦୦୦.png ଆଙ୍ଗୁଳ ନେବା । ବାକି ରହିଲା ୮ । ଏଠାରେ ଗୋଟିଏ ଫୁଲି ଦେବ । ଏ ଖୁଞ୍ଚକାଠି ଘେନି ମଝିଫୁଲି ତୁଣ୍ଡାଟ କାଠିରୁ ମଝିରେ ସରି କରିବ । ବିନ୍ଧ ଫୋଡ଼ା କଟାଣଠାରୁ ୨C:\Users\USER-10\Pictures\Screenshots\୦୦୦୦୦.png ଆଙ୍ଗୁଳ ପ୍ରମାଣେ ବିନ୍ଧି ଫୋଡ଼ିବ । ଏ ପ୍ରକାରେ ତୁଣ୍ଡାଟ ଫୋଡ଼ିବ ।

 

ତୁଣ୍ଡାଟ ଖମ୍ବ ପୋତା ଭାଗ- ଓସାର ୭ ହାତ । ଏଥିର ୪ ଭାଗରୁ ଏକ ଭାଗ ହା ୧ ।୧୮ ଆଙ୍ଗୁଳ । ରୁଅ ହା ୭ । ୧୪ ଆଙ୍ଗୁଳ + ତୁଣ୍ଡାଟ ସାଲ ୬ ଆଙ୍ଗୁଳ = ହା ୭ । ୨୦ ଆଙ୍ଗୁଳ । ରୁଅ ଲଗାଇ ଗୁଡ଼ ତୁଣ୍ଡି ଲାଗିବ । ଗୁଡ଼ତୁଣ୍ଡି ୨୪ ଆଙ୍ଗୁଳ । ଏଥି ଉପରେ ଚଉକ ଛାଡ଼ି ଗୁଡ଼ବଢ଼ା ବସିବ । ଗୁଡ଼ତୁଣ୍ଡିର ଉପର ହା ୧ ।୧୨ ଆଙ୍ଗୁଳ । ଏପ୍ରକାର ତିନିଶେଣିଆ ଘରନିର୍ମାଣ ପ୍ରଣାଳୀ । ୫ ଶେଣିଆ, ୭ ଶେଣିଆ, ୯ ଶେଣିଆ, ୧୧ ଶେଣିଆ ବା ୨୧ ଶେଣିଆ ସମସ୍ତ ୩ ଶେଣିଆପରି ଉଚ୍ଚ, ସବୁ ଘର ସମାନ ।

 

ଦୀର୍ଘ ୭ ହାତ ୧ ଆଙ୍ଗୁଳ ଲେଖାଏଁ ତିନି ବଖରା, ୨୧ ହାତ ୩ ଆଙ୍ଗୁଳ ଓ ପ୍ରତି ଗର୍ଭ ୫ ହାତ ୧୨ ଆଙ୍ଗୁଳ ହେଲେ ଗଜବନ୍ଧ ଓ ୫ ଶେଣିଆ । ଏଥିରେ ଖମ୍ବ ୭ ହାତ, ଓରା ଲମ୍ବ ଖମ୍ବ ମଝିରୁ ୧୨ ହାତ । ଖମ୍ବ ମଝିରୁ ୪ ଭାଗ କରିବ, ଭାଗେ ଗୁଜ । ଦ୍ୱିତୀୟ ଗୁଜ ୩ ଆଙ୍ଗୁଳ ଊଣା, ତୃତୀୟ ଗୁଜ ୫ ଆଙ୍ଗୁଳ ଊଣା ୨ୟଠାରୁ । ମଉଡ଼ ଘର ହେଲେ କଣଓରା ଯିବ । କଣଗୁଜ ଅଣ୍ଟାଗୁଜ ପରି କଟାଯିବ । ୩ ଆଙ୍ଗୁଳରୁ ବେଶି କାଟିଲେ ମଉଡ଼ ଖାଲ ହେବ । ୨ୟ ଗୁଜରୁ ପାଞ୍ଚ ଆଙ୍ଗୁଳିରୁ ବେଶି କାଟିବ ନାହିଁ, କାଟିଲେ ମାଠ ହେବ । କଣଓରା ହା ୯ । ୧୬ ଆଙ୍ଗୁଳ । ବଖରା ଶେଣି ହା ୬ ।୨C:\Users\USER-10\Pictures\Screenshots\୦୦୦୦୦.png ଆଙ୍ଗୁଳ । ଅଚଳ ଶେଣି ହା ୩ ୧୨ ଆଙ୍ଗୁଳ । ଗଣ୍ଠିପତ୍ର ୪ ଆଙ୍ଗୁଳ । ମୁଣ୍ଡିଆଳି ୧୨ ଆଙ୍ଗୁଳ । ରୁଅ ହା ୧୩ ।୧୮ ଆଙ୍ଗୁଳ । ଓସାଣାଠାରୁ ଗୁଡ଼ହାଣ୍ଡି ହା ୩ ।୫ ଆଙ୍ଗୁଳ । କାଣ୍ଡ ହା ୫ । ୧୨ । ଶେଣି ନିଜ ମଝିରୁ ଅଶେଣି କଳିକା ମଝି ହା ୪ ।୧୧C:\Users\USER-10\Pictures\Screenshots\୦୦୦୦୦.png। ପିଣ୍ଡା ଓସାର ହେବା ନିମନ୍ତେ ଚଉକ ଗୁରୁଜ ଭିତରକୁ ତୁଳିଆ ଆଡ଼କୁ ଓସର ଭିତରକୁ ୧୨ ଆଙ୍ଗୁଳ ଘୁଞ୍ଛିବ ।

 

ଦ୍ୱାର ଲଗାଇବା ପ୍ରମାଣ ୧ ।୫ ।୯ ଅର୍ଥାତ୍‌ ମେଷ, ସିଂହ, ଧନୁ । ଏ ତିନି ରାଶିକୁ ପୂର୍ବ ଦିଗକୁ ଘର ହେବ ପଶ୍ଚିମ ଦ୍ୱାର ହେବ । ଗୃହସ୍ୱାମୀ ପୂର୍ବଦିଗରୁ ଭିତରେ ପ୍ରବେଶ କରିବ । ଏଥିରେ ଧନ ସମ୍ପତ୍ତି ହୁଏ ।

 

ତୁଳା, ମିଥୁନ, କୁମ୍ଭ ରାଶିକି ପଶ୍ଚିମ ଦିଗ ଓ ପୂର୍ବଦ୍ୱାର; ବିଛା, କର୍କଟ, ମୀନ ରାଶିକି ଉତ୍ତରଦିଗ ଓ ଦକ୍ଷିଣଦ୍ୱାର; ଅବଶିଷ୍ଟ ୩ ରାଶିକି ଦକ୍ଷିଣ ଦିଗ ଉତ୍ତରଦ୍ୱାର । ଧ୍ୱଜ ଓ ଧୂମ୍ର ବନ୍ଧ ପୂର୍ବଦିଗରେ କରିବ, ସିଂହ ଓ ଶ୍ୱାନବନ୍ଧ ଦକ୍ଷିଣରେ, ବୃକ୍ଷ ଓ ଖରବନ୍ଧ ପଶ୍ଚିମରେ ଏବଂ ଗଜ ଓ ଧ୍ମାକ୍ଷବନ୍ଧ ଉତ୍ତର ଦିଗରେ କରିବ ।

 

ବୃଷବନ୍ଧ ଘର

-

ପୂର୍ବଦ୍ୱାର ।

ଗଜବନ୍ଧ ଘର

-

ଉତ୍ତର, ଦକ୍ଷିଣ ଦ୍ୱାର ।

ଧ୍ୱଜବନ୍ଧ ଘର

-

ପଶ୍ଚିମ ଦ୍ୱାର ।

ସିଂହବନ୍ଧ ଘର

-

ଉତ୍ତର ଦ୍ୱାର ।

 

ପୂର୍ବଦ୍ୱାର କଲେ ଇଶାନ କୋଣରୁ ଗଣିବ, ଦକ୍ଷିଣ ଦ୍ୱାର କଲେ ଅଗ୍ନି କୋଣରୁ, ପଶ୍ଚିମ ଦ୍ୱାର କଲେ ନୈଋତ, ଉତ୍ତର ଦ୍ୱାର କଲେ ବାୟବ୍ୟ କୋଣରୁ ଗଣିବ ।

 

ଅଗ୍ନିକୋଣ- ଅଗ୍ନିଭୟ, କନ୍ୟାନାଶ, ରାଜସମ୍ମାନ, ରୋଦନ କରାଏ, ଚୋର ନିଏ ।

 

ଦକ୍ଷିଣ- ଅଳ୍ପ ସୁତ, ଧନକ୍ଷୟ, ସୁତ ନାଶ ।

 

ପଶ୍ଚିମଦ୍ୱାର- ସୁତ ପୀଡ଼ା, ରିପୁ ବୃଦ୍ଧି, ଧନନାଶ, ରାଜଭୟ ।

 

ଉତ୍ତର- ପ୍ରଥମଭାଗ ଧନଜନବୃଦ୍ଧି, ୨ୟ ଭାଗରେ ଶତ୍ରୁପୀଡ଼ା, ଧନହାନି ଓ ସୁତନାଶ ।

 

ପୂର୍ବଦିଗ ଗୃହ ଆଠଭାଗ ହେବ, ଈଶାନ କୋଣଠାରୁ ୪ ଭାଗର ୩ ଭାଗ ଦ୍ୱାର ହେବ-। ଦକ୍ଷିଣଦିଗ ଘରର ଅଗ୍ନି କୋଣଠାରୁ ୫ ଭାଗରୁ ୪ ଭାଗରେ ଦ୍ୱାର କରିବ । ଉତ୍ତର ଦିଗ ଗୃହ ବାୟବ୍ୟ କୋଣଠାରୁ ୪ ଭାଗର ୩ ଭାଗରେ ଦ୍ୱାର କରିବ । ଏପରି କଲେ ଶୁଭ, ଅନ୍ୟଥା ଅଶୁଭ-

 

ଗୃହ ପଶ୍ଚିମଦିଗରେ ବଟବୃକ୍ଷ ଥିଲେ ନିରନ୍ତର କଳହ ହୁଏ, ଉତ୍ତର ଦିଗରେ ଉଦୁମ୍ବର ଥିଲେ ମୃତ୍ୟୁ, ଈଶାନ କୋଣରେ ରକ୍ତ ପୁଷ୍ପଥିଲେ ଶତ୍ରୁ ବୃଦ୍ଧି ହୁଏ । ଏ ବୃକ୍ଷରେ ସୁବର୍ଣ୍ଣ କୁସୁମ ଥିଲେ ମଧ୍ୟ ତ୍ୟାଜ୍ୟ ।

 

ଗୃହଦ୍ୱାର ମଧ୍ୟରେ ମଲ୍ଲୀ, ମାଳତୀ, କୁନ୍ଦ, କାମୋଦ, ମନ୍ଦାରପୁଷ୍ପ ବୃକ୍ଷ ରହିଲେ ଧନ ସମ୍ପଦ ବୃଦ୍ଧି ହୁଏ । ବେଲ, ଡାଳିମ୍ବ, ନଡ଼ିଆ, ପଣସ ବୃକ୍ଷମାନ ଶୁଭଫଳପ୍ରଦ ।

 

ପୁଷ୍କରିଣୀ, ଦେବମନ୍ଦିର ଓ ନଦୀକୂଳସ୍ଥ ବୃକ୍ଷମାନ ଯେଉଁ ଦିଗରେ ଥିଲେ ମଧ୍ୟ ଶୁଭଫଳପ୍ରଦ ।

 

ଗୃହପ୍ରବେଶ- ରବିବାର, ବୁଧବାର, ଗୁରୁବାର ଓ ଶୁକ୍ରବାରମାନଙ୍କରେ ଗୃହପ୍ରବେଶ କରିବ । କନ୍ୟା, କୁମ୍ଭ, ବିଛା, ସିଂହ, ମିଥୁନ ରାଶି ଓ ହସ୍ତା, ପୁଷ୍ୟା, ପୁନର୍ବସୁ, ଶତଭିଷା, ସ୍ୱାତୀ, ରୋହିଣୀ ରେବତୀ ଉତ୍ତରାଫାଲ୍‌ଗୁନୀ, ଉତ୍ତରାଷାଢ଼ା, ଉତ୍ତରଭାଦ୍ରପଦ, ଶ୍ରବଣା, ମୃଗଶିରା, ମୂଳା, ଧନିଷ୍ଠା, ମଘା ନକ୍ଷତ୍ର ଓ ଗୃହସ୍ଥର ତାରାଚନ୍ଦ୍ରଶୁଦ୍ଧି ବୁଝି ଗୃହପ୍ରବେଶ କରିବ ।

 

ଲଗ୍ନଠାରୁ ଗ୍ରହମାନେ ୪ର୍ଥ, ସପ୍ତମ, ଦଶମ, ଏକାଦଶ ସ୍ଥାନରେ ଥିବେ କିମ୍ବା ଲଗ୍ନ ସହିତ ଶୁଭଗ୍ରହମାନେ ଥିବେ, ଚନ୍ଦ୍ରକୁ ଶୁଭ ଗ୍ରହମାନେ ଦେଖୁଥିବେ, ଏମନ୍ତ ବୁଝି ଗୃହପ୍ରବେଶ କଲେ ଧନ ସମ୍ପତ୍ତି ହୁଏ ଓ ମଙ୍ଗଳ ଧ୍ୱନି ହୁଏ ।

 

ଗୃହପ୍ରବେଶବେଳେ ବିଶ୍ୱକର୍ମାଙ୍କୁ ବରଣ କରି ଆଣିବ, ଫୁଲ ଚନ୍ଦନ ଦେବ । ହରିନାମ କୀର୍ତ୍ତନ ହେଉଥିବ, ବ୍ରାହ୍ମଣ ବେଦଧ୍ୱନି କରୁଥିବ, ଦୈବଜ୍ଞ ମଙ୍ଗଳଧ୍ୱନି କରୁଥିବ, ସ୍ତ୍ରୀମାନେ ହୁଳହୁଳି ଦେଉଥିବେ, ଗୃହସ୍ଥ ସକୁଟୁମ୍ବରେ ସୁବାସିତ ଶୁକ୍ଳ ପୁଷ୍ପ ଓ ଶୁକ୍ଳ ବସ୍ତ୍ର ପିନ୍ଧି ଓ ଉତରାଣ ପକାଇ ଗୃହରେ ପ୍ରବେଶ କରିବ, ଦେବ ବ୍ରାହ୍ମଣଙ୍କୁ ପୂଜା କରିବ, ହୋମହେବ । ସମସ୍ତେ ଶୁଭ ଧ୍ୱନି କରିବେ । ରାତ୍ରିରେ ବୀଣାବାଦ୍ୟ ହେବ ଏବଂ ଉନ୍ନିଦ୍ର ରହିବ । ଏପରି କଲେ ଚିରାୟୁ ଧନ ଜନ ବୃଦ୍ଧି ହୁଏ, ଶତ୍ରୁ ପାଦପୂଜା କରେ, ମିତ୍ରଗଣମାନେ ସୁଖୀ ହୁଅନ୍ତି, ଲକ୍ଷ୍ମୀ ହୁଅନ୍ତି ।

 

ବନ୍ଧ ପରିମାଣ- (୧) ଧ୍ୱଜବନ୍ଧ ଦୀର୍ଘ ହା ୯ ।୯ ଓ ପ୍ରତି ହାତ ୯ ।୯ । ଦେବତା ଗୃହ । ଗୃହ ରାଶି ୨୭ ଓ ୧୨ । ଆୟୁ ୪୮ ବର୍ଷ । ଅଗ୍ନି ସଂଯୋଗେ ନାଶ ।

 

ଦୀର୍ଘ ହା ୧୯ ।୧୯ ଓ ପ୍ରତି ହା ୧୯ । ଏ ଧ୍ୱଜବନ୍ଧ । ଆୟୁ ୮ ବର୍ଷ । ଏଥିରେ ମହେଶ୍ୱର ବାସ କରନ୍ତି । ଦୀର୍ଘ ହା ୧୮ ।୨ ଓ ପ୍ରତି ହା ୮ ।୧୮ । ଏ ଧୂମ୍ରବନ୍ଧ । ଏଥିରେ ହୋମଘର ହୁଏ । ଆୟୁ ୪୮ ବର୍ଷ । ଜଳ ସଂଯୋଗରେ ନାଶ ।

 

ଦୀର୍ଘ ହା ୬ ।୧୮ ଓ ପ୍ର୍ରତି ହା ୧୯ ।୯ । ଏ ଧୂମ୍ରବନ୍ଧ । ଏଥିରେ ହୋମକାର୍ଯ୍ୟ ହୁଏ ।

 

ଦୀର୍ଘ ହା ୫ ।୧୫ ଆଙ୍ଗୁଳ ଓ ପ୍ରତି ହା ୧୬ ।୭ । ଏ ଧ୍ୱଜବନ୍ଧ ।

 

ଦୀର୍ଘ ୨୭ ହାତ ଓ ପ୍ରତି ୯ ହାତ ଏ ସିଂହବନ୍ଧ । ଏହା ଶ୍ରୀଘର । ଆୟୁ ୨୪ ବର୍ଷ ନଚେତ୍‌ ୪୮ ବର୍ଷ । ଏ ଘର ଅଗ୍ନିସଂଯୋଗେ ନଷ୍ଟ ହୁଏ ।

 

ଦୀର୍ଘ ୩୧ ହାତ ଓ ପ୍ରତି ୫ ହାତ । ଏ ସିଂହବନ୍ଧ । ଆୟୁ ୪୦ ବର୍ଷ । ବଜ୍ରପାତରେ ନାଶ ହୁଏ । ଦୀର୍ଘ ହା ୨୨ ।୨୭ ପ୍ରତି ହା ୪ ।୪ । ଶ୍ୱାନବନ୍ଧ । ଏ ଘର କୁଟଣୀଶାଳା । ଆୟୁ ୪୦ ବର୍ଷ । ଚଡ଼କ ପଡ଼ି ନାଶ ହୁଏ ।

 

ଦୀର୍ଘ ହା ୧୮ ଓ ପ୍ରତି ୬ ହାତ । ଏ ଶ୍ୱାନବନ୍ଧ । ଆୟୁ ୨୪ ବର୍ଷ । ପବନାଘାତରେ ଭାଜିଯାଏ ।

 

ଦୀର୍ଘ ହା ୩ ।୩୫ ଓ ପ୍ରତି ହା ୭ ।୭ ବୃଷବନ୍ଧ । ଗୋଶାଳା । ଆୟୁ ୪୦ ବର୍ଷ । ବ୍ରଜପାତରେ ନାଶ ହୁଏ ।

 

ଦୀର୍ଘ ହା ୨ ।୨୫ ଓ ପ୍ରତି ହା ୫ ।୫ । ଏ ବୃଷବନ୍ଧ । ଭଣ୍ଡାର ଘର । ଆୟୁ ୪୮ ବର୍ଷ । ଅଗ୍ନିସଂଯୋଗେ ନାଶ ହୁଏ ।

 

ଦୀର୍ଘ ହା ୧୭, ପ୍ରତି ହା ୭ । ଏ ଗଜବନ୍ଧ । ଆୟୁ ୨୧ ବର୍ଷ । ପୃଥିବୀ ଯୋଗେ ନାଶ ହୁଏ ରନ୍ଧନଶାଳା ଓ ଭଣ୍ଡାର ।

 

ଦୀର୍ଘ ହା ୧୫ ପ୍ରତି ହା ୯ । ଏ ଗଜବନ୍ଧ । ଏଥିର ଭଣ୍ଡାର ହେବ । ଆୟୁ ୧୫ ବର୍ଷ । ଅଛପର ରହି ବର୍ଷାଜଳ ଯୋଗେ ନାଶ ହେବ ।

 

ଦୀର୍ଘ ହା ୧୬ ।୧୬, ପ୍ରତି ହା ୫ ।୧୫ । ଏ ଧ୍ୱଜବନ୍ଧ । ଶସ୍ତ୍ରଘର । ହୀନାୟୁ ।

 

ସିଂହବନ୍ଧ, ବୃଷବନ୍ଧ, ଗଜବନ୍ଧ ଏ ତିନି ବନ୍ଧରେ ସମସ୍ତ କାର୍ଯ୍ୟ ଶୁଭ ହୁଏ ।

 

ଗୁଜର ମାପ

 

୩ ଶେଣିଆ ଘର

-

ଓସାରର ୩ ଭାଗରୁ ଏକଭାଗ ଗୁଜର ଉଚ୍ଚତା ।

୫ ଶେଣିଆ ଘର

-

ଓସାରର ୭ ଭାଗରୁ ଏକଭାଗ ଗୁଜର ଉଚ୍ଚତା ।

୭ ଶେଣିଆ ଘର

-

ଓସାରର ୯ ଭାଗରୁ ଏକଭାଗ ଗୁଜର ଉଚ୍ଚତା ।

୯ ଶେଣିଆ ଘର

-

ଓସାରର ୧୨ ଭାଗରୁ ଏକଭାଗ ଗୁଜର ଉଚ୍ଚତା ।

୧୧ ଶେଣିଆ ଘର

-

ଓସାରର ୧୫ ଭାଗରୁ ଏକଭାଗ ଗୁଜର ଉଚ୍ଚତା ।

୧୩ ଶେଣିଆ ଘର

-

ଓସାରର ୧୮ ଭାଗରୁ ଏକଭାଗ ଗୁଜର ଉଚ୍ଚତା ।

୧୫ ଶେଣିଆ ଘର

-

ଓସାରର ୨୧ ଭାଗରୁ ଏକଭାଗ ଗୁଜର ଉଚ୍ଚତା ।

୧୭ ଶେଣିଆ ଘର

-

ଓସାରର ୨୪ ଭାଗରୁ ଏକଭାଗ ଗୁଜର ଉଚ୍ଚତା ।

୧୯ ଶେଣିଆ ଘର

-

ଓସାରର ୨୭ ଭାଗରୁ ଏକଭାଗ ଗୁଜର ଉଚ୍ଚତା ।

୨୧ ଶେଣିଆ ଘର

-

ଓସାରର ୨୦ ଭାଗରୁ ଏକଭାଗ ଗୁଜର ଉଚ୍ଚତା ।

 

ବଡ଼ଦେଉଳ- ହା ୧୨୦ ।୮/ । ଏଥିପରେ ନୀଳଚକ୍ର ଦୀର୍ଘ ପ୍ରତି ସମାନ ୨ ହାତ ୧୫ ଆଙ୍ଗୁଳ । ନେତ ହା ୧୨୦ ।୭ ଆଙ୍ଗୁଳ । ନେତ ଦକ୍ଷିଣ ପାର୍ଶ୍ୱରେ ହନୁମନ୍ତ ୩୩ କୋଟି ଦେବତା ଘେନି ବସିଛନ୍ତି । ଏଥିରେ ମୁଦାପାଟ ଲାଗିଲା ୧୦୦ ଖର୍ବ ୩ ଲକ୍ଷ ୬ ହଜାର ୯ ଶତ ୫୭ ଖଣ୍ଡ । ଭୋଗମଣ୍ଡପ କଳାରାହାଟ, ଜଗମୋହନ ସମସ୍ତ ନେଇ ଖମ୍ବ ୬୫ ।

 

ମୁକ୍ତିମଣ୍ଡପ- ମୁକ୍ତିମଣ୍ଡପ ଚକଡ଼ାରେ ମୁଗୁନିପାଟ ଲାଗିଛି ୫୦୦୯୦ ଖଣ୍ଡ, ଖମ୍ବ ୧୨-

 

ରତ୍ନସିଂହାସନ- ଲମ୍ବ ହା ୨୫ ।୧୬ ଆଙ୍ଗୁଳ, ପ୍ରତି ହା ୧୮ ।୨୫ ଆଙ୍ଗୁଳ । ବଡ଼ଠାକୁରଙ୍କ ଭାଗ ହା ୯ । ୭, ଜଗନ୍ନାଥଙ୍କ ଭାଗ ହା ୯ । ୭ ଓ ସୁଭଦ୍ରାଙ୍କ ଭାଗ ହା ୫ । ୪, ଉଚ୍ଚ ତଳ ବଇଠି ହା ୨ । ୮ ଆଙ୍ଗୁଳ ।

 

ଗରୁଡ଼- ରତ୍ନସିଂହାସନଠାରୁ ଗରୁଡ଼ ହ ୧୦ ।୬ ଆଙ୍ଗୁଳ ଦୂରରେ ଖମ୍ବ ଉପରେ ଅଛନ୍ତି-। ଖମ୍ବ ଉଚ୍ଚ ହା ୩C:\Users\USER-10\Pictures\Screenshots\୦୦୦୦୦.png ପ୍ରତି ହା ୩ । ୭, ମୋଟ ୩ ହାତ, ଅଗ୍ର-ଭାଗ ମୋଟ ହା ୪ ।୧୨, କରପତ୍ର ଯୋଡ଼ି ବସିଛନ୍ତି ।

 

ମହାଦେବଙ୍କଠାରୁ ବୃଷଭ ୧୮ ଧନୁ ଦୂରରେ ଅଛନ୍ତି । ଉଚ୍ଚ ହା ୨ ।୧୧ ।

 

ଚଉକୀ ମଣ୍ଡପ ପୀଠ- ଗର୍ଭ ହା ୭ ।୧୨, ଦୁଇ ଆଡ଼ଭାଗ ୫ ହାତ ମୋଟରେ ହା ୧୨-।୧୨ ଉତ୍ସର୍ଗ ହା ୧୦ ।୧୨ । ଇଟା ଗୋଟାକ ଦୀର୍ଘ ୧୮ ଆଙ୍ଗୁଳ ଭିତରେ ମାଟି ପୂରଣ ହେବ ।

 

ଦୀର୍ଘ ୧୨xପ୍ରତି ୧୨ = ଆଙ୍ଗୁଳ କରି ଗୁଣ = ୨୮୮x୨୮୮ = ୮୨୯୪୪, ଏଥିରୁ ଭିତର ମାଟି ଫେଡ଼ିବାକୁ ହେବ ।

 

ପୀଠର ଦୀର୍ଘ ୧୨ ହାତ ହେଲେ ଇଟାବାଡ଼ ହେବ ହା ୧ ।୧୨ ଲେଖାଏଁ । ଦୁଇ ପାଖରେ ୩ ହାତ ଗଲେ ଅବଶିଷ୍ଟ ଦୀର୍ଘ ୯ ହାତ, ପ୍ରତି ୯ ହାତ = ଆଙ୍ଗୁଳ ୨୧୬x୨୧୬ = ୪୬୬୫୬ ୮୨୯୪୪-୪୬୬୫୬ = ୩୬୨୮୮ ପୀଠର ଉଚ୍ଚ ହା ୨ ।୧୨ = ୬୦ ଆଙ୍ଗୁଳ-। ୩୬୨୮୮ x ୬୦ = ୨୧୭୭୨୮୦ ÷ ଇଟା ଗୋଟାକୁ ୧୮ ଆଙ୍ଗୁଳ x ୧୨ ଆଙ୍ଗୁଳ, x ୪ ଆଙ୍ଗୁଳ = ୨୫୨୦ ଖଣ୍ଡ ଇଟା ଲାଗିବ ।

 

କୂଅ ଘଟଣା- ଦୀର୍ଘ ୪ ହାତ, ଗଭୀର ୨୦ ହାତ, ନନ୍ଦ ବହଳ ୩ ଆଙ୍ଗୁଳ, ଉଚ୍ଚ ୬ ଆଙ୍ଗୁଳ । କେତେ ପଟ ନନ୍ଦ ଲାଗିବ ?

 

C:\Users\USER-10\Desktop\୩୨୨.png

 

ମାଟିଲେଖା ସଂଖ୍ୟା- ଦୀର୍ଘ ୧ କାହାଣ ୪ ପଦିକା, ଗର୍ଭ ପଦିକାଏ, ଏପରି ହେଲା ଚଉକାଏ । ୪ ଚଉକା = ୧ ବୁଡ଼ା = ଦୀର୍ଘ ୧ କାଠି, ଗଭୀର ୧ କାଠି । ୬୪ ବୁଡ଼ା = ୧ ଓଆଣ = ଦୀର୍ଘ ୪ କାଠି ଓ ପ୍ରତି ୪ କାଠି । ମାଟି ୪ କାଠି ୪ ପଦିକା ୧୬ ବିଶ୍ୱା ୬୪ କାଣୀ । ଚୌକା = ୧୭ ପଦିକା ୬୪୫୩୬ ବିଶ୍ୱା ୨୨୧୧୮୪ ଆଙ୍ଗୁଳ । ବୁଡ଼ା = ୬୪ ପଦିକା ୪୦୯୦ ବିଶ୍ୱା ୨୬୨୧୪୪ କାଣୀ = ୧୬ ହାତ ୯୨୧୬ ଆଙ୍ଗୁଳ ।

 

ଶୁଭଖମ୍ବ- ଐଶାନ୍ୟ କୋଣରେ ଖମ୍ବ ପୋତାଇବ । ଖମ୍ବଗାତ ବାହୁ ଦଣ୍ଡରେ ୧୪ ଆଙ୍ଗୁଳ । ଖାତ ପୂଜା କରିବ । ଖମ୍ବ ମଧ୍ୟରେ ହସ୍ତ ଦେବ । ଶିରରେ ଦ୍ୱାଦଶ ପୁଷ୍ପ ଦେବ । ଚନ୍ଦନ କୁଙ୍କୁମଦ୍ୱାରା ଖମ୍ବ ସ୍ନାନ କରାଇବ । ଗୃହସ୍ଥ ସ୍ନାନ କରିବ । ବସ୍ତ୍ର ପିନ୍ଧି ସ୍ତୁତି କରିବ । ମୂଳେ ମହାଲକ୍ଷ୍ମୀ, ମଧ୍ୟେ ପାର୍ବତୀ, ଅଗ୍ରେ ‘ସରସ୍ୱତୀ ଜୟମେବ ଚ’ କହି ଗୃହସ୍ଥ ଖମ୍ବରେ ହସ୍ତ ଦେବ । ତିନି ସ୍ଥାନରେ ଗନ୍ଧ, ପୁଷ୍ପ ଧୂପ ଦୀପ ଅର୍ଘ୍ୟ ନୈବେଦ୍ୟ ଦେବ । ଦୂବ ତଣ୍ଡୁଳ ଦେଇ ଖମ୍ବକୁ ସନ୍ତୋଷ କରାଇବ । ତିନିଥର ପ୍ରଦକ୍ଷିଣ କରି ନମସ୍କାର କରିବ । ଖମ୍ବକୁ ପ୍ରସନ୍ନ କରାଇବ, ‘ଧନ ପୁତ୍ର କଳତ୍ର ଦିଅ’ ବୋଲି ବର ପ୍ରାର୍ଥନା କରିବ । ଖମ୍ବକୁ କୋଳ କରି ଆତ୍ମସମର୍ପଣ କରିବ । ‘ସ୍ଥିରୋଭବ’ ମନ୍ତ୍ର ପଢ଼ି ଖମ୍ବକୁ ଗାତରେ ପକାଇବ । ଶୁକ୍ଳଧାନ୍ୟ, ସୁବର୍ଣ୍ଣ, ଗୁଳୁଚିଲଟି, ପାଷାଣ, ଇଟା, ଗୁଆ ଗାତରେ ପକାଇବ । ଗୃହସ୍ଥ ୩ ଆଞ୍ଜୁଳା ମୃତ୍ତିକା ‘ସ୍ଥିରୋଭବ’ ବୋଲି ଗାତରେ ପକାଇବ । ନାଗ କୋଳରେ ଖମ୍ବ ବସାଇବ, ପରେ ଅର୍ଘ୍ୟ ଦେବ ।

 

ଅଡ଼ାବନ୍ଧ ୫ ହାତକୁ ଗୁଜ ହା ୧ ।୧୬ ଓ ୬ ହାତକୁ ଗୁଜ ହା ୧ ।୯ ଏବଂ ୯ ହାତ ଅଡ଼ାକୁ ଗୁଜ ହା ୧ ।୧୨ ଇତ୍ୟାଦି ।

 

ଠାକୁର ନିର୍ମାଣ- ଶ୍ରୀକୃଷ୍ଣ ମୂର୍ତ୍ତି ନିର୍ମାଣ କଲେ ଉଚ୍ଚ ହେବ ୮ କିମ୍ବା ୪ କିମ୍ବା ୯ ବା ୧୧ ଅଥବା ୧୩ ଆଙ୍ଗୁଳ । ୬, ୭, ୧୨ କିମ୍ବା ୩ ଆଙ୍ଗୁଳ କରିବ ନାହିଁ । ଏପରି କଲେ ସେ ଠାକୁର ଯେଉଁଠାରେ ରହିବେ ସେଠାରେ କଳହ ହୁଏ, ରାଜ୍ୟର ରାଣୀ ନାଶଯାଏ, ଗୃହସ୍ଥର ପୁତ୍ରଶୋକ ହୁଏ, ବାନପ୍ରସ୍ଥ ଯୋଗ ଘଟେ ।

 

ଶ୍ରୀକୃଷ୍ଣ ୪ ଭାଗ, ଶ୍ରୀରାଧିକା ୩ ଭାଗ । ଶ୍ରୀକୃଷ୍ଣ ଆଠ ଆଙ୍ଗୁଳିଠାରୁ ୧୦୮ ଆଙ୍ଗୁଳ ଯାଏଁ ଯେତେ ଉଚ୍ଚ ହେବେ ଶ୍ରୀରାଧା ତାଙ୍କଠାରୁ ୨C:\Users\USER-10\Pictures\Screenshots\୦୦୦୦୦.png ଆଙ୍ଗୁଳ ଊଣା ହେବେ ।

 

କୁନ୍ଦ- ଲମ୍ବ ହା ୧ ।୧୪ ଆଙ୍ଗୁଳ, ନିହାଣ ୧୪ ଆଙ୍ଗୁଳ, ମୁଗୁର ୧୯ ଆଙ୍ଗୁଳ ୧୯ ପାଆ, ମୁଣ୍ଡ ୪ ଭାଗ ୧ ଆଙ୍ଗୁଳ, ମୁଠା ଆ ୫C:\Users\USER-10\Desktop\୦୦୦୦୦.png । ବାରସି ଆ ୨୭C:\Users\USER-10\Desktop\୦୦୦୦୦.png, ବାହାର ଲମ୍ବ ଅଗଦାଢ଼ ୩ ଭାଗ, ମୁଣ୍ଡ ବେଣ୍ଟ ୩ ଭାଗ, ପ୍ରତି ଆ ୪C:\Users\USER-10\Desktop\୦୦୦୦୦.png, ବାରସି ୧୪ ଆଙ୍ଗୁଳ, କୁରାଢ଼ି ଲମ୍ବ ୨୫ ଆଙ୍ଗୁଳ । ଏ ଶସ୍ତ୍ରଧରି କାର୍ଯାରମ୍ଭ କଲାବେଳେ ବଢ଼ାଇମାନେ ମନ୍ତ୍ର ପାଠ କରିବେ ନଚେତ୍‌ ନରକଗାମୀ ହେବେ । ପଦ୍ମପୁରାଣରେ ଏଥିର ବିଶେଷ ବିବରଣ ଅଛି ।

 

ତୁଳସୀଚଉରା ଭାଗ- ଦୀର୍ଘ ହା ୪/, ଉଚ୍ଚ ହା ୪/, ପ୍ରଥମ ପାହାଚ ହାତ ୧ ।୧, ଦ୍ୱିତୀୟ ପାହାଚ ହା ୨ ।୨ ଓ ତୃତୀୟ ପାହାଚ ୨୦ ଆଙ୍ଗୁଳ ।

 

ସ୍ନାନମଣ୍ଡପ- ଦୀର୍ଘ ଉଚ୍ଚ ୭ କାଠି, ପ୍ରତି ୭ କାଠି, ଉଜାଣି ୩ କାଠି, ପାହାଚ ୧୩ । ଏଠାରେ ୧୭୯୨ ଖଣ୍ଡ ପଥର ଲାଗିବ ।

 

ଦୋଳମଣ୍ଡପ- ଦୀର୍ଘ ଉଚ୍ଚ ୮ କାଠି, ପ୍ରତି ଓସାର ୭ କାଠି ମଧ୍ୟରେ ଦୋଳମଣ୍ଡପ ଦୁଇଖମ୍ବ ଉପରମୁଣ୍ଡ ଉଚ୍ଚ ୯ କାଠି । ପଥର ଲାଗିବ ୪୦୩୨୧୨ ଖଣ୍ଡ ।

 

ପାଲିଙ୍କି ଭାଗ- ଦୀର୍ଘ ହା ୩ ।୯C:\Users\USER-10\Desktop\୦୯୦.png , ପ୍ରତି ହା ୨ ।୧୨C:\Users\USER-10\Desktop\୦୯୦.png , ଚୌପାହି ଚାରିଖଣ୍ଡ ଦୁଇପାଖ ହା ୩ ।୧୨ । ଏଥି ଉପରେ କାଠି ଦୁଇପାଖ ହା ୧୨C:\Users\USER-10\Desktop\୦୦୦୦୦.png, ଖୁରା ଉଚ୍ଚ ଆ ୮, ମୁଦିଆ ୪, ଉଜାଣି ସିଂହାସନ ଦୀର୍ଘ ହା ୧ ।୧୨ ଓ ପ୍ରତି ୮ ଆଙ୍ଗୁଳ ।

 

ମାର୍ଗଶୀର, ବୈଶାଖ ଓ ଫାଲ୍‌ଗୁନ ଏ ତିନିମାସରୁ ମାସେ । ୨ୟା, ୧୩ଶୀ, ୫ମୀ, ୩ୟା ଏ ତିଥିମାନ ସ୍ୱାତୀ, ମୂଳା, ଧନିଷ୍ଠା, ରୋହିଣୀ, ଅନୁରାଧା, ଅଶ୍ୱିନୀ, ରେବତୀ, ଅଶ୍ଲେଷା ନକ୍ଷତ୍ର, ତାରାଚନ୍ଦ୍ର ଶୁଦ୍ଧି ଦେଖି ପାଲିଙ୍କି ନିର୍ମାଣ କରାଯିବ ।

 

ଗଜ ପ୍ରମାଣ- ଚାରିପାଆ = ୧ ଆଙ୍ଗୁଳ, ୪ ଆଙ୍ଗୁଳ = ୧ ଚଉକ, ୧୨ ଆଙ୍ଗୁଳ = ଏକ ଚାଖଣ୍ଡ, ୨୪ ଆଙ୍ଗୁଳ = ଏକ ହାତ, ୩୨ ଆଙ୍ଗୁଳ = ଏକ କ୍ରୋଡ଼ହାତ, ୭୯ ଆଙ୍ଗୁଳ = ଏକ ଗଜ ।

 

ଶିଳ୍ପ

 

ପଣ୍ଡିତ ମାକ୍‌ସମୁଲାର କହିଛନ୍ତି ଯେଉଁ ଲୋକମାନେ ସେମାନଙ୍କ ପୁରାତନ ଇତିହାସ ଓ ସାହିତ୍ୟ ବିଷୟରେ ଗର୍ବ ଅନୁଭବ ନ କରନ୍ତି ସେମାନେ ଆପଣା ଜାତୀୟ ଜୀବନର ମୂଳଦୁଆ ହରାଇ ବସନ୍ତି । ଯେଉଁ ଜାତି ଯେତେବେଳେ ରାଜନୈତିକ ଅବନତିର ଚରମ ସୀମାରେ ପହଞ୍ଚେ ତେତେବେଳେ ତା’ର ପୁରାତନ ସାହିତ୍ୟ ଆଡ଼କୁ ଚାହେଁ ଏବଂ ପୁରାତତ୍ତ୍ୱ ଆଲୋଚନା କରି ଭବିଷ୍ୟତ ଲାଗି ବନ୍ଧ ବାନ୍ଧେ ।

 

ଉତ୍କଳ ଆଜି ସର୍ବସ୍ୱ ହରାଇ ବସିଛି । ଧନ, ମାନ, ଜ୍ଞାନ, ଗୌରବ, ଶିଳ୍ପ, ବାଣିଜ୍ୟ ସମସ୍ତ ମ୍ରିୟମାଣ ହୋଇଛି । ଉତ୍କଳ ବର୍ତ୍ତମାନ ଘୋର ଅଜ୍ଞାନ ତିମିରାନ୍ଧକାର ଜଡ଼ିତ ହୋଇ ପଡ଼ିଛି । ଉତ୍କଳର ପୂର୍ବ ତେଜପୁଞ୍ଜ ନାହିଁ କି ପୂର୍ବ ଗୌରବ ନାହିଁ । ଉତ୍କଳର ଏହି ଦୀନ ହୀନ ଅବସ୍ଥା ଦେଖିଲେ ମନରେ ନାନା ଦାରୁଣ ଯନ୍ତ୍ରଣା ଉପସ୍ଥିତ ହୁଏ । ଆଜି ଉତ୍କଳ ଅନ୍ୟାନ୍ୟ ଜାତିମାନଙ୍କର ବିଦ୍ରୂପର ପାତ୍ର । ଆଜି ଉତ୍କଳର ଏହି ମ୍ରିୟମାଣ ଅବସ୍ଥା ଦେଖି ଅନ୍ୟାନ୍ୟ ଜାତିମାନେ ଉତ୍କଳର ପୁରାତନ ଗୌରବର ଧ୍ୱଂସାବଶେଷ କୀର୍ତ୍ତିଗୁଡ଼ିକକୁ ଉତ୍କଳର ବୋଲି କହିବାକୁ ଅନିଚ୍ଛୁକ ।

 

ଶିଳ୍ପ ଜାତୀୟ ଜୀବନ ଏବଂ ଜାତୀୟ ଭାବର ସୂଚିପତ୍ର ସ୍ୱରୂପ । ଯେଉଁ ଜାତିର ଜାତୀୟ ଭାବ ଯେଡ଼େ ଉନ୍ନତ, ସେ ଜାତିର ଶିଳ୍ପ ତେତେ ଉନ୍ନତ । ଜାତି ଯେଉଁ କାର୍ଯ୍ୟ ଶିଳ୍ପ-ନୈପୁଣ୍ୟ ସହିତ କରେ ତହିଁରେ ତାହାର ଭାବଗୁଡ଼ିକ ପ୍ରତିଫଳିତ ହୁଏ । ଏହି ଆଦର୍ଶ ନେଇ ଦେଖିଲେ ଓଡ଼ିଶା ଶିଳ୍ପର ଅତ୍ୟୁନ୍ନତ ଅବସ୍ଥା ଓ ପତନାବସ୍ଥା ସହଜରେ ଜଣାପଡ଼ିବ ।

 

ଓଡ଼ିଶାର ଅନ୍ୟାନ୍ୟ ଶିଳ୍ପ ମଧ୍ୟରେ ପାଷାଣ ଖୋଦିତ ଶିଳ୍ପ ସର୍ବୋତ୍କୃଷ୍ଟ । ଓଡ଼ିଶାରେ ବର୍ତ୍ତମାନ ଯେଉଁ ଦେବମନ୍ଦିରଗୁଡ଼ିକ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡ଼ିଛି, ସେଗୁଡ଼ିକ ପ୍ରାଚୀନ ଶିଳ୍ପୋନ୍ନତିର ମୂକସାକ୍ଷୀ ସ୍ୱରୂପ । ଭୁବନେଶ୍ୱରରେ ଥିବା କେତେଗୋଟି ଦେଉଳ ଏବଂ କୋଣାର୍କ ଦେଉଳରେ ଓଡ଼ିଆମାନେ ସେମାନଙ୍କ ଶିଳ୍ପନୈପୁଣ୍ୟର ପରାକାଷ୍ଠା ଦେଖାଇ ଯାଇଛନ୍ତି । କିନ୍ତୁ ଅନେକ ବୈଦେଶିକ ଲେଖକ ଏଗୁଡ଼ିକ ଓଡ଼ିଆଙ୍କଦ୍ୱାରା ହୋଇଛି ବୋଲି କହିବାକୁ କୁଣ୍ଠିତ । କେହି କହନ୍ତି, ଏ ଦେଉଳଗୁଡ଼ିକ ଗ୍ରୀକ୍ ଶିଳ୍ପୀମାନଙ୍କଦ୍ୱାରା ହୋଇଥିଲା; କେହି କହନ୍ତି, ବଙ୍ଗାଳୀମାନେ କରିଥିଲେ ଇତ୍ୟାଦି । ସମ୍ପ୍ରତି ଜଣେ ବଙ୍ଗୀୟ ଲେଖକ ଶ୍ରୀଯୁକ୍ତ ମନମୋହନ ଗାଙ୍ଗୁଲି ହାଓଡ଼ାର ଜିଲ୍ଲା ଇଞ୍ଜିନିୟର ଓଡ଼ିଆ ଏବଂ ଧ୍ୱଂସାବଶେଷ ନାମକ ଖଣ୍ଡିଏ ପୁସ୍ତକ ଲେଖି ୧୯୧୨ ମସିହାରେ ପ୍ରକାଶ କରିଛନ୍ତି । ସେ ମହାଶୟ ଜଣେ ପ୍ରକୃତ ପ୍ରତ୍ନତତ୍ତ୍ୱବିତ୍ । ସେ ସ୍ୱଦେଶପ୍ରେମ-ସ୍ରୋତରେ ଭାସି ସତ୍ୟର ଅପଳାପ କରି ନାହାନ୍ତି । ସେ ମହାଶୟ ସ୍ଥିର ସିଦ୍ଧାନ୍ତ କରିଛନ୍ତି ଯେ ଓଡ଼ିଶାର ଶିଳ୍ପ ସ୍ୱତନ୍ତ୍ର ଧରଣର, ଅନ୍ୟ କୌଣସି ଦେଶର ଧରଣ ଓଡ଼ିଶା ଶିଳ୍ପ କାର୍ଯ୍ୟରେ ପ୍ରତିଫଳିତ ହୋଇନାହିଁ । ଉପରୋକ୍ତ ଦେବାଳୟମାନଙ୍କରେ ଯେ ସମସ୍ତ ଶିଳ୍ପଚାତୁରୀ ଦେଖାଯାଏ ସେ ସମସ୍ତ ଓଡ଼ିଆ ହାତର-। ଏହି ସିଦ୍ଧାନ୍ତ ଲାଗି ଆମ୍ଭେ ତାଙ୍କୁ ଅନ୍ତରର ସହିତ ଧନ୍ୟବାଦ ଦେଉଅଛୁଁ ।

 

ଉତ୍କଳରେ କେତେଗୁଡ଼ିଏ ଗୁମ୍ଫା ଦେଖାଯାଏ, ଯଥା- ଖଣ୍ଡଗିରି, ଉଦୟଗିରି, ଧଉଳି । ଏ ସ୍ଥାନମାନଙ୍କରେ ଅନେକଗୁଡ଼ିଏ ଛୋଟ ବଡ଼ ଗୁମ୍ଫା ଦେଖାଯାଏ । ଗୁମ୍ଫାମାନଙ୍କ ମଧ୍ୟରୁ କେହି ଏକତଳ ବା କେହି ଦ୍ୱିତଳ । ଏ ସମସ୍ତ ଜୈନ ଓ ବୌଦ୍ଧ ଯୁଗରେ ପ୍ରସ୍ତୁତ ହୋଇଥିବାର ସମ୍ଭବ । ଭାରତରେ ବୌଦ୍ଧ ଓ ଜୈନମାନେ ବିଶେଷ ପ୍ରତାପଶାଳୀ ଥିଲେ ଏବଂ ଏମାନେ ଉତ୍କଳକୁ ଆସିଥିଲେ ।

 

(୧) ବୌଦ୍ଧ ଓ ଜୈନଯୁଗ- ୫ ବି.ସି.ଠାରୁ ୫ କି ୬ ଏ.ଡି. ପର୍ଯ୍ୟନ୍ତ ।

 

(୨) ଶୈବଯୁଗ- କି ୬ ଏ.ଡିଠାରୁ ୧୨ ଏ.ଡି. ପର୍ଯ୍ୟନ୍ତ ।

 

(୩) ବୈଷ୍ଣବଯୁଗ- ୧୨ ଏ.ଡିଠାରୁ ଆଜିପର୍ଯ୍ୟନ୍ତ ।

 

ଏହି ଗୁମ୍ପାମାନ ଜୈନ ଓ ବୌଦ୍ଧ ଯୁଗରେ ଖୋଦିତ ହୋଇଥିବାର ଅନୁମିତ ହୁଏ । କେହି କେହି କହନ୍ତି, କାଷ୍ଠ ଆଦର୍ଶ ଦେଖି ଏହି ଗୁମ୍ଫାମାନ ପ୍ରସ୍ତୁତ ହୋଇଛି । ଇଭିଓ ଲେଟଲୁଜୁଏଙ୍କ ମତରେ ଫରାସୀ ଶିଳ୍ପ ଧରଣରେ ଏ ଗୁମ୍ଫାଗୁଡ଼ିକ ନିର୍ମିତ । ମାତ୍ର ଏ ଧାରଣା ଅମୂଳକ ।

 

ଉଦୟଗିରି ଗୁମ୍ଫାମାନ ସର୍ବୋତ୍କୃଷ୍ଟ ଏବଂ ଭାରତର ପୁରାତନ ଗୁମ୍ଫା । ରାଣୀଗୁମ୍ଫା ଦ୍ୱିତଳ । ଏଥିରେ ସୈନ୍ୟମୂର୍ତ୍ତିମାନ ଖୋଦିତ ହୋଇଛି ଏବଂ ବୌଦ୍ଧ ଚିତ୍ରମାନ ମଧ୍ୟ ଦେଖାଯାଏ । ଗଣେଶ ଗୁମ୍ଫା ଦ୍ୱିତଳ । ଏଥିରେ ତ୍ରିଶୁଳ ଓ ମକର ଚିତ୍ର ଅଛି । ସୁତରାଂ ଏଗୁଡ଼ିକ ବୌଦ୍ଧ ଗୁମ୍ଫା । ଜୟବିଜୟ ଗୁମ୍ଫାଟି ଦ୍ୱିତଳ ଏବଂ ଏହା ଖ୍ରୀଷ୍ଟପୂର୍ବ ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀରେ ନିର୍ମିତ ବୋଲି ଅନୁମିତ ହୁଏ । ସ୍ୱର୍ଗପୁରୀଗୁମ୍ଫା ଦ୍ୱିତଳ । ବାଘଗୁମ୍ଫା, ସର୍ପଗୁମ୍ଫା, ହାତୀଗୁମ୍ଫାମାନ କ୍ଷୁଦ୍ର । ରାଜେନ୍ଦ୍ରଲାଲ ମିତ୍ର ମହାଶୟ ଓ ପିନ୍‌ସେପଙ୍କ ମତରେ କଳିଙ୍ଗରାଜା ଐର ଏ ଗୁମ୍ଫାଗୁଡ଼ିକ ନିର୍ମାଣ କରାଇଥିଲେ । ଡାକ୍ତର ଭଗବାନ ଲାଲ ଇନ୍ଦ୍ରଜିଙ୍କ ମତରେ ଏଗୁଡ଼ିକ ଜୈନକୀର୍ତ୍ତି ।

 

ଖଣ୍ଡଗିରିରେ ତିନିଗୋଟି ଗୁମ୍ଫା ଅଛି । ସାତ ଘର ବା ୭ ବଖରା, ୨ ନଗମୁଦୀ, ୩ ଅନନ୍ତ । ପ୍ରଥମ ଦୁଇଟି ଜୈନ ମନ୍ଦିର ଏବଂ ତୃତୀୟଟି ବୌଦ୍ଧ ମନ୍ଦିର ।

 

ଏଥିରେ ଯେଉଁ ମୂର୍ତ୍ତିମାନ ଖୋଦିତ ହୋଇଛି ତାହା ନିମ୍ନରେ ଦିଆଗଲା ।

 

୧ । ରିଷଭଦେବ- ଷଣ୍ଢ-ଦୁଇପାଖରେ ଦୁଇଜଣ ଲୋକ ହସ୍ତରେ ବାଦ୍ୟଯନ୍ତ୍ର ଧରିଛନ୍ତି ଏବଂ ଅନ୍ୟ ଏକଜଣ ଚାମର ବ୍ୟଞ୍ଜନ କରୁଛି । ଦୁଇଜଣ ସାଷ୍ଟାଙ୍ଗରେ ଶୋଇଛନ୍ତି, ତଳକୁ ନାଗୁଣୀ ହାତ ଯୋଡ଼ି ଉଭାହୋଇଛି । ଜଣେ ଭୋଗ ଧରି ଠିଆ ହୋଇଛି । ସିଂହ, ଶଙ୍ଖ ପ୍ରଭୃତିର ଚିତ୍ର ମଧ୍ୟ ଦେଖାଯାଏ ।

୨ । ଅଜିତନାଥ- ଚନ୍ଦ୍ର- ଦୁଇଜଣ ଚାମର ବ୍ୟଞ୍ଜନ କରୁଛନ୍ତି ।

୩ । ସମ୍ଭବନାଥ- ଧ୍ୟାନମଗ୍ନ, ପଦ୍ମାସନ, ପରିଷଦବର୍ଗ ବାଦ୍ୟ ଯନ୍ତ୍ର ଧରି ରହିଛନ୍ତି, ଅଶ୍ୱ, ସିଂହ ।

୪ । ଧ୍ୟାନୀ- ଅଭିନନ୍ଦନ ନାଥ- ଦୁଇପାର୍ଶ୍ୱରେ ଦୁଇଟି ପଦ୍ମ, ମର୍କଟ ବାହନ ।

୫ । ନ ୩ ମ୍ବର ମୂର୍ତ୍ତି ପରି, ହଂସବାହନ, ସୁମତିନାଥ ।

୬ । ନ ୩ ମ୍ବର ମୂର୍ତ୍ତିପରି, ପଦ୍ମବାହନ, କୁମ୍ଭ, ଜଳପାତ୍ର, ପଦ୍ମ, ପ୍ରଭୁ ।

୭ । ଧ୍ୟାନୀ ସୁପରଶ୍ୱନାଥ, ସ୍ୱସ୍ତିକବାହନ ।

୮ । ଚନ୍ଦ୍ରପ୍ରଭୁ- ଚନ୍ଦ୍ରମୂର୍ତ୍ତି ।

୯ । ନ ୮ ମ୍ବର ମୂର୍ତ୍ତିପରି, ପଦ୍ମ, ମୟୂର ।      

୧୦ । ତୀର୍ଥଙ୍କର ମୂର୍ତ୍ତି, ଉପରେ ଶୁକ ।

୧୧ । ୧୦ ପରୀ, ସର୍ପ ଉପରେ ପରୀବୃନ୍ଦ, ନାମିତନାଥ, ୨୧ ତୀର୍ଥଙ୍କର ।

୧୨ । ୧୦ ପରୀ ଅଦୃଶ୍ୟ ।

୧୩ । ୧ ପରୀ ମୁଖଭଙ୍ଗା ।

୧୪ । ୫ ପରୀ ଧ୍ୟାନୀ କୁମ୍ଭୀର, ସୁବିଧିନାଥ ୯ ତୀର୍ଥଙ୍କର ।

୧୫ । ଅଦୃଶ୍ୟ ।

୧୬ । ୧୫ ପରୀ ଚାମରଧାରୀ ପାଶ୍ୱର୍ଚର ମୁଖଭଙ୍ଗା ହରିଣ ଶାନ୍ତିନାଥ ।

୧୭ । ଧ୍ୟାନୀ କୁନ୍ଥନାଥ, ମେଣ୍ଢା ।

୧୮ । ୧୫ ପରୀ, ମତ୍ସ୍ୟ, ତୀର୍ଥଙ୍କରଙ୍କର ମତ୍ସ୍ୟଚିହ୍ନ ନାହିଁ ସମ୍ଭବତଃ କାଳ୍ପନିକ ।

୧୯ । ଧ୍ୟାନୀ, କୁମ୍ଭ ମଲ୍ଲୀନାଥ ୧୭ ।

୨୦ । ୧୫ ପରୀ ଧ୍ୟାନୀ, କାଳ୍ପନିକ ଲତା, ନମିତନାଥ ୨୧ ।

୨୧ । ୧୫ ପରୀ, ଧ୍ୟାନୀ, କଚ୍ଛପ, ମୁନି, ସୁବ୍ରତନାଥ ୨୦ ।

୨୨ । ଧ୍ୟାନୀ, ମୟୂର, ପରୀ ନାମିତ ନାଥ ୨୨ ।

୨୩ । ପଦ୍ମ, ଦୁଇ ପରୀ, କୁମ୍ଭ, ପାଣି ଆଜାଡ଼ିଲା ଅବସ୍ଥାରେ ଗଣ୍ଡା ।

୨୪ । ଦୁଇ ପରୀ ସଯନ୍ତ୍ରହସ୍ତ, ସିଂହ, ମହାବୀର ସ୍ୱାମୀ, ଅନନ୍ତ ଗୁମ୍ଫା । ଗୋଟିଏ ବୌଦ୍ଧ ଗୁମ୍ଫା, ଦେବସଭା, କେତେ ଖଣ୍ଡ ପ୍ରସ୍ତର ।

 

ଏ କେତେ କାଳର କଥା । ସେ କାଳରେ ପଥର ଫୁଟାଇବାର ଯନ୍ତ୍ର ଆବିଷ୍କୃତ ହୋଇ ନ ଥିଲା । ସୁତରାଂ ପଥରକୁ ଖୋଳି ଘର କରିବା, ପୁଣି ତା’ ଉପରେ ଚିତ୍ର ଖୋଦିତ କରିବା କେଡ଼େ କଠିଣ କାର୍ଯ୍ୟ ସହଜରେ ବୁଝା ଯାଉଛି । ଯେଉଁ ପାହାଡ଼ରେ ଏ ସମସ୍ତ ଖୋଳାଯାଇଛି ସେ ସମସ୍ତ କନ୍ଦାପଥର । ଗୁମ୍ଫାଗୁଡ଼ିକ ଟିକିଏ ଖାଲୁ ଭାବରେ ଖୋଳା ଯାଇଛି । ଏହି ହେତୁ ପାଣି ଗଡ଼ି ଆସିବାର ସୁବିଧା ହୋଇଛି । ଇଞ୍ଜିନିୟର ମହାଶୟ ଏ ସମସ୍ତ ଗୁମ୍ଫାମାନଙ୍କ ଛାତ, ଦୀର୍ଘ ଓ ପ୍ରସ୍ଥ ମାପ କରି ସ୍ଥିର କରିଛନ୍ତି ଯେ ଗାଣତିକ ନିୟମ ଠିକ୍ ଅଛି । ଯେଉଁ ନିୟମରେ ଏଗୁଡ଼ିକ ନିର୍ମିତ ଆଧୁନିକ ଯେ କୌଣସି ଇଞ୍ଜିନିୟର ଏକମତ ହେବେ ।

 

ହଣ୍ଟର ସାହେବଙ୍କ ମତରେ ଭାରତରେ ଯେତେ ମନୁଷ୍ୟ ବାସସ୍ଥାନ ଆବିଷ୍କୃତ ହୋଇଛି, ତହିଁମଧ୍ୟରେ ଏହି ଗୁମ୍ଫାଗୁଡ଼ିକ ଆଦିମ ମନୁଷ୍ୟବାସୋପଯୋଗୀ ଗୃହ । ଏହି ଗୁମ୍ଫାମାନ କ୍ରମୋନ୍ନତି ପଥରେ ଅଗ୍ରସର ହୋଇ ବର୍ତ୍ତମାନ ଗୃହାକାରରେ ପରିଣତ ହୋଇଛି । ଏ ଧାରଣା ସମ୍ପୂର୍ଣ୍ଣ ଅମୂଳକ । ଏ ସମସ୍ତ ଗୁମ୍ଫାମାନଙ୍କରେ ଯେଉଁ ମୂର୍ତ୍ତିମାନ ଖୋଦିତ ହୋଇଛି ସେ ସମସ୍ତଙ୍କୁ ନିରୀକ୍ଷଣ କରି ଦେଖିଲେ ଜଣାଯିବ ଯେ ପୁରାତନ ଶିଳ୍ପୀମାନେ ଆକୃତି ଦେଖି ମନୋଗତଭାବ ବୁଝିପାରିବା ବିଦ୍ୟାରେ ସୁପଣ୍ଡିତ ଥିଲେ । ଅନେକ ଜଳଜନ୍ତୁ ସମ୍ବନ୍ଧରେ ସେମାନଙ୍କ ଜ୍ଞାନ ଥିଲା । ହାତୀ ଚିତ୍ରର ବହୁଳତାରୁ ଜଣାଯାଏ ଯେ ତେତେବେଳେ ଓଡ଼ିଶାରେ ବହୁତ ହାତୀ ଥିଲେ । ଓଡ଼ିଶାରେ ଅପ୍ରାପ୍ତ କେତେକ ଜୀବଜନ୍ତୁଙ୍କ ମୂର୍ତ୍ତି ଖୋଦିତ ଅଛି ।

 

କେଉଁ ସମୟରେ କେଉଁ ଗୁମ୍ଫା ଖୋଦିତ ହୋଇଥିଲା ଏକଥା ସ୍ଥିର କରିବା ସହଜ ନୁହେଁ । ତେବେ ଯେତେ ଦୂର ଅନୁମାନଦ୍ୱାରା ସିଦ୍ଧାନ୍ତ କରାଯାଇଛି, ତାହା ନିମ୍ନରେ ଦିଆଗଲା ।

 

ହାତୀଗୁମ୍ଫା

ଖ୍ରୀଷ୍ଟପୂର୍ବ

୩୦୦ ବର୍ଷ ପୂର୍ବେ ।

ଅନନ୍ତ ଗୁମ୍ଫା

ଖ୍ରୀଷ୍ଟପୂର୍ବ

୧୫୦ ଠାରୁ ୨୦୦ ବର୍ଷ ପୂର୍ବେ ।

ରାଣୀଗୁମ୍ଫା

ଖ୍ରୀଷ୍ଟପୂର୍ବ

୨୦୦ ଠାରୁ ୧୦୦ ବର୍ଷ ପୂର୍ବେ ।

ଜୟବିଜୟ

ଖ୍ରୀଷ୍ଟପୂର୍ବ

୨୦୦ ଠାରୁ ୧୦୦ ବର୍ଷ ପୂର୍ବେ ।

ଗଣେଶ

ଖ୍ରୀଷ୍ଟପୂର୍ବ

୧୦୦ ଠାରୁ ୧ ବର୍ଷ ପୂର୍ବେ ।

ସ୍ୱର୍ଗଗୁମ୍ଫା

ଖ୍ରୀଷ୍ଟପୂର୍ବ

୧୦୦ ଠାରୁ ୧ ବର୍ଷ ପୂର୍ବେ ।

ଜୈନଗୁମ୍ଫା

ଖ୍ରୀଷ୍ଟାବ୍ଦ

୫୦ ଠାରୁ ୧୦୦ ବର୍ଷ ମଧ୍ୟରେ ।

 

ଧଉଳି ପାହାଡ଼- କିମ୍ବଦନ୍ତୀ ଅଛି ଯେ ବୁଦ୍ଧଦେବଙ୍କ ଦନ୍ତ ସିଂହଳ ଦ୍ୱୀପକୁ ନୀତ ହେବା ପୂର୍ବରୁ ଏହିଠାରେ ରକ୍ଷିତ ହୋଇଥିଲା । ଏ ଘଟଣା ଖ୍ରୀଷ୍ଟ ୪୦୦ ବର୍ଷ ମଧ୍ୟରେ ଘଟିଥିଲା ।

 

ଅଶ୍ୱଥିମା ପାହାଡ଼ରେ ଅଶୋକଙ୍କ ଏକାଦଶାଜ୍ଞା ଖୋଦିତ ହୋଇଅଛି । ଅଶ୍ୱଥିମା ପାହାଡ଼ ଧଉଳିକି ଲାଗିଛି । ଅଶୋକ କଳିଙ୍ଗ ରାଜ୍ୟକୁ ଜୟ କରିଥିଲେ ।

 

୧ । ଜୀବବଧ ନିଷେଧ ।

୨ । ପୀଡ଼ିତ ବ୍ୟକ୍ତିର ଚିକିତ୍ସା ।

୩ । ସତ୍ୟରକ୍ଷା, ପାପର ଦମନ, ପିତାମାତା ଆତ୍ମୀୟମାନଙ୍କ ପ୍ରତି କର୍ତ୍ତବ୍ୟ, ବ୍ରାହ୍ମଣମାନଙ୍କ ପ୍ରତି କର୍ତ୍ତବ୍ୟ ।

୪ । ୩ୟ ଆଜ୍ଞାର ବିଶଦ ବ୍ୟାଖ୍ୟା ।

୫ । ଧର୍ମ ପ୍ରଚାରକ ନିଯୁକ୍ତି ।

୬ । ଉପଦେଶକ ନିଯୁକ୍ତି ।

୭ । ଅନୁତାପର ଆବଶ୍ୟକତା ।

୮ । ରାଜାଙ୍କ କର୍ତ୍ତବ୍ୟ ।

୯ । ସୁଖର ମୂଲ୍ୟ ।

୧୦ । ମହାନୁଭବତା ।

୧୧ । ଲୋକେ ଏ ସମସ୍ତ ଆଜ୍ଞା ପ୍ରତିପାଳନ କରିବେ ।

 

କେହି କେହି କହନ୍ତି ଯେ ଓଡ଼ିଶା ଶିଳ୍ପ ଉପରେ ଗ୍ରୀକ୍ ରୋମାନ୍ ଶିଳ୍ପର ଆଧିପତ୍ୟ ଅଛି-। ରାଣୀଗୁମ୍ଫାରେ ଯେଉଁ ଦ୍ୱାରପାଳ ଅଛି ସେ ଚପକନ ଓ ବୁଟ୍‌ଯୋତା ପିନ୍ଧିଥିବାର ଦେଖି ଇଉରୋପୀୟ ପଣ୍ଡିତମାନେ କହନ୍ତି, ଏଗୁଡ଼ିକ କୌଣସି ବୈଦେଶିକ ହସ୍ତର କାରିଗରି । ରାଜେନ୍ଦ୍ରଲାଲ ମିତ୍ର ମହାଶୟ କହନ୍ତି ଯେ ଆମ୍ଭମାନଙ୍କର ବୁଟ୍‌ ଯୋତା ଥିଲା । ପିକକ ସାହେବ ମହୋଦୟ କହନ୍ତି, ଭାରତବାସୀ ଗ୍ରୀସ୍ ଦେଶକୁ ଯାଇ ସେଠାରେ ଉପନିବେଶ ସ୍ଥାପନ କରିଥିଲେ-। ଗ୍ରୀକ୍ ପଣ୍ଡିତ ପିଥାଗୋରା ଶାକ୍ୟମୁନିଙ୍କ ନିକଟକୁ ଭାରତକୁ ଆସିଥିଲେ । ଯଦି ଏହାହିଁ ସତ୍ୟ, ତେବେ ଗ୍ରୀକ୍‌ମାନେ ଭାରତବାସୀଙ୍କଠାରୁ ଅନୁକରଣ କଲେ କି ଭାରତବାସୀ ଗ୍ରୀକଙ୍କଠାରୁ ଅନୁକରଣ କଲେ ଏକଥା କିପରି କୁହାଯିବ ?

 

ଭାରତୀୟ ଶିଳ୍ପ ଓ ଗ୍ରୀକ୍ ଶିଳ୍ପ ମଧ୍ୟରେ ବହୁତ ପ୍ରଭେଦ ଅଛି । ଗ୍ରୀକ୍‌ର ସ୍ତମ୍ଭମାନ ସମଗୋଲାକାର, ମାତ୍ର ଭାରତର ସ୍ତମ୍ଭ ନାନା ପ୍ରକାରର ଅଟେ ।

 

ବ୍ରହ୍ମକାଣ୍ଡ

ସମଚତୁରସ୍ର

ଶିଳକାଣ୍ଡ

ପଞ୍ଚକୋଣବିଶିଷ୍ଟ

ସ୍କନ୍ଦକାଣ୍ଡ

ଷଷ୍ଠକୋଣବିଶିଷ୍ଟ

ବିଷ୍ଣୁକାଣ୍ଡ

ଅଷ୍ଟକୋଣବିଶିଷ୍ଟ

ରୁଦ୍ରକାଣ୍ଡ

ଷଷ୍ଠଦଶକୋଣବିଶିଷ୍ଟ

 

ପୁରୀର ଅରୁଣସ୍ତମ୍ଭ ଶେଷୋକ୍ତ ପ୍ରକାର ଅଟେ ।

 

ଗ୍ରୀକ୍‌ମାନଙ୍କ ଗାଣିତିକ ନିୟମ ଭାରତୀୟ ନିୟମଠାରୁ ପୃଥକ୍ । ମାତ୍ର ଫର୍ଗୁସେନ ଭିନିସେଣ୍ଟ ସ୍ମିଥ୍ ମଧ୍ୟ କହନ୍ତି ଯେ ଗ୍ରୀକ୍‌ମାନେ ଭାରତକୁ ଆସିବା ପରେ ଭାରତରେ ପଥରକାମ ଆରମ୍ଭ ହେଲା । ଏନ୍‌ସାଇକ୍ଲୋପିଡ଼ିୟା ନାମକ ବିଶ୍ୱକୋଷ ଗ୍ରନ୍ଥରେ ମଧ୍ୟ ଏହିକଥା ଲେଖା ଅଛି । ସାର ଗର୍ଜବ ଏଡ଼ ଉଡ୍ ସାହେବ ତାଙ୍କ ‘ଭାରତୀୟ ଶିଳ୍ପ’ ନାମକ ପୁସ୍ତକରେ ଏହି ମତ ପ୍ରକାଶ କରିଛନ୍ତି । ସେ ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀର ପ୍ରଥମ ଭାଗରେ ଭାରତକୁ ଆସିଥିଲେ । ସେ ଭାରତରେ ଅଳ୍ପକାଳ ଥିଲେ । ସେ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶରେ ଥିଲେ । ଓଡ଼ିଶାକୁ କେବେ ଆସି ନ ଥିଲେ । ଏତେ ଅଳ୍ପକାଳ ମଧ୍ୟରେ ଓଡ଼ିଆମାନେ ଯେ ଶିଳ୍ପକାର୍ଯ୍ୟ ଗ୍ରୀକ୍‌ମାନଙ୍କଠାରୁ ଶିଖିନେଲେ ଏକଥା ନିତାନ୍ତ ଅଯୌକ୍ତିକ ଓ ଅମୂଳକ । ଇଂରେଜମାନେ ଏତେଦିନ ଭାରତରେ ତଥା ଓଡ଼ିଶାରେ ଥାଇ ଶିଳ୍ପାଦି କାର୍ଯ୍ୟର କୌଣସି ପରିବର୍ତ୍ତନ ଘଟାଇ ପାରି ନାହାନ୍ତି । ମାତ୍ର ଆଲେକ୍‌ଜାଣ୍ଡର ଓଡ଼ିଶାଠାରୁ ସୁଦୂର ପ୍ରଦେଶରେ ରହି ଯେ ଶିଳ୍ପ ଧରଣ ପରିବର୍ତ୍ତନ କରିଦେଲେ ଏକଥା ଆଦୌ ବିଶ୍ୱାସ କରାଯାଇ ନ ପାରେ । ଓଡ଼ିଶାର ଗୁମ୍ଫାଗୁଡ଼ିକ ଆଲେକ୍‌ଜାଣ୍ଡାରଙ୍କ ସମସାମୟିକ । ଆଜିକାଲି ଓଡ଼ିଶାରେ ପୁରାତନ କୋଠାଘର ପ୍ରଭୃତି ଦେଖାଯାଉ ନ ଥିବାରୁ ବୈଦେଶିକମାନେ ଏହିପରି ଭ୍ରମ ଧାରଣା କରିଥାନ୍ତି । ଓଡ଼ିଶା ରାଜାମାନଙ୍କର କୋଠାଘର ଥିଲା, ମାତ୍ର କାଳକ୍ରମେ ଲୋପ ପାଇଚି । ଭୁବନେଶ୍ୱର ଶିଶୁପାଳ ପ୍ରଭୃତି ସ୍ଥାନରେ ଅନେକ ପୁରାତନ କୋଠାର ଚିହ୍ନ ପରିଲକ୍ଷିତ ହୁଏ । ମାତ୍ର ସେଗୁଡ଼ିକ କାଳର କରାଳ କବଳରେ । ଅଦ୍ୟାବଧି ପରିଖା ପ୍ରାଚୀର ଓ କୋଠାଘର ପ୍ରଭୃତିର ଭଗ୍ନାବଶେଷ ଦେଖାଯାଏ । କ୍ରମେ ଲତାଗୁଳ୍ମ ବିଜଡ଼ିତ ହୋଇ ଅଦୃଶ୍ୟ ହେବାକୁ ବସିଲାଣି । ଆଉ କେତେଦିନ ପରେ ‘ଅସ୍ତିତ୍ୱ ରହିବ ନାହିଁ । ଏହି ଧ୍ୱଂସାବଶେଷଗୁଡ଼ିକ ପୁରା ଶିଳ୍ପନୈପୁଣ୍ୟର ଚିହ୍ନସ୍ୱରୂପ ।

 

ଡାକ୍ତର ବରଗେସ କହନ୍ତି ଏବଂ ଅନ୍ୟାନ୍ୟ କେତେକ ପାଶ୍ଚାତ୍ୟ ପଣ୍ଡିତମାନେ ସ୍ୱୀକାର କରନ୍ତି ଯେ ଓଡ଼ିଶାବାସୀମାନେ ପୋଲ ପ୍ରଭୃତି କାମ କରି ଜାଣୁଥିଲେ; ଏଗୁଡ଼ିକ ମଧ୍ୟ କଷ୍ଟ କାମ ।

 

ମାଦଳାପାଞ୍ଜିରୁ ଦେଖାଯାଏ, ଯବନମାନେ ୧୪୬ ବର୍ଷକାଳ ଓଡ଼ିଶାରେ ଶାସନ କରୁଥିଲେ ଏବଂ ଏହି ଯବନମାନେ ଗ୍ରୀକ୍ ଲୋକ । ଯବନ ଅର୍ଥ ତୁର୍କ, ପାର୍ଶୀ, ଆରବୀ, ସକ, ହୁନ ଓ ମାଗଧ ହୋଇପାରେ । ହରିବଂଶରେ ଲେଖାଅଛି, ରାଜା ସଗର ଯବନମାନେ ବେଦ ପାଠ କରିପାରିବେ ନାହିଁ ବୋଲି ନିଷେଧ ଆଜ୍ଞା ଜାରି କରିଥିଲେ । ସ୍ମାର୍ତ୍ତ ବୌଦ୍ଧାୟନ ଗ୍ରନ୍ଥରେ ଯବନ ଅର୍ଥ ମ୍ଲେଚ୍ଛ ବୋଲି ଲେଖାଅଛି । ଅର୍ଥାତ୍ ମ୍ଲେଚ୍ଛ ଓ ଯବନ ଏକାର୍ଥବୋଧକ ଶବ୍ଦ । ମତ୍ସ୍ୟପୁରାଣରେ ଯବନମାନଙ୍କୁ ବର୍ଣ୍ଣନା କରିଛନ୍ତି କୃଷ୍ଣାଞ୍ଜନସମପ୍ରଭ, ମାତ୍ର ଗ୍ରୀକ୍‌ମାନଙ୍କର ବର୍ଣ୍ଣ ସେପରି ନୁହେଁ । ରାମାୟଣରେ ଲେଖାଅଛି, ବଶିଷ୍ଠଙ୍କ ଯବନ ସୈନ୍ୟମାନେ ଚକଚକିଆ ପୀତ ପରିଧାନ ପିନ୍ଧିଥିଲେ-। ମାତ୍ର ଗ୍ରୀକ୍‌ମାନଙ୍କ ପୋଷାକ ଏପରି ନୁହେଁ । ଏଥିରୁ ଜଣାଯାଏ ଯବନ ଅର୍ଥ ଅନାର୍ଯ୍ୟ । ପରାଶର ସଂହିତାରେ ଲେଖାଅଛି-

 

ହିମ ପର୍ବତ ବିନ୍ଧ୍ୟାଦ୍ରି ବିନାଶନ ପ୍ରୟୋଗୟୋଃ

ମଧ୍ୟେ ତୁ ପାବନେ ଦେଶୋ ମ୍ଲେଚ୍ଛଦେଶ ତତଃପରମ୍ ।

 

କାଳିଦାସ ପାରସ୍ୟବାସୀମାନଙ୍କୁ ମ୍ଳେଚ୍ଛ ବୋଲି କହିଥିଲେ । ଏ ସମସ୍ତ ଆଲୋଚନା କଲେ ଯବନ ଅର୍ଥରୁ ଗ୍ରୀକ୍ ଆସିଲା କିପରି ଆମ୍ଭେମାନେ କିଛି ବୁଝି ପାରୁ ନାହୁଁ । ଏ ପ୍ରକାର ଧାରଣା ନିତାନ୍ତ ଅମୂଳକ । ଭାରତର ଅନ୍ୟାନ୍ୟ ପ୍ରଦେଶ ପରି ଓଡ଼ିଶା ଉନ୍ନତ ଥିଲା । ଜେନେରେଲ କନିଂହାମ୍ କହିଛନ୍ତି ଯେ ଆଲେକଜାଣ୍ଡରଙ୍କର ଭାରତାଗମନ ପୂର୍ବରୁ ପ୍ରସ୍ତର ଉପରେ ଶିଳ୍ପକାର୍ଯ୍ୟ କରି ଜାଣିଥିବାର ଅଭିଜ୍ଞତା ଭାରତୀୟମାନଙ୍କର ଥିଲା । ଶିଳ୍ପାଭିଧାନ ଗ୍ରନ୍ଥରେ ଡାକ୍ତର ବରଗିସ ଲେଖିଅଛନ୍ତି ଯେ ଭାରତୀୟ ଶିଳ୍ପରେ କୃତ୍ରିମତା ନାହିଁ, ଏହା ମୌଳିକ ଶିଳ୍ପ । ଫାହିଆନ ତାଙ୍କ ଭ୍ରମଣବୃତ୍ତାନ୍ତରେ ଲେଖିଛନ୍ତି ଯେ ସେ ଯେଉଁ ଶିଳ୍ପକାର୍ଯ୍ୟ ଦେଖିଥିଲେ ସେଗୁଡ଼ିକ ବିମ୍ବିସାର ଓ ବୁଦ୍ଧଙ୍କ ବହୁକାଳ ପୂର୍ବରୁ ଥିଲା । ଅଗ୍ନିପୁରାଣ ଓ ମତ୍ସ୍ୟପୁରାଣମାନଙ୍କରେ ଶିଳ୍ପ ବିଷୟରେ ବହୁତ ନିୟମ ଅଛି ।

 

୧ ।

ଶିଳା ନ୍ୟାସସ୍ତୁ କର୍ତ୍ତବ୍ୟଃ ପ୍ରାସାଦେ ତୁ ଶିଳାମୟେ

 

ଇଷ୍ଟକାନାନ୍ତୁ ବିନ୍ୟାସଃ ପ୍ରାସାଦେ ଚେଷ୍ଟାକାଳୟେ ।

 

 

୨ ।

ଆଦାବେଦଂ ସମାସେନ ଶିଳା ଲକ୍ଷଣମୁତ୍ତମଂ

 

ଶିଳାନ୍ୟାସ ବିଧାନଞ୍ଚ ପ୍ରୋଚ୍ୟତେ ତଦନନ୍ତରଂ ।

 

 

 

ଶିଳା ବା ଚେଷ୍ଟକା ବାପି ଚତସ୍ରୋ ଲକ୍ଷଣାନ୍ୱିତା

 

ପ୍ରାସାଦାଦୌ ବିଧାନେନ ନ୍ୟସ୍ତବ୍ୟାଃ ସୁମନୋହରାଃ ।

 

ଭାଗବତ ଦଶମସ୍କନ୍ଦ ପଞ୍ଚାଦଶାଧ୍ୟାୟେ–

 

ସୁରଦ୍ରୁମ ଲତୋଦ୍ୟାନ ବିଚିତ୍ରୋ ପବନାନ୍ୱିତଂ

ହେମଶୃଙ୍ଗୈ ଦିବିସ୍ପୃଗ୍‌ଭିଃ ସ୍ପଟିକାଦ୍‌ପାଳଗୋ ପୁରୈଃ ।

 

ଭବିଷ୍ୟପୁରାଣେ–

 

କୋଟି କୋଟି ଗୁଣଂ ପୁଣ୍ୟଂ ଫଳଂ ସ୍ୟାଦିଷ୍ଟକାଳୟେ

ଦ୍ୱିପରାର୍ଦ୍ଧ ଗୁଣଂ ପୁଣ୍ୟଂ ଶୈଳଜେ ତୁ ବିଦୁର୍ବୁଧାଃ ।

 

ମହାନିର୍ବାଣତନ୍ତ୍ରେ–

 

ଇଷ୍ଟକ ଗୃହଦାନେ ତୁ ତସ୍ମାଚ୍ଛତଗୁଣଂ ଭବେତ୍‌

ତତୋୟୁତ ଗୁଣଂ ପୁଣଂ ଶିଳାଗେହ ପ୍ରଦାନତଃ ।

 

ବୃହଦ୍ଧମୋତ୍ତରେ-

 

ତୃଣକାଷ୍ଠମୟେ ପୁଣ୍ୟଂ ମୟୈ ତତ୍ କଥିତଂ ଦ୍ୱିଜାଃ

ତସ୍ମାଦ୍ଦଶଗୁଣଂ ପୁଣଂ କୃତେଷ୍ଟକମୟେ ଭବେତ୍‌

ତସ୍ମାଦ୍ଦଶଗୁଣଞ୍ଚାପି ନିର୍ମ୍ମତେ ଶୈଳ ମନ୍ଦିରେ ।

 

ଏ ସବୁ ତ ଆଜିକାଲି କଥା ନୁହେଁ, ଆଲେକଜାଣ୍ଡର ଭାରତକୁ ଆଗମନ କରିବାର ବହୁଶତାବ୍ଦୀ ପୂର୍ବେ ଏ ଗ୍ରନ୍ଥମାନ ରଚିତ ହୋଇଥିଲା । ପୁରାଣମାନଙ୍କର ପ୍ରାଚୀନତ୍ୱ ସର୍ବବାଦୀସମ୍ମତ । ତେତେବେଳେ ହିନ୍ଦୁମାନଙ୍କୁ ଶିଳ୍ପାଶିଳ୍ପ ବିଷୟ ଜଣା ନ ଥିଲେ ସେମାନେ ଏ ସବୁକଥା ଲେଖିଥାନ୍ତେ କିପରି ? ସୁତରାଂ ଯେଉଁମାନେ କହନ୍ତି ଯେ ଭାରତୀୟମାନେ ଗ୍ରୀକ୍‌ମାନଙ୍କଠାରୁ ଶିଳ୍ପଶିକ୍ଷା କରିଥିଲେ ସେମାନେ ନିତାନ୍ତ ଭ୍ରାନ୍ତ ।

 

ଯେଉଁ ପଦାର୍ଥ ସହଜଲଭ୍ୟ ଏବଂ ସ୍ଥାୟୀ, ମନୁଷ୍ୟ ସେହିସବୁ ଉପକରଣଦ୍ୱାରା ଗୃହନିର୍ମାଣ କରିବା ହିଁ ସ୍ୱାଭାବିକ । ଉତ୍କଳରେ ଇଟା ପାଷାଣ ନିର୍ମିତ ଦେବାଳୟମାନ ବହୁଳ ପରିମାଣରେ ଦେଖାଯାଏ । ପ୍ରାୟ ପ୍ରତ୍ୟେକ ଗ୍ରାମରେ ସାନ ହେଉ ବା ବଡ଼ ହେଉ ଗୋଟା ଲେଖାଏଁ ଦେଉଳ ଦେଖାଯାଏ । ଅତି ପ୍ରାଚୀନ ଦେଉଳମାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ବର୍ତ୍ତମାନ ଦୃଷ୍ଟିଗୋଚର ହୁଏ । ମାତ୍ର ମନୁଷ୍ୟବାସୋପଯୋଗୀ କୋଠାଘର ଅତି ଅଳ୍ପ ଦେଖାଯାଏ । କେତେକ ପୁରୁଣା ବଡ଼ ଘରକୁ ବାଦ୍ ଦେଲେ ଅନ୍ୟାନ୍ୟ ସମସ୍ତ ସାଧାରଣ ଗୃହ କାଠ ବାଉଁଶ ମାଟି ପ୍ରଭୃତି ଉପକରଣରେ ନିର୍ମିତ । ଧନାଭାବ ଏହାର କାରଣ ନୁହେଁ । ଆଗେ ଲୋକେ ବେଶ୍ ସୁସ୍ଥରେ ଥିଲେ । ଇଚ୍ଛା କରିଥିଲେ ଅତି ସହଜରେ ଆପଣା ଆପଣା ଘର ଇଟା ପଥର ପ୍ରଭୃତି ଉପକରଣରେ ପ୍ରସ୍ତୁତ କରି ପାରିଥାନ୍ତେ । କିନ୍ତୁ ସେମାନେ ସେ ଦିଗକୁ ଦୃଷ୍ଟି ଦେଇ ନ ଥିଲେ । ଦେବାଳୟ ଉତ୍କୃଷ୍ଟ ପଦାର୍ଥରେ ନିର୍ମିତ ହେବାର ଉପଯୋଗୀ ବୋଲି ଧର୍ମପ୍ରାଣ ହିନ୍ଦୁର ବିଶ୍ୱାସ ଥିଲା-। ସେହି ଧର୍ମବିଶ୍ୱାସରେ ଆପଣାର ନଶ୍ୱର ଦେହ ପ୍ରତି ଅନାସ୍ଥା ପ୍ରଦର୍ଶନ କରି କେବଳ ସ୍ଥାୟୀ କୀର୍ତ୍ତିଗୁଡ଼ିକୁ ସ୍ଥାୟୀ ଉପକରଣରେ ନିର୍ମାଣ କରୁଥିଲେ ଏବଂ ଆପଣା ଧନକୁ ସେହି କାର୍ଯ୍ୟରେ ବ୍ୟୟିତ କରି ଆପଣାକୁ ଧନ୍ୟ ମନେ କରୁଥିଲେ । ଅନେକ ଧର୍ମପ୍ରାଣ ହିନ୍ଦୁ ବହୁ ବ୍ୟୟ କରି ବଡ଼ ବଡ଼ ପୁଷ୍କରିଣୀ ଖୋଳାଇ ଦେଇଛନ୍ତି, କୂପ ବାମ୍ଫୀ ଖୋଳାଇ ଦେଇଛନ୍ତି, ଦେଉଳ ତୋଳାଇ ଦେଇଛନ୍ତି । ମାତ୍ର ଇଚ୍ଛା କରିଥିଲେ କ’ଣ ଆପଣା ଘରଟିକୁ କୋଠାଘର କରି ପାରି ନ ଥାନ୍ତେ । ଏବେ ସେ ଧର୍ମବିଶ୍ୱାସ ଊଣା ହୋଇ ଆସିଲାଣି । ଏବେ ହାତରେ ପଇସା ହେଲେ ଖଣ୍ଡେ ଦୋମହଲା ଘର କରି ପଲଙ୍କେ ପରି ଶୟନ କରିବାକୁ ଅନେକଙ୍କର ଇଚ୍ଛା । ମାତ୍ର ସେପରି ଇଚ୍ଛା ମନରେ ସ୍ଥାନ ପାଉ ନ ଥିଲା । ସର୍ବୋତ୍କୃଷ୍ଟ ସ୍ଥାନ ସର୍ବୋତ୍କୃଷ୍ଟ ମନ୍ଦିର ଦେବଭୋଗ୍ୟ ଓ ଦେବଯୋଗ୍ୟ ବୋଲି ବିଶ୍ୱାସ ଥିଲା । ଅତି ବଡ଼ଲୋକ ଅର୍ଥାତ୍ ରାଜା ବା ବଡ଼ ଜମିଦାରମାନେ କେବଳ ବିଳାସଭବନରେ ବାସ କରୁଥିଲେ । ସୁତରାଂ ପୁରାତନ କୋଠାଘର ସଂଖ୍ୟା ଓଡ଼ିଶାରେ ଅତି ଅଳ୍ପ ଥିଲା ।

 

ବର୍ତ୍ତମାନ ଦେଖାଯାଉ ଶିଳ୍ପ କେତେପ୍ରକାର ।

 

(୧) ଧର୍ମ ସମ୍ବନ୍ଧୀୟ- ଜଗନ୍ନାଥ ଦେଉଳ, ଭୁବନେଶ୍ୱର ଦେଉଳ ପ୍ରଭୃତି ।

(୨) ସ୍ମୃତି ସମ୍ବନ୍ଧୀୟ- ତାଜମହଲ ।

(୩) ସାଧାରଣ- କଚେରୀ ଗୃହ ପ୍ରଭୃତି ।

(୪) ସୈନ୍ୟ ସମ୍ବନ୍ଧୀୟ- କିଲାଘର ପ୍ରଭୃତି ।

(୫) ଗୃହସ୍ଥ ସମ୍ବନ୍ଧୀୟ- କୋଠାଘର ପ୍ରଭୃତି ।

 

ଓଡ଼ିଶାରେ ପ୍ରଥମ ଶ୍ରେଣୀୟ ଶିଳ୍ପ ଦେଖାଯାଏ । ଏହି କାରଣରୁ ଓଡ଼ିଶାର ମନ୍ଦିରଗୁଡ଼ିକ ଓଡ଼ିଆଙ୍କ ଧର୍ମପ୍ରାଣତା ଏବଂ ବୁଦ୍ଧିର ପରିଚାୟକ ଓ ପରିମାପକ । ଶିଳ୍ପ ହିଁ ଜାତୀୟ ବୃଦ୍ଧିର ମାପକାଠି । ଯେଉଁ ଜାତିର ବୁଦ୍ଧି ଯେତେ ବେଶି, ସେ ଦେଶର ଶିଳ୍ପ ତେତେ ଉନ୍ନତ, ସୁନ୍ଦର, ସୂକ୍ଷ୍ମ । ଓଡ଼ିଆ ଶିଳ୍ପୀମାନଙ୍କ ହସ୍ତ, ଚକ୍ଷୁ କିପରି ଉନ୍ନତ ଅବସ୍ଥାପ୍ରାପ୍ତ ହୋଇଥିଲା କୋଣାର୍କ ଦେଉଳ ଓ ଭୁବନେଶ୍ୱର ଦେଉଳରେ ଥିବା ସୂଚିମୁନ ଖୋଦିତ ମୂର୍ତ୍ତିଗୁଡ଼ିକ ତାହାର ସାକ୍ଷୀ । ଏଥିର ବିଶେଷ ବର୍ଣ୍ଣନା ଆବଶ୍ୟକ ନାହିଁ । ଯେ ଥରେ ସେ କାମ ଦେଖିଛି ସେ ମୁକ୍ତକଣ୍ଠରେ ସ୍ୱୀକାର କରିବ ଯେ ଓଡ଼ିଆମାନେ ଶିଳ୍ପବିଦ୍ୟାରେ କେତେଦୂର ଉନ୍ନତି ଲାଭ କରିଥିଲେ । ଶିଳ୍ପ ହିଁ ଜାତୀୟ ଜୀବନ, ଜାତୀୟ ବୁଦ୍ଧି, ଜାତୀୟ ଚରିତ୍ର, ଜାତୀୟ ଆଚାର ବ୍ୟବହାର ପ୍ରଭୃତିର ଦର୍ପଣ ସ୍ୱରୂପ । ଓଡ଼ିଶାର ଇତିହାସ ଧାରାବାହିକରୂପେ ଲେଖା ନାହିଁ ସତ କିନ୍ତୁ ଏହି ଦେଉଳଗୁଡ଼ିକରେ ଓଡ଼ିଶାର ପୁରାତନ ଇତିହାସ ସ୍ୱାର୍ଣ୍ଣାକ୍ଷରରେ ଲିଖିତ ହୋଇଅଛି ।

 

ଭାରତୀୟ ଶିଳ୍ପର ନାନାପ୍ରକାର ପଦ୍ଧତି, ଯଥା- (୧) ଦ୍ରାବିଡ଼ ଦେଶୀୟ (୨) ଚାଲୁକ୍ୟ ଦେଶୀୟ, (୩) ଆର୍ଯ୍ୟ । ପ୍ରଥମ ପଦ୍ଧତିର ନିୟମାନୁସାରେ ମୂଳଭିତ୍ତି ଆୟତକାର, ମାତ୍ର ଉପରେ ସୂଚୀଘନ-କ୍ଷେତ୍ରାକାର । ଦ୍ୱିତୀୟ ପଦ୍ଧତିର ନିୟମାନୁସାରେ ମୂଳଭିତ୍ତି କ୍ଷେତ୍ରାକାର ଏବଂ ଉପର ସୂଚିଘନ-କ୍ଷେତ୍ରକାର । ତୃତୀୟ ପଦ୍ଧତି ଅନୁସାରେ ମୂଳଭିତ୍ତି ଚତୁରସ୍ର ଏବଂ ଉପର ବକ୍ରରେଖାବିଶିଷ୍ଟ ।

 

ଉତ୍କଳରେ ଯେଉଁ ଦେବାଳୟମାନ ଅଛି ସେ ସମସ୍ତ ଏହି ତୃତୀୟ ପଦ୍ଧତିମୂଳକ; ଅନ୍ୟ ଦେଶୀୟ ପଦ୍ଧତି ଏଥିରେ ମିଶ୍ରିତ ହୋଇନାହିଁ କିମ୍ବା ଅନ୍ୟ କୌଣସି ପଦ୍ଧତିକି ଆଶ୍ରୟ କରି ପ୍ରସ୍ତୁତ ହୋଇନାହିଁ । ଉତ୍କଳର ଦେଉଳ ନିର୍ମାଣ ପଦ୍ଧତି ସ୍ୱତନ୍ତ୍ର ଏବଂ ସ୍ଥାନୀୟ । ଭାରତର ଅନ୍ୟାନ୍ୟ ପ୍ରଦେଶରେ ଯେଉଁସବୁ ଦେବାଳୟ ପ୍ରଭୃତି ଦେଖାଯାଏ ତାହା ସମସ୍ତ ମିଶ୍ରିତ । ଧାରବାରର ମନ୍ଦିରଗୁଡ଼ିକ ଦ୍ରାବିଡ଼ ଦେଶୀୟ ପଦ୍ଧତି ଅନୁସାରେ ନିର୍ମିତ । ମଥୁରା, ବୃନ୍ଦାବନ, ବନାରସ ପ୍ରଭୃତିର ମନ୍ଦିରମାନ ମିଶ୍ରିତ ପଦ୍ଧତିମୂଳକ । ଆର୍ଯ୍ୟ ପଦ୍ଧତି, ସାରାସଆନ ପଦ୍ଧତି ଏବଂ ଅନ୍ୟାନ୍ୟ ପଦ୍ଧତି ସମ୍ମିଶ୍ରଣରେ ଏ ମନ୍ଦିରଗୁଡ଼ିକ ନିର୍ମିତ । ମାତ୍ର ଓଡ଼ିଶା ମନ୍ଦିରମାନ ଆପଣା ଦେଶୀୟ ବିଶୁଦ୍ଧ ପଦ୍ଧତିମୂଳକ ଥିବାରୁ ଏହାର ନୀରବ ସୌନ୍ଦର୍ଯ୍ୟ ସର୍ବଶ୍ରେଷ୍ଠ । ଉତ୍କଳୀୟମାନଙ୍କ ପକ୍ଷରେ ଏହା କି ଊଣା ଗୌରବର ବିଷୟ! କେଉଁ ଦେଶ ଶିଳ୍ପ ଜଗତରେ ଏପରି ଗର୍ବ କରିପାରେ ? ଗାଙ୍ଗୁଲି ମହାଶୟ ଜଣେ ଇଞ୍ଜିନିୟର ଏବଂ ତାଙ୍କର ଶିଳ୍ପବିଦ୍ୟାରେ ଦକ୍ଷତା ଅଛି । ସେ ବହୁତ ପରିଶ୍ରମ ସହିତ ଏ ତଥ୍ୟଗୁଡ଼ିକ ଆଲୋଚନା କରି ଉତ୍କଳ ଇତିହାସରେ ଗୋଟିଏ ନୂତନ ଅଧ୍ୟାୟ ଫିଟାଇ ଦେଇଅଛନ୍ତି ଏବଂ ଯେଉଁମାନେ ଅନ୍ୟ ପ୍ରକାର ଭାବନ୍ତି ସେମାନେ ଆପଣାର ସଂକୀର୍ଣ୍ଣତା ମନରୁ ଦୂର କରି ଓଡ଼ିଆମାନଙ୍କ ପୈତୃକ ସମ୍ପତ୍ତିରୁ ସେମାନଙ୍କୁ ବଞ୍ଚିତ କରିବା ଲାଗି ଆଉ ଦୁଃସାହସପୂର୍ବକ ଚେଷ୍ଟା କରିବେ ନାହିଁ ।

 

ଓଡ଼ିଆ ମନ୍ଦିରମାନଙ୍କର କେତେଗୁଡ଼ିଏ ବିଶେଷତ୍ୱ ଅଛି ଯାହା ଅନ୍ୟତ୍ର ମିଳିବ ନାହିଁ । ପ୍ରତ୍ୟେକ ମନ୍ଦିରର ବିଭିନ୍ନ ଅଂଶ ଭିନ୍ନ ଭିନ୍ନ ନାମରେ କଥିତ ହୁଏ ।

 

୧ । ବିମାନ- ଏଠାରେ ଠାକୁର ରହନ୍ତି ।

୨ । ଜଗମୋହନ- ଏଠାରେ ଦର୍ଶକମାନେ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ।

 

ଏ ଦୁଇଟିଯାକ ଚତୁରସ୍ର । ପ୍ରଥମଟି ଉପରେ ଘନକ୍ଷେତ୍ର ଅଥବା ଆୟତାକୃତି ଷଟ୍ ସାମତଳିକ ସମାନ୍ତର ପାର୍ଶ୍ୱ । ଘନକ୍ଷେତ୍ରବିଶିଷ୍ଟ କ୍ଷେତ୍ର ବକ୍ରରେଖା ବିଶିଷ୍ଟ ପ୍ରାସାଦ ଏବଂ ଦ୍ୱିତୀୟଟି ତଦ୍ରୂପ କ୍ଷେତ୍ର ଉପରେ ସୂଚିଘନକ୍ଷେତ୍ରବିଶିଷ୍ଟ ପ୍ରାସାଦ ।

 

୩ । ନାଟ ମନ୍ଦିର ।

୪ । ଭୋଗ ମନ୍ଦିର ।

 

ସାଧାରଣତଃ ମୂଳଭିତ୍ତି ଦେଖାଯାଏ ନାହିଁ । ଚକ୍ରବାଳ ସମାନ୍ତରାଳ ପରି ପ୍ରକ୍ଷେପଣ । ଖିଲାଣଗୁଡ଼ିକ ଶୋଇପଡ଼ିଲା ପରି ନୁହେଁ । ଉତ୍କଳ ଶିଳ୍ପର ଏ ଗୋଟିଏ ସ୍ୱତନ୍ତ୍ର ପଦ୍ଧତି । ଏଥିରୁ ଜଣାଯାଏ ଯେ କାର୍ଯ୍ୟ କିପରି ସ୍ଥାୟୀ ହେବ ଅଥଚ ସୁବିଧାଜନକ ହେବ, ଏ ବିଷୟରେ ଓଡ଼ିଶା ଶିଳ୍ପୀମାନଙ୍କର ପୂର୍ଣ୍ଣ ଅଭିଜ୍ଞତା ଥିଲା । ବର୍ତ୍ତମାନ ଭୂତର ସୂଚିପତ୍ର ସ୍ୱରୂପ ଅର୍ଥାତ୍ ବର୍ତ୍ତମାନ ଅବସ୍ଥା ଦେଖି ଭୂତ କାଳର ଅବସ୍ଥା ଜଣା ଯାଇପାରେ ।

 

୫ । ଆମଳକ ଶିଳା (ବେକୀ)

୬ । କର୍ପୂରୀ,

୭ । କଲଶ ଗ୍ରସ୍ତର,

୮ । ଶିବ ମନ୍ଦିରରେ ତ୍ରିଶୂଳ ଏବଂ ବିଷ୍ଣୁ ମନ୍ଦିରରେ ଚକ୍ର ।

 

ପାଗ ଅନୁସାରେ ଦେଉଳର ଭିନ୍ନ ଭିନ୍ନ ନାମ ଅଛି, ଯଥା- ରାହାପାଗ, କନକପାଗ, ଅନର୍ଥପାଗ ।

 

ଦେଉଳମାନ ବିଭିନ୍ନ ଶ୍ରେଣୀରେ ବିଭକ୍ତ –

 

(୧) ଏକରଥ,

(୨) ତ୍ରିରଥ,

(୩) ପଞ୍ଚରଥ,

(୪) ସପ୍ତରଥ,

(୫) ନବରଥ ।

 

ଏକରଥ ଦେଉଳ ପ୍ରାଚୀନ ଶ୍ରେଷ୍ଠ ଦେଉଳ । ତ୍ରିରଥ ବ୍ରାହ୍ମଣ ଜାତୀୟ, ପଞ୍ଚରଥ କ୍ଷତ୍ରିୟ ଜାତୀୟ, ସପ୍ତରଥ ବୈଶ୍ୟ ଜାତୀୟ ଏବଂ ନବରଥ ଶୂଦ୍ର ଜାତୀୟ ଦେଉଳ । ବୋଇତାଳି ଦେଉଳର ବିମାନ ଏକରଥ ଓ ପରଶୁରାମଙ୍କ ଜଗମୋହନ ଏକରଥ । ପରଶୁରାମେଶ୍ୱର ଦେଉଳର ବିମାନ ତ୍ରିରଥ । ରାଜରାଣୀ ବ୍ରହ୍ମେଶ୍ୱର, ଭାସ୍କରେଶ୍ୱର, ମେଢ଼େଶ୍ୱର, ରାମେଶ୍ୱର, ସିଦ୍ଧେଶ୍ୱର, କେଦାରେଶ୍ୱର, ଯୁକ୍ତକେଦାରେଶ୍ୱର, ଗଉରୀ, ଯମେଶ୍ୱର, ଲିଙ୍ଗରାଜଙ୍କ ଦେଉଳର ବିମାନ, ଅନନ୍ତ ବାସୁଦେବଙ୍କ ଦେଉଳମାନ ପଞ୍ଚରଥ । ପୁରୀ ଦେଉଳର ବିମାନ ଓ ଜଗମୋହନ ସପ୍ତରଥ ।

 

ଘନକ୍ଷେତ୍ର ଉପରିସ୍ଥ ପ୍ରାସାଦ ଦୁଇ ପ୍ରକାର, ଯଥା-

 

(୧) ରେଖା ଦେଉଳ,

(୨) ପୀଢ଼ ଦେଉଳ (ଜଗମୋହନ, କାନ୍ତି, ପାରାଘର) ।

 

ପୀଢ଼ ଦେଉଳ ଦୁଇପ୍ରକାର, ଯଥା- କାଠଚାଳିଆ ଓ ନାହାଚାଳିଆ । କାଠଚାଳିଆ ପୀଢ଼ ଘନକ୍ଷେତ୍ରର ଦୁଇ ତୃତୀୟାଂଶ । ଲିଙ୍ଗରାଜଙ୍କ ଦେଉଳର ଜଗମୋହନ ଏବଂ ଅନନ୍ତ ବାସୁଦେବଙ୍କ ଦେଉଳର ବାଡ଼ ଏହି ଶ୍ରେଣୀୟ । ନାହାଚାଳିଆ ପୀଢ଼ ଘନକ୍ଷେତ୍ରର ସମାନ କିମ୍ବା ଷଷ୍ଠାଂଶରୁ ପଞ୍ଚମାଂଶ । ମୁକ୍ତେଶ୍ୱର ଦେଉଳର ଜଗମୋହନ ଏବଂ କପିଳେଶ୍ୱର ଦେଉଳର ଭୋଗମଣ୍ଡପ ଏହି ଶ୍ରେଣୀୟ ।

 

ମୋହନ (ପୀଢ଼ଦେଉଳ) ତିନିପ୍ରକାର ଯଥା- (୧) ଘଣ୍ଟାଶ୍ରୀମୋହନ, (୨) ନଡ଼ୁମୋହନ, (୩) ପୀଢ଼ମୋହନ । ଲିଙ୍ଗରାଜଙ୍କ ଦେଉଳରେ ୧ମ ଶ୍ରେଣୀୟ ମୋହନ । ଏଥିରେ ଅମଲାଶ୍ରୀ ତ୍ରିପାତଧାରା କଳସ ଥାଏ । ମୁକ୍ତେଶ୍ୱର, ସିଦ୍ଧେଶ୍ୱର ଓ ରାଜରାଣୀ ଦେଉଳରେ ୨ୟ ଶ୍ରେଣୀୟ ମୋହନ । ଏଥିରେ କାନ୍ତି ଦେଖାଯାଏ ନାହିଁ । ପୀଢ଼ ଓ କଳସ ଏକତ୍ରିତ ଥାଏ । ଜଗନ୍ନାଥ ଦେଉଳ ଓ ଲିଙ୍ଗରାଜଙ୍କର ନାଟମନ୍ଦିରରେ ୩ୟ ଶ୍ରେଣୀୟ ମୋହନ ।

 

ଚତୁରସ୍ରର ଏକ ବାହୁକୁ ୨୦ ଭାଗରେ ବିଭକ୍ତ କଲେ ୪ ଭାଗ କନକପାଗ, ୩ ଭାଗ ଅନର୍ଥପାଗ ଏବଂ ୬ ଭାଗ ରାହାପାଗର ପରିମାଣ ହେବ । କନକପାଗର ଲମ୍ବା ସହିତ କାନ୍ଥର ବହଳ ସମାନ ।

 

ରେଖା ଦେଉଳର ବିଭିନାଂଶ, ଯଥା-

 

(୧) ତଳତପନ, (୨) ପୀଠ, (୩) ବାଡ଼, (୪) ରେଖା ବା ରଥକ, (୫) ବେକୀ, (୬) ଆମଳକ ଶିଳା, (୭) କର୍ପୂରୀ, (୮) କଲଶ, (୯) ତ୍ରିଶୂଳ ବା ଚକ୍ର ।

ବାଡ଼ର ବିଭିନ୍ନାଂଶ, ଯଥା- (୧) ଜଙ୍ଘା, (୨) ସାକର ବାରଣ୍ଡି, (୩) ତିକାଂର୍ମ, (୪) ସିକର, (୫) ସପ୍ତକାସ ।

ଜଙ୍ଘାର ବିଭିନ୍ନାଂଶ, ଯଥା- ପାଦ କୁମ୍ଭ ପାଟ କାନି ବସନ୍ତ ।

 

ତଳ ଜଙ୍ଘା = ଉପର ଜଙ୍ଘା

ତଳ ବାରଣ୍ଡି = ଉପର ବାରଣ୍ଡି

 

(ବାରଣ୍ଡି ଜଙ୍ଘାଠାରୁ କିଛି ଊଣା)

 

C:\Users\USER-10\Desktop\୦୧୦୧୦.png

ସମସ୍ତ ଚିତ୍ରାଂଶ= ଭୋ= ଜଙ୍ଘା । ଭୋ ଦୁଇପ୍ରକାର ଯଥା- ପଦ୍ମ ଭୋ, ନାରାୟଣ ଭୋ । ଭୋ ଉପରେ ହସ୍ତୀ, ତଦୁପରି ସିଂହ । ଏହି ଦେବମନ୍ଦିରମାନ ପ୍ରସ୍ତୁତ କରିବାର ଅଗ୍ନିପୁରାଣରେ ଥିବା ନିୟମାବଳୀ ଅକ୍ଷରରେ ପ୍ରତିପାଳିତ ହୋଇଅଛି । ବୋଇତାଳ ଦେଉଳ ବୈଦେଶିକ ପଦ୍ଧତିମୂଳକ ଏବଂ ଦାକ୍ଷିଣାତ୍ୟ ପଦ୍ଧତି ଅନୁସାରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ ।

 

ଏହି ଦେବମନ୍ଦିରଗୁଡ଼ିକର ସ୍ଥାନ ନିର୍ଦ୍ଦେଶ କରିବାରେ ବୈଜ୍ଞାନିକ ନିୟମ ପ୍ରତିପାଳିତ ହୋଇଛି । ଦିକ୍‌ନିିର୍ଣ୍ଣୟ ଯନ୍ତ୍ରଦ୍ୱାରା ଦିକ୍ ନିର୍ଣ୍ଣୟ ହୋଇଥିବାର ଦେଖାଯାଏ । ସବୁ ଦେଉଳର ମୁଖ ପୂର୍ବଦିଗକୁ, କେବଳ ମୁକ୍ତେଶ୍ୱର ଓ ପରଶୁରାମେଶ୍ୱର ଦେଉଳର ମୁଖ ଭିନ୍ନ ଦିଗକୁ । କୋଣାର୍କ ଦେଉଳର ଦିକ୍ ନିରୂପଣ ସମ୍ବନ୍ଧରେ ଏକ ଡିଗ୍ରୀ ପ୍ରଭେଦ ଦେଖାଯାଏ । ପୂର୍ବେ ଦେଉଳ ତୋଳା ପ୍ରାରମ୍ଭରୁ ଦିଗପତି ଯାଗ କରାଯାଉଥିଲା । ସେ କାଳରେ କମ୍ପାସ ନ ଥିଲା ସତ, କିନ୍ତୁ ଦିକ୍ ନିରୂପଣ କରିବା ଲାଗି ଶଙ୍କୁ ବ୍ୟବହାର କରାଯାଉଥିଲା । ଥାଳୀପତନଦ୍ୱାରା ଦିକ୍‌ନିରୂପଣ କରାଯାଉଥିଲା । କାର୍ଯ୍ୟଟି କିପରି ସ୍ଥାୟୀ ଓ ଦୃଢ଼ ହେବ ତାହା ହିଁ ତତ୍କାଳୀନ ମୂଳମନ୍ତ୍ର ଥିଲା । ସେ କାଳରେ ଶିଳ୍ପୀ ଠକାଠକି କାମ କରୁ ନ ଥିଲେ । ଧର୍ମରେ ବିଶ୍ୱାସ ଥିଲା । ଏକାଳ ପରି ପେଟଚିନ୍ତା ନ ଥିଲା; ଖାଦ୍ୟଦ୍ରବ୍ୟ ଏଡ଼େ ମହର୍ଗ ନ ଥିଲା । ସୁତରାଂ ଅଳ୍ପ ମଜୁରୀଦ୍ୱାରା କୁଟୁମ୍ବ ପୋଷି ନିଶ୍ଚିନ୍ତରେ ଦେବତା କାର୍ଯ୍ୟରେ ଲାଗିବା ସାଥିରେ ଅପଣା ଦେଶର ମର୍ଯ୍ୟାଦା ଓ ଗୌରବ ବୃଦ୍ଧି କରିବାରେ ନିୟତ ନିଯୁକ୍ତ ଥିଲେ ।

 

ଆଜି ସେହିମାନଙ୍କ କାର୍ଯ୍ୟ ଦେଖିବା ଲାଗି କେତେ ପ୍ରତ୍ନତତ୍ତ୍ୱବିତ୍ ପଣ୍ଡିତମାନେ କେତେ ବାଧାବିଘ୍ନ ଅତିକ୍ରମ କରି ଦେଖି ଯାଉଛନ୍ତି । ଆଜି ସେହି ଶିଳ୍ପୀମାନେ ନାହାନ୍ତି ମାତ୍ର ସେମାନଙ୍କ ଶିଳ୍ପନୈପୁଣ୍ୟ ସେମାନଙ୍କୁ ଅମର କରି ରଖିଛି । ଆଜି ସେହି ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଅଧୋଗତି ଦେଖି ମନରେ ଦାରୁଣ କଷ୍ଟ ଅନୁଭବ କରୁ ନ ଥିବେ କି ? ଆମ୍ଭେମାନେ ସେହି ଶିଳ୍ପୀମାନଙ୍କ ବଂଶଧର, ଏକଥା ଜଗତ ସମ୍ମୁଖରେ କହିବାକୁ ଆମ୍ଭମାନଙ୍କୁ ଲଜ୍ଜାବୋଧହୁଏ ନାହିଁ କି ? ଆମ୍ଭେମାନେ କ’ଣ ସତେ ସେମାନଙ୍କ ଅପେକ୍ଷା ଅଧିକ ଶିକ୍ଷିତ ଓ ସଭ୍ୟ! ଯଦି କାହାରି ମନରେ ଏପରି ଗର୍ବ ଥାଏ ସେ ଥରେ ସେହି ଦେବାଳୟମାନଙ୍କ ନିକଟରେ ଦଣ୍ଡାୟମାନ ହୋଇ କ୍ଷଣେ ଚିନ୍ତା କଲେ ‘ ଗର୍ବ ଚୂର୍ଣ୍ଣିଭୂତ ହେବ । ଆଜି ସେହି ପୁରାତନ ଜୀର୍ଣ୍ଣଶୀର୍ଣ୍ଣ କୀର୍ତ୍ତି ଦେଖି ସେଗୁଡ଼ିକ ଆମ୍ଭ ପୂର୍ବପୁରୁଷମାନଙ୍କ କୀର୍ତ୍ତି ବୋଲି ଗର୍ବ କରିଥାଉଁ । ମାତ୍ର ଆମ୍ଭେ କି କୀର୍ତ୍ତି ରଖି ଗଲେଇଁ ? ଆମ୍ଭ ପୁଅନାତିମାନେ କ’ଣ ଦେଖି ଆମ୍ଭମାନଙ୍କ କଥା ମନେ ପକାଇବେ ? ଯେ ଥରେମାତ୍ର ଏକଥା ଚିନ୍ତା କରିବ ସେ ନିଶ୍ଚୟ ବୁଝିପାରିବ ଯେ ଆମ୍ଭମାନଙ୍କ ଶିକ୍ଷାକୁ ଧୀକ୍ । ଆମ୍ଭେମାନେ ଶିକ୍ଷିତ ବୋଲି ଯା ଗର୍ବ କରୁ ତାହା ବୃଥା । ଆମ୍ଭ ଶିକ୍ଷା ଲାଗି ଯେଉଁ ବ୍ୟୟ ହୋଇଛି ସେଗୁଡ଼ିକ ବୃଥା ବ୍ୟୟ ନୁହେଁ କି ? ଆମ୍ଭେ ଥିଲେ କ’ଣ ହେଲେ କ’ଣ ? ପ୍ରତ୍ୟେକ ଉତ୍କଳୀୟ ଏ ପ୍ରଶ୍ନ ଆପଣାକୁ ପଚାରିଲେ କି ଉତ୍ତର ପାଇବ ?

 

ଉତ୍କଳର ଭାସ୍କରକାର୍ଯ୍ୟ ବା ଖୋଦିତ ଶିଳ୍ପମାନ ଧର୍ମଭାବମୂଳକ ଏବଂ ସ୍ୱାର୍ଥତ୍ୟାଗର ଜ୍ୱଳନ୍ତ ଉଦାହରଣ । ଈଶ୍ୱରଙ୍କୁ ଯାହା ଅର୍ପଣ କରାଯିବ ତାହା ଈଶ୍ୱରୋପଯୋଗୀ ହେବାର ବିଧେୟ ବୋଲି ଉତ୍କଳୀୟମାନଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ।

 

ଉତ୍କଳୀୟ ଦେଉଳମାନଙ୍କରେ ଯେଉଁସବୁ ଖୋଦିତ ଚିତ୍ରମାନ ଦେଖାଯାଏ ତାକୁ ତିନି ଭାଗରେ ବିଭକ୍ତ କରାଯାଇପାରେ । ଯଥା- ଆନୁମାନିକ, ସାଦୃଶ୍ୟ- ପ୍ରଦର୍ଶକ, କେବଳ ଶୋଭାବର୍ଦ୍ଧକ । ସାଦୃଶ୍ୟ- ପ୍ରଦର୍ଶକ ପ୍ରତିମୂର୍ତ୍ତିମାନ ମଧ୍ୟ ଦୁଇ ଶ୍ରେଣୀରେ ବିଭକ୍ତ; ଯଥା- ପ୍ରାକୃତିକ ଓ ବ୍ୟାବହାରିକ ।

 

ଅଗ୍ନିପୁରାଣରେ ଦିଗପାଳମାନଙ୍କ ସ୍ଥାନ ନିର୍ଦ୍ଦେଶ କରାଯାଇଛି । ପ୍ରଥମେ ଦିଗପାଳ ଅର୍ଥାତ୍ ଅଷ୍ଟଦିଗପାଳ । ଗର୍ଭମୁଦ୍ରା, ଧ୍ୟାନମୁଦ୍ରା, ବାଲିମୁଦ୍ରା, ରତ୍ନମୁଦ୍ରା ଓ ବେକୀ କ୍ରମିକ ନିୟମରେ ରକ୍ଷିତ ହେବ । ତତ୍ପରେ ଅଷ୍ଟସଖୀ, ନାଗନାଗୁଣୀ, ଶାର୍ଦ୍ଦୁଳ, ଓଲଟ ଗଜ, ବିରାଜ ସିଂହ, ଓଲଟ ରାଜସିଂହ ଓଲଟ ଉଡ଼ା ଗଜ ସିଂହଙ୍କ ସ୍ଥାନ । ଦ୍ୱାରମୁହଁରେ ଡାଳି, ବରଝାଞ୍ଜି ଇତ୍ୟାଦି ଓ ଗଜଲକ୍ଷ୍ମୀ, ମହାଲକ୍ଷ୍ମୀଙ୍କ ସ୍ଥାନ; କବାଟରେ ଗଙ୍ଗାଯମୁନା, ମହାକାଳ, ନନ୍ଦି ପ୍ରଭୃତିଙ୍କ ସ୍ଥାନ । ତଦୁପରି ଭୃଙ୍ଗୀ, ନବଗ୍ରହ ମୂର୍ତ୍ତି ବେତାଳ, ଦ୍ୱାରପାଳ, କୀର୍ତ୍ତିମୁଖ, ରାହୁମୁଖ, ମାଳାର ସ୍ଥାନ । ପଦ୍ମଟି କେବଳ ଶୋଭାବର୍ଦ୍ଧକ ।

 

ନାନାପ୍ରକାର ଲତାର ଚିତ୍ର ଦେଖାଯାଏ । ଯଥା- ଫୁଲଲତା, ନଟୀଲତା, ପତ୍ରଲତା, ବନଲତା । ମାଳି ଫୁଲ ଫାଡ଼ିକା, ଡାଳି, ଫାନ୍ଦେଗ୍ରନ୍ଥି ଜାଲି, ପାଟ ଜାଲି, କାଙ୍କ ଜାଲି, ବିଲଖୋଜ ଜାଲି, ଫୁଲ ଜାଲି ଇତ୍ୟାଦି ନାନାପ୍ରକାର ଖୋଦିତ ଚିତ୍ର ଦେଖାଯାଏ । ଏ ସମସ୍ତ ଖୋଦିତ ଚିତ୍ରରେ ଜ୍ୟାମିତିକ ନିୟମ ପ୍ରତିପାଳିତ ହୋଇଅଛି ।
 

ଦେଉଳ ଭିତରେ କୌଣସି ଚିତ୍ର ଖୋଦିତ ହୋଇନାହିଁ । ଏଠାରେ ମଧ୍ୟ ତହିଁର ଆବଶ୍ୟକତା ନାହିଁ । ଅନ୍ତର୍ଦେଶରେ ଭକ୍ତିର ଆବଶ୍ୟକତା, ଏଠାରେ ବାହ୍ୟ ସୌନ୍ଦର୍ଯ୍ୟର ଆବଶ୍ୟକତା ନାହିଁ । ସୁତରାଂ ସେମାନେ ଜାଣି ଶୁଣି ଭିତର ପ୍ରଦେଶରେ କୌଣସି ଚିତ୍ର ଖୋଦିତ କରି ନ ଥିଲେ । ଆନୁମାନିକ ଚିତ୍ରଗୁଡ଼ିକ ଶିଳ୍ପଚାତୁରୀର ପରିଚାୟକ । ରଙ୍ଗ ନ ଦେଇ ଶିଳ୍ପୀମାନେଳ ବଡ଼ ବୁଦ୍ଧିମାନର କାର୍ଯ୍ୟ କରିଛନ୍ତି । କୌଣସି କଳପ୍ରସ୍ତୁତ ଶୋଭାବର୍ଦ୍ଧନକାରୀ ଚିତ୍ରମାନ ବ୍ୟବହୃତ ହୋଇନାହିଁ ।

 

ଶାର୍ଦ୍ଦୂଳ ବିଭିନ୍ନ ଜାତୀୟ ସିଂହ, ହାତୀ, ଘୋଡ଼ା, ମର୍କଟ, ଷଣ୍ଢ, ମକର ପ୍ରଭୃତି ଚିତ୍ର ଖୋଦିତ କରି ଶିଳ୍ପୀମାନେ ପ୍ରାଣୀବିଦ୍ୟା ଅବଗତ ଥିବାର ପରିଚୟ ଦେଇଛନ୍ତି ।

 

ମନୁଷ୍ୟ ପ୍ରତିମୂର୍ତ୍ତି ଖୋଦିତ ହୋଇଅଛି ଏବଂ ସେଗୁଡ଼ିକର ତାଳ ଠିକ୍ ଅଛି ଅର୍ଥାତ୍ ଅଙ୍ଗପ୍ରତ୍ୟଙ୍ଗମାନ ଯଥାସ୍ଥାନରେ ଓ ଯଥା ନିୟମରେ କରାଯାଇଛି । ତାଳର ନିୟମ ଶୁକ୍ରନୀତିରେ ଲେଖାଅଛି-

 

ସ୍ୱ ସ୍ୱ ମୃଷ୍ଟୈଶ୍ଚତୁର୍ଥୋଽଶୋହ୍ୟଙ୍ଗୁଳଂ ପରିକୀର୍ତ୍ତିତଂ

ତବଙ୍ଗୁଳୈ ଦ୍ୱାଦଶଭିର୍ଭବେତ୍ ତାଳସ୍ୟ ଦୀର୍ଘତା ।

 

ଗ୍ରୀକ୍ ଓ ରୋମୀୟ ପ୍ରଣାଳୀ ଏହାଠାରୁ ସମ୍ପୂର୍ଣ୍ଣ ପୃଥକ୍ । ଭାରତୀୟ ଶିଳ୍ପ କଳ୍ପନାସମ୍ଭୂତ, ଅଦୁକରଣ ସମ୍ଭୂତ ନୁହେଁ । ଅନ୍ତର୍ଦେଶରେ କେବଳ ଈଶ୍ୱରସାଦୃଶ ପ୍ରଦର୍ଶକ ମୂର୍ତ୍ତି ଦେଖାଯାଏ । ସନ୍ୟାସୀମାନଙ୍କ ଶରୀର କୃଶ ।

 

ଉତ୍କଳୀୟ ଦେବମନ୍ଦିରମାନଙ୍କର ବର୍ହିଦେଶରେ କେତେଗୁଡ଼ିଏ ଅଶ୍ଳୀଳ ପ୍ରତିମୂର୍ତ୍ତି ଦିଆଯାଇଛି । ଏ ସମ୍ବନ୍ଧେ ନାନା ମତ ଶୁଣାଯାଏ । କେହି କହନ୍ତି, ଅଶ୍ଳୀଳ ମୂର୍ତ୍ତି ଥିଲେ ବଜ୍ର ପଡ଼େ ନାହିଁ । ଏ ମତ କେତେଦୂର ସମୀଚୀନ ତାହା କୁହାଯାଇ ନ ପାରେ । ମାତ୍ର ଜଗନ୍ନାଥଙ୍କ ବଡ଼ଦେଉଳ ଉପରେ ଥରେ ବଜ୍ରପାତ ହୋଇଥିବା ହେତୁ ଆମ୍ଭେମାନେ କହୁଛୁଁ ଯେ ଏ ମତ ଠିକ୍ ନୁହେଁ । କେହି କେହି କହନ୍ତି ଯେ, ଯେ ଦର୍ଶନ କରିବାକୁ ଯିବ ‘ ଧର୍ମଭାବ ପରୀକ୍ଷା କରିବା ଲାଗି ଏ ଚିତ୍ରଗୁଡ଼ିକ ଦିଆଯାଇଛି । ଦେବତାଙ୍କ ସହିତ ଏ ମୂର୍ତ୍ତିଗୁଡ଼ିକର କିଛି ସମ୍ପର୍କ ନାହିଁ । ଏଗୁଡ଼ିକ ଦେଉଳର ବହିର୍ଦେଶର ଅଧୋଭାଗରେ ଅବସ୍ଥିତ । ସେଠାରୁ ବହୁ ଦୂରରେ ଦେବତା ଅଛନ୍ତି । ଏ ସମସ୍ତ କଳୁଷିତ ସାଂସାରିକ ଭାବର ପରିଚାୟକ । ଏ ଭାବ ତ୍ୟାଗ କରି ଲୋକ ଯେତେବେଳେ ଏକଧ୍ୟାନରେ ଈଶ୍ୱରଚିନ୍ତାରେ ନିମଗ୍ନ ହେବ, ‘ଦୃଷ୍ଟି ଅଧୋଭାଗରେ ନ ରହି ଊର୍ଦ୍ଧ୍ୱଭାଗକୁ ଗମନ କରିବ । ତେତେବେଳେ ଏ ଅଶ୍ଳିଳ ମୂର୍ତ୍ତିମାନ ନୟନଗୋଚର ହେବ ନାହିଁ । ଯାହାର ମନରେ ଆବିଳତା ଅଛି ତା’ ଦୃଷ୍ଟି ଏ ମୂର୍ତ୍ତିମାନଙ୍କଦ୍ୱାରା ଆକର୍ଷିତ ହୋଇପାରେ; କିନ୍ତୁ ତାହାହେଲେ ସେ ଦେଉଳ ଭିତରକୁ ଯିବା ଲାଗି ଅଧିକାରୀ ହୋଇନାହିଁ ବୋଲି କହିବାକୁ ହେବ । ଏ ମତଟି ନିତାନ୍ତ ଅଯୌକ୍ତିକ ବା ଅମୂଳକ ବୋଲି ବୋଧ ହେଉନାହିଁ । ବରଂ ଏହି ମତଟିରେ ମନ ମାନୁଛି ।’

ଖୋଦିତ ଚିତ୍ରକାର୍ଯ୍ୟ ଉପରେ ରଙ୍ଗ ବ୍ୟବହୃତ ହୋଇ ନ ଥିବା ଉତ୍କଳୀୟ ଶିଳ୍ପର ଅନ୍ୟ ଏକ ବିଶେଷତ୍ୱ । ରଙ୍ଗ ବ୍ୟବହାର କଲେ ପ୍ରକୃତ ଭାସ୍କରକାର୍ଯ୍ୟର ମହତ୍ତ୍ୱ ଦେଖାଯିବ ନାହିଁ । କିନ୍ତୁ ଓଡ଼ିଶାର ଅନେକ ଦେଉଳ ନାଲିଆ ଦେଖାଯାଏ, କାରଣ ପଥରଖଣ୍ଡମାନ କୌଣସି ରଙ୍ଗଦ୍ୱାରା ରଞ୍ଜିତ ହୋଇଥିଲା । ପଦ୍ମ ଖୋଦିତ କରିବାରେ ଜ୍ୟାମିତିକ ନିୟମାନୁସାରେ କୋଣ କରାଯାଇଛି ।

 

ପ୍ରାସାଦ ନିର୍ମାଣ କାର୍ଯ୍ୟରେ ପଥର, କାଠ, ଇଟା, ଲୁହା ଓ ଚୂନ ଆଦି ଉପକରଣମାନ ବ୍ୟବହୃତ ହୋଇଥିଲା । ଉତ୍କଳରେ ପର୍ବତ ପାହାଡ଼ର ଅଭାବ ନାହିଁ କି ପଥରର ଅଭାବ ନାହିଁ । ନୀଳଗିରି ପାହାଡ଼ରେ ଅତି ଉତ୍କୃଷ୍ଟ ପଥର ମିଳେ । ପଥର ଅନେକ ପ୍ରକାରର ଅଛି –

 

(୧) ବଗଡ଼ା କୁଣ୍ଡା,

(୨) ନରାଜ ବଗଡ଼ା,

(୩) ମୋଟା ବଗଡ଼ା,

(୪) ରାଜ ରାଣିଆ କୁଣ୍ଡା,

(୫) ଖଡ଼ିଆ କୁଣ୍ଡା,

(୬) ରଙ୍ଗ ଡାଳିମ୍ବା ।

 

ରାଜରାଣିଆ କୁଣ୍ଡା ତିନିପ୍ରକାର ଯଥା- ନାଲିଆ, ହଳଦିଆ, କାଇଆ । ଖଡ଼ିଆ କୁଣ୍ଡା ତିନିପ୍ରକାର, ଯଥା- ସଫା, ବାଲିଆ, ଫୁଲଖଡ଼ିଆ । ରଙ୍ଗ ଡାଳିମ୍ବା ତିନିପ୍ରକାର, ଯଥା- ସଫା, ମାଟିଆ, ମିଶା ଖାଡ଼ିଆ । ଆଉ ଏକ ପ୍ରକାର ପଥର ଅଛି ତାକୁ ମାଙ୍କଡ଼ା ପଥର କହନ୍ତି । ମାଙ୍କଡ଼ା ପଥର ଦୁଇପ୍ରକାରର ଯଥା- ମେଣ୍ଢାଆଖିଆ ମାଙ୍କଡ଼ା ଓ ମୁଗେଇ ମାଙ୍କଡ଼ା ।

ପୁରାତନ ଇଟା ବର୍ତ୍ତମାନ ଇଟା ଅପେକ୍ଷା ବଡ଼ ଓ ଶକ୍ତ । ପୂର୍ବେ ଇଟା ଚଷୁଦ୍ୱାରା ପୋଡ଼ା ହେଉଥିଲା । ଇଟା ଉପରେ ଚଷୁ ଦାଗ ସ୍ପଷ୍ଟ ଦେଖା ଯାଉଥାଏ । କୋଠଦେଶର ପୁରାତନ ଜମିଦାର ସ୍ୱର୍ଗୀୟ ଅଭିରାମ ରାଟସିଂହଙ୍କ ଘର ଗୋଟିଏ ପୁରାତନ ଘର । ତାଙ୍କର କେତେ ଖଣ୍ଡି କୋଠାଘର ଓ ଇଟା ପାଚେରୀ ଥିଲା । ସେସବୁ କ୍ରମେ ଜୀର୍ଣ୍ଣଶୀର୍ଣ୍ଣ ହୋଇ ଭଗ୍ନାବସ୍ଥା ପ୍ରାପ୍ତ ହେଲାଣି । ସେ ଘର ମରହଟ୍ଟା ଅମଳର । ସେସବୁ କାର୍ଯ୍ୟରେ ଯେଉଁ ଇଟା ବ୍ୟବହୃତ ହୋଇଛି ତାହା ସେହି ପୁରାତନ ଇଟା । ମୁଁ ସେଥିରୁ କେତେଖଣ୍ଡି ଇଟା ଦେଖିଥିଲି । ସେଥିରେ ଚଷୁଦାଗ ଆଜିସୁଦ୍ଧା ଅଛି । ଏ ଇଟାର ଲମ୍ବ ୧୩C:\Users\USER-10\Desktop\୦୦୦୦୦.png ଇଞ୍ଚ, ଓସାର ୧୦C:\Users\USER-10\Desktop\୦୦୦୦୦.png ଇଞ୍ଚ ଓ ବହଳ ୩ ଇଞ୍ଚ ।

 

ଇଜିପ୍‌ଟ ଓ ଚାଲଡ଼ିଆର ଲୋକମାନେ ଏହି ପ୍ରଣାଳୀରେ ଇଟା ପ୍ରସ୍ତୁତ କରନ୍ତି । ପଥରଖଣ୍ଡମାନ ଉପଯୁକ୍ତ ସ୍ଥାନରେ ଦୃଢ଼ ଭାବରେ ରକ୍ଷିତ କରିବା ଲାଗି ଦେଉଳମାନଙ୍କରେ ଲୁହାଧାରଣ ବ୍ୟବହାର କରାଯାଇଛି । ଦେଉଳର ଭିତରପଟ ପଲସ୍ତରା ହୋଇଛି କିନ୍ତୁ ବାହାର ପଟରେ ପଲସ୍ତରା ଦିଆଯାଇନାହିଁ । ପଲସ୍ତରା ଦେଲେ ଖରାପ କାମଟି ଘୋଡ଼ି ହୋଇପଡ଼ିବ ଏବଂ ଶିଳ୍ପୀର କାର୍ଯ୍ୟଦକ୍ଷତା ପ୍ରକାଶିତ ହେବ ନାହିଁ । ସୂଚିମୁନ କାମଗୁଡ଼ିକ ପଲସ୍ତରା କରାଯାଇଥିଲେ କାରିଗରର ହାତସଫାଇ ଜଣାପଡ଼ନ୍ତା କିପରି ? ଏହି ଉଦ୍ଦେଶ୍ୟରେ ଦେଉଳ ବାହାର ପଟ ପଲସ୍ତରା ହୋଇନାହିଁ । ଏହା ଓଡ଼ିଶା ଶିଳ୍ପର ଗୋଟିଏ ବିଶେଷତ୍ୱ ।

 

କୋଣାର୍କ ମନ୍ଦିରରେ ଲୁହା କଡ଼ି ବ୍ୟବହୃତ ହୋଇଥିବାର ଦେଖାଯାଏ । ଦିଲ୍ଲୀରେ ଗୋଟିଏ ଲୁହାଖମ୍ବ ଅଛି ସେ ଆହୁରି ଆଶ୍ଚର୍ଯ୍ୟଜନକ । ଏ ଖମ୍ବଟିର ବ୍ୟାସ ୧୬ ଇଞ୍ଚ, ଭୂମି ଉପରୁ ଲମ୍ବ ୨୨ ଫୁଟ, ଲମ୍ବ ୫୦ ଫୁଟ, ଓଜନ ୧୮ ଟନ । ଏ ପ୍ରକାଣ୍ଡ ଲୁହା କାମଗୁଡ଼ିକ କିପରି କରି ପାରୁଥିଲେ ଏ ବିଷୟରେ ନାନା ମତଭେଦ ଦେଖାଯାଏ । କିନ୍ତୁ ଏ ସବୁ କାମ ଦେଖିଲେ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ପୂର୍ବେ ହିନ୍ଦୁମାନେ ଲୁହାକୁ ତରଳାଇ ନାନା ଜିନିଷ ପ୍ରସ୍ତୁତ କରିବା ପ୍ରଥା ସେମାନଙ୍କୁ ଜଣାଥିଲା । ପ୍ରସିଦ୍ଧ ଇଞ୍ଜିନିୟର ଜନ୍ ଆଣ୍ଡର୍ସନ୍ ୧୮୭୧ ମସିହାରେ ଲେଖିଛନ୍ତି ଯେ ‘ଯେତେବେଳେ ଇଉରୋପରେ କୁରାଢ଼ି ଓ ତରବାରୀ ବେଣ୍ଟ ଫଳକ ବ୍ୟବହାର କରୁଥିଲେ, କେଣ୍ଟ ଓ ସରଡ଼ିକ୍‌ମାନେ ଅସଭ୍ୟ, ପୂର୍ବ ବଂଶଙ୍କ ଧନ ସମ୍ପତ୍ତି ଲୁଟପାଟ କରୁଥିଲେ ଓ ଇଉରୋପ ଅନ୍ଧକାରାଚ୍ଛନ୍ନ ଥିଲା, ତେତେବେଳେ ଭାରତରେ ହିନ୍ଦୁମାନେ ଏପରି ଲୁହାକାମ କରି ଜାଣୁଥିଲେ ।’ ଦିଲ୍ଲୀର ଲୌହସ୍ତମ୍ଭ ଏବଂ କୋଣାର୍କର ଲୌହ କଡ଼ି ଦେଖିଲେ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଉତ୍କଳ ଭାରତର ଅନ୍ୟାନ୍ୟ ପ୍ରଦେଶ ସହିତ ସମଭାବରେ ଉନ୍ନତିପଥରେ ଅଗ୍ରସର ହୋଇଥିଲା । ଓଡ଼ିଆମାନେ ମଧ୍ୟ ଲୌହନିର୍ମିତ ଉତ୍କୃଷ୍ଟ ବ୍ୟବହାର୍ଯ୍ୟ ପଦାର୍ଥମାନ ପ୍ରସ୍ତୁତ କରିପାରୁଥିଲେ ।

 

ଆଜି ଅବଶ୍ୟ ଓଡ଼ିଆ କାରିଗରମାନେ ଦୁର୍ଦ୍ଦଶାଗ୍ରସ୍ତ । ପେଟକୁ ଦାନା ମିଳୁନାହିଁ, ପିନ୍ଧିବାକୁ କନା ମିଳୁନାହିଁ, ସେପରି ହାତ ସଫାଇ କାମ ଦେଖାଇ ପାରୁନାହାନ୍ତି, ସେ ତେଜ ପୁଞ୍ଜ ନାହିଁ, ସେ କଳା-କୁଶଳତା ନାହିଁ । ଜାତୀରୟ ଜୀବନ ଉପରେ ବିଶାଦ କାଳିମା ରେଖା ଅଙ୍କିତ ହୋଇଛି । ସର୍ବଦା ଅନ୍ନଚିନ୍ତାରେ ବ୍ୟସ୍ତ । ଉଚ୍ଚ ଚିନ୍ତା ଲୋପ ହେଉଛି । ମାତ୍ର ଉତ୍କଳର ପୁରାକାଳୀନ ଅବସ୍ଥା ଏପରି ନ ଥିଲା । ଆଜି ଉତ୍କଳୀୟମାନଙ୍କର ଦୁର୍ଦ୍ଦଶା ଦେଖି ଅନ୍ୟ ଦେଶାଗତ ଲୋକମାନେ ଏ ଶିଳ୍ପକାର୍ଯ୍ୟଗୁଡ଼ିକ ଓଡ଼ିଆଙ୍କଦ୍ୱାରା ହୋଇପାରିବାର ସମ୍ଭବନା ନାହିଁ ବୋଲି ଅନୁମାନ କରିଛନ୍ତି ସତ; କିନ୍ତୁ ସେମାନଙ୍କର ଚିନ୍ତା କରିବା ଉଚିତ ଯେ ସେମାନେ ଗତ ବିଷୟ ପ୍ରତି ଲକ୍ଷ୍ୟ ରଖି ଏ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି କି ? ଆମ୍ଭ ଘର ଜିନିଷଟି ଆମ୍ଭର ବୋଲି ପ୍ରମାଣ କରି ନ ପାରିଲେ ତାକୁ ଅନ୍ୟଦେଶୀୟ ଲୋକମାନେ ତାଙ୍କର ବୋଲି କହି ପ୍ରମାଣ ସୃଷ୍ଟି କରିବାରେ ବ୍ୟସ୍ତ । ଏହି ଉଦ୍ଦେଶ୍ୟରେ ଅନେକ ଲୋକ ଅନେକ ପ୍ରକାର ଲେଖା ଲେଖି ଯାଉଛନ୍ତି । ଆଉ ପଞ୍ଚାଶ ବର୍ଷ ପରେ ଏହି ଲେଖା ସବୁ ପ୍ରମାଣରୂପେ ବ୍ୟବହୃତ ହେବ । କି ପରିତାପର ବିଷୟ! ଓଡ଼ିଆକୁ ଦୁର୍ବଳ ଦେଖି ‘ ସେହି ଧ୍ୱଂସାବଶେଷ ଜାତୀୟ ସମ୍ବଳତକ ନେଇ ଆପଣାର ଗୌରବ ବଢ଼ାଇଲେ କି ଯଶ ଅର୍ଜିବ ଭାଇ ? ଗୋଟିଏ ଜାତିର ନ୍ୟାଯ୍ୟ ଦାବିରୁ ତାକୁ ବଞ୍ଚିତ କଲେ କି ପାପ ହେବ ତାହା କି ବୁଝିପାରୁ ନାହଁ ? ସର୍ବଶ୍ରେଷ୍ଠ ବିଚାରପତି ଦୟାମୟ ଭଗବାନଙ୍କ ନିକଟରେ ବିଚାର ହେବା ବେଳେ କି ଜବାବ ଦେବ ? ଆମ୍ଭେମାନେ ଦୁର୍ବଳ ସତ୍ୟ, କିନ୍ତୁ ଦୁର୍ବଳର ସହାୟ ଭଗବାନ । ପରଘର ଜିନିଷରେ ଆପଣା ଘରର ସୌନ୍ଦର୍ଯ୍ୟ ବୃଦ୍ଧି କଲେ କିଛି ଲାଭ ନାହିଁ ।

 

ଭୁବନେଶ୍ୱର ଦେଉଳମାନ ଜଗନ୍ନାଥ ଦେଉଳ ଅପେକ୍ଷା ପ୍ରାଚୀନ । ପୂର୍ବେ ଭୁବନେଶ୍ୱର ଦେଉଳମାନଙ୍କ କଥା କହିଛୁଁ । ଉକ୍ତ ଦେଉଳମାନଙ୍କ ଛଡ଼ା ଆଉ କେତେଗୁଡ଼ିଏ କୀର୍ତ୍ତି ଦୃଷ୍ଟିଗୋଚର ହୁଏ ।

 

୧ । ସହସ୍ରଲିଙ୍ଗ ବା ଦେବୀପାଦହରା ପୁଷ୍କରିଣୀ- ଏହାର ଚାରିପାଖରେ ୧୦୦ କ୍ଷୁଦ୍ର ଦେଉଳ ଅଛି ।

୨ । ବିନ୍ଦୁସାଗର ବା ସରୋବର- ଲମ୍ବ ୧୩୦୦ ଫୁଟ ଏବଂ ପ୍ରସ୍ଥ ୭୦୦ ଫୁଟ ମଧ୍ୟରେ ଦୀପଦଣ୍ଡୀ । ଏଠାରେ ପ୍ରଭୁଙ୍କର ଚନ୍ଦନଯାତ୍ରା ହୁଏ ।

୩ । ପାପନାଶିନୀ ପୁଷ୍କରିଣୀ- ଯମେଶ୍ୱର ଦେଉଳର ପୂର୍ବ ।

୪ । ରାମକୁଣ୍ଡ- ରାମେଶ୍ୱର ଦେଉଳର ପଶ୍ଚିମ ।

୫ । ଗଉରୀକୁଣ୍ଡ- ଗଉରୀ ଦେଉଳର ପଶ୍ଚିମ । ଏହା ନିକଟରେ ଚାଉଳଧୂଆ ବୋଲି ଗୋଟିଏ କୁଣ୍ଡ ଅଛି । ଅନ୍ୟଟିର ନାମ ଜାଣାନାହିଁ ।

୬ । ମରୀଚି କୁଣ୍ଡ- ମୁକ୍ତେଶ୍ୱର ଦେଉଳର ଦକ୍ଷିଣ ।

 

ଭୁବନେଶ୍ୱର ଦେଉଳମାନ ଯଯାତିକେଶରୀଙ୍କ ଅମଳରେ ନିର୍ମିତ ହୋଇଥିଲା । ଲିଙ୍ଗରାଜଙ୍କ ଦେଉଳ ଯଯାତିକେଶରୀ ନିର୍ମାଣ କରାଇଥିଲେ । ଯଯାତିକେଶରୀ ୯୦୦ ଖ୍ରୀଷ୍ଟାବ୍ଦରେ ରାଜତ୍ୱ କରିଥିଲେ ।

 

ଦକ୍ଷିଣ ପ୍ରଦେଶର ବିଜାପୁର ନଗରରେ ଥିବା ଦୁର୍ଗାଦେବୀଙ୍କ ମନ୍ଦିରରେ ଓଡ଼ିଶାର ଶିଳ୍ପପଦ୍ଧତି ଅନୁସାରେ କାମ ହୋଇଥିବାର ଦେଖାଯାଏ ।

 

ଗାଙ୍ଗୁଲି ମହାଶୟଙ୍କ ମତରେ ଗୁପ୍ତବଂଶର ରାଜା ସମୁଦ୍ରଗୁପ୍ତ ଓଡ଼ିଶା ଜୟ କରି ୩୨୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । କିନ୍ତୁ ହଣ୍ଟର ସାହେବଙ୍କ ଇତିହାସ ଓ ମାଦଳାପାଞ୍ଜିରୁ ଦେଖାଯାଏ ଯେ ୩୧୯ ଖ୍ରୀଷ୍ଟାବ୍ଦରେ ରକ୍ତବାହୁ ଓଡ଼ିଶା ଆକ୍ରମଣ କରିଥିଲା । ୪୭୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଯବନମାନେ ଶାସନ କରୁଥିଲେ । ମାଦଳାପାଞ୍ଜିରେ ଯବନମାନଙ୍କ କଥା ଳେଖା ଅଛି । ସମୁଦ୍ରଗୁପ୍ତ ଯେବେ ଓଡ଼ିଶା ବିଜୟ କରିଥାନ୍ତେ, ତେବେ ଅବଶ୍ୟ ମାଦଳାପାଞ୍ଜିରେ ଲେଖାଥାନ୍ତା ।

 

କିନ୍ତୁ ଏହି ସମୁଦ୍ରଗୁପ୍ତଙ୍କ ସମ୍ବନ୍ଧେ ପୃଥିବୀ ଇତିହାସରେ କ’ଣ ଲେଖା ଅଛି ଦେଖନ୍ତୁ ।

 

ସମୁଦ୍ରଗୁପ୍ତ ତାଙ୍କ ନିଜର ଓ ପିତୃପୁରୁଷମାନଙ୍କ ଗୌରବ କାହାଣୀ ଆଲ୍ୟାବାଦ ସ୍ତମ୍ଭରେ ଖୋଦିତ କରାଇଥିଲେ ।

(ପୃଥିବୀ ଇତିହାସ ୩ୟ ଖଣ୍ଡ ୪୧୯ ପୃଷ୍ଠା)

 

ଅଧୁନା ପ୍ରତିପନ୍ନ ହେଉଛି ଯେ ବିକ୍ରମାଦିତ୍ୟ ଅଭିଧେୟ ଦ୍ୱିତୀୟ ସମୁଦ୍ରଗୁପ୍ତ ସମୟରେ ଅର୍ଥାତ୍ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ ମହାକବି କାଳିଦାସ ଆବିର୍ଭୂତ ହୋଇଥିଲେ । ହୁୟେନ୍‌ସାଂ ତାଙ୍କ ଭ୍ରମଣବୃତ୍ତାନ୍ତରେ ବଙ୍ଗଦେଶର ନାମୋଲ୍ଲେଖ କରିନାହାନ୍ତି । ମାତ୍ର ସମତଟ (ସାନ ମୋ-ତା-ଚା) ଦେଖିଥିବାର ଲେଖିଅଛନ୍ତି । ଏହି ସମତଟ ସମୁଦ୍ରଗଡ଼ ଭିନ୍ନ ଅନ୍ୟ କିଛି ନୁହେଁ । ସମୁଦ୍ରଗଡ଼ ସମୁଦ୍ରଗୁପ୍ତଙ୍କ ରାଜଧାନୀ ଥିଲା । ବିକ୍ରମାଦିତ୍ୟ ଅଭିଧେୟ ସମୁଦ୍ରଗୁପ୍ତଙ୍କ ଆଶ୍ରୟ ପାଇ କାଳିଦାସ ପ୍ରତିଷ୍ଠାନିତ୍ୱ ହୋଇଥିଲେ । ବିହାର ଏବଂ ଓଡ଼ିଶା ପ୍ରଦେଶ ପୂର୍ବେ ଓ ପରେ ଅନେକଦିନ ପର୍ଯ୍ୟନ୍ତ ବଙ୍ଗ ରାଜ୍ୟର ସୀମାନ୍ତର୍ଭୁକ୍ତ ଥିଲା । ବ୍ରିଟିଶ ଗଭର୍ଣ୍ଣମେଣ୍ଟ ବିହାର-ଓଡ଼ିଶାକୁ ବଙ୍ଗଦେଶ ଭିତରେ ରଖିଥିଲେ । ଏ ହିସାବରେ ବଙ୍ଗ, ବିହାର, ଓଡ଼ିଶା ପ୍ରଭୃତିର ଗୌରବ କାହାଣୀ ଏକା ବଙ୍ଗ ନାମରେ କୀର୍ତ୍ତିତ ହେଲେ କିଛି ଦୋଷ ନାହିଁ । ମହାରାଜ ଗୁପ୍ତଙ୍କଠାରୁ ଗୁପ୍ତବଂଶର ଆରମ୍ଭ । ଏମାନେ ମୌର୍ଯ୍ୟବଂଶୀୟ । ସମୁଦ୍ରଗୁପ୍ତ ୩୫୦ ଖ୍ରୀଷ୍ଟାବ୍ଦରେ ରାଜତ୍ୱ ଆରମ୍ଭ କଲେ । ତେତେବେଳେ ସମ୍ରାଟ ବା ଚକ୍ରବର୍ତ୍ତୀ ପରି ‘ବିକ୍ରମାଦିତ୍ୟ’ ଶବ୍ଦ ଗୋଟିଏ ଉପାଧି ମଧ୍ୟରେ ପରିଗଣିତ ହେଉଥିଲା । ଯେ ଭାରତବର୍ଷରେ ଆଧିପତ୍ୟ ବିସ୍ତାର କରିଥିଲା ସେ ‘ବିକ୍ରମାଦିତ୍ୟ’ ନାମରେ ଅଭିହିତ ହେଉଥିଲା ।

(ପୃଥିବୀ ଇତିହାସ ୪ର୍ଥ ଖଣ୍ଡ ୧୪୬, ୧୫୧, ୧୬୧, ୧୬୪ ପୃଷ୍ଠା)

 

ଏପରି ଟାଣି ଓଟାରି ଜାତୀୟ ଇତିହାସକୁ ପରିପୁଷ୍ଟ ଓ ପରିବର୍ଦ୍ଧିତ କରିବାକୁ ହେଲେ ଉତ୍କଳ ଇତିହାସ ବଡ଼ ରୋଟା ମୋଟା ହୋଇପାରେ । ମାତ୍ର ଐତିହାସିକ କପଟତାର ଆଶ୍ରୟ ନ ନେଲେ ଇତିହାସର ଅଙ୍ଗ ପରିବର୍ଦ୍ଧିତ ହୋଇ ନ ପାରେ । ଉପରୋକ୍ତ ମନ୍ତବ୍ୟ ପାଠ କଲେ ପୂର୍ଣ୍ଣ ଐତିହାସିକ କପଟତାର ପରିଚୟ ମିଳୁଅଛି; ବିସ୍ତୃତ ବ୍ୟାଖ୍ୟା ଅନାବଶ୍ୟକ । ସମୁଦ୍ରଗୁପ୍ତ ଉତ୍କଳରେ ରାଜତ୍ୱ କରିଥିବା ବିଷୟ ସମ୍ପୂର୍ଣ୍ଣ ଅମୂଳକ । ସବୁ ପ୍ରଦେଶରୁ ସାର କଥା ନେଇ ଯେବେ ବଙ୍ଗର ଗୌରବ ବୃଦ୍ଧି କରାଯାଏ ତେବେ ନାଚାର ।

 

ଉତ୍କଳର ଶିଳ୍ପ ସ୍ୱତନ୍ତ୍ର । ଶିଳ୍ପୋନ୍ନତି ଲାଗି ଉତ୍କଳ ପରମୁଖାପେକ୍ଷୀ ହୋଇନାହିଁ । ଉତ୍କଳ ଯାହା କରିଥିଲା ତାହା ଆପଣା ବାହୁବଳ ଓ ବୁଦ୍ଧିବଳଦ୍ୱାରା ।

 

ମୁକ୍ତେଶ୍ୱର ଦେଉଳରେ ଓଡ଼ିଆମାନେ କାରିଗରୀର ଚରମ ସୀମା ଦେଖାଇ ଯାଇଅଛନ୍ତି । ଭାସ୍କରକାର୍ଯ୍ୟ ମଧ୍ୟରେ ଏଠା କାର୍ଯ୍ୟଗୁଡ଼ିକ ରତ୍ନସ୍ୱରୂପ । ମୁକ୍ତେଶ୍ୱର ଦେଉଳ ସିଦ୍ଧାରଣ୍ୟ ମଧ୍ୟରେ ଅବସ୍ଥିତ ଏବଂ ଏହା ଲିଙ୍ଗରାଜ ଦେଉଳଠାରୁ ଅଧମାଇଲ ଦୂରରେ । ଉତ୍କଳୀୟ ଶିଳ୍ପଚାତୁରୀ-ଶକଟ ଏହି ମୁକ୍ତେଶ୍ୱର ଦେଉଳରେ ଛିଣ୍ଡି ପଡ଼ିଥିବା ପରି ଜଣାଯାଏ । ଏ ଦେଉଳଟି ଉତ୍କୃଷ୍ଟ ଆଦର୍ଶ । ଏ ଦେଉଳର ମୁଖ ପଶ୍ଚିମକୁ । ତୋରଣଟି ୧୫ ଫୁଟ ଉଚ୍ଚ । ଏ ଦେଉଳଟି ପଞ୍ଚରଥ । ଉତ୍ତର, ଦକ୍ଷିଣକୁ ଦୁଇଟି ଜଳା ପଞ୍ଜର ଅଛି । ଏଥିରେ ଯେଉଁ ସର୍ପମାଳା ଖୋଦିତ ହୋଇଛି ତାହା ଅତି ସୁନ୍ଦର ।

 

ଗୋଟିଏ କ୍ରାବ୍ (କଙ୍କଡ଼ା) ଗୋଟିଏ ମର୍କଟକୁ ଧରି ଘୋଷାରୁଛି ଏବଂ ଅନ୍ୟ ଗୋଟିଏ ମର୍କଟ ଗଛଡ଼ାଳରେ ଓଳମଞ୍ଜି ହୋଇ ତାହାର ଦୁର୍ଦ୍ଦଶା ଦେଖୁଛି । ଗନ୍ଧର୍ବ ଓ ଅପ୍‌ସରାମାନଙ୍କ ରୂପ ଅତୀବ ପ୍ରଶଂସନୀୟ । ଦୁଇଟି ସ୍ତ୍ରୀଲୋକ ବାଦ୍ୟଯନ୍ତ୍ର ବଜାଉଛନ୍ତି ଏବଂ ବାଦ୍ୟଯନ୍ତ୍ର ଉପରେ ଶୁକପକ୍ଷୀ ବସିଛି । ସପ୍ତର୍ଷି ମୂର୍ତ୍ତି ବଡ଼ ସୁନ୍ଦର ହୋଇଛି । ଏ ଦେଉଳର କାର୍ଯ୍ୟଗୁଡ଼ିକ ଅତି ସୁନ୍ଦର, ସୂକ୍ଷ୍ମ; ଅଥଚ କିଛି ଖୁଣ ଦେଖାଯାଏ ନାହିଁ । ଏ ଦେଉଳର କାରିଗରୀ ପରି ପୃଥିବୀରେ ଅନ୍ୟ କେଉଁଠି କାରିଗରୀ ଅଛି କି ନା ସନ୍ଦେହ । ଉତ୍କଳୀୟ ଶିଳ୍ପୀମାନଙ୍କ ବୁଦ୍ଧି, ବିଦ୍ୟା, ତୀକ୍ଷ୍‌ଣ ଦୃଷ୍ଟି, ସୌନ୍ଦର୍ଯ୍ୟାନୁଭବ ଶକ୍ତି, ହାତ ସଫାଇ ଏହିଠାରେ ଦେଖାଯାଏ ।

 

ମୁକ୍ତେଶ୍ୱର ଦେଉଳ ନିକଟରେ ଏ ଦେଉଳଟି ପଞ୍ଚରଥ, ନଡ଼ୁମୋହନ ଓ କନକପାଗବିଶିଷ୍ଟ । ନାଟମନ୍ଦିରଠାରୁ ଜଗମୋହନ ଆଡ଼କୁ ଯିବା ଲାଗି ପଶ୍ଚିମଦ୍ୱାର ପାଖେ ଖୋଦିତ ଲିପି ଅଛି । ସେହି ଲିପିରୁ ଜଣାଯାଏ, ଲିଙ୍ଗରାଜ ମହାପ୍ରଭୁଙ୍କ ସେବାପୂଜା ଲାଗି ତଦାନୀନ୍ତନ ରାଜା କପିଳେଶ୍ୱର ଦେବ ଅନେକ ଦେବୋତ୍ତର ସମ୍ପତ୍ତି ଖଞ୍ଜା କରିଥିଲେ । ସିଦ୍ଧେଶ୍ୱର ଦେଉଳ ନିକଟରେ ଭଗବତୀଙ୍କ ଦେଉଳ ।

 

ଅନ୍ୟ ଗୋଟିଏ ବିଶେଷ ଦ୍ରଷ୍ଟବ୍ୟ ଦେଉଳ ‘ଅନନ୍ତବାସୁଦେବ’ । ମୁକ୍ତେଶ୍ୱର ଦେଉଳ ପରି ଏ ଦେଉଳ ମଧ୍ୟ ଶିଳ୍ପଶୋଭାରେ ସୁଶୋଭିତ । ଏଥିରେ ମନୋହର ଭାସ୍କର୍ଯ୍ୟକାର୍ଯ୍ୟମାନ ସଜୀବ ଅବସ୍ଥାରେ ଅଦ୍ୟାପି ନୟନ ମନ ହରଣ କରୁଛି । ଏ ଦେଉଳରେ ଖୋଦିତ ଥିବା ହନୁମନ୍ତ ଲତାରେ ବିଶେଷ ଶିଳ୍ପଚାତୁରୀ ପ୍ରଦର୍ଶିତ ହୋଇଛି । ଅନନ୍ତ ବାସୁଦେବ ଓ ମେଘେଶ୍ୱର ଦେଉଳର ପଶ୍ଚିମ ପ୍ରାଚୀରରେ କେତେକ ଖୋଦିତ ଲିପି ଅଛି । ଏହି ଲିପି ଦେଖି ଗାଙ୍ଗୁଲି ମହାଶୟ ଲେଖିଅଛନ୍ତି ଯେ ଏଥିରୁ ଦେଖାଯାଏ ଏହି ଲିପିଗୁଡ଼ିକ ବାଚସ୍ପତି ମିଶ୍ରେ ତାଙ୍କ ବନ୍ଧୁ ଭବଦେବ ଦତ୍ତଙ୍କୁ ପ୍ରଶଂସା କରି ଲେଖିଥିଲେ । ବାଚସ୍ପତି ବଙ୍ଗାଳୀ ଜାତି ବ୍ରାହ୍ମଣ ଥିଲେ ଏବଂ ସେ ହରିବର୍ମ୍ମା ଦେବଙ୍କର ମନ୍ତ୍ରୀ ଥିଲେ । ହରିବର୍ମାଦେବ ବଙ୍ଗଳାର ରାଜା ଥିଲେ । ଭାବଦେବ ଭଟ୍ଟ ଦେଉଳ ନିର୍ମାଣ କରାଇଥିଲେ ଏବଂ ବିନ୍ଦୁ ସରୋବର ଖୋଳାଇଥିଲେ । ହରିବର୍ମାଙ୍କ ରାଜଧାନୀ ବିକ୍ରମପୁର ଥିଲା । ସେ ୧୦ମ ଖ୍ରୀଷ୍ଟାବ୍ଦରେ ରାଜତ୍ୱ କରିଥିଲେ । ବାଚସ୍ପତି ଭୋଜଙ୍କ ସମସାମୟିକ । ଦେଉଳ ୧୦ମ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । ବାଚସ୍ପତି ୮୯୮ ଶକ ବା ୯୭୬ ଖ୍ରୀଷ୍ଟାବ୍ଦରେ ସାଂଖ୍ୟତତ୍ତ୍ୱକୌମୁଦୀ ଲେଖିଥିଲେ । ଏ ମତରେ ମଧ୍ୟ ଟିକିଏ ଐତିହାସିକ କପଟତା ଅଛି ।

 

ପ୍ରଥମରୁ ଦେଖାଯାଉ ଯେ ମିଶ୍ର ବ୍ରାହ୍ମଣ ମିଥିଳା ଓ ଉତ୍କଳ ବ୍ୟତୀତ ଅନ୍ୟତ୍ର ନ ଥିଲେ । ବଙ୍ଗଳାରେ ମିଶ୍ର ବ୍ରାହ୍ମଣ ଆଦୌ ନ ଥିଲେ । କୌଣସି ଉତ୍କଳୀ ବା ମୈଥିଳୀ ବ୍ରାହ୍ମଣ ଯେବେ ବଙ୍ଗଳାକୁ ଉଠିଆସି ରହିଥିବ ତେବେ ହୋଇପାରେ । ଅନ୍ୟଥା ମିଶ୍ର ବ୍ରାହ୍ମଣ ବଙ୍ଗଳାର ଆଦିମବାସୀ ବ୍ରାହ୍ମଣ ନୁହଁନ୍ତି । ଗାଙ୍ଗୁଲି ମହାଶୟ ଲେଖିଛନ୍ତି ଯେ ବାଚସ୍ପତିଙ୍କୁ କେହି କେହି ମୈଥିଳୀ ବୋଲି ସେନ୍ଦହ କରନ୍ତି । ଏହା ତ କରିବାର କଥା । କିନ୍ତୁ କି କାରଣରୁ ସେ ବଙ୍ଗାଳୀ ହେଲେ ‘ ସନ୍ତୋଷଜନକ କାରଣ ଗାଙ୍ଗୁଲି ମହାଶୟ ନ ଲେଖି ଅନ୍ୟାୟ କରିଛନ୍ତି । ଏ ସମ୍ବନ୍ଧରେ ପୂର୍ଣ୍ଣ ଆଲୋଚନା କରିବାକୁ ହେଲେ ଗାଙ୍ଗୁଲି ମହାଶୟ ଯେଉଁ ଖୋଦିତ ଲିପି ଉପରେ ନିର୍ଭର କରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି, ସେ ଲିପିଗୁଡ଼ିକ ଏଠାରେ ଉଦ୍ଧାର କରିବା ଆବଶ୍ୟକ । ମାତ୍ର ପ୍ରବନ୍ଧର କଳେବର ବୃଦ୍ଧି ହେବା ଆଶଙ୍କାରେ ତାହା ଏଠାରେ ନ ଦେଇ ଖୋଦିତ ଲିପିମୂଳକ ପୃଥକ୍ ପରିଚ୍ଛେଦରେ ଏ ବିଷୟ ଆଲୋଚନା କରାଯିବ ।

 

ବୋଇତାଳି ଦେଉଳରେ ଅନେକଗୁଡ଼ିଏ କାରିଗରୀ ଦେଖାଯାଏ । ଯୋଡ଼ସିଂହ, ସଫୁଲ ପୂର୍ଣ୍ଣକୁମ୍ଭ, ନାନାପ୍ରକାର ଲତା ଆଦି ଦେଉଳର ଶୋଭାବର୍ଦ୍ଧନ କରୁଛି ।

 

ଏ ଦେଉଳଟିର ଗଠନ ଯେପରି ଏଥିରେ ବିସ୍ତୃତ ଭାବରେ ଭାସ୍କର କାର୍ଯ୍ୟମାନ ଖୋଦିତ ହୋଇଅଛି । ଏ ଦେଉଳରେ ତିନିଗୋଟି କଳସ ଅଛି । ଏ ଦେଉଳରେ ବିଶେଷ ଶିଳ୍ପଚାତୁରୀ ଦେଖାଯାଇଛି । ଏ ଦେଉଳରେ ବିଭିନ୍ନ ପ୍ରକାରର ଚିତ୍ର ଖୋଦିତ ହୋଇଛି । ଅନେକ ହସ୍ତୀ ମୂର୍ତ୍ତି, ମନୁଷ୍ୟ ମୂର୍ତ୍ତି, ଗଜ ପରେ ସିଂହ, ଦେବଦେବୀ ମୂର୍ତ୍ତି, ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟବର୍ଦ୍ଧକ ଚିତ୍ରମାନ ଖୋଦିତ ହୋଇଥିବାରୁ ଦେଉଳଟି ଅତୀବ ନୟନତୃପ୍ତିକର ହୋଇଛି । ମିତ୍ର ମହାଶୟ ଲେଖିଛନ୍ତି ଯେ ଏ ଦେଉଳର ନାମ ଏକାମ୍ର ପୁରାଣ ବା ଏକାମ୍ର ଚନ୍ଦ୍ରିକାରେ ଦେଖାଯାଏ ନାହିଁ । ସମ୍ଭବତଃ ଏହାର ଭିନ୍ନ ନାମ ଥିଲା । ଏ ଦେଉଳଟି ୯ମ ଶତାବ୍ଦୀରେ ନିର୍ମିତ ହୋଇଥିବାର ଜଣାଯାଏ ।

 

କପାଳିନୀ ଦେଉଳରେ ଚାମୁଣ୍ଡା ପରି ଦୁର୍ଗାଙ୍କର ଭୟଙ୍କର କପାଳିନୀ ମୂର୍ତ୍ତି ଅଛି । ଏ ଦେଉଳ ୪ ଶତାବ୍ଦୀରେ ନିର୍ମିତ । ଭୁବନେଶ୍ୱରରେ ଯେତେଗୁଡ଼ିଏ ଦେଉଳ ଅଛି ସବୁଥିରେ କିଛି ନା କିଛି ଭାସ୍କରକାର୍ଯ୍ୟ ଦେଖାଯିବ । ଭୁବନେଶ୍ୱରରେ ଅନେକ ଦେଉଳ ଅଛି । ପ୍ରଧାନ କେତେଗୋଟିର ନାମ ନିମ୍ନରେ ଦିଆଗଲା:-

 

 

ପୁଷ୍କରିଣୀ ମଧ୍ୟରେ ବିନ୍ଦୁ ସରୋବର, କେଦାର କୁଣ୍ଡ, ବ୍ରହ୍ମକୁଣ୍ଡ, କପିଳକୁଣ୍ଡ, ଗଙ୍ଗା, ଯମୁନା ଇତ୍ୟାଦି ପ୍ରତ୍ୟେକ ଦେଉଳ ନିକଟରେ ଗୋଟିଏ ଲେଖାଏଁ କୁଣ୍ଡ ବା ପୁଷ୍କରିଣୀ ଅଛି । ଏ ସମସ୍ତ ଉତ୍କଳ ଶିଳ୍ପ ଓ ଭାସ୍କର୍ଯ୍ୟ କାର୍ଯ୍ୟର ମୂକସାକ୍ଷୀସ୍ୱରୂପ ।

 

ଉତ୍କଳର ଦ୍ୱିତୀୟ ଶିଳ୍ପାଗାର ଜଗନ୍ନାଥ ବଡ଼ଦେଉଳ । ଭୁବନେଶ୍ୱରର ଦେଉଳମାନଙ୍କ ପରି ଏଠାରେ ବହୁତ ଭାସ୍କରକାର୍ଯ୍ୟ ନାହିଁ । ବଡ଼ଦେଉଳର ସିଂହଦ୍ୱାର ପୂର୍ବଦିଗକୁ । ଦେଉଳଦ୍ୱାର ପଶ୍ଚିମ ଓ ଦକ୍ଷିଣ ଦିଗକୁ ହେବାର ବିଧି । ମାତ୍ର ଉତ୍କଳର ଅଧିକାଂଶ ଦେଉଳର ମୁଖ ପୂର୍ବଦିଗକୁ ଥିବାର ଦେଖାଯାଏ । ବଡ଼ଦେଉଳର ଚାରିଦିଗକୁ ଚାରିଗୋଟି ଦ୍ୱାର ଅଛି । ଦେଉଳର ଚାରିପାର୍ଶ୍ୱରେ ଗୋଟିଏ ପ୍ରକାଣ୍ଡ ପ୍ରାଚୀର ଅଛି । ଏହାକୁ ବାହାର ବେଢ଼ା ପ୍ରାଚୀର କହନ୍ତି । ଉଚ୍ଚରେ ୨୦ ଫୁଟଠାରୁ ୨୪ ଫୁଟ ପର୍ଯ୍ୟନ୍ତ । ଲମ୍ବ ୬୬୫ ଫୁଟ ଠ ୬୪୦ ଫୁଟ । ଦେଉଳର ଚାରିଦ୍ୱାରର ଚାରିଗୋଟି ନାମ ଅଛି । ଯଥା- ସିଂହଦ୍ୱାର, ହସ୍ତୀଦ୍ୱାର, ଖଞ୍ଜାଦ୍ୱାର, ଅଶ୍ୱଦ୍ୱାର କିମ୍ବା ପୂର୍ବଦ୍ୱାର, ଉତ୍ତରଦ୍ୱାର, ପଶ୍ଚିମଦ୍ୱାର ଓ ଦକ୍ଷିଣଦ୍ୱାର । ଅରୁଣ ସ୍ତମ୍ଭଟି ଉପରେ ୩୪ ଫୁଟ । ଭିତର ବେଢ଼ାର ପରିମାଣ ୪୨୦ ଫୁଟ X ୩୧୫ ଫୁଟ । ଦେଉଳରେ ଅନେକଗୁଡ଼ିଏ ପ୍ରତିମୂର୍ତ୍ତି ଅଛି । ଯଥା- ରାହୁ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଗରୁଡ଼ ପରେ ନାରାୟଣ, ହନୁମାନ, କାଳିଆଦମନ, ସିଂହ, ଗଜ, ଲକ୍ଷ୍ମୀନୃସିଂହ, ଦ୍ୱାରପାଳ, ହରିହର, ଗୋବର୍ଦ୍ଧନଧାରୀ କୃଷ୍ଣ, ବାମନ, ବରାହ, ନୃସିଂହ, ଦୋଳଯାତ୍ରା ଇତ୍ୟାଦି ଜଗମୋହନ ଉପରେ ଅନେକଗୁଡ଼ିଏ ଜାଲିକାମ ହୋଇଛି ।

 

ସାକ୍ଷୀଗୋପାଳଙ୍କ ଦେଉଳରେ ବିଶେଷ କିଛି ଭାସ୍କରକାର୍ଯ୍ୟ ନାହିଁ ।

 

ତୃତୀୟ ଶିଳ୍ପଭଣ୍ଡାର କୋଣାର୍କ ଦେଉଳ । ଏ ଦେଉଳ ନିର୍ମାଣ କରି ଶିଳ୍ପୀମାନେ ସେମାନଙ୍କ ବିଦ୍ୟାବୁଦ୍ଧି, ଜ୍ଞାନବିଜ୍ଞାନ ଓ ଶିଳ୍ପଚାତୁରୀର ପରାକାଷ୍ଠା ଦେଖାଇଛନ୍ତି । ଏପରି ନୟନମନମୁଗ୍ଧକର ଶିଳ୍ପକାର୍ଯ୍ୟ ପୃଥିବୀରେ ଅନ୍ୟତ୍ର ଅଛି କି ନା ସନ୍ଦେହ । ସର୍ବୋତ୍କୃଷ୍ଟ ଭାସ୍କରକାର୍ଯ୍ୟ ଜଲଦ୍ୱାରା ଏ ଦେଉଳ ଆଚ୍ଛାଦିତ ହୋଇଥିଲା ପରି ଜଣାଯାଏ । ଏ ଦେଉଳଟି ରଥ ଦେଉଳ । ଗୋଟିଏ ଚକ୍ର ପରେ ପ୍ରତିଷ୍ଠିତ । ଆଉ ୨୪ ଗୋଟି ପ୍ରସ୍ତର ନିର୍ମିତ ଚକ୍ର ଅଛି । ବିମାନର ଦକ୍ଷିଣ ମୁହଁଆଡ଼େ ୬, ଉତ୍ତରରେ ୬, ଜଗମୋହନ ଉତ୍ତରରେ ୪ ଓ ଦକ୍ଷିଣରେ ୪, ପ୍ରଧାନ ପାବଚ୍ଛର ଦକ୍ଷିଣ ଦିଗକୁ ୬ ଓ ଉତ୍ତରଦିଗକୁ ୨ । ରାହାପାଗରେ ତିନିଗୋଟି ବଡ଼ ବଡ଼ ସୂର୍ଯ୍ୟମୂର୍ତ୍ତି ଅଛି । ନବଗ୍ରହ, ଚତୁର୍ମୁଖ ବ୍ରହ୍ମା, ଚତୁର୍ଭୂଜ ବିଷ୍ଣୁ, ପଦ୍ମାସନ ପରେ ଅବସ୍ଥିତ କୃତିମୁଖ ପରୀ ବା ସ୍ୱର୍ଗଅପ୍‌ସରା, ବାଦ୍ୟଯନ୍ତ୍ରହସ୍ତା ସ୍ତ୍ରୀ, ହସ୍ତୀ, ଅଶ୍ୱ, ସର୍ପ, ରାହୁ, କେତୁ ଇତ୍ୟାଦି ଅସଂଖ୍ୟ ପ୍ରତିମୂର୍ତ୍ତି ଖୋଦିତ ହୋଇଛି । ମୂର୍ତ୍ତିଗୁଡ଼ିକୁ ଆଖିରେ ନ ଦେଖିଲେ କଳାକୁଶଳତା ବୁଝିପାରିବ ନାହିଁ । ଓଡ଼ିଆମାନେ ଏ ଦେଉଳରେ ଯେଉଁ କଳାକୁଶଳତା ଦେଖାଇଛନ୍ତି ତାହା ଲେଖାଦ୍ୱାରା ବର୍ଣ୍ଣନା କରିବା ସହଜ ନୁହେଁ । ଲେଖକର ଲେଖନୀ ଏ ଦେଉଳ ବା ଭୁବନେଶ୍ୱର ଦେଉଳରେ ପ୍ରଦର୍ଶିତ ହୋଇଥିବା ଭାସ୍କରକାର୍ଯ୍ୟମାନଙ୍କର ବିବରଣ ଦେବାକୁ ଅକ୍ଷମ । ଏ ଦେଉଳରେ ବଡ଼ ବଡ଼ ଲୁହାକଡ଼ି ବ୍ୟବହୃତ ହୋଇଥିଲା । ଗୋଟିଏ ଗୋଟିଏ ଲୁହାକଡ଼ିର ପରିମାଣ ୩’-୯’ ଠ ୧’-୬’ । ଦେଉଳର ପୂର୍ବଦ୍ୱାରରେ ଯେଉଁ ପ୍ରକାଣ୍ଡ ନବଗ୍ରହ ମୂର୍ତ୍ତି ସମନ୍ୱିତ ପ୍ରସ୍ତରଖଣ୍ଡ ଥିଲା, ତାହା ଗୋଟିଏ ଦୃଶ୍ୟ ବସ୍ତୁ । ଏହାର ଓଜନ ୨୬-୫ ଟନ୍‌, ଲମ୍ବ ୧୯’-୧୦’ ଠ ୩’-୯’ ଠ ୪’-୯’ । ୧୮୯୩ ମସିହାରେ ଏ ପ୍ରସ୍ତରଖଣ୍ଡି ଦ୍ୱିଖଣ୍ଡିତ କରାହୋଇଥିଲା, କାରଣ ଓଜନ ଊଣା ହେଲେ କଲିକତାକୁ ନିଆଯିବ । ମାତ୍ର ଏ ଯୁଗରେ ମଧ୍ୟ ତାକୁ ନେଇପାରିଲେ ନାହିଁ । ଏତେ ବଡ଼ ବଡ଼ ପ୍ରସ୍ତରଖଣ୍ଡମାନ କେତେ ଦୂରରୁ ଆଣି କିପରି ଉପାୟରେ ଦେଉଳ ଉପରକୁ ନେଇ ବସାଇଥିଲେ, ତାହା ବର୍ତ୍ତମାନ ଆମ୍ଭମାନଙ୍କ ସ୍ଥୂଳବୁଦ୍ଧିର ଅଗୋଚର । ଅନ୍ୟାନ୍ୟ କେତେଗୁଡ଼ିଏ ଲୁହାକଡ଼ି ପଡ଼ିଛି, କାହାର ଲମ୍ବ ୨୦’ ୧୦’, କାହାର ୨୧’-୭’ ଏବଂ କାହାର ଲମ୍ବ ୨୩’ ।

 

କୋଣାର୍କର ଦକ୍ଷିଣ-ପୂର୍ବରେ ରାମଚଣ୍ଡୀ ଠାକୁରାଣୀଙ୍କ ଦେଉଳ । ଏଥି ଉପରେ ଅନେକଗୁଡ଼ିଏ ମୂର୍ତ୍ତି ଖୋଦିତ ଅଛି, ଯଥା- ମକର ବାହନ ଉପରେ ଗଙ୍ଗାଦେବୀ, ମେଣ୍ଡାବାହନ ଉପରେ ଅଗ୍ନିଦେବ, ବୃହସ୍ପତି, ମହିଷମର୍ଦ୍ଦିନୀ, ଜଗନ୍ନାଥ, ଶିବଲିଙ୍ଗ, ସୀତାବିବାହ, ବିଷ୍ଣୁ, ସୂର୍ଯ୍ୟ ଇତ୍ୟାଦି ।

 

ଉତ୍କଳର ସମସ୍ତ ବିଭବ ଲୋପ ପାଇଛି, ମାତ୍ର ଏ ଶିଳ୍ପବିଭବ ଅଦ୍ୟାବଧି ଅକ୍ଷୁର୍ଣ୍ଣ ଭାବରେ ରହିଛି । କଳାକୁଶଳତାର ମୂକସାକ୍ଷୀ ସ୍ୱରୂପ ଏହି ଦେଉଳଗୁଡ଼ିକ ଆଜି ପୁରାତନ ଓଡ଼ିଆ ଜାତିର ମହତ୍ତ୍ୱକୁ ପରିଚୟ ଦେଉଛି । ଆଜି ଶତ ଶତ ପ୍ରତ୍ନତତ୍ତ୍ୱବିତ୍ ମହାନୁଭବ ପଣ୍ଡିତମାନେ ଓଡ଼ିଆମାନଙ୍କ ପୁରାତନ କୀର୍ତ୍ତିକଳାପ ଦେଖିବାକୁ ଉତ୍କଳକୁ ଧାଇଁଛନ୍ତି । କର୍ପୂର ଯାଇ କନା ଥିବା ପରି ଏ ଦେଉଳଗୁଡ଼ିକ ପଡ଼ିଛି ସତ, କିନ୍ତୁ ଯେତେବେଳେ ଉତ୍କଳବାସୀମାନଙ୍କର ଜ୍ଞାନ ହେବ, ଯେତେବେଳେ ସେମାନଙ୍କର ଚକ୍ଷୁ ଉନ୍ମୀଳିତ ହେବ, ତେତେବେଳେ ସେମାନେ ଏ ଦେଉଳଗୁଡ଼ିକୁ ନିରୀକ୍ଷଣ କରି ଦେଖିଲେ ଆପଣାର ଜାତୀୟତା ଅନୁଭବ କରିପାରିବେ ।

 

ଏହି ଶିଳ୍ପକାର୍ଯ୍ୟମାନଙ୍କରୁ ପ୍ରତ୍ନତତ୍ତ୍ୱବିଦ୍‌ମାନେ ଅନେକ କଥା ଅନୁସନ୍ଧାନଦ୍ୱାରା ସ୍ଥିର କରିପାରନ୍ତି । ସାମାଜିକ ଅବସ୍ଥା, ଆଚାର ବ୍ୟବହାର, ଧର୍ମ୍ମଶିକ୍ଷା ପ୍ରଭୃତି ତେତେବେଳେ କେତେଦୂର ଉନ୍ନତ ହୋଇଥିଲା ଏ ଶିଳ୍ପଗୁଡ଼ିକ ସେ ସମସ୍ତର ନିଦର୍ଶନସ୍ୱରୂପ ।

 

ପୋଷାକ ପରିଚ୍ଛଦ ସଭ୍ୟତାର ପ୍ରଥମ ସୋପାନ । ଅବଶ୍ୟ ବିଭିନ୍ନ ସ୍ଥାନର ଜଳବାୟୁର ତାରତମ୍ୟାନୁସାରେ ପୋଷାକ ପରିଚ୍ଛଦର ପାର୍ଥକ୍ୟ ହୋଇପାରେ । ମାତ୍ର ଯେଉଁ ଜାତି ସଭ୍ୟ ବୋଲି ପରିଚିତ, ତାହାର ପୋଷାକ ପରିଚ୍ଛଦ ବ୍ୟବହାର କରିବା ପ୍ରଥମ କର୍ତ୍ତର୍ବ୍ୟ । ସଭ୍ୟଜାତି କେବେ ଉଲଗ୍ନାବସ୍ଥାରେ ରହେ ନାହିଁ କିମ୍ବା ବଳ୍‌କଳ ପତ୍ର ପ୍ରଭୃତିଦ୍ୱାରା ଶରୀର ଆବୃତ କରେ ନାହିଁ-। ସୁତରାଂ ସଭ୍ୟ ଓ ଅସଭ୍ୟ ମଧ୍ୟରେ ପୋଷାକଟି ପ୍ରଧାନ ପରିଚାୟକ ।

 

ପୋଷାକ ଅର୍ଥରେ ହସ୍ତପ୍ରସ୍ତୁତ ପୋଷାକ କଥା କହୁଛି । ସଭ୍ୟତା ବୃଦ୍ଧି ସଙ୍ଗେ ସଙ୍ଗେ ମନୁଷ୍ୟର ପୋଷାକ ପରିଚ୍ଛଦର ବିଭିନ୍ନତା ଦୃଷ୍ଟି ହୁଏ । ବୁଦ୍ଧି ବୃତ୍ତି ଯେତେ ବେଶି ପ୍ରସ୍ଫୁଟିତ ହୁଏ, ମନୁଷ୍ୟ ତେତେ ସୌନ୍ଦର୍ଯ୍ୟାନୁଭବ କରିପାରେ । ସୌନ୍ଦର୍ଯ୍ୟ ଅନୁଭବ କରିପାରିଲେ ମନୁଷ୍ୟ ତଦ୍ଦ୍ୱାରା ଆପଣାକୁ ସୁଖୀ ବୋଲି ମନେ କରେ । ଏହି ସୁଖାନ୍ୱେଷଣ ଇଚ୍ଛା ହିଁ ମନୁଷ୍ୟ ଜୀବନର ପ୍ରଧାନ ଲକ୍ଷ୍ୟ । ସେ ସୁଖ କ’ଣ ? ଏ କଥା ଏଠାରେ ବିଚାର୍ଯ୍ୟ ବିଷୟ ନୁହେଁ । ଏହି ସୁଖାନ୍ୱେଷଣ ପ୍ରଥମେ ପାର୍ଥିବ ବସ୍ତୁରେ ଆବଦ୍ଧ ଥାଏ । ଏହି ପାର୍ଥିବ ସୁଖାନ୍ୱେଷଣ ମଧ୍ୟରେ ନାନା ବର୍ଣ୍ଣର, ନାନା ଧଡ଼ିର, ନାନା ପ୍ରକାରର, ନାନା ପଦାର୍ଥପ୍ରସ୍ତୁତ ବସ୍ତୁର ଆବଶ୍ୟକତା ଅନୁଭବ କରେ ଏବଂ ଏହି ହେତୁ ଆଜି ଆମ୍ଭେମାନେ ହାଟ ବଜାରରେ ନାନାପ୍ରକାର ପୋଷାକ ପରିଚ୍ଛଦ ଦେଖିବାକୁ ପାଉଁ ।

 

ଆମ୍ଭେ ଦେଉଳରେ ଯେଉଁ ମୂର୍ତ୍ତିଗୁଡ଼ିକ ଦେଖୁଁ ସେମାନେ ନାନାପ୍ରକାର ପୋଷାକ ପିନ୍ଧିଥିବାର ଦେଖାଯାଏ । ବୈତାଳ ଦେବୀ ରେଶମୀ ଲୁଗା ପିନ୍ଧିଥିବାର ଜଣାଯାଏ । ସ୍ତ୍ରୀମାନେ ନାନାପ୍ରକାର ପୋଷାକ ପରିଚ୍ଛଦ ପରିଧାନ କରିଥିବାର ଦେଖାଯାଏ । ସୂଚୀକାର୍ଯ୍ୟ ଲୁଗା ଉପରେ ନାନା ପ୍ରକାରର ଦେଖାଯାଏ । ଲୁଗା ଧଡ଼ିରେ ନାନା ପ୍ରକାରର କାରିଗରୀ ଦେଖାଯାଏ ।

 

ଏସବୁ ମୂର୍ତ୍ତିମାନଙ୍କୁ ତନ୍ନ ତନ୍ନ କରି ଦେଖିଲେ ଜଣାଯାଏ ଯେ ଓଡ଼ିଆମାନେ କେତେବେଳେ ଶ୍ମଶ୍ରୁ ଧାରଣ କରୁଥିଲେ, ବୁଟ୍ ଯୋତା ମାଡ଼ୁଥିଲେ, ନାନାପ୍ରକାର ଅଳଙ୍କାର, ଯଥା- ଚୁଡ଼ି, ଖଡ଼ୁ, ତାଡ଼, ପାହୁଡ଼, ବଳା, ବାଙ୍କି, ପାପଦ୍ମ, ପାଉଞ୍ଜି, ଝୁଣ୍ଟିଆ, ଚିପୁଲି, ନାନାପ୍ରକାର ଧାତୁ ଗଠିତ ହାର, ମଣିମୁକ୍ତାବିଶିଷ୍ଟ ଅଳଙ୍କାର, ନୋଥ, ଗୁଣା, ବସଣୀ, ମଲ୍ଲିକଢ଼ୀ, ବିଦ, ଚନ୍ଦ୍ରଝୁମ୍ପି, ଦଣ୍ଡି ପ୍ରଭୃତି ଆୟଅଳଙ୍କାର ବ୍ୟବହାର କରୁଥିଲେ । ଖଟ, ଚଉକି, ବେଞ୍ଚ, ପଙ୍ଖା, ଛତା, ଚାମର ପ୍ରଭୃତି ବ୍ୟବହୃତ ହେଉଥିଲା । ନାନାପ୍ରକାରର ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର ହେଉଥିଲା ବୋଲି ଜଣାଯାଏ, ଯଥା- ବର୍ଚ୍ଛା, ଖଣ୍ଡା, ତରବାରୀ, କଟାରୀ, ଭାଲି, ଢାଲ, କାଣ୍ଡ, କଣ୍ଟାବାଉଁଶ, ବାଙ୍କ ଛୁରୀ ଇତ୍ୟାଦି । ପାଲିଙ୍କି, ସବାରୀ, ଘୋଡ଼ା, ହାତୀ ପ୍ରଭୃତି ଯାନ ସ୍ୱରୂପ ବ୍ୟବହାର ହେଉଥିଲା । ଘୋଡ଼ାକୁ ଆୟତ୍ତ କରିବା ଲାଗି ଚାବୁକ ଥିଲା ଏବଂ ହାତୀ ଲାଗି ଅଙ୍କୁଶ ଥିଲା । ନାନାପ୍ରକାର ଜଳପାତ୍ର, ଖାଦ୍ୟପାତ୍ର ବ୍ୟବହୃତ ହେଉଥିବାର ଦେଖାଯାଏ । ଏ ସମସ୍ତ ବିଷୟ ଦେଖିଲେ କିଏ କହିବ ଯେ ଓଡ଼ିଆମାନେ ତେତେବେଳେ ଅସଭ୍ୟ ଥିଲେ । ସଭ୍ୟତାର ସମସ୍ତ ଉପକରଣ ଦେଖି ଯଦି କେହି କହେ ଯେ ଓଡ଼ିଆମାନେ ତେତେବେଳେ ଅସଭ୍ୟ ଥିଲେ, ତେବେ ଅମ୍ଭେମାନେ ଏ ଉକ୍ତି କେବଳ ଈର୍ଷାଜନକ ବୋଲି ବାଧ୍ୟ ହୋଇ କହିବୁଁ ।

 

ଆଉ ଗୋଟିଏ କଥା ଦେଖାଯାଏ ଯେ ଗୋଟିଏ କନ୍ୟା ଠିଆ ହୋଇ ଲେଖୁଥିବାର ଛବି-। ଏଥିରୁ ଜଣାଯାଏ ତେତେବେଳେ ଓଡ଼ିଆ ସ୍ତ୍ରୀମାନେ ଲେଖାପଢ଼ା ଜାଣୁଥିଲେ । ବାଳିକା ଯେଉଁଥିରେ ଲେଖୁଛି ସେଟି ଲେଖନ ପରି ଦିଶୁନାହିଁ ବରଂ କାଠିକଲମ ବା କୋଚିଲା ଖଡ଼ିପରି ଦେଖାଯାଏ । ରାଜେନ୍ଦ୍ରଲାଲ ମିତ୍ର ମହାଶୟ ଲେଖିଛନ୍ତି ଯେ ବଙ୍ଗ ମହିଳାଙ୍କ ଅପେକ୍ଷା ଓଡ଼ିଆ ମହିଳାମାନେ ଲେଖାପଢ଼ାରେ ବିଶେଷ ପଟୁ ।

 

କେଶବିନ୍ୟାସ ସଭ୍ୟତାର ଅନ୍ୟ ଗୋଟିଏ ଅଙ୍ଗ । ଦେଉଳର ସ୍ତ୍ରୀ ମୂର୍ତ୍ତି ଦେଖିଲେ ଜଣାଯାଏ ଯେ ଏମାନଙ୍କର କେଶବିନ୍ୟାସର ପରିପାଟୀ ବଡ଼ ମନୋହର ଥିଲା । ଦୁଇ ତିନି ପ୍ରକାରର ଖୋଷା, ବେଣୀ, ଚୁଟି ପ୍ରଭୃତି ନାନାପ୍ରକାରର ସୁନ୍ଦର କେଶବିନ୍ୟାସ ପ୍ରଚଳିତ ଥିଲା । ମୁଖ ଦେଖିବା ଲାଗି ଦର୍ପଣ ବ୍ୟବହୃତ ହେଉଥିଲା ।

 

ପ୍ରଫେସର ଲିଉବକ୍ କହନ୍ତି ଯେ ମନୁଷ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖାଇବା ହିଁ ଶିଳ୍ପର କାର୍ଯ୍ୟ । ସୁତରାଂ ଉଲଗ୍ନ ମୂର୍ତ୍ତି ଆବଶ୍ୟକ ଏବଂ ଓଡ଼ିଆମାନେ ଉଲଗ୍ନ ମୂର୍ତ୍ତିଖୋଦିତ କରିବାଦ୍ୱାରା ଶିଳ୍ପର ଉପଯୁକ୍ତ ଜ୍ଞାନ ବିଷୟକ ରୁଚି ଦେଖାଇ ଯାଇଅଛନ୍ତି ।

 

ଏ ସମସ୍ତ ଶିଳ୍ପକାର୍ଯ୍ୟ ଦେଖିଲେ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଏ ସମସ୍ତ ଦେଉଳ ନିର୍ମିତ ହେବାର ବହୁକାଳ ପୂର୍ବରୁ ଓଡ଼ିଆମାନେ ସଭ୍ୟତାର ଉଚ୍ଚତମ ସୋପାନରେ ଆସୀନ ଥିଲେ । ଏ ସମସ୍ତ ଭାସ୍କରକାର୍ଯ୍ୟରେ ଓଡ଼ିଆ ଶିଳ୍ପୀମାନେ ଯେଉଁ ପୂର୍ଣ୍ଣ ସୌନ୍ଦର୍ଯ୍ୟଭାବାନୁଭବ କରି ପାରିଥିବାର ପରିଚୟ ଦେଇ ଯାଇଛନ୍ତି, ତାହା ଦଶ ପଚିଶ ବର୍ଷର ଅଭିଜ୍ଞତା ନ ଥିବାର ସ୍ପଷ୍ଟ ଜଣାଯିବ ।

 

ଏ ଅଭିଜ୍ଞତା ଅଭିନବ ଅଭିଜ୍ଞତା ନୁହେ, ବରଂ ଏଗୁଡ଼ିକ ପରିପକ୍ୱ ଅଭିଜ୍ଞତାର ପୂର୍ଣ୍ଣ ପରିଚାୟକ । ଆଉ ଗୋଟିଏ କଥା ଏହି ଯେ ଉପରୋକ୍ତ ଦେଉଳମାନଙ୍କରେ ଯେଉଁ ସୂକ୍ଷ୍ମ, ସୁନ୍ଦର ଶିଳ୍ପକାର୍ଯ୍ୟମାନ ଅଛି ତହିଁରୁ ଶିଳ୍ପୀମାନଙ୍କ ହାତ ଓ ଚକ୍ଷୁ କେତେ ଦୂର ଶିକ୍ଷିତ ଥିଲା ତାହା ସ୍ପଷ୍ଟ ଜଣାଯିବ । ଏ ପ୍ରକାର ହାତ ସଫାଇ ଦଶ ପାଞ୍ଚବର୍ଷର ଶିକ୍ଷାପ୍ରସୂତ ନୁହେଁ, ବରଂ ପୁରୁଷାନୁକ୍ରମେ ସେ ଶିକ୍ଷା ପୈତୃକ ବିଦ୍ୟା ଥିବାର ଜଣାଯାଏ । ବଂଶଗତ ଶିକ୍ଷା ଗୁଣରୁ ଅଙ୍ଗ ପ୍ରତ୍ୟଙ୍ଗ ତଦୁପଯୋଗୀ ହୋଇଥିବାର ସ୍ୱାଭାବିକ ଏବଂ ବିଜ୍ଞାନସମ୍ମତ । ସୁତରାଂ ମୁଁ କହେ, ଏ ଶିଳ୍ପକାର୍ଯ୍ୟମାନଙ୍କରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଓଡ଼ିଆମାନଙ୍କର ସଭ୍ୟତା ଅତି ପ୍ରାଚୀନ କାଳର କଥା ।

 

ଶିଳ୍ପବିଦ୍ୟା ବହୁ ପ୍ରାଚୀନ କାଳରୁ ହିନ୍ଦୁମାନଙ୍କୁ ଜଣାଥିଲା । କେତେକ ପାଶ୍ଚାତ୍ୟ ପଣ୍ଡିତ କହନ୍ତି ଯେ ଆଲେକଜାଣ୍ଡାରଙ୍କ ଭାରତାଗମନ ପୂର୍ବେ ଭାରତବାସୀମାନେ ଶିଳ୍ପବିଦ୍ୟା ଜାଣି ନ ଥିଲେ । ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଆଲେକଜାଣ୍ଡାର ଖ୍ରୀଷ୍ଟପୂର୍ବ ୩୨୬ରେ ଭାରତକୁ ଆସିଥିଲେ ଏବଂ କେବଳ ୮୦ ବର୍ଷ ଥିଲେ । କିନ୍ତୁ ଅଶୋକଙ୍କ ରାଜତ୍ୱ ଅର୍ଥାତ୍ ୨୫୦ ବର୍ଷ ପୂର୍ବେ ଭାରତରେ ଭାସ୍କରକାର୍ଯ୍ୟ ବିଦ୍ୟମାନ ଥିବାର ଭୂରି ଭୂରି ପ୍ରମାଣ ଅଛି । ରାମାୟଣ, ମହାଭାରତ ଓ ପାଣିନୀ ପ୍ରଭୃତି ଗ୍ରନ୍ଥମାନଙ୍କରେ ଅଟ୍ଟାଳିକା, ଭାସ୍କର, ସ୍ତମ୍ଭ, ଇଷ୍ଟକ, ତୋରଣ, ହର୍ମ୍ମ୍ୟ, ପ୍ରାସାଦ, ବିମାନ ଶିଖର, ଦେବାୟତନ, ସଭା, ଗୋପୁର, ତକ୍ଷକ, ବର୍ଦ୍ଧକୀ ଇତ୍ୟାଦି ଶବ୍ଦ ଦେଖାଯାଏ ଏବଂ ଏସବୁ ଶିଳ୍ପଜ୍ଞାନର ପରିଚାୟକ । ସୁତରାଂ ଓଡ଼ିଆମାନେ ଭୁବନେଶ୍ୱର ବା କୋଣାର୍କ ମନ୍ଦିରମାନ ନିର୍ମାଣ ହେବାର ବହୁକାଳ ପୂର୍ବରୁ ଶିଳ୍ପବିଦ୍ୟାରେ ଅଭିଜ୍ଞତା ଲାଭ କରିଥିଲେ । ଶିଳ୍ପବିଦ୍ୟା ବିଷୟକ ଅଭିଜ୍ଞତା ସଭ୍ୟତାର ପୂର୍ଣ୍ଣ ପରିଚାୟକ ।

 

ପ୍ରକୃତି ଜଣେ ସର୍ବାତ୍କୃଷ୍ଟ ଶିଳ୍ପୀ । ପ୍ରକୃତିର ଚାରୁଚିତ୍ର ଅବଲୋକନ କଲେ ଜଣାଯାଏ ଯେ ଶିଳ୍ପବିଦ୍ୟାରେ ପ୍ରକୃତିର ଅସାଧାରଣ ଅଭିଜ୍ଞତା । ମାନବ ଜଗତରେ ହେଉ, ପ୍ରାଣୀ ଜଗତରେ ହେଉ, ପଶୁପକ୍ଷୀ ଜଗତରେ ହେଉ, ଉଦ୍ଭିଦ ବା ଜଡ଼ ଜଗତରେ ହେଉ, ଯେଉଁ ଦିଗକୁ ଚାହିଁ ଦେଖିବ ପ୍ରକୃତିରେ ପ୍ରକୃଷ୍ଟ ଶିଳ୍ପକୁଶଳତା । ବିଚିତ୍ର ଚିତ୍ରପୂର୍ଣ୍ଣ ଏହି ପୃଥିବୀକୁ ପ୍ରକୃତିର ଶୋଭାଭଣ୍ଡାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରକୃତିରାଣୀ ଅତି ଯତ୍ନ ସହକାରେ ଆପଣା ଶିଳ୍ପକୁଶଳତା ଦେଖାଇ ଏ ଭଣ୍ଡାରରେ କେତେ ବିଚିତ୍ର ଚିତ୍ର ପରିପୂର୍ଣ୍ଣ ରଖିଛି । ଯେଉଁ ମାନବ ଶିଳ୍ପୀମାନେ ଏହି ପ୍ରାକୃତିକ ଶିଳ୍ପକୁ ଅନୁକରଣ କରି ଯେତେ ପୂର୍ଣ୍ଣତା ଆଡ଼କୁ ଯାନ୍ତି ସେମାନଙ୍କୁ ଶିଳ୍ପବିଦ୍ୟାରେ ତେତେ ଉନ୍ନତ ବୋଲି କୁହାଯାଏ । ଏହି ଦୃଷ୍ଟିରେ ଓଡ଼ିଆମାନଙ୍କ ଶିଳ୍ପ ପର୍ଯ୍ୟବେକ୍ଷଣ କଲେ ଦେଖାଯିବ ଓଡ଼ିଆମାନେ ଶିଳ୍ପବିଦ୍ୟାରେ କେତେଦୂର ଉନ୍ନତ ହୋଇଥିଲେ ।

 

ଏହି ପ୍ରାଚୀନ କୀର୍ତ୍ତିଗୁଡ଼ିକ ଯେତେ ଦିନ ଥିବ, ଓଡ଼ିଆ ଜାତିର ଗୌରବ ତେତେ ଦିନ ଅକ୍ଷୁର୍ଣ୍ଣ ଭାବରେ ଥିବ । ମାତ୍ର ଦୁଃଖର ବିଷୟ ଯେ କାଳକ୍ରମେ ଏଗୁଡ଼ିକ ଜୀର୍ଣ୍ଣ ହୋଇଆସୁଛି । ଏଗୁଡ଼ିକ କିପରି ରକ୍ଷା ହେବ ଏହା ଓଡ଼ିଆମାନଙ୍କର ଗୋଟିଏ ଜାତୀୟ କର୍ତ୍ତବ୍ୟ ।

 

Unknown

ଜଗନ୍ନାଥ ଦେଉଳ

 

ଉତ୍କଳର ସବୁ ଯାଇଛି ମାତ୍ର ସବୁ ଅଛି । ପ୍ରାଚୀନ ଉତ୍କଳର ବ୍ୟବସାୟ, ବାଣିଜ୍ୟ ଓ ଶିଳ୍ପ ପ୍ରଭୃତି ସମସ୍ତ ଲୋପ ହୋଇଅଛି ସତ୍ୟ, କିନ୍ତୁ ଦେବଦେବ ଜଗନ୍ନାଥ ଆଜିପର୍ଯ୍ୟନ୍ତ ଉତ୍କଳରେ ବିରାଜିତ । ଆଜି ଶତ, ଶତ ସହସ୍ର, ସହସ୍ର ଲକ୍ଷ ଲକ୍ଷ ପାପୀ ତାପୀ ଉତ୍କଳକୁ ଧାଇଁଛନ୍ତି । ଆଜି ମଧ୍ୟ ଉତ୍କଳର ସେହି ପବିତ୍ରତା ଅକ୍ଷୁଣ୍ଣଭାବରେ ରହିଛି । ମାତ୍ର କାହା ଲାଗି ? ଜଗନ୍ନାଥ ମହାପ୍ରଭୁଙ୍କ ହେତୁ ନୁହେଁ କି ? ନିଶ୍ଚୟ ତ୍ରିବାର ସତ୍ୟ । ସୁତରାଂ ଜଗନ୍ନାଥ, ଜଗନ୍ନାଥଙ୍କ ଦେଉଳ, ଦେଉଳର ଶାସନପ୍ରଣାଳୀ ପ୍ରଭୃତି ଆମ୍ଭମାନଙ୍କର ପ୍ରଧାନ ଆଲୋଚ୍ୟ ବିଷୟ । ମାଦଳାପାଞ୍ଜି ଏ ବିଷୟରେ ଆମ୍ଭମାନଙ୍କର ପ୍ରଧାନ ଆଶ୍ରୟ ।

 

ଜଗନ୍ନାଥଙ୍କ ଆବିର୍ଭାବ- କେବେ ? କେଉଁଠି ?

 

ସୂର୍ଯ୍ୟକିରଣରେ ଯେଉଁ ରେଣୁଖଣ୍ଡମାନ ଉଡ଼ୁଥାଏ, ଦେଖାଯାଏ ନ ଯାଏ, ଲକ୍ଷ୍ୟ କରି ପାରାଯାଏ ନାହିଁ, ତାକୁ ପରମାଣୁ କୁହାଯାଏ ।

୨ ପରମାଣୁ= ୧ ଅଣୁ ।

ଲକ୍ଷ୍ୟ ରେଣୁ= ୧ ତୁଟୀ ।

୧୦୦ ତୁଟୀ=୧ ବୋଧ ।

୩ ବୋଧ=୧ ଲବ ।

୩ ଲବ= ୧ କ୍ଷଣ ।

୫ କ୍ଷଣ=୧ କାଷ୍ଟା ।

୧୫ କାଷ୍ଟା= ୧ କଳା ।

୧୫ କଳା=୧ ଲଘୁତା ।

୧୦ ଲଘୁତା= ୧ ଦଣ୍ଡ ।

୨ ଦଣ୍ଡ= ୧ ଘଡ଼ି ବା ମୁହୂର୍ତ୍ତ ।

୧୫ ଦଣ୍ଡ= ୩୦ ଘଡ଼ି=୧ ଦିବସ ।

୩୦ ଦଣ୍ଡ=୧ ରାତ୍ର ।

ଅହୋରାତ୍ର=୬୦ ଦଣ୍ଡ=୧ ଦିନ ।

 

ଗ୍ରହମାନଙ୍କ ନାମାନୁସାରେ ସାତଦିନର ନାମକରଣ । ୭x୨= ୧୪ ତିଥି । ପ୍ରତିପଦଠାରୁ ପୂର୍ଣ୍ଣିମାଯାଏଁ ୧୫ ତିଥି=ଶୁକ୍ଳପକ୍ଷ ଏବଂ ଚନ୍ଦ୍ରକ୍ଷୟ= ଅମାବାସ୍ୟାଯାଏଁ ୧୫ ତିଥି=କୃଷ୍ଣପକ୍ଷ । ୨ ପକ୍ଷ=୧ ମାସ । ୧୨ ମାସ= ୧ ବର୍ଷ । ବର୍ଷ ଦୁଇପ୍ରକାର । ସୌରବର୍ଷ, ଯଥା-ମେଷ, ବୃଷ ଆଦି ଏବଂ ସାବର୍ଣ୍ଣ ବର୍ଷ, ଯଥା- ଚୈତ୍ର, ବୈଶାଖ ଆଦି । ୬ ଋତୁ= କୁମ୍ଭମାସ ଅର୍ଦ୍ଧଠାରୁ ମେଷାର୍ଦ୍ଧ ପର୍ଯ୍ୟନ୍ତ, ବସନ୍ତ ଇତ୍ୟାଦି କ୍ରମେ । ୧୨ ମମାସ=୧ ଅୟନ ।

 

ଦେବତାମାନଙ୍କ ଗଣନାନୁସାରେ ମକରାଦି ୬ ମାସ=୧ ଦିନ=ଅୟନ ଏବଂ କକଡ଼ାଦି ୬ ମାସ=୧ ରାତ୍ର=ୟାନ୍ତ୍ରୀକ୍ତୟନ । ବର୍ଷ ଚାରି ପ୍ରକାର, ଯଥା- (୧) ସୌର, (୨) ସାବର୍ଣ୍ଣ, (୩) ଚାନ୍ଦ୍ରାୟଣ, (୪) ନାକ୍ଷତ୍ରିକ ଅର୍ଥାତ୍ ପରିବତ୍ସର, ଇଦାବତ୍ସର, ଧନୁବତ୍ସର ଓ ସମ୍ବତ୍ସର ।

 

ମନୁଷ୍ୟର ୧ ମାସ=ପିତୃଲୋକର ୧ ଦିନ ।

 

ମନୁଷ୍ୟର ୧ ବର୍ଷ=ଦେବତାଙ୍କର ୧ ଦିନ ।

 

ମନୁଷ୍ୟବର୍ଷ- ସତ୍ୟ, ତ୍ରେତା, ଦ୍ୱାପର ଓ କଳି । ବର୍ଷ ପରିମାଣ ୪୩୨୦୦୦ । ଦେବତାଙ୍କର ୧୨ ବର୍ଷ= ମନୁଷ୍ୟର ଏକ ଯୁଗ । ୭୧ ମନୁଷ୍ୟ-ଯୁଗରେ ୧ ମନୁ । ୧୮ ମନୁ ଭୋଗ ଶେଷରେ ଇନ୍ଦ୍ର ଚନ୍ଦ୍ର ନକ୍ଷତ୍ର ପ୍ରଭୃତି ଯାନ୍ତି । ଏହିପରି ୧୪ ମନୁ=ବ୍ରହ୍ମାଙ୍କର ୧ ଦିନ ।

 

ମନୁଷ୍ୟବର୍ଷ ୩୧୧୦୪୦୦୦୦୦୦୦୦୦୦୦= ବ୍ରହ୍ମାଙ୍କ ୧ ବର୍ଷ= ପ୍ରଥମ ପରାର୍ଦ୍ଧ ଓ ୨ୟ ପରାର୍ଦ୍ଧ ।

 

ବ୍ରହ୍ମାଙ୍କ ପ୍ରଥମ ପରାର୍ଦ୍ଧରେ ପରମେଶ୍ୱର ଭୂଲୋକରେ ଜମ୍ବୁଦ୍ୱୀପର ଭରତଖଣ୍ଡର ଉତ୍ତର ଦେଶରେ ଦକ୍ଷିଣ ମହୋଦଧିର ଉତ୍ତରତୀରରେ ଶ୍ରୀ ପୁରୁଷୋତ୍ତମ ବୈକୁଣ୍ଠରେ ଦଶ ଯୋଜନ ମଧ୍ୟରେ ଡାହାଣବର୍ତ୍ତକ ଶଙ୍ଖ, ପଞ୍ଚକ୍ରୋଶ ଭିତରେ ଶଙ୍ଖର ନାଭିମଣ୍ଡଳସ୍ଥ ନୀଳକନ୍ଦର ପର୍ବତରେ ନୀଳମଣିଗଠିତ ଶଙ୍ଖ ଚକ୍ର ଓ ଗଦା ପଦ୍ମ ସହିତ ଚତୁର୍ଭୂଜ ହୋଇ ନୀଳମାଧବ ମୂର୍ତ୍ତି ଅବତାର ହେଲେ । ଦେବତାମାନେ ପୂଜକ ହେଲେ । ଶବରଦ୍ୱୀପରୁ ଯାଇ ବିଶ୍ୱାବସୁ ଶବର ବୈଷ୍ଣବ ପୂଜା କଲେ । ଏହିପରି ପ୍ରଥମ ପରାର୍ଦ୍ଧ ଶେଷ ହେଲା । ୨ୟ ପରାର୍ଦ୍ଧର ୫୧ ବର୍ଷ ପ୍ରବେଶ ହୁଅନ୍ତେ ପ୍ରଥମ ଏକ ଦିବସରେ ବ୍ରହ୍ମା ନିଦ୍ରା, ଆଳସ୍ୟ ତ୍ୟାଗ କରି ଚାହିଁ ଦେଖିଲେ ଚତୁର୍ଦ୍ଦିଗ ଜଳ ପରିପୂର୍ଣ୍ଣ । ସୃଷ୍ଟି ଇଚ୍ଛା କଲେ । ୧୨ ସୂର୍ଯ୍ୟ ଉଦିତ ହେଲେ । ଅର୍ଦ୍ଧାଶନୀ ଦେବୀ ଅର୍ଦ୍ଧେକ ଜଳ ପାନ କଲେ । ପାତାଳରେ ଶଙ୍କର୍ଷଣଙ୍କଠାରେ ପ୍ରଚଣ୍ଡ ଅଗ୍ନିତେଜ ବାଜିଲାରୁ ଜଳ ଶୁଷ୍କ ହେଲା । ମନୁସନ୍ଧି ଏକ ଯୁଗ ଗତ ହେଲା । ସତ୍ୟଯୁଗ ଆରମ୍ଭ ହେଲା ୧୭୧୮୦୦୦ ବର୍ଷ ।

 

ଇନ୍ଦ୍ରଦ୍ୟୁମ୍ନ ମହାରାଜା ବଡ଼ ବିଷ୍ଣୁଭକ୍ତ ଥିଲେ ଏବଂ କେଉଁଠାକୁ ଗଲେ ବିଷ୍ଣୁଙ୍କ ସହିତ ସାକ୍ଷାତ୍‍ ହେବ ବୋଲି ଚିନ୍ତିତ ଥିଲେ । ଜଟାଳ ନାମକ ଜଣେ ବୈଷ୍ଣବ ଦୈବବଶତଃ ଇନ୍ଦ୍ରଦ୍ୟୁମ୍ନଙ୍କ ରାଜସଭାରେ ପ୍ରବେଶ ହୋଇ ନୀଳମାଧବଙ୍କ କଥା ଜଣାଇଲେ । ରାଜା ଏ ସମ୍ବାଦ ପ୍ରାପ୍ତ ହୋଇ ରାଜ ପୁରୋହିତ ବିଦ୍ୟାପତିଙ୍କୁ ରାସ୍ତା ପ୍ରଭୃତି ଠିକଣା କରିବା ଲାଗି ପ୍ରେରଣ କଲେ । ବିଦ୍ୟାପତି ବହୁ ଶ୍ରମ କରି ବିଶ୍ୱାବସୁ ଶବର ଘରେ ପ୍ରବେଶ ହେଲେ ଏବଂ ତା’ ସହିତ ମିତ୍ରତା ସ୍ଥାପନ କଲେ । ଶବର କନ୍ୟା ସହିତ ବିଦ୍ୟାପତିଙ୍କର ବିବାହ ହେଲା ଏବଂ ତା’ ସାହାଯ୍ୟରେ ନୀଳମାଧବ ଦର୍ଶନ କଲେ । ବିଦ୍ୟାପତି ଦର୍ଶନଲାଭ କରି ଫେରିଆସି ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ସମ୍ବାଦ ଦେଲେ ।

 

ଇନ୍ଦ୍ରଦ୍ୟୁମ୍ନ ମହାରାଜା ସମ୍ବାଦ ପାଇ କୃତକୃତ୍ୟ ହୋଇ ଦର୍ଶନଲାଭାଆଶାରେ ଯାତ୍ରା କଲେ । ଇତି ମଧ୍ୟରେ ନୀଳମାଧବ ଅନ୍ତର୍ଦ୍ଧାନ ହେଲେ ଏବଂ ରାସ୍ତାରେ ନାରଦ ଏ ସମ୍ବାଦ ଇନ୍ଦ୍ରଦ୍ୟୁମ୍ନକୁ ଜଣାଇଲେ । ରାଜା ସମ୍ବାଦ ପାଇ ଯତ୍ପରୋନାସ୍ତି ଦୁଃଖିତ ହେଲେ ଏବଂ ଆପଣାକୁ ଧିକ୍‌କାର କଲେ । ମାତ୍ର ଆକାଶବାଣୀ ହେଲା ଯେ ‘ତୁମ୍ଭେ ଆଉ ଏ ମୂର୍ତ୍ତି ଦେଖିପାରିବ ନାହିଁ । ପାଞ୍ଚଶବର୍ଷ ମଧ୍ୟରେ ୧୦୦୦ ଅଶ୍ୱମେଧ ଯଜ୍ଞ କଲେ ଆମ୍ଭେ ଦାରୁବ୍ରହ୍ମ ରୂପରେ ଅବତୀର୍ଣ୍ଣ ହେବୁଁ । ତେତେବେଳେ ତୁମ୍ଭେ ଦର୍ଶନ ପାଇବ । ଆମ୍ଭେ ଚତୁର୍ଦ୍ଧା ମୂର୍ତ୍ତିରେ ଆବିର୍ଭୂତ ହେବୁଁ, ଯଥା- (୧) ବଳଭଦ୍ର ଶଙ୍ଖବର୍ଣ୍ଣ, ଋକ୍‌ବେଦରେ ଚିନ୍ତା କରିବ ଏବଂ ରାଜମନ୍ତ୍ରରେ ପୂଜା କରିବ । (୨) ଜଗନ୍ନାଥ ନୀଳମେଘପରି ବର୍ଣ୍ଣ, ଶ୍ୟାମବେଦରେ ଚିନ୍ତା, ଦ୍ୱାଦଶାକ୍ଷର ମନ୍ତ୍ରରେ ପୂଜା । (୩) ସୁଭଦ୍ରା ଅରୁଣ ଓ କୁଙ୍କୁମବର୍ଣ୍ଣ ମିଶ୍ରିତ ଯଜୁର୍ବେଦରେ ଚିନ୍ତା, ଦେବଶକ୍ତି ମନ୍ତ୍ର । (୪) ସୁଦର୍ଶନ ରକ୍ତବର୍ଣ୍ଣ, ଅଥର୍ବବେଦରେ ଚିନ୍ତା ।’

 

ରାଜା ଏହି ଆକାଶବାଣୀ ଶୁଣି କ୍ଷେତ୍ରମଧ୍ୟରେ ଅଶ୍ୱମେଧ ଯଜ୍ଞ ଆରମ୍ଭ କଲେ । ଇନ୍ଦ୍ରଦ୍ୟୁମ୍ନ ପୋଖରୀଠାରେ ଯଜ୍ଞ ହେଲା । ଦାରୁବ୍ରହ୍ମ ଆସି ସମୁଦ୍ରରେ ବାଙ୍କିମୁହାଣ ନିକଟରେ ଲାଗିଲେ । ସେଠାରୁ ଦାରୁ ଅଣାଯାଇ ଗୁଣ୍ଡିଚା ମନ୍ଦିରରେ ମୂର୍ତ୍ତି ଗଠିତ ହେଲା । ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ତ୍ରୀଙ୍କ ନାମ ଗୁଣ୍ଡିଚା ଥିଲା । ଗୁଣ୍ଡିଚାମନ୍ଦିର ଓ ଗୁଣ୍ଡିଚାଯାତ୍ରା ତାଙ୍କ ନାମରେ ନାମିତ । ଇନ୍ଦ୍ରଦ୍ୟୁମ୍ନ ମହାରାଜା ବଡ଼ଦେଉଳ ଶୁଭ ଦେଲେ, ୧୦୦୦ ହାତ ଉଚ୍ଚରେ ଦେଉଳ ପ୍ରସ୍ତୁତ କରାଇଲେ ଏବଂ ଦେବତାମାନଙ୍କୁ ପ୍ରତିଷ୍ଠା କରାଇ ଦେଉଳରେ ବିଜେ କରାଇବା ଲାଗି ବ୍ରହ୍ମାଙ୍କ ନିକଟକୁ ଗଲେ । ବ୍ରହ୍ମାଙ୍କ ସହିତ ଫେରି ଆସିବାବେଳକୁ ଗାଲମାଧବ ରାଜା ଦେଉଳ ଅଧିକାର କରି ଦେବତାଙ୍କୁ ପୂଜା କରୁଛି । ଇନ୍ଦ୍ରଦ୍ୟୁମ୍ନ ଗାଲମାଧବ ସହିତ ଯୁଦ୍ଧ କଲେ । ଗାଲମାଧବ ପରାସ୍ତ ହେଲେ । ଇନ୍ଦ୍ରଦ୍ୟୁମ୍ନ ଦେଉଳ ପ୍ରତିଷ୍ଠା କଲେ । ଠାକୁରମାନେ ଦେଉଳରେ ବିଜେ କଲେ । ନୃସିଂହମୂର୍ତ୍ତି ଦର୍ଶନ ପରେ ବ୍ରହ୍ମା ଶାନ୍ତିମନ୍ତ୍ର ଜପ କଲେ । ପରେ ଇନ୍ଦ୍ରଦ୍ୟୁମ୍ନଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଜଗନ୍ନାଥ ବରପ୍ରଦାନ କଲେ । ଇନ୍ଦ୍ରଦ୍ୟୁମ୍ନ ପ୍ରାର୍ଥନା କଲେ, ‘ପ୍ରଭୁ ! ମୋ ବଂଶରେ ଏ ଦେଉଳ ମୋର ବୋଲି ଦାବି କରିବାକୁ କେହି ନ ରହୁ ।’

 

ଜଗନ୍ନାଥ ମହାପ୍ରଭୁ ଭକ୍ତର କାମନାନୁସାରେ ବର ପ୍ରଦାନ କଲେ । ଫଳରେ ଇନ୍ଦ୍ରଦ୍ୟୁମ୍ନ ନିରଂଶ ହେବାରୁ ଜଗନ୍ନାଥ ମହାପ୍ରଭୁ ସ୍ୱୟଂ ତାଙ୍କ ଲାଗି ଏକଦିନ ବାର୍ଷିକ ଶ୍ରାଦ୍ଧ କରନ୍ତି । ଦେଉଳରେ ଏ ପ୍ରଥା ଅଦ୍ୟାବଧି ପ୍ରଚଳିତ ଅଛି ।

 

ଇନ୍ଦଦ୍ୟୁମ୍ନ ମହରାଜ ବହୁକାଳ ପୂଜା କରି ବ୍ରହ୍ମଲୋକ ଗମନ କଲେ ଏବଂ ତାହାଙ୍କ ପରେ ଶ୍ୱେତମୁଖ ରାଜା ସେବାକଲେ । କଳି ଆରମ୍ଭ ପରେ ଅନେକ ରାଜା ପରମେଶ୍ୱରଙ୍କୁ ସେବା କରି କାଳ କଟାଇଲେ ।

 

ପ୍ରଥମ ଦେଉଳ ୧୦୦୦ ହାତ ଉଚ୍ଚ ଥିବା କଥା ମାଦଳାପାଞ୍ଜିରୁ ଜଣାଯାଏ ।

 

ରାଜାମାନଙ୍କ ଦାନଦ୍ୱାରା ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ପୁଷ୍ଟି ଲାଭ କଲା । ଯେ ଯେତେବେଳେ ରାଜା ହେଲେ ସେମାନେ ଜଗନ୍ନାଥଙ୍କ ସେବାପୂଜା ଯାନିଯାତ୍ରା ଲାଗି ଅନେକ ଭୂସମ୍ପତ୍ତି ଖଞ୍ଜା କରିଥିଲେ ।

 

୧ । ଚୁଡ଼ଙ୍ଗ ଦେବ- ରାହାଙ୍ଗ ବିଶେଖଣ୍ଡି ହାରଗ୍ରାମ ୧ ବାଟି ।

 

୨ । ବୀରରଙ୍ଗ- ବେରବୋଇ ଗ୍ରାମ ଦଣ୍ଡା ଗୋପଥ ସହିତ ବା ୩୬୫୦ ।୦ ।୧୩ ।

 

୩ । ଏକଜଟା କାମଦେବ- ରାହାଙ୍ଗା ପ୍ରଗନା ଗୁଆଳିପଡ଼ା ଗ୍ରାମ ବା ୧୯୮ ।୪ ।୩ । ଗୁଆଳି ଗ୍ରାମ ବା ୫୮ ।୧୦ ।୮ ଗୁଣ୍ଠ । ଡୋମପୁର ବା ୬୦ ।୦ ।

 

୪ । ମଦନ ମହାଦେବ- ଲେମ୍ବାଇ ଦଣ୍ଡପାଟ ଥେଣ୍ଟେଣା ଗ୍ରାମ ୨୮୭ ବାଟି, ଖୋଲାଉର ୧୮୭ ବାଟି, ରେଣ୍ଡୋ ବା ୧୦୦ ।୪ ।୧୪, ଉତ୍ତରବାଇ ୭୦ ବାଟି, ବାଲିଆ କରଡ଼ି ୧୦୦ ବାଟି, ରାଉତକେରା ବା ୪୦ ।୮, ବଙ୍କିଲୋ ବା ୧୫ ।୧୫ ।୧୫ ଗୁଣ୍ଠ, ବାମନରୋଆ ବା ୫୧ ।୧୫ ।୧୧, ଭଁସର ୧୪୦ ବାଟି, ଥାଣିଜିପୁର ବା ୫୪ ।୮ ।୧୮ ଗୁଣ୍ଠ, ପାଟଣାପୁର ବା ୧୬ ।୨ ।୧, ସାଧପଡ଼ା ବା ୪୫ ।୯ ।୪, ସୁଜନପୁର ବା ୨୪ ।୧୬ ।୧୭ ଗୁଣ୍ଠ, ପସିଲୋ ବା ୫୭ ।୧୭ ।୭, ଗଉରାଦେଇପୁର ବା ୨୮ ।୧୧ ।୧୩, ବସନ୍ତପୁର ବା ୭୦ ।୧୦ ।୦, ବିଳାସପୁର ବା ୪୮ ।୧୦ ।୪, ବାଲିଆକେରା ୬୦ ବାଟି ।

 

୫ । ରାଜରାଜେଶ୍ୱର ଦେବ- ଅଁଳାଓଡ଼ା ବା ୧୭୫ ।୫ ।୧୧, ଡେଲାଙ୍ଗ ବା ୧୧୯ ।୧୪ ।୧୪, କୈଳାସପୁର ବା ୧୨୦ ।୭ ।୨, ବାହାଳବନ୍ଧ ୬୦ ବାଟି, ଚୋପେ ୪୦ ବାଟି ।

 

୬ । ଛେରାଟା ପୁରୁଷତ୍ତମ ଦେବ- ମଣିଜପୁର ତୋଟା ବା ୪ ।୩ ।୫, ପୂର୍ବରେ ବାଇ ପଶ୍ଚିମରେ ବାଇ ୪୦ ବାଟି, ସହଜପାରି ୧୨୦ ବାଟି, ସାତକାଳିଆ ୩୦ ବାଟି, ମହନନରୁଆ ୧୫ ବାଟି, ସିଂହାରପୁର ୩୦ ବାଟି, ମୃଧୁନୀପୁର ୩୦ ବାଟି, ଆୟତନରୁଆ ୧୦ ବାଟି, ଯୋଜନରୁଆ ୧୫୦ ବାଟି, ଆଗରଗୁଣବାଇଅଣ ଆଳଙ୍ଗ ୬୦ ବାଟି ।

 

୭ । ଅନଙ୍ଗଭୀମଦେବ- ଏହାଙ୍କ ମୁଦଲ ‘ସ୍ୱଦତ୍ତଂ ପରଦତ୍ତଂ ବା ଯେ ହରନ୍ତି ବସୁନ୍ଧରା । ବର୍ଷଷଷ୍ଠୀ ସହସ୍ରାଣୀ ବିଷ୍ଟୟାଂ ଜାୟେତେ କୃମୀ ।’

 

ଏହାଙ୍କ ଅମଳରେ ୧୨ ଦସ୍ତି ପଦିକାରେ ଯେଉଁ ମାପ ହୋଇଥିଲା ସଥିରୁ ଦେଉଳ ସମ୍ବନ୍ଧୀୟ ଭଉଁରିଆରୁ ନିମ୍ନଲିଖିତ ହିସାବ ମିଳେ -

 

ପରମେଶ୍ୱରଙ୍କ ଦେଉଳ ୫ ବାଟି, ମାର୍କେଣ୍ଡେଶ୍ୱର ୧ ବାଟି, ମାର୍କଣ୍ଡେଶ୍ୱର ଚକ୍ରତୀର୍ଥ ୪ ବାଟି, ଯମେଶ୍ୱର୧୦ ମାଣ, ଶ୍ୱେତମାଧବ, ମତ୍ସ୍ୟମାଧବ, ଶ୍ୱେତଗଙ୍ଗା ତୀର୍ଥ ୨ ବାଟି, ଉଗ୍ରସେନମାଧବ ଓ ରୁକ୍ମିଣୀମାଧବ ୨ ମାଣ, ଦକ୍ଷିଣକାଳିକା ୨ ମାଣ, ଚାମଣ୍ଡା ୨ ମାଣ, ମରୀଚିକାଦେବୀ ୨ ମା. ଅର୍ଦ୍ଧାଶନୀ ୨ ମାଣ, ସର୍ବମଙ୍ଗଳା ୫ ମାଣ, ଶ୍ରୀଗୁଣ୍ଡିଚା ନବର ୨ ବାଟି, ବାଲିନୃସିଂହ ୫ ମାଣ, ନୀଳମାଧବ, ନୀଳକଣ୍ଠେଶ୍ୱର ଓ ଇନ୍ଦ୍ରଦ୍ୟୁମ୍ନ ୨ ବାଟି, ଆଲମଚଣ୍ଡୀ ୫ ମାଣ, ସାହିମାନଙ୍କ ଦେବଦେବୀ ୧୦ ମାଣ, ଅଠରବ୍ରହ୍ମପୁର ବା ୧୩୬ ।୬ ।୦ । ଏ ରାଜା ଦେଉଳ ଚାରିଦିଗରେ ଅନେକ ମଠ ସ୍ଥାପିତ କଲେ । ଏମାନଙ୍କ ମଠଧାରୀମାନେ ନିମ୍ନଲିଖିତ କାର୍ଯ୍ୟ କରିବାକୁ ଦାୟୀ ଥିଲେ । ଯଥା -ପରମେଶ୍ୱରଙ୍କ ଭୋଗନିଯୋଗ ଭଲ ମନ୍ଦ ବୁଝିବେ, ମୁଦ୍ରାହସ୍ତ ବା ମୁଦିରଥ, ପଶୁପାଳକ, ବ୍ରାହ୍ମଣ ସେବକମାନଙ୍କୁ ସନ୍ଧ୍ୟା, ପୂଜା ଓ ସ୍ନାନବିଧି ଶିକ୍ଷାଦେବେ, କ୍ଷେତ୍ରର ସମସ୍ତ ଲୋକମାନଙ୍କ ଗୁହାରି ବୁଝି ଦଣ୍ଡମଣ୍ଡ କରିବା ଲାଗି ପରୀଖାକୁ କହିବେ ।

 

ସନ୍ୟାସୀ ୫୨ ମଠ ମଧ୍ୟରେ ଆନ୍ଧ୍ର ୧୨ ମଠ, ମହାରାଷ୍ଟ୍ର ୮, ଦ୍ରାବିଡ଼ ୮, କନୌଜ ୫, ହେଙ୍ଗୁଳି ୩, ଓଡ଼ିଆ ୧୪ ମଠ, ଗୌଡ଼ୀୟ ୫ ମଠ, ଏକାଦଶୀ ୩ ମଠ, ମନୋଦଣ୍ଡୀ ୧୫ ମଠ, ତ୍ରିଦଣ୍ଡୀ ୭ ମଠ । ପ୍ରତି ମଠକୁ ବାସ୍ତୁ, ତୋଟା ଆଦି ଏକମାଣ ଲେଖାଏଁ ଭୂମିଦାନ ଦେଲେ । ମୁଦ୍ରସ୍ତ ଦୁଇ ମଠ ମଧ୍ୟରେ ପରମେଶ୍ୱରଙ୍କ ବାଡ଼ରେ ମୁଦିରଥ ବିଷ୍ଣୁଶ୍ୟାମ ମୁଦରସ୍ତ ଦଶ ମଠ ବାଲିରେ ପୋତି ହୋଇ ପଡ଼ିଥିବାରୁ ସେମାନଙ୍କୁ ଦେଲେ ସାତ ବଖରାକୁ ବାସ୍ତୁଡ଼ିହ ତୋଟା ସହିତ ୧୦ମାଣ, ବଳରାମ ଦେବଙ୍କ ବାଡ଼ ଅଗ୍ନିଶର୍ମା ମଠ ୧୦ ମାଣ । ଦେଉଳ ପ୍ରତିଷ୍ଠା କରିଥିବା ଆତ୍ରେୟ ଗୋତ୍ର ପୁରୀରଥ ଆଚାର୍ଯ୍ୟଙ୍କୁ ସବନ୍ଧୁ କୁଟୁମ୍ବ ନେଇ ରହିବାକୁ ଦକ୍ଷିଣ ପାର୍ଶ୍ୱରେ ରଥସାହି ୪ ବାଟି । ଉଗ୍ରସେନ ଶବରର ଚାରିପୁଅ, ୩ ଝିଅ ଓ କୁଟୁମ୍ବମାନଙ୍କୁ ନେଇ ରହିବାକୁ ଦଇତାପଡ଼ା ସାହି ୬ ବାଟି । ପତିବଂଶମାନେ ଏକାଠି ରହିବା ଲାଗି ଭିଖାରୀପଡ଼ା ୬ ବାଟି ।

 

ପାଣିଛଡ଼ା ପଣ୍ଡାମାନଙ୍କ ଡିହବାସ୍ତୁ ଚୁଡ଼ଙ୍ଗସାହି ୩ ବାଟି । ସିଂହାରୀ ପଶୁପାଳକ ଆଉ ମହାଜନମାନଙ୍କୁ ଡିହବାସ୍ତୁ ନିମିତ୍ତ ଦୋଳମଣ୍ଡପ ସାହି, ବାଲିସାହି ଓ ଯମେଶ୍ୱରପୁର ସାହି ୩ ବାଟି । ସୁଆର, ମହାସୁଆର ଓ ମୁଦୁଲି ସାହି ୩ ବାଟି । ଅନ୍ୟାନ୍ୟ ସେବକ ବାଲିସାହି, କାଳିକାଦେବୀସାହି, ମାଟିମଣ୍ଡପ ଓ ଚୁଡ଼ଙ୍ଗ ସାହି ୨୦ ବାଟି । ଯବନ ଉପଦ୍ରବ ଲାଗି ମାଣିକପାଟଣା, ଖାଲକଟା ପାଟଣା ଦୁଇ ମୁହାଁଣଠାରେ ରହିବା ଚାପଦଳାଇ ଦୋବନ୍ଧାଠାରେ ରହିବା ଲାଗି ୨୦ ମାଣ । ପରୀଖା ଓ ପରକରଣମାନଙ୍କ ରହିବାଲାଗି ୩ ବାଟି । କ୍ଷେତ୍ରରେ ଜଳକୁଳ ପ୍ରଜା ରହିବା ଲାଗି ୨୦ ବାଟି । କୁମ୍ଭାରପଡ଼ା ୩ ବାଟି । ମାର୍କଣ୍ଡ ମହୋଦଧି, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ତୀର୍ଥଠାରେ ସ୍ୱଦେଶୀ ଓ ପ୍ରଦେଶୀ ଯାତ୍ରୀମାନଙ୍କୁ ସ୍ନାନ ଦାନ କରାଇ ଦକ୍ଷିଣା ନେବେ । ଏଥି ନିମନ୍ତେ ୨୦ ଜଣ ବ୍ରାହ୍ମଣ ମହାଜନ ବାସ୍ତୁଡ଼ିହ ୨୧ ବାଟି, ଜଳଛତ୍ର ୧୯ ବାଟି, କୁମ୍ଭାରମାନଙ୍କ ଘରଡ଼ିହଲାଗି ସମଙ୍ଗ ଗ୍ରାମରୁ ୭ ବାଟି ।

 

ଜଗନ୍ନାଥ ଦେବଙ୍କ ଭୋଗରାଗ ଯାନିଯାତ୍ରାରେ ଖଞ୍ଜା –

 

ଲେମ୍ବାଇ ଦଣ୍ଡପାଟ –

 

(୧) ସାହୁରିଗ୍ରାମ ବା ୧୩୭ ।୩ ।୭ ଗୁଣ୍ଠ,

(୨) ବାଲିହୁଙ୍କା ବା ୩୩ ।୫ ।୧୦ ଗୁଣ୍ଠ,

(୩) ଦୋରକଣା ବା ୧୭ ।୧୩ ।୩ ଗୁଣ୍ଠ,

(୪) ମଙ୍ଗପଡ଼ା ବା ୧୯ ।୧୨ ।୧୫ ଗୁଣ୍ଠ,

(୫) ବଘିଲାପାରି ବା ୪ ।୨ ।୯ ଗୁଣ୍ଠ,

(୬) ଧୂଆଁପଡ଼ା ବା ୬ ।୧୩ ।୧୨ ଗୁଣ୍ଠ,

(୭) କଡ଼ାମିଲୋ ବା ୧୬ ।୪ ।୩ ଗୁଣ୍ଠ,

(୮) ଶଙ୍ଖପଡ଼ା ବା ୩୬ ।୮ ।୧୦ ଗୁଣ୍ଠ,

(୯) ଡାକପଡ଼ା ବା ୩୩ ।୧୮ ।୪ ଗୁଣ୍ଠ,

(୧୦) ବାଣପୁର ବା ୧୯ ।୧୦ ।୧୯ ଗୁଣ୍ଠ,

(୧୧) ଗୁଡୁପାଇଲୋ ବା ୨୨୫ ।୧୦ ।୧୨ ଗୁଣ୍ଠ,

(୧୨) ବାଲୁପଡ଼ା ବା ୧୬ ।୧୭ ।୧୪ ଗୁଣ୍ଠ ।

(୧୩) ଅମୃତପୁର ବା ୨୫ ।୧ ।୧୮ ଗୁଣ୍ଠ,

(୧୪) ସିଉଣା ବା ୨ ।୬ ।୧୪ ଗୁଣ୍ଠ,

(୧୫) ସାଉତରା ବା ୨୬ ।୯ ।୧୨ ଗୁଣ୍ଠ,

(୧୬) ଗାଙ୍ଗପୁର ବା ୪୭ ।୧ ।୦ ଗୁଣ୍ଠ,

(୧୭) ବଡ଼ାଲୋ ବା ୪୯ ।୫ ।୨୧ ଗୁଣ୍ଠ,

(୧୮) ବେଗୁନିଆ ବା ୬ ।୧୭ ।୧୮ ଗୁଣ୍ଠ,

(୧୯) ରାଢ଼ୋ ବା ୭୩ ।୩ ।୧୯ ଗୁଣ୍ଠ,

(୨୦) ଆଙ୍କୁଲା ବା ୧୧୭ ।୬ ।୨୪ ଗୁଣ୍ଠ,

(୨୧) ମୁଣ୍ଡିଦା ବା ୮୭ ।୧୪ ।୨୦ ଗୁଣ୍ଠ,

(୨୨) କଣପାଣିଆ ବା ୬୮ ।୫ ।୧୫ ଗୁଣ୍ଠ,

(୨୩) ସେବତୀପୁର ବା ୫୯ ।୪ ।୬ ଗୁଣ୍ଠ,

(୨୪) ଚାନ୍ଦୋଳ ବା ୧୫ ।୧୯ ।୧୭ ଗୁଣ୍ଠ,

(୨୫) ସଡ଼ାଙ୍ଗୋଇ ବା ୨୫୪ ।୮ ।୧୯ ଗୁଣ୍ଠ,

(୨୬) ଗଣ୍ଡାପଢ଼ା ବା ୮୭ ।୧୨ ।୨୦ ଗୁଣ୍ଠ,

(୨୭) ଓଡ଼ଚାକୀପୁର ବା ୫୦ ।୮ ।୧୩ ଗୁଣ୍ଠ,

(୨୮) ବ୍ରାହ୍ମଣଗଇପୁର ବା ୧୩ ।୯ ।୨୨ ଗୁଣ୍ଠ,

(୨୯) କାଳୁପଡ଼ା ବା ୨୭ ।୧୬ ।୬ ଗୁଣ୍ଠ,

(୩୦) ବ୍ରାହ୍ମଣଆଙ୍କୋଇ ବା ୧୬ ।୭ ।୩ ଗୁଣ୍ଠ,

(୩୧) ଶବର ଆବୋଇ ବା ୧୬ ।୯ ।୧୦ ଗୁଣ୍ଠ,

(୩୨) ନାୟକପଡ଼ା ବା ୨୦ ।୧୪ ।୧୩ ଗୁଣ୍ଠ,

(୩୩) କୀରୋଣ୍ଡାଲି ବା ୧୪ ।୭ ।୧୩ ଗୁଣ୍ଠ,

(୩୪) ସଙ୍ଗମକେର ବା ୨୫ ।୭ ।୫ ଗୁଣ୍ଠ,

(୩୫) ମଉରା ବା ୬୫ ।୬ ।୧୪ ଗୁଣ୍ଠ,

(୩୬) କେକେଞ୍ଚା ବା ୭ ।୭ ।୧୦ ଗୁଣ୍ଠ,

(୩୭) ଲୋଗେଚାପାରି ବା ୪ ।୧ ।୧୨ ଗୁଣ୍ଠ,

(୩୮) ବାରୀମୂଳ ବା ୩୧ ।୧ ।୦ ଗୁଣ୍ଠ,

(୩୯) କାଟପୁର ବା ୭୦ ।୧୯ ।୦ ଗୁଣ୍ଠ,

(୪୦) ମାଣିଖଣ୍ଡିଆପାରି ବା ୩୬ ।୯ ।୧୯ ଗୁଣ୍ଠ,

(୪୧) ଜୟପୁର ବା ୫୮ ।୧୫ ।୨୧ ଗୁଣ୍ଠ,

(୪୨) ନାଗପୁର ବା ୫୪ ।୯ ।୯ ଗୁଣ୍ଠ,

(୪୩) ରତ୍ନପୁର ବା ୪୭ ।୮ ।୧୪ ଗୁଣ୍ଠ,

(୪୪) ତୋଟାପଡ଼ା ବା ୨୨ ।୧୭ ।୧୭ ଗୁଣ୍ଠ,

(୪୫) ରଇଁସୋଲ ବା ପାୟାପଡ଼ା ବା ୨୭ ।୧୦ ।୪ ଗୁଣ୍ଠ,

(୪୬) କୁମଙ୍ଗ ବା ୧୨ ।୭ ।୧୦ ଗୁଣ୍ଠ,

(୪୭) ଭୋଆଳବସନ୍ତ ବା ୧୪ ।୧୦ ।୦ ଗୁଣ୍ଠ,

(୪୮) ରାହାଡ଼ିଖେଳା ବା ୫୨ ।୭ ଗୁଣ୍ଠ,

(୪୯) ଖଣ୍ଡୀ ବା ୧୩ ।୧୮ ।୨୩ ଗୁଣ୍ଠ,

(୫୦) ଲାଉପୁର ବା ୬୩ ।୫ ।୫ ଗୁଣ୍ଠ,

(୫୧) ସିଂଘପୁର ବା ୧୮ ।୭ ।୦ ଗୁଣ୍ଠ,

(୫୨) ବୋଡ଼ପୁର ବା ୨୭ ।୫ ।୧୪ ଗୁଣ୍ଠ,

(୫୩) ସୁରଙ୍ଗପୁର ବା ୩୩ ।୨ ।୯ ଗୁଣ୍ଠ,

(୫୪) ଘୁଆଳ ବା ୫ ।୭ ।୭ ଗୁଣ୍ଠ,

(୫୫) ତିଗିରିଆ ବା ୪ ।୬ ।୦ ଗୁଣ୍ଠ,

(୫୬) ପ୍ରଭାକର ନରୋଆ ବା ୧୨ ।୧୨ ।୨ ଗୁଣ୍ଠ,

(୫୭) ପଡ଼ାଗୋନ ବା ୫୪ ।୧୦ ।୨୦ ଗୁଣ୍ଠ,

(୫୮) ପଦମାଗୁରି ୧୨ ବାଟି,

(୫୯) ପାଣିଦେଉଳ ବା ୧୧୭ ।୧୪ ।୦ ଗୁଣ୍ଠ,

(୬୦) ଚୋପେଟ ୧୬୯ ବାଟି,

(୬୧) ବରଡ଼ୋଲି ବା ୨୭ ।୧ ।୧୬ ଗୁଣ୍ଠ,

(୬୨) କୁମୁଚାଳ ବା ୭୯ ।୧୬ ।୦ ଗୁଣ୍ଠ,

(୬୩) ପଡ଼ାରେଙ୍ଗୋଳ ବା ୨୩ ।୬ ।୦ ଗୁଣ୍ଠ,

(୬୪) ବସନ୍ତପୁର ବା ୫୫ ।୧୧ ।୦ ଗୁଣ୍ଠ,

(୬୫) ନୁଆଙ୍ଗ ବା ୩୮ ।୨ ।୦ ଗୁଣ୍ଠ,

(୬୬) ବଡ଼ରେଙ୍ଗୋଳ ବା ୪୮ ।୧୧ ।୨୦ ଗୁଣ୍ଠ,

(୬୭) ଚଷାପଡ଼ା ବା ୨ ।୩ ।୦ ଗୁଣ୍ଠ,

(୬୮) ଦଳୁଅ ନୂଆପଡ଼ା ବା ୧୦ ।୩ ।୨୨ ଗୁଣ୍ଠ,

(୬୯) କୋଠଟିକାଇ ବା ୧୨ ।୩ ।୨୨ ଗୁଣ୍ଠ,

(୭୦) ଉମରୋ ବା ୨୩ ।୪ ।୨୧ ଗୁଣ୍ଠ,

(୭୧) ବିଲେଣାବିନ୍ଧା ୧୨ ବାଟି,

(୭୨) କୁଞ୍ଜଗ୍ରାମ ବା ୭୪ ।୫ ।୦ ଗୁଣ୍ଠ,

(୭୩) ତୋଟାପଡ଼ା ୭ ବାଟି,

(୭୪) ଶ୍ରୀକଣ୍ଠପୁର ବା ୩୪ ।୧୫ ଗୁଣ୍ଠ,

(୭୫) କାକୁଡ଼ିଆପଡ଼ା ବା ୧୦ ।୧୦ ।୦ ଗୁଣ୍ଠ,

(୭୬) ଯାଜପୁର ବା ୩୧ ।୧୨ ।୦ ଗୁଣ୍ଠ,

(୭୭) ବେତିଆପଡ଼ା ବା ୪ ।୧୧ ।୦ ଗୁଣ୍ଠ,

(୭୮) ଯମୁନା ବା ୪ ।୭ ।୧୦ ଗୁଣ୍ଠ,

(୭୯) ଝାଡ଼ପଡ଼ା ବା ୧୨ ।୧୦ ।୦ ଗୁଣ୍ଠ,

(୮୦) ବଙ୍ଗ ବା ୫୯ ।୪ ।୫ ଗୁଣ୍ଠ,

(୮୧) ଜଗଦଳପୁର ବା ୧୮ ।୨ ।୭ ଗୁଣ୍ଠ,

(୮୨) ଆଙ୍କପଡ଼ା ୧୩ ବାଟି,

(୮୩) କରଣପଡ଼ା ୨୧ ବାଟି,

(୮୪) ଅନନ୍ତପୁର ବା ୨୩୩ ।୫ ।୦ ଗୁଣ୍ଠ,

(୮୫) ଓଡ଼ପଡ଼ା ବା ୧୬ ।୮ ।୫ ଗୁଣ୍ଠ,

(୮୬) ଉର୍ବରେଙ୍ଗୋଳ ବା ୫ ।୦ ।୨ ଗୁଣ୍ଠ ।

 

ଦକ୍ଷିଣଦିଗ ଦଣ୍ଡପାଟ ରାହାଙ୍ଗ ବିସେରେ–

 

କୋଟକଣା ବା ୭୧ ।୧୦ ।୦,

କୁରୁଣ୍ଡିଗ୍ରାମ ବା ୧୭ ।୧୦,

ଖଣ୍ଡିହର ୬୯ ବାଟି,

ଦୁଗଲ ବ୍ରହ୍ମପୁର ୪ ବାଟି,

ପାଙ୍କୋଳ ବା ୧୬ ।୨ ।୨,

ରେଣ୍ଡୁଅ ବା ୭୩ ।୧୦ ,

ଅଡ଼ୁବା ବା ୨୦ ।୧୦,

ଗଉଡ଼ୁଣିପଲି ୧୭ ବାଟି,

ବିନ୍ଧା ବା ୬ ।୮,

ଛେଳିଆକେରା ୧୨ ବାଟି,

କୋଧଡ଼ାପଡ଼ା ୧୨ ବାଟି,

ତିରିଗିଶ ବା ୧୩ ।୧,

ଅଳସଣାବିନ୍ଧା ବା ୨ ।୨,

ଆରୁଆ ୨୭ ବାଟି,

ନଳଣି ୨ ବାଟି,

ଅଲଣାବିନ୍ଧା ବା ୧୬ ।୧୭,

ଅଳନ୍ତାବିନ୍ଧା ୫୦ ବାଟି,

ବଗୁଲା ବାଙ୍କ ୧୨ ବାଟି,

ଦୁଲାରପୁର ବା ୬ ।୬,

ନୁଣିଆପଦା ୬ ବାଟି,

ଗୋପାଳିବ୍ରହ୍ମପୁର ୧୬ ବାଟି,

ବାଲିପଡ଼ା ୨୧ ବାଟି ।

 

କୋଟରାହାଙ୍ଗ ବିସେରେ-

 

ସୁରିସୁରପେଣ୍ଠ ବା ୧୬ ।୧୬ ,

ଓଡ଼ତିରବିନ୍ଧା ବା ୧୮ ।୫,

ମହାବଳପଡ଼ା ବା ୮ ।୧୦,

କସରଦା୧୫ ବାଟି,

ସୋଲବ୍ରହ୍ମପୁର ୪ ବାଟି,

ଧାରଗଳବିନ୍ଧା ୫ ବାଟି,

ସମନରୁଆ ୬ ବାଟି,

ବଡ଼ଜଗନ୍ନାଥପୁର ୧୦ ବାଟି,

ସମସରପୁରବିନ୍ଧା ବା ୨ ।୧୦ ,

ଆଢ଼ାମ ୧୮ ବାଟି ,

ତାଳପଡ଼ା ୭ ବାଟି ,

ଉଣାପୁରବିନ୍ଧା ୧୪ ବାଟି,

ତକ୍ଷଣପୁର ୭ ବାଟି ।

 

ପୂର୍ବଡ଼ୁଆଇ ବିସେରେ-

 

ସାକା ବା ୧୩ ।୧୫,

ଉଲାଣ୍ଡି ବା ୨୭ ।୩,

ଓସତପୁର ବା ୫୫ ।୭,

ତ୍ରୈଲୋକ୍ୟେ ବ୍ରହ୍ମପୁର ୪ ବାଟି,

ତିଳିପଦା ବ୍ରହ୍ମପୁର ୩ ବାଟି,

ଉଦାସୀ ବା ୨୦ ।୮,

ସିଆଣ୍ଡୋ ବା ୨୭ ।୨,

ସୁଦଖଣ୍ଡ ବା ୧୬ ।୮,

ପଲି ଦାରୁଗ୍ରାମ ବା ୧୪ ।୮,

ବାରଣା ବା ୪୮ ।୧୪,

ଆଳକିଆ ବା ୩୫ ।୩,

ଜମାରସୁଆଁ ବା ୯୩ ।୧୫,

ସାଗଣ ବା ୨୫ ।୧୮,

ପରିସାଗୁଣା ୨୦ ବାଟି,

ସୁପରିଗ୍ରାମ ବା ୪ ।୪,

ଆଳତେରଙ୍ଗ ବା ୩୦ ।୫,

ଷୋଳପୁର ୩ ବାଟି ।

 

ପଶ୍ଚିମଡ଼ୁଆଇ ବିସେରେ-

 

ଅନନ୍ତପୁର ବିନ୍ଧା ବା ୧୫ ।୧ ।୧୬,

ବିଷ୍ଣୁପୁରୀ ୪୨ ବାଟି,

ସାହାଡ଼ାପଡ଼ା ୮ ବାଟି ।

 

ଓଳଧାର ବିସେ-

 

ଆଳୋଙ୍ଗ ୫୭ ବାଟି,

ବଟଲଭା ବା ୯ ।୪,

ମବକିପୁର ୪ ବାଟି,

ଲଙ୍କସାଇ ବା ୭ ।୯,

ମାଣକଣ୍ଟା, ସିଳିବନ୍ଧା ୨୯୯ ବାଟି,

ତୋଡ଼ାଇ ବ୍ରହ୍ମପୁର ୩ ବାଟି,

ଓଡ଼ସରିପଡ଼ା ୨୭ ବାଟି,

ବଘା ବା ୫୮ ।୭,

ଡିଙ୍ଗୋରା ବା ୯୮ ।୧୪,

ଦେଖନ୍ତା ୨୪ବାଟି,

ଇଉରି ବା ୪୮ ।୧୦,

ବଦଳପଡ଼ା ବିନ୍ଧା ୧ ବାଟି,

ଅହିମା ବିନ୍ଧା ୪ ବାଟି,

ମହାପୁର ବିନ୍ଧା ୧ ବାଟି,

ବିଦରଡ଼ା ବିନ୍ଧା ବା ୨୨ ।୨,

ଚଟୋଳ ୧୧ ବାଟି,

ଭୁଆ ୧୪ ବାଟି,

ସୁଳେତ ବା ୪୩ ।୧୧,

ଦେପୁର ୧୧ ବାଟି,

ଗଇଣ୍ଡୋଳ ବା ୬୯ ।୧୦ ।

 

ବାଆଁଚାଷ ବିସେ-

 

ଘବାଇଶୁଣି ବ୍ରହ୍ମପୁର ୫ ବାଟି,

ବାଣୀଲୋ ବା ୮ ।୮,

ମୋଚିଲୋ ବା ୨ ।୧୫,

ଗୋବରାଳ ବା ୧ ।୧୯,

ମତପୋଖରୀ ବା ୫ ।୧୦,

କଂସାଲୋପାଟ ବିନ୍ଧା ୬ ବାଟି,

ଦାରୁଭୋଗ ୫ ବାଟି,

ଗରାଇଲୋ ୪ ବାଟି,

କେଉତୁଙ୍ଗୀ ୫ ବାଟି,

ଅଣ୍ଡିଆ ୫ ବାଟି,

ବଡ଼କୁଦ ୨ ବାଟି,

ସାନକୁଦ ୧ ବାଟି,

ଗିରିମା ୩ ବାଟି,

ଜଟାଳୀ ୨ ବାଟି,

ବ୍ରାହ୍ମଣକେଣ୍ଡା ବା ୨ ।୧,

ନାରାୟଣଗୁଣ୍ଡି ୬ ବାଟି,

ବାଙ୍କୋଡ଼ ବା ୭ ।୧୦,

ମାଣିତରେଆ ବା ୧ ।୧୦,

ମାଛପଡ଼ାଛିଣ୍ଡାଇଲୋ ୭ ବାଟି,

ସେଙ୍ଗ ୩ ବାଟି,

ବଙ୍ଗାଳକ ୩ ବାଟି,

ମରିଦେ ୩ ବାଟି,

ବଡ଼କିଳା ୧୮ ବାଟି,

କୋପରାତି ୧୮ ବାଟି ।

 

ଅନ୍ତରୋଧ ବିସେ-

 

ନରୋସୋ ବା ୯ ।୧୦,

ଓଲୋଶୋ ୧୭ ବାଟି ।

 

ଡମାରଖଣ୍ଡ ବିସେ-

 

ଖେଳପୁର ଆଳଞ୍ଚିଆ ଓ ସମଲାଣ୍ଡୁ ବା ୪୩ ।୮,

ଭୋଗଷୋଳ ବିନ୍ଧା ୧୦ ବାଟି,

ସିଆ ପରୋଆ ୧୨ ବାଟି,

ଧୋବାପାରି ୧୫ ବାଟି,

ମାଛପଡ଼ ୫ ବାଟି,

ପାଚୋକୁ ବା ୧ ।୧୦,

ବରିମୁଣ୍ଡ ୩ ବାଟି,

କଣ୍ଟିଲୋ ୧୭ ବାଟି ।

 

କୁରୁଲୋ ବିସେ-

 

ସିଂହଳ ବ୍ରହ୍ମପୁର ୨୦ ବାଟି,

ମାଆଙ୍ଗବିନ୍ଧା ୪ ବାଟି,

ବ୍ରହ୍ମପୁର ବା ୧୪ ।୧୩ ।

 

କୁଦାହାର ବିସେ-

 

ନୂଆ କନ୍ଦଳ ଜଗନ୍ନାଥପୁର ୧୦ ବାଟି,

ବର୍ତ୍ତନ ୫ ବାଟି,

ସାନମଧୁଣିଆ ବା ୧୮ ।୧୧୦,

ଓତାହରଣ ବିନ୍ଧା ୪୦ ବାଟି ।

 

କାଟେ ବିସେ-

 

ସୁଦୁବଛୋଳୋ ୨୦ ବାଟି,

ପିତାପଡ଼ାବନ୍ଧା ୪ ବାଟି ।

 

ସାଇଲୋ ବିସେ-

ବ୍ରାହ୍ମଣ ସାଇଲୋ ବିନ୍ଧା ୪ ବାଟି,

ମଙ୍ଗଳ ଚଣାପଡ଼ା ବିନ୍ଧା ୪ ବାଟି ।

 

ସାଇବିରି ବିସେ-

 

ବଙ୍ଗାଲୋବିନ୍ଧା ୪ ବାଟି,

ସାଳଜଙ୍ଗବିନ୍ଧା ୨ ବାଟି ।

 

କୋଠଦେଶ ଦଣ୍ଡପାଟ-

 

ପାଣିକଟା ବା ୪୩ ।୧୩,

ଗୁହିଲୋ ବା ୩୮ ।୧୫,

ଇଦାଳୋ ୨୬ ବାଟି,

ବଦଳାବିନ୍ଧା ୪ ବାଟି,

ଆଳିପିଙ୍ଗଳ ବିନ୍ଧା ୪ ବାଟି,

ଉଭୟ ସୁଆରି ୪୦ ବାଟି,

କାନ୍ତିଆ ୨୬ ବାଟି,

କରାଣ୍ଡିପୁରବିନ୍ଧା ବା ୭ ।୧,

ଦେଣ୍ଡାଓ ବିନ୍ଧା ୫ ବାଟି,

କଳିଆଯୋଡ଼ ୭ ବାଟି,

କାନେରୀ ବିନ୍ଧା ବା ୩ ।୬,

ପୋଡ଼ାକେରା ବ୍ରହ୍ମପୁର ୧୨ ବାଟି,

ବାନ୍ଧଣ ୧ ବାଟି,

କୋଟକଣା ୧ ବାଟି,

ତରପଡ଼ା ୩୦ ବାଟି,

କମଲପୁର ୧୬ ବାଟି,

ଟୋଣ୍ଡଙ୍ଗ ୧ ବାଟି ।

ପରଙ୍ଗ ଦଣ୍ଡପାଟ ପୁରସାହିଗ୍ରାମ ୧୦ ବାଟି,

ଗୋଲାପଡ଼ାଗ୍ରାମ ୪ ବାଟି,

କେରନ୍ଦାଗ୍ରାମ ୧୨ ବାଟି,

ବପାନ୍ତର ୮ ବାଟି,

ଲାନିସିଂହଗ୍ରାମ ୩ ବାଟି,

କୁଳନ୍ତରା ୧୮ ବାଟି,

ହାତିଆପଦା ବିନ୍ଧା ୧ ବାଟି ।

 

କୋନ୍ଦରା ଦଣ୍ଡପାଟ-

 

ଜିଲୋଡ଼ଗ୍ରାମ ୧୬ ବାଟି,

କୁରଳବାଣିଆ ବିନ୍ଧା ୩ ବାଟି,

ଛତାହାର ବିନ୍ଧା ୨ ବାଟି,

ସୁଁଆଲୋ ବିନ୍ଧା ୪ ବାଟି,

ମଇଲାଣ ବିନ୍ଧା ୨ ବାଟି,

ଅନାଇ ବିନ୍ଧା ୧ ବାଟି,

ମଙ୍ଗଳପୁର ୬ ବାଟି,

ଉରମୁଖୀ ୪ ବାଟି,

ଉମାପୁର ୬ ବାଟି,

ଖାରଦ ବିନ୍ଧା ୪ ବାଟି,

ତଉପଡ଼ା ୪ ବାଟି,

ମୁରୁଆ ବିନ୍ଧା ୨ ବାଟି,

ଚାଳିଶଗ୍ରାମ ୧୨ ବାଟି,

ଭିଖାରୀସାହି ୪ ବାଟି,

ଚିତାଗଙ୍ଗ ବିନ୍ଧା ୨ ବାଟି ।

 

ଚବିଶକୁଦ ଦଣ୍ଡପାଟ-

 

କାଟିଲୋ କୋଠଗ୍ରାମ ବା ୫୬ ।୧୫,

ଜୟମଲଗ୍ରାମ ୧୨ ବାଟି,

କାଳିସିଗ୍ରାମ ବା ୧୫ ।୧୧,

ଆଇତି ବ୍ରହ୍ମପୁର ୭ ବାଟି,

ଗୋପ୍ରଗ୍ରାମପୁର ବା ୪୬ ।୧୭,

ଖୁଦୁସରିଆପଦା ବ୍ରହ୍ମପୁର ବା ୧୧ ।୧୬,

ପଲଙ୍କଗ୍ରାମ ୧୫୪ ବାଟି,

ମଣପଡ଼ା ବ୍ରହ୍ମପୁର ୯ ବାଟି,

ନୂଆ କନ୍ଦିଳ ଜଗନ୍ନାଥପୁର ୫ ବାଟି,

ଖଣ୍ଡାଇଗ୍ରାମ ୬୩ ବାଟି,

ସାଲଗ୍ରାମ ବା ୨୧ ।୧୫,

ଲେଣ୍ଡୋ ୮୪ ବାଟି,

ବେଦରପତି ୮୪ ବାଟି,

ବରୁଡ଼ି ବା ୫୪ ।୨,

ଅଥରବ ବା ୨୬ ।୧୦,

ଦେକୁସଣି ୨୮ ବାଟି,

ଦଶରାକ୍ଷକୁଦି ବା ୭ ।୧୦,

ସଂକଳ୍ପପୁରି ବିନ୍ଧା ୬ ବାଟି,

ନଳଗ୍ରାମ ବା ୧୦ ।୧୦,

ସିଳିପଦା ୨୪ ବାଟି,

ବୁଦ୍ଧସାହି ୮ବାଟି,

ମହାଦେବପଦା ୮ ବାଟି,

କନ୍ଦାଇପଦା ୮ ବାଟି,

ଶୀତଳପଦା ୮ ବାଟି,

ଶାସନ ଗୋଠଗ୍ରାମ ୮ ବାଟି,

ରଣିଆପଦା ୮ ବାଟି,

କୋକଲ ୮ ବାଟି,

ଘଣପଣ ୨୨ ବାଟି,

ଗଉଡ଼ ରଣପଡ଼ା ୨୫ ବାଟି,

ବିଦୁରଗ୍ରାମ ବା ୧୦ ।୧୦,

ଚଣ୍ଡୀପୁଟଗ୍ରାମ ବିନ୍ଧା ୫ ବାଟି,

ମୁସୁନିଫାଳି ୨ ବାଟି,

କାଳିକା ନୂଆପଡ଼ା ୧୯ ବାଟି,

ଅଲଣ୍ଡା ବା ୨୨ ।୫ ।

 

ଆସିକାସି ଦଣ୍ଡପାଟ-

 

ବାଲନ୍ତରଗ୍ରାମ ୨୫ ବାଟି,

କୁଳକନେକା ୧୦ ବାଟି,

କନାସିରା ୪୦ ବାଟି,

ଦୁରୁଭୋଗରା ୧୨ ବାଟି,

ରୁରିତୋଳା ୧୨ ବାଟି,

ଛଦେଶଗ୍ରାମ ୧୩୬ ବାଟି ।

 

କଳିଙ୍ଗ ଦଣ୍ଡପାଟ-

 

ପନାତିଆଦେଣ ବା ୫ ଗ୍ରାମ ୧୮୦ ବାଟି ।

 

ପୂର୍ବଦିଗ ଦଣ୍ଡପାଟ-

 

ତେଲଙ୍ଗାଗ୍ରାମ ୩୯ ବାଟି ।

ବୁରିଆ ବିନ୍ଧା ୩୩ ବାଟି,

ଅଲଣ୍ଡୋ ବା ୨୩ ।୧୦,

ସାଲିଖଣ୍ଡ ହୋତାଗ୍ରାମ ବା ୪ ।୧୦,

ଲଙ୍କଶବନାଳୋଗ୍ରାମ ବା ୪ ।୧୦,

ୟେଡ଼ାଇବିନ୍ଧା ୪ ବାଟି,

ଗଙ୍ଗପଡ଼ା ବିନ୍ଧା ୪ ବାଟି,

ତରତାଳସିପଡ଼ା ବା ୧ ।୧୦,

ଛତିଆକସରି ବିନ୍ଧା ୮ ବାଟି ।

 

ପଶ୍ଚିମଦିଗ ଦଣ୍ଡପାଟ-

 

କଇଲିପଡ଼ା ୧୩ ବାଟି,

ଉଲୁକା ବିନ୍ଧା ୫ ବାଟି,

ଲିଆବିନ୍ଧା ୭ ବାଟି,

ଓଡ଼ଦାବିନ୍ଧା ୮ ବାଟି ।

 

ଭଦ୍ରଖ ଦଣ୍ଡପାଟ-

 

ଧମନଗରବିସେ ଝାଡ଼କଟା ବ୍ରହ୍ମପୁର କୁଣ୍ଡବ୍ରହ୍ମପୁର ୪୦ ବାଟି,

ବାଗୋଦା ବ୍ରହ୍ମପୁର ୨୫ ବାଟି,

କୌରଣ୍ଡ ଗୋପୀନାଥପୁର ୬ ବାଟି,

ଚଣ୍ଡୀ ବ୍ରହ୍ମପୁର ବାଟି,

ହୋଲଦା ପୁରୁଷୋତ୍ତମପୁର ବା ୨ ।୧୦,

କେଉଡ଼ାସ ବ୍ରହ୍ମପୁର ୬ ବାଟି,

ମଙ୍ଗଳବ୍ରହ୍ମପୁର ୧୦ ବାଟି,

ନଉଡ଼ ବ୍ରହ୍ମପୁର ୧୧ ବାଟି,

ବିଜେନରସିଂହପୁର ୨ ବାଟି,

କାପୋର ବ୍ରହ୍ମପୁର ବା ୩ ।୧୦ ।

 

ସରୋ ଦଣ୍ଡପାଟ-

 

ତ୍ରୈଲୋକ୍ୟ ବ୍ରହ୍ମପୁର ୧୫ ବାଟି,

ଯାମୁନାଦାରି, ଯାମୁନାଚକ୍ର, ଯାମୁନି ତିନି ଗ୍ରାମ ୫ ବାଟି,

କନ୍ଦଳସିଆଳପୁର ୬ ବାଟି,

ଗଛ ଦେଶ ୫ ବାଟି,

କୋକଣ୍ଟାମାଣ ତିରିବ୍ରହ୍ମପୁର ୨୬ ବାଟି,

କୁଣ୍ଡଳପୁର ୧୭ ବାଟି,

ଝାଡ଼ରଙ୍ଗିଆ ବ୍ରହ୍ମପୁର ୧୫ ବାଟି ।

 

ଗଣଶର ଖଣ୍ଡ ବିସେ-

 

ବିନାୟକ ବ୍ରହ୍ମପୁର ୪ ବାଟି,

ଗୋପୀନାଥପୁର ବା ୧ ।୧୦ ।

 

କାୟନ୍ଦା ବିସେ-

 

କମଳପୁର କୃଷ୍ଣପୁର ବା ୧୨ ।୧୨,

ମାପୁରୁଷୋତ୍ତମ ବ୍ରହ୍ମପୁର ବା ୧ ।୧୨ ।

 

କୁଡ଼େ ବିସେ-

 

ପୁରୁଷୋତ୍ତମପୁର ବା ୧ ।୧୨,

ବଡ଼ଗୋପୀନାଥପୁର ବା ୪ ।୧୪,

ଜଗନ୍ନାଥପୁର ୧ ବାଟି,

କୁମ୍ଭାରକୁଣ୍ଡି ଲକ୍ଷ୍ମୀନାରାୟଣପୁର ବା ୨ ।୮,

ଅଳସି ପରୁଷୋତ୍ତମପୁର ବା ୫ ।୨୨,

ବ୍ରହ୍ମପୁର ବା ୪ ।୧୨ ।

 

ଜୟପୁର ବିସେ-

 

ମାଛପୁର ବା ୮ ।୪,

ଧାନସଳୀ ପୁରୁଷୋତ୍ତମପୁର ବା ୬ ।୮,

କୃଷ୍ଣଦାସ ପୁରୁଷୋତ୍ତମପୁର ବା ୫ ।୧୨ ।

 

ଖଜୁରିବିସେ-

 

ନୀଳକଣ୍ଠପୁର ୪ ବାଟି,

ପେଣ୍ଠଣାନରସିଂହପୁର ୪ ବାଟି,

ଅନନ୍ତପଣ୍ଡା ନରସିଂହପୁର ବା ୩ ।୪ ।୭,

ଗଣେଶପୁର ବା ୧ ।୧୨,

ସାନ ନୀଳକଣ୍ଠପୁର ବା ୧ ।୧୨ ।

 

ସୁନାରୀବିସେ-

 

ଜୟାଧରପୁର ଆଗରପୁର ୪ ବାଟି,

ପରାପର ବ୍ରହ୍ମପୁର ୫ ବାଟି ।

 

ତଣିଆ ଦଣ୍ଡପାଟ-

 

ଶ୍ରୀଲୋ ସରସ୍ୱତୀପୁର ୮ ବାଟି,

ସିଠିକରପୁର ୪ ବାଟି,

ସୁନ୍ଦର କୋଳିପୁର ୩୨ ବାଟି,

କୋନିପଡ଼ା ସଠିଆ ଶ୍ରୀରାମପୁର ୪ ବାଟି,

ପାଣିପଡ଼ା ଲକ୍ଷ୍ମୀପୁର ୪ ବାଟି,

ଲକ୍ଷ୍ମୀନୃସିଂହପୁର ୧ ବାଟି,

ଲାଆଡ଼ବିସୁଦେପୁର ୪ ବାଟି,

ସୁଦିସୋଣା ପୁରୁଷୋତ୍ତମପୁର ବା ୧ ।୧୨ ।

 

ଜଳେଶ୍ୱର ଚଉଡ଼-

 

ଝାଡ଼କଣ୍ଟା ବ୍ରହ୍ମପୁର ଜଗନ୍ନାଥପୁର ୮ ବାଟି,

ଶିଖରପୁର ୧୬ ବାଟି,

ଗୋମୟେ ଏକଚାଳିଆ ପୁରୁଷୋତ୍ତମପୁର ୧ ବାଟି ।

 

ଦାନ୍ତୁଣି ଚଉଡ଼-

 

ଝାଡ଼କଣ୍ଟା ବ୍ରହ୍ମପୁରର ଦାଣ୍ଡରିମା ବ୍ରହ୍ମପୁର ବା ୫୭ ।୧୬ ।

 

ମାଳଯୋଟିଆ ଦଣ୍ଡପାଟ-

 

ଅଗସ୍ତିକଣ୍ଟାବଣିଆ ବ୍ରହ୍ମପୁର ୧୬ ବାଟି,

ଲଆବସାଣ ଓଗରଲୁଣ ଅମୃତମଣୋହି ରୋଷଘର ଚକପିଆ ଅଢ଼ାରେ ଲକ୍ଷ୍ମୀ ସରସ୍ୱତୀ ଦେଉଳ ଭୋଗ ଏପରି ମୋଟରେ ୧୮୮୧ ମାଣ ଲୁଣ;

ଏଥିମଧ୍ୟରୁ କେତେକ ୧୨ ଦସ୍ତି କେତେକ ୧୪ ଦସ୍ତି ଓ କେତେକ ୧୮ ଦସ୍ତି ମାଣ ଅଛି ।

 

୧୮ ଦସ୍ତିରେ-

 

୧୯୬୪ ବାଟି, ବାଟିକୁ ସୁନା ୩ ମାଢ଼ ଲେଖାଏଁ ୧୪୬୦୪ ମାଢ଼ ।

 

୧୪ ଦସ୍ତିରେ-

 

୪୮୬୮ ବାଟି, ବାଟିକୁ ସୁନା ୩ ମାଢ଼ ଲେଖାଏଁ ୧୪୬୦୪ ମାଢ଼ ।

 

୧୨ ଦସ୍ତିରେ-

 

୭୦୦୦ ବାଟି, ଏ ବାଟିକୁ ସୁନା ମାଢ଼ ୨୮ ।

 

ଚିନା ଲେଖାଏଁ ୧୭୫୦୦ମାଢ଼, ଏପରି ମୋଟ ଭୂମି ୧୩୮୩୨ ବାଟିକୁ ସୁନା ୩୯୯୬୦ ମାଢ଼, ହାଟଭାଗକୁଳପ୍ରଜା କଉଡ଼ି ୬୦୦ କାହାଣକୁ ସୁନା ୪୦ ମାଢ଼ ।

 

ବଡ଼ରାଏ ନରସିଂହଙ୍କ ଦାନ ?

 

ଦଣିକ୍ଷ ଦଣ୍ଡପାଟ ରାହାଙ୍ଗବିସେ-

 

ଆଳିକିଆ ୪୪ ବାଟି,

ଆଳଜିଆ ବା ୭୫ ।୧୫,

ରୁଆ ୨୦ ବାଟି, ଗୋଠପଡ଼ା ବା ୯ ।୧୦,

ଅଳଷଣା ବା ୧୦୦ ।୧୫,

ବେଣାକେରା ୮ ବାଟି ।

 

ଓଳଧାର ବିସେ-

 

ଆଳତୁମ୍ବ ବା ୨୬ ।୯,

ବଡ଼ମାଞ୍ଚିଆ ବା ୮ ।୧୦,

ବ୍ରାହ୍ମଣ ଓରାଳି ବା ୬ ।୧୮,

ସାନମାରିଆ ୮ ବାଟି,

ଆରଖୋଳବିନ୍ଧା ୪ ବାଟି ।

 

ପୂର୍ବଡୁଆଇ ବିସେ-

 

ନରସିଂହ ମୁଦକୁ କର୍ପୂରକୁଦ ୪ ବାଟି ।

 

କୁରୁଲବିସେ-

 

ବେଦମ୍ବ ବା ୮ ।୧୦,

ଚକ୍ରପଡ଼ା ବା ୩ ।୧୦,

କୁସୁଆରୀ ୧୪ ବାଟି ।

 

ଅନ୍ତର୍ଦ୍ଧ ବିସେ-

 

ରାଜରାସି ବା ୩୮ ।୨୦,

ଅଡ଼ାଲୋ ୨୭ ବାଟି ।

 

ଓଜାରଖଣ୍ଡ ବିସେ-

 

ସମନଣ୍ଡୁ ଗ୍ରାମ ୬ ବାଟି,

ସାନ ନରୁଆ ୧୮ ବାଟି ।

 

କାଦୋ ବିସେ-

 

ତେଲରୀ ଗ୍ରାମ ବା ୨୫ ।୫ ।

 

ସାଇଲୋ ବିସେ-

 

ସୋଗ୍ରାମ ୧୩ ବାଟି ।

 

ମରଡ଼ା ବିସେ-

 

ପୁଲିଙ୍ଗ ବ୍ରହ୍ମପୁର ୧୪ ବାଟି ।

 

କୋଠଦେଶ ଦଣ୍ଡପାଟ-

 

ନୂଆକେରୀ ବା ୫୦ ।୭,

ଜନ୍ମେଜୟପୁର ବା ୧୯ ।୫ ।

 

ଚଉବିସେ ଦଣ୍ଡପାଟ- ବା ୧୫୯ ।୧୯ ।

 

ଶିରାଇ ବିସେ- ୩୯ ବାଟି ।

 

କବର ବିସେ- ୫୦ ବାଟି ।

 

ଓଳିଓର ବିସେ-

 

ବା ୧୧୨୨ ମାଣ,

ଆସିକା ଦଣ୍ଡପାଟ ୨୦୦ ବାଟି,

ଭଦ୍ରଖ ଦଣ୍ଡପାଟ ଧମନଗର ବିସେ ବା ୧୧୭ ।୧୬,

ରାଏଦେଆ ବିସେ ବା ୭୫ ।୧୨,

ଭରିପଡ଼ା ବିସେ ୧୧ ବାଟି,

ଆଙ୍କୋଡ଼ ବିସେ ବା ୨୬୨ ।୧୦ ମାଣ,

ସୋର ଦଣ୍ଡପାଟ ବାଁ ଚାଷ ବିସେ ବା ୩୦ ।୧୪,

ବିସିଣିଖଣ୍ଡ ବିସେ ବା ୧୧୧ ।୮,

ବେଣାହାର ବିସେ ୨୮ ବାଟି,

ସରଘର ବିସେ ବା ୧୧୬ ।୫,

ରେମୁଣା ଦଣ୍ଡପାଟ ଝାଡ଼କଣ୍ଟା ବ୍ରହ୍ମପୁର ବିସେ ବା ୩୧୪ ।୪,

ଲୀଣଖଣ୍ଡ ବିସେ ବା ୮୬ ।୫,

ଆରିଗଳା ବିସେ ବା ୧୫ ।୧୨,

ମୋଖରା ବିସେ ବା ୧୨୫ ।୧୮ ମାଣ,

ମୂଳଖାଇ ବିସେ ବା ୪୦ ।୪,

ମାଣଦା ବିସେ ୨୪ ବାଟି,

ବୟାଳିଶ ବିସେ ବା ୩୯ ।୧୦,

ଆକୋସୁଦା ବିସେ ବା ୨୧ ।୮,

ତାଳମଙ୍ଗଳ ବିସେ ବା ୧୨ ।୧୬,

ରାଇକମା ବିସେ ବଗା ୪୪୨ ।୨୯ ।୨୦,

ସରଡ଼ା ବିସେ ବା ୧୯ ।୧୨,

ତାଳଗାଁ ବିସେ ବା ୨୩ ।୮,

ରାଏଣ୍ଟ ବିସେ ବା ୧୪୨ ।୧୦,

ସାନନଟିଆ ଚଉରା ୯୦ ବାଟି,

ସୁରକଡ଼ା ଚଉରା ବା ୫ ।୧୨,

 

ରାଜା ରେମୁଣା କଟକରେ ରହି ବାରାଣସୀ (ବିଡ଼ାନସି) କଟକକୁ ଆସିବା ସମୟରେ ପରମେଶ୍ୱରଙ୍କୁ ଦାନ କଲେ ବା ୧୪୪୭ ।୭ ।୨୦ ଗୁଣ୍ଠ, ଅଳାଚଷାଣ ଖରଡ଼ାଲୀଣ ରୋଷ ଚକରିଆ ଅଢ଼ାରେ ୧୦୫୦ ମାଣ, ପଦ୍ମ କଇଳି ତୋଟାର ବିଳାସ କଦଳୀ ୯୫୦୦ ଗୋଟା । ଏ ମହାରାଜାଙ୍କ ପାଟ ମହାଦେଈ ଲୀଳାଦେବୀଙ୍କ ଦତ୍ତ ।

 

ଚବିଶକୁଦ ଦଣ୍ଡପାଟରୁ ଶୀତଳ ଭୋଗ ଲାଗି ବା ୨୯୨୫ ।୨ ।୨୦ ଗୁଣ୍ଠ,

ଖରଡ଼ାଲୀଣ ୧୦୫୦ ମାଣ, ବିଳାସ କଦଳୀ ୯୫୦୦ ।

 

ଲାଙ୍ଗୁଳା ନରସିଂହ ଦେବ-

 

ଭୂମିଦାନ ୫୮୪ ବାଟି, କରଡ଼ାଲୀଣ ୭୩୦ ମାଣ ।

 

କବି ନରସିଂହ-

 

ଭୂମି ବା ୧୬୧ ।୧ ମାଣ,

ଖରଡ଼ାଲୀଣ ୭୩୦ ମାଣ ।

ଏହାଙ୍କ ମାତା ବିରଜାଦେଈ ଦେଲେ ଭୂମି ୯୬ ବାଟି, ଦଉଡ଼ି ୧୮୨୫ କାହାଣ ।

 

୨ୟ ଭାନୁଦେବ-

 

ଭୂମିଦାନ ବା ୧୭୬ ।୧୦,

ଲୀଣ ୪୫୬ ମାଣ ।

 

୨ୟ ପ୍ରତିଭାନୁ-

 

କଉଡ଼ି ୨୭୪୦ କାହାଣ,

ଲୀଣ ୯୭ ମାଣ ।

 

ବୀର ବାସୁଦେବ-

 

ଭୂମିଦାନ ବା ୫୬୩୧ ।୨ ।୨୦,

କଉଡ଼ି ୪୫୬୫ କାହାଣ,

ଖରଡ଼ାଲୀଣ ୧୧୮୩ ମାଣ ।

 

କପିଳେଶ୍ୱର ଦେବ-

 

କଉଡ଼ି ୭୨୦୦୦ କାହାଣ,

 

ଦକ୍ଷିଣଦିଗ ରାହାଙ୍ଗ ବିସେ-

 

ଆଳସରଙ୍ଗ ୩୪୫ ବାଟି,

ପଛିପାଳ ବା ୧୧୭ ।୫,

ସାହାଣିକେରା ବା ୧୧୧ ।୧୦,

ପିଳିପିଳା ବା ୧୧୯ ।୫,

ଉତ୍ତରହଣା ୧୨୫ ବାଟି,

ସିଂହକୁଦା ୩୦ ବାଟି,

ବିଞ୍ଝାରପଡ଼ା ୪୦ ବାଟି ପ୍ରଭୃତି ବା ୧୬୨୧ ।୧୫ ମାଣ,

ଡିହମଛଦରା କଉଡ଼ି କା ୬୮ ଲୀଣ ୩୨୬୬ ମାଣ ।

 

ପ୍ରତାପରୁଦ୍ରଦେବ-

 

ରାହାଙ୍ଗବିସେ ଅଳଗୁମ ଗ୍ରାମ ୨୬୧ ବାଟି,

ସୁବଳ ଗ୍ରାମ ବା ୨୬୦ ।୬,

ବାମରଡ଼ା ବା ୨୧୪ ।୫,

ବାଣପୁର ବା ୪୮ ।୨,

କମଳପୁର ୨ ବାଟି,

କଉଡ଼ି ୬୬୬ କାହାଣ ।

 

ଏହାଙ୍କ ପାଟ ମହାଦେଈ ପଦ୍ମାବତୀ ବା ୩୬୩ ।୧୯ ମାଣ ଭୂମି ଦେଲେ ।

 

ପୁରୁଷୋତ୍ତମଦେବ-

 

ଭୂମିଦାନ ବା ୩୭୦ ।୧୧ ମାଣ ।

 

ଏହିପରି ରାଜାମାନେ ଭୂମିଦାନ ଦେବାଦ୍ୱାରା ଅମୃତମଣୋହି ସମ୍ପତ୍ତିର କଳେବର ବୃଦ୍ଧି ହେଲା । ପାଠକମାନେ ଏଥିରୁ ବୁଝିପାରିବେ ଯେ ଉତ୍କଳୀୟ ରାଜାମାନେ ଧର୍ମକାର୍ଯ୍ୟରେ କିପରି ଅକାତରେ ଦାନ କରୁଥିଲେ । ଉପରୋକ୍ତ ଭୂମିଦାନ ତାଲିକାରୁ ଆମ୍ଭେମାନେ ତଦାନୀନ୍ତନ ଉତ୍କଳର ଅବସ୍ଥା ବୁଝିପାରିବା । ପ୍ରାଚୀନ ଗ୍ରାମମାନଙ୍କ ନାମ ପ୍ରଦେଶ, ଦେଶ, ଜିଲ୍ଲା, ନିମ୍ନଜିଲ୍ଲା ପ୍ରଭୃତିରୁ ଉତ୍କଳର ବିଭାଗ ପ୍ରଭୃତି ସହଜରେ ଜଣାଯାଏ । ବିସେ ଅର୍ଥ ବୋଧହୁଏ ଚକଲା । ଏହି ଚକଲାମାନଙ୍କରୁ ଯେଉଁମାନେ ରାଜସ୍ୱ ଆଦାୟ କରୁଥିଲେ ସେମାନଙ୍କ ନାମ ବିଶୋଇ ଥିଲା । ଦଣ୍ଡପାଟ ଅର୍ଥ ପ୍ରଗନା ।

 

ମନ୍ଦିରର ଶାସନପ୍ରଣାଳୀ କେତେକାଳ ହେଲାଣି, କେତେ ରାଜା ଗଲେଣି, କେତେକାଳ ବାତ୍ୟା ଦେଉଳ ଉପର ଦେଇ ବହିଗଲାଣି, କେତେ ବିଦେଶାଗତ ଆକ୍ରମଣକାରୀ ମାନେ ଦେଉଳ ଉପରେ ଦୃଷ୍ଟି ପକେଇ ସାରିଲେଣି, କିନ୍ତୁ ଦେଉଳର ଶାସନପ୍ରଣାଳୀର ଦୃଢ଼ତା ବିଷୟରେ ଅକାଟ୍ୟ ପ୍ରମାଣ । ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ଅମଳରୁ ଯେ ଶାସନନୀତି ପ୍ରଚଳିତ ହୋଇଥିଲା ଏବଂ ଯଯାତି, ଅନଙ୍ଗଭୀମ ପ୍ରଭୃତି ଯାହାକୁ ସୁଦୃଢ଼ କରିଯାଇଥିଲେ, ତାହା ଆଜିପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣଭାବରେ କଳପରି ଚଳୁଥିବା ବିଷୟ ଭାବିଲେ ଟିକିଏ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ । ଏହି ଶାସନପ୍ରଣାଳୀ ବିଷୟ ଟିକିଏ ଭାବିଲେ ଏବଂ ଆଲୋଚନା କଲେ କଥାଟା ସାଧାରଣ ଲୋକେ ବୁଝିପାରିବେ । ଅନଙ୍ଗଭୀମ ଦେବ ବଡ଼ଦେଉଳ ନିର୍ମାଣକାର୍ଯ୍ୟ ଶେଷ କରି ଦିଅଁଙ୍କୁ ଦେଉଳରେ ବିଜେ କରାଇବା ପରେ ଧନରତ୍ନ ଓ ଭୂସମ୍ପତ୍ତି ଜଗନ୍ନାଥଦେବଙ୍କୁ ଦାନ କରି ପରମହଂସ ବାଜପେୟୀଙ୍କୁ ପ୍ରଭୁଙ୍କର ଭୋଗ ନିଯୋଗ କରି ସମସ୍ତ ଆଳତି ଭିଆଣ କରିବା ଲାଗି ଆଦେଶ ଦେଇଥିଲେ । ଦେଉଳ ତୋଳାଇବା ଭାର ମଧ୍ୟ ତାଙ୍କ ହସ୍ତରେ ନ୍ୟସ୍ତ ଥିଲା ।

 

ଯଯାତିକେଶରୀଙ୍କ ଦେଉଳ ବୈତମ ହୋଇଥିବାରୁ ଚୁଡ଼ଙ୍ଗଦେବଙ୍କ ଅମଳରୁ ନୂତନ ଦେଉଳତୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସ୍ଥିର ହୋଇଥିଲା ଯେ ଦେଉଳର ଉଚ୍ଚତା ୧୦୦ ହାତ ହେବ । ଅନଙ୍ଗଭୀମଦେବ ରାଜସିଂହାସନରେ ଅଭିଷିକ୍ତ ହେଲାବେଳକୁ ଦେଉଳ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା । ୧୦୦ ହାତ ଦେଉଳ ତୋଳିବା ବହୁକାଳସାପେକ୍ଷ ଥିବାର ଭାବି ଦେଉଳ ଉଚ୍ଚତା ୯୦ ହାତ ହେବାର ସ୍ଥିର ହେଲା । ଶ୍ରୀବତ୍ସ ଖଣ୍ଡାଶାଳ ପ୍ରାସାଦ ବିଷ୍ଣୁଙ୍କର ପ୍ରିୟ ଥିବା ହେତୁ ସେହି ପ୍ରକାର ଦେଉଳ ହେଲା । ମୁଖଶିଆଳି ବରାହ ନୃସିଂହଙ୍କ ଦେଉଳ, ତ୍ରିବିକ୍ରମ ଦେବଙ୍କର ୩ ଦେଉଳ, ଜଗମୋହନ, ଈଶାନମୋଡ଼ କରିବା ଲାଗି ପ୍ରତିଖ୍ୟାତି ଦୁଇ ନକ୍ଷତ୍ର ସଳଖରେ ଦେଉଳ, ଆଗରେ ମାଠରେଖ ଦେଉଳ; ନୃସିଂହନାଥ, ଖଣ୍ଡାଶାଳ, ଗଣପତି ପରୀକ୍ଷା, ଭୋଗ ନିଯୋଗ ଘେନିବା ଲାଗି କାଠ ପାଷାଣ କାମ ଥାଇ ଅଟ୍ଟାଳୀ, ମଣ୍ଡପ, ବିମଳାକ୍ଷୀ ଦେବୀଙ୍କ ଦେଉଳ, ସରସ୍ୱତୀଙ୍କ କଳାପାଷାଣ ଦେଉଳ, ନଳଣାଘଟଣରେ ମହାଲକ୍ଷ୍ମୀଙ୍କ ଦେଉଳ, ଇନ୍ଦ୍ରଷଣ୍ଢ ଦେବ, ଦେବସ୍ନାନମଣ୍ଡପ, ଈଶାନେଶ୍ୱର ଦେଉଳ, କୈଳାସ ଆକୃତି ବିଶିଷ୍ଟ ଉତ୍ତରାଇ ଦେବୀ ଦେଉଳ, ବଟେଶ୍ୱର, ବାଟମଙ୍ଗଳା, ଗଣପତି, ଅନନ୍ତ ପୁରୁଷୋତ୍ତମଦେବ, କାମଦେବ, କ୍ଷେତ୍ରପାଳମାନଙ୍କ ଦେଉଳ, ବଟବୃକ୍ଷର ପାଷାଣ ଚଉରା, ଚାରିଦ୍ୱାରେ ୨୨, ୨୭, ୨୧ ଓ ୧୯ ପାହାଚ ମେଘନାଦ ପ୍ରାଚୀର, ଚାରିଦ୍ୱାରରେ ଚାରି ଚାରି ଗୁମୁଟ ଦେଉଳ ଜୟ ବିଜୟ, ଚଣ୍ଡ ପ୍ରଚଣ୍ଡ, କୁମୁଦ କୁମୁଦାସ, ନନ୍ଦ ସୁନନ୍ଦ- ଏପରି ଅଷ୍ଟ ପାଶ୍ୱର୍ଦେବତାଙ୍କର ୮ ଦେଉଳ, ବଡ଼ ବଡ଼ ସିଂହ, ଚାରିଗଣପତି ଦେଉଳ ତୋଳାଇଲେ । କନକ ମୁଣ୍ଡାଇ ସୁନା ଆଭରଣ ବିଶିଷ୍ଟ ଭିତର ଗମ୍ଭୀରାଦ୍ୱାର, ଭୂପାଳ କବାଟ, ସୁନାଚକା ଶିକୁଳି, ମଞ୍ଚନାରାଜକୁ ଅଙ୍ଗାଭରଣ, ସର୍ବାଭରଣ, ତ୍ରିକାଳ ପୂଜାକୁ ଧୂପ, ଷୋଡ଼ଶୋପଚାର ପାତ୍ର, ରାଜୋପଚାର ଯୋଗାଡ଼, ଖଟଣି ଲାଗି ସୁନା ରୂପା ଯୋଗାଡ଼, ଖଟ ପଲଙ୍କ ବିମାନ ଖଟଦୋଳୀ ଖଟୁଲି, କନକ ଦଂଡ଼ଛତ୍ର, ରାଜନୀତି ବିଧି ଛତ୍ର ଚାମର ପ୍ରଭୃତି ନିର୍ମିତ ହେଲା । ଏ ସମସ୍ତ ବ୍ୟୟ ଲାଗି ରାଜାଜ୍ଞ ପ୍ରମାଣେ ନୀଳକଣ୍ଠ ରାଜଗୁରୁ ମହାପାତ୍ର ପରମହଂସ ବାଜପେୟୀଙ୍କ ଜିମାରେ ୧୨୪୦୦୦୦ ମାଢ଼ ସୁବର୍ଣ୍ଣ ଦେଲେ । ଏ ସମସ୍ତକାର୍ଯ୍ୟ ତଦାରଖ କରିବା ଲାଗି ୧୦୦ ଅଶ୍ୱାର, ୧୦୦୦୦୭ ବାଣୁଆ ପାଇକ ନିଯୁକ୍ତ ଥିଲେ । ବାଜପେୟୀ ଶାଢ଼ୀ ପାଇ ଦେଉଳରେ ପରିଛା ହେଲେ । ସକଳ କାର୍ଯ୍ୟ ଶେଷରେ ବାଜପେୟୀ ମହାଦାନ ପାଇଲେ । ଶାସନ ବସାଇବାକୁ ଦେଶ ପାଇଲେ, ସୁନାକୁମ୍ଭ ପଲଙ୍କ ପାଇଲେ । ମହାପାତ୍ରେ ଶାଢ଼ୀ ପାଇ ପୁରୁଷୋତ୍ତମ ଦେଶ ଲୋକଙ୍କୁ ନିମ୍ନଲିଖିତ ମତେ ଚୋପାଖ, ଡୁଆଦି ଦେଲେ । ଶ୍ରୀପୁରୁଷୋତ୍ତମ କ୍ଷେତ୍ର ୫୨ ମଠ ସନ୍ୟାସୀ, ଉଭୟଖଣ୍ଡ ମୁଦିରଥ, ଉଭୟଖଣ୍ଡ ଗ୍ରାମର ୧୩୦୦ ମହାଜନ, ଶ୍ରୀ ଜଗନ୍ନାଥଦେବଙ୍କ ସେବକ ବ୍ରାହ୍ମଣ ଶୂଦ୍ର ୧୪୦୦ମାନେ ପରମହଂସ ବାଜପେୟୀ ପରୀକ୍ଷାଙ୍କୁ ନେଇ ପରମେଶ୍ୱରଙ୍କ ଭୋଗ ନିଯୋଗ କରାଇବେ । ଯଥାବିଧି ପ୍ରମାଣେ ଭୋଗରାଗ ପର୍ବ ଯାତ୍ରାମାନ କରାଇବେ । ପୁରୁଣା ପାଟଳ ଭାଙ୍ଗି ୯୦ ହାତ ଦେଉଳ କରାଇବେ । ଅନ୍ୟାନ୍ୟ ଦେବତାମାନଙ୍କ ଦେଉଳ ତୋଳାଇବେ, ମଳୟ ମଂଡ଼ପ କରାଇବେ ଇତ୍ୟାଦି । ପରୀକ୍ଷା ଶାଢ଼ୀ ପାଇଲେ, ଖାଡ଼ିଆ ୧, କର୍ଣ୍ଣକୁ ତଡ଼ାପ ୧, ଚନ୍ଦନ ୧ ବଢ଼ା, ଦହି ୧ ପଟୋଇ, ବଡ଼ ସାକର ୧ ପଟ, ପୁଷ୍ପାଞ୍ଜଳି ମଡ଼ାଚୂଳ ଧୂପ ପାଦୁକ ପାନଗୁଆ ପ୍ରସାଦ ଝରି ହାତପୋଛା ଖଦି ଇତ୍ୟାଦି ମୁଦୁଲି ଗଉଡ଼ ବିସୋଇ, ଗୁଡ଼ିଆ ବିସୋଇ, ଭଂଡ଼ାର ମେକାପ, ପତ୍ରୀବଡ଼ୁ, ହଡ଼ପନାଏକ, ପୀଢ଼ା, ପଶୁପାଳକ, ଖୁଣ୍ଟିଆ, ଗରାବଡ଼ୁ ମେକାପ, ଲେଙ୍କା, ପାଇକମାନେ ପରୀକ୍ଷାଙ୍କୁ ଦେଇ ଖଟିଲେ ।

 

ପରୀକ୍ଷା ପରମେଶ୍ୱରଙ୍କୁ ଦର୍ଶନ କଲା ପରେ ଲେଙ୍କା ପରିବାର ମଣିମା ଡାକ ଡାକିଲେ । ଆସ୍ଥାନ ପଢ଼ିଆରୀ ପଟୁଆର କଲା । ତଳି ପାଳିଆ ପଢ଼ିଆରୀ ପରିଚ୍ଛାଙ୍କ ପଛେ ଥାଇ ତାଙ୍କ ହାତରୁ ପ୍ରସାଦ ନେଲା । ପରେ ପରିଚ୍ଛା ଅଟି ମଂଡ଼ପରେ ବେହରଣ କରି ଖଡ଼ି ବିଛଣା ପକାଇ ସମସ୍ତ ପ୍ରକରଣମାନଙ୍କଠାରୁ ଭିଆଣ ନିଯୋଗ, ବିସୋଇମାନଙ୍କଠାରୁ ଭୋଗ ନିଯୋଗ ଭଲ ମନ୍ଦ ବୁଝି ଭିଆଣ ପ୍ରମାଣେ ତୁଳପଳ ମାପ କରି ନିଯୋଗ ଦର୍ଶାଇଲା । ପରିଚ୍ଛା ସମସ୍ତ ବୁଝି ନିମ୍ନଲିଖିତ ମତେ ଜମାବନ୍ଦି କଲେ ।

 

୧ ।

ଦେଉଳ ସୁଆଁସ କାର୍ଯ୍ୟ

ସୁନା

୧୦୦୦୦୦

ମାଢ଼

୨ ।

ଖମ୍ବ ଆଭରଣ

ସୁନା

୧୦୦୦୦୦

ମାଢ଼

୩ ।

ଛାମୁକବାଟ ରୂପା ଆଭରଣ

ସୁନା

୩୦୦୦୦

ମାଢ଼

୪ ।

ଅନସର ସମୟରେ ଶ୍ରୀଅଙ୍ଗରେ ଚନ୍ଦନ-ପାଣି ଲାଗି ହେବା ଲାଗି

ସୁନା

୬୦୦୦

ମାଢ଼

୫ ।

ସୁନାପକ୍ଷିଆ ୪ ଠାକୁରଙ୍କର

ସୁନା

୩୧୦୮

ମାଢ଼

୬ ।

ଚକାସିଂହାସନ ମୁଗୁନିପାଷାଣ

ସୁନା

୨୪୩

ମାଢ଼

୭ ।

ସୁନା ଶିକୁଳି ୭, ୫ ଓ ୯ ସରିଆ

ସୁନା

୨୧୬୦

ମାଢ଼

୮ ।

ଲଲାଟପାଟୀ ଖଞ୍ଜାହେବାଲାଗି ସିଂହାସନ ବାଡ଼ରେ ଲାଗିବା କୁଞ୍ଚନ ନାରାଚ

ସୁନା

୪୫୦

ମାଢ଼

୯ ।

ଅଙ୍ଗାଭରଣ ବଡ଼ଠାକୁରଙ୍କର

ସୁନା

୪୦୦

ମାଢ଼

 

(ସୁନାମାଠ ରାହୁରେଖା ପାଟି ୧୦୦ ମାଢ଼ ହରିତାଳ ରେଖା ୨୬୧୫୦ ମାଢ଼, ନୀଳନାଏକ ମାଣିକ୍ୟ ଅନୁନାଏକ ରତ୍ନଜଡ଼ିତ ଅଶୋକପଲ୍ଲବ ହାତୀ ୧= ୮୦ ମାଢ଼, ମାଠ ମକରକୁଣ୍ଡଳ ଯୋଡ଼ାକୁ ୭୦ ମାଢ଼ ।)

 

୧୦ । ସୁଭଦ୍ରାଦେବୀ ଢୋଉ ୭୦ ମାଢ଼, ହରିତାଳ ୮୦ ମାଢ଼, ମାଣିକ୍ୟ ନାଏକ ୭୦ ମାଢ଼, ମାଠ ତଡ଼ାକି ୬୦ ମାଢ଼, କୁଚ ୨ଟାକୁ ମା ୬୦ = ୩୦୦ ମାଢ଼ ।

 

୧୧ । ବଳରାମଙ୍କ ଚୂଳ ୧କୁ ୭୦ ମାଢ଼ ସୁନା, କେତକୀ ଝରା ୧୨କୁ ୧୦୦ ମାଢ଼, ସପ୍ତଫଣା ରତ୍ନଜଡ଼ିତ ୧୫୦୦ ମାଢ଼, ପଞ୍ଚସଖା ମୁକୁଟ ୮୦୦ ମାଢ଼, ଅଳକାପାଟି ୧୦୦ ମାଢ଼, ରତ୍ନଜଡ଼ିତ ଅର୍ଦ୍ଧଚନ୍ଦ୍ର ୬୦ ମାଢ଼, ଅଳକାପାଟି ଦୁଇପାଖେ ତରାଟ ଫୁଲ ୬୦ ମାଢ଼, କର୍ଣ୍ଣାବତଂସ ୮୦ ମାଢ଼, ମାଠ କର୍ଣ୍ଣାଞ୍ଚଳ ୫୦ ମାଢ଼, ନରାଜପଶି କର୍ଣ୍ଣଫୁଲ ୮୦ ମାଢ଼, ଟାକୁ ମକରକୁଣ୍ଡଳ ୨୦ ମାଢ଼, ୧୧୦ ବଡ଼ମୁକ୍ତା ୮କୁ ୨୦ ମାଢ଼, କଣ୍ଠିମାଳ ହାରମାଳ ଚାପସରି ପଦକମାନ ସଳଖ ହୋଇ ରହିବା ଲାଗି ସୁନାମାଠ ହୃଦୟଭୂଷଣ ୧୦୦ ମାଢ଼, ଅଧର ତଳେ ମୁକ୍ତା ଚାପସରି ୮୦ ମାଢ଼, ସୁନା ବାଘନଖ ହରିଡ଼ା କଣ୍ଠିମାଳ ୧୦୦ ମାଢ଼, ଦୋସରି କଣ୍ଠିମାଳ ୧୦୦ ମାଢ଼, ଦୋସରି କଣ୍ଠିମାଳ ୭୦ ମାଢ଼, ଦଶପଦକ ଇନ୍ଦ୍ରନୀଳ ମର୍କତ ନବଗ୍ରହ ପଦକ ବଡ଼ ହୀରାନାଏକ ସୂର୍ଯ୍ୟମଣ୍ଡଳ ପଦକ ଗୋମେଧ ନାଏକ ମଣି ନାଏକ ମୁକୁଟଜାଲି ପଦକ ମାଣିକ୍ୟ ନାଏକ ପଦ୍ମକେଶର ହୀରାସାର ଅର୍ଦ୍ଧଚନ୍ଦ୍ର ଶଙ୍ଖକ୍ରୋଡ଼ ପଦକ ୧୦୦୦ ମାଢ଼ ।

 

୧୨ । ଜଗନ୍ନାଥଦେବଙ୍କ ଅଙ୍ଗାଭରଣ ୫୧୦ ମାଢ଼ । (ଲକ୍ଷ୍ମୀ ପ୍ରତିମା ୮୦ ମାଢ଼, ଶ୍ରୀଖଣ୍ଡି ଓଡ଼ିଆଣି ୨୦୦ ମାଢ଼, ଘଣ୍ଟିଘାଗୁଡ଼ି ଲାଗିବାକୁ କଟିମେଖଳା ୩ ମାଢ଼, କଦମ୍ବମାଳ ୪୦୦ ମାଢ଼, ବୈଜୟନ୍ତୀ ପଦ୍ମମାଳ ୪୦୦ ମାଢ଼, ଭୁଜମୂଳରେ ମୁକ୍ତାସର ବଳା ୩୦୦ ମାଢ଼, ଗନ୍ଧର୍ବ ବଳା ୪୦୦ ମାଢ଼, ବାହୁଟି ୧୨୦୦ ମାଢ଼, ମୁଦି ୫୦ ମାଢ଼, ସୁନାମାଠ ପଦ୍ମହସ୍ତ ୩୦୦୦ ମାଢ଼, ଶ୍ରୀପୟର ୧୮୦୦ ମାଢ଼, ଯାଉଁଳି ପାହୁଡ଼ ୫୦୦ ମାଢ଼) । ତଡ଼ାଉ ୭୧୧୨୭୦୦ ମାଢ଼, ଆୟୁଧ ୪୦୦ ମାଢ଼, ସୌନନ୍ଦ ମୂଷଳ ୪୦୦ ମାଢ଼, ଛୁରିଖଣ୍ଡା ୧୬୦ ମାଢ଼, ସୁନାଖୁଆ ୨ଟାକୁ ୭୫୦ ମାଢ଼, ସୁଭଦ୍ରାଙ୍କ ତଡ଼ାଉ ୧ ମା ୪୧୪୦ଢ଼, ଶ୍ରୀ ଜଗନ୍ନାଥଦେବଙ୍କର ତଡ଼ାଉ ୩୫୧୪୦ ମାଢ଼ ଓ ରତ୍ନ ୪୦୦୦୦ ମାଢ଼ ।

 

୧୩ । ଷୋଡ଼ଶ ଉପଚାର ପୂଜାବିଧିକି ସରଞ୍ଜାମ ୨୯୧୨ ମାଢ଼ ସୁନା, ଅଷ୍ଟପାଖୁଡ଼ା ସୁବର୍ଣ୍ଣ ପଦ୍ମପାତ୍ର, ସୁଦକ ପାତ୍ର, ଅର୍ଘ୍ୟ ପାତ୍ର, ପାତ୍ରୀ, ମଧୁପର୍କ ପାତ୍ର, ପୁନରାଚମନ ପାତ୍ର, କଡ଼ାଢାଳ, ସ୍ନାନ ଗରିଆ, ରୂପାବେଣ୍ଟ କଂସା, ଦର୍ପଣ, ସୁନାବଟା, ଚତୁଃସମ ସୁନା ତାଟିଆ, ଫୁଲଥୁଆ ସୁନାପାତ୍ର, ଧୂପପାତ୍ର, ଆଳତି, ଦୀପପାତ୍ର, ସୁନା ଆଳତି, ରୂପା ବଇଠା, ଦୀପରୁଖା, ନୈବେଦ୍ୟପାତ୍ର, ସୁନାଥାଳୀ, ସୁଦର୍ଶନ ମଣୋହିଥାଳୀ, ବନ୍ଦାପନା ସୁନା ସାତବତୀ, ପୂଜାଶଙ୍ଖ, ରୂପା ବୈଠକୀ, ପୂଜା କଂସା, ଘଣ୍ଟିମୁଠିଆ ପୂଜାରେ ପାଣିଇଡ଼ାକୁ ସୁନାପରିଖ, ଖୋରା, ସୁନାଗଡ଼ୁ, ସୁନା କୁହୁଣ୍ଡା ଓ ବେଣ୍ଟ ଲାଗିବା ଛତି ଧ୍ୱଜ ଚାମର ଆଲଟ, ଧୂପକାଠି, ବେତ, କର୍ପୂରଆଳତି, ପାନହଡ଼ପ, ପାନପରୀକ୍ଷ ।

 

୧୪ । ରାଜୋପଚାର ଜିନିଷ- ୧୧୬ ମୂର୍ତ୍ତିକୁ ୧୦୦୦୦ ମାଢ଼ ସୁନା (ଖଟଣି ଯୋଗାଡ଼ ଯୋଗଡ଼ି ଓରିଆ ମଣୋହିଁ କି ସୁନା ପଲମ ୪ ପଟ, ତିଅଣମାନ ହାଣ୍ଡିରେ ଓ କୁଡ଼ୁଆମାନଙ୍କରେ ପୂରାଇବା ଓ ନାଡ଼ୀ ସରସ୍ୱତୀ, ଏଣ୍ଡୁରି, ବଡ଼ ଡାଳିମ୍ବ, ମରିଚଲଡ଼ୁ, ବଢ଼ାହେବାକୁ ସୁନାଥାଳୀ ୨୦ ପଟ, ଗୋଟିକା ତାଡ଼ କୁଣ୍ଡ, ବାସଘିଅ, କୁଡ଼ୁକି, ଅଦା, ପାଚିଲା ଫାଳିଟଭା, ଖରଚଲୀଣ, ସୁନାବଢ଼ା, ସୁନାଗରିଆ, ଡାବରଖୋରା, ଚଉସମ ରହିବାକୁ ଗନ୍ଧଭରଣୀ କୋଟା ଡଙ୍କି, ଜିହ୍ୱାଚଞ୍ଚି ଆଖଣ୍ଡଳ ଦୀପ ସରା, ସୁନାଶିକୁଳି, ରତ୍ନଖଚିତ ସୁନାଖଟ, ଖଟଦୋଳି, ପାଲିଙ୍କି, ବିମାନ, ପୂଜାଖଟୁଳି, ଶ୍ରୀମୁଣ୍ଡ ତହିଁ ଉପରେ କେତେ ପାଚାନ୍ଦୁଆର ଖଞ୍ଜାଥିବା ସୁନାଫୁଲ, ପଦ୍ମ, ଦେବସ୍ନାନ ଗରିଆ ୨୭ଟି, ପୁଷ୍ୟାଭିଷେକ କନକ ଦଣ୍ଡଛତ୍ର ସୁନା ଦିହୁଡ଼ି ୨ଟି, ନାଳୁଆ ୨ଟି ।

 

୧୫ । ବୀରଛଡ଼, ଧବଳଛତ୍ର, ଚାମର, କଂସା, ସର୍ବାଙ୍ଗଦର୍ପଣ, ସୁନାବେଣ୍ଟ ଉପଚାର, ଛେରାପୟରାକୁ ସୁନାଖଡ଼ିକା, ଚନ୍ଦନପାଣି, କପୋରା, ସୁନାଶିକୁଳି, ସୁନା କର୍ପୂରଆଳତି, ସୁବର୍ଣ୍ଣଲକ୍ଷ୍ମୀ ପ୍ରତିମା, ରତ୍ନଖଚିତ ଗୋପୀନାଥ, ପୁଷ୍ପାଞ୍ଜଳି ବିଜେ ଅର୍ଦ୍ଧନାରାୟଣ, ଗୋବିନ୍ଦଦେବ, ରାମକୃଷ୍ଣ, ରାମଚନ୍ଦ୍ରଦେବ, ଲକ୍ଷ୍ମଣଦେବ, ସୀତା ଠାକୁରାଣୀ, ହନୁମନ୍ତଦେବ, ଲକ୍ଷ୍ମୀନୃସିଂହ ଦେବ, ବାମନ, ଦୁର୍ଗାଦେବୀ ଭୁବନେଶ୍ୱରୀ, ଜ୍ୟେଷ୍ଠବେଢ଼ା ପଞ୍ଚମୁହାଁ ଚୂଳ ଏ ଦେବତାମାନଙ୍କ ଅଳଙ୍କାର ମୁଦମୁଦି ୬ ମଧ୍ୟରୁ ପରୀକ୍ଷା ହାତମୁଦ, ମୁଦରସ୍ତ ମୁଦ, ବେହେରାମୁଦ, ତଳଛୋ ହାତମୁଦ, ରୋଷସେଠ ମୁଦ, ମହାସୁଆର ମୁଦ ତରକାରିଆ ଲେଙ୍କା ସୁନାଚକ୍ର ରୂପାଚକ୍ର ୩୯୮୬୨ ମାଢ଼ ସୁନା ।

 

୧୬ । ଠାକୁରମାନଙ୍କ ନିତ୍ୟକୃତ୍ୟ ପୂଜାବିଧି ବ୍ୟବସ୍ଥା –

 

୧- ପ୍ରତିଦିନ ରାତ୍ର ଏକପ୍ରହର ଥାଇ ଠାକୁରମାନଙ୍କ ନିଦ୍ରାଭଙ୍ଗ କରାଇବାକୁ ହେବ । ଚାରି ଶଙ୍ଖ, ମହୁରୀ, ବୀଣା, ଭାଟ, ରାବା, ତାଳ, ଶିଙ୍ଗା, ଘଣ୍ଟା, ଭେରୀ, ମୃଦଙ୍ଗ ଓ କମ ଏପରି ୬ ଶବ୍ଦ କଲାପରେ ଗମ୍ଭୀରାଦ୍ୱାରେ କବାଟ ଫିଟାଇବା ଲାଗି ପରିଛା ପରକରଣ, ମୁଦିରଥ, ଶ୍ରୋତ୍ରୀୟ ବ୍ରାହ୍ମଣ, ପାଳିଆ ପଣ୍ଡା, ସିଂହାର, ପଶୁପାଳକ, ଅଖଣ୍ଡ ମେକାପ, ବାହାର ଗରାବଡ଼ୁ, ଭିତର ଗରାବଡୁ଼, ଶ୍ରୀମୁଖ ସିଂହାରି, ଭିତରସୁନାଦିହୁଡ଼ି ସେବକ, ପତ୍ରୀବଡ଼, ଭିତରଭଣ୍ଡାର ମେକାପ, ଫାରେକମୁଦୁଲି ଜ୍ୟୋତିଷ ପାତ୍ର, ଦରପଣିଆ, ଖଟଣି ସମସ୍ତ ସେବକମାନେ ଥାଇ ମୁଦ ଦେଖି ମୁଦ ଭାଙ୍ଗି କବାଟ ଫିଟାଇବେ । ପାଦ ପ୍ରକ୍ଷାଳନ କରି ସେବକମାନେ ଭିତରେ ପ୍ରବେଶ କରିବେ । ଶେଯଘର ମେକାପ ଖଟଶେଯ ଖଟବିଜେ କରାଇ ଶେଯଘରକୁ ନେଲା ଉତ୍ତାରେ ସିଂହାସନ ଉପରକୁ ହାତରେ ସୁନାବଇଠା ନେଇ ଭିତରଭଣ୍ଡାର ମେକାପ ଶ୍ରୀଅଙ୍ଗମାନ ମଣ୍ଡିବ, ସିଂହାରୀ ପଶୁପାଳକ ସିଂହାସନ ଉପରକୁ ଉଠି ତଡ଼ାଉଲାଗିମାନ ଉଲାଗି କରିବ । ବସ୍ତ୍ର ଉଲାଗି କରି ଗୋଟିଏ ଗୋଟିଏ ଖଦୀ ପିନ୍ଧାଇବ । ଶ୍ରୀମୁଖସିଂହାରୀ ସୁନା କୋପରାରେ କର୍ପୂରମିଶ୍ରିତ ଜଳରେ ଝୋଲି ଲୁଗା ବୁଡ଼ାଇ ଶ୍ରୀମୁଖମାନ ପୋଛି ଶଙ୍ଖକଳା, ହେଙ୍ଗୁଳ, ହରିତାଳ ବର୍ଣ୍ଣମାନ ଶ୍ରୀମୁଖରେ ଲାଗିକରିବ । ପରେ ସିଂହାସନ ତଳେ ପାଳିଆପଣ୍ଡା ପିଢ଼ା ମାଡ଼ି ବସି କଂସା, ଦର୍ପଣ ୩ ଗୋଟି ଛାମୁରେ ବସାଇବ । ଏ ଦର୍ପଣରେ ପ୍ରକ୍ଷାଳନ, ଦାନ୍ତକାଠିଲାଗି, ଆଚମନ, ଡୋଳାମାନଙ୍କରେ ତ୍ରିଫଳାପାଣି ଲାଗିକରାଇ ଧୂପ ଦୀପରେ ପୂଜାକରି ପଞ୍ଚାମୃତ ସ୍ନାହାନ କରାଇବ । ପଞ୍ଚାମୃତ ସ୍ନାନ ଲାଗି ଗୁଆଦୁଧ, ଦହି, ଘୃତ, ମହୁ, ଖଣ୍ଡ ଦେଇ ବେଦମନ୍ତ୍ରରେ ସ୍ନାନ କରାଇବ । ପରେ ଉଷ୍ମଜଳ, ତୀର୍ଥଜଳ, ବସ୍ତ୍ର କ୍ଷାଳିତ ସୁବାସ ଜଳ ପ୍ରଭୃତି ଜଳମାନ ସଂସ୍କାର ପୂର୍ବକ ତହିଁ ଦ୍ୱାରା ସ୍ନାନ କରାଇବ । ଶୁକ୍ଳ ଶୁଷ୍କ ବସ୍ତ୍ରଦ୍ୱାରା ଶ୍ରୀଅଙ୍ଗ ପୋଛିବ । ଏହା ପାହାନ୍ତି ଶ୍ରୀମୁଖ ପଖାଳ, ପୂଜାପଣ୍ଡାମାନଙ୍କର ସେବା । ପଣ୍ଡା କୌଣସି ଦିନ କୌଣସି କାରଣରୁ କରି ନ ପାରିଲେ ସିଂହାରୀ ପଶୁପାଳକ କରିବ ।

 

କାଠିଲାଗି ଦ୍ରବ୍ୟ-

 

କୁମ୍ଭାଟୁଆ ଦାନ୍ତକାଠି ୩,

ତିନିଖଣ୍ଡ ପୋଡ଼ାଗୁଆ ଗୁଣ୍ଡି,

ସୁନାଖଡ଼ିକା ୩,

ସୁନା ଜିଭଚଞ୍ଛା ପାତିଆ ୩,

ତ୍ରିଫଳା ପାଣି ୩ ବଢ଼ା

ହରିଡ଼ା-ବାହାଡ଼ା-ଜିଅଁଳା ୩ ପୁଞ୍ଜା,

ପଞ୍ଚାମୃତ ଦୁଧ ୩ କୁଞ୍ଚା,

ବସାଦହି ୩ ପଟୋଇ,

ଘିଅ ୩ ମାଣିକା,

ମହୁ ୩ ମାଣିକା,

ଖଣ୍ଡ ୩ ପୁଞ୍ଜା,

କାଁକୋଲା ଖରବନ୍ଧା ଗନ୍ଧ ମିଶି ବଟା,

ଅଁଳା ଗୋ ୩ ଓ ୩ ପୁଞ୍ଜା ସରସ ବନ୍ଦନ ।

ମାଜଣା ଉଆ ପିଠଉକୁ ଚାଉଳ ଅଧମାଣ,

ନଡ଼ିଆ ଗୋ ୩, ପାଣି ସକାଶେ ବଡ଼ନଉତି,

ତୀର୍ଥଜଳ ୧,କୁଡୁଆ,

ଉଷ୍ଣଜଳ ୧ କୁଡୁଆ,

କାଠ ୨ ଖଣ୍ଡ ଚତୁଃସମ

ଜଳ ୧ କୁଡୁଆ,

ଚତୁଃସମଜଳ ସରସଚନ୍ଦନ ଅଗୁରୁ ୩ ମାଢ଼,

କର୍ପୂର ଚିନାଏ,

କସ୍ତୁରୀ ଅଧଚିନାଏ, ଗନ୍ଧ ୨ ଚିନା ।

ନୈବେଦ୍ୟ ପାଚିଲା ଅମୃତପାଣି କଦଳୀ ୩୦,

କଦଳିପତ୍ର ୩ ଖଣ୍ଡ ।

 

ଆଦ୍ୟସମ୍ବୋଧନୀ ପୂଜା- ସିଂହାରୀ ପଶୁପାଳକମାନେ ସିଂହାସନ ଉପରେ ଶ୍ରୀଅଙ୍ଗରେ ଲୁଗା ଲାଗି କରି ଶ୍ରୀକାପଡ଼ା ଲାଗି କରାଇବେ । ପରେ ଚୂନଲାଗି ବଢ଼ିବ । ସୁରବଡୁ ଗମ୍ଭୀରା ଧୋପଖାଳ କରି ପାହାଡ଼ା ଲୁଗା ଘେନି ପୋଛାମାରି ଧୋବଲୁଗା ପାହାଡ଼ା ପାଡ଼ି ଶୀତସିଂହାର ଭୋଗରେ କର୍ପୂର ମରିଚ ମିଶ୍ରି ଖଣ୍ଡମଣ୍ଡା, ଖଣ୍ଡସାକର, ଖଣ୍ଡପନ୍ତି, ନଡ଼ିଆରସକୋରା, ଅମୃତପାଣି ପାଚିଲା କଦଳୀ, ସିଂହାରଲିଆ କର୍ପୂରଖଣ୍ଡମିଶ୍ରିତ ଭଜାଚୂଡ଼ା, ବାଣପଇଡ଼, ଯେଉଁ ଋତୁରେ ଯେଉଁ ଫଳ ପଞ୍ଚ ଉପଚାରରେ ପୂଜା ହେବ । ଏ ପରେ ବାହାରେ ସୂର୍ଯ୍ୟ ପୂଜା, ଗରୁଡ଼ ପୂଜା, ଦ୍ୱାରପାଳ ପୂଜା ହେବ ।

 

ସକାଳ ଧୂପ- ଗମ୍ଭୀରା ଧୋପଖାଳ ହୋଇ ପାହାଡ଼ା ପଡ଼ି ସୁବର୍ଣ୍ଣପାତ୍ରମାନଙ୍କରେ ଭୋଗମଢ଼ଫୁଲି ବଢ଼ା ହୋଇ ଷୋଡ଼ଶ ଉପଚାର ପୂଜା ହେବ । ପଣ୍ଡା ପିଢ଼ା ଉପରେ ଉତ୍ତରାଭିମୁଖ ହୋଇ ବସି ପୂଜା କରିବ । ଦ୍ୱାଦଶାକ୍ଷର ମନ୍ତ୍ରରେ ବଳରାମଙ୍କ ପୂଜା, ରାଜମନ୍ତ୍ରରେ ପରମେଶ୍ୱରଙ୍କ ପୂଜା, ଭୁବନେଶ୍ୱରୀ ମନ୍ତ୍ରରେ ସୁଭଦ୍ରାଙ୍କ ପୂଜା କରିବ । ସୁଦର୍ଶନଙ୍କୁ ପୂଜା କଲାବେଳେ ତଳେ ବସିପୂଜା କରିବ ।

 

ଆସନଂ ସ୍ୱାଗତଂ ପାଦ୍ୟଂ ଅର୍ଘ୍ୟମାଚମନୀୟକଂ

ମଧୁପର୍କ ଚ ମସ୍ନାନ ବସନାଭରଣାନି ଚ

ସୁଗନ୍ଧ ସମୁନଂ ଧୂପଂ ଦୀପ ନୈବେଦ୍ୟ ବନ୍ଧନଂ ।

 

ଆସନ- ସୁବର୍ଣ୍ଣ ପଦ୍ମ ପାତ୍ର ୩, ତୁଳସୀ ।

 

ସ୍ୱାଗତ- ସୁବର୍ଣ୍ଣ ପଦ୍ମ ପାତ୍ର ୩, ମିଶ୍ରିତ ଫୁଲ ।

 

ପାଦ୍ୟ ସୁବର୍ଣ୍ଣ- ତାଟିଆ ୩, ଜଳ, ପଦ୍ମଫୁଲ ୩ ମାଢ଼, ବିଷ୍ଣୁକ୍ରାନ୍ତି ଫୁଲ ୩ ମାଢ଼, ସୁନାଧାନଫୁଲ ୩ ମାଢ଼, ଦୁବାଙ୍କୁର ୩ ମାଢ଼, ଶ୍ୱେତ ସୋରିଷ ଚନ୍ଦନ, ଉଶୀର ଓ କୁଙ୍କୁମ ।

 

ଆଚମନ- ସୁନା ଢାଳ ୩, ଲବଙ୍ଗ, ଜାଇଫଳ, ଉଶୀରବେଣା, ଚନ୍ଦନ, ମୁରାମାଂସୀ, କସ୍ତୁରୀ, କର୍ପୂର ମିଶ୍ରିତ ବସ୍ତ୍ରକ୍ଷାଳିତ ଜଳ ।

 

ମଧୁ ପର୍କ- ରୂପାକୁଡ଼କି ୩ରେ ମହୁ ଗୁଆଦହି ଘୃତ (ମହୁ ଅଭାବେ ଗୁଡ଼), ରୂପାଢାଙ୍କୁଣୀ ୩ ।

 

ପୁନରାଚମନ- ସୁନାଢାଳ ୩ ରେ ଲବଙ୍ଗ ଜାଇଫଳ ଅଳାଇଚ କାଙ୍କୋଲା ଉଶୀରବେଣା ଅଗୁରୁ କର୍ପୂରମିଶ୍ରିତ ବସ୍ତ୍ରକ୍ଷାଳିତ ସୂକ୍ଷ୍ମଜଳ ।

 

ସ୍ନାନ- ସୁନାଢ଼ାଳ ୩ରେ ବସ୍ତ୍ରକ୍ଷାଳିତ କର୍ପୂରମିଶ୍ରିତ ଜଳ ୧୦୦ ପଳ ଲେଖାଏଁ ୩୦୦ ପଳ । ଗଙ୍ଗାଯମୁନାଦି ମନ୍ତ୍ରରେ ମନ୍ତ୍ର କରି ଆବାହନ କରିବ । ସୁନା ବଇଠିଲଗା କଂସା ଦର୍ପଣ ଛାମୁରେ ରଖି ସ୍ନାନ କରାଇବ । ଧୋବ ବସ୍ତ୍ରରେ ଶ୍ରୀଅଙ୍ଗ ପୋଛିବ । ନୂତନ ପତନୀ ବସନ ପିନ୍ଧାଇବ, ଅଳଙ୍କାର ଲାଗି କରିବ, ଫୁଲ ଚନ୍ଦନ ଅଗୁରୁ କସ୍ତୁରୀ ସେବତୀଫୁଲ କାକର ପନୀରଜଳ ଲାଗିହେବ, ସୁନାଦୀପରେ ଆଳତି ହେବ, ଧୂପ ହେବ, ବାଦ୍ୟ ବାଜିବ । କୋଠ ତୋଟାମାଳି ଏ ପୂଜାକୁ ଫୁଲ ଦେବ । ରାଜୋପଚାର ହେଲା ପରେ ଛାମୁରେ ଟେରା ପଡ଼ିବ । ଭିତରେ ମଣୋହିଁ ହେବ, ବାହାରେ ପୁରାଣପଣ୍ଡା ପୁରାଣ ଶୁଣାଇବ (କଳାପାବଚ୍ଛଠାରେ) । ଷଡ଼ରସରେ ମଣୋହିଁ ପଦାର୍ଥମାନ ହେବ, କେବଳ ତିକ୍ତ ହେବ ନାହିଁ । ୪ ପ୍ରକାର ପାକ ହେବ, ଯଥା- ଭୀମ, ନଳ, ସୌରୀ, ଗୌରୀ । ଅନ୍ନ ୪ ପ୍ରକାର- ଶାଳି, କ୍ଷୀର, ଦଧି, ଶୀତଳ ।

 

୧ । ସୁନାଖିଲ- ଓରିଆ ଚାଉଳ ପାକହେବା ପରେ ସେଥିସଙ୍ଗେ ଗୁଆଘିଅ ମିଶିବ, ଫାଳଟଭା ଖରଡ଼ା ଲବଣ ସହିତ ଶାଳି ତଣ୍ଡୁଳ ତବତ ଅନ୍ନ । ଏ ମଣୋହିଁ ବେଳକୁ ଗଉରୀପାକର ମୁଗ ତିଅଣ, ଭୀମପାକର ବଡ଼ି ତିଅଣ, ସୌରୀପାକର ଦୁଧ ମହୁର ଆଳୁଭଜା, ନଳପାକର ସାକର ତିଅଣ ।

 

୨ । ଦଧିଅନ୍ନ- ଓରିଆଅନ୍ନ ଗୁଆ ବସାଦହି ମିଶ୍ରିତ । ନଳପକ ଲାପରା ତିଅଣ, ଗଉରୀପାକ ମଧୁରୁଚି, ସଉରୀପାକ କଦଳୀଭଜା, ଭୀମପାକର ଗୁଡ଼ଖୁଆଇ ପାକକଲା ନଡ଼ିଆଳ ରସ ।

 

୩ । କ୍ଷୀରଅନ୍ନ- ଗୁଆଦୁଧରେ ସୁବାସିତ ଓରିଆଚାଉଳ ପାକ । ଗୁଆଘୃତ ଖରଡ଼ା ଲବଣ ମିଶିବ । ସାକରଖଣ୍ଡ ମରିଚ କର୍ପୂର ମିଶିବ । ଗଉରୀପାକର ଅଥାରସିଝା ପିଠା, ଭୀମପାକର ପୁରପିଠା, ସଉରୀପାକର ଘୃତ ଲବଙ୍ଗ ପ୍ରଭୃତି ମିଶ୍ରିତ ନାନାପ୍ରକାର ପିଠା, ନଳପାତର ନାନାପ୍ରକାର ପଣାତେୟା ।

 

୪ । ଶୀତଳ ଅନ୍ନ- ଓରିଆଚାଉଳ ଅନ୍ନ ବାଟୁଳା କରି ଚୂରି ଧୋଇ ଏଥିରେ ଟଭାରସ ଖରଡ଼ା ଲବଣ ମିଶ୍ରିତ କରିବ । ଗଉରୀପାକ ବଥୁଆଲେଉଟିଆ କୋଶଳା-ଲେଉଟିଆ ମଧୁରଲଳିତା ଋତୁ ଅନୁସାରେ ଶାକ, ସଉରୀପାକର ଅଦା ପାଚେଲି, ଭୀମ ପାକର ବିରିବରା ଗୁଡ଼କାଞ୍ଜି, ନଳପାକର ଅଡ଼ଙ୍ଗା । ଭାତ ତିଉଣ ଖିରି ପିଠା ପଣା ଗୋଟିକା ଦହି ଅମୃତମଣ୍ଡା ନଡ଼ିଆରସ କୋରା, ପାଚିଲାକଦଳୀ ପଇଡ଼ ଘଷାବାସପାଣି ଋତୁଫଳ ଏସବୁ ଏକାବେଳକେ ମଣୋହିଁ କଲେ ଭୋଗ କୁହାଯାଏ ।

 

ଖିରି ପିଠା ଗୋଟିକା ପଣା ସରିସରକ ପଇଡ଼ ଘଷାବାସପାଣି ଏମାନ ମଣୋହିଁ କଲେ ସିଂହାର କୁହାଯାଏ ।

 

ଏ ସମସ୍ତ ଛାମୁରେ ଧୋବଲୁଗା ପାଏଡ଼ା ପଡ଼ି ତା’ ଉପରେ ସୁବର୍ଣ୍ଣ ଥାଳିମାନଙ୍କରେ ଅନ୍ନ ପର୍ବତାକାରରେ କୁଢ଼ା ହୋଇ ଘିଅ ପଡ଼ିବ । ବଡ଼ ଗୋଟା ଭାତ, ସାର୍ଦ୍ଧଚେକା ଏଣ୍ଡୁରି, ଆଡ଼ଏଣ୍ଡୁରି ଏମାନେ ପର୍ବତର ପଥର ହେବ । ବଡ଼ କନିକା କୁଡ଼ୁଆ ଭାତମାନ ଗଛ ହେବ । ବଡ଼ ବଡ଼ ଖଣ୍ଡଆଳୁ ଭଜା ଗୋଜା ହୋଇ କଟା ହୋଇ ଅମୃତମଣ୍ଡା ସହିତ ପର୍ବତର ଶୃଙ୍ଗ ହେବ । କାକରା ପିଠା ଆରିସା ପୁଳି ଅମାଲୁ ହୋଲବଡ଼ା ନାଡ଼ୀ ତିପୁରୀ ଏମାନେ ଗଛର ଡାଳ ପତ୍ର ହେବେ । ଗଜାପିଠା ଗୋଟା କଦଳୀଭଜା ଖଣ୍ଡଖୋଷୀ ଏମାନେ ଗଛର ଫୁଲ କଢ଼ି ହେବେ । ସରପାପୁଡ଼ି ଗୋଟିକା କଦମ୍ବଫୁଲ ନିମନ୍ତେ ରସକୋରା ଏମାନେ ଫୁଲ ହେବେ । ହରିବଲ୍ଲଭ ଧର୍ମଶରଣ ବଡ଼ଡ଼ାଳିମ୍ବ ଛେନାଲଡ଼ୁ ମରିଚଲଡ଼ୁ ବଡ଼ା ଖଇରଚୂଳ ଚଢ଼ାଇଲେଦା ଛେନାମଣ୍ଡା ପଣୁସିଆ ସୋଧୁଅ ପଇଡ଼ ପାଚିଲା କଦଳୀ ଏମାନେ ଗଛର ଫଳ ହେବେ । ନାନାପ୍ରକାର ତିଉଣ ଖିରିଖିରିଷା ଅମୃତଦୁଧ ଆଧାମ ବସାଦହି ସରଦହି ବହଳଦୁଧ ଦ୍ୱିଗୁଣଦୁଧ ତ୍ରିଗୁଣ ଦୁଧ ଏମାନେ ଖଣ୍ଡ ମରିଚ ସାକର ମିଶ୍ରିତ ହୋଇ ଗଛର ରସ ହେବେ । ନାନାପ୍ରକାର ପଣା ଘସାବାସପାଣି ଏମାନେ ପର୍ବତ କନ୍ଦରର ଜଳ । ଏପରି ପର୍ବତାକାର କରି ପଣ୍ଡା ମନରେ କଳ୍ପନା କରିବ । ପନ୍ତି ମୂଳ ହୋଇ ମଣୋହିଁ ବେଳେ ଯେଉଁ ପଦାର୍ଥ ଉତ୍ତାରୁ ଯାହା ମଣୋହି ହେବ ସେ ପ୍ରକାର ମହାସୁଆର ପନ୍ତିମୂଳ କରି ବାଢ଼ି ଖଦି ଗୋଟିଏ ଘେନି ବିଞ୍ଚୁଥିବ । ପଣ୍ଡା ମନ୍ତ୍ରଦ୍ୱରା ମଣୋହିଁ କରାଇବା ପରେ ଭିତର ଗରାବଡ଼ୁ ଆଚମନକୁ ସୁବାସପାଣି ଦେବ । ଆଚମନ ସାରି ଝୋଲା ବସ୍ତ୍ରରେ ଶ୍ରୀହସ୍ତ ପୋଛିଲା ଉତ୍ତାରୁ ଟେରା ନ ଫିଟିବା ପୂର୍ବରୁ ପୂଜାପଣ୍ଡା ଅନ୍ନ ମହାପ୍ରସାଦ, ଖେଚଡ଼ିଭାତ ଗୋଟାଏ ଘେନି ବାହାରକୁ ଆସି ଦେଉଳ ଚାରିପାଖେ ଦଶଦିଗପାଳଙ୍କୁ ବଳିଦେଇ ଆଚମନ କରି ଟେରା ଭିତରକୁ ଆସି ତାମ୍ବୁଳ ଲାଗି କରାଇବ । ଟେରା ଫିଟିବା ପରେ ଆଳତି ହେବ । ରାଜୋପଚାରରେ ଆଳତି ହେବ । ୧୬ ପଦାର୍ଥ ଲୋଡ଼ା ହେବ- ପଇତା, ଧ୍ୱଜ ଛତ୍ର, ଚାମର, ଆଲଟ, ଧୂପ, କର୍ପୂର, ଆଳତି, ଅଗୁରୁ, ଧୂପକାଠି, ସୁନାବେତ, ପୁରାଣଶ୍ରବଣ ନୃତ୍ୟଗୀତ, ଭାଟ କଏବାର ଘଣ୍ଟାଦି ଚତୁର୍ବିଧ ବାଦ୍ୟ । ଅସୁରମାନଙ୍କ ମର୍ଦଳାଦି ଚର୍ମବାଦ୍ୟ ଦକ୍ଷମାନଙ୍କ ଘଣ୍ଟ କାହାଳୀ ଆଦି ଫୁଙ୍କବାଦ୍ୟ, କିନ୍ନରମାନଙ୍କ ତାଳ କଂସାଳାଦି ଘଣ୍ଟ ବାଦ୍ୟ, ଦେବତାମାନଙ୍କ ବୀଣାଦିବାଦ୍ୟ ।

 

ଦାରୁବ୍ରହ୍ମ ଅବତାର ପୂଜାରେ ଆବାହନ ବିସର୍ଜନ ନାହିଁ । ଧୂପ ବଢ଼ିଲେ ପଣ୍ଡା ଅକ୍ଷତ ନେଇ ରାଜାଙ୍କୁ ଆଶୀର୍ବାଦ କରିବ ।

 

ଧୂପ ଶେଷରେ ହୋମ ହେବ । ଉପନ ଭୋଗ ମଢ଼ଫୁଲି ଗନ୍ଧପୁଷ୍ପ ଧୂପଦୀପ ନୈବେଦ୍ୟ ସହିତ ପଞ୍ଚୋପଚାରରେ ପୂଜା ହେବ ଏବଂ ମଣୋହିଁ ହେବ । ପରେ ସୁବର୍ଣ୍ଣ ନାରାୟଣ ଦେବତା ବିମାନରେ ବିଜେ କରି ଦେଉଳ ଚାରିପାଖ ୩ ବେଢ଼ା ବୁଲି ଜଗମୋହନ ଦ୍ୱାରେ ରତ୍ନପଲଙ୍କ ଉପରେ ବିଜେ କରିବେ । ଏଠାରେ ବେଢ଼ା ଆସ୍ଥାନ ହେବ । ଏଠାରେ ଗୋଟିଏ ଶୀତଳ ସିଂହାର ମଣୋହିଁ ଭୋଗ ହେବ । ବନ୍ଦାପନା ହୋଇ ଭିତରକୁ ବିଜେ କରିବେ । ଏ ପରେ ଦହିକଡ଼ମା ଭୋଗ ହେବ ।

 

ଦୁଇପ୍ରହର ଧୂପ- ଠାକୁରମାନେ ମଇଲମ ହେବେ ଏବଂ ବସ୍ତ୍ରଲାଗି ତିଳକଲାଗି ମାଳଚୂଳଲାଗି ହେବା ପୈର ଗମ୍ଭୀରା ଧୋପଖାଳ ହେବ । ପାହାଡ଼ା ଲୁଗା ପଡ଼ି ସୁବର୍ଣ୍ଣ ଯୋଗାଡ଼ମାନଙ୍କରେ ଭୋଗ ମଢ଼ପୁଲି ସକାଳ ଧୂପ ପରି ପର୍ବତକାରରେ ଜମା ହେବ । ଷୋଡ଼ଶୋପଚାର ପୂଜା ହେବ । ହୋମ ଉପନ ଭୋଗମାନ ସକାଳପରି ହେବ । ସକାଳପରି ନାରାୟଣଙ୍କ ବେଢ଼ାବୁଲା, ଶୀତଳ ସିଂହାର ଭୋଗ ଓ ବନ୍ଦାପନା ପରେ ଭିତରବିଜେ ହେବ । ବେଶ ଉଲାଗି ହୋଇ, ନେତପତନୀ ଲୁଗା ଲାଗି ହୋଇ, ରତ୍ନତଢ଼ାଉ ସୁବାସଝରା ମାଳଚୂଳ କର୍ପୂର ଲାଗି ହୋଇ ଗମ୍ଭୀରା ଧୋପଖାଳରେ ଖଟଶେଯ ପଡ଼ିବ, ତହିଁରେ ଠାକୁରେ ପହୁଡ଼ିବେ । ଏଠାରେ ଶୀତଳ ଭୋଗ ହୋଇ ଟେରା ପଡ଼ିବ ।

Unknown

 

ସନ୍ଧ୍ୟାଧୂପ- ସକାଳ ଧୂପ ପରି ଷୋଡ଼ଶୋପଚାର ପୂଜା । ଏ ଧୂପରେ ଅଧିକା ବନ୍ଦାପନା, ନାରାୟଣଙ୍କ ବେଢ଼ାବୁଲା, ଶୀତଳ ଭୋଗ, ଉପନ ଭୋଗ, ବଡ଼ସିଂହାର ଅବକାଶ, ସଙ୍ଖୁଡ଼ି ସିଂହାର ଅବକାଶ, ପୁରାଣପାଠ, ତାମ୍ବୁଳ ଲାଗି, ହଡ଼ପନାଏକ ବିଡ଼ିଆଲାଗି, ଉତ୍ତମ ସିଂହାର ପିଠା, କାଞ୍ଜି ବାଟୁଳା ପଖାଳ ଇତ୍ୟାଦି । ଆଳତି ବନ୍ଦାପନା ପରେ ଖଟଶେଯ ପଡ଼ିବ, ଶ୍ରୀମୁଣ୍ଡିମୁଚୁଳା ଗୋଲ ମୁଚୁଳା କୋଳମୁଚୁଳା ଶ୍ରୀପୟରମୁଚୁଳା ଦିଆଯିବ । କଳାପାହାଚ ସରିକି ଲୁଗା ପଡ଼ିବ । ସୁନା ଅର୍ଦ୍ଧନାରୀ ନାରାୟଣ ଦେବଙ୍କୁ ଫୁଲର ମଣ୍ଡାଚୂଳ ଗୋଟିଏ ଅପସର ଦେଇ ଦିହୁଡ଼ି ଚନ୍ଦ୍ରଉଦିଆ ଛତ୍ର ଚାମର ଆଲଟ ଖଦୀ ବୀଣା ଗୀତଗାୟନ ସୁନାବେତ ଏମାନେ ସିଂହାରୀମାନେ ଘେନି ପଶୁପାଳକ ବିଜେ କରାଇ ଆଣି ଜଗମୋହନ ଦ୍ୱାରେ ସୁନାଡଉଁରିଆ ଉପରେ ବିଜେ କରାଇ ଜୟ ସିଂହାର ଶୀତଳ ଭୋଗ ୫ ଉପଚାରରେ ପୂଜା କରିବେ । ଆଳତି ପରେ ପହୁଡ଼ ହେବ । ଖଟପାଖେ ଶୀତଳଭୋଗ ସିଂହାର ବଢ଼ା ହୋଇଥିବ । ଭିତରଭଣ୍ଡାର ମେକାପ ବଇଠା ନେଇ ସିଂହାସନ ଚାରିପାଖ ଶୋଧି ଭଣ୍ଡାରମେକାପ ଛାମୁ ଅଖଣ୍ଡମାନ ଓ ବାଡ଼ଦୀପମାନ ବାହାର କରି ଆଣିଲା ପରେ କବାଟ ପଡ଼ିବ । ଏପରି ୭ ଭୋଗ ୯ ସିଂହାର ଶେଷ ହେବ । ୭ ଭୋଗର ମୂଲ୍ୟ ୧୨୨ ମାଢ଼ ୫ ବିନା, ୯ ସିଂହାରର ମୂଲ୍ୟ ମା ୧୪୯ ।୫ ସୁନା । ଏ ହିସାବେ ୩୬୫ ଦିନକୁ ୫୪୫୬୨ ମାଢ଼ ୫ ଚିନା ।

 

୧୭- ମହାଲକ୍ଷ୍ମୀ, ସରସ୍ୱତୀ, ଅଷ୍ଟଶମ୍ଭୁ, ଅଷ୍ଟଚଣ୍ଡୀ, ଦେଉଳ ଆୟତନ ମଧ୍ୟସ୍ଥ ଦେବତା, ବାଲିନୃସିଂହନାଥ, କ୍ଷେତ୍ର ଆୟତନ ମଧ୍ୟସ୍ଥ ଦେବତା, ତୀର୍ଥପୂଜକ, ଜଳ ସ୍ଥଳ ଆକାଶ ଅନ୍ତରୀକ୍ଷ ଦେବତାମାନଙ୍କ ପାଇଁ ଦେଲେ ସୁନା ମା ୧୫୨୫ ।୫ ।

 

୧୮ । କର୍ପୂର ଚନ୍ଦନ ମଢ଼ିଆଳ ୬୦୦୦୦ ମାଢ଼ ।

 

୧୯ । ନାନାପ୍ରକାର ପର୍ବଯାତ୍ରା ୧୦୦୦୦ ମାଢ଼ ।

 

୨୦ । ଭୋଗ ପରୀକ୍ଷା ୫୦୦୦୦ ମାଢ଼ ।

 

ପୋରନାଏକ ମତ ଦେଲେ ଯେ ଏ ହିସାବରେ ଦେଲେ ଆୟକୁ ବ୍ୟୟ ବଳିପାରେ । ସୁତରାଂ ଏ ଭିଆଣର ୩ ଭାଗରୁ ଭାଗେ ହେଲେ ସର୍ବଦା ରହି ପାରିବ ।

 

ତାଙ୍କ ମତ ସମୀଚୀନ ବୋଧ ହେବାରୁ ନିର୍ଣ୍ଣୟ ହେଲା ଯେ ସୁନା ୪୦୦୦୦ ମାଢ଼ ଦିଆଯିବ ।

 

୨୨ । ଆଙ୍ଗୁଳିଆ ଅଢ଼ାରେ ଚାଉଳ ୧୪ ମାଣ, ଚକ୍ର ନଉତିରେ ଧାନ ୭ ଭରଣ ଲେଖାଏଁ ବର୍ଷକୁ ୨୫୨୦ ଭରଣ, ପର୍ବପର୍ବାଣୀ ୨୦୦ ଭରଣ । ଭରଣକୁ କଉଡ଼ି ୩୦ କାହାଣ ଲେଖାଏଁ ୫୧୦୦୦ କାହାଣ । ଶାରଦ ବଗଡ଼ା ଦାଳୁଅ ୧୨୦୦୦୦ ଭରଣ, ଭରଣକୁ ୨୫ କାହାଣ ଲେଖାଏଁ ୨୫୫୦୦ କାହାଣ, ମୋଟରେ ୭୬୫୦୦ କାହାଣ । ଘିଅ ଗୁଡ଼ ଓଗେର କଉଡ଼ି ୧୪୮୫୦୦ କାହାଣ, ଗାଏ ୨୮୧୨୫୦ କାହାଣ । ଏଥି ମଧ୍ୟରେ ଧୋଇ ମରୁଡ଼ି ଲାଗି ୫୬୨୫୦ କାହାଣ । ୨୫ କାହାଣକୁ ୨ ମାଢ଼ ସୁନା ହେଲେ ୨୮୬୫୦ ମାଢ଼ ସୁନା ହେଲା ।

 

୨୧ । ଅନ୍ୟାନ୍ୟ ଦେବତାମାନଙ୍କ ଭୋଗ ଲାଗି ନିମ୍ନଲିଖିତ ପ୍ରକାରେ ବନ୍ଦୋବସ୍ତ । ଅଙ୍କ ସଂଖ୍ୟାକୁ କେତେ ମାଢ଼ ସୁନା ବୋଲି ବୁଝିବାକୁ ହେବ ।

 

ମହାଲକ୍ଷ୍ମୀ ୮୦୦

ସରସ୍ୱତୀ ୫୦୦

ଅଷ୍ଟଶମ୍ଭୁ କ୍ଷେତ୍ରାଧିପ ମାର୍କଣ୍ଡେଶ୍ୱର ୧୫୦

କପାଳମୋଚନ ୫୦

ବଟେଶ୍ୱର ୫୦

କାମଦେବ କ୍ଷେତ୍ରପାଳ ୫୦

ଐଶାନେଶ୍ୱର ୫୦

ନୀଳକଣ୍ଠେଶ୍ୱର ୫୦

ବିଲ୍ୱେଶ୍ୱର ୫୦

ବିମଳା ୯୦

ବଟମଙ୍ଗଳା ୩୦

ଦକ୍ଷିଣକାଳୀ ୩୦

ଚାମୁଣ୍ଡା ୩୦

ମରିଚାଈ ୩୦

ଅର୍ଦ୍ଧାଶୋଷିନୀ ୩୦

ସର୍ବମଙ୍ଗଳା ୩୦

ଲାଉକେଶ୍ୱର ୧୫୦

ନୃସିଂହନାଥ ୧୫୦

ନୃସିଂହ ୩୦

ବଟଗଣପତି ୬

ବଟହନୁମନ୍ତ ୬

ଗରୁଡ଼ଦେବ ୯

ଜୟବିଜୟ ଓଗେର ୪୦

ନୀଳଚକ୍ର ନଳକମ ୬

ଚତୁର୍ମୁଖ ବ୍ରହ୍ମା ୬

ଚନ୍ଦ୍ର ସୂର୍ଯ୍ୟ ୧୨

ଇନ୍ଦ୍ର ୧୨

ଇନ୍ଦ୍ରାଣୀ ୬

ବଟବୃକ୍ଷ ୬

ରତାଇ ଦେବୀ ୬

ଉତ୍ତରକାଳୀ ୩

ଦକ୍ଷିଣକାଳୀ ୩

ବଳିମାର୍କଣ୍ଡେଶ୍ୱର ୬

ପାତାଳେଶ୍ୱର ୬

ଜଟେଶ୍ୱର ୬

ବାସୁଦେବ ଦେବକୀ ୬

ନନ୍ଦଯଶୋଦା ୬

ବାହାର ଭଣ୍ଡାର ଗଣପତି ୩

ରୋଷଘର ମହାଲକ୍ଷ୍ମୀ ୬

ରୋଷଗଣପତି ୩

ନାଟ୍ୟାରମ୍ଭ ଓ ବେହରଣ ଗଣପତି ୩

ରୁକ୍ମିଣୀ ସତ୍ୟଭାମା ଜମ୍ବୁବତୀ ମିତ୍ରବନ୍ଧ୍ୟା କାଳିନ୍ଦୀ ଭଦ୍ରା ଲକ୍ଷଣା ୨୪

ବରାହନୃସିଂହ ତ୍ରିବିକ୍ର୍ରମ ୧୮

ସୁବର୍ଣ୍ଣଦେବତା ଓ ନାରାୟଣ ୧୨

ରାମକୃଷ୍ଣ ୧୨

ଲକ୍ଷ୍ମୀନୃସିଂହ ୬

ଶୟନ ଦେବତା ୯

ଦେଉଳ ଚାରି ପ୍ରାଚୀର ଅଧିଷ୍ଠାତ୍ରୀ ଦେବତା ୩

କ୍ଷେତ୍ରଦେବତା ଶ୍ୱେତ ଓ ମତ୍ସ୍ୟ ମାଧବ ୧୮

ତଣ୍ଡାମୟ ଦେବ ୭

ଉଗ୍ରସେନ ମାଧବ ୬

ରୁକ୍ମିଣୀ ମାଧବ ୬

ସମୁଦ୍ରକୂଳ ହନୁମନ୍ତ ୩

ଶ୍ରୀଧର ଦେବ ୩

ଇନ୍ଦ୍ରଦ୍ୟୁମ୍ନ ସର୍ବେଶ୍ୱର ବୁଦ୍ଧେଶ୍ୱର ୧୨

ଇନ୍ଦ୍ରମାଧବ ୩

ଚାରଣଗଣପତି ୩

ଇନ୍ଦ୍ରଦ୍ୟୁମ୍ନ ରାଜା ୩

ଗାଲମାଧବ ରାଜା ୩

ପଞ୍ଚଦେବତା ପୂଜା ୭

ସାହିଦେବତା ହରଚଣ୍ଡୀ ୩

ବରାହଦେବୀ ୩

ନାରାୟଣଦେବୀ ୩

ଜାଗୁଳାଈ ୩

ମାଣ୍ଡଦେବୀ ୩

କାଳିକା ୩

ସିଦ୍ଧେଶ୍ୱର ୩

ଅଲଣାଦେବୀ ୩

ମାଟିମଣ୍ଡପସାହି ଭିତର ଇଚ୍ଛାପୁର ସାହି କାଳିକା ୩

ଦଇତାପଡ଼ା ଜାଗୁଳାଈ ୩

ଗଉଡ଼ବାଡ଼ ସାହି ଜାଗୁଳାଈ ୩

କପୋତେଶ୍ୱର ଦେବୀ ୩

ଚୁଡ଼ଙ୍ଗ ସାହି ଚୁଡ଼ଙ୍ଗ ରାଜା ୬

ପଣ୍ଡାସାହି ନୃସିଂହନାଥ ୩

ବଳଗଣ୍ଡି ବଳିବାମନ ୨

ଗୁଣ୍ଡିଚା ନଅର ପଟି ଦିଅଁଙ୍କ ପୂଜା ୨୩

ମହୋଦଧିତୀର୍ଥ ପୂଜା ୬

ମାର୍କଣ୍ଡ ୩

ଶ୍ୱେତଗଙ୍ଗା ୫

ମଣିକର୍ଣ୍ଣିକା ୩

ଇନ୍ଦ୍ରଦ୍ୟୁମ୍ନ ୩

ଜଳ ସ୍ଥଳ ଆକାଶ ଦଶଦିଗପାଳ ୬

ମଶାଣି ଚଣ୍ଡୀ ୨ ।

 

୨୨ । ମଢ଼ିଆଳ ଭିଆଣ ଅର୍ଥାତ୍ ଦେବତାମାନଙ୍କ ଲୁଗା; ପାଟପତନୀ, ନେତ, ସିନ୍ଧୁଆ, ପୂଜାପତନୀ, ଶୁକ୍ଳଲୁଗା, ବାନ୍ଧଲୁଗା ୨୦୦ ମାଢ଼ ସୁନା ।

 

୨୩ । କର୍ପୂର ଚନ୍ଦନ ପ୍ରଭୃତି- ଚନ୍ଦନ ୨୦୦ ବିଶା (ବିଶାକୁ ସୁନା ୨ ମାଢ଼), ଅଗୁରୁ ୧୦୦ ବିଶା (ବିଶାକୁ ୪ ମାଢ଼), କର୍ପୂର ୩୬୫ ତୋଳା (ତୋଳାକୁ ମାଢ଼େ), କସ୍ତୁରୀ ୧୫ ତୋଳା (ତୋଳାକୁ ୧C:\Users\USER-10\Desktop\୦୦୦୦୦.png ମାଢ଼) କୁସୁମ ୧୫ ବିଶା (ବିଶାକୁ ୬ ମାଢ଼), ଶିଳୁଆ ୧୫୦୦ ତୋଳା (୧୫ ତୋଳାକୁ ସୁନା ୧ ମାଢ଼), ପନୀର-ପାଣିକାଚ ୧୦୦ (ସାତ ଚିନା ଲେଖାଏଁ) ।

 

୨୪ । ପର୍ବଯାତ୍ରା- ଅଙ୍କରୁ ଏତେ ମାଢ଼ ସୁନା ବୁଝିବାକୁ ହେବ ।

 

ମକରଯାତ୍ରା ୧୭୭,

ବସନ୍ତପଞ୍ଚମୀ ୩,

ବସନ୍ତୋତ୍ସବ ୧୫,

ରାସ ଉତ୍ସବ ୧୫,

ମାଘ ଷଷ୍ଠୀଯାତ୍ରା ୫ ଚିନା,

ଶିବରାତ୍ରି ୬୦,

ବେଣ୍ଟଉତ୍ସବ ୧୫,

ଫଗୁଚାଚେରୀ ୩୦,

ଅଗ୍ନି ଉତ୍ସବ ୩,

ଦୋଳଯାତ୍ରା ୧୦୦,

ଅଶୋକାଷ୍ଟମୀ ୨,

ରାମଜନ୍ମ ୧୦,

ଦମନକ ଯାତ୍ରା ୫,

ପଣାସଂକ୍ରାନ୍ତି ୨୦,

ଅକ୍ଷୟତୃତୀୟାଠାରୁ ଚନ୍ଦନ ୨୧ ଦିନ ୧୦୦,

ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ନୃସିଂହ ଉତ୍ସବ ୧୫,

ମାର୍କଣ୍ଡେଶ୍ୱର ବିବାହ ୫,

ଶୀତଳଷଷ୍ଠୀ ୧୦,

ଦଶହରା ୧,

ପଦ୍ମ ଲାଗି ଏକାଦଶୀ ୩,

ଦିଅଁ ବିବାହ ୧୦,

ଚମ୍ପକଯାତ୍ରା ୫,

ନୃସିଂହ ସ୍ଥାପନ ୧୦,

ଦେବସ୍ନାନ ୧୮୦,

ଦକ୍ଷିଣାମୂର୍ତ୍ତି ଯାତ୍ରା ୨୦,

ଅନସର ୧୨୦,

ଶ୍ରୀଗୁଣ୍ଡିଚା ଯାତ୍ରା ୧୨୦୦,

ଅୟନ ଯାତ୍ରା ୫,

ଚିତାଲାଗି ୫,

ଅଙ୍ଗାଭରଣ ଯାତ୍ରା ୧୦,

ବଳଭଦ୍ର ଜନ୍ମ ୫,

ଗହ୍ମାପର୍ବ ୫,

କୃଷ୍ଣ ଅଷ୍ଟମୀ ୨୦,

ସାତପୁରୀ ୩୦,

ହରିତାଳିକା ୨,

ମହାଲକ୍ଷ୍ମୀଙ୍କ ଋଷିପଞ୍ଚମୀ ୫ ଚିନା,

ପାର୍ଶ୍ୱପରିବର୍ତ୍ତନ ୫,

ଲକ୍ଷ୍ମୀବ୍ରତ ୩,

ଷଷ୍ଠୀ ୫ ଚିନା,

ଭାଦ୍ର ଶୁକ୍ଳଦ୍ୱାଦଶୀ ପବିତ୍ର ଆଭରଣ ୨୦,

ବିମଳାକ୍ଷୀଙ୍କ ୧୫ ଦିନ ୨୫,

ଅପରାଜିତା ୫,

କୁମାରୋତ୍ସବ ୧୦୦,

ତୁଳ ସଂକ୍ରାନ୍ତି ୫,

କାର୍ତ୍ତିକ ବାଳଧୂପ ୪୫,

ଏମାସର ପାଞ୍ଚଦିନ ଲକ୍ଷବତୀ ୫୦୦,

ଯମ ଦ୍ୱିତୀୟା ୧,

ସ୍ଥାପନ ଯାତ୍ରା ୫,

କାର୍ତ୍ତିକପୂର୍ଣ୍ଣିମା ଗୋବିନ୍ଦାଭିଷେକ ୨,

ପ୍ରଥମାଷ୍ଟମୀ ୧୦,

ଦୀପାବଳୀ ୧୦,

ଓଢ଼ଣଯାତ୍ରା ୧୦୦,

ପଣ୍ଡୁପର୍ବ ୧,

ଧନୁଭୋଗ ୩୦,

ପୁଷ୍ୟାଭିଷେକ ୧୦୦,

ଉଥାପନ ଯାତ୍ରା ୩,

କପୋତେଶ୍ୱର ୧,

ବେଢ଼ାପାଳି ଯାତ୍ରା ୩୬୨ ପାଳିପାଳିକୁ ୩ ଚିନା ଲେଖାଏଁ,

ଲକ୍ଷ୍ମୀନାରାୟଣ ଅଭିଷେକ ୮,

ଅନନ୍ତ ପୁରୁଷୋତ୍ତମ ଦେବଙ୍କ ଅନନ୍ତ ଚତୁର୍ଦ୍ଦଶୀ ୩,

ଯମେଶ୍ୱର ନାଉକେଶ୍ୱର ଓ ମାର୍କଣ୍ଡେଶ୍ୱରଙ୍କ ୨୩ ପାଳି ମା ୬ ।୯ ଚିନା,

ଗ୍ରହଣ ଶୀତଳଭୋଗ ୫,

ମୋଟରେ ୨୯୯୧୦ ମାଢ଼ ସୁନା ।

 

୨୫ । (୧) ୨୫୨ ମଠ ସନ୍ୟାସୀ, ଏମାନେ ପ୍ରତିଦିନ ଦେଉଳରୁ ମହାପ୍ରସାଦ ପାଇବେ । ଏମାନଙ୍କ ସେବାକାର୍ଯ୍ୟ ଲାଗି ବ୍ରହ୍ମଚାରୀ ୧ ଜଣ ଲେଖାଏଁ ଏପରି ୫ ମଠର ୧ ବର୍ଷର ଖର୍ଚ୍ଚ ଲାଗି ସୁନା ୨୦ ।

 

 

ମାଢ଼କୁ

ମା

୧୦୪୦

(୨)

ମୁଦ୍ରାହସ୍ତ ମଠ ୨

ମା

୪.୦

(୩)

ଅଠର ବ୍ରହ୍ମପୁର ମହାଜନ ୧୩୧୩ ଜଣ

ମା

୨୬୨୬

(୪)

ତୀର୍ଥବାକ୍ୟ କର୍ତ୍ତା ୨୦ ଜଣ

ମା

୨୫୮୬

(୫)

ମହାପୁରୁଷ ପାଣୀଗ୍ରାହୀ ୨ ଜଣ

ମା

୪୦

(୬)

ଦଇତା ପଶୁପାଳକ

ମା

୩୦୦

(୭)

ପାଣିଛଡ଼ା ପଣ୍ଡା

ମା

୨୦୦

(୮)

ସିଂହାରୀ ପଶୁପାଳକ

ମା

୧୦୦

(୯)

ଛାମୁଖୁଣ୍ଟିଆ

ମା

୮୦

(୧୦)

ଶ୍ରୀମୁଖ ସିଂହାରୀ

ମା

୬୦

(୧୧)

ଚାଙ୍ଗଡ଼ା ମେକାପ

ମା

୧୩୦୦

(୧୨)

ଅଖଣ୍ଡ ମେକାପ

ମା

୩୦

(୧୩)

ସୁଆର ବଡ଼ୁ

ମା

୩୦

 

ପତ୍ରୀବଡ଼ୁ ୨୦୦,

ଶେଯଘର ମେକାପ ୨୦,

ପାହାଡ଼ା ଘର ମେକାପ ୧୦,

ଆୟ ମହାଜନ ୫୦,

ସୁଦୁସୁଆର ୪୦,

ଭିତର ଗରାବଡ଼ୁ ୩୦,

ବାହାର ଗରାବଡ଼ୁ ୪୦,

ହଡ଼ପ ନାୟକ ୨୦,

କଉଟିଆ ମୁଦୁଲି ୪୦,

କର୍ପୂର ଚନ୍ଦନ ଘଟୁଆରୀ ୩୦,

ରୋଷେୟା ସେବକ,

ଭାତ ସୁଆର ଓଗେର ଛତିଶା ନିଯୋଗ ୩୬୩ ଜଣକୁ ସେବା ୩୬,

ରୋଷକୂଅରୁ ପାଣି କାଢ଼ି ବହି ଆଣିବାକୁ ବଇଠା ପାଳିଆ ୧୨୩ ଜଣକୁ ସେବା ୧୨,

ଚାଉଳଧୁଆ ୪ ଜଣକୁ ସେବା ୪,

ହାଣ୍ଡିରେ ଚାଉଳ ଭରା ୪ ଜଣକୁ ସେବା ୪,

ଝୋଲା ଲଗାଇ କାଠ ଜାଳିବାକୁ ୪ ଜଣକୁ ସେବା ୪,

କାଠଚଟୁ ଘେନି ହାଣ୍ଡିରେ ଭାତ ଚଲାଇବାକୁ ଚଲଣିଆ ୪ ଜଣଙ୍କୁ ସେବା ୪,

ଏପରି ନାୟକ ସେବକ ୩୬ ।

ଏମାନେ ପୁଅ ଭାଇ ଘେନି ଖଟଣି ବୋଲଣା କରିବେ ଏବଂ ୧୫୦ ମାଢ଼ ସୁନା ବର୍ତ୍ତନ ପାଇବେ ।

ତିଅଣ ସୁଆର ବର୍ତ୍ତନ ୬୦ ମାଢ଼,

ଦେରି ସୁଆର ୪୦,

ସାରେଖାୟା ପିଠା ସୁଆର ୧୦,

ମହାସୁଆର ୫୦,

ବ୍ରାହ୍ମଣ ସମର୍ଥା ୨୦,

ଶୂଦ୍ର ସମର୍ଥା ୨୦,

ତୋଳାବଡ଼ୁ ୪୦,

ତଳିବଡ଼ୁ ୨୦,

ପନ୍ତିବଡ଼ୁ ୩୦,

ଭିତରବଢ଼ା ୨୦,

ଘିଅ ପରୀଷା ୫,

ତୋଳାବଡ଼ି ସେବକ ରୋଷରୁ ଭୋଗ ବହି ଆଣିବାକୁ ଶିକାଡାଙ୍ଗି ଝାଡ଼ିବା ସେବକ ୧୦,

ରୋଷ ସରଘର ମେକାପ ୧୦,

ରୋଷ ବ୍ରାହ୍ମଣ ୧୦,

ଅଙ୍ଗାର ପାଉଁଶକଢ଼ା ସେବକ ୫,

ରୋଷ ଧୋପଖାଳ ସେବକ ୫,

ଦ୍ୱାରନାୟକ ୧୦,

ଫାରକ ମୁଦୁଲି ୫୦,

ପ୍ରସାଦ ବଡ଼ୁ ୪୦,

ଫୁଲ ବଡ଼ୁ ୨୦,

ସିଂହଦ୍ୱାର ପ୍ରତିହାରୀ ୩୬,

ଆସ୍ଥାନ ପ୍ରତିହାରୀ ୧୦,

ପର୍ବଯାତ୍ରା ପଢ଼ିଆରୀ ୧୦,

ଛତିସେବକ ୫,

ତ୍ରାସସେବକ ୫,

ଚଅଁର ସେବକ ୨୦,

ରତ୍ନଆଲଟ ସେବକ ୨୦,

ଖଦୀ ସେବକ ୧୦,

ଧ୍ୱଜାଧରା ସେବକ ୧୫,

ସୂତାବେତ ସେବକ ୧୦,

ସୁନା ଦିହୁଡ଼ି ସେବକ ୨୦,

ପୁରାଣପଣ୍ଡା ସେବକ ୧୦,

ମଣ୍ଡଣି ବୃନ୍ଦାବନ ନାୟକ ୧୦,

ମଣ୍ଡଣି ଖୁଣ୍ଟିଆ ୬,

ଦରପଣିଆ ୬,

ବିମାନବଡ଼ ୨୦,

ହାନ୍ଦୋଳା ଆପଟ ୨୦,

ବିମଳା ଖଟଣି ୨୦,

ସୁଧଘର ସେବକ ମହାଭୋଇ ୩୦,

ଆଳତି ସେବକ ୨୦,

ଦୁଧଘର ପାଇକ ୫,

ସୁନା, ରୂପା, କଂସା, ତମ୍ବା ଯୋଗାଡ଼ମଜା ସେବକ ୧୦,

ଚିତା ବିନ୍ଧାଣି ୧୦,

ରତ୍ନକାମ ବିନ୍ଧାଣି ୨୦,

ମାଠ କମ ବିନ୍ଧାଣି ୩୦,

ଚିନରା ସେବକ ୨୦,

ସିପୁଟୀ ମହାରଣା ୩୦,

ଘଣ୍ଟୁଆ ସେବକ ୪୦,

ବୀରକାହାଳିଆ ୪୦,

ପାଟରା ବିନ୍ଧାଣି ୧୦,

ବେଣ୍ଟବନ୍ଧା ରାଉତ ୬,

ପାହାନ୍ତିପାଣି ଶଙ୍ଖୁଆ ୧୦,

ମାଦେଳିଆ ୧୦,

ଶଙ୍ଖ ମହୁରିଆ ୧୦,

ଉପାଙ୍ଗିଆ, ଯୋଗ କାହାଳିଆ ୬,

ବୀଣାକାର ୧୦,

ଗୀତଗାୟଣୀ ୧୦,

ଚଉଷଠି ସମ୍ପ୍ରଦାୟ ୧୮୦,

ମୀନା ନାୟକ ୫,

ବାହାର ପହଁରା ୫,

ଜ୍ୟୋତିଷ ମହାରଣା ୧୦,

ଖୁରୀଜଗା ସେବକ ୧୦,

ଦୟଣ ମାଳୀ ୪,

ପଣ୍ଡା ପଶୁପାଳକମାନଙ୍କ ଓ ରୋଷ ସୁଆର ସେବକମାନଙ୍କ ଗୋଡ଼ଧୁଆ ପାଣି ଖଟିବା ସେବକ ୫,

ବଢ଼େଇ ମହାରଣା ୪୦,

କମାର ମହାରଣା ୩୦,

ପଥୁରିଆ ମହାରଣା ୩୦,

ରୂପକାର ମହାରଣା ୩୦,

ଚିତ୍ରକାର ମହାରଣା ୧୨,

ଚୂନରା ମୁଦୁଲି ଦେଉଳ ଉପରୁ ଗଛ କାଟିବା ଆଦି କରି ୫୦,

ତାମରା ମହାରଣା ୩୦,

କଂସାରି ମହାରଣା ୧୦,

ଅଷ୍ଟଲୋହୀ ମହାରଣା ୧୦,

କାଚରା ମହାରଣା ୬,

ଓତରା ୮,

ମଢ଼ିଆଳ ମହାସେଠୀ ୫୦,

ବାରଗୋଠ ଗାଈରକ୍ଷକ ୨୫୦,

ସୁଆଁସିଆ ୮୦,

ରଥକତା ଦଉଡ଼ିବଳା ସେବକ ୧୦,

ଚାପଦଳାଇ ୩୦,

ଯବନ ଉପଦ୍ରବ ନିମିତ୍ତ ମାଣିକପାଟଣା ଖାଲକଟା ପାଟଣା ମୁହାଣ ମୁହଁରେ ଡଙ୍ଗା ଘେନି ଜଗିଥିବା ଆରିଆ ୪୦,

ଭାଟସେବକ ୧୦,

ଭଣ୍ଡାରକରଣ ୫୦,

ଦେଉଳ କରଣ ୫୦,

କ୍ଷେତ୍ରବୈଦ୍ୟ ୫୦,

ଶାସ୍ତ୍ରବୈଦ୍ୟ ୫୦,

ଗୁହାରୀ ପଧାନ ୨୦,

ଚକରିଆ ଲେଙ୍କା ୪୦,

ଚୁହାଣ ୧୦,

ଢୋଲଦମା ସେବକ ୧୦,

ଦିହୁରିଆ ୩୦,

ଧାନଘର ପାଇକ ୧୦,

ଧାନମାପ ମୁଦୁଲି ୧୦,

ଦୁଆର ଦଳେଇ ୨୦,

ଦଣ୍ଡୁଆ ଡଗର ୧୦,

ମାଝି ପାଇକ ୮୦,

ଗୁଣ୍ଡିଚା ନବର ଜଗିଆ ୮,

ବାହାର ଦେଉଳ ମହାଲକ୍ଷ୍ମୀ ଦେଉଳ ସେବକ ୧୦୦,

ସରସ୍ୱତୀ ଦେଉଳ ସେବକ ୬୦,

ଅଗୁରୁ ବୃକ୍ଷ ନୃସିଂହନାଥ ସେବକ ୩୦,

ଅଷ୍ଟଶମ୍ଭୁ ଦେଉଳ ସେବକ ୧୧୦,

ସଂକଳ୍ପପୁର ଲାଉକେଶ୍ୱର ସେବକ ୨୦,

ଅଷ୍ଟଚଣ୍ଡୀ ସେବକ ୫୫, ଗୁଣ୍ଡିଚା ନବର ପଟୀ ସେବକ ୫,

କ୍ଷେତ୍ରର ଅନ୍ୟାନ୍ୟ ଦେବତାମାନଙ୍କ ସେବକ ୨୦,

ତୀର୍ଥ ପୁଷ୍କରିଣୀମାନଙ୍କରୁ ବର୍ଷକୁ ବର୍ଷ ପଙ୍କକଢ଼ା ସେବକ ୨୦,

ତୋଟାଗଛ ତଳି ସେବକ ୩୦୦,

ପଦ୍ମକଦଳୀ ତୋଟା ସେବକ ୭୦,

ଜଗମୋହନ ବଇଠା ହୁଳାରେ ତେଲପକା ସେବକ ୧୦,

ବାଦ୍ୟକାର ୨୦,

ପରୀକ୍ଷା ୩୦୦,

ପଟ୍ଟନାୟକ ୮୦,

ବେହରଣ ଡଗରା ୬୦,

ସୁଆଁସିଆ ଆଡ଼ତି ୭୦୦,

କର ଆଦାଏ ୧୦୦୦ ।

 

ଯେତେପ୍ରକାର ସେବକ ଓ ଯାହାଙ୍କର ଯାହା ବର୍ତ୍ତନ ଖଞ୍ଜା ହୋଇଥିଲା ତାହା ଉପରେ ଦିଆଗଲା । ନାମରୁ ସେବକର କର୍ତ୍ତବ୍ୟ କାର୍ଯ୍ୟ କେତେକ ଜଣାପଡ଼ୁଅଛି । ମାତ୍ର କେତେକ ସ୍ଥଳ ସୁବୋଧ୍ୟ ନୁହେଁ । ସୁତରାଂ ସେମାନଙ୍କ କାର୍ଯ୍ୟର ବିବରଣ ନିମ୍ନରେ ସଂକ୍ଷେପରେ ଦିଆଗଲା । ପ୍ରାଚୀନ ପ୍ରଚଳିତ ଶବ୍ଦମାନ ଅବିକଳ ଲେଖାଯାଇଛି । କାରଣ ଏଥିରୁ ପ୍ରାଚୀନ ଭାଷାର ପରିଚୟ ମିଳେ ।

 

୨୬। ଦଇତା ପଶୁପାଳକ- ନୀଳମାଧବ ଅବତାର ସମୟରେ ବିଶ୍ୱାବସୁ ଶବର ସେବା କରୁଥିଲେ । ଏମାନେ ଦାରୁବ୍ରହ୍ମ ଅବତାରରେ ଶୂଦ୍ର ଦଇତା ସେବକ ହେଲେ । ବିଦ୍ୟାପତି ବ୍ରାହ୍ମଣ ନୀଳମାଧବଙ୍କୁ ଦେଖିଯାଇ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ସମ୍ବାଦ ଦେଇଥିବାରୁ ସେ ବ୍ରାହ୍ମଣ ସେବକ ହେଲେ । ସୁତରାଂ ଏ ଦୁଇ ସେବାର ନାୟକ ଅର୍ଥାତ୍ ଯେ ବୟସରେ ବଡ଼ ସେ ତାର ପୁଅ ଭାଇମାନଙ୍କୁ ଘେନି ସେବା ଖଟେ । ଶ୍ରୀମୁଣ୍ଡିଠାରୁ ଶ୍ରୀପୟର ପର୍ଯ୍ୟନ୍ତ ବାମାର୍ଦ୍ଧ ଦଇତାମାନେ ସେବା କରନ୍ତି ଏବଂ ଦକ୍ଷିଣାର୍ଦ୍ଧ ଦଇତାପତିମାନେ ସେବା କରନ୍ତି । ଦଇତାମାନେ ବନରୁ ଦାରୁ ଆଣିବେ, ଠାକୁରମାନଙ୍କ ଶ୍ରୀଅଙ୍ଗ ବୈତମ ହେଲେ ସେମାନଙ୍କୁ କର୍ମକୁଟି ଘରକୁ ବିଜେ କରାଇବେ । ଅନବସର ତାଟି ଭିତରେ ୧୫ ଦିନ ସେବା କରିବେ । ଦେବସ୍ନାନଠାରୁ ବାହୁଡ଼ା ପର୍ଯ୍ୟନ୍ତ ସେବା କରିବେ, ସେହ୍ନା ଲାଗି କରିବେ ।

 

୨୭ । ପାଣିଛଡ଼ା ପଣ୍ଡା ସେବକ- ଏ ୧୩ ଜଣ । ଏମାନଙ୍କ ମଧ୍ୟରୁ ଜଣେ ମାସେ ପର୍ଯ୍ୟନ୍ତ ସମୁଦ୍ର ତୀରରେ ଜପ କରିବା ପରେ ଆସି ପୂଜା କରିବ । ଏମାନେ ଶ୍ରୀମୁଖ ପଖଳା ସେବା କରିବେ ।

 

୨୮ । ପଶୁପାଳକ ସେବକ- ଏମାନେ ଦର୍ପଣ ଦେଖାଇ ଶ୍ରୀମୁଖ ପ୍ରଖ୍ୟାଳନ, ଦାନ୍ତକାଠିଲାଗି, ଆଚମନ, ଧୂପଦୀପ ସହିତ ଶ୍ରୀମୁଣ୍ଡିରେ ପଞ୍ଚାମୃତ ସ୍ନାନ, ସୁଗନ୍ଧି ଅଏଳା ଲାଗି ଇତ୍ୟାଦି କରାଇବେ ।

 

୨୯ । ଛାମୁ ଖୁଣଣ୍ଟିଆ ସେବକ- ସିଂହାସନ ଜଗିବ, ଫୁଲତୋଟା ମାଳିମାନଙ୍କଠାରୁ ପ୍ରତ୍ୟହ ଫୁଲ, ଚୂଳ, ମାଙ୍ଗ, କରପଲ୍ଲବ ଇତ୍ୟାଦି ଆଣି ସରଘରେ ସାଇତି ରଖିବ । ଅବକାଶ ବେଳକୁ ସିଂହାରୀମାନଙ୍କୁ ହକାରି ଆଣିବ, ଅବକାଶ ବେଳେ ଫୁଲମାଳ ବଢ଼ାଇଦେବ, ଭଣ୍ଡାରମେକାପଠାରୁ କର୍ପୂର ମାଗିଆଣି ଦେବ, ଇତ୍ୟାଦି ଡକରା ହକରା କାର୍ଯ୍ୟ କରିବ । ଅଣସରଦ୍ୱାରେ ଜଗିବ, ଇତ୍ୟାଦି ।

 

୩୦ । ଶ୍ରୀମୁଖ ସିଂହାରୀ ସେବକ- ଏ ସେବା ଦଇତାପତିଙ୍କରାଏ ଶ୍ରୀମୁଖ ପୋଛିବ, ଖଡ଼ିଲାଗି କରାଇବ, କନକଲାଗି କରାଇବ, ନେତ୍ରୋତ୍ସବ ଯାତ୍ରାବେଳେ କଳାଡ଼ୋଳା ଦେବ      , ଇତ୍ୟାଦି ।

 

୩୧ । ଚାଙ୍ଗଡ଼ା ମେକାପ- ଏ ବେଶ ମଢ଼ିଆଳମାନ ପଶୁପାଳକ ହାତକୁ ବଢ଼ାଇଦେବ । ଗନ୍ତାକୁ ଗନ୍ତା ଉଲାଗି ହେଲେ ବାହୁଡ଼ାକରି ପାଞ୍ଜି ପ୍ରମାଣେ ଗଣାଣ କରି ଭଣ୍ଡାରମେକାପ ତଳେ ଦେବ ।

 

୩୨ । ଭିତର ଭଣ୍ଡାରମେକାପ- ଏ ସମସ୍ତ ଆୟ ଅଳଙ୍କାର ଆଦି ଭଣ୍ଡାରରେ ସାଇତିବ ।

 

୩୩ । ଅଖଣ୍ଡ ମେକାପ- ଏ ବଇଠା ବସାଇବ ।

 

୩୪ । ସୁଆରବଡ଼ୁ ସେବକ- ମଇଲମବେଳେ କାଠଘୋଡ଼ା ବଢ଼ାଇ ଦେବ । ଭୋଗପରେ ପାଣିପକାଇ ଧୋଇବ, ପାହାଡ଼ା ପକାଇବ, ଆଳତି ସକାଶେ ରୋଷରୁ ନାଆଁ ଆଣିଦେବ, ପଣ୍ଡାମାନଙ୍କୁ ଆଳତି ବଢ଼ାଇଦେବ, ଇତ୍ୟାଦି ।

 

୩୫ । ପତ୍ରୀବଡ଼ୁ ସେବକ- ପୂଜାର ସମସ୍ତ ଉପକରଣ ପଣ୍ଡାମାନଙ୍କୁ ବଢ଼ାଇଦେବ ।

 

୩୬ । ଭିତର ଗରାବଡ଼ୁ- ଏ ଆବଶ୍ୟକ ବେଳେ ପାଣି ଧରି ଖଟିବ ।

 

୩୭ । ବାହାର ଗରାବଡୁ- ଏ ରୋଷକୁ ପାଣି ଦେବ ।

 

୩୮ । ହଡ଼ପ ନାଏକ- ଏ ବିଡ଼ିଆ ପଣ୍ଡାହାତକୁ ବଢ଼ାଇଦେବ ।

 

୩୯ । ବିଡ଼ିଆ ଯେ ଗଣ ସେବକ- ଏ ପାନ ସଂଗ୍ରହ କରି ଆଣିବ ଏବଂ ହଡ଼ପ ନାଏକକୁ ଦେବ ।

 

୪୦ । ସୁଦୁସୁଆର ସେବକ- ମୁଣୋହି କୋଠାଠାରୁ ଜଗମୋହନ ପର୍ଯ୍ୟନ୍ତ ପରିଷ୍କାର କରିବ, ପଞ୍ଚାମୃତ ଖଟିବ, ମୁଗ ଭାଙ୍ଗିବ, ପରିବା କାଟିବ, ମୁଣୋହି ପାଚିଲାକଦଳୀ ପ୍ରଭୃତି ଦେବ, ଦୂବ ବରକୋଳିପତ୍ର, ହଳଦିଆଚାଉଳ ପ୍ରଭୃତି ଦେବ, ପୂର୍ଣ୍ଣକୁମ୍ଭ ବସାଇବ, ଇତ୍ୟାଦି ।

 

୪୧ । ବ୍ରାହ୍ମଣ କରଟିଆ ମୁଦୁଲି ସେବକ ବା ଘଟୁଆରୀ- ଚନ୍ଦନ ଘୋରିବ ।

 

୪୨ । ଜୟମଙ୍ଗଳ ଆଳତି ସେବକ- ଆଳତି କରିବ ।

 

୪୩ । ପ୍ରସାଦବଡ଼ୁ ସେବକ- ଏ ପ୍ରସାଦ ନେଇ ରାଜାଙ୍କ ଉଆସରେ ଦେବ ।

 

୪୪ । ଫୁଲବଡ଼ୁ ସେବକ- ଏ ଫୁଲ ପ୍ରସାଦ ନେଇ ରାଜକଟକ ନଅରରେ ପହଞ୍ଚାଇବ-

 

୪୫ । ବିମାନବଡୁ ସେବକ- ଏମାନେ ବିମାନ କାନ୍ଧେଇବେ ।

 

୪୬ । ହାନ୍ଦୋଳାବଡୁ ସେବକ- ଠାକୁରାଣୀଙ୍କ ହାନ୍ଦୋଳା କାନ୍ଧେଇବେ ।

 

୪୭ । ଦରପଣିଆ ସେବକ- ଏ ଦର୍ପଣ ଦେଖାଇବ ।

 

୪୮ । ପୁରାଣପଣ୍ଡା ସେବକ- ପୁରାଣ ପାଠ କରିବ ।

 

୪୯ ଧ୍ୱଜଧରା ସେବକ- ଗରୁଡ଼ଧ୍ୱଜ, ତାଳଧ୍ୱଜ, ପଦ୍ମଧ୍ୱଜମାନ ମଣୋହିବେଳେ ଧରିବ ।

 

୫୦ । ତ୍ରାସ ସେବକ- ତ୍ରାସ ଧରିବ ।

 

୫୧ । ଚାମର ସେବକ- ଚାମର ଧରିବ ।

 

୫୨ । ଆଲଟ ସେବକ- ଆଲଟ ଧରିବ ।

 

୫୩ । ସୁନାବେତ ସେବକ- ବେତ ଧରିବ ।

 

୫୪ । ଖଦୀବିଞ୍ଚା ସେବକ- ଖଦୀ ବିଞ୍ଚିବ ।

 

୫୫ । ପାହାନ୍ତି କବାଟଫେଡ଼ା ସେବକ- କବାଟ ଫିଟାଇବ ।

 

୫୬ । ଦୟଣାମାଳ ଗୋଚ୍ଛାୟତ ସେବକ- ଦୟଣା ତୋଟା ଆରାଧିବ ଏବଂ ଦୟଣା ମାଳ ଯୋଗାଇବ ।

 

୫୭ । ଯୋଗାଡ଼ମଜା ସେବକ- ଏ ବାସନ ମାଜିବ ।

 

୫୮ । ପାଣିଆପଟ ସେବକ- ଏ ପାଣି ଆଣିଦେବ ।

 

୫୯ । ରତ୍ନକାମ ବିନ୍ଧାଣି- ଏ ରତ୍ନକାମମାନ କରିବ ।

 

୬୦ । ଅନ୍ୟାନ୍ୟ ସେବକମାନଙ୍କ କାର୍ଯ୍ୟ ସେମାନଙ୍କ ନାମରୁ ଜଣାଯିବ, ବିଶେଷ ବିବରଣ ଅନାବଶ୍ୟକ ।

ଚିହ୍ନରା ମହାରଣା ସିପୁଟି ମହାରଣା (ଏ ଚିହ୍ନ ଦେଖି ଲୁଗାମାନ ଗଣାମଣା କରି ଦେବ),

ଘଣ୍ଟା ବାଜଣା ସେବକ,

ବୀର କାହାଳୀ ସେବକ,

ପାହାନ୍ତିଆ ଅବକାଶ ନିଦ୍ରା ଆଳସ୍ୟ ଭାଙ୍ଗିବାକୁ ପାଣିଶଙ୍ଖୁଆ ସେବକ,

ଧୂପ ଶଙ୍ଖ ମହୁରିଆ ସେବକ,

ମାଦଳ ମୃଦଙ୍ଗ ସେବକ,

ଯୋଡ଼ା କାହାଳୀ ସେବକ,

ଉପାଙ୍ଗିଆ ସେବକ (ଏକପ୍ରକାର ବାଜା),

୬୪ ସମ୍ପ୍ରଦାୟ ମଧ୍ୟରେ ୨୦ ନାଚୁଣୀ,

ମୀନ ନାୟକ (ଏ ନାଚୁଣୀମାନଙ୍କୁ ଘରୁ ଡାକିଆଣିବ),

ଗୀତଗାଆଣ ସେବକ,

ଯନ୍ତ୍ରକାର ସେବକ,

ରବାଜି ସେବକ, (ଏକପ୍ରକାର ବାଜା),

ବଢ଼ାଇ ମହାରଣା ସେବକ,

କରତୀ ମହାରଣା,

ଦିହୁଡ଼ି ସେବକ,

ତାମ୍ବରା ମହାରଣା,

କଂସାରି ମହାରଣା,

ପାଟରା ବିନ୍ଧାଣି,

ସୁଗନ୍ଧ ଘଟୁଆରୀ,

ରୋଷ ଛତିଶା

ନିଯୋଗ,

ପିଠା ସୁଆର,

ବଗଡ଼ା ପିଠା ସୁଆର,

ମହାସୁଆର (ରାନ୍ଧିବ),

ଖିରି ସୁଆର,

ତିଅଣ ସୁଆର,

ପଣା ସୁଆର,

ପାଚେଲି ସୁଆର,

ତୋଳାବଡ଼ୁ (ମୁହଁରେ ଲୁଗା ବାନ୍ଧି ଅନ୍ନ ପ୍ରଭୃତି ବହି ଆଣିବା),

ପନ୍ତିବଢ଼ା (ଅନ୍ନ ପ୍ରଭୃତି ବାଢ଼ିବା),

ଭିତରବେଢ଼ା ସେବକ,

ଘିଅପରଷା ସେବକ,

ବ୍ରାହ୍ମଣ ସମର୍ଥା (ବଟାଘଷା କରିବ),

ଶୂଦ୍ର ସମର୍ଥା (ଚୂନା କୁଟିବ, ବିରି ମୁଗ ରଗଡ଼ିବ, ହଳଦୀ ବେସର ବାଟିବ),

ରୋଷ ସରଘର ମେକାପ,

କୁଆଅଡ଼ା ସେବକ (ଭୋଗ ଆସିବା ବେଳେ କାଉ ତଡ଼ାଇବା),

ତୋଳାବତୀ ସେବକ,

ରୋଷଦ୍ୱାର ଜଗିଆ ବ୍ରାହ୍ମଣ ପାଇକ ଓ ଶୂଦ୍ର ପାଇକ,

ରୋଷ ଧୋପଖାଳି ସେବକ,

ରୋଷ ଅଙ୍ଗାରିଆ ସେବକ (ଅଙ୍ଗାର ବାହାର କରିବ),

ବାହାର ଭଣ୍ଡାର ମେକାପ (ଏ ପିତଳ ଗରିଆ, ନାଳୁଆ, ବଟଲୋହି, ପଲମ, କୁଣ୍ଡ, କୁଡ଼୍‌କା ଇତ୍ୟାଦି ସାଇତିବ),

ପାହାଡ଼ା ଘର ମେକାପ ସେବକ ଦ୍ୱାରନାୟକ,

ଛତା ସେବକ ନିଯୋଗ,

ସୁଆଁସିଆ ସେବକ,

ସୁଆଁସ ସରଘର ମେକାପ,

 

ବେଣ୍ଟବିନ୍ଧା ରାଉତ ସେବକ (ମାଘ ଶୁକ୍ଳପଞ୍ଚମୀ ୧ ବେଣ୍ଟ, ଫାଲ୍‌ଗୁନ କୃଷ୍ଣ ଅମାବାସ୍ୟା ଶିବରାତ୍ରୀ ୧ ବେଣ୍ଟ, ଶୁକ୍ଳ ଚତୁର୍ଥୀ ୧, ଅଷ୍ଟମୀ ୧, ଦ୍ୱାଦଶୀ ୧, ଦୋଳଯାତ୍ରା ବାସୀ ୧, ହଳଦୀପାଣି ୧, ଏତେ ବେଣ୍ଟ ରୋହିମାଛ ବିନ୍ଧାଯିବ ମାଛଧରି ରାଜପ୍ରାସାଦରେ ଦେବ),

 

ଆୟାମହାଜନ ସେବକ (ସୁନା ରୂପା ପିତ୍ତଳ ଦେବତାମାନଙ୍କୁ ମାଜଣା କରିବ, ତଢ଼ାଉ ଲାଗିକରି ବେଶ କରାଇବ, ନାରାୟଣଙ୍କୁ ହାତରେ ଧରି ବିଜେ କରାଇବ ଇତ୍ୟାଦି),

 

ଭଣ୍ଡାର ଜଗିଆ ଫାରକଦଳ ସେବକ (ଭଣ୍ଡାର ଦ୍ୱାର ଜଗିବ, ପିଣ୍ଡିକା ଜଗିବ, ବେହରଣଠାରେ ଭଣ୍ଡାର ଆୟବ୍ୟୟ ଜଗିବ, ମେକାପ ସଙ୍ଗେ ଥିବ, ଭଣ୍ଡାର ମେକାପ ଗଲାବେଳେ ଝଡ଼ାସୋଧ କରି ଛାଡ଼ିବ, ରାତ୍ରରେ ଭଣ୍ଡାର ଜଗି ଶୋଇବ, ଯାତ୍ରାମାନଙ୍କରେ ଦଇତାମାନଙ୍କୁ ଘରୁ ହକାରି ଆଣିବ, ପୁଷ୍ୟାଭିଷେକବେଳେ ଦଣ୍ଡଛତ୍ର ନେଲାବେଳେ ପହଣ୍ଡମଣାଇ ନେବ, ପଢ଼ିଆରୀଙ୍କି ଜଗିଥିବ, ସିଂହାରୀ ପଶୁପାଳକମାନଙ୍କୁ ଝଡ଼ାସୋଧ କରି ଛାଡ଼ିବ, ଶ୍ରୀଅଙ୍ଗାଭରଣ ଜଗିବ, ଘଟୁଆରୀକି ଜଗିବ, ଯାତ୍ରାବେଳେ ଠାକୁରଙ୍କ ସଙ୍ଗେ ଜଗି ରହିବ, ଚୋରି ହେଲେ ମେକାପ ତିନିଭାଗେ ଦେବ ସେ ଭାଗେ ଦେବ),

 

ସିଂହଦ୍ୱାର ପଢ଼ିଆରୀ ନିଯୋଗ,

ପର୍ବଯାତ୍ରା ପଢ଼ିଆରୀ,

ଆସ୍ଥାନ ପଢ଼ିଆରୀ (ପରିଚ୍ଛା ବେହରଣ ଜଗିବ, ପରିଛାକୁ ଉଆସରେ ଛାଡ଼ିବ),

ବୃନ୍ଦାବନ ନାୟକ (ମଣ୍ଡଣି ବେଳକୁ ଜିନିଷ ଦେବ),

ମଣ୍ଡଣି ଖୁଣ୍ଟିଆ (ମଣ୍ଡପ ରଥ ମଣ୍ଡିବ),

ରଥ କତାଦଉଡ଼ିବଳା ସେବକ,

 

ଚାପଦଳାଇ ଆରିଆ ସେବକ (ଯବନ ଉପଦ୍ରବ ଲାଗି ମାଣିକପାଟଣା ଓ ଖାଲକାଟିପାଟଣା ଦୁଇ ମୁହାଣଠାରେ ବୋଇତ ଡଙ୍ଗା ଘେନି ରହିଥିବ),

ଭାଟ ସେବକ,

ପଦ୍ମକଦଳୀ ତୋଟା ସେବକ (ଅମୃତପାଣି, ବନ୍ତଳ, ପାଟକପୁରା, ବିଳାସ, ଗନ୍ଧତୁଳସୀ, ମୁଗୁନି, ମଞ୍ଜିକଦଳୀ, ଦକ୍ଷିଣୀସାଗର, ପଦ୍ମକଦଳୀ ପ୍ରଭୃତି କଦଳୀ ଗଛ ଆରାଧିବ ଏବଂ ଫଳ ରୋଷଘରେ ପଏଠ କରିବ)

 

ତୋଟାମାଳୀ,

କ୍ଷେତ୍ରବୈଦ୍ୟ,

ଶାସ୍ତ୍ରବୈଦ୍ୟ,

 

ଦୁଧଘର ସେବକ (ମହାଭୋଇ ସେବା ଦ୍ୱିଗୁଣ, ତିନିଗୁଣ, ବହଳ ଦୁଧ, ଅଧାମସର, ପାପୁଡ଼ି, ଚଳାଦହି, ବସାଦହି, ଚକାଦହି, ପିଠାଛେନା, ଲହୁଣି ଏମାନ ଉଜ କରିବ, ଦୁଧ ମେଲାଣ ଯାତ୍ରାରେ ବାରଗୋଠ ପଲ ଗାଈ ଘେନି ଆସିବ, ମକର ଦହି ବସାଇବ, ଜନ୍ମ ଯାତ୍ରାକୁ ଲହୁଣି ଦେବ),

 

ବାରଗୋଠ ପଲ ସେବକ (ଗାଈଗୋଠ ଗଣି ରଖିବ ଦୁଧ ଆଣି ଦୁଧ ଘରେ ପଇଠ କରିବ ଗାଈ ଜନ୍ମ କଲେ ଦେଉଳ ବେହରଣୁ ଲୋକ ନେଇ ଦେଖାଇବ, ଛ’ମାସରେ ଥରେ ଗାଈ ଗଣତି କରିବ, ଦୁଧ ବିକିବା କିମ୍ବା ପାଣି ମିଶାଇବା ପ୍ରମାଣିତ ହେଲେ ଦଣ୍ଡ ପାଇବ),

 

ଦୁଧଘର ଜଗିଆ ପାଇକ (ରାତ୍ରଦିବସ ଏ ଘର ଜଗିବ, ଦୁଧ ପରିମାଣ ପରିଛାକୁ ଜଣାଇବ),

 

ଭିଆଣ ନିଯୋଗ ବିଶୋଇ ସେବକ (ଭୋଗ ହେବା ଲାଗି ଘିଅ ପ୍ରଭୃତି ଖଟିବ),

 

ଗଉଡ଼ ନିଯୋଗ ବିଶୋଇ ସେବକ (ଏ ଦୁଧ ଆଣି ସିଠିକରଣ ପରିମୁଖେ ଭିଆଣ କୁଞ୍ଚାରେ ମପାଇ ଦେବ, ଗାଈ ଦୁହାଁଇବ),

 

କୁମ୍ଭାର ନିଯୋଗ ବିଶୋଇ (ଭୋଗରନ୍ଧାକୁ ହାଣ୍ଡି ଦେବ, ସାତପୁରୀ ତେଲୁଣି, ମକର ନାଡ଼ି ତେଲୁଣି, ଘଣ୍ଟବାଜି ଏହା ଘରୁ ଆସିବ),

 

ଲୁଣ ବିଶୋଇ,

ଗୁଆଟିଆଙ୍କ ବିଶୋଇ (ବିଡ଼ିଆକୁ ଗୁଆ ଖଟିବ),

ପାଟହାତୀ ମାହୁନ୍ତ ସେବକ,

 

ଧାନଘର ସେବକ ଓ କୋଟାଇତ ସେବକ (ଚକୁରିଆ ନଉତିରେ ଧାନ ମାପି ଦେବ, ଓରିଆକୁ ୨୭ ନଉତିକି ଚାଉଳ ୧୦ ଗଉଣି, ବଗଡ଼ାକୁ ପଚିଶା କୁଟାରେ ଧାନ ୧ ଖଣ୍ଡକୁ ଚାଉଳ ୧୦, ବଡ଼ଚାଉଳକୁ ୨୪ଶା କୁଟାରେ ଚାଉଳ ୧୦ ଗଉଣି, ପାଣିରେ ବତୁରାଇ ଧାନ କୁଟିବ ନାହିଁ, ଥରେ କୁଟା ନେଇ ଚାଉଳ ଦେଲେ ଆଉ ଥରେ ନେବ.

 

ତାଡ଼ଣିଆ ମୁଦୁଲିସେବକ (ଧାନ ଆସିଲେ ଏଥିରୁ ଅଗାଡ଼ି ପ୍ରଭୃତି ଉଡ଼ାଇ ସାଇତି ରଖିବ),

ଧାନଘର ଜଗିଆ ପାଇକ,

 

ଦେଉଳ ଆୟତନ ଭିତର ବାହାର ପହରା ସେବକ (ଦେଉଳ ଚାରିଦିଗ ପରିଷ୍କାର କରିବ),

ପରିବାର ସେବକ ନିଯୋଗ,

 

ଗୁହାରିଆ ପ୍ରଧାନୀ ବ୍ରାହ୍ମଣ ସେବକ (ଏ ପରୀକ୍ଷା ବେହରଣ ଜଗିଥିବ, ବ୍ରାହ୍ମଣ ସେବକମାନଙ୍କୁ ପରୀକ୍ଷା ଆଜ୍ଞା ପ୍ରମାଣେ ଡାକିଆଣିବ, ପରୀକ୍ଷା ଆଜ୍ଞା ପ୍ରମାଣେ ସମସ୍ତ କାର୍ଯ୍ୟ କରିବ),

 

ଚକୁରିଆ ଲେଙ୍କା ସେବକ (ଏ ପରୀକ୍ଷାକୁ ସେବା କରିବ),

 

ତୀର୍ଥ ମାଟିଆ ସେବକ (ତୀର୍ଥ ପୁଷ୍କରିଣୀମାନଙ୍କରୁ ବର୍ଷକୁ ବର୍ଷ ପଙ୍କ ବାହାର କରିବ),

 

କ୍ଷେତ୍ରଜଗିଆ ସେବକ (କ୍ଷେତ୍ର ଜଗିବ, ସବୁ ସାହିରେ ଚୋରି ହେଲେ ବୁଝିବ),

 

ବାଦ୍ୟକାର ସେବକ (ଧୂପ, ଅବକାଶ, ପୁଷ୍ପାଞ୍ଜଳି, ପର୍ବଯାତ୍ରା, ରଥଯାତ୍ରାରେ ଓ ପରୀକ୍ଷା ବୁଲି ବାହାରିଲେ ତାଙ୍କ ଆଗେ ବାଜା ବଜାଇବ),

 

ଭୋଗ ପରୀକ୍ଷା ସେବକ (ଶାସ୍ତ୍ରଜ୍ଞ ବ୍ରାହ୍ମଣ ଏ ସେବା କରିବ, ପରୀକ୍ଷା ତଳେ ଏ ସେବକର ସମସ୍ତ ଅଧିକାର) ।

 

ଏ ସମସ୍ତ ସେବକମାନେ ନିମ୍ନଲିଖିତ କେତେଗୋଟି ନିଯୋଗରେ ବିଭକ୍ତ –

 

(୧) ପଣ୍ଡା ନିଯୋଗ,

(୨) ପଶୁପାଳକ ନିଯୋଗ,

(୩) ସୂପକାର ସୁଆର ନିଯୋଗ,

(୪) ପ୍ରତିହାରୀ ନିଯୋଗ,

(୫) ଖୁଣ୍ଟିଆ ନିଯୋଗ,

(୬) ଗରାବଡ଼ୁ ନିଯୋଗ,

(୭) ବିମାନବଡ଼ୁ ନିଯୋଗ,

(୮) ଦଇତା ନିଯୋଗ,

(୯) ଭିତର ଛେଉ ନିଯୋଗ,

(୧୦) ମେକାପ ନିଯୋଗ,

(୧୧) ତଢ଼ାଉ ନିଯୋଗ,

(୧୨) ଦେଉଳକରଣ ନିଯୋଗ,

(୧୩) ମୁଦିରଥ ନିଯୋଗ,

(୧୪) ରାଜ ନିଯୋଗ ।

 

୬୧ । ଦ୍ୱାଦଶ ଯାତ୍ରା-

(୧) ସ୍ନାନ,

(୨) ଗୁଣ୍ଡିଚା ବା ରଥଯାତ୍ରା,

(୩) ଶୟନ,

(୪) ଦକ୍ଷିଣାୟନ,

(୫) ଉତ୍ତରାୟଣ,

(୬) ପାର୍ଶ୍ୱପରିବର୍ତ୍ତନ,

(୭) ଉତ୍‌ଥାପନ,

(୮) ପ୍ରାବରଣ,

(୯) ପୁଷ୍ୟପୂଜା,

(୧୦) ଦୋଳ,

(୧୧) ଦମନକ ମହୋତ୍ସବ,

(୧୨) ଚନ୍ଦନ ।

 

କ୍ଷେତ୍ରମାହାତ୍ମ୍ୟ ଓ ନୀଳାଦ୍ରୀମହୋଦୟ ଗ୍ରନ୍ଥମାନଙ୍କରେ ଯାତ୍ରାମାନଙ୍କର ବିଶେଷ ବିଧି ବର୍ଣ୍ଣିତ ଅଛି । ଯାତ୍ରାମାନଙ୍କରେ ବିଜେ ପ୍ରତିମା ମଦନମୋହନ ଦେବ ଆସି ଯାତ୍ରା କାର୍ଯ୍ୟ ନିର୍ବାହ କରନ୍ତି । ମାତ୍ର ରଥ ଓ ସ୍ନାନଯାତ୍ରାମାନଙ୍କରେ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ଯାତ୍ରାସ୍ଥାନକୁ ଆଗମନ କରନ୍ତି ।

 

୬୨ । ପ୍ରତିମା ନିର୍ମାଣବିଧି- ଯେତେବେଳେ ନବକଳେବର ହେବାର ଶ୍ରୀମୁଖ ଆଜ୍ଞା ହେବ, ତେତେବେଳେ ଦଇତା ଓ ପତିବଂଶୀୟ ଲୋକମାନେ ଯାଇ ବୃକ୍ଷ ଅନୁସନ୍ଧାନ କରି ଆଣିବେ । ଲିମ୍ବ ବୃକ୍ଷ ସର୍ବାପେକ୍ଷା ଶ୍ରେଷ୍ଠ ।ଏ ବୃକ୍ଷର ପରିମାଣ ମଧ୍ୟମାଙ୍ଗୁଷ୍ଠି ଯବରେ ୨୪ ଯବ ଲେଖାଏଁ ଚୌରସ ୧୬ ଯବ ଥିବ । ସେ ବୃକ୍ଷ ୪ ଶାଖା ବିଶିଷ୍ଟ ହୋଇଥିବ । ଏପରି ୪ ଗୋଟି ବୃକ୍ଷ ଆସିବ । ଏକ ଶାଖା, ଦ୍ୱିଶାଖା ବା ତ୍ରିଶାଖା ବୃକ୍ଷ ହେବ ନାହିଁ । ଏ ବୃକ୍ଷମାନ ଗ୍ରାମ ସନ୍ନିଧିରେ ନ ଥିବେ, ଚଢ଼ାଇମାନେ ବସା କରି ନ ଥିବେ, ପଞ୍ଚନଖି ଜନ୍ତୁ ଘଷି ହୋଇ ନ ଥିବେ, ଅନ୍ୟ ବୃକ୍ଷ ଡାଳଦ୍ୱାରା ଏ ବୃକ୍ଷମାନ ଆଚ୍ଛାଦିତ ହୋଇ ନ ଥିବ, ବଜ୍ରସୂଚୀ ପଡ଼ି ବୃକ୍ଷ ଫାଟି ନ ଥିବ, ଅଗ୍ନିତେଜ ଲାଗି ନ ଥିବ, ଜଳ ସମୀପରେ ଥିଲେ ଉତ୍ପାଟିତ ହୋଇ ପଙ୍କରେ ପଡ଼ି ନ ଥିବ, ଦେଖିବାକୁ ବୃକ୍ଷମାନ ଶୋଭନୀୟ ହୋଇଥିବେ, ଏ ସମସ୍ତ ଲକ୍ଷଣ ଥିବା ବୃକ୍ଷ ଗ୍ରହଣୀୟ । ବିଶ୍ୱକର୍ମା ମଧ୍ୟମାଙ୍ଗୁଷ୍ଠ ଯବ ମାପରେ ମାପିନେବ ।

 

ଶ୍ରୀ ଜଗନ୍ନାଥ ଦେବ- ଚକ୍ରାକୃତି, ଉଚ୍ଚ ୮୪ ଯବ, ମେଘଶ୍ୟାମ ବର୍ଣ୍ଣ ।

ଶ୍ରୀ ବଳରାମ ଦେବ- ଶଙ୍ଖାକୃତି, ଉଚ୍ଚ ୮୪ ଯବ, ଶୁଭ୍ରବର୍ଣ୍ଣ ।

ଶ୍ରୀ ସୁଭଦ୍ରା ଦେବୀ- ପଦ୍ମାକୃତି, ଉଚ୍ଚ ୫୨ C:\Users\USER-10\Desktop\୦୦୦୦୦.png ଯବ, ହରିଦ୍ରାବର୍ଣ୍ଣ ।

ଶ୍ରୀ ସୁଦର୍ଶନ ଦେବ- ଗଦାକୃତି, ଉଚ୍ଚ ୮୪ ଯବ, ରକ୍ତବର୍ଣ୍ଣ ।

ପ୍ରତିମାମାନଙ୍କର ଆକୃତି ଯନ୍ତ୍ର ଅନୁସାରେ ନିର୍ମିତ ।

 

ଚକ୍ରଯନ୍ତ୍ର- ଊର୍ଦ୍ଧ୍ୱ ୧୪ ଭାଗ, ନିମ୍ନ ୧୮ ଭାଗ, ପାଦପଦ୍ମଦ୍ୱୟ C:\Users\USER-10\Desktop\Screenshot 2023-11-22 170338.png ଯବ, ଅବଶିଷ୍ଟ ଉପଯୁକ୍ତ ୧୪ଶ ଭାଗ ୫୦ C:\Users\USER-10\Desktop\Screenshot 2023-11-22 170454.png, ପ୍ରତ୍ୟେକ ଭୁଜ ୧୮ ଯବ, ପାର୍ଶ୍ୱ ଭୁଜଦ୍ୱୟ ୮ ଯବ, ଭୁଜଦ୍ୱୟର ଦଶମାଂଶ ନାସିକା ରନ୍ଧ୍ର, ନାସିକାର ଅଧୋଭାଗ ୧୨ ଯବ, ଅଧୋଭାଗଠାରୁ ମସ୍ତକାବଧି C:\Users\USER-10\Desktop\Screenshot 2023-11-22 170622.png ଯବ, ଶ୍ରୀମୁଖ ଆୟତନ ୩୦ ଯବ, ହୃଦୟ ମଧ୍ୟରେ ବ୍ରହ୍ମସ୍ଥାପନ ସ୍ଥାନ ୧୪ ଯବ ।

 

ଶଙ୍ଖଯନ୍ତ୍ର- ମୁଖପଦ୍ମ ୩୧ ଯବ, ଶ୍ରୀମୁଖର ଊର୍ଦ୍ଧ୍ୱଫଳକ ୫ ଯବ, ଚତୁର୍ବନ୍ଧ ସ୍ଥାନ ୧୧ ଯବ, ହୃଦୟ ୯ ଯବ, ମଧ୍ୟଭାଗ ୧୦ C:\Users\USER-10\Desktop\୦୦୦୦୦.png ଯବ, ପ୍ରତ୍ୟେକ ଭୁଜ ୨୪ ଯବ, ସ୍କନ୍ଧୋପରି ଦେଦୀପ୍ୟମାନ ଫାଳ ୨ଟି ୨ ଯବ, ନାସାରନ୍ଧ୍ର‌୍ୟ ଯବ, ନାସିକାର ଅଧୋଭାଗ ୮ ଯବ, ଊର୍ଦ୍ଧ୍ୱଭାଗ ୧୮ ଯବ, ଲଲାଟ ୧ ଯବ, କେଶ ୫ ଯବ ।

 

ପଦ୍ମଯନ୍ତ୍ର- ଶ୍ରୀମୁଖର ବିସ୍ତାର ୧୫ ଯବ, କେଶକଳାପ ୩C:\Users\USER-10\Desktop\୦୦୦୦୦.png ଯବ, ଶ୍ରୀମୁଖ ୧୭ ଯବ, ମଧ୍ୟସ୍ଥଳ ୧୨ ଯବ, ପାଦପଦ୍ମ ଯୁଗଳ ୧୭ ଯବ, ପ୍ରତ୍ୟେକ ଭୁଜ ୧୫ ଯବ, ପାର୍ଶ୍ୱଭୁଜ ୧୭ ଯବ ।

 

ଗଦାଯନ୍ତ୍ର- ଗଦାକୃତି, ପ୍ରସାର ୨୧ ଯବ ।

 

ଶରୀର ଗ୍ରହଣ- ଶିରାପ୍ରଶିରା ଲାଗି ପାଟସୂତା ବଳାହୋଇ ଡୋର ।

 

ଦପ୍ତାଭରଣ- ଚର୍ମଲାଗି ବସ୍ତ୍ର, ରକ୍ତ ନିମନ୍ତେ ନେତପାଟ, ମାଂସ ନିମେନ୍ତ ସଜଳ ସମେଦିନୀ ସୁବାର ତୈଳ, ଅସ୍ଥି ନିମନ୍ତେ ଦାରୁ, ମଜ୍ଜା ନିମନ୍ତେ ଚନ୍ଦନ, ଶୁକ୍ର ନିମନ୍ତେ ଅଷ୍ଟକାଳୀ ।

 

ପ୍ରତିଷ୍ଠା ବିଧି- ପ୍ରାସାଦ ପୂର୍ବ ଭାଗରେ ପ୍ରତିଷ୍ଠା ମଣ୍ଡପ ହେବ । ମଣ୍ଡପର ଓସାର ପ୍ରାସାଦର ଦୁଇଗୁଣ ହେବ । ମଣ୍ଡପ ଚାରିଦିଗରେ ବାଡ଼ ଦିଆଯିବ । ଚାରିଦ୍ୱାର ହୋଇ ୪ ତୋରଣ ହେବ । ଅଶ୍ୱତ୍‌ଥ, ଉଦୁମ୍ବର, ବଟ ଓ ପଲାଶ ଦ୍ୱାର ୫ ହାତ ଉଚ୍ଚରେ ତୋରଣ ହେବ । ହୋମ ଧୂମ ବାହାରି ଯିବା ଲାଗି ଚାଳ ଉପରେ ବାଟ ଥିବ । ମଣ୍ଡପରେ ଚାନ୍ଦୁଆ ବାନ୍ଧିବ । ଚାମର, ବସ୍ତ୍ର, ଘଣ୍ଟି ଓ ଫୁଲମାଳମାନଙ୍କଦ୍ୱାରା ମଣ୍ଡପ ମଣ୍ଡିତ ହେବ । ମଣ୍ଡପର ଐଶାନ୍ୟ କୋଣରେ ସ୍ନାନମଣ୍ଡପ ଗୋଟିଏ ହେବ । ସ୍ନାନଜଳ ବାହାରି ଯିବାକୁ ଗୋଟିଏ ନଳା ରଖିବ । ମଣ୍ଡପର ଦକ୍ଷିଣ ଦିଗରେ ବେଦୀ କରିବ । ପୂର୍ବ ଦିଗରେ ଯଜ୍ଞଦ୍ରବ୍ୟମାନ ରଖିବାକୁ ସ୍ଥାନ କରିବ । ବେଦୀପରେ ଗଙ୍ଗାବାଲି ପକାଇବ । ପଞ୍ଚଗବ୍ୟଦ୍ୱାରା ବେଦୀ ପ୍ରକ୍ଷାଳନ କରିବ (ପଞ୍ଚଗବ୍ୟ ଦ୍ରବ୍ୟ, ଗୁଆଦୁଧ, ଦହି, ଘୃତ, ଗୋମୟ, ଗୋମୂତ୍ର) । ଏ ମଣ୍ଡପ ୪ କୋଣରେ ୪ ପ୍ରକାର ହୋମକୁଣ୍ଡ ହେବ (ଚନ୍ଦ୍ରାକାର, ଅର୍ଦ୍ଧଚନ୍ଦ୍ରାକାର, ମଣ୍ଡଳାକାର, ପଦ୍ମାକାର) । ତୋରଣମାନଙ୍କରେ ଫୁଲମାଳ ମଣ୍ଡନ କରିବ । ଧ୍ୱଜ ପତାକା ବାନ୍ଧିବ । ପତାକା ଲମ୍ବ ୫ ହାତ, ଓସାର ୧୬ ଆଙ୍ଗୁଳ । ମଣ୍ଡପ ମଧ୍ୟରେ ବେଦୀ ଉପରେ ପଦ୍ମାକାର ଶୁକ୍ଳ ଚାନ୍ଦୁଆ ବନ୍ଧା ହେବ । ପାଣ୍ଡୁରବର୍ଣ୍ଣ କଳସରେ ଛଣାପାଣି ୧୨୮ ପଳ ପୂରାଇବ । ଏଥିରେ ଖଣ୍ଡିଏ ସୁବର୍ଣ୍ଣ ପକାଇବ । ନୂତନ ବସ୍ତ୍ର କଳସ ଚାରିପାଖେ ଗୁଡ଼ାଇବ । କଳସରେ ଆମ୍ବଡ଼ାଳ ଦେଇ ନାରିକେଳ ରଖି ମାଣେ ଧାନ ଉପରେ କଳସ ଥୋଇବ । ମଣ୍ଡପ ଚାରିଦ୍ୱାରେ ଚାମର ଝୁଲାଇବ । ପରମେଶ୍ୱରଙ୍କୁ ନେଇ ଖଟ ଉପରେ ବିଜେ କରାଇବ । ପରେ ବେଦୋକ୍ତ ମନ୍ତ୍ରମାନଙ୍କରେ ବିଧିବିଧାନ ଅନୁସାରେ ଜୀବନ୍ୟାସ ହେବ ।

 

ରାଜା ଠାକୁରମାନଙ୍କୁ ଦର୍ଶନ କରିବା ବିଧି- ରାଜା ବିଜେ ହେଲେ ଘଣ୍ଟା, କାହାଳୀ, ମାଦଳ, ମହୁରୀ, ଶଙ୍ଖ, ଢୋଲ ଓ ଦମା ବାଜିବ । କଳା ଛତି, ଧଳା ଛତି ଟେକା ହେବ । ସେବକମାନେ ମାଳପ୍ରସାଦ ନେଇ ନଅରଠାରେ ହାଜର ଥିବେ । ରାଜା ନଅରଦ୍ୱାରେ ପ୍ରସାଦ ଲାଗି ହେବେ । ସେଠାରୁ ବିଜେ କରି ଆସି ସିଂହଦ୍ୱାରଠାରେ ବିଜେ କରିବା ପୂର୍ବରୁ ପାଦ ପ୍ରକ୍ଷାଳନ କରି ଆଚମନ କରିବେ । ପରେ ବଟବିଘ୍ନେଶ୍ୱରଙ୍କୁ ଦର୍ଶନ କରି ବଟ ପ୍ରଦିକ୍ଷଣ ପୂର୍ବକ ବଟେଶ୍ୱର ଓ ବାଟମଙ୍ଗଳାଙ୍କୁ ଦର୍ଶନ କରିବେ । ଏଥିଉତ୍ତାରୁ ଜଗମୋହନ କଳାପାବଚ୍ଛଠାରେ ଜୟବିଜୟଙ୍କୁ ଦର୍ଶନ କରିବେ ଓ ଏଠାରେ ପରମେଶ୍ୱରଙ୍କୁ ଦଣ୍ଡପ୍ରଣାମ କରିବେ । ଏଠାରୁ ଅଖଣ୍ଡ ପରିଚ୍ଛା ବଇଠା ଦେଖାଇ ସିଂହାସନ ତଳକୁ ନେଲା ଉତ୍ତାରୁ ସେଠାରେ ତିନିଠାକୁରଙ୍କୁ ନିଉଛାଳି କରି ଦଣ୍ଡପ୍ରଣାମ କରିବେ । ପରେ ଭଣ୍ଡାର ମେକାପ ସୁନା ଛେରା ପହଁରା ବଢ଼ାଇଦେବ । ସେ ସିଂହାସନ ଚାରିପାଖ ପହଁରିବେ । ଭିତର ଗରାବଡ଼ୁ ଶ୍ରୀହସ୍ତ ପୋଛିବା ଲାଗି ଖଦି ବଢ଼ାଇଦେବ । ଶ୍ରୀହସ୍ତ ପୋଛି ପୁଷ୍ପାଞ୍ଜଳି ଦେଇ ଚାମର ପକାଇବେ । ସୁନାବେତ ଧରି ଛାମୁରେ ପଟୁଆର କରି ସ୍ତୁତିପାଠ କରି ଦର୍ଶନ କରିବେ । ଚାରିଥର ପ୍ରଦକ୍ଷିଣ କରି ଦଣ୍ଡପ୍ରଣାମ କରିବେ । ପ୍ରସାଦ ପାଇ ପତନୀ ଲାଗି ହେବେ । ପୁନର୍ବାର ଦଣ୍ଡପ୍ରଣାମ କରି ଫେରିଆସି ଦକ୍ଷିଣଘର ସୁନା ପ୍ରତିମାମାନଙ୍କୁ ଦର୍ଶନ କରିବେ । ପରେ ନୃସିଂହନାଥଙ୍କୁ ଦର୍ଶନ କରିବେ । ପରେ ମୁକ୍ତିମଣ୍ଡପରେ ବ୍ରାହ୍ମଣମାନଙ୍କୁ ନମସ୍କାର କରି ନୃସିଂହନାଥଙ୍କଠାରୁ ପ୍ରସାଦ ନେଇ ବିମଳାଙ୍କୁ ଦର୍ଶନ କରିବେ, ପ୍ରସାଦ ନେଇ ସରସ୍ୱତୀଙ୍କୁ ଦର୍ଶନ କରିବେ । ସେଠାରୁ ଯାଇ ମହାଲକ୍ଷ୍ମୀ ଠାକୁରାଣୀଙ୍କୁ ଦର୍ଶନ କରି ନବରକୁ ବିଜେ କରିବେ ।

 

ମୁକ୍ତିମଣ୍ଡପ- କ୍ଷେତ୍ର ମାହାତ୍ମ୍ୟରେ ଏ ସ୍ଥାନ ‘ବ୍ରହ୍ମାସନ’ ସ୍ୱରୂପ ବର୍ଣ୍ଣିତ ଅଛି । ଏହାର ନାମ ଭାରତବିଦିତ । ଏଠାରେ ସନ୍ୟାସୀମାନେ, ବ୍ରହ୍ମଚାରୀମାନେ ଓ ଷୋଳ ଶାସନର ବ୍ରାହ୍ମଣ ପଣ୍ଡିତମାନେ ବୈଠକ କରି ବିଦ୍ୟାଚର୍ଚ୍ଚା, ଧର୍ମଚର୍ଚ୍ଚା କରନ୍ତି । ସ୍ମୃତି ବିଷୟକ କଠିନ ପ୍ରଶ୍ନମାନ ଏଠାରେ ମୀମାଂସିତ ହୁଏ ।

 

ପରମେଶ୍ୱରଙ୍କ ନୀତି- ରାତ୍ର ୪ ଖୁରି ଥାଉଁ କବାଟ ଫିଟିବ । ରାତ୍ର ଏକ ଖୁରି ଥାଉଁ ପାହାନ୍ତି ଅବକାଶ ବଢ଼ିବ । ଦିନ ବେଳ୨ ଖୁରିକି ଗୋପାଳବଲ୍ଲଭ ହେବ । ବେଳ ୬ ଖୁରିଠାରେ ସକାଳ ଧୂପ ହେବ । ଏଥିଉତ୍ତାରୁ ୨୦ ଖୁରି ମଧ୍ୟରେ ଅଧରପୋଛା ଓ ମୁକୁନ୍ଦବଲ୍ଲଭ ବଢ଼ିବ । ୬ ଖୁରିଠାରେ ପହୁଡ଼ିବେ । ବେଳ ୨ ଖୁରି ଥାଉଁ କବାଟ ଫିଟିବ । ରାତ୍ର ୪ ଖୁରିଠାରେ ସନ୍ଧ୍ୟା ଧୂପ ହେବ । ଏ ଉତ୍ତାରୁ ୧୨ ଖୁରିଠାରେ ବଡ଼ସିଂହାର ବେଶ ବଢ଼ିବ । ପରେ ପହୁଡ଼ ହେବ । ଯାହା ଦୋଷରୁ ନୀତି ଉଛୁର ହେବ ସେ କୋଠଭଣ୍ଡାରକୁ ୧୦ ଅମୃତକୁଣ୍ଡ ଗୁଣାଗାର ଦେବ । ଖୁରି = ଦଣ୍ଡ, ଗୁଣାଗାର = ଜରିମାନା ବା ଅର୍ଥଦଣ୍ଡ ।

 

ଛାମୁ ଚାଟାଉ- ରାଜାମାନେ ଯାହାକୁ ଯେଉଁ ଆଦେଶପତ୍ର ଲେଖି ଦିଅନ୍ତି ତାକୁ ଛାମୁଚିଟାଉ କୁହାଯାଏ । ‘ଶ୍ରୀଚନ୍ଦନ ମହାପାତ୍ରକୁ ଚିଟାଉ । ସବାରୁଖ ମହାପାତ୍ର ତଳିଛୋ ପଣେ ଶାଢ଼ୀ ଆଜ୍ଞା ଦେଲୁ । ତୋହ ନ ଥିଲେ ବେତଧରି ପଟୋଆର କରିବ ।’

 

ଜଗନ୍ନାଥ ଦେଉଳ ଗୋଟିଏ ପ୍ରକାଣ୍ଡ କାରଖାନା । ଦେଉଳ ନାମ ମଧ୍ୟ ବଡ଼ଦେଉଳ । ଚତୁଃପାର୍ଶ୍ୱରେ ଗୋଟିଏ ପ୍ରକାଣ୍ଡ ପ୍ରାଚୀର ଅଛି । ଏହାକୁ ବାହାର ବେଢ଼ା କୁହାଯାଏ । ମେଘନାଦ ପ୍ରାଚୀର ଅନ୍ୟ ଏକ ନାମ । ପ୍ରାଚୀର ଚାରିଦିଗରେ ଚାରିଦ୍ୱାର- (୧) ପୂର୍ବଦ୍ୱାର ବା ସଂହଦ୍ୱାର, (୨) ପଶ୍ଚିମଦ୍ୱାର, (୩) ଉତ୍ତରଦ୍ୱାର, (୪) ଦକ୍ଷିଣଦ୍ୱାର । ସିଂହଦ୍ୱାର ନିକଟରେ ପ୍ରକାଣ୍ଡ ଅରୁଣସ୍ତମ୍ଭ ଉପରେ ଗରୁଡ଼ ମୂର୍ତ୍ତି । ଏହି ସ୍ତମ୍ଭ କୋଣାର୍କରୁ ଆସିଥିବାର କଥିତ ହୁଏ । ଗୋଟିଏ ପଥରରେ ନିର୍ମିତ । ସିଂହଦ୍ୱାର ଦୁଇପାର୍ଶ୍ୱରେ ଦୁଇଟି ପ୍ରକାଣ୍ଡ ସିଂହ ମୂର୍ତ୍ତି । ସିଂହଦ୍ୱାର ଡେଇଁ ଭିତରେ ପ୍ରବେଶ କଲେ ପତିତପାବନ ମୂର୍ତ୍ତି ଦେଖାଯାନ୍ତି । ରାଜା ରାମଚନ୍ଦ୍ର ଦେବ ଏ ମୂର୍ତ୍ତି ସ୍ଥାପନ କରିଥିଲେ । ଗୁମୁଟ ପାର ହୋଇଗଲେ ବାଇଶି ପାବଚ୍ଛ । ବାଇଶି ପାବଚ୍ଛର ବାମପାର୍ଶ୍ୱରେ କାଶୀ ବିଶ୍ୱନାଥ, ବ୍ରହ୍ମା, ରାମ, ଲକ୍ଷ୍ମଣ ପ୍ରଭୃତି ମୂର୍ତ୍ତି । ବାହାରବେଢ଼ା ମଧ୍ୟରେ ରୋଷଘର, ସରଘର, ଚୈତନ୍ୟମୂର୍ତ୍ତି, ପୁଷ୍ପୋଦ୍ୟାନ, ନିର୍ମାଲ୍ୟଖଳା, ତୁଳସୀ ବଗିଚା, ବୀର ହନୁମାନ ମୂର୍ତ୍ତି, କୋଇଲି ବୈକୁଣ୍ଠ, ଈଶାନେଶ୍ୱର, ଶୀତଳା, ସୁନା କୂଅ, ଆନନ୍ଦ ବଜାର, ସ୍ନାନବେଦୀ । ବାହାର ବେଢ଼ା ଗୁମୁଟ ପାର ହୋଇଗଲେ ଭିତର ବେଢ଼ାରେ ପ୍ରବେଶ ହେବ । ଯେଉଁମାନେ ବେଢ଼ା ପରିକ୍ରମା କରନ୍ତି, ସେମାନେ ବାହାର ବେଢ଼ା ଗୁମୁଟ ପାର ହୋଇ ବାମଦିଗରେ ଯାନ୍ତି । ସତ୍ୟନାରାୟଣ, ବାଳମୁକୁନ୍ଦ, କଳ୍ପବଟ, ବଟଗଣେଶ, ବଟମଙ୍ଗଳା, ଯମେଶ୍ୱର, ମାରକଣ୍ଡେଶ୍ୱର, ମୁକ୍ତିମଣ୍ଡପ, ନୃସିଂହ, ରୋହିଣୀକୁଣ୍ଡ, କାକଚତୁର୍ଭିଜ, ବିମଳା, କାଞ୍ଚିଗଣେଶ, ଶ୍ରୀକୃଷ୍ଣ, ଭଣ୍ଡଗଣେଶ, ଭୁବନେଶ୍ୱରୀ, ସରସ୍ୱତୀ, ଷଷ୍ଠଦେବୀ, ମଙ୍ଗଳା, କାଳୀ, ଲକ୍ଷ୍ମୀ, ପଦ୍ମପାଦ, ସୂର୍ଯ୍ୟନାରାୟଣ, ପାଦପଦ୍ମ ପ୍ରଭୃତି ଅନେକ ମୂର୍ତ୍ତି ଦେଖାଯାନ୍ତି । ଭିତରବେଢ଼ା ମଧ୍ୟରେ ମୁଖଶାଳା, ଜଗମୋହନ, ବଡ଼ଦେଉଳ । ଦେଉଳ ମୂଳଠାରୁ ଦଧିନଉତି ପର୍ଯ୍ୟନ୍ତ ଅନେକ ମୂର୍ତ୍ତି ଖୋଦିତ ଅଛି । ଉପରେ ଦେବଦେବୀ ମୂର୍ତ୍ତି ମଧ୍ୟରେ ସଂସାର ଚିତ୍ର, ନାନା ପ୍ରକାର ଅଶ୍ଳୀଳ ମୂର୍ତ୍ତି, କଳିଯୁଗ ଭେଣ୍ଡା, ପଶୁପକ୍ଷୀ ଇତ୍ୟାଦି । ଦେଉଳ ଭିତର ଜଗମୋହନ କାନ୍ଥରେ ଅନେକ ଖୋଦିତ ଓ ଚିତ୍ର ମୂର୍ତ୍ତି ରହିଛି । ରତ୍ନ ସିଂହାସନରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଚକ୍ର ବିରାଜମାନ । ଜଗନ୍ନାଥ ଦେଉଳ ଦେଖିଲେ ମନେହୁଏ ଏ ଗୋଟିଏ ବିଶ୍ୱବ୍ରହ୍ମାଣ୍ଡର କ୍ଷୁଦ୍ର ପ୍ରତିକୃତି । ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁରର ଚିତ୍ର ଏଠାରେ ଦେଖାଯାଏ । ଦେଉଳରେ ଅଶ୍ଳୀଳ ଚିତ୍ର କାହିଁକି ରହିଲା ଏ ସମ୍ବନ୍ଧେ ବହୁତ ତର୍କ ହୋଇଥାଏ । ଅଶ୍ଲୀଳ ଚିତ୍ର କେବଳ ରୁଚି ବିକାର ମାତ୍ର । ସଂସାର ମଧ୍ୟରେ ଏ ଚିତ୍ରର ଅସଦ୍ଭାବ ନାହିଁ । ଏପରି ଅଶ୍ଳୀଳତା ସବୁ ଦେଶରେ ଊଣା ଅଧିକରେ ଅଛି, ଥିଲା ଓ ରହିବ । ଶିଳ୍ପୀମାନେ ମାନବର ପ୍ରତ୍ୟେକ ପ୍ରାକୃତିକ ଦୃଶ୍ୟ ଚିତ୍ରି ପାରିବାରେ କେତେଦୂର ସିଦ୍ଧହସ୍ତ ଥିଲେ, ସେହି ଦୃଷ୍ଟିରେ ଏସବୁ ଚିତ୍ର ଦେଖ୍‌ôବାକୁ ହେବ । ଏସବୁ ବର୍ହିଦୃଷ୍ଟିର କଥା । ଯେ ଭଗବାନଙ୍କ ପ୍ରତି ଆକୃଷ୍ଟ ହୋଇ ଭଗବାନଙ୍କ ଦର୍ଶନ ଲାଗି ଭିତରେ ପ୍ରବେଶ କରିବ ତାର ଏସବୁ ଦୃଷ୍ଟିରେ ପଡ଼ିବା ପାଇଁ ଅବସର କାହିଁ ? ଯାହାର ଏ ସବୁଥିରେ ମନ ବିଚଳିତ ହେବ ‘ ମଧ୍ୟ ଭଗବାନଙ୍କୁ ଦେଖିବାର ଅବସର କାହିଁ ? ଏ ମଧ୍ୟ ଗୋଟିଏ ପରୀକ୍ଷାର ସ୍ଥଳ । ଅନେକ ଲୋକ ହିନ୍ଦୁମାନଙ୍କ ଦେଉଳ, ମୂର୍ତ୍ତି ପ୍ରଭୃତି ଦେଖି ସେମାନଙ୍କୁ ପୌତ୍ତଳିକ ବୋଲି ଘୃଣା କରିଥାନ୍ତି । ହିନ୍ଦୁ ଗ୍ରାମମାନ ଦିଅଁ ଦେଉଳରେ ପୂର୍ଣ୍ଣ । ପ୍ରତି ଗ୍ରାମ ପ୍ରତି ସହରରେ ଦେବମନ୍ଦିର ଅଛି । ପୌତ୍ତଳିକ ବୋଲି ଯେଉଁମାନେ କହନ୍ତି, ସେମାନେ ସମ୍ଭବତଃ ହିନ୍ଦୁଧର୍ମର ସାର ବୁଝିନାହାନ୍ତି । ହିନ୍ଦୁମାନେ ପ୍ରକୃତରେ ନିର୍ଜୀବ କାଠ ପଥରକୁ ପୂଜା କରନ୍ତି ନାହିଁ । ସେମାନେ ଯେଉଁ ମୂର୍ତ୍ତି ପୂଜା କରନ୍ତି, ତହିଁରେ ସେହି ସର୍ବଶକ୍ତିମାନ୍ ସର୍ବବ୍ୟାପକ ପରମାତ୍ମାଙ୍କ ଆବାହନ କରି ପୂଜା କରନ୍ତି । ମୂର୍ତ୍ତି ନିମିତ୍ତ ମାତ୍ର । ଭଗବାନ କାଷ୍ଠ, ପାଷାଣ, ତରୁ, ତୃଣ ସର୍ବତ୍ର ବ୍ୟାପି ରହିଅଛନ୍ତି । ମୂର୍ତ୍ତିରେ ତାଙ୍କର ସତ୍ତା ଉପଲବ୍‌ଧି କରିପାରିବାର ଅସମ୍ଭବ ହେଲା କାହିଁକି ? ଗୀତାରେ ମଧ୍ୟ ଅଛି ନିରାକାର ଉପାସନା ଅପେକ୍ଷା ସାକାର ଉପାସନା ସହଜ । ସାକାରଦ୍ୱାରା ନିରାକାର ଉପଲବ୍ଧି କରାଯାଇ ପାରେ । ମନୁଷ୍ୟ ସାକାର ସସୀମ । ସେ ଏକାବେଳେକେ ଅସୀମ ନିରାକାର ବସ୍ତୁର ଧାରଣା କରିପାରିବା କଠିଣ । ଯେ କରିପାରିଲା କରୁ, ସେଥିରେ ଆପତ୍ତି ନାହିଁ । ମାତ୍ର ତହିଁପାଇଁ ଅନ୍ୟାନ୍ୟ ସାଧାରଣ ଧ୍ୟାନଧାରଣା ଶକ୍ତି ଆବଶ୍ୟକ । ପ୍ରଭୁଙ୍କ କୃପାରୁ ଯାହାର ଶକ୍ତି ଅଛି ସେ କରୁ; ମାତ୍ର ଲୋକସାଧାରଣ ଲାଗି ସାକାର ଉପାସନା ସହଜ ସୂକ୍ଷ୍ମ ଉପାୟ । ତେଣୁ ହିନ୍ଦୁ ଜଗତରେ ସାକାର ପୂଜାର ବହୁଳତା । ପ୍ରହଲାଦ ସ୍ତମ୍ଭରେ ଈଶ୍ୱର ଦେଖିପାରିଲେ । ସାକାର ପୂଜା ହେଉ ବା ନିରାକାର ପୂଜା ହେଉ ମନଟାକୁ ଭଗବାନଙ୍କଠାରେ ଅର୍ପଣ କରିପାରିଲେ ହେଲା । ସେ ମନ ଯେତେ ଅନିଷ୍ଟର ମୂଳ । ମନ ଦୃଢ଼ ହେଲେ ଗଡ଼ିଆ ଗଙ୍ଗା । ଯାହାର ମନମୂନ ଭଗବାନଙ୍କଠାରେ ଥିବ, ଶ୍ଳୀଳ ଅଶ୍ଳୀଳ ବାରିବାକୁ ବେଳ କାହିଁ ! ସେ ତ ସର୍ବତ୍ର ଭଗବାନଙ୍କ ମୂର୍ତ୍ତି ଦର୍ଶନ କରିବ ।

 

ଜଗନ୍ନାଥ ମନ୍ଦିରରେ ଯେ ସାମ୍ୟଧର୍ମ ପ୍ରଚଳିତ ଅଛି, ତାହା ଅନ୍ୟତ୍ର ନାହିଁ । ଏଠାରେ ଜାତିଭେଦ ନାହିଁ । ଭଗବାନଙ୍କ ପ୍ରସାଦରେ ରୁଚି ବିକାର ନାହିଁ । ଭଣ୍ଡାରି, ଗଉଡ଼, ଚଷା ପ୍ରସାଦ ଆଣିଲେ ବ୍ରାହ୍ମଣ ନିର୍ବିକାର ଚିତ୍ତରେ ଭୋଜନ କରେ । ଭଗବାନ ଏଠାରେ ସ୍ୱୟଂ ଅଛନ୍ତି ବୋଲି ଲୋକେ ଯାହା ବିଶ୍ୱାସ କରନ୍ତି, ତାହା ଅନାଦି ଆବହମାନ କାଳରୁ ଚଳି ଆସୁଛି । ଜଗନ୍ନାଥ ଦେଉଳ ଉପରେ କେତେ ବିଧର୍ମୀ ବିପଦ ବାତ୍ୟା ବହିଗଲାଣି, ‘ ମାହାତ୍ମ୍ୟ ଅକ୍ଷୁଣ୍ଣ ରହିଅଛି । ବଡ଼ଦେଉଳର ମହାପ୍ରସାଦ ଆଜିକାଲିର ନୁହେଁ । ପୌରାଣିକ ଯୁଗରେ ମଧ୍ୟ ଏହାର ମାହାତ୍ମ୍ୟ ଥିଲା ।

 

ତତ୍ରାନ୍ନ ପାଚିକା ଲକ୍ଷ୍ମୀ ସ୍ୱୟଂ ଭୋକ୍ତା ଜନାର୍ଦ୍ଦନଃ

ତସ୍ମାତ୍ତଦନ୍ନଂ ବିପ୍ରର୍ଷେ ଦୈବତୈରପି ଦୁର୍ଲଭଂ । (ପଦ୍ମପୁରାଣ)

 

ନୈବେଦ୍ୟଂ ଜଗଦୀଶସ୍ୟ ଅନ୍ନ ପାନାଦିକ ଚ ଯତ୍‌

ଭକ୍ଷ୍ୟାଭକ୍ଷ୍ୟ ବିଚାରସ୍ତୁ ନାସ୍ତି ତଦ୍‌ଭକ୍ଷଣେ ଦ୍ୱିଜ । (ବିଷ୍ଣୁପୁରାଣ)

 

ଅତିପାତକ ପାପାନି ମହାପାପାନି ଯାନି ଚ

ତାନି ସର୍ବାଣି ନଶ୍ୟନ୍ତି ଜଗନ୍ନାଥାନ୍ନ ଭକ୍ଷଣାତ୍ । (ଭବିଷ୍ୟପୁରାଣ)

 

ଜଗନ୍ନାଥସ୍ୟ ନୈବେଦ୍ୟ ମହାପାତକ ନାଶନଂ

ଭକ୍ଷଣାତ୍ ଫଳଂ ମାପ୍ନୋତି କପିଥାକୋଟିଦାନଜ (ବ୍ରହ୍ମବୈବର୍ତ୍ତ)

 

ଭାଗବତ ପୁରାଣ, ବିଷ୍ଣୁଧର୍ମ ପୁରାଣ, ବରାହ ପୁରାଣ, ଗରୁଡ଼ ପୁରାଣ, ବିଷ୍ଣୁ ପୁରାଣ, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ରୁଦ୍ରଯାମଳ, ବାୟୁ ପୁରାଣ ପ୍ରଭୃତିରେ ମହାପ୍ରସାଦ ମହାତ୍ମ୍ୟ ବର୍ଣ୍ଣିତ ଅଛି । ଏ ପୁରାଣମାନ ବୁଦ୍ଧଦେବଙ୍କ ଆବିର୍ଭାବର ବହୁକାଳ ପୂର୍ବରୁ ରଚିତ । ଯେଉଁମାନେ କହନ୍ତି ଯେ ବୁଦ୍ଧଦେବଙ୍କ ଆବିର୍ଭାବ ପରେ ଜଗନ୍ନାଥଙ୍କ ପ୍ରତିଷ୍ଠା ଏବଂ ମହାପ୍ରସାଦର ବ୍ୟବହାର, ଏହା ସତ୍ୟ ନୁହେଁ । କେହି କହନ୍ତି ଜଗନ୍ନାଥ ସୁଭଦ୍ରା ବଳରାମ ମୂର୍ତ୍ତିତ୍ରୟ ବୌଦ୍ଧଧର୍ମାନୁସାରେ ଗଠିତ । ବୌଦ୍ଧଧର୍ମ ହିନ୍ଦୁଧର୍ମଠାରୁ ପୃଥକ୍ ନୁହେଁ । ଏହା ହିନ୍ଦୁଧର୍ମର ଏକ ଶାଖା । ବୌଦ୍ଧଧର୍ମ ଉପନିଷଦର ଅନ୍ତର୍ଭୁକ୍ତ । ରଥ ବ୍ୟବହାର ବୌଦ୍ଧଧର୍ମ ପ୍ରଚାରର ବହୁକାଳ ପୂର୍ବେ ଭାରତରେ ଜଣାଥିଲା । ବୈଦିକ ଯୁଗରେ ଶ୍ରୀକୃଷ୍ଣ ପ୍ରଭୃତି ରଥଦ୍ୱାରା ଯାତାୟତ କରୁଥିଲେ । ମୂର୍ତ୍ତିମାନ ବେଦାନୁମୋଦିତ । ଓଁକାର ଯନ୍ତ୍ରାନୁରୂପ ମୂର୍ତ୍ତିତ୍ରୟ ଗଠିତ ହୋଇଛନ୍ତି । ଉତ୍ତରମୀମାଂସା ଓ ପୂର୍ବମୀମାଂସାର ମତ ଏଠାରେ ସାମଞ୍ଜସ୍ୟ କରାଯାଇଅଛି । ଓଁକାର ବିରାଟ ମୂର୍ତ୍ତି ପରିଚାୟକ ସୁତରାଂ କରଚରଣବିହୀନ । ଓଁକାର ତ୍ରିଗୁଣାତ୍ମକ ବୋଲି ତ୍ରିମୂର୍ତ୍ତିର ସୃଷ୍ଟି; ସତ୍ତ୍ୱ, ରଜ, ତମ ଅବା ପରାମାତ୍ମା ଆତ୍ମା ମାୟାର ପରିଚାୟକ । ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ କର୍ମକାଣ୍ଡ ଓ ଜ୍ଞାନକାଣ୍ଡାତ୍ମକ ନବଭକ୍ତିରେ ଏହି ମୂର୍ତ୍ତି ସ୍ଥାପନ କରାଇଥିଲେ । ଏହି ହେତୁ ଆଗାମୀ ଯୁଗର ବ୍ୟକ୍ତି, ପୌରାଣିକ ଯୁଗର ଲୋକ ଏବଂ ଶଙ୍କର ପ୍ରଭୃତି ପରଯୁଗର ଭକ୍ତମାନେ ସମଭାବରେ ଆଦର କରନ୍ତି । ସକଳ ସମ୍ପ୍ରଦାୟର ଭକ୍ତମାନେ ଏ ମୂର୍ତ୍ତିମାନଙ୍କୁ ଦେଖି ଆପଣା ଆପଣା ଇଷ୍ଟଦେବତାଙ୍କୁ ଦେଖିପାରନ୍ତି । ଦାରୁବ୍ରହ୍ମ ମୂର୍ତ୍ତି ସମ୍ବନ୍ଧେ ଅନେକ ପ୍ରାଚୀନ ପ୍ରମାଣ ଅଛି –

 

ଆଦୌ ଯଦ୍ଦାରୁ ପ୍ଳବତେ ସିନ୍ଧୋମଧ୍ୟେ ଅପୁରୁଷମ୍‌

ତଦା ଲଭସ୍ୱ ଦୁର୍ଦୂନୋ ତେନ ଯାହି ପରଂ ସ୍ଥଳଂ ।

ଅର୍ଥେବ ତଥେ ବାର୍ଥଃ ମଧ୍ୟେ ତୀରେ । (ଅଥର୍ବବେଦ)

 

ସମୁଦ୍ରସ୍ୟୋତ୍ତରେ ତୀରେ ଆସ୍ତେ ଶ୍ରୀ ପୁରୁଷୋତ୍ତମେ ।

ପୂର୍ଣ୍ଣାନନ୍ଦମୟଂ ବ୍ରହ୍ମ ଦାରୁବ୍ୟାଜ ଶରୀରଭୃତ୍ । (ବ୍ରହ୍ମପୁରାଣ)

 

ତୈତ୍ତରୀୟ ଶ୍ରୁତି, ବୃହତ୍ ବିଷ୍ଣୁ ପୁରାଣ, ଶ୍ରୀ ଭାଗବତ, ବ୍ରହ୍ମବୈବର୍ତ୍ତ ସ୍କନ୍ଦ ପୁରାଣ, ଗରୁଡ଼ ପୁରାଣ, ନୃସିଂହ ପୁରାଣ, ବାୟୁ ପୁରାଣ, ବିଷ୍ଣୁ ଯାମଳ, ବ୍ରହ୍ମ ଯାମଳା, ଉତ୍କଳ ପ୍ରଭୃତି ପ୍ରାଚୀନ ପୁରାଣମାନେ ଦାରୁବ୍ରହ୍ମମୂର୍ତ୍ତି ଜଗନ୍ନାଥ, ପୁରୁଷୋତ୍ତମ କ୍ଷେତ୍ର ପ୍ରଭୃତି କଥା ବିଶେଷଭାବରେ ଉଲ୍ଲେଖ କରିଅଛନ୍ତି । ଓଁକାର ମୂର୍ତ୍ତି ସମ୍ବନ୍ଧେ ଉତ୍କଳଖଣ୍ଡରେ ଲେଖା ଅଛି –

 

ଇତି ସ୍ତୁତ୍ୱା ସୁରେଶାନାଂ ଦେବଂ ପ୍ରଣବରୂପିଣଂ

ପ୍ରଣତଃ ପ୍ରଣବଂ ମନ୍ତ୍ରଂ ଜଜାପ ପୁରତୋ ହରେ ।

 

ପ୍ରଣବରୂପମିତି ବିଶେଷେଣ ଭଗବତଃ

ଦାରୁବ୍ରହ୍ମଣଃ ଓଁକାରକାରତ୍ୱଂ ସୂଚ୍ୟତେ ।

 

ବ୍ରହ୍ମରୁଦ୍ରାଦି ଦେବାନାମୀଶ୍ୱରୋଽୟଂ ଜଗତ୍‌ପତିଃ

ସର୍ବଷୋମଧି ରାଜତ୍ୱେ୍ୱ ତସ୍ମା ଦେଶ ବିରାଜତେ ।

 

ସ୍କନ୍ଦପୁରାଣ ଓ ନୀଳାଦ୍ରୀ ମହୋଦୟରେ ପୂର୍ଣ୍ଣମାତ୍ରାରେ ବର୍ଣ୍ଣିତ ଅଛି –

 

ସର୍ବବେଦେଷୁ ମନ୍ତ୍ରେଷୁ ନାୟକୋ ଯଃ ପରିଷ୍କୃତଃ

ପ୍ରଣବ ପ୍ରଣତାନାଂ ତୁ ଭବାର୍ଣ୍ଣବ ବିଦାରଣଃ ।

 

ତ୍ରିମାତ୍ରଶ୍ଚାର୍ଦ୍ଧମାତ୍ରାଶ୍ଚ ବିନ୍ଦୁନାଦ ସମନ୍ୱିତଃ

ମହାପଦ୍ମସ୍ୟ ମଧ୍ୟେ ତୁ କର୍ଣ୍ଣିକା ରୂପତାଂ ଗତାଃ ।

 

ଅକାରଂ ପ୍ରଥମ ମାତ୍ରା କର୍ଣ୍ଣିକୋପରି ସଂସ୍ଥିତା

ଉକାର ମଧ୍ୟଦେଶେ ତୁ ମକାର ମୂଳଦେଶତଃ ।

 

ଅର୍ଦ୍ଧମାତ୍ରା ତୁ ଯା ପ୍ରୋକ୍ତା ତୁଭ୍ୟଂ ପ୍ରଣବ କର୍ଣ୍ଣିକ

ଯତ୍ର ସର୍ବଶ୍ୱରୋ ନିତ୍ୟଂ ଭାବି ନୀଳାଚଳେ ମୁଦା ।

 

ମହାଭାରତଠାରୁ ଆରମ୍ଭ କରି ସର୍ବଶେଷ ପୁରାଣ ଭାଗବତ ପର୍ଯ୍ୟନ୍ତ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ କୀର୍ତ୍ତିତ ହୋଇ ଆସିଛି । ପୁରାଣତନ୍ତ୍ର ପ୍ରାଦେଶିକ ସ୍ମୃତିଶାସ୍ତ୍ରମାନଙ୍କରେ ପୁରୁଷୋତ୍ତମ ମାହାତ୍ମ୍ୟ କୀର୍ତ୍ତିତ । ସମଗ୍ର ହିନ୍ଦୁଜାତିର ପବିତ୍ର ଶ୍ରେଷ୍ଠତମ ଧର୍ମକ୍ଷେତ୍ର ଏହି ପୁରୁଷୋତ୍ତମ କ୍ଷେତ୍ର ଆଜିପର୍ଯ୍ୟନ୍ତ ନିଜର ମାହାତ୍ମ୍ୟ ରକ୍ଷା କରିପାରିବାରେ ସମର୍ଥ ହୋଇଛି । ଇନ୍ଦ୍ରଦ୍ୟୁମ୍ନ ସରୋବର ଜଗନ୍ନାଥ ମନ୍ଦିରର ସମସାମୟିକ । ମହାଭାରତରେ ଉତ୍କଳ ଓ ଇନ୍ଦ୍ରଦ୍ରୁମ୍ନ ନାମ ଦେଖାଯାଏ । ସୁତରାଂ ବ୍ୟାସ ଓ ମହାଭାରତ ବୌଦ୍ଧଯୁଗର ପରବର୍ତ୍ତୀ ଥିବାରୁ ଜଗନ୍ନାଥ ମନ୍ଦିର ବୁଦ୍ଧଦେବଙ୍କ ଜନ୍ମର ବହୁ ଶତାବ୍ଦୀ ପୂର୍ବରେ ଥିବା ବିଷୟରେ କିଛି ସନ୍ଦେହ ହୋଇ ନ ପାରେ ।

 

ରଥଯାତ୍ରା ପୁରୀରେ ହିନ୍ଦୁମାନଙ୍କର ଗୋଟିଏ ଜାତୀୟ ଅନୁଷ୍ଠାନ । ଉତ୍କଳୀୟମାନେ ବଡ଼ ପ୍ରଶସ୍ତ ହୃଦୟର ସହିତ ରଥଯାତ୍ରା ସୃଷ୍ଟି କରିଥିଲେ । ରଥଦଉଡ଼ି ଟାଣିବା ଲାଗି ସମସ୍ତଙ୍କର ଅଧିକାର ଅଛି । ଜାତି ଧର୍ମ ନିର୍ବିଶେଷରେ ଲୋକେ ମହା ପ୍ରେମ ଆନନ୍ଦରେ ରଥଦଉଡ଼ି ଟାଣନ୍ତି । ଏତେବେଳେ ଆଚଣ୍ଡାଳ ବ୍ରାହ୍ମଣର ସମାନ ଅଧିକାର । ରଥଯାତ୍ରା ନାମ ପତିତପାବନ ଯାତ୍ରା । ଏହିଠାରେ ଏକତାମନ୍ତ୍ର ସାଧନ କରିବାର ସୁବିଧା ସୁଯୋଗ ଅଛି । ଜାତୀୟ ଆନ୍ଦୋଳନରେ ଲୋକେ ଏହିପରି ଏକ ମନ ଏକ ଧ୍ୟାନରେ ଏକ ପ୍ରାଣରେ ଏକ ଭାବରେ ଅଣ୍ଟା ଭିଡ଼ିଲେ କାର୍ଯ୍ୟ ହେବ । ରଥଯାତ୍ରା ଉପଲକ୍ଷରେ ଭାରତର ସବୁ ପ୍ରଦେଶରୁ ଲୋକେ ଆସି ଏକତ୍ରିତ ହୁଅନ୍ତି । ବୈଦେଶିକମାନେ ମଧ୍ୟ ଏ ବ୍ୟାପାର ମଧ୍ୟରେ କ’ଣ ଅଛି ବୋଲି ଅନୁସନ୍ଧାନ କରିବାକୁ ଆସନ୍ତି । ଭାରତର ସିଦ୍ଧ ସାଧକମାନେ ଏହିଠାକୁ ଆସି ଆପଣା ପିପାସା ମେଣ୍ଟାନ୍ତି । କବୀର, ସାଲବେଗ ଯାବନିକ ସାଧୁମାନେ ଜଗନ୍ନାଥଙ୍କ ଗୁଣକୀର୍ତ୍ତନରେ ଆପଣା ସ୍ୱର ମିଳାଇଦେଇ ଆପଣା ଜୀବନକୁ ସାର୍ଥକ ମନେ କରିଛନ୍ତି ।

 

ନୀଳାଚଳ ଅତି ପ୍ରାଚୀନ କାଳରୁ ଥିଲା । ନୀଳମାଧବ ମୂର୍ତ୍ତି ଏଠାରେ ପୂଜା ପାଉଥିଲେ । ଇନ୍ଦଦୁମ୍ନ ମହାରାଜା ଦେଉଳ ତୋଳାଇ ଦାରୁବ୍ରହ୍ମ ମୂର୍ତ୍ତି କରାଇ ଦେଉଳରେ ବିଜେ କରାଇଥିଲେ । ଗୁଣ୍ଡିଚା ମନ୍ଦିରରେ ମୂର୍ତ୍ତି ନିର୍ମିତ ହୋଇଥିଲା । ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀଙ୍କ ନାମ ଗୁଣ୍ଡିଚା ଥିଲା । ଗୁଣ୍ଡିଚା ମନ୍ଦିରରେ ମୂର୍ତ୍ତି ନିର୍ମିତ ହୋଇଥିଲା ବୋଲି ଏହାକୁ ଜନକପୁର ବୋଲି କହନ୍ତି । ବର୍ଷକେ ଥରେ ଜଗନ୍ନାଥ ମୂର୍ତ୍ତି ପ୍ରଭୃତି ତିନିମୂର୍ତ୍ତି ରଥରେ ବସି ସେହି ଜନକପୁରକୁ ଯାଇ ସେଠାରେ ସାତଦିନ ରହି ପୁଣି ଫେରିଆସନ୍ତି । ଏହି ଯାତ୍ରା ରଥଯାତ୍ରା ବା ଗୁଣ୍ଡିଚାଯାତ୍ରା । ରାଣୀ ଗୁଣ୍ଡିଚା ଏହି ଯାତ୍ରା କରାଇଥିବାରୁ ଏ ଯାତ୍ରା ନାମ ଗୁଣ୍ଡିଚାଯାତ୍ରା । ମନ୍ଦିର ଇନ୍ଦ୍ରଦ୍ୟୁମ୍ନଙ୍କ ଅମଳରେ ନିର୍ମିତ ହୋଇଥିଲା । ସେ ଦେଉଳ ଅନେକଥର ଜୀର୍ଣ୍ଣ ସଂସ୍କାର ହୋଇଛି । ବର୍ତ୍ତମାନ ଦେଉଳ ରାଜା ଅନଙ୍ଗଭୀମଙ୍କ ଅମଳରେ ହୋଇଥିଲା । ଅନଙ୍ଗଭୀମ କହିଥିଲେ, ‘ଓଡ଼ିଶାର ରାଜା ଜଗନ୍ନାଥ, ମୁଁ ନୁହେଁ ।’ ରାଜା କପିଳେନ୍ଦ୍ର ଦେବ ମଧ୍ୟ ଏହି ବିଶ୍ୱାସରେ କାର୍ଯ୍ୟ କରୁଥିଲେ । ସେ ମୁକ୍ତି ଚିନ୍ତାମଣି ନାମକ ଗ୍ରନ୍ଥ ରଚନା କରିଥିଲେ । କାଞ୍ଚି ଯୁଦ୍ଧରେ ସ୍ୱୟଂ ଜଗନ୍ନାଥ ଅସ୍ତ୍ରଧାରଣ କରି ଯୁଦ୍ଧକୁ ଯାଇଥିଲେ ଏବଂ ମାଣିକପାଟଣାଠାରେ ମାଣିକ ଗୋପାଳୁଣୀଠାରେ ମୁଦି ବନ୍ଧାଦେଇ ଦହି ଖାଇଥିଲେ । ଜଗମୋହନରେ ଏ ସ୍ମୃତି ଅଦ୍ୟାବଧି ବିଦ୍ୟମାନ ଅଛି ।

 

ପୁରୁଷୋତ୍ତମ ଶଙ୍ଖକ୍ଷେତ୍ର । କ୍ଷେତ୍ରର ଆକୃତି ଶଙ୍ଖ ସଦୃଶ । ପୁରୀର ଉତ୍ତରରେ ପଶ୍ଚିମ-ପୂର୍ବ ଦିଗରେ ଏକ ନଦୀ ପ୍ରବାହିତ । ବିଖ୍ୟାତ ଅଠରନଳା ଏହି ନଦୀ ଉପରେ ନିର୍ମିତ । ଏହି ନଦୀର ନାମ ମିଟିଆଣୀ । ଦକ୍ଷିଣ ଦିଗରେ ପୂର୍ବ-ପଶ୍ଚିମ ଦିଗରେ ବଙ୍ଗୋପସାଗର । ଦେଉଳ ଭିତରକୁ ସମୁଦ୍ର ସ୍ୱର ଶୁଣାଯାଏ ନାହିଁ । ଲକ୍ଷ୍ମୀଙ୍କର ପିତା ସମୁଦ୍ର । ଅଦ୍ୟାବଧି ଲକ୍ଷ୍ମୀ ବର୍ଷକେ ଥରେ ବାପଘରକୁ ଯାନ୍ତି । ବିମାନରେ ଲକ୍ଷ୍ମୀମୂର୍ତ୍ତି ସମୁଦ୍ରକୂଳ ଚକ୍ରତୀର୍ଥକୁ ନୀତ ହୁଅନ୍ତି । ପୁଣି ମାସକ ପରେ ପିତାଗୃହରୁ ପ୍ରତ୍ୟାବର୍ତ୍ତନ ପ୍ରଥା ଅନୁଷ୍ଠିତ ହୁଏ । ଅନେକ ଭାର ଆସି ଲକ୍ଷ୍ମୀଙ୍କ ମୋହନରେ ଜମା ହୁଏ । ଏହି ମାସକ ପହିଲିଭୋଗ ହୁଏ । ପୁରୀର ଉତ୍ତର-ପୂର୍ବ କୋଣରେ ଇନ୍ଦ୍ରଦ୍ୟୁମ୍ନ ତୀର୍ଥ । ଏଠାରେ ନୀଳକଣ୍ଠ ମହାଦେବ ଅଛନ୍ତି । ଏ ମହାଦେବ ଶଙ୍ଖକ୍ଷେତ୍ରର ଅଗ୍ରଭାବରେ ଅବସ୍ଥିତ । ବଡ଼ଦେଉଳ ଶଙ୍ଖର ନାଭିଦେଶରେ ଅବସ୍ଥିତ । ବାଙ୍କିମୁହାଣ ନିକଟରେ ଚକ୍ରତୀର୍ଥ । ମନ୍ଦିରଠାରୁ ପ୍ରାୟ ଏକକ୍ରୋଶ ଦୂରରେ ଅବସ୍ଥିତ । ଏଠାରେ ବିଷ୍ଣୁଙ୍କର ଚକ୍ର ପଡ଼ିଥିବାର ପ୍ରବାଦ ଅଛି । ଏଠାରେ ଚକ୍ରନାରାୟଣ ମୂର୍ତ୍ତି ଅଛନ୍ତି । ଯାତ୍ରୀମାନେ ଏଠାରେ ପିଣ୍ଡ ସଂକଳ୍ପ କରନ୍ତି । ପୁରୀରେ ପାଞ୍ଚଗୋଟି ପ୍ରଧାନ ତୀର୍ଥ ଅଛି- ମାର୍କଣ୍ଡ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ସମୁଦ୍ର, ଇନ୍ଦ୍ରଦ୍ୟୁମ୍ନ-। ଏ ତୀର୍ଥମାନଙ୍କରେ ସ୍ନାନ କଲେ ପୁନର୍ଜ୍ଜନ୍ମ ହୁଏ ନାହିଁ ବୋଲି ଶାସ୍ତ୍ର କହୁଛି । ସ୍ୱର୍ଗଦ୍ୱାର-ସ୍ୱର୍ଗକୁ ସମାନ ସେହି ସ୍ଥାନ । ସ୍ୱରଗ ଦ୍ୱାର ତହୁଁ ନାମ (ଦାରୁବ୍ରହ୍ମ) । କାନପରା ହନୁମାନ- ଏ କାନପାରି ସମୁଦ୍ର ଗର୍ଜନ ଶୁଣୁଛନ୍ତି । ସମୁଦ୍ର ଯେପରି ନ ଉଛୁଳେ ତହିଁପ୍ରତି ଦୃଷ୍ଟି ଦେଇଛନ୍ତି । ଅଗସ୍ତ୍ୟମୁନି- ସମୁଦ୍ର ଅଗ୍ରସର ହେଲେ ଏ ସମୁଦ୍ରକୁ ଚଳୁ କରି ଦେବେ । ଶ୍ୱେତଗଙ୍ଗା-ଏଠାରେ ଶ୍ୱେତମାଧବ, ମତ୍ସମାଧବ ଓ ନବଗ୍ରହ ମୂର୍ତ୍ତି ଅଛନ୍ତି । ତ୍ରେତାଯୁଗରେ ଶ୍ୱେତ ନାମକ ରାଜା ଥିଲେ । ସେ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ । ସେ ବହୁ ତପସ୍ୟା କରିଥିଲେ । ତେଣୁ ତାଙ୍କ ନାମାନୁସାରେ ଏ ପୁଷ୍କରିଣୀର ନାମ ଶ୍ୱେତଗଙ୍ଗା । ମାର୍କଣ୍ଡ- ମାର୍କଣ୍ଡ ମୁନିଙ୍କ ନାମାନୁସାରେ ପୁଷ୍କରିଣୀର ନାମ ରହିଛି-। ମାର୍କଣ୍ଡମୁନି ଏଠାରେ ତପସ୍ୟା କରି ଶିବଙ୍କୁ ଆରାଧନା କରିଥିଲେ ଏବଂ ତାଙ୍କ କୃପାରୁ ମୃତ୍ୟୁକୁ ଜିଣିଥିଲେ । ଏଠାରେ ମାର୍କଣ୍ଡେଶ୍ୱର ମହାଦେବ, ମୃତ୍ୟୁଞ୍ଜୟ ଲିଙ୍ଗ, ପଞ୍ଚପାଣ୍ଡବ ଓ କାଳିୟଦମନ ପ୍ରଭୃତି ମୂର୍ତ୍ତି ଅଛନ୍ତି ।

 

ନରେନ୍ଦ୍ର- ଏଠାରେ ଚନ୍ଦନଯାତ୍ରା ହୁଏ । ଜଗନ୍ନାଥବଲ୍ଲଭ- ଏଠାରେ ଦୟଣାଚୋରୀ ଓ ବେଣ୍ଟଯାତ୍ରା ହୁଏ । ଇନ୍ଦ୍ରଦ୍ୟୁମ୍ନ-ସର୍ବଶ୍ରେଷ୍ଠ ତୀର୍ଥ । ଇନ୍ଦ୍ରଦ୍ୟୁମ୍ନଙ୍କ ଅଶ୍ୱମେଧ ଯଜ୍ଞବେଳେ ଗୋଦାନ ଉପଲକ୍ଷରେ ଯେଉଁ ଗୋରୁମାନ ଅଣା ଯାଇଥିଲେ ସେମାନେ ଏଠାରେ ଥିଲେ । ସେମାନଙ୍କ ଖୁରାଦ୍ୱାରା ଗର୍ତ୍ତ ହୋଇଥିଲା । ଦାନଜଳ ଓ ଗୋମୂତ୍ରରେ ପୂର୍ଣ୍ଣ ହୋଇ ଏଠାରେ ପୁଷ୍କରିଣୀ ହେଲା । ଏଠାରେ ଅନେକ କୂର୍ମ ଅଛନ୍ତି । ପ୍ରବାଦ ଅଛି ଯେଉଁ ଲୋକ ବଡ଼ଦେଉଳକୁ ପଥର ବୋହୁଥିଲେ ସେମାନେ କୂର୍ମ ପାଲଟି ଏଠାରେ ଅଛନ୍ତି ।

 

ଲୋକନାଥ- ମନ୍ଦିରଠାରୁ ଏକମାଇଲ୍ ଦୂର । ଏ ଅନାଦି ଶିବଲିଙ୍ଗ । ପାଣି ଭିତରେ ବୁଡ଼ି ରହିଛନ୍ତି । ବର୍ଷକେ ଏଠାରେ ଦୁଇଟି ମେଳା ହୁଏ । ସରନ୍ତି ସୋମବାର ବୈଶାଖ ମାସ ଓ ଶିବରାତ୍ରି ଦିନ ଏଠାରେ ସେହି ମେଳା ହୁଏ । ଲୋକନାଥ ମନ୍ଦିର ନିକଟରେ ପାର୍ବତୀ ମନ୍ଦିର ।

 

ଯମେଶ୍ୱର- ମନ୍ଦିରଠାରୁ ପାଏ ଦୂରରେ । ଏ ମହାଦେବଙ୍କୁ ଦର୍ଶନ କଲେ ଯମଭୟ ଦୂର ହୁଏ ଏବଂ କୋଟିଲିଙ୍ଗ ଦର୍ଶନର ଫଳ ମିଳେ ।

 

ଅଲାବୁକେଶ୍ୱର- ଏ ମହାଦେବ ଦର୍ଶନରେ ଅପୁତ୍ରିକ ପୁତ୍ର ଲାଭ କରେ ।

 

କପାଳମୋଚନ- ଏହାଙ୍କ ଦର୍ଶନରେ ବ୍ରହ୍ମହତ୍ୟା ପାପ ଦୂର ହୁଏ ।

 

ମଣିକର୍ଣ୍ଣିକା- ଏକ ତୀର୍ଥ । ଅଲାରନାଥ- ପୁରୀଠାରୁ ୪ କ୍ରୋଶ ଦୂରରେ ।

 

ସିଦ୍ଧବକୁଳ- ଏକ ପୀଠ ସ୍ଥାନ ।

 

ତୋଟା ଗୋପୀନାଥ- ଏହାଙ୍କୁ କ୍ଷୀରଚୋରା ଗୋପୀନାଥ କହନ୍ତି ।

 

ପୁରୁଷୋତ୍ତମ ମଠ- ମଠର ପ୍ରକୃତ ଅର୍ଥ ଛାତ୍ରାବାସ । ମନ୍ତୋଜ ବସନ୍ତି ଛାତ୍ରାଦୟୋଽତ୍ର ମଠଃ ଅର୍ଥାତ୍ ଛାତ୍ରାଦିନିଳୟଃ । ମଠ ଗୋଟିଏ ପବିତ୍ର ସ୍ଥାନ । ଏଠାରେ ଛାତ୍ରମାନେ ଶାସ୍ତ୍ରାଧ୍ୟୟନ କରନ୍ତି ଏବଂ ଧର୍ମଶିକ୍ଷା ଲାଭକରନ୍ତି । ନିରାଶ୍ରୟ, ନିଃସ୍ୱ ଏବଂ ନିଃସହାୟ ଶିଷ୍ୟଛାତ୍ରମାନଙ୍କର ମଠ ଗୋଟିଏ ଆଶ୍ରୟ ସ୍ଥଳ । ଏଠାରେ ସେମାନଙ୍କ ଲାଗି ପାନଭୋଜନର ବ୍ୟବସ୍ଥା ଅଛି । ଶ୍ରୀକ୍ଷେତ୍ରକୁ ଯୁଗେ ଯୁଗେ ସିଦ୍ଧ, ସାଧକ, ଯୋଗୀ, ସନ୍ୟାସୀ, ପଣ୍ଡିତ, ବିଦ୍ୱାନମାନେ ଆସି ଆପଣା ସାଧନାରେ ନିମଗ୍ନ ହୁଅନ୍ତି, ଜ୍ଞାନପିପାସୁମାନେ କ୍ରମେ ଆସି ସେମାନଙ୍କ ନିକଟରେ ଉପସ୍ଥିତ ହୁଅନ୍ତି । ସେମାନଙ୍କ ଜ୍ଞାନ, ଧର୍ମପ୍ରଚାର ପ୍ରଭୃତିରେ ମୁଗ୍‌ଧ ହୋଇ ତଦାନୀନ୍ତନ ରାଜା, ମହାରାଜା, ବଦାନ୍ୟ ଜନମାନେ ଦାନ ଖଇରାତ ଉଦ୍ଦେଶ୍ୟରେ ପ୍ରତ୍ୟେକ ମଠ ଲାଗି ଅନେକ ଜମିବାଡ଼ି ଲାଖରାଜରେ ଖଞ୍ଜି ଦେଇଥିଲେ । ଖଞ୍ଜାବୃତ୍ତି ବୃଦ୍ଧି ହୋଇ କ୍ରମେ ମଠମାନ ସ୍ୱଚ୍ଛଳ ଅବସ୍ଥାକୁ ଆସିଲା । ମଠପ୍ରତିଷ୍ଠାତାଙ୍କ ପୂର୍ବଜ୍ଞାନ, ଯଶ, ଗୌରବରେ ବର୍ତ୍ତମାନ ମଠାଧୀଶମାନେ ଗୌରବାନ୍ୱିତ । ସେମାନଙ୍କ ବାସନା ଆଜିଯାଏ ଲୋପ ପାଇନାହିଁ । ମାତ୍ର କବି ରାଧାନାଥ କହିଛନ୍ତି- ‘ପୂର୍ବପୁରୁଷଙ୍କ ପ୍ରତିଷ୍ଠା ବିଶାଳ । ବିକିଭାଙ୍ଗି ଖାଉଥିବ କେତେକାଳ ।’ ପୁରୀରେ ବିଭିନ୍ନ ସମ୍ପ୍ରଦାୟର ମଠ ଅଛି । ଜଗନ୍ନାଥଙ୍କ ସେବା, ଧର୍ମଚର୍ଚ୍ଚା, ଧର୍ମପ୍ରଚାର ମହନ୍ତମାନଙ୍କର ପ୍ରଥମ କର୍ତ୍ତବ୍ୟ । ମଠସମ୍ପତ୍ତିର ଆୟ ମହାପ୍ରଭୁଙ୍କଠାରେ ଭୋଗ ଲାଗିହୋଇ ଦାନ ଖଏରାତ ହେବ । ଛାତ୍ରମାନଙ୍କ ପାନଭୋଜନ ଖର୍ଚ୍ଚରେ ଖର୍ଚ୍ଚ ହେବ । ମଠ ସମ୍ପତ୍ତି ମହନ୍ତମାନଙ୍କ ଭୋଗବିଳାସ ଲାଗି ନୁହେଁ । ଜଗନ୍ନାଥ ପ୍ରଭୁଙ୍କ ଭୋଗ ନାମ ଅମୃତମଣୋହି । ତେଣୁ ସମ୍ପତ୍ତିର ସ୍ୱତ୍ୱବର୍ଣ୍ଣନା ସ୍ଥଳେ ଅମୃତମଣୋହି ବୋଲି ଲେଖାଅଛି । ଅମୃତମଣୋହି ବୋଇଲେ ଜଗନ୍ନାଥଙ୍କ ସମ୍ପତ୍ତି । ମଠାଧୀଶମାନେ ସମ୍ପତ୍ତିର ମାରଫତଦାର ମାତ୍ର; ସେମାନଙ୍କର ନିଜର କୌଣସି ସମ୍ପତ୍ତି ନାହିଁ । ସେମାନେ ବିକ୍ରି ଖରିଦ୍ ପ୍ରଭୃତି ହସ୍ତାନ୍ତର କରିପାରିବେ ନାହିଁ । ଚିରସ୍ଥାୟୀ ପଟ୍ଟା ଦେଇପାରିବେ ନାହିଁ । ଅପବ୍ୟୟ କଲେ ଗାଦିରୁ ଉଠିଯାଇ ପାରିବେ । ଜଗନ୍ନାଥଙ୍କର ଯେକୌଣସି ସେବକ ଉପାସକ ଉକ୍ତ ସମ୍ପତ୍ତିରକ୍ଷା ଲାଗି ସେମାନଙ୍କ ନାମେ ମକଦ୍ଦମା କରିପାରିବ, ସେମାନଙ୍କଠାରୁ ହିସାବ ଚାହିଁପାରିବ । କେତେ ଗୋଟି ମଠର ନାମ ନିମ୍ନରେ ଦିଆଗଲା ।

 

ବିଦୁର ମଠ- ଏଠାରେ ଶାକାନ୍ନ ଖଏରାତ ହୁଏ ।

 

ନାନକପନ୍ଥୀ- ଏଠାରେ ଶିଖ ଅତିଥିମାନେ ରହନ୍ତି । ଶ୍ମଶ୍ରୁଧାରୀ ଗୁରୁ ନାନକ ଦେଉଳରେ ପ୍ରବେଶ କରିବାକୁ ଯିବାବେଳେ ସେବକମାନେ ତାଙ୍କୁ ଯବନ ଭ୍ରମରେ ତଡ଼ିଦେଲେ । ସେ ଅପମାନିତ ହୋଇ ଫେରିଯାଇ ଏହି ସ୍ଥାନରେ ବସି ଜଗନ୍ନାଥଙ୍କୁ ଧ୍ୟାନ କଲେ । ଏଠାରେ ଦେଢ଼ଶୂର ଭାଇବୋହୂ ନାମରେ ଏକ କୂପ ଅଛି ।

 

କବୀରପନ୍ଥୀ ମଠ- ଏଠାରେ କବୀରଙ୍କ ପାଦୁକା ଓ ଜପାମାଳ ଅଛି ।

 

ଶଙ୍କର ମଠ- ଏ ମଠ ପ୍ରଥମେ ମନ୍ଦିରର ଯେଉଁ ଅଂଶରେ ଭୋଗମଣ୍ଡପ ଅଛି ସେଠାରେ ଥିଲା । ଏ ମଠର ସ୍ୱାମୀମାନେ ମନ୍ଦିରର ପରିଚ୍ଛା ଥିଲେ । ରାମାନୁଜ ମତ ପ୍ରବଳ ହେବାରୁ ଏ ମଠ ଏଠାରୁ ସ୍ଥାନାନ୍ତରିତ ହେଲା । ଋକ୍‌ବେଦ ପ୍ରଚାର ଲାଗି ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠ ନାମକ ମଠ ସ୍ଥାପନ କରିଥିଲେ । ଏହାର ଅପର ନାମ ବାଲିମଠ ।

 

ରାଧାକାନ୍ତ ମଠ- ଏ ସ୍ଥାନ ପ୍ରଥମେ କାଶୀମିଶ୍ରାଳୟ ଥିଲା । ଏଠାରେ ଶ୍ରୀଚୈତନ୍ୟ ବାସ କରିଥିଲେ । ଯେଉଁ ଗମ୍ଭୀରାରେ ସେ ଜପ କରୁଥିଲେ ଏହି ମଠରେ, ସେଠାରେ କନ୍ଥା, କାଷ୍ଠପାଦୁକା, କମଣ୍ଡଳୁ ଅଦ୍ୟାବଧି ରକ୍ଷିତ ହୋଇଅଛି । ରାଜା ପ୍ରତାପରୁଦ୍ରଦେବଙ୍କ ସମୟରେ ଏ ମଠ ସ୍ଥାପିତ ହୋଇଥିଲା । ଏ ମଠ ଅଧୀନରେ ଗଞ୍ଜାମ ଜିଲ୍ଲାରେ ୮ ଗୋଟି, ପୁରୀ ଜିଲ୍ଲାରେ ୪ଗୋଟି ଏବଂ ବୃନ୍ଦାବନରେ ତିନିଗୋଟି ମଠ ଅଛି । ଏଠାରେ ରାଧାକାନ୍ତ ମୂର୍ତ୍ତି ଅଛନ୍ତି । ବଡ଼ ଲାବଣ୍ୟ ମୂର୍ତ୍ତି ।

 

ଗଙ୍ଗାମାତା ମଠ- ଏଠାରେ ବାସୁଦେବ ସାର୍ବଭୌମଙ୍କ ପ୍ରତିମୂର୍ତ୍ତି ଅଛି । ଶ୍ରୀଚୈତନ୍ୟ ଏଠାରେ ଭାଗବତ ଶ୍ରବଣ କରୁଥିଲେ ।

 

ରାଜଗୋପାଳ ବା ଏମାର ମଠ ।

 

ଦଣିଣପାର୍ଶ୍ୱ ବା ମଣିରାମଦାସ ମଠ- ଏହାକୁ ରଘୁ ଅରକ୍ଷିତ ମଠ କହନ୍ତି ।

 

ଉତ୍ତରପାର୍ଶ୍ୱ ମଠ ।

 

ଓଡ଼ିଆ ମଠ ସାନ ଓ ବଡ଼- ଜଗନ୍ନାଥ ଦାସ ଏଠାରେ ଥିଲେ ।

 

ବଡ଼ସନ୍ଥ ମଠ,

ସାନସନ୍ଥ ମଠ,

ତ୍ରିମାଳୀ ମଠ,

ପଞ୍ଜାବୀ ମଠ,

ଚିକିଟୀ ମଠ,

ପଣ୍ଡିତ ମଠ,

ରାଘବଦାସ ମଠ,

ରାଧାବଲ୍ଲଭୀ ମଠ,

ଜଗନ୍ନାଥବଲ୍ଲଭ ମଠ,

ବଡ଼ଛତା ମଠ,

ସାନଛତା ମଠ,

କାପେଡ଼ିଆ ମଠ,

ପାପୁଡ଼ିଆ ମଠ,

ହରିଦାସ ମଠ,

ହାତୀ ଆଖଡ଼ା,

ବାଘ ଆଖଡ଼ା,

ବଡ଼ ଆଖଡ଼ା,

ରାମଜୀ ମଠ,

ନିମ ଆଖଡ଼ା ମଠ,

ଘୁମୁସର ମଠ,

କେନ୍ଦୁଝରୀ ମଠ ଇତ୍ୟାଦି ଅନେକ ମଠ ଅଛି । ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଦିଗ ମଠରେ ପରିପୂର୍ଣ୍ଣ ।

 

ପ୍ରାଚୀନ ଉତ୍କଳର ଭକ୍ତବୃନ୍ଦ- ଜଗନ୍ନାଥୀ ମାଧବଦାସ, ଅର୍ଜ୍ଜୁନ ମିଶ୍ର, ସାଧନା, ଲାଖାଜୀ, ଅଙ୍ଗନ, କରମାବାଈ, ବନ୍ଧୁଭୋଇ, ବାଲିଙ୍ଗା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ତଳିଛ ମହାପାତ୍ର, ମଣିଦାସ, ରଘୁ ଅରକ୍ଷିତ, ଅନନ୍ତ, ଅଚ୍ୟୁତାନନ୍ଦ ଏପରି ଅନେକ ଭକ୍ତ ଥିଲେ ।

 

ଜଗନ୍ନାଥଦେବଙ୍କ ବେଶ- ଜଗନ୍ନାଥଦେବଙ୍କୁ ସିଂହାରୀ ପୁଷ୍ପପାଳକ ସେବକମାନେ ନାନା ବେଶରେ ଭୂଷିତ କରିଥାନ୍ତି । ପୌରାଣିକ ଘଟଣା ଅବଲମ୍ବନରେ ବେଶ ହୁଏ । ଜଗନ୍ନାଥଦେବଙ୍କ ବିଜୟ ପ୍ରତିମା ମଦନମୋହନ ଚନ୍ଦନଯାତ୍ରା ସମୟରେ ଅନେକ ପ୍ରକାର ବେଶ ହୁଅନ୍ତି । ଏ ସମସ୍ତ ବେଶ ପୌରାଣିକ ଘଟଣା ଅବଲମ୍ବନରେ କରାଯାଏ । ରାଜବେଶ, ଗଜୋଦ୍ଧାରଣ, ପ୍ରଳମ୍ବାସୁର ବଧ, ବକାସୁର ବଧ, କାଳୀୟଦଳନ, ନଟବର ବେଶ, ମଦନ ରଥ ପ୍ରଭୃତି ନାନାପ୍ରକାର ବେଶ ହୁଏ । ଏଥିରେ ମଧ୍ୟ ଅନେକ କଳାକୁଶଳତା ଥାଏ । ଭଗବାନଙ୍କ ମନ୍ଦିର ନିର୍ମାଣ, ଯାନିଯାତ୍ରା, ଭୋଗରାଗ, ବେଶଭୂଷାରେ ଜୀବନବ୍ୟାପୀ ଅର୍ଜିତ ଧନ ବ୍ୟୟ କରିବା ପାଇଁ ଓଡ଼ିଆ ମୁକ୍ତହସ୍ତ । ଆପଣା ଘର ପର୍ଣ୍ଣକୁଟୀର ହେଉ, ଆପଣା ବେଶଭୂଷା, ଖାଦ୍ୟପେୟରେ ରୋଟା ମୋଟା ନୀତି ଅବଲମ୍ବନ କରି ଓଡ଼ିଆ ଭଗବାନଙ୍କ ଆରାଧନାରେ ଅକୁଣ୍ଠିତ ଭାବରେ ବ୍ୟୟ କରେ । ଏଥିର ନିଦର୍ଶନ କୋଣାର୍କ ଦେଉଳ, ଭୁବନେଶ୍ୱର ଦେଉଳ, ପୁରୀର ବଡ଼ଦେଉଳ । ଏ ତିନିଗୋଟି ବଡ଼ ଦେଉଳ ବ୍ୟତୀତ ଅନ୍ୟାନ୍ୟ ଅନେକ ସ୍ଥାନରେ ଅସଂଖ୍ୟ ଦେଉଳ । ଅମୃତମଣୋହି ଦେବୋତ୍ତର ସମ୍ପତ୍ତିର ପରିମାଣ ଏଥିର ନିଦର୍ଶନ ।

 

ନୀଳଶୈଳ ନିକଟେ ନିକେତନଂ ନନ୍ଦନନ୍ଦନ ପଦାବ୍‌ଜସେବନଂ

ଭୁକ୍ତଶେଷ କବଳେ ହରେଃ ସ୍ପୃହା ସମ୍ଭବତୁ ମମ ଜନ୍ମଜନ୍ମନି ।

 

ଏହି ଭାବରେ ପ୍ରଣୋଦିତ ହୋଇ ଓଡ଼ିଆମାନେ ଜୀବନଯାପନ କରୁଥିଲେ । ପୁରୀକ୍ଷେତ୍ର ସଦା ଶାନ୍ତିମୟ ସ୍ଥାନ । ଏଠାରେ ବାୟୁ ମଧ୍ୟ ଶାନ୍ତିପ୍ରଦ । ସ୍ଥାନଟି ସମୁଦ୍ରକୂଳରେ ଅବସ୍ଥିତ । କେହି କେହି ଏ ସ୍ଥାନକୁ ଅତି ପ୍ରାଚୀନ କାଳରେ ଶବରଦ୍ୱୀପ ବୋଲି କହୁଥିଲେ । ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ପରେ ଏ ସ୍ଥାନରେ ଥିବା ଶିଆଳିଲତା ତଳେ ବିଶ୍ରାମ କରିଥିଲେ । ଜାରାଶବର ଏ ସ୍ଥାନରେ ଶ୍ରୀକୃଷ୍ଣଙ୍କୁ ଶରବିଦ୍ଧ କରିଥିଲା । ଏ ସ୍ଥାନରେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ର୍ରାଣପ୍ରୟାଣ ହୋଇଥିଲା । ଶ୍ରୀକୃଷ୍ଣଙ୍କ ପ୍ରିୟସଖା ଅର୍ଜୁନଙ୍କଠାରୁ କଳା ହରଣ କରି ଏହି ସ୍ଥାନରେ ସ୍ୱର୍ଗାରୋହଣ କରିଥିଲେ । ଅର୍ଜୁନ ଏହି ସ୍ଥାନରେ ଶ୍ରୀକୃଷ୍ଣଙ୍କ ଶବଦାହ କରିଥିଲେ । ନାଭିପ୍ରଦେଶ ଅର୍ଦ୍ଧଦଗ୍ଧ ରହିବାରୁ ସେ ଅଂଶ ସମୁଦ୍ରରେ ନିକ୍ଷେପ ହୋଇଥିଲା । ସେହି ଅଂଶ ଚକ୍ରତୀର୍ଥରେ ଲାଗିବାରୁ ସ୍ୱପ୍ନାଦେଶ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ସେହି ଦାରୁ ଅଣାଇ ଜଗନ୍ନାଥ ପ୍ରଭୃତି ମୂର୍ତ୍ତି ନିର୍ମାଣ କରାଇ ପୂଜା କରିଥିଲେ । ଏହି ପ୍ରାଚୀନ କିମ୍ବଦନ୍ତୀ । ଏହା ହେତୁରୁ ପୁରୀର ପବିତ୍ରତା ଅନାଦିସିଦ୍ଧ ।

 

ମାଦଳାପାଞ୍ଜି- ଏ ପାଞ୍ଜି ବହୁକାଳରୁ ରକ୍ଷିତ ହୋଇ ଆସୁଛି । ଏଥିରେ ଦେଉଳର ତଥା ଓଡ଼ିଶାର ପ୍ରଧାନ ପ୍ରଧାନ ଘଟଣାମାନ ଉଲ୍ଲେଖ ଥାଏ । ମର୍ଦ୍ଧଳାକାରରେ ପାଞ୍ଜି ବନ୍ଧା ହୋଇ ରହେ, ତେଣୁ ଏହାର ନାମ ମାଦଳାପାଞ୍ଜି । ପ୍ରତ୍ନତତ୍ତ୍ୱବିତ୍ ପଣ୍ଡିତମାନେ ଏହି ପାଞ୍ଜିରୁ ଅନେକ ସମ୍ବାଦ ନେଇ ନାନାପ୍ରକାର ଆଲୋଚନା କରିଥାନ୍ତି । ମାଦଳାପାଞ୍ଜିରେ ଅନେକଗୁଡ଼ିଏ ସାମଗ୍ରୀ ଅଛି । ଦୁଃଖର ବିଷୟ ଉକ୍ତ ପାଞ୍ଜି କାଳକ୍ରମେ ନାନା କାରଣରୁ ବିଶୃଙ୍ଖଳ ହୋଇଯାଇଛି । ମାଦଳାପାଞ୍ଜିରୁ କେତେଗୋଟି ପ୍ରଧାନ ଘଟଣା ଦୃଷ୍ଟାନ୍ତ ସ୍ୱରୂପ ନିମ୍ନରେ ଦେଲୁଁ । ମାଦଳାପାଞ୍ଜିର ଭାଷାରେ ଲେଖାଗଲା ।

 

୧ । ବୀରକିଶୋର ଦେବଙ୍କ ୫୩ ଅଙ୍କରେ ଗଉଡ଼ ନିଯୋଗ ଭିଆଣ ।

 

୨ । ରାମଚନ୍ଦ୍ର ଦେବଙ୍କ ୧୩ ଅଙ୍କରେ ପରମେଶ୍ୱର ଶ୍ରୀ ଜଗନ୍ନାଥ ମହାପ୍ରଭୁ କୋଦଳା ଆଠଗଡ଼ ମେରଦାରୁ ବାହୁଡ଼ାବିଜେ କରି ପୁରୀକି ଆସିଥିଲେ ।

 

୩ । ଦିବ୍ୟସିଂହ ଦେବଙ୍କ ୨ ଅଙ୍କରେ ପାରଳା ବଡ଼ଖେମଣ୍ଡି ଅନଙ୍ଗଭୀମଦେବ ପାଲିଙ୍କି ଛତି ଓଗେର ନେଇ ପ୍ରଭୁଙ୍କ ଦର୍ଶନ କରିଥିଲେ । ଏହି ବର୍ଷ ଖଣ୍ଡାଏତ ବଡ଼ଖେମଣ୍ଡି ନାରାୟଣ ଦେବଙ୍କ ଦର୍ଶନ ।

 

୪ । ଦିବ୍ୟସିଂହ ଦେବଙ୍କ ୩ ଅଙ୍କରେ ପଟିଆ ହରିଚନ୍ଦନ ମହାପାତ୍ର ଖଣ୍ଡାଏତ ଦର୍ଶନ, ଘୁମୁସର ଭଞ୍ଜଙ୍କ ଦର୍ଶନ, ଛାମୁଚିଟାଉ, ଶାଢ଼ୀବନ୍ଧା ।

 

୫ । ମୁକୁନ୍ଦଦେବଙ୍କ ୫ ଅଙ୍କରେ ଆଠଗଡ଼ ବୃନ୍ଦାବନ ହରିଚନ୍ଦନଙ୍କ ଶାଢ଼ୀବନ୍ଧା, ଦର୍ଶନ, ଶୋଧ । ୨୭ ଅଙ୍କ ମହୁରୀ ନରେନ୍ଦ୍ରଙ୍କ ଦର୍ଶନ । ୪୧ ଅଙ୍କ କୋଦଳା ଆଠଗଡ଼ କିଲ୍ଲା ଖଲ୍ଲିକୋଟ ଖଣ୍ଡାୟତଙ୍କ ଦର୍ଶନ ।

 

୬ । ବୀରକିଶୋର ଦେବଙ୍କ ୪୪ ଅଙ୍କ ଖଣ୍ଡପଡ଼ା ମର୍ଦ୍ଦରାଜ ଭ୍ରମରବର ରାଏଙ୍କ ଶାଢ଼ୀବନ୍ଧା ଓ ଦର୍ଶନ । ୪୨ ଅଙ୍କ ସମ୍ବଲପୁର ରାଜା ଅଭୟ ସିଂହଙ୍କ ଦର୍ଶନ ।

 

୭ । ରାମଚନ୍ଦ୍ର ଦେବଙ୍କ ୪୪ ଅଙ୍କ ମଞ୍ଜୁସା ଚମ୍ପତି ରାଜାମଣି ଦେଓଙ୍କ ଦର୍ଶନ ।

 

୮ । ବୀରକିଶୋର ଦେବଙ୍କ ୩ ଅଙ୍କରେ ଶ୍ରୀରାମଦାସ ମଠ ମହନ୍ତ ଚତୁର୍ଭୁଜ ଦାସଙ୍କ ଚେଲା ହୟଗ୍ରୀବ ଦାସଙ୍କ ଉପନୟନ ଉସୁମାନି ତାରାବାଣ ଦେଉଳ ରୋଷଘରେ ପଡ଼ିଲା, ଘର ପୋଡ଼ିଗଲା ।

 

୯ । ତୁଳସୀ ବାଜପେୟୀ କୋଇଲିବୈକୁଣ୍ଠ ଜଗତୀ ନିର୍ମାଣ କରାଇଥିଲେ । ସୂର୍ଯ୍ୟବଂଶୀ କପିଳେନ୍ଦ୍ର ଦେବଙ୍କ ରାଜତ୍ୱରେ ଅଧିକ ଭୋଗ ଖଞ୍ଜା ହେଲା । ଗୁଣ୍ଡିଚାଘର ପାଖେ ନେଳିପଡ଼ା ଭାଙ୍ଗି ରାଜପଡ଼ା କରି କୁମ୍ଭାରପଡ଼ା ବସାଇଲେ । ଏ ଦୁଇ କୁମ୍ଭାରେ ମିଶି ସେବା ଖଟିଲେ । ଶଙ୍ଖପନ୍ତି, ଚକ୍ରପନ୍ତି, ପଦ୍ମପନ୍ତି, ଗଦାପନ୍ତି ଏ ଚାରିପନ୍ତିର ନାମ ଆନ ହୋଇ ବୋଲାଇଲା ଉଚିନ ପନ୍ତି, ଦଣ୍ଡ ପନ୍ତି, ଏକମୁଠିଆ ପନ୍ତି, ପାଣିବଳା ପନ୍ତି, ପାଞ୍ଚ ଆଙ୍ଗୁଳିଆ ପନ୍ତି । ପୁରୁଷୋତ୍ତମ ଦେଶରେ ସନ୍ୟାସ ୧୧, ମୁଦରସ୍ତ ୧, ପ୍ରଧାନୀ ୧, ପତି ୧, ମହାନ୍ତି ୧, କର ୧, ସାବୁତ ୧, ଖୁଣ୍ଟିଆ ୧ ଏପରି ଆଠ ଦେଶରେ କରଣ । ଗଙ୍ଗବଂଶ ପୁରୁଷୋତ୍ତମ ଦେବଙ୍କ ରାଜତ୍ୱ ପର୍ଯ୍ୟନ୍ତ ବଡ଼ଦେଉଳ ସେବକମାନଙ୍କ କସୁର ହେଲେ ଘୋଡ଼ା ଚାବୁକରେ ମାଡ଼ ହେଉଥିଲା । ଅନଙ୍ଗଭୀମଦେବଙ୍କ ସମୟରେ ଏ ପ୍ରଥା ଉଠିଯାଇ ବେତ ଭିଆଣ ହେଲା ।

 

୧୦ । ବୀରକିଶୋର ଦେବଙ୍କ ୭ ଅଙ୍କ ବଡ଼ଖେମଣ୍ଡି ଲକ୍ଷ୍ମୀ ନାରାୟଣ ଅନଙ୍ଗଭୀମଙ୍କ ଗହଣ ବିଜେ ।

୧୧ । ଦିବ୍ୟସିଂହ ଦେବଙ୍କ ୫ ଅଙ୍କ ମହନ୍ତମାନଙ୍କ ଶାଢ଼ୀବନ୍ଧା ।

୧୨ । ଦିବ୍ୟସିଂହ ଦେବଙ୍କ ୧୨ ଅଙ୍କ ଭଗବାନ ରାଏସିଂହଙ୍କ ଦର୍ଶନ ।

୧୩ । ଦିବ୍ୟସିଂହ ଦେବଙ୍କ ୯ ଅଙ୍କ ବଡ଼ମ୍ବା ଗୋପୀନାଥ ମର୍ଦ୍ଦରାଜ ଦେବଙ୍କ ଶାଢ଼ୀବନ୍ଧା ।

 

୧୪ । ମୁକୁନ୍ଦ ଦେବଙ୍କ ୧୪ ଅଙ୍କ ୧୨୧୬ ସାଲ ମୁର୍ଶିଦାବାଦ ବାହାଦୁର ସିଂହ ପ୍ରଭୁଙ୍କ ରଘୁନାଥ ବେଶ କରାଇବା । ରାମଚନ୍ଦ୍ର ଦେବଙ୍କ ୧୯ ଅଙ୍କ ୧୨୪୦ ସାଲ ରଘୁନାଥ ବେଶ । ବୀରକିଶୋର ଦେବଙ୍କ ୩ ଅଙ୍କ ରଘୁନାଥ ବେଶ । ପାରିକୁଦ ଖଣ୍ଡାଏତଙ୍କ ଦର୍ଶନ ଓ ଶାଢ଼ୀବନ୍ଧା ।

 

୧୫ । ମୁକୁନ୍ଦଦେବଙ୍କ ୧୬ ଅଙ୍କ ୧୨୯୮ ସାଲ ତିଗିରିଆ ମହାଲାଏକ ବନମାଳୀ ଚମ୍ପତିସିଂହ ମହାପାତ୍ରଙ୍କ ବଡ଼ପରିଚ୍ଛା ପଣ ଶାଢ଼ୀବନ୍ଧା । କେନ୍ଦ୍ରାପଡ଼ା ଜମିଦାର ବଳରାମ ଭ୍ରମରବରଙ୍କ ଶାଢ଼ୀବନ୍ଧା ।

 

୧୬ । ମୁକୁନ୍ଦଦେବଙ୍କ ୩ ଅଂକ ୧୨୯୦ ସାଲ ମୁକ୍ତିମଣ୍ଡପରେ ବ୍ରାହ୍ମଣ ବୈଠକ ।

୧୭ । ଦିବ୍ୟସିଂହ ଦେବଙ୍କ ୫ ଅଙ୍କ ଦେୱାନ ବାବୁ ମାଧବଲାଲ ମଠରେ ବୈଷ୍ଣବ ଜନସୁମାରି ।

୧୮ । ଦିବ୍ୟସିଂହ ଦେବଙ୍କ ୧୯ ଅଙ୍କ ଦେଉଳରୁ ପଥର ଖସିବା ।

 

୧୯ । ରାମଚନ୍ଦ୍ର ଦେବଙ୍କ ୪ ଅଙ୍କ କୁଜଙ୍ଗ ମର୍ଦ୍ଦରାଜ ଷଣ୍ଢ ନରେନ୍ଦ୍ରଙ୍କୁ ଛାମୁଚିଟାଉ । ନାନକପନ୍ଥୀ ଶାଢ଼ୀବନ୍ଧା ୧୨୬୩ ସାଲ ।

 

୨୦ । ରାମଚନ୍ଦ୍ର ଦେବଙ୍କ ୯ ଅଙ୍କ ଖୋରଧା ଯାଇ କାଗଜ ବୁଝିବା ।

 

୨୧ । ଯଯାତିକେଶରୀଙ୍କ ଅମଳରୁ ବଳଗଣ୍ଡିଠାରୁ ନଈ ଯାଇ ବାଙ୍କିମୁହାଣରେ ମିଶିଥିବାରୁ ୬ ରଥ ହେଉଥିବା ନିର୍ଣ୍ଣୟ ଚୈତ୍ର-ଗୁଣ୍ଡିଚା ବିଧି ।

 

୨୨ । ରାମଚନ୍ଦ୍ର ଦେବଙ୍କ ୧୦ ଅଙ୍କ ଅବଦୁଲ୍ ଖାଁ ଦେୱାନ ହେବା ।

 

୨୩ । ମୁକୁନ୍ଦଦେବଙ୍କ ୧୩ ଅଙ୍କ ବିମଳା ଦେଉଳେ ଶାଗୁଣା ବସିବା । ୧୯ ଅଙ୍କରେ ବିମଳାଙ୍କ ପର୍ବପୂଜାରେ ମାଟିମଣ୍ଡପସାହି ଲୋକେ ସୁଲକ୍ଷଣା ପ୍ରବନ୍ଧ ନାଟକ କରିଥିଲେ । ପ୍ରାଣନାଥ ଚକ୍ରବର୍ତ୍ତୀ ତହସିଲଦାର ଥିଲେ ।

 

୨୪ । ଦିବ୍ୟସିଂହ ଦେବଙ୍କ ୨୫ ଅଙ୍କ ସୁରଙ୍ଗୀ ନୀଳାଦ୍ରୀ ହରିଚନ୍ଦନ ଜଗଦେବଙ୍କ ପୁଅଙ୍କ ଦର୍ଶନ, ଶୋଧ । ଗଣେଶ ଚକ୍ରବର୍ତ୍ତୀ ପରିଚ୍ଛା । ବାଙ୍କି ଶ୍ରୀଚନ୍ଦନ ପରିଚ୍ଛା । କୃଷ୍ଣ ନରେନ୍ଦ୍ର ରାଏଡଗର ଥିଲେ ।

 

୨୫ । ପଦ୍ମଲାଭ ଦେବଙ୍କ ୫ ଅଙ୍କ ଦେୱାନ ଖୁସାଲି ରାମ ।

୨୬ ।      ରାମଚନ୍ଦ୍ର ଦେବଙ୍କ ୫ ଅଙ୍କ ତିଗିରିଆ ରାଜାଙ୍କ ଦର୍ଶନ ଏବଂ ଭୋଗ ପରୀକ୍ଷା ପଣ ଶାଢ଼ୀ ।

 

୨୭ । ରାମଚନ୍ଦ୍ର ଦେବଙ୍କ ୩୨ ଅଙ୍କ ୧୨୫୦ ସାଲ ଢ଼େଙ୍କାନାଳ ଖଣ୍ଡାଏତ ଦର୍ଶନ ।

୨୮ । ବଳଭଦ୍ର ଦେବଙ୍କ ୭ ଅଙ୍କ ପଟିଆ ରାଜାଙ୍କ ଶାଢ଼ୀ, ମହୁରୀ ନରେନ୍ଦ୍ରଙ୍କ ଶାଢ଼ୀ, ଢେଙ୍କାନାଳ ଶାଢ଼ୀ ।

 

୨୯ । ରାମଚନ୍ଦ୍ର ଦେବଙ୍କ ୧୦ ଅଙ୍କ କନିକା ଭଞ୍ଜ ଶାଢ଼ୀ ପାଇବା ।

୩୦ । ଦିବ୍ୟସିଂହ ଦେବଙ୍କ ୩୩ ଅଙ୍କ କେନ୍ଦୁଝର ଶାଢ଼ୀ ।

 

୩୧ । ମୁକୁନ୍ଦଦେବଙ୍କ ୨୫ ଅଙ୍କ ସମ୍ବଲପୁର ଶାଢ଼ୀ, ୯ ଅଙ୍କ ମଧୁପୁର ନରେନ୍ଦ୍ରଙ୍କ ଶାଢ଼ୀ, ୫ ଅଙ୍କ ପାରିକୁଦ ଖଣ୍ଡାଏତ ଶାଢ଼ୀ, ୩ ଅଙ୍କ ଖଲିକୋଟ ଭୂୟାଁ ଶାଢ଼ୀ ।

 

୩୨ । ରାମଚନ୍ଦ୍ର ଦେବଙ୍କ ୮ ଅଙ୍କ କୋକଲ ହରିଚନ୍ଦନଙ୍କ ଶାଢ଼ୀ ।

୩୩ । ହରେକୃଷ୍ଣ ଦେବଙ୍କ ୪ ଅଙ୍କ ବାଣପୁର ବେବର୍ତ୍ତାଙ୍କ ଶାଢ଼ୀ ।

 

୩୪ । ମୁକୁନ୍ଦଦେବଙ୍କ ୩୮ ଅଙ୍କ ଛପନନଖି ଦେୱାନ ମାନସିଂହ ଓ ସମ୍ବଲପୁର ମଧୁକର ସାଏଙ୍କ ଦର୍ଶନ ଓ ଶାଢ଼ୀ ।

 

୩୫ । ରାମଚନ୍ଦ୍ର ଦେବଙ୍କ ୮ ଅଙ୍କ ବିରୁଳି ମହାରଥୀଙ୍କ ଶାଢ଼ୀ ।

 

୩୬ । ଦିବ୍ୟସିଂହ ଦେବଙ୍କ ୨୭ ଅଙ୍କରେ ଡାଳିଯୋଡ଼ା ଖଣ୍ଡାଏତ ଶାଢ଼ୀ, ୫ ଅଙ୍କରେ ସତ୍ୟବାଦୀ ଦେଉଳ ନିର୍ମାଣ, ପଟିଆ ରାଜା ପାଗ ଉପରେ ଲଟକାଣ ଦେଇ ଦର୍ଶନ ପାଇବା ଅନୁମତି ।

୩୭ । ୧୨୭୯ ମୟୂରଭଞ୍ଜ ଓ ଦଶପଲ୍ଲା ।

 

ଛାମୁଚିଟାଉର ନମୂନା

 

ରାମଚନ୍ଦ୍ର ଦେବଙ୍କ ୧୭ ଅଙ୍କ ଧନୁ ୪ ଦିନ ଝାଡ଼ଖଣ୍ଡ ରାଜା ହରି ମହାପାତ୍ର ଝାଡ଼ଖଣ୍ଡ କରମୂଳ ପାଟଣା ଗଡ଼ର ରାଜା ହରି ବିଦ୍ୟାଧର ମହାପାତ୍ର ଯେ ଦରଶନକୁ ଆସିଅଛନ୍ତି ସେ ଆମ୍ଭ ପିତା ଦନାଇ ବିଦ୍ୟାଧର ମହାପାତ୍ରଙ୍କର ପୂର୍ବ ମହାରାଜା ଗୋବିନ୍ଦ ବିଦ୍ୟାଧର ମହାପାତ୍ରଙ୍କର ମଧ୍ୟ ଭାଇ ହୁଅନ୍ତି । ଏ ତିନିଜଣ ଯଦୁବଂଶୀ ଛତ୍ରୀ । ଏହାଙ୍କ କୁଳ ପଦ୍ଧତି ସିଂହ ଥିଲା । ଏମାନେ ପଶ୍ଚିମରୁ ଆସି ଓଡ଼ିଶାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଚରଣ ତଳେ ଆଶ୍ରା କରିବାରୁ ଶ୍ରୀମହାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଭୋଇ ପ୍ରମାଣେ ରହି ପାତ୍ରଶାଢ଼ୀ ନେଇ ବିଦ୍ୟାଧର ମହାପାତ୍ର ପଦ ଏ ଉତ୍ତାରୁ ପାଇଲେ । ତହିଁଉତ୍ତାରୁ ଗୋବିନ୍ଦ ବିଦ୍ୟାଧର ମହାପାତ୍ର ଓଡ଼ିଶା ମହାରାଜାଙ୍କ ଦକ୍ଷିଣ କଟକାଇରେ ସାହାଯ୍ୟ କଲାରୁ ତାଙ୍କୁ ଅନୁଗ୍ରହ କରି ଝାଡ଼ଖଣ୍ଡ କରମୂଳ ପାଟଣା ପ୍ରଦାନ କରି ସେହି ଝାଡ଼ଖଣ୍ଡରେ ରାଜତ୍ୱ କରିଥିଲେ । ଏହି ହରି ବିଦ୍ୟାଧର ମହାପାତ୍ରଙ୍କୁ ମୀନକେତନ ଚିହ୍ନ, କଟାରି ପଗଡ଼ି ମଧ୍ୟ ସନ୍ତକ ଦିଆଗଲା ।

 

ଶ୍ରୀ ପୁରୁଷୋତ୍ତମ ବଡ଼ଦେଉଳ ପରିଚ୍ଛାଙ୍କୁ ଛାମୁଚିଟାଉ । ଢେଙ୍କାନାଳ ଝାଡ଼ଖଣ୍ଡ ରାଜା ଲୋକାନାଥ ସିଂହ ଭ୍ରମରବର ମହାପାତ୍ର ଯେ ଦର୍ଶନକୁ ଅଇଲେ ସେ ଆମ୍ଭର ଭାଇ ହୁଅନ୍ତି । ଏହାଙ୍କୁ ସଙ୍ଖୁଳାଇ X X ମେଷ ୧୨ ଦିନ ।

 

ସିବେଲ ସାହେବଙ୍କ ମାନ୍ଦ୍ରାଜର ପୁରାତତ୍ତ୍ୱର ଅବଶେଷ ନାମକ ପୁସ୍ତକର ୩ୟ ପୃଷ୍ଠାରେ ଲେଖାଅଛି- ଆଠଗଡ଼ ଜମିଦାରୀର ପଥୁର ନାମକ ଗ୍ରାମରେ ଗୋଟିଏ ମନ୍ଦିର ଅଛି । ଉକ୍ତ ମନ୍ଦିର ୩ ଗୋଟି ବୃହତ୍ ପ୍ରସ୍ତର ସ୍ତମ୍ଭ ଉପରେ ନିର୍ମିତ । ଏହି ମନ୍ଦିରକୁ ମେରଦା କହନ୍ତି । ରାଜା ରାମଚନ୍ଦ୍ର ଦେବଙ୍କ ୨ ଅଙ୍କରେ ମୁସଲମାନ ତକି ଖାଁ ଆକ୍ରମଣ କଲେ । ସେହି ଭୟରେ ଜଗନ୍ନାଥ ଦେବ ପୁରୀରୁ ସେଠାକୁ ସ୍ଥାନାନ୍ତରିତ ହୋଇଥିଲେ । ଜଗନ୍ନାଥଙ୍କ ସ୍ଥାନାନ୍ତର ହେବାଦ୍ୱାରା ବର୍ଷକୁ ୯ ଲକ୍ଷ ଟଙ୍କା ଲୋକସାନ ହେଲା । ଯାତ୍ରୀମାନେ ପୁରୀ କି ଆସିଲେ ନାହିଁ । ଯେ ଆସିଲେ ତାଙ୍କଠାରୁ ଭେଟ ପିଣ୍ଡିକା ମିଳିଲା ନାହିଁ । ୧୭୩୪ ଖ୍ରୀଷ୍ଟାବ୍ଦରେ ତକି ଖାଁଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ମୁର୍ଶିଦକୁଲି ଖାଁ ଠାକୁରମାନଙ୍କୁ ପୁରୀ କି ଆଣିବାକୁ ପ୍ରବର୍ତ୍ତାଇ ଥିଲେ । ତଦାନୀନ୍ତନ ଆଠଗଡ଼ ରାଜା ଗୋବିନ୍ଦ ହରିଚନ୍ଦନ ଥିଲେ । ଓଡ଼ିଶା ରାଜା ତାଙ୍କର ଏ କାର୍ଯ୍ୟ ଲାଗି ତାଙ୍କୁ ଜଗଦ୍ଦେବ ପଦ ଦେଇଥିଲେ ଏବଂ ସେହିଦିନଠାରୁ ତାଙ୍କର ମହତ୍ତ୍ୱ ବୃଦ୍ଧି ହେଲା । ମେରଦା ନାମକ ଗ୍ରାମ ବସାଇ ଜଗନ୍ନାଥଙ୍କ ଭୋଗରେ ଖଞ୍ଜିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମେରଦା ପଥର ପୂଜା ପାଉଛନ୍ତି । ପରବର୍ତ୍ତୀ ରାଜା ଘୁମୁସର ରାଜାଙ୍କ ସହିତ ଯୋଗ ହୋଇ ଦିବ୍ୟସିଂହ ଦେବଙ୍କୁ ଶତ୍ରୁ ହସ୍ତରୁ ରକ୍ଷା ପାଇବା କାର୍ଯ୍ୟରେ ସାହାଯ୍ୟ କରିଥିଲେ । ତେଣୁ ‘ଶରଣପଞ୍ଜର ମାନୋଦ୍ଧାରଣ’ ପଦ ପାଇଥିଲେ । ମାଦଳାପାଞ୍ଜିରେ ମେରଦା ବିଷୟ ଉଲ୍ଲେଖ ଅଛି, ମାତ୍ର ‘ଶରଣପଞ୍ଜର’ କଥା ନାହିଁ । ମାତ୍ର ଟିକିଲିରେ ଥିବା ତାଳପତ୍ର ପୋଥିରେ ଏ ବିଷୟ ଉଲ୍ଲେଖ ଅଛି । ମୁକୁନ୍ଦଦେବଙ୍କ ୮ ଅଙ୍କରେ ସେ ଇଂରେଜମାନଙ୍କଦ୍ୱାରା କଟକରେ ପରାସ୍ତ ହୋଇ ଆଠଗଡ଼ର ବୃନ୍ଦାବନଚନ୍ଦ୍ର ହରିଚନ୍ଦନଙ୍କ ଆଶ୍ରୟରେ ଥିଲେ । ଗଜପତି ରାମଚନ୍ଦ୍ର ଦେବଙ୍କ ଆଦେଶକ୍ରମେ ଆଠଗଡ଼ର ରଘୁନାଥ ହରିଚନ୍ଦନ ସେନାପତି ହୋଇ ବାଣପୁର ରାଜ୍ୟରୁ ରାଜାଙ୍କୁ ବାହାର କରି ଦେଇଥିଲେ । ମଧୁସୂଦନ ହରିଚନ୍ଦନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ଖଲିକୋଟ ମେଳି ଭାଙ୍ଗି ମଦନଗୋପାଳ ମର୍ଦ୍ଦରାଜଙ୍କୁ ଖଲିକୋଟରେ ରାଜା କଲେ ।

 

ନିଳାଦ୍ରୀମହୋଦୟ ୨ୟ ଅଧ୍ୟାୟ

 

ପଶ୍ଚିମସ୍ୟାଂ ଦିଶି ଶ୍ରେଷ୍ଠୋ ବିନ୍ଧ୍ୟୋ ନାମ ଗିରିନୃପଃ ।

ବର୍ତ୍ତତେ ଯତ୍ର ବୈବ୍ରହ୍ମା ବିଷ୍ଣୁ ପାଦଦ୍ୱୟଂ ପୁରା ।

ସ୍ଥାପୟିତ୍ୱାର୍ଚ୍ଚୟତ୍ତସ୍ମାତ୍ପର୍ବତା ନିର୍ଗତାପ୍ୟସୌ ।

ମହାନଦୀତି ବିଖ୍ୟାତା ପୂର୍ବସାଗର ଗାମିନୀ ।

ବର୍ତ୍ତତେ ପୃଥିବୀନାଥ ଗଙ୍ଗେବ ମୁକ୍ତିଦାୟିନୀ ।

ଏତସ୍ୟାସ୍ତଟ ଭୂଦେଶେ ସ୍ଥଳଦ୍ୱୟମନୁତ୍ତମଂ ।

ପୁଣ୍ୟଂ ସର୍ବୋତ୍ତମଧ୍ୱଂ ଶଃ ସ୍ପଷ୍ଟମସ୍ତି ମହୀତଳେ ।

ଏକତ୍ର ତୁ ସୁବର୍ଣ୍ଣାଖ୍ୟଃ ଶିବୋଽପ୍ୟସ୍ତି ଗିରୌ ମହାନ୍ ।

ତଥାସ୍ତେ ମାଧବଃ ଶ୍ରୀମାନ୍ ଭକ୍ତାନୁଗ୍ରହକାରକଃ ।

ତସ୍ମାତ୍ ପୂଣ୍ୟତମା ଭୂପ ନଦୀ ଚିତ୍ରୋତ୍ପଳା ଭିଧା ।

ସ୍ନାନଂ ଯେ କୁର୍ବତେ ମର୍ତ୍ତ୍ୟା ଭକ୍ତ୍ୟାସ୍ମିନ୍ନିର୍ମଳେ ଜଳେ ।

ସପ୍ତଜନ୍ମାର୍ଜିତଂ ପାପଂ ନଶ୍ୟେତ୍ତେଷାଂ ନ ଶଂସୟଃ ।

ଗୋସହସ୍ରପ୍ରଦାନେନ ତତ୍‌ଫଳଂ ଜାୟତେ ନୃପଃ

ତତ୍‌ଫଳଂ ଚ ଲଭେତ୍ତେଷାଂ ତସ୍ୟାଃ ପୟସି ମଜ୍ଜନାତ୍ ।

ଇଦାନୀଂ ନୃପଶାର୍ଦ୍ଦୁଳ ସଂତୀର୍ଯ୍ୟ ତରସା ନଦୀମ୍ ।

ସ୍ନାନମତ୍ର ଧନାଏଷୁ ସମାପ୍ୟ ନିଜକର୍ମ ତତ୍ ।

ଚର୍ଚ୍ଚିକାଂ ତଂ ମହାବିଷ୍ଣୋଃ ଶକ୍ତିଂ ଚ ପରିଲୋକୟ ।

ସୈନ୍ୟମେତତ୍ କ୍ଷିତିପତେ ନଦୀଂ ତରୟତୁ ଦ୍ରୁତମ୍ ।

ଇତ୍ୟୁକ୍ତ୍ୱା ତଂ ପୁନଃପ୍ରାହ ବ୍ରହ୍ମପୁତ୍ରେ ମହାମୁନିଃ ।

ଶକ୍ତ୍ୟା ଗିରିତଳେ ଯାସ୍ତେଂ ହ୍ରସ୍ୱା ପଶ୍ୟ ତରଙ୍ଗିଣୀ ।

କ୍ଷେତ୍ରୋତ୍ତମେ ସମୁଦ୍ରଂ ସା ପ୍ରାପ୍ନୋତି ନୃପସତ୍ତମ ।

ଏତତ୍ସଙ୍ଗମ ଦେଶେ ଚ ଚକ୍ରତୀର୍ଥଂ ସୁପାବନମ୍ ।

ସ୍ୱାତାନାମତ୍ର ଲୋକାନାଂ ସଂସାରେ ନହି ଯାୟତେ ।

 

Unknown

ବ୍ୟବସାୟ ବାଣିଜ୍ୟ

 

ବର୍ତ୍ତମାନ ଓଡ଼ିଆମାନଙ୍କ ଦୁରବସ୍ଥା ଦେଖିଲେ କିଏ ମନେକରିବ ଯେ ଏ ଜାତି ଦିନେ ବାଣିଜ୍ୟ ବ୍ୟବସାୟ କରୁଥିଲା ? କିଏ ବିଶ୍ୱାସ କରିବ ଯେ ଏମାନେ ଅର୍ଣ୍ଣବପୋତ ସାହାଯ୍ୟରେ ଅନ୍ୟ ଦେଶକୁ ଯିବା ଆସିବା କରୁଥିଲେ ? କିଏ ବିଶ୍ୱାସ କରିବ ଯେ ଏମାନେ ଅର୍ଣ୍ଣବପୋତ ପ୍ରସ୍ତୁତ କରିବାର ପ୍ରଣାଳୀ ଜାଣିଥିଲେ ? ଏବଂ କିଏ ବିଶ୍ୱାସ କରିବ ଯେ ଏମାନେ ଅର୍ଣ୍ଣବପୋତ ନିର୍ମାଣ କରିବା ଲାଗି କି କି ସାମଗ୍ରୀ ଆବଶ୍ୟକ ହୁଏ, ତାହା ମଧ୍ୟ ଚିହ୍ନିଥିଲେ ? କିଏ ବିଶ୍ୱାସ କରିବ ଯେ ଏ ଜାତିର ପୂର୍ବପୁରୁଷମାନେ ଦିନେ ଜାଭା ଓ ବାଲିଦ୍ୱୀପକୁ ଯାଇ ବସତି ସ୍ଥାପନ କରିଥିଲେ, ବାଣିଜ୍ୟ ବ୍ୟବସାୟ କରିଥିଲେ ଏବଂ ବାଣିଜ୍ୟ ବ୍ୟବସାୟ କରି ବିଦେଶରେ ବୈଜୟନ୍ତୀ ଉଡ଼ାଇଥିଲେ ?

 

ଏକଥା ଅନ୍ୟମାନେ ଶୁଣିଲେ ଆଜି ହସରେ ଉଡ଼ାଇଦେଇ ପାରନ୍ତି, କେହି ବିଦ୍ରୂପ କରିପାରନ୍ତି, ମାତ୍ର ସତ୍ୟ ସର୍ବଦା ସତ୍ୟ ହୋଇଥିବ । ଏ ବହୁକାଳର କଥା, ସ୍ମୃତିର ଅତୀତ କଥା । ଏ ବିଷୟର ପ୍ରମାଣ ଖୋଜିଲେ ସନ୍ତୋଷଜନକ ପ୍ରମାଣ ମିଳିବା କଠିନ; ଯାହା ମିଳିବ ତାହା ଅତି ଅଳ୍ପ । ତଥାଚ ତାହାର ଅନୁସନ୍ଧାନ ଆବଶ୍ୟକ ।

 

ଆଜି ସମୁଦ୍ରଯାତ୍ରା ସମ୍ବନ୍ଧେ ଯେପରି ଘୋର ଆପତ୍ତି ଶୁଣାଯାଏ, ତହିଁରୁ ସାଧାରଣତଃ ଲୋକେ ମନେ କରିବେ ଯେ ଏ ଜାତି କେବେ ସମୁଦ୍ର ପରପାରିକୁ ଯାଇ ନ ଥିବ ! ଆଜି ବିଲାତ ପ୍ରତ୍ୟାଗତ ଲୋକମାନଙ୍କୁ ସମାଜ ଯେପରି ଘୃଣା ଚକ୍ଷୁରେ ଦେଖେ, ତହିଁରୁ ସହଜରେ ଅନୁମିତ ହେବ ଯେ ଲୋକେ ପୂର୍ବେ କେବେ ସମୁଦ୍ର ପରପାରିକୁ ଯାଇ ନ ଥିବେ । ମାତ୍ର ପୂର୍ବେ ଏପରି ନ ଥିଲା । ପୂର୍ବେ ଲୋକମାନେ ବାଣିଜ୍ୟ କରିବା ଲାଗି ସମୁଦ୍ର ପରପାରିକୁ ଯାଉଥିବାର ଯଥେଷ୍ଟ ପ୍ରମାଣ ମିଳିବ ।

 

ମାଦଳାପାଞ୍ଜିରୁ ଦେଖାଯାଏ ଯେ ଭୋଜରାଜ କାଠଦ୍ୱାରା ଜଳଯାନ ପ୍ରସ୍ତୁତ କରାଇଥିଲେ । କି ପ୍ରକାର କାଠ କି କାର୍ଯ୍ୟର ଉପଯୋଗୀ ଏକଥା ମଧ୍ୟ ତେତେବେଳେ ଲୋକମାନଙ୍କୁ ଜଣାଥିଲା । ଭୋଜରାଜ । ଜାହାଜ ପ୍ରସ୍ତୁତ କରିବାର ନିୟମାବଳୀ ଲିପିବଦ୍ଧ କରାଇ ‘ଯୁକ୍ତି କଳ୍ପତରୁ’ ନାମକ ପୁସ୍ତକ ସଂସ୍କୃତ ଭାଷାରେ ପ୍ରଣୟନ କରାଇଥିଲେ । ଏ ପୁସ୍ତକ ବିଷୟ ନେଇ ରାଧା କୁମୁଦବାବୁ ‘ଭାରତୀୟ ଅର୍ଣ୍ଣବ ପୋତ’ ନାମକ ପୁସ୍ତକ ଇଂରାଜୀ ଭାଷାରେ ଲେଖିଛନ୍ତି-। ଭୋଜରାଜା ନୌକା ନିର୍ମାଣ ସମ୍ବନ୍ଧେ ବିଶେଷ ଦକ୍ଷତା ଲାଭ କରିଥିଲେ । ତହିଁର ପ୍ରମାଣ ସ୍ୱରୂପ ନିମ୍ନରେ କେତେଗୋଟି ଶ୍ଲୋକ ଦେଲୁଁ ।

 

‘କ୍ଷତ୍ରିୟକାଷ୍ଠେର୍ଘଟିତା ଭୋଜମତେ ସୁଖସମ୍ପଦ ନୌକା

ଅନ୍ୟେ ଲଘୁଭିଃ ସୁଦୃଢ଼ୈ ବିଦଧତି ଜଳଦୁଷ୍ପଦେ ନୌକାମ୍ ।

ବିଭିନ୍ନ ଜାତିଦ୍ୱୟ କାଷ୍ଠଜାତ ନ ଶ୍ରେୟ ସେନାପି ସୁଖାୟ ନୌକା

ନୈଷାଚିରଂ ତିଷ୍ଠତି ପଚ୍ୟତେ ଚ ବିଭିଦ୍ୟତେ ସରିତି ମଜ୍ଜତେ ଚ ।

ନ ସିନ୍ଧୁଗା ଦ୍ୟାର୍ହତି ଲୌହବନ୍ଧନଂ ତଲ୍ଲେହ କାନ୍ତୈର୍ହିୟତେହିଲୌହଂ

ବିପଦ୍ୟତେ ତେନ ଜସ୍ତେଷୁ ନୌକା ଗୁଣେନ ବନ୍ଧଂ ନିଜଗାଦ ଭୋଜ ।’

 

ଆୟୁର୍ବେଦ ଶାସ୍ତ୍ରାନୁସାରେ ବୃକ୍ଷ ୪ ପ୍ରକାର, ଯଥା-

 

(୧)       ବ୍ରାହ୍ମଣ-ହାଲୁକା ଓ କୋମଳ, ଅନ୍ୟ କାଠ ସହିତ ସହଜରେ ଯୋଡ଼ାଯାଇପାରିବ ।

(୨)       କ୍ଷତ୍ରିୟ- ହାଲୁକା ଓ ଶକ୍ତ, ସହଜରେ ଯୋଡ଼ି ହେବ ନାହିଁ ।

(୩)       ବୈଶ୍ୟ- କୋମଳ ଓ ଭାରି ।

(୪)       ଶୂଦ୍ର- ଶକ୍ତ ଓ ଭାରି ।

 

ଯୁକ୍ତିକଳ୍ପତରୁ ଗ୍ରନ୍ଥରେ ଜାହାଜର ସମ୍ପୂର୍ଣ୍ଣ ବିବରଣ ଦିଆଯାଇଛି । ତହିଁର କେତେକ କଥା ନିମ୍ନରେ ଦିଆଯାଉଛି ।

ଜାହାଜ ୨ ପ୍ରକାର, ଯଥା- (୧) ସାମାନ୍ୟ ଓ (୨) ବିଶେଷ ବା ଅର୍ଣ୍ଣବପୋତ ବା ବୋଇତ ।

 

ସାମାନ୍ୟ ନୌକା ୧୦ ପ୍ରକାର ଏବଂ ତାହାର ଲମ୍ବ, ପ୍ରସାର ଓ ଗଭୀର ନିମ୍ନଲିଖିତରୂପେ ଅଟେ । ଲମ୍ବ ପ୍ରଭୃତି ହାତ ବୋଲି ବୁଝିବାକୁ ହେବ ।

 

୧ କ୍ଷୁଦ୍ର

ଲମ୍ବ ୧୬ ହାତ

ପ୍ରସାର ୪ ହାତ

ଉଚ୍ଚ ୪ ହାତ

୧ ମଧ୍ୟମ

ଲମ୍ବ ୨୪ ହାତ

ପ୍ରସାର ୧୨ ହାତ

ଉଚ୍ଚ ୮ ହାତ

୩ ଭୀମ

ଲମ୍ବ ୪୦ ହାତ

ପ୍ରସାର ୨୦ ହାତ

ଉଚ୍ଚ ୨୦ ହାତ

୪ ଚପଳ

ଲମ୍ବ ୪୮ ହାତ

ପ୍ରସାର ୨୪ ହାତ

ଉଚ୍ଚ ୨୪ ହାତ

୫ ପାଟଳ

ଲମ୍ବ ୬୪ ହାତ

ପ୍ରସାର ୩୨ ହାତ

ଉଚ୍ଚ ୩୨ ହାତ

୬ ଦୀର୍ଘ

ଲମ୍ବ ୮୮ ହାତ

ପ୍ରସାର ୩୬ ହାତ

ଉଚ୍ଚ ୩୬ ହାତ

୭ ଭୟା

ଲମ୍ବ ୭୨ ହାତ

ପ୍ରସାର ୪୪ ହାତ

ଉଚ୍ଚ ୪୪ ହାତ

୮ ପତ୍ରପୁତା

ଲମ୍ବ ୯୬ ହାତ

ପ୍ରସାର ୪୮ ହାତ

ଉଚ୍ଚ ୪୮ ହାତ

୯ ଗର୍ଭରା

ଲମ୍ବ ୧୧୨ ହାତ

ପ୍ରସାର ୫୬ ହାତ

ଉଚ୍ଚ ୫୬ ହାତ

୧୦ ମନ୍ଥରା

ଲମ୍ବ ୧୨୦ ହାତ

ପ୍ରସାର ୬୦ ହାତ

ଉଚ୍ଚ ୬୦ ହାତ

 

ଏଥିମଧ୍ୟରୁ ଭୀମ, ଭୟା ଓ ଗର୍ଭରାମାନେ ମନ୍ଦଫଳ ପ୍ରଦାୟକ ।

 

୨ୟ ପ୍ରକାର ଅର୍ଥାତ୍ ‘ବିଶେଷ’ ଶ୍ରେଣୀୟ ନୌକାମାନେ ଅର୍ଣ୍ଣବପୋତ ଅର୍ଥାତ୍ ସମୁଦ୍ରଯାତ୍ରା ଉପଯୋଗୀ । ଏ ଶ୍ରେଣୀୟ ବୋଇତ ମଧ୍ୟ ୨ ପ୍ରକାର । ଯଥା- (୧) ଦୀର୍ଘା (୨) ଉନ୍ନତା । ଏ ପ୍ରତ୍ୟେକଟି ମଧ୍ୟରେ ନାନାପ୍ରକାର ଅଛି ।

C:\Users\USER-10\Desktop\010.jpg

(ଖ) ଉନ୍ନତା-

 

୧ ଊର୍ଦ୍ଧ୍ୱା

ଲମ୍ବ ୩୨ ହାତ

ପ୍ରସାର ୧୬ ହାତ

ଉଚ୍ଚ ୧୬ ହାତ

୨ ଅନୁର୍ଦ୍ଧ୍ୱା

୪୮

୨୪

୨୪

୩ ସୁବର୍ଣ୍ଣମୁଖୀ

୬୪

୩୨

୩୨

୪ ଗର୍ଭିଣୀ

୮୦

୪୦

୩୦

୫ ମନ୍ଥରା

୯୬

୪୮

୪୮

 

ଏମାନଙ୍କ ମଧ୍ୟରୁ ୨, ୪, ୫ ପ୍ରକାର ଅଶୁଭପ୍ରଦ, ଅନ୍ୟମାନେ ଶୁଭପ୍ରଦ ।

 

ଜାହାଜମାନଙ୍କୁ ସଜାଇବା ଏବଂ ନାନାପ୍ରକାର ଜିନିଷ ଦେଇ ଯାତ୍ରୀମାନଙ୍କ ସୁଖ ସ୍ୱଚ୍ଛନ୍ଦତା ବୃଦ୍ଧି କରିବାର ବିଧାନ ଥିଲା । ସଜାଇବା ଲାଗି ଚାରିପ୍ରକାର ଧାତୁ ବ୍ୟବହୃତ ହେଉଥିଲା, ଯଥା- ସୁନା, ରୂପା, ତମ୍ବା ଓ ଏ ତିନି ଧାତୁର ମିଶ୍ରିତ ଧାତୁ । ଚାରିପ୍ରକାର ରଙ୍ଗ ଦିଆ ଯାଉଥିଲା- (୧) ଚାରି ମାସ୍ତୁଲ ବିଶିଷ୍ଟ ଜାହାଜ ଶ୍ୱେତବର୍ଣ୍ଣ, (୨) ତିନି ମାସ୍ତୁଲବିଶିଷ୍ଟ ଜାହାଜ ରକ୍ତବର୍ଣ୍ଣ । (୩) ଦୁଇ ମାସ୍ତୁଲ ବିଶିଷ୍ଟ ଜାହାଜ ପୀତବର୍ଣ୍ଣ । (୪) ଏକ ମାସ୍ତୁଲ ବିଶିଷ୍ଟ ଜାହାଜ ନୀଳବର୍ଣ୍ଣ । ଜାହାଜ ମୁହଁ ନାନାପ୍ରକାର ଆକୃତିବିଶିଷ୍ଟ ହେଉଥିଲା ।

 

କେଶରୀ ମହିଷୋ ନାଗୋ ଦ୍ୱିରଦୋ ବ୍ୟାଘ୍ର ଏବ ଚ

ପକ୍ଷୀ ଭେକୋ ମନୁଷ୍ୟଶ୍ଚ ଏତେଷାଂ ବବନାଷ୍ଟକଂ ।

ନାନା ମୁଖେ ପରିନ୍ୟସ୍ୟ ଆଦିତ୍ୟାଦି ଦଶଭୂଜାମ୍‌

ନୌକାସୁ ମଣିବିନ୍ୟାସୋ ବିଶେଷୋ ନବଦନ୍ଦବତ୍‌

ମୁକ୍ତାସ୍ତବକୈର୍ଯୁକ୍ତା ନୌକା ସ୍ୟାତ୍ ସର୍ବତୋ ଭଦ୍ରା ।

 

ଏ ଜାହାଜମାନଙ୍କରେ (କାବିନ୍‌) କୋଠରୀମାନ ଥିଲା । ଏ ଅନୁସାରେ ଜାହାଜ ୩ ପ୍ରକାର, ଯଥା- (୧) ସର୍ବ ମନ୍ଦିରା, (୨) ମଧ୍ୟ ମନ୍ଦିରା, (୩) ଅଗ୍ର ମନ୍ଦିରା । ସର୍ବମନ୍ଦିରା ଜାହାଜରେ ରାଜକୋଷ, ଅଶ୍ୱ ଓ ସ୍ତ୍ରୀମାନେ ଯାତାୟତ କରୁଥିଲେ ଏବଂ ମଧ୍ୟମନ୍ଦିରା ଜାହାଜରେ ରାଜାମାନେ ବିଶେଷତଃ ବର୍ଷାକାଳରେ ଖୁସିରେ ଯାତାୟତ କରୁଥିଲେ ଏବଂ ଅଗ୍ରମନ୍ଦିରା ଜାହାଜରେ ଗ୍ରୀଷ୍ମ ଓ ଶୀତ ସମୟରେ ଯାତାୟତ ହେଉଥିଲା ଏବଂ ଯୁଦ୍ଧରେ ବ୍ୟବହୃତ ହେଉଥିଲା ।

 

ଭାରତରେ ସମୁଦ୍ରଯାତ୍ରା ଓ ଅର୍ଣ୍ଣବପୋତର ବ୍ୟବହାର ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଥିବା ବିଷୟ ମହାଭାରତ, ରାମାୟଣ ପ୍ରଭୃତିରୁ ଜଣାଯାଏ । ରାଜର୍ଷି ତୂଗ୍ର ତାଙ୍କ ପୁତ୍ର ଭୂଯ୍ୟୁଙ୍କୁ ସୁଦୂର ସମୁଦ୍ର ପରପାରସ୍ଥ ଦ୍ୱୀପକୁ ଶତ୍ରୁମାନଙ୍କ ବିରୁଦ୍ଧରେ ଜାହାଜଦ୍ୱାରା ପଠାଇଥିଲେ; ମାତ୍ର ଜାହାଜ ବୁଡ଼ିଯିବାରୁ ସେମାନେ ପାଣିରେ ବୁଡ଼ି ଯାଇଥିଲେ । କିନ୍ତୁ ଅଶ୍ୱିନୀକୁମାରଦ୍ୱୟ ସେମାନଙ୍କୁ ଉଦ୍ଧାର କଲେ । ପାଣ୍ଡବମାନେ ବିଦୁର ପ୍ରଦତ୍ତ ଜାହାଜଦ୍ୱାରା କୌରବମାନଙ୍କ ଅତ୍ୟାଚରରୁ ରକ୍ଷା ପାଇବା ଲାଗି ପଳାୟନ କରିଥିଲେ । ରାମାୟଣରେ ମଧ୍ୟ ଉଲ୍ଲେଖ ଅଛି ଯେ ଶତ ଶତ କୈବର୍ତ୍ତ ଯୁବକ ୫୦୦ ଜାହାଜ ନେଇ ଶତ୍ରୁର ପଥ ଅବରୋଧ କରିଥିଲେ ।

 

ତତଃ ପ୍ରବାସିତୋ ବିଦ୍ୱନ୍ ବିଦୁରେଣ ନରସ୍ରଦା

ପାର୍ଥାନଂ ଦର୍ଶୟାମାସ ମନୋମାରୁତ ଗାମୀନୀଂ ।

 

ସର୍ବବାତସହାଂ ନାବଂ ଯନ୍ତ୍ରଯୁକ୍ତାଂ ପତାକିନୀଂ

ଶିବେ ଭାଗୀରଥୀ ତୀରେ ନରୈର୍ବିଶ୍ରମ୍ଭିଭିଃ କୃତାଂ ।

(ମହାଭାରତ- ଆଦି)

 

ରାଧାକୁମୁଦ ବାବୁ ବହୁ ଶ୍ରମସ୍ୱୀକାର କରି ଭାରତର ଲୁପ୍ତ ଗୌରବ ଉଦ୍ଧାର କରିଥିବା ହେତୁ ସେ ଆମ୍ଭମାନଙ୍କର ଧନ୍ୟବାଦାର୍ହ ହୋଇଛନ୍ତି । ପଲ୍ଲୀ ସାହିତ୍ୟ, ରାଜାବଲ୍ୟା, ଜନକ, ଜାତକ, ବାଳହସ ଜାତକ, ସମୁଦ୍ରବାଣିଜ୍ୟ ଜାତକ, ଶଙ୍ଖ ଜାତକ, ଦତ୍ତ ଧାତୁବଂଶ ପ୍ରଭୃତି ବୌଦ୍ଧଗ୍ରନ୍ଥମାନଙ୍କରେ ଜାହାଜ ବିଷୟ ଉଲ୍ଲେଖ ଥିବାର ସେ ମହାଶୟ ପ୍ରଦର୍ଶନ କରିଛନ୍ତି । ଦନ୍ତକୁମାର ଓ ତାଙ୍କ ସ୍ତ୍ରୀ ତାମ୍ରଲିପ୍ତଠାରେ ପ୍ରବେଶ ହୋଇ ଦେଖିଲେ ଯେ ଗୋଟିଏ ଜାହାଜ ସିଂହଳଦ୍ୱୀପକୁ ଯାତ୍ରା କରୁଛି ଏବଂ ସେମାନେ ସେଥିରେ ଯାତ୍ରା କଲେ ।

 

ପୂର୍ବେ କହିଅଛୁଁ ଯେ କର୍ଣ୍ଣାଟଦେଶ ସମୟରେ ପ୍ରାଚୀନ ଉତ୍କଳର ଏକାଂଶ ଥିଲା ଏବଂ ଉତ୍କଳ ରାଜା କର୍ଣ୍ଣାଟେଶ୍ୱର ଥିଲେ । କର୍ଣ୍ଣାଟରୁ ବୋଇତିଆଳମାନେ ଦେଶ ବିଦେଶକୁ ଯାଇ ବାଣିଜ୍ୟ କରୁଥିଲେ । ଓଡ଼ିଆମାନେ ସିଂହଳକୁ ଯାତାୟତ କରୁଥିଲେ । ପ୍ରାଚୀନ ଉତ୍କଳ ସାହିତ୍ୟରୁ ଏହାର ପରିଚୟ ମିଳେ । ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ ପୁସ୍ତକ କାହାରିକୁ ଅବିଦିତ ନାହିଁ । ସେଥିରେ ଲେଖାଅଛି –

 

ଏହି କାଳେ ଜଣାଇଲା ବେତ୍ରକର,

ଆସି ବୋଇତିଆଳେକ ଅଛି ଦ୍ୱାର ।

 

ବୋଲେ ସିଂହଳଦ୍ୱୀପୁଁ ଆସିଛି ମୁହିଁ,

ଇଚ୍ଛା ମୋର ଯୁବରାଜ ଭେଟ ପାଇଁ ।

 

ବୋଇତିଆଳମାନେ ବିଦେଶକୁ ଯାଇ ବହୁ ଧନରତ୍ନ ଆୟ କରି ଆଣୁଥିଲେ ଏବଂ ରାଜପୁରୁଷମାନଙ୍କୁ ଭେଟି ପ୍ରଦାନ କରୁଥିଲେ ।

ଶିରେ କର ଦେଇ ଭେଟି ଏତେ ଦ୍ରବ୍ୟ

ଦେଲା ପ୍ରମୋଦ ଚିତ୍ତରେ ସେ ସାଧବ ।

 

ମେଷଚକ୍ଷୁ ନୀଳା, ବ୍ରହ୍ମଜାତି ହୀରା

ତାର ମୁକୁତା କୁଟୁଟଡ଼ିମ୍ବ ପରା

 

ଅଛି ସୁମାଣିକ୍ୟ ପଦ୍ମରାଗ ଜାତି

ଅଷ୍ଟବକ୍ରୟ ପ୍ରବାଳ ହିଁ ପନ୍ତି ପନ୍ତି ।

 

ଚନ୍ଦ୍ରକାନ୍ତି ପାଷାଣ ନୀଳେନ୍ଦ୍ର ମଣି

ଲକ୍ଷ୍ମୀନାରାୟଣ ଶିଳା ନୋହେ ଗଣି । ଇତ୍ୟାଦି

(ସପ୍ତମ ଛାନ୍ଦ)

 

ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ଅନ୍ତତଃ ଉପେନ୍ଦ୍ରଭଞ୍ଜଙ୍କ ସମୟ ପର୍ଯ୍ୟନ୍ତ ବହିର୍ବାଣିଜ୍ୟ ଚଳୁଥିଲା ଏବଂ ଲୋକେ ଅର୍ଣ୍ଣବପୋତଦ୍ୱାରା ସମୁଦ୍ର ମଧ୍ୟରେ ଯାତାୟାତ କରୁଥିଲେ ।

 

ଉତ୍କଳର ପ୍ରାଚୀନ ଶିଳ୍ପଭାସ୍କର କାର୍ଯ୍ୟରେ ବୋଇତର ପରିଚୟ ମିଳେ ।

 

ଜଗନ୍ନାଥ ଦେଉଳରେ ଜାହାଜର ଚିତ୍ର ଖୋଦିତ ଅଛି । ଏ ଗୋଟିଏ ମଧ୍ୟ ମନ୍ଦିର । ଜଳଯାନ ଥିବାର ରାଧାକୁମୁଦ ବାବୁ ଅନୁମାନ କରନ୍ତି ।

 

ଭୁବନେଶ୍ୱରର ବୋଇତାଳ ଦେଉଳ ବିଷୟ ଏଠାରେ ଉଲ୍ଲେଖଯୋଗ୍ୟ । ଏ ଦେଉଳ ଗୋଟିଏ ପ୍ରାଚୀନ ଦେଉଳ ଏବଂ ଏହାର ଛାତ ବୋଇତ ପରି । ପୁରୀ ମାର୍କଣ୍ଡ ଦେଉଳ ନିକଟରେ ଆଉ ଗୋଟିଏ ଦେଉଳ ଅଛି, ତାହାର ଛାତ ମଧ୍ୟ ଏହିପରି ।

 

ବୋଇତ ଶବ୍ଦ ଉତ୍କଳରେ ନୂତନ ନୁହେଁ । ବୋଇତ କଥା, ସାଧବ ଘର କଥା ଉତ୍କଳର ପ୍ରତ୍ୟେକ ଗୃହର ସ୍ତ୍ରୀଲୋକମାନଙ୍କୁ ଜଣାଥିଲା । ବୃଦ୍ଧା ସ୍ତ୍ରୀଲୋକମାନେ ପିଲାମାନଙ୍କ ଆଗରେ ଏ ସମ୍ବନ୍ଧୀୟ ଅନେକ ସୁନ୍ଦର ଗଳ୍ପ କହୁଥିଲେ । ପୁରୁଷଲୋକମାନେ ବୋଇତରେ ଗଲେ ସ୍ତ୍ରୀଲୋକମାନେ ନାନାପ୍ରକାର ବସ୍ତ୍ର ଆୟଅଳଙ୍କାର ବିଦେଶରୁ ଆଣିବାଲାଗି ଫରମାସ ଦେଉଥିଲେ-। ବୋଇତ ଶୁଭରେ ଦେଶକୁ ଫେରି ଆସିଲେ ସ୍ତ୍ରୀମାନେ ବୋଇତ ବନ୍ଦାଇ ଯାଉଥିଲେ । ଯେଉଁମାନେ ବୋଇତରେ ଯାଇ ବିଦେଶରେ କାରବାର କରୁଥିଲେ, ସେମାନଙ୍କୁ ‘ସାଧବ’ ବୋଲି କୁହାଯାଉଥିଲା । ଏ ସମସ୍ତ କଥା ପ୍ରତ୍ୟେକ ଘରେ ଜଣାଥିଲା ଏବଂ ପ୍ରାତ୍ୟାହ୍ନିକ ଗଳ୍ପ ଥିଲା ।

 

ପୁରୀଜିଲ୍ଲାର କାକଟପୁର ନିକଟବର୍ତ୍ତୀ ଦେଉଳୀ ମଠ ନିକଟରେ ‘ବୋଇତ କୁଦ’ ନାମରେ ଗୋଟିଏ ଉଚ୍ଚ ବାଲିସ୍ତୁପ ଅଛି । ସମ୍ଭବତଃ ପ୍ରାଚୀନ କାଳରେ ଏଠାରେ ବୋଇତ ଆସି ରହୁଥିଲା । ଓଡ଼ିଶା ଉପକୂଳରେ ଅନେକ ବନ୍ଦର ଥିଲା । ତମଲୁକଠାରୁ ଆରମ୍ଭ କରି ଚିଲିକା ପର୍ଯ୍ୟନ୍ତ ଅନେକ ବନ୍ଦର ଥିଲା । ସୁବର୍ଣ୍ଣରେଖା, ନରେଖା, ସାରଗୋ, ଛଳୁୟ, ବାଲେଶ୍ୱର, ଲୋଇଚନପୁର, ଚୁଡ଼ାମନ, ଧାମରା ପ୍ରଭୃତି ଓଡ଼ିଶା ଉପକୂଳରେ ପ୍ରଧାନ ବନ୍ଦର ଥିଲା । ସୁବର୍ଣ୍ଣରେଖା ବନ୍ଦର ନଈମୁହଁରୁ ୧୨ ମାଇଲ ଦୂରରେ ଅବସ୍ଥିତ ଏବଂ ଏହା ଗୋଟିଏ ପ୍ରଧାନ ବନ୍ଦର । ଚିଲିକା ନିକଟରେ ଦୀପ ଆଡ଼ିଆ ପାହାଡ଼ ଅଛି । ଏହା ଉପରେ ଗୋଟିଏ ପ୍ରକାଣ୍ଡ ଦୀପ ପଥର ଉପରେ ଖୋଳା ଯାଇଛି । ଏଠାରେ ଦୀପ ଲାଗିଲେ ସମୁଦ୍ରରେ ଯାଉଥିବା ଆସୁଥିବା ଜାହାଜକୁ ରାତ୍ରରେ ଦେଖା ଯାଉଥିଲା ।

 

ବାଲେଶ୍ୱର ପିପିଲି ଗୋଟିଏ ପ୍ରଧାନ ବନ୍ଦର ଥିଲା । ଯେତେବେଳେ ଓଡ଼ିଶାର ଭଲ ଦିନ ଥିଲା, ତେତେବେଳେ ଜାହାଜସବୁ ସମୁଦ୍ରଠାରୁ ବନ୍ଦର ମଧ୍ୟକୁ ଆସୁଥିଲା । ପୋର୍ତ୍ତୁଗିଜର ଲୋକମାନେ ଏହି ସ୍ଥାନରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ ଏବଂ ଇଂରେଜମାନେ ପ୍ରଥମେ ୧୭୩୪ ଖ୍ରୀଷ୍ଟାବ୍ଦରେ ଏହିଠାରେ ଏହି ବାଣିଜ୍ୟ କୋଠିର ଧ୍ୱଂସାବଶେଷ ଉପରେ କୋଠି ନିର୍ମାଣ କଲେ ।

 

ପିପିଲି ପରେ ଚୂଡ଼ାମଣ ବନ୍ଦର ସବୁଠାରୁ ପ୍ରଧାନ ନିରାପଦ ବନ୍ଦର ଥିଲା । ବର୍ତ୍ତମାନ ଏ ବନ୍ଦର ଓ ଲୋଚନପୁର ବନ୍ଦରମାନ ପୋତି ହୋଇଗଲାଣି ।

 

ଧାମରା ଗୋଟିଏ ପ୍ରଧାନ ବନ୍ଦର ଥିଲା ଏବଂ ଏହିଠାରୁ ମାନ୍ଦ୍ରାଜ ପର୍ଯ୍ୟନ୍ତ ଚାଉଳ ବ୍ୟବସାୟ ହେଉଥିଲା ।

 

ଧାମରା ପରେ କଟକ ଜିଲ୍ଲା ମଧ୍ୟରେ ଚାନ୍ଦବାଲି, ହଂସୁଆ ଓ ପଟାମୁଣ୍ଡାଇ ସ୍ଥାନମାନ ପ୍ରଧାନ ବନ୍ଦର ଥିଲା ।

 

ପୁରୀ ଜିଲାର କୋଣାର୍କ, ଚିଲିକା ପ୍ରଭୃତି ସ୍ଥାନମାନ ପ୍ରଧାନ ବନ୍ଦର ଥିଲା । ହଣ୍ଟର ସାହେବ ଲେଖିଛନ୍ତି- ‘ଓଡ଼ିଆମାନେ ତମଲୁକ ଓ ଚିଲିକା ବନ୍ଦରଠାରେ ଏବଂ ଜାଭା ଓ ବାଲୀ ଦ୍ୱୀପରେ ବସତି ସ୍ଥାପନ କରିବାରେ ପୂର୍ଣ୍ଣ କୃତିତ୍ୱ ଦେଖାଇଥିଲେ । ଓଡ଼ିଆମାନେ ଜାଭା ଓ ବାଲୀ ଦ୍ୱୀପକୁ ଯାଇ ସେଠାରେ ବସତି ସ୍ଥାପନ କରିଥିବା ବିଷୟରେ କୌଣସି ସନ୍ଦେହ ନାହିଁ ।’

 

ସିଉକି ନାମକ ବୌଦ୍ଧଗ୍ରନ୍ଥରୁ ଜଣାଯାଏ, ଉପକୂଳରେ ଅନେକଗୁଡ଼ିଏ ବନ୍ଦର ଥିଲା । ତୋଲେମି ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଭୂଚିତ୍ର ନାମକ ଗ୍ରନ୍ଥ ଲେଖିଥିଲେ । ସେ ଓଡ଼ିଶାର କେତେଗୁଡ଼ିଏ ପ୍ରଧାନ ନଦୀ ଓ ନଗରର ନାମୋଲ୍ଲେଖ କରିଛନ୍ତି । ପକୁରା -ଗଞ୍ଜାମ ନିକଟସ୍ଥ ଏକ ନଗର । ନିନିଗେନ-ପୁରୀ, କକର୍ଦ୍ଦମ-କଟକ, କୋଣଗର-କୋଣାର୍କ, କୋଶମ୍ବ-ବାଲେଶ୍ୱର, ପଲରୁ-ଜଳେଶ୍ୱର, ମନଦ-ମହାନଦୀ, ତନ୍ଦିସ୍‌-ବ୍ରାହ୍ମଣୀ, ଦୋସରମ୍‌-ବୈତରଣୀ, ଅଦିମସ-ସୁବର୍ଣ୍ଣରେଖା ଏସବୁ ନଦୀ ଓ ନଗରମାନ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ବହୁକାଳ ପୂର୍ବେ ବାଣିଜ୍ୟ ଉପଯୋଗୀ ସ୍ଥାନ ଥିଲା । ତାମ୍ରଲିପ୍ତ ଓ କଳିଙ୍ଗ ପ୍ରଭୃତି ଅନ୍ୟାନ୍ୟ କେତେଗୋଟି ନଗର ମଧ୍ୟ ଥିଲା । ଏଥି ମଧ୍ୟରୁ ପୁରୀ, ବାଲେଶ୍ୱର, କୋଣାର୍କ, ତ୍ରାମ୍ରଲିପ୍ତ ବା ତମଲୁକ ଓ କଳିଙ୍ଗ ନଗର ସମୁଦ୍ରକୂଳରେ ଅବସ୍ଥିତ । ବତ୍ତର୍ମାନ ଅବସ୍ଥା ପର୍ଯ୍ୟାଲୋଚନା କଲେ ଜଣାଯାଏ ବାଲିଚଡ଼ାଦ୍ୱାରା ଅନେକ ନଗର ପାଖରୁ ସମୁଦ୍ର ଦୂରକୁ ଅପସାରିତ ହେଉଛି । ଚିଲିକାରେ ପୂର୍ବେ ବାଣିଜ୍ୟ ହେଉଥିବାର ସ୍ମ ୃତିଚିହ୍ନ ଅଦ୍ୟାବଧି ରହିଛି । ଆମ୍ଭେ ଭୁବନେଶ୍ୱରର ଏକ ବ୍ରାହ୍ମଣ ପଣ୍ଡିତଙ୍କ ଘରେ ଖଣ୍ଡିଏ ପ୍ରାଚୀନ ତାଳପତ୍ର ପୁସ୍ତକ ଦେଖିଥିଲୁଁ । ଏ ଗ୍ରନ୍ଥର ନାମ ବ୍ରହ୍ମାଣ୍ଡ ପୁରାଣ । ଏଥିରେ ଉତ୍କଳ ସମ୍ବନ୍ଧୀୟ ଅନେକ ପୁରାତତ୍ତ୍ୱ ଉଲ୍ଲେଖ ଅଛି । ତହିଁରୁ କେତେକ ଶ୍ଳୋକ ଆମ୍ଭେ ଲେଖିଆଣିଥିଲୁ, ନିମ୍ନରେ ଲେଖାଗଲା-

 

ଚିଲ୍‌କାହ୍ରଦେ ସହସ୍ରଂ ତୁ ଜଳଗାମୀ ସୁବୋଇତାଃ

ବହୁଚକ୍ରାନ୍ୱିତାଃ ଶୀଘ୍ରୋଃ ଯନ୍ତ୍ରଗାଃ ଚାଳକାଶ୍ରିତାଃ ।

 

ବାଣିଜ୍ୟକରଣେ ଶକ୍ତାଃ ତ୍ରିପଞ୍ଚଶିଖରାକୃତାଃ

ଦ୍ୱୀପାନ୍ତର ଗତାୟାତାଃ ଜାବା ମଳୟ ସିଂହଳେ ।

 

ଗଙ୍ଗାସାଗର ପେଚିନା ତଦାଗତି ଯଦେଚ୍ଛୟା

ଦେଶଦେଶାନ୍ତ ଦ୍ରବ୍ୟାଣି ଗମନାଗମନେପି ବା ।

 

ଜଳନିମ୍ନେ ତୁ ବା କେଚିତ୍ ମଜ୍ଜନେ ଗୁପ୍ତ କୌଶଳେ

ଲୁକ୍‌କାୟିତୋ ଭୂତ ରୂପଂ ମହାଶ୍ଚର୍ଯ୍ୟପରଂ ଗତଃ ।

 

କୁର୍ମଯନ୍ତ୍ରଂ ଲାବଯନ୍ତ୍ରଂ ମତ୍ସ୍ୟରୂପଂ ତୁ ପକ୍ଷିକଂ

ତାମ୍ରାଚ୍ଛାଦିତ ବୈଦ୍ରୁତାଃ ସହସ୍ରଜନଧାରକାଃ ।

 

ହସ୍ୱକାଷ୍ଠମୟଂ ଦେହଂ ତାମ୍ରପଟ୍ଟେ ସୁରକ୍ଷିତଂ

ଲୌହଚକ୍ରଗତଂ ନିମ୍ନେ ଚକ୍ରବ୍ୟୁହ ସମନ୍ୱିତଂ

 

ବାୟୁନାଳ-ପରିଣଦ୍ଧଂ ସଂକୋଚ ବିସ୍ତାରକରଂ

ବିସ୍ତୃତୈମଜ୍ଜନଂ ଜେ୍ଞୟଂ ସଂକୋଚେ ଭାସମାନକଂ ।

 

ବିଷନେ ଜଳନେ ଚୈବ ଚକ୍ରବ୍ୟୂହାଦି ଚାଳନେ

କୃଟନେ ପୋଟନେ ବାପି ଭୋଳନେ ପ୍ରେରଣଂ ଚରେତ୍ ।

 

ବୈପରୀତ୍ୟୋ ସ୍ଥିତାଜେ୍ଞୟୋ ଜଳଯାନ ବିଶାରଦ

ଦ୍ୱାରସନ୍ଦିପନୈ ମାତ୍ରେ ଜଳଗର୍ତ୍ତେ ଅଦୃଶ୍ୟୈ ତତ୍ ।

 

କୁମ୍ଭୀରାକୃତି କେଚିତ୍ କେଚିଦ୍ ବା କୁର୍ମସଙ୍ଗତଃ

ସୁକୂର୍ମ ତାମ୍ରପଟ୍ଟେ ତୁ ସର୍ବାତ୍ରାଚ୍ଛାଦନାକୃତି ।

 

ଆଲୋକବାୟୁସଂଯୁକ୍ତୈ ନରଗର୍ଭ ସବୁଦ୍ଭବୈଃ

ଯନ୍ତ୍ରରାର୍ଭୃସଦୃଶ୍ୟଞ୍ଚ ଗୋପନୀୟଂ ପ୍ରଯତ୍ନତଃ ।

 

ଶସ୍ତ୍ରାସ୍ତ୍ରେୌ ଭୂଷଣଂ କୃତ୍ୱା ସାବଧାନେନ ଚାଳୟେତ

ନ ବୃହତ୍ ନାତିକ୍ଷୁଦ୍ରଞ୍ଚ ନ ଜୀର୍ଣ୍ଣ ଶଠକାଧମା ।

 

ଅଛିଦ୍ର ସ୍ୱଳ୍ପପ୍ରାଣେ ତୁ ନ ମୂର୍ଖଗତିକେ ଯୁତା

ଏବଂ ବହୁବିଧଂ ଜ୍ଞାତ୍ୱା ଜଳଗତିଜ୍ଞ ତତ୍ପରା ।

 

କାରୁଣ୍ୟ ମନ୍ତ୍ର ସଂସିଦ୍ଧା ନାତିବୃଦ୍ଧ ନ ବାଳକାଃ

କୃତ୍ୱା ତତ୍ରେବ ସଂଯୁକ୍ତା ଶ୍ଚାବିଷ୍କୃତ ସୁବୁଦ୍ଧିମାନ୍ ।

 

କ୍ଷଣେଦୃଶ୍ୟମଦୃଶ୍ୟଂ ବା କିମାଶ୍ଚର୍ଯ୍ୟ ମହୀତଳେ ।

ଏତଦ୍ ଯନ୍ତ୍ର ଯସ୍ମିନ୍ ଦେଶେ ନିର୍ବିଘ୍ନେନ ସମାହିତଃ

 

ତେ ନିର୍ଜରାଗଣଂ ସତ୍ୟଂ ମାୟା ମନୁଷ୍ୟବିଗ୍ରହା ।

 

ଏ ଶ୍ଲୋକମାନଙ୍କରେ ଅନେକ ଶବ୍ଦ ତାଳପତ୍ର ପୋଥିରେ ଭୁଲ ଥିବାର ଦେଖାଯାଏ । ମାତ୍ର ସଂସ୍କୃତ ଲେଖାଦୋଷରେ ଭୁଲ ଥିଲେ ମଧ୍ୟ ତାହା ବ୍ୟାକରଣର ଦୋଷ, ଅର୍ଥ ସ୍ପଷ୍ଟ ଜଣାଯାଉଛି । ଏଥିରେ ବୋଇତର ଆକାର ପ୍ରକାର, ଗମନ କୁଶଳତା ପ୍ରଭୃତି ସ୍ପଷ୍ଟଭାବେ ଲେଖାଯାଇଛି । ଜାଭା ଓ ବାଲୀଦ୍ୱୀପରେ ବର୍ତ୍ତମାନ ସୁଦ୍ଧା ଉତ୍କଳୀୟମାନେ ଅଛନ୍ତି । ସେଠାରେ ଉପନିବେଶ କରି କାଳକ୍ରମେ ରହିଯାଇଛନ୍ତି । ସେଠାରେ କ୍ଳିଙ୍ଗ ଉପାଧିରେ ପରିଚିତ ।

 

ଖ୍ରୀଷ୍ଟ ପ୍ରଥମ ଶତାବ୍ଦୀରେ ପେରିପ୍ଳସ ନାମକ ଗ୍ରନ୍ଥ ଲିଖିତ ହୋଇଥିଲା । ସେ ପୁସ୍ତକରେ ଲେଖାଅଛି ଯେ ତେତେବେଳେ ଓଡ଼ିଶାରେ ପ୍ରଚୁର ପରିମାଣରେ ହାତୀଦାନ୍ତ ଓ ସୂକ୍ଷ୍ମବସ୍ତ୍ର ମିଳୁଥିଲା ଏବଂ ତମଲୁକଠାରୁ ଦେଶବିଦେଶକୁ ରତ୍ପାନୀ ହେଉଥିଲା । ଉତ୍କଳ ଅରଣ୍ୟରେ ପୂର୍ବେ ବହୁତ ହାତୀ ଥିଲେ, ବର୍ତ୍ତମାନ ମଧ୍ୟ କେତେକ ଗଡ଼ଜାତରେ ହାତୀ ଧରା ହୁଅନ୍ତି । ରଣପୁର, ତିଗିରିଆ ପ୍ରଭୃତିରେ ବର୍ତ୍ତମାନ ସୁଦ୍ଧା ସୂକ୍ଷ୍ମ ବସ୍ତ୍ର, ପାଟଲୁଗା ପ୍ରସ୍ତୁତ ହେଉଛି । ସେ ଶିଳ୍ପ ଭୁଲିନାହାନ୍ତି; ମାତ୍ର ଅର୍ଥାଭାବ ଓ ବିଦେଶୀ ଲୁଗାର ବହୁଳ ପ୍ରଚାରଦ୍ୱାରା ତାହା କ୍ରମେ ଧ୍ୱଂସମୁଖରେ ପ୍ରବେଶ କରୁଛି । ଉତ୍କଳରେ ଏଡ଼େ ସୂକ୍ଷ୍ମ ବସ୍ତ୍ର ବୁଣାଯାଉଥିଲା ଯେ ବାଉଁଶନଳୀରେ ରହୁଥିଲା । ଏଥିର ପ୍ରମାଣ ବୈଦେହୀଶ ବିଳାସରୁ ଦେଖାଯାଏ ।

 

ବେଢ଼ରେ ପାଦରେ ଲେଖିଲେ ଲାକ୍ଷା

ବାରିହେଲା ବେନି ରଙ୍ଗ କି ଦକ୍ଷା ।

ବିକଶିତ କୋକନଦ ମଧ୍ୟର

ବେଢ଼ି ଭ୍ରମେ କି ସରସ୍ୱତୀ ନୀର ସେ ।

ବଂଶନଳୀରେ ଥିବାର ଯେ ।

ବାଛି ପିନ୍ଧି ଦୁର୍ବାଦଳ-ନୀଳ ଚେଳ କେଳି ଇଚ୍ଛି ଶ୍ରୀରାମର ଯେ ।

(ବୈ.ବି. ୧୦ମ ଛାନ୍ଦ ୨୭ ପଦ)

 

 

 

ବଂଶନଳୀରେ ରଖି ଲେଖି ବସନ ଦେଲେ ସୀତାପାଇଁ ଆଣି

ବିହିଲେ ସେ ପାତ୍ର ଲକ୍ଷଣ ଇକ୍ଷ୍ୱାକୁ କୁଳର ଯେ ଚୂଡ଼ାମଣି ।

ବାହାରିଲେ ସେ ତିନି,

ବଧୂ ବୋଧନ୍ତି ରାମଜନନୀ ।

(ବୈ.ବି. ୧୭ଶ ଛାନ୍ଦ ୨୮ ପଦ)

 

ଭକ୍ତକବି ଦୀନକୃଷ୍ଣଙ୍କ କୃତ ପ୍ରସ୍ତାବସିନ୍ଧୁରେ ନିମ୍ନଲିଖିତରୂପେ ନୌକାଗଠନ ପ୍ରଣାଳୀର ଉଲ୍ଲେଖ ଅଛି-

 

ସେ ଲୁହା କାଟଇ କରତ ପଟା

ନାବ ଖଞ୍ଜିବାକୁ ଗଢ଼ାଇ କଣ୍ଟା

ଦୁଇ ମୁଣ୍ଡ ପଟା ଭିତରେ ପଶେ

ଯେସନେ ନାରାଚ ଦେହରେ ବସେ

ଏତେ ଶତ୍ରୁପଣ କଲେ ଦୁର୍ଜନ

କାଷ୍ଠ ମନେ ତାକୁ ନ ଥାଇ ଆନ

ସେ ନାବ ଜଳରେ ମେଲିଲେ ନେଇ

ଲୁହା ଶହେ ବିଶା ଭିତରେ ଥାଇ

ନାନା ଶସ୍ତ୍ରମାନ ଭିତରେ ଥୋଇ

ଅକୂଳ ସମୁଦ୍ରେ ମେଲିବା ନେଇ

ସେ ନାବ ସ୍ୱଭାବେ ମନ୍ଥରା ମାନ

ଲୁହାପ୍ରତି କେବେ ନୁହେ ବିମାନ

ଏତକ ପାଞ୍ଚ ନ କରଇ ଚିତ୍ତେ

ଏ ଯେ ଶତ୍ରୁପଣ କରିଛି ମୋତେ

ଖଣନ୍ତିରୂପେ ମୂଳ ଖୋଳି ଆଣି

ଖଣ୍ଡ ଖଣ୍ଡ କରି କାଟିଲା ପୁଣି

ଦେହ କଣା କରି ଭିତରେ ପଶି

ଏବେ ଯାଉଅଛି ଉପରେ ବସି

ଏଡ଼େ ଶତ୍ରୁପଣ କରିଛି ଯେବେ

ଏହାକୁ କିମ୍ପାଇଁ ବହିବି ଏବେ

ମଝି ସମୁଦ୍ରରେ ଦେବଇଁ ଛାଡ଼ି

ସପତ ସମୁଦ୍ରେ ମରୁ ଏ ବୁଡ଼ି

 

ଉତ୍କଳୀୟମାନେ ସମୁଦ୍ରରେ ଯାଇ ବାଣିଜ୍ୟ କରୁ ନ ଥିଲେ ବା ବୋଇତ ବ୍ୟବହାରରେ ଅନଭିଜ୍ଞ ଥିଲେ- ଏ ସମସ୍ତ ପ୍ରମାଣ ଆମ୍ଭେମାନେ ପାଇବାର ସମ୍ଭାବନା ନ ଥିଲା । ଉତ୍କଳରେ ବୋଇତ ସମ୍ବନ୍ଧରେ ଅନେକ କାହାଣୀ ଅଛି । ଖୁଦୁରୁକୁଣୀ ଓଷା କଥା ସମସ୍ତଙ୍କୁ ଜଣାଅଛି । ଉତ୍କଳର ପ୍ରତ୍ୟେକ ଘରେ କୁମାରୀମାନେ ଖୁଦୁରୁକୁଣୀ ଓଷା ପାଳନ କରନ୍ତି । ପ୍ରତ୍ୟେକ କଥାର ହେତୁବାଦ ଗୋଟିଏ ଲେଖାଏଁ କଥାରେ ବର୍ଣ୍ଣିତ ଅଛି । ଏ ଓଷାକଥାରେ ବୋଇତ କଥା ଅଛି । ଭାଇମାନେ ବୋଇତରେ ବିଦେଶ ଯାଇଥିଲେ, ଭାଉଜମାନେ ନଣନ୍ଦକୁ ବହୁତ କଷ୍ଟ ଦେଇ ଛେଳି ଜଗିବା କାର୍ଯ୍ୟରେ ନିଯୁକ୍ତ କରିଥିଲେ, ଖୁଦଜାଉ ଟିକିଏ ଖାଇବାକୁ ଦେଉଥିଲେ । ନଣନ୍ଦ ନାମ ତ’ପୋଇ । ଭାଇମାନେ ବୋଇତରେ ଆସି ଭଉଣୀର ଏ ଅବସ୍ଥା ଦେଖିଲେ । ଏମାନେ ବୋଇତ ବନ୍ଦାଇ ଗଲାବେଳେ ତାଙ୍କ ନାକ କଟାହେଲା । ଭାଇମାନଙ୍କ ଅନୁପସ୍ଥିତିରେ ସେମାନଙ୍କ ମଙ୍ଗଳ ଲାଗି ତ’ପୋଇ ମଙ୍ଗଳାଙ୍କୁ ପୂଜା କରୁଥିଲା । ଏହି ହେତୁରୁ ଖୁଦୁରୁକୁଣୀ ଓଷା । ଏପରି ଅନେକ କଥା ଅଛି । କୁହୁକମଣ୍ଡଳ ଚଢ଼େଇ କଥା, ଚାରି ମହାଜନପୁଅ କଥା, ବୋଇତ ବନ୍ଦାପନା କଥା । ଅନେକ କଥାରେ ବୋଇତ ନାମ ଅଛି । ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀରେ ବୋଇତ କଥା ଥିବାର ପୂର୍ବେ ଲେଖିଛୁଁ । ଆହୁରିମଧ୍ୟ ୧୭ଶ ଛାନ୍ଦରେ ଅଛି-

 

ବହିତ୍ର ଲାଗିଲା ଯାଇ ସିଂହଳ ଦ୍ୱୀପରେ

ସାଧବ ଯୁବତୀମାନେ ଅତି ପ୍ରମୋଦରେ

ଗଲେ ବହିତ୍ର ବନ୍ଦାଇ

ଅର୍ଘ୍ୟସ୍ଥାଳୀମାନ କରେ ହୁଳହୁଳି ଦେଇ ।

 

ସାଧବପୁଅ କଥା ଉତ୍କଳରେ ବହୁଳଭାବେ ପ୍ରଚଳିତ । ଅନେକ କଥାରେ ସାଧବ କଥା ଉଲ୍ଲେଖ ଅଛି । ଯେଉଁମାନେ ବାଣିଜ୍ୟଲାଗି ବିଦେଶକୁ ଯାଇ ଧନାର୍ଜନ କରୁଥିଲେ ସେମାନଙ୍କୁ ସାଧବ କହୁଥିଲେ । ଅନେକ ପାଲାରେ ମଧ୍ୟ ବୋଇତଯାତ୍ରା କଥା ଉଲ୍ଲେଖ ଅଛି ।

 

ଏ ବୋଇତ ବ୍ୟବସାୟ ଉତ୍କଳରେ କେବେ ଚଳୁଥିଲା ? ଭାରତର ଯେପରି ତିନି ଦିଗରେ ସମୁଦ୍ର, ଉତ୍କଳ ମଧ୍ୟ ସେହିପରି ସମୁଦ୍ର କୂଳରେ ଅବସ୍ଥିତ । ଭାରତରେ ପୋତ ନିର୍ମାଣ ହେଉଥିଲା । ଭାରତବାସୀ ବାଣିଜ୍ୟ ଲାଗି ଦେଶବିଦେଶକୁ ଯାଉଥିଲେ । ଏ ବିଷୟରେ ପ୍ରଚୁର ପ୍ରମାଣ ମିଳେ । ଉତ୍କଳ ଭାରତୀୟ ଉନ୍ନତି ସଙ୍ଗେ ଆପଣା ଉନ୍ନତି କରିବାରେ ତ୍ରୁଟି କରିନାହିଁ । ସମୁଦ୍ରକୂଳବାସୀମାନେ ସମୁଦ୍ରରେ ଯାତାୟାତ କରିବା ପାଇଁ ପୋତ ପ୍ରଭୃତି ନିର୍ମାଣ କରିବା ସ୍ୱାଭାବିକ । ଯେଉଁମାନେ ନଦୀକୂଳେ ବାସ କରନ୍ତି ସେମାନେ ଅଧିକାଂଶ ନଈ ପହଁରି ଜାଣନ୍ତି ଏବଂ ନଦୀପାର ହେବା ଲାଗି ନୌକା ପ୍ରସ୍ତୁତ କରିଥାନ୍ତି । ସୁତରାଂ ଯେଉଁ କାଳରୁ ଉତ୍କଳରେ ଆର୍ଯ୍ୟନିବାସ ଆରମ୍ଭ ହୋଇଛି ସେକାଳରୁ ବୋଇତନିର୍ମାଣ କଥା ସେମାନଙ୍କ ମନକୁ ଆସିବା ସ୍ୱାଭାବିକ । ଜଳଯାତ୍ରା କରିବାର ସମୟ ମଧ୍ୟ ସେମାନଙ୍କୁ ଜଣାଥିଲା । ଚୈତ୍ର ଶୀତ ଯିବା ଯାଏ ବୋଇତ କଥାଟା ଲୋକମୁଖରେ ଶୁଣାଯାଏ । ଚାଣକ୍ୟ ଜଳଯାତ୍ରା ସମୟ ନିର୍ଦ୍ଦିଷ୍ଟ କରିଥିଲେ । ଚାଣକ୍ୟ ବା କୌଟିଲ୍ୟ ଚନ୍ଦ୍ରଗୁପ୍ତଙ୍କ ମନ୍ତ୍ରୀ ଥିଲେ । ସେ ସକଳ ପ୍ରକାର ନୀତି ନିୟମ ବିଷୟରେ ‘ଅର୍ଥଶାସ୍ତ୍ର’ ଲେଖି ଯାଇଛନ୍ତି । ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ ଚନ୍ଦ୍ରଗୁପ୍ତ ସିଂହାସନ ଆରୋହଣ କରିଥିଲେ । ତେତେବେଳେ ନୌବିଭାଗରେ ଜଣେ ସ୍ୱତନ୍ତ୍ର କର୍ମଚାରୀ ଥିଲେ । ତାଙ୍କ ନାମ ନାବାଧ୍ୟକ୍ଷ । ସେ ଲେଖିଛନ୍ତି –

 

ସପ୍ତାହ ବୃତ୍ତମାଷାଢ଼ୀଂ କାର୍ତ୍ତିକୀଂ ଚାନ୍ତରା ତରଃ

କାର୍ମିକ ପ୍ରତ୍ୟୟଂ ଦଦ୍ୟାତ୍ ନିତ୍ୟଂ ଚାହ୍ନିକ ମାବହେତ୍ ।

 

ଆଷାଢ଼ ସପ୍ତମୀଠାରୁ କାର୍ତ୍ତିକ ପର୍ଯ୍ୟନ୍ତ ଜଳଯାତ୍ରା କରିବା ସୁବିଧାଜନକ । ବୁଦ୍ଧଦେବଙ୍କ ଜୀବନରେ ମଧ୍ୟ ଉତ୍କଳ ବା କଳିଙ୍ଗ ବନ୍ଦର ଥିବାର ଆଭାସ ମିଳେ । ବୁଦ୍ଧଦେବଙ୍କ ପାଇଁ ବ୍ରହ୍ମଦେଶରୁ ଯେଉଁ ଦୁଇଭାଇ ଉପହାର ଘେନି ଆସିଥିଲେ, ସେମାନେ କଳିଙ୍ଗ ବା ଉତ୍କଳର ଅଜିତ ବନ୍ଦରରେ ଓହ୍ଲାଇଥିଲେ । ଚୀନ୍ ସହିତ ଉତ୍କଳ ରାଜାଙ୍କର ସଦ୍ଭାବ ଥିଲା । ଉପଢ଼ୌକନ ଦିଆନିଆର ବିଧି ଥିଲା । ଦତ୍ତବଂଶ, ଲଳିତବିସ୍ତର ଓ ସିଉକି ପ୍ରଭୃତି ଗ୍ରନ୍ଥ୍‌ରୁ ଏଥିର ପ୍ରମାଣ ମିଳେ । କେଶରୀବଂଶୀୟ ରାଜାଙ୍କ ଅମଳରେ ଏପରି ଉପଢ଼ୌକନ ଦିଆ ହେଉଥିଲା । ଏ ଘଟଣା ୫ମ ଶତାବ୍ଦୀର କଥା । ତେତେବେଳେ ଚୀନ୍ ଉତ୍କଳ ମଧ୍ୟରେ ଜଳଯାନ ଯିବା ଆସିବା ହେଉଥିବାର ସ୍ପଷ୍ଟ ପ୍ରତୀୟମାନ ହୁଏ । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ପୂର୍ବରୁ ଉତ୍କଳୀୟମାନେ ଜଳଯାତ୍ରା ସମ୍ବନ୍ଧେ ଅଭିଜ୍ଞ ଥିବାର ପ୍ରମାଣ ମିଳୁଛି । ପ୍ରଥମ ଶତାବ୍ଦୀରେ ଯେତେବେଳେ ଉତ୍କଳର ବନ୍ଦରମାନ ସମୃଦ୍ଧିଶାଳୀ ଥିଲା, ତାହାର ବହୁ ଶତାବ୍ଦୀ ପୂର୍ବରୁ ଉତ୍କଳୀୟମାନେ ଜଳଯାତ୍ରାରେ ସୁଦକ୍ଷ ଥିବାର ଅନୁମାନ କଲେ ଅନୁଚିତ ହେବ ନାହିଁ ।

 

ଲୁଣ ପୋକ୍ତାନ ଓଡ଼ିଶାରେ ଗୋଟିଏ ପ୍ରଧାନ ଲାଭଜନକ ବ୍ୟବସାୟ ଥିଲା ଏବଂ ଏଥିଦ୍ୱାରା ଓଡ଼ିଶାକୁ ବହୁତ ଧନାଗମ ହେଉଥିଲା ।

 

ଡିସେମ୍ବର ମାସରେ ଲୁଣ ମାରିବା ଲାଗି ଉପଯୁକ୍ତ ସ୍ଥାନ ସ୍ଥିରୀକୃତ ହେଉଥିଲା । ସମୁଦ୍ରଠାରୁ ଏହି ସ୍ଥାନମାନଙ୍କ କିମ୍ବା ମାଇଲ୍ ଦୂରରେ ଚୁଲିଆମାନେ ନିଯୁକ୍ତ ହେଉଥିଲେ । ଏମାନଙ୍କ ମଜୁରୀ ଜଣକୁ ଦିନକୁ ଦିଆଯାଉ ନ ଥିଲା ମାତ୍ର ଏକ ହନ୍ଦର ଓୟେଟ ଲାଗି ଏକ ଶିଲିଂ ଥିଲା । ଚୁଲିଆମାନେ ମଲଙ୍ଗ ନିଯୁକ୍ତ କରୁଥିଲେ । ଏମାନେ କୁଲି । ଏମାନଙ୍କ ମଜୁରୀ ଦିନକୁ ୩ କିମ୍ବା ପେନ୍‌ସ । କିଆରୀ କଲାପରି କରାଯାଇ ଜମି ଚିହ୍ନତି ହେଉଥିଲା । ଘାସ ପ୍ରଭୃତି ଯତ୍ନପୂର୍ବକ ଉପଡ଼ାଯାଇ ପକାଇ ଦିଆ ହେଉଥିଲା । ପରେ ସମୁଦ୍ରଠାରୁ ଗହୀଡ଼ା ଖାତ ଖୋଳା ହେଉଥିଲା । ଏହାଦ୍ୱାରା ମାସକେ ଦୁଇଥର ଜୁଆର ଜଳ ଆସି ଲୁଣଜମି ମାଡ଼ୁଥିଲା ଏବଂ ଅନେକ ଖାତ (ବ୍ୟାସ ୪ ଫୁଟ ଓ ଗହୀଡ଼ା ୨ କି ୩ ଫୁଟ)ରେ ସମୁଦ୍ରଜଳ ପୂର୍ଣ୍ଣ ହୋଇ ରହୁଥିଲା । ପରେ ୨ ଫୁଟ ଉଚ୍ଚ ଓ ୩ ଠାରୁ ଚାରି ଫୁଟ ବ୍ୟାସ ମାଟିଗଦା କରାଯାଏ ଏବଂ ସେହି ଗଦା ଭିତରୁ ମାଟି ବାହାର କରି ନିଆଯାଇ ଗୋଟିଏ ଖୋଳ ଆକୃତି କରାଯାଏ । ଭିତର ମାଟି ଲିପା ହୁଏ । ତଳେ ଗୋଟିଏ ଛିଦ୍ର ଥାଏ ଏବଂ ସେହି ଛିଦ୍ରକୁ ୬ ଇଞ୍ଚ ଘାସଦ୍ୱାରା ଆବୃତ କରାଯାଏ । ଲୁଣ ମାରିବା ଲୋକେ ଏହି ଗର୍ତ୍ତକୁ ନିକଟବର୍ତ୍ତୀ ଜମିରୁ ଲୁଣ ମାଟି ଚାଞ୍ଚିଆଣି ପୂର୍ଣ୍ଣ କରନ୍ତି ଏବଂ ତା ଉପରେ ସମୁଦ୍ର ଜଳ ଢାଳନ୍ତି । ୬ ଘଣ୍ଟା ପରେ ଜଳ ଗୋଟିଏ ଗର୍ତ୍ତମଧ୍ୟକୁ ଚାଲିଯାଏ ଏବଂ କ୍ରମେ ଏହି ଜଳ ମାଠିଆ ବା ହାଣ୍ଡି ମଧ୍ୟକୁ ଯାଏ । ୧୬୦ ଠାରୁ ୨୦୦ ପର୍ଯ୍ୟନ୍ତ କ୍ଷୁଦ୍ର କ୍ଷୁଦ୍ର ପାତ୍ର ଏକାଠି ମାଟିଦ୍ୱାରା ଲେସା ହୋଇ ଏକତ୍ର କରାଯାଇଥାଏ ଏବଂ ନିକଟବର୍ତ୍ତୀ ସ୍ଥାନରୁ ଘାସ ଆଣି ଜାଳ କରାଯାଏ । ୬ ଘଣ୍ଟା ନିଆଁରେ ବସିଲେ କାର୍ଯ୍ୟ ଶେଷ ହୁଏ ଏବଂ ଲୁଣ ହୁଏ । ଏ ପ୍ରଣାଳୀଦ୍ୱାରା ଏକ ହନ୍ଦର ଓୟେଟ ଲୁଣ କରିବା ଲାଗି ୨ ଶିଲିଂ ୩ ପେନ୍‌ସ ଖର୍ଚ୍ଚ ଏବଂ ସରକାରୀ କର ୪ ଶିଲିଂ ।

 

ପୁରୀ ଜିଲ୍ଲାରେ ଲୁଣ ସୂର୍ଯ୍ୟତାପଦ୍ୱାରା ପ୍ରସ୍ତୁତ କରାଯାଉଥିଲା । ଚିଲିକା ନିକଟରେ ଲୁଣ ପୋକ୍ତାନ ହେଉଥିଲା ।

 

କଟକ ଜିଲ୍ଲାର ହରିହରପୁର ଗୋଟିଏ ପ୍ରଧାନ ବାଣିଜ୍ୟ ସ୍ଥଳ ଥିଲା ଏବଂ ଏଠାରେ ଅନେକ ଧନୀ ବଣିକ ଥିଲେ । ଏଠାରେ ସବୁପ୍ରକାରର ଲୁଗା ବୁଣା ହେଉଥିଲା ଏବଂ ବଡ଼ ବଡ଼ ଲୁଗା ଗୋଦାମମାନ ଥିଲା । ଏଠାରେ ଅନ୍ୟାନ୍ୟ ପଣ୍ୟଦ୍ରବ୍ୟ ପ୍ରଚୁର ପରିମାଣରେ ମିଳୁଥିଲା । ଏଠାରୁ ବିଦେଶକୁ ଲୁଗା ରତ୍ପାନି ହେଉଥିଲା । ଏଠାରେ ଇେଂଜେମାନେ ପ୍ରଥମେ ଓଡ଼ିଶା ଆଗମନ ପରେ କୋଠି ସ୍ଥାପନ କରିବାକୁ ଯାଇଥିବା ବେଳେ ୩୦୦୦ ଘର ତନ୍ତୀ ଥିବାର ଦେଖିଥିଲେ । ଏ ବ୍ୟତୀତ ଆହୁରି ଅନେକ ତନ୍ତୀ ଏଠାରେ ମଜୁରିଦାର ସ୍ୱରୂପ କାର୍ଯ୍ୟ କରୁଥିବାର ଦେଖିଥିଲେ । ଇଂରେଜମାନେ ଏଠାରେ ରହି ବାଣିଜ୍ୟ ଆରମ୍ଭ କଲେ । ହରିହରପୁର ଗୋଟିଏ ବନ୍ଦର ଥିଲା । ଏଠାରେ ଜାହାଜ ଆସି ଲାଗୁଥିଲା ।

 

ପୁରୀ ଜିଲ୍ଲାର ହରିଶପୁର ମଧ୍ୟ ଗୋଟିଏ ପ୍ରାଚୀନ ବନ୍ଦର ଥିଲା । ୧୬୩୩ ମସିହା ଜୁଲାଇ ମାସ ୨୨ ତାରିଖରେ ଇଂରେଜ ବଣିକମାନଙ୍କ ‘ସ୍ୱାନ’ ନାମକ ଜାହାଜ ଏଠାରେ ପ୍ରବେଶ ହୋଇଥିଲା । ଇଂରେଜ ବଣିକ, ପୋର୍ତ୍ତୁଗିଜ୍ ବଣିକ ପ୍ରଭୃତି ଏହି ସ୍ଥାନମାନଙ୍କରୁ ଲୁଗା ପ୍ରଭୃତି ନେଇ ଦେଶ ବିଦେଶରେ ବିକ୍ରି କରୁଥିଲେ ।

 

ପୁରୀ ଜିଲ୍ଲାର କୁଶଭଦ୍ରା ନଦୀକୂଳରେ ବିଷ୍ଣୁପୁର ଅଣ୍ଡିଆସାହି ଗ୍ରାମ ଅବସ୍ଥିତ । ଏଠାରେ ‘ବୋଇତଭଙ୍ଗା ତୁଠ’ ବୋଲି ନଦୀତୁଠ ବିଖ୍ୟାତ । କିମ୍ବଦନ୍ତୀ ଅଛି ଯେ ପ୍ରାଚୀନ କାଳରେ ଏ ନଦୀରେ ବୋଇତ ଯାତାୟତ କରୁଥିଲା ଏବଂ ଏଠାରେ ବୋଇତ ଭାଙ୍ଗି ଯାଇଥିଲା । ସେହି କାଳରୁ ଏ ତୁଠର ଏପରି ନାମ ହୋଇଛି ।

 

ଏ ସମସ୍ତ କଥା ବର୍ତ୍ତମାନ ଆମ୍ଭମାନଙ୍କ ପ୍ରତି ଆକାଶକୁସୁମ ତୁଲ୍ୟ ହୋଇଛି । ବାଣିଜ୍ୟ ବ୍ୟବସାୟ ଏକାବେଳେକେ ଲୋପ ହୋଇଅଛି । କାଳକ୍ରମେ ଉତ୍କଳୀୟମାନେ ଲିଭରପୁଲରୁ ଆମଦାନୀ ହେଉଥିବା ଲୁଣ କିଣି କାର୍ଯ୍ୟ ଚଳାଉଛନ୍ତି । ଯେଉଁ ଉତ୍କଳରେ ଚିଲିକାହ୍ରଦ ବିରାଜିତ, ଯେଉଁ ଉତ୍କଳ ଜନନୀର ଶ୍ରୀଚରଣ ବଙ୍ଗୋପସାଗର ଧୌତ କରି ଆପଣାକୁ ପବିତ୍ର ମଣୁଛି, ସେହି ଉତ୍କଳୀୟମାନେ ଆଜି ଲୁଣ ଲାଗି ସୁଦୂର ପ୍ରଦେଶମାନଙ୍କୁ ଚାହିଁ ରହିଛନ୍ତି । ଯେଉଁ ଉତ୍କଳ ଜନନୀ ଚିଲିକା ସଦୃଶ ଲବଣାକରର ପ୍ରାକୃତିକ ଅଧିକାରିଣୀ, ‘ ସନ୍ତାନମାନେ ହା ଲବଣ! ବୋଲି ଚିତ୍କାର କରୁଛନ୍ତି ।

 

ଲୁଗା ବ୍ୟବସାୟର ଅବସ୍ଥା ତଦ୍ରୂପ । ତନ୍ତୀମାନେ ତନ୍ତ ଛାଡ଼ି ମୂଲିଆଗିରି କଲେଣି । ବିଧିବିଧାନ କିଏ ଅନ୍ୟଥା କରିବ! ପାଠକ! ପଛକୁ ଅନାଅ, ଅତୀତ କଥା ସ୍ମରଣ କର! କି ଥିଲା, କି ହେଲା, କି ହେବ, ଥରେ ଚିନ୍ତାକର । ପୂର୍ବପୁରୁଷମାନଙ୍କ କୀର୍ତ୍ତି, ବଳ, ବୀର୍ଯ୍ୟ ପ୍ରତି ଦୃଷ୍ଟି ନିକ୍ଷେପ କର । ସେହି ରକ୍ତର କ୍ଷୀଣ ଧାରା ଆଜି ଆମ୍ଭମାନଙ୍କ ଶିରାପ୍ରଶିରାରେ ପ୍ରବାହିତ ହେଉଛି । ସେ ରକ୍ତଧାରା ଏପର୍ଯ୍ୟନ୍ତ ଏକାବେଳେକେ ଲୋପ ହୋଇନାହିଁ । ବର୍ତ୍ତମାନ ସମୟ ଅଛି, ଆଳସ୍ୟ ପରିତ୍ୟାଗ କରି କର୍ମକ୍ଷେତ୍ରରେ ପ୍ରବେଶ ହେଲେ ନିଶ୍ଚୟ ଆମ୍ଭେମାନେ ପୂର୍ବ ଗୌରବ ଫେରି ପାଇବା ।

 

Unknown

ଖୋଦିତ ଲିପି

 

ପ୍ରାଚୀନ ଉତ୍କଳର ଇତିବୃତ୍ତର କେତେକ ସାମଗ୍ରୀ ଖୋଦିତ ଲିପିରେ ବିଦ୍ୟମାନ ଅଛି । ଖୋଦିତ ଲିପିଗୁଡ଼ିକ ନାନା ସ୍ଥାନରେ ନାନା ଭାବରେ ପଡ଼ିରହିଛି । କେତେକ ତାମ୍ରପଟ ମାଟିଭିତରେ ସ୍ଥାନ ପାଇଛି । କେତେବେଳେ ସୁଯୋଗ ପଡ଼ିଲେ ଖଣ୍ଡେ ଅଧେ ମିଳୁଛି । ଉତ୍କଳର ସମସ୍ତ ଲିପି ଏପର୍ଯ୍ୟନ୍ତ ପଦାକୁ ବାହାରି ନାହିଁ । ଏ ସମସ୍ତ ଲିପି ପ୍ରକାଶିତ ହେଲେ ପ୍ରାଚୀନ ଉତ୍କଳର ଅନେକ ଗୂଢ଼ ତତ୍ତ୍ୱ ଜଣାପଡ଼ିବ । ଏ ପର୍ଯ୍ୟନ୍ତ ଯେତେ ଲିପି ପ୍ରକାଶିତ ହୋଇଛି ତାହା ଇଂରାଜୀ ଭାଷାର ମାସିକ ପ୍ରଭୃତି ପତ୍ରିକାରେ ସନ୍ନିବେଶିତ ଅଛି । ସେଗୁଡ଼ିକ ଏକତ୍ରରେ ଏକ ସ୍ଥାନରେ ମିଳିବ ନାହିଁ ଏବଂ ସେସବୁ ଆଲୋଚନା କରିବା ଦୂରେ ଥାଉ, ଦେଖିବାର ସୁବିଧା ମିଳୁନାହିଁ । ଏହି ଉଦ୍ଦେଶ୍ୟରେ ସେଗୁଡ଼ିକ ଯଥାଶକ୍ତି ଏକତ୍ର କରିବା ପାଇଁ ଏଠାରେ ଉଦ୍ଧାର କରାଗଲା । ଲିପିମଧ୍ୟରୁ କେତେକ ପାହାଡ଼, ଦେଉଳ ପ୍ରଭୃତିରେ ଖୋଦିତ ଅଛି, କେତେକ ତାମ୍ରପଟମାନଙ୍କରେ ଖୋଦିତ ହୋଇ ରହିଛି, କେତେକ ମଧ୍ୟ ପ୍ରାଚୀନ ତାଳପତ୍ର, କାଗଜରେ ଲିଖିତ ଅଛି । ଏ ସମସ୍ତ ସଂଗ୍ରହ କରିବା ସମୟ ଓ ବ୍ୟୟସାପେକ୍ଷ । ଆମ୍ଭେ ଯେତେଦୂର ପାରୁ କେତେଗୁଡ଼ିଏ ଏଠାରେ ଉଦ୍ଧାର କରିଦେଲୁଁ । ସମଗ୍ର ଲିପି ଉଦ୍ଧୃତ ହେଲେ ପୁସ୍ତକର କଳେବର ଅତ୍ୟଧିକ ବୃଦ୍ଧି ହେବ; ସୁତରାଂ କେତେକ ଲିପିର କେବଳ ସାରମର୍ମ୍ମ ଦିଆଯାଇଛି ।

 

(୧) ନରସିଂହ ଦେବଙ୍କ ତାମ୍ରଶାସନ : କଟକ ଜିଲ୍ଲାର କେନ୍ଦ୍ରାପଡ଼ା ସବ୍‌ଡିଭିଜନ ଅନ୍ତର୍ଗତ କେନ୍ଦୁପାଟଣା ଗ୍ରାମଠାରେ କେନ୍ଦ୍ରାପଡ଼ା ନାଳ ଖୋଳା ହେଉଥିବାବେଳେ ମିଳିଥିଲା । ମାଟିଉପରୁ ପ୍ରାୟ ୧୨/୧୩ ହାତତଳେ ପୋତାଥିଲା । ବଙ୍ଗଳାର ଆସିଆଇଟିକ୍ ସୋସାଇଟି ମାସିକ ପତ୍ରିକା ୫୫ ଖଣ୍ଡ ୧ମ ଭାଗ ୩ ନମ୍ବର ୨୨୯ ପୃଷ୍ଠାରେ ୧୮୯୬ ମସିହାରେ ପ୍ରକାଶିତ ହୋଇଛି । ୭ ଗୋଟି ତମ୍ବାପଟା, ପ୍ରତ୍ୟେକ ପତ୍ର ଲମ୍ବ ୧୩ ଇଞ୍ଚ, ଓସାର ୯ ଇଞ୍ଚ ଏବଂ ମୋଟ ବା ବହଳ ୧/୫ ଇଞ୍ଚ । କୁଟିଳାକ୍ଷରରେ ଲିପି ଲେଖାଯାଇଛି । ଅଧିକାଂଶ ଅକ୍ଷର ଆଧୁନିକ ଉତ୍କଳାକ୍ଷର, କେତେକ ବଙ୍ଗାକ୍ଷର ସଦୃଶ, କେତେକ ନାଗରାକ୍ଷର ସଦୃଶ । ମାତ୍ର ଟିକିଏ ଗୋଲ କରିଦେଲେ ଉତ୍କଳାକ୍ଷର ହେବ । ନଗେନ୍ଦ୍ରନାଥ ବସୁ ମହାଶୟ ଆକାର ଦେଖି ବଙ୍ଗାକ୍ଷର ବୋଲି ଅନୁମାନ କରନ୍ତି, ମାତ୍ର କୁଟିଳାକ୍ଷର ବଙ୍ଗାକ୍ଷର ନୁହେଁ । ତାହା ଉତ୍କଳାକ୍ଷରର ଜନନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରେ ୨୫ ପଂକ୍ତି ଗଦ୍ୟ ସଂସ୍କୃତ ଓ ଶର୍ଦ୍ଦୁଳବିକ୍ରୀଡ଼ିତ ପ୍ରଭୃତି ବୃତ୍ତର ୧୪୫ ଶ୍ଳୋକ ଅଛି । ଗଦ୍ୟରେ ଶାସନଦାନର ଅଙ୍ଗୀକାରପତ୍ର ଏବଂ ଲିପିକାରର ସଂକ୍ଷିପ୍ତ ବଂଶାବଳୀ ଅଛି । ଶ୍ଲୋକରେ ଦ୍ୱିତୀୟ ନରସିଂହ ଦେବଙ୍କ ପର୍ଯ୍ୟନ୍ତ ଗଙ୍ଗବଂଶର ରାଜାମାନଙ୍କ ବୀରତ୍ୱ, ମହିମା, କୀର୍ତ୍ତି ବର୍ଣ୍ଣିତ ଅଛି । ୧୨୧୭ ଶକାବ୍ଦରେ ଲିପି ଲେଖାଯାଇଛି । ରାଜତ୍ୱର ଏକବିଂଶ ବର୍ଷ ସିଂହ ଶୁକ୍ଳପକ୍ଷ ସୋମବାର ଦିନ ରେମୁଣା କଟକରେ ନବର ଭିତରକୁ ବିଜୟ କରିବା ସମୟରେ ଗଙ୍ଗାକୂଳରେ ଚନ୍ଦ୍ରଗ୍ରହଣ ମୁହୂର୍ତ୍ତରେ ଦାନ ଦିଆଯାଇଛି । ଦାନଗ୍ରହୀତା ଜଯୁର୍ବେଦାନ୍ତର୍ଗତ କାଣ୍ୱଶାଖାଧ୍ୟାୟୀ କୁମାର ମହାପାତ୍ର ଭୀମଦେବ ଶର୍ମା । ୫୦ ବାଟି ଭୂମି ଦାନ କରାଯାଇଛି । ଡେରାବିଷି ଅନ୍ତର୍ଗତ ଏଡ଼ାର (ଏଣ୍ଡର) ଗ୍ରାମ । ଶ୍ରୀକରଣ ଶିବ ଦାସ ନଳରେ ମାପିଥିଲେ ଏଗ୍ରାମରୁ ବା ୩୪ ।୭ ।୧୨ ଗୁଣ୍ଠ ଏବଂ ସୁନାଇଲୋ ଗ୍ରାମରୁ ବା ୧୫ ।୧୨ ।୧୩ ଗୁଣ୍ଠ ।

 

ଓଁ ନମୋ ନାରାୟଣାୟ

 

ଲକ୍ଷ୍ମୀପାଦ ସରୋରୁହ ମଦଃ ଶ୍ରେୟାଂସି ଦାସୀଷ୍ଟବ

ପ୍ରଷ୍ପୂର୍ଜନ୍ମ ଖରଶ୍ମି କେଶର ଶତୈର୍ଭାସ୍ୱନ୍ନଖାଳିଦଳଂ

ବିଷ୍ପଷ୍ଟଂ ପ୍ରତିବିମ୍ବିତଃ ପ୍ରଣମଶୈଃ କ୍ରୀଡ଼ାପରାଧୋଭବୈଃ

କୃଷ୍ଣା ଯନ୍ନଖଦୀପ୍ତିଷୁ ଭ୍ରମରତାଂ ଧତ୍ତେ ସ ଲକ୍ଷ୍ମୀପ୍ରିୟଃ ।୧ ।

X X X

ପ୍ରତ୍ୟେକଂ ଶଶିବଂଶ ଭୂପତି ଭୁଜ ବ୍ୟାପାର ସଂକୀର୍ତ୍ତନ

କର୍ତ୍ତୃକଃ କ୍ଷମତେ କ୍ଷିତୌ ବହୁମୁଖୋ ଯତ୍ରର୍ଜ୍ଜୁନ ସ୍ୟୈବ ହି

ଦୋର୍ଦ୍ଦଣ୍ଡାର୍ଜିତ କୀର୍ତ୍ତିବର୍ଣ୍ଣନପରଂ ତଦ୍ଭାରତଂ ପ୍ରାଭବତ୍‌

ତସ୍ମାଦାହ୍ମୟମାତ୍ରମାଦି ନୃପତିଶ୍ରେଣୀ କ୍ରମାଲ୍ଲିଖ୍ୟତେ ।୫ ।

 

(୧) ଚନ୍ଦ୍ର,

(୨) ବୁଧ,

(୩) ଅନଳ,

(୪) ପୁରୁରବା,

(୫) ଆୟୁ,

(୬) ନହୁଷ,

(୭) ଯଯାତି,

(୮) ତୁର୍ବସୁ,

(୯) ଗାଙ୍ଗେୟ,

(୧୦) ବିରୋଚନ,

(୧୧) ସମ୍ବୋଦ୍ୟ,

(୧୨) ଭାସ୍ୱାନ,

(୧୩) ଦତ୍ତସେନ,

(୧୪) ସୌମ୍ୟ,

(୧୫) ଅଶ୍ୱଦତ୍ତ,

(୧୬) ସୌରାଙ୍ଗ,

(୧୮) ଚିତ୍ରାଙ୍ଗଦ,

(୧୮) ଶିରଧ୍ୱଜ,

(୧୯) ଧର୍ମ୍ମେଷୀ,

(୨୦) ପରୀକ୍ଷିତ,

(୨୧) ଜୟସେନ,

(୨୨) ବିଜୟସେନ,

(୨୩) ବୃଷଧ୍ୱଜ,

(୨୪) ପ୍ରଗଳ୍‌ଭ,

(୨୫) ଶକ୍ତି,

(୨୬) କୋଳାହଳ (ଅନନ୍ତ ବର୍ମ୍ମା) ।

 

ଧନକନକ ସମୃଦ୍ଧୋ ଗଙ୍ଗବାଡ଼ି ପ୍ରସିଦ୍ଧ ।

ସକଳ ବିଷୟ ଭୂତଃ ସ୍ୱର୍ଗବର୍ଗୋପଭୋଗ୍ୟ ।

ତଦଧିପତିରଥାଦ୍ୟୋନନ୍ତ ବର୍ମା ନୃପେନ୍ଦ୍ର ।

ସମଭବଦିତି ରୂପ ଗଙ୍ଗାନାମ୍ନା ତଦାଦ୍ୟା ।୭ ।

 

କୋଳାହଳଃ ସମର ମୂର୍ଦ୍ଧି୍ନ ତତୋ ନୃପାଣାଂ ।

ଭୂତୋ ଯତଃ ସୁରପୁରଞ୍ଚ ତଦୀୟ ଶତ୍ରୁ ।

କୋଳାହଳାହ୍ୱୟ ମଭୂତ୍ ସୁରସଦ୍ମ ତୁଲ୍ୟଂ ।

ତସ୍ମିନ୍ କ୍ରମେ ନୃପତିଭି ବଂହୁଭି ର୍ବଭୂବେ ।୮ ।

 

ରାଜଶ୍ରୀ ଭୂତି ନାରସିଂହ ନୃପତୌ ଜ୍ୟେଷ୍ଠେକମତ୍ରାସ୍ନହେ ।

ଦୋର୍ଦ୍ଦଣ୍ଡାର୍ଜିତ ଭୂତଳୋଥିତ ରମ କଣ୍ଠାଗ୍ରହା ନନ୍ଦନଃ ।

କିଞ୍ଚାସ୍ମାକମିୟଂ ଭୁଜାସି ଲତିକା ସଚେଷ୍ଟ ତାଂ ବୈରିଣାଂ ।

କଣ୍ଠାରଣ୍ୟମିୟଞ୍ଚ କୀର୍ତ୍ତିଲତିକା ଦ୍ୟାନ୍ନଃ ସମାରୋହତୁ ।୯ ।

 

ଭ୍ରାମ୍ୟର୍ତ୍ତି ର୍ବିଜିଗୀୟଷା କ୍ଷିତିତଳେ କ୍ୱାପି ଦ୍ୱିଷଦ୍ଦନ୍ଧତୈଃ ।

କ୍ୱାପି ଦ୍ୱେଷିକୁଳ ପ୍ରମାଥିଭିରପି ପ୍ରାପ୍ତାଃକଳିଙ୍ଗାଃତ୍କିଳ ।

ତୈଃ କାମାର୍ଣ୍ଣବ ପଞ୍ଚମୈ ନୃପବରେଷୂଡ଼୍ରଙ୍କଳିଙ୍ଗେଃ ସମଂ ।

ପ୍ରାପ୍ତା ଦ୍ରଷ୍ଟୁମିବାର୍ଣ୍ଣବା ଦୁଦଗମତ୍ କୂର୍ମ୍ମାବତାରୋ ହରିଂ ।୧୦ ।

 

ସେହି ବଂଶର ରାଜା କାମାର୍ଣ୍ଣବ ଜଣେ ଆଦିପୁରୁଷ । ତାହାଙ୍କ ପୁତ୍ର ପୌତ୍ର ପ୍ରଭୃତି ବିକ୍ରମଶାଳୀ ରାଜା ବୋଲି ବିଖ୍ୟାତ । ତାହାଙ୍କ ପୁତ୍ର ବଜ୍ରହସ୍ତ । ସେ ତ୍ରିକଳିଙ୍ଗପତି । ତାହାଙ୍କ ପତ୍ନୀ ନଙ୍ଗମା । ବୀର ରାଜରାଜ ତାହାଙ୍କ ତନୟ । ରାଜରାଜଙ୍କ ଜ୍ୟେଷ୍ଠ ମହିଷୀ ରାଜସୁନ୍ଦରୀ । ଏହାଙ୍କ ପୁତ୍ର ଚୋଡ଼ଗଙ୍ଗ ଦେବ । ସେ ୭୦ ବର୍ଷ ରାଜତ୍ୱ କରିଥିଲେ । ତାହାଙ୍କ ସ୍ତ୍ରୀ କସ୍ତୁରୀ କାମୋଦିନୀ । ଚୋଡ଼ଗଙ୍ଗଙ୍କ ପୁତ୍ର କାମାର୍ଣ୍ଣବ । ସେ ‘ବେଦର୍ତ୍ତୁ ବ୍ୟୋମଚନ୍ଦ୍ର ପ୍ରମିତ ଶକେ’ ଅର୍ଥାତ୍ ୧୦୬୪ ଶକାବ୍ଦରେ ମୂର୍ଦ୍ଧାଭିଷିକ୍ତ ହେଲେ । ସେ ୧୦ ବର୍ଷ ରାଜତ୍ୱ କରିଥିଲେ । ଇନ୍ଦିରା ଚୋଡ଼ଗଙ୍ଗଙ୍କର ଅନ୍ୟ ଏକ ମହିଷୀ ଥିଲେ । ତାଙ୍କ ଗର୍ଭରୁ ରାଘବ ଜନ୍ମଗ୍ରହଣ କରିଥିଲେ । ସେହି ରାଘବ ଜନ୍ମ ହେବା ପରେ ରାଜା ହେଲେ ଏବଂ ୫୫ ବର୍ଷ ରାଜତ୍ୱ କରିଥିଲେ । ଚୋଡ଼ଗଙ୍ଗଙ୍କର ଚନ୍ଦ୍ରଲେଖା ଅନ୍ୟ ଏକ ମହିଷୀ ଥିଲେ । ତାଙ୍କ ଗର୍ଭରୁ ରାଜରାଜ ଜନ୍ମ ହେଲେ । ଅନୀୟଙ୍କ ଭୀମ ତାଙ୍କର ସାନଭାଇ । ସେ ଦଶବର୍ଷ ରାଜତ୍ୱ କରିଥିଲେ । ଅନୀୟଙ୍କଙ୍କ ପୁତ୍ର ରାଜରାଜ । ବାଘଲ୍ଲଦେବୀ ତାଙ୍କ ମହିଷୀ ଥିଲେ । ସେ ୧୭ ବର୍ଷ ରାଜତ୍ୱ କରିଥିଲେ । ମଙ୍କୁଣଦେବୀ ତାଙ୍କର ମହିଷୀ ଥିଲେ । ଏହାଙ୍କ ଗର୍ଭରୁ ଅନଙ୍ଗଭୀମଦେବ ଜନ୍ମଗ୍ରହଣ କଲେ । ଅନଙ୍ଗଭୀମ ୩୪ ବର୍ଷ ରାଜତ୍ୱ କରିଥିଲେ । କସ୍ତୁରୀଦେବୀ ତାଙ୍କର ମହିଷୀ ଥିଲେ । ଏହାଙ୍କ ଗର୍ଭରୁ ନରସିଂହଦେବ ଜନ୍ମଗ୍ରହଣ କଲେ । ତାଙ୍କର ୧୬ ଜଣ ନୀତିବିଷାରଦ ମନ୍ତ୍ରୀ ଥିଲେ ଏବଂ ସେମାନଙ୍କ ପରାମର୍ଶ ନେଇ ସେ ରାଜ୍ୟଶାସନ କରୁଥିଲେ । ସେ ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କୁ ସୁନ୍ଦର ଗୃହାବଳୀ ଏବଂ ଆମ୍ବ ଗୁଆ କଦଳୀ ପ୍ରଭୃତି ସମନ୍ୱିତ ଏକଶତ ଶାସନ ଯଥାବିଧି ତାମ୍ରଶାସନ କରି ଯାବତ୍ ଚନ୍ଦ୍ରାର୍କ ଭୋଗ କରିବା ପାଇଁ ଦାନ କରିଥିଲେ । ସେହି ଭାନୁଦେବ ୧୮ ବର୍ଷ ରାଜତ୍ୱ କରିଥିଲେ । ଚାଲୁକ୍ୟ ବଂଶୀୟା ଜାକଲ୍ଲଦେବୀ ତାଙ୍କର ମହିଷୀ ଥିଲେ । ତାହାଙ୍କଠାରୁ ବୀର ନୃସିଂହଦେବ ଜାତ ହେଲେ । ତାମ୍ର ଶାସନରେ ଏ ସମସ୍ତ ରାଜାମାନଙ୍କ ବୀରତ୍ୱ ବିଶଦଭାବରେ ବର୍ଣ୍ଣିତ ହୋଇଛି । ସେମାନେ ପ୍ରତ୍ୟେକ ଯୁଦ୍ଧବିଦ୍ୟାବିଶାରଦ, ଶତ୍ରୁହନ୍ତା, ଶତ୍ରୁଦର୍ପଦଳନକାରୀ, ସୁଗୁଣବନ୍ତ, ସୁଶାସକ, ମହାଦାନୀ ପ୍ରଭୃତି ବିଶେଷଣମାଳିରେ ବିଭୂଷିତ । ପୁସ୍ତକର କଳେବର ବୃଦ୍ଧି ଆଶଙ୍କାରେ ମୂଳ ଶ୍ଲୋକମାନ ନ ଦେଇ ସାରମର୍ମ୍ମ ଦେଲୁ । ଅସଲ ଦେଖିବାକୁ ଚାହିଁଲେ ‘ମୁକୁର’ ୪ର୍ଥ ଭାଗ ୫ମ ଓ ଷଷ୍ଠ, ୩ୟ ଓ ୪ର୍ଥ, ୧ମ ଓ ୨ୟ ସଂଖ୍ୟା ଦେଖିବେ । ଉପରୋକ୍ତ ବିଷୟମାନ କେବଳ ଐତିହାସିକ ବିଷୟ ଅଟେ । ଶ୍ଲୋକମାନଙ୍କର ଅଧିକାଂଶ ରାଜପ୍ରଶସ୍ତି ଏବଂ ରାଜାମାନଙ୍କ ଗୁଣାବଳୀ ସଂସ୍କୃତଭାଷାରେ ବିଭିନ୍ନ ଛଟାରେ ବର୍ଣ୍ଣିତ ହୋଇଛି ।

 

ଏପିଗ୍ରାଫିକ୍ ଇଣ୍ଡିଆ ନାମକ ମାନ୍ଦ୍ରାଜ ପ୍ରଦେଶର ପ୍ରତ୍ନତତ୍ତ୍ୱ ସମ୍ବନ୍ଧୀୟ ପତ୍ରିକାରେ କେତେକ ପ୍ରକାଶିତ ହୋଇଥିଲା । ସେସବୁ ଆମ୍ଭେ ପାଠ କରିଅଛୁଁ । ସେସବୁ ତାମ୍ରଶାସନଗୁଡ଼ିକ ଭୂମି-ଦାନପତ୍ର । ସେଥିରେ ରାଜାମାନଙ୍କ ଗୁଣାବଳୀ, ବୀରତ୍ୱ ମଧ୍ୟ କୀର୍ତ୍ତିତ ହୋଇଅଛି । ଗଙ୍ଗବଂଶୀୟ ରାଜାମାନେ ତ୍ରିକଳିଙ୍ଗାଧିପତି ଥିବାର ଉଲ୍ଲେଖ ଅଛି । ଦକ୍ଷିଣ ପ୍ରଦେଶରେ ଏମାନେ ପ୍ରବଳ ପରାକ୍ରମୀ ରାଜବଂଶ ଥିଲେ ଏବଂ ବହୁକାଳ ରାଜତ୍ୱ କରିଥିଲେ । ମହେନ୍ଦ୍ର ପର୍ବତରେ ପ୍ରତିଷ୍ଠିତ ଗୋକର୍ଣ୍ଣେଶ୍ୱର ମହେଶ୍ୱର ବା ମହାଦେବ ସେମାନଙ୍କର ଇଷ୍ଟ ଆରାଧ୍ୟ ଦେବତା ଥିଲେ । ସେମାନେ ଆତ୍ରେୟସ ଗୋତ୍ରୀ ଥିଲେ (ଉତ୍କଳସାହିତ୍ୟ ୩୧ଶ ଭାଗ ୨ୟ, ୭ମ ଓ ୧୨ଶ ସଂଖ୍ୟା) । ଏ ରାଜାମାନେ ବର୍ମ୍ମା ଉପାଧିଧାରୀ ଥିଲେ । ଏ ବଂଶ ଅନନ୍ତବର୍ମ୍ମା ନାମରେ ଖ୍ୟାତ । ଏମାନେ ଦକ୍ଷିଣ ଗଞ୍ଜାମରେ ୨୦ ପୁରୁଷ ରାଜତ୍ୱ କରିଥିଲେ । ଏସବୁ ତାମ୍ରଶାସନରୁ ଗଙ୍ଗବଂଶାବଳୀର ପରିଚୟ ମିଳେ ।

 

(କ) ବୀରସିଂହ (ପୃଥ୍ୱୀବର୍ମ୍ମାଙ୍କ ତାମ୍ରଶାସନ ଫଳକ)

(୨) ବଜ୍ରହସ୍ତଙ୍କ ତାମ୍ରଶାସନ

(୩) ଇନ୍ଦ୍ରବର୍ମ୍ମାଙ୍କ ତାମ୍ରଶାସନ

(୪) ପୃଥ୍ୱୀବର୍ମ୍ମାଙ୍କ ତାମ୍ରଶାସନ

(୫) ଚୂଡ଼ଙ୍ଗଦେବଙ୍କ ତାମ୍ରଶାସନ

 

ଏସବୁ ତାମ୍ରଶାସନ ଗଙ୍ଗବଂଶର ତାମ୍ରଶାସନ । ଟିକାଲି ଯୁବରାଜ ସାହେବ ଏଗୁଡ଼ିକ ‘ପୁରୀବାସୀ’ ପ୍ରଭୃତି ଖବରକାଗଜରେ ପ୍ରକାଶିତ କରିଥିଲେ । ପାରଳାଖେମୁଣ୍ଡିର ସତ୍ୟ ନାରାୟଣ ରାଜଗୁରୁ ମହାଶୟ ଏ ତାମ୍ରଶାସନମାନଙ୍କ ଉପରେ ‘ଉତ୍କଳସାହିତ୍ୟ’ରେ ଦୀର୍ଘ ପ୍ରବନ୍ଧ ଲେଖିଥିଲେ-

C:\Users\USER-10\Desktop\---------.jpg

C:\Users\USER-10\Desktop\୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦.png

C:\Users\USER-10\Desktop\୯୯୯୯୯୯୯୯୯୯୯୯୯୯୯୯୯୯୯୯୯୯.png

C:\Users\USER-10\Desktop\୬୬୬୬୬୬୬୬୬୬୬୬.png

 

 

 

(ଘ) ବଂଶାବଳୀ (ଶିଳାଲିପି ଅନୁସାରେ)

 

 

 

ଶକାବ୍ଦ

ଅଙ୍କ

ବର୍ଷ

୧)

ଅନନ୍ତବର୍ମ୍ମା ଚୋଡ଼ଗଙ୍ଗ ଦେବ

୯୯୯-୧୦୬୯

୭୨

୭୦

୨)

୭ମ କାମାର୍ଣ୍ଣବ ଦେବ

୧୦୬୯-୧୦୭୯

୧୨

୧୦

୩)

ଶ୍ରୀରାଘବ

୧୦୭୯-୧୦୯୨

୧୮

୧୧

୪)

୨ୟ ରାଜରାଜ ଦେବ

୧୦୯୨-୧୧୧୮

୩୦

୨୬

୫)

୧ମ ନରସିଂହ ଦେବ

୧୧୧୮-୧୧୩୪

୧୭

୧୬

୬)

୨ୟ ଅନୀୟଙ୍କ ଭୀମଦେବ

୧୧୩୪-୧୧୬୧

୩୩

୨୭

୭)

୨ୟ ନରସିଂହଦେବ

 

 

 

 

୩ୟ ରାଜରାଜଦେବ

୧୧୬୧-୧୧୭୮

୨୩

୧୭

୮)

୨ୟ ଅନଙ୍ଗଭୀମଦେବ

୧୧୭୮-୧୧୮୮

୧୨

୯)

୩ୟ ନରସିଂହ

 

 

 

୧୦)

୧ମ ଭାନୁଦେବ

୧୧୮୮-୧୨୦୦

୧୮

୧୨

୧୧)

୪ର୍ଥ ନରସିଂହଦେବ

୧୨୦୦-୧୨୨୯

୩୪

୨୯

୧୨)

ପୁରୁଷୋତ୍ତମ ଦେବ

୧୨୨୯-୧୨୫୦

୨୧

୨୦

୧୩)

୨ୟ ଭାନୁ ବା ୫ମ ନରନାରାୟଣ ସିଂହ

୧୨୫୦-୧୨୭୪

୩୩

୨୪

୧୪)

୩ୟ ବୀରଭାନୁ ଦେବ

୧୨୭୪-୧୨୯୯

୩୪

୨୫

୧୫)

୬ଷ୍ଠ ନରସିଂହଦେବ ୧୨୯୯ ?

 

 

 

୧୬)

୪ର୍ଥ ଭାନୁଦେବ

 

 

 

 

(ଙ) ଗଙ୍ଗବଂଶାବଳୀ

(ସତ୍ୟନାରାୟଣ ରାଜଗୁରୁଙ୍କଦ୍ୱାରା ସଂଶୋଧିତ ୬ଷ୍ଠ ମଧୁକାମାର୍ଣ୍ଣବ = ବୈଦୁମ୍ବବଂଶୋଭବା ବିନୟ ମହାଦେବୀ (ଶ ୯୪୧-୯୬୦)

C:\Users\USER-10\Desktop\୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧୧.png

 

C:\Users\USER-10\Desktop\୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨୨.png

ଚୋଡ଼ଗଙ୍ଗ ତାମ୍ରଶାସନର ସାରାଂଶ–

 

୯୯୯ ଶକାବ୍ଦ କୁମ୍ଭ ମାସ ଶୁକ୍ଳ ତୃତୀୟା ଶନିବାର ରେବତୀ ନକ୍ଷତ୍ରରେ ଆଧୁନିକ ମୁଖଲିଙ୍ଗ ନିକଟ ନଗର ନାମକ ରାଜଧାନୀରେ ଅଭିଷିକ୍ତ ହୋଇ ସିଂହାସନାରୋହଣ କଲେ । ତାଙ୍କ ପିତାଙ୍କ ମୃତ୍ୟୁ ସମୟକୁ ତାଙ୍କୁ ୧୦ ବା ୧୫ ବର୍ଷ ହୋଇଥିଲା । ସେ ମାତାମହ ରାଜେନ୍ଦ୍ର ଚୋଳଙ୍କ ନିକଟରେ ରହି ରାଜନୀତି ଓ ଅସ୍ତ୍ରଶିକ୍ଷା ଲାଭ କରିଥିବାର ଜଣାଯାଏ । ସେ ପ୍ରାୟ ୮୦ ବର୍ଷ ବଞ୍ଚିଥିଲେ । ୭୦ ବର୍ଷ ରାଜତ୍ୱ କରିଥିଲେ । ସେ କଳିଙ୍ଗ ଓ ଓଡ଼ିଶାରେ ରାଜତ୍ୱ କରିଥିଲେ । ତାଙ୍କର ଅନେକଗୁଡ଼ିଏ ମହିଷୀ ଥିଲେ । ଯଥା:

 

(୧) ଚୋଡ଼ମହାଦେବୀ,

(୨) କସ୍ତୁରିକା ମୋଦିନୀ,

(୩) ଇନ୍ଦିରା,

(୪) ଚନ୍ଦ୍ରଲେଖା,

(୫) ଶ୍ୟାମଳା,

(୬) ଦେନ୍ନବ ଦେବୀ,

(୭) ପଦ୍ମାବତୀ,

(୮) ରାଜବାଳା,

(୯) ଲାବଣ୍ୟବତୀ,

(୧୦) ପୃଥ୍ୱୀ,

(୧୧) କୋସନ,

(୧୨) ସୋମଳ,

(୧୩) ପଦ୍ମଳ,

(୧୪) ଚନ୍ଦ୍ରବକ୍ତା,

(୧୫) ମଳୟ,

(୧୬) ଲୀଳାବତୀ,

(୧୭) ସୁରକମା ।

 

ଭ୍ରାତା-ପୁତ୍ର-କଳତ୍ରମାନଙ୍କ ସହିତ ଆନନ୍ଦରେ ପାରିବାରିକ ଜୀବନ କଟାଉଥିଲେ । ତାଙ୍କ ରାଜ୍ୟର ପଶ୍ଚିମରେ ବେଙ୍ଗୀରୁ ଅର୍ଦ୍ଧେକ ଏବଂ ପୂର୍ବରେ ଉତ୍କଳ କଳିଙ୍ଗ ସଙ୍ଗେ ମିଶାଇଥିଲେ ।

 

ପୂର୍ବାସ୍ୟାଂ ଦିଶି ପୂର୍ବମୁତ୍କଳପତିଂ ରାଜ୍ୟେ ନିଧାୟାଭୂତଂ

ପଶ୍ଚାତ୍ ପଶ୍ଚିମ ଦିକ୍‌ତଟେ ବିଘଟିତଂ ବେଙ୍ଗୀ ସମୀପ୍ୟେ ତୟୋଃ

ଲକ୍ଷ୍ମୀ ବନ୍ଧନମାଳକାମିବଂ ଜୟଶ୍ରୀ ତୋରଣ ସ୍ତମ୍ଭୟୋଃ

ବଂଧ୍ନାତି ସ୍ମ ସମିଦ୍ଧକୀର୍ତ୍ତିବିଭବ ଶ୍ରୀଗଙ୍ଗ ଚୂଡ଼ାମଣିଃ ।

 

ସେ ପ୍ରଦେଶରେ ତାଙ୍କର ଶ୍ରାହୀ (ଅଙ୍କ) ପ୍ରଚଳିତ ଥିଲା । ସେ ପୁତ୍ରମାନଙ୍କୁ ରାଜନୀତି ଶିକ୍ଷା କରାଇବା ଉଦ୍ଦେଶ୍ୟରେ ଅଧୀନ ରାଜ୍ୟମାନଙ୍କରେ ପ୍ରତିନିଧି ପ୍ରତିଷ୍ଠିତ କରିଥିଲେ । ଜ୍ୟେଷ୍ଠପୁତ୍ର କାମାର୍ଣ୍ଣବ କଳିଙ୍ଗର ପରୀକ୍ଷା ପଦରେ ଅଧିଷ୍ଠିତ ହୋଇଥିଲେ । ରାଜରାଜଦେବ ବେଲିନାଣ୍ଟିରେ ରାଜତ୍ୱ କରୁଥିଲେ । ତାଙ୍କ ଜୀବିତ ସମୟରେ କାମାର୍ଣ୍ଣବ ୧୧୪୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସିଂହାସନରେ ପ୍ରତିଷ୍ଠିତ ହୋଇଥିଲେ । ସେ ବେଙ୍ଗୀ, ଗୌଡ଼, ଉତ୍କଳ, ମନାରଗଡ଼ ଓ ରତ୍ନପୁର ଆକ୍ରମଣ କରି ଜୟ କରିଥିଲେ । (ଜାଜଲ୍ଲଦେବଙ୍କ ଶିଳାଶାସନ ଓ ପୃଥ୍ୱୀଦେବଙ୍କ ପ୍ରଶସ୍ତି) ।

 

ତଦ୍‌ବଂଶେ ନୃପ ଚୋଡ଼ଗଙ୍ଗ ବିସରତ୍ ପ୍ର୍ରେøଢ଼ପ୍ରତାପାନଳ;

ଜ୍ୱାଳା ସନ୍ତତି ଶାନ୍ତି ଚଣ୍ଡଜଳଦଃ ଶ୍ରୀରତ୍ନଦେବୋଽଭବତ୍ ।

 

ବାଂକ୍ଷବିତ ଚୋଡ଼ଗଙ୍ଗ ସୁଭଟ ସ୍ଫାରେନ୍ଦୁ ବିଶ୍ୱଗ୍ରହ

ଗ୍ରାସେ ରାହୁରନନ୍ତଶୌର୍ଯ୍ୟ ମହିମାଶ୍ଚର୍ଯ୍ୟୋ ମହାମଣ୍ଡଳେ ।

 

ତସ୍ୟାସୀଦଗ୍ର ମହିଷୀ ଗଙ୍ଗାନ୍ୱୟ ବିଭୂଷଣଂ

ଗୌରୀ ଗୌରୀବ ଲାବଣ୍ୟା ଜାତା ସପ୍ତସୁତସ୍ତୟୋଃ ।

(ଏ.ଇ.ଖ.୪)

 

ତାଙ୍କର ଅନେକଗୁଡ଼ିଏ ନାମ ଥିଲା- ଚୋଡ଼ଗଙ୍ଗ, ଚୋରଗଙ୍ଗ, ଗଙ୍ଗେଶ୍ୱର, ଚୁଡ଼ଙ୍ଗଦେବ, ଚୋଡ଼ବର୍ମ୍ମରାୟ, ଚୋଳଗଙ୍ଗ, ଅନନ୍ତବର୍ମ୍ମା ଦେବ । ତାଙ୍କ ବିରୁଦାବଳୀ- ‘ସମରମୁଖାନେକରିପୁଦର୍ପମର୍ଦନ, ଭୁଜବଳପରାକ୍ରମ, ପରମମାହେଶ୍ୱର, ପରମଭଟ୍ଟାରକ; ପରମବୈଷ୍ଣବ, ପରମବ୍ରହ୍ମଣ, ନବନବତି ସହସ୍ର କୁଞ୍ଜରାଧୀଶ୍ୱର ମହାରାଜାଧିରାଜ ପରମେଶ୍ୱର ଗଙ୍ଗାନ୍ୱୟାବଲମ୍ବନସ୍ତମ୍ଭ ତ୍ରିକଳିଙ୍ଗାଧିପତି ମାନାପିତୃପାଦାନୁଧ୍ୟାତ ଶ୍ରୀମଦନନ୍ତ ବର୍ମ୍ମ ଚୋଡ଼ଗଙ୍ଗଦେବ ।’ ଗଙ୍ଗବଂଶୀୟ ରାଜାମାନେ ଚୋଳ, ହୈହୟ, ପୂର୍ବଚାଲୁକ୍ୟ, କଦମ୍ବ ଓ ଶିଳାବଂଶୀ ରାଜାମାନଙ୍କ ସହିତ ବୈବାହିକ ସମ୍ବନ୍ଧ ରଖୁଥିଲେ । ପିଷ୍ଠାପୁର ରାଜାମାନଙ୍କ ସଙ୍ଗେ ଏ ସମ୍ବନ୍ଧ ଥିଲା । ଗଙ୍ଗବଂଶଜା ଗୌରୀ ପୂର୍ବ ଚାଲୁକ୍ୟବଂଶର ପ୍ରଥମ ବିକୟାଦିତ୍ୟଙ୍କ ପୁତ୍ର ସତ୍ୟାଶ୍ରୟକୁ ବିବାହ କରିଥିଲେ । ପିଷ୍ଠାପୁର ଶିଳାଶାସନ ରାଜଧାନୀ ନଗରୀକଟକ ବା ତ୍ରିକଳିଙ୍ଗାବନୀ ନଗର । ଏହି ନଗର ପାରଳାଖେମୁଣ୍ଡିରୁ ୨୨ ମାଇଲ ଦୂରରେ ଅବସ୍ଥିତ ।

 

ରନ୍ଧ୍ରାନ ହିତ୍ୱା ଜନିଧି ବଧୂଗାଢ଼ ଗୋଦାବରୀକାଂ

କଳିଙ୍ଗସ୍ୟାନୁସର ନଗରୀଂ ନାମ ତାଂ ରାଜଧାନୀ

(ଧୋୟ କବିଙ୍କ ବାୟୁଦୂତ)

 

କେଶରୀବଂଶ ରାଜା ସୁବର୍ଣ୍ଣକେଶରୀଙ୍କୁ ଯୁଦ୍ଧରେ ପରାସ୍ତ କରି ୧୦୫୪ ଶକାବ୍ଦ (୧୧୪୨ ଖ୍ରୀ) ଆଶ୍ୱିନ ଶୁକ୍ରବାର ଓଡ଼ିଶା ସିଂହାସନରେ ଅଭିଷିକ୍ତ ହୋଇଥିଲେ (ମାଦଳା) । ୧୦୩୪ ଶକାବ୍ଦରେ ଦତ୍ତ ତାମ୍ରଶାସନରେ ଉତ୍କଳ ଜୟ କରିଥିବା କଥା ଲେଖା ଅଛି । ଜୟ କରିବାର ଏତେକାଳ ପରେ କ’ଣ ଅଭିଷେକ ହେଲା ? ସେ ରାଜନୀତିଜ୍ଞ ଥିଲେ । ତାଙ୍କର ରାଜତ୍ୱ ସମୟରେ ସମଗ୍ର ଦକ୍ଷିଣ କଳିଙ୍ଗ ୭ଟି ବର୍ତ୍ତିନୀରେ ବିଭକ୍ତ ହୋଇଥିଲା ।

 

(୧) ରୁପା,

(୨) କୋଷ୍ଠକ,

(୩) ବରାହ,

(୪) କଣ୍ଟକ,

(୫) କୁଳ,

(୬) ଭଙ୍ଗାପ,

(୭) ଚାପ ।

 

ଏହି ୭ଟି ବର୍ତ୍ତିନୀ ମଧ୍ୟରେ କେତେଗୋଟି ବିଷୟ ବା ତାଲୁକା ଥିଲା ଏବଂ ପ୍ରତ୍ୟେକ ବିଷୟ ମଧ୍ୟରେ ୧୨ ଠାରୁ ୨୦/୨୫ ପର୍ଯ୍ୟନ୍ତ ଗ୍ରାମ ଥିଲା । ବିଷୟ, ଯଥା-

 

(୧) ବନାଡ଼ି,

(୨) ନଗରପୁ.ବାଡ଼.

(୩) ଅବନ୍ତୀପୁର ବାଡ଼,

(୪) ଅଲତ,

(୫) ଏରଦ,

(୬) ନେଣ୍ଟି,

(୭) ରାଷ୍ଟ୍ରକୂଟ,

(୮) କାମରୂପ,

(୯) ଯନୋର,

(୧୦) ବେଇପୁର,

(୧୧) ପୁଷ୍ୟଗିରି,

(୧୨) ତିରିକଟୁ,

(୧୩) ରୂପବତୀ,

(୧୪) ଫରେୟଭୁକ୍ତି,

(୧୫) କୋଳୁ,

(୧୬) ସ୍ୱସ୍ୟ ।

 

ପ୍ରତ୍ୟେକ ବର୍ତ୍ତିନୀରେ ଗୋଟିଏ ଗୋଟିଏ ନଗର ଥିଲା । ଯଥା-

 

(୧) ନଗର,

(୨) ସିଂହ,

(୩) ଅବନ୍ତୀପୁର,

(୪) ଦନ୍ତପୁର,

(୫) କୋଲୁପତ୍ତନ ସମ୍ଭବତଃ କଳିଙ୍ଗପତ୍ତନ,

(୬) ବିଜୟାପୁର,

(୭) ସିନ୍ଦୂରାପୁର ଇତ୍ୟାଦି ।

 

ପ୍ରତ୍ୟେକ ବର୍ତ୍ତିନୀରେ ଜଣେ ମହାମାଣ୍ଡଳିକ, ପ୍ରତ୍ୟେକ ବିଷୟରେ ଜଣେ ମାଣ୍ଡଳିକ, ପ୍ରତ୍ୟେକ ଗ୍ରାମରେ ଜଣେ ନାୟକ ନାମରେ ରାଜକର୍ମଚାରୀ ଥିଲେ । ପ୍ରସ୍ତର, ଗର୍ତ୍ତ, ପୁରାତନ ସ୍ଥାୟୀ ବୃକ୍ଷଦ୍ୱାରା ଗ୍ରାମସୀମା ନିରୂପିତ ହେଉଥିଲା । ଭୂମିମାପ ହେଉଥିଲା । ଗୁଣ୍ଠ, ପୌଟୀ, ନଳ, ଅନଙ୍ଗଭୀମ କୋଳ ନାମରେ ‘ଭୂମାପ ବତା’ ବ୍ୟବହୃତ ଥିଲା । ବଲଣ କର ଆଦାୟ ହେଉଥିଲା । ଚୋଡ଼ଗଙ୍ଗଙ୍କ ଅମଳରେ ନିମ୍ନଲିଖିତ ରାଜକର୍ମଚାରୀ ଥିଲେ । ଯଥା-

 

(୧) ପରୀକ୍ଷା କାମାର୍ଣ୍ଣବ ଯେନା,

(୨) ପ୍ରଧାନମନ୍ତ୍ରୀ କେତନାଚାର୍ଯ୍ୟ,

(୩) ସନ୍ଧିବିଗ୍ରହ ଶ୍ରୀରେଚନ,

(୪) ମହାମାଣ୍ଡଳିକ ସାହସଗଙ୍ଗ ପଧାନ,

(୫) ଶାସନାଧିକାରୀ ଜାତଦେବ ଭଟ୍ଟ,

(୬) ଗଣପତି ମୁପ୍‌ପନ,

(୭) ମାଣ୍ଡଳିକ ପୁରୁଷୋତ୍ତମ,

(୮) ଲବଣାଧିକାରୀ ଗଙ୍ଗନାରାୟଣ,

(୯) ଦଣ୍ଡନାୟକ ଗାଡ଼୍‌ଡ଼ିୟ ଓଁ ପୋନ୍ନୟ,

(୧୦) ଶ୍ରୀକରଣ ଗଙ୍ଗବିଦ୍ୟାଧର ଦେଉ,

(୧୧) ୨ୟ ମନ୍ତ୍ରୀ କେମ୍ମନ ଦଣ୍ଡନାଥ,

(୧୨) ଗଜସାହିଣୀ,

(୧୩) ବାହିନୀଶ କୁମାର ନାରାୟଣ,

(୧୪) ପୋତ ସେନାପତି ଲାଞ୍ଚୟା କୁର୍‌ପ୍‌ପାମୁ ନାୟକ ଇତ୍ୟାଦି ।

 

ଏମାନଙ୍କ କାର୍ଯ୍ୟକାରଣରେ ସନ୍ତୁଷ୍ଟ ହେଲେ ଉପାଧି ଦିଆଯାଉଥିଲା, ଯଥା-

 

(୧) ଗନ୍ଧବାରଣ,

(୨) ସାହସ୍ରମଲ୍ଲ,

(୩) ରାୟରାୟ,

(୪) ମୁଦ୍ରହସ୍ତ,

(୫) ରାଉତରାୟ,

(୬) ଶ୍ରୀସାମନ୍ତ,

(୭) ଅନ୍ତରଙ୍ଗ ମହାପାତ୍ର ଇତ୍ୟାଦି ।

 

ବିରୁଦାବଳିରୁ ଚୋଡ଼ଗଙ୍ଗଙ୍କ ଧର୍ମ୍ମ ଜଣାପଡ଼େ । ସେ ଏକାଧାରରେ ପରମ ଶିବଭକ୍ତ, ପରମ ବୈଷ୍ଣବ ଓ ପରମ ବ୍ରହ୍ମଣ୍ୟ ଥିଲେ । ପରେ ବୈଷ୍ଣବ ଧର୍ମ ପ୍ରଚଳିତ ଥିଲା । ୧୧୧୭ ଖ୍ରୀଷ୍ଟାବ୍ଦ ପରେ ରାମାନୁଜ ଜନ୍ମପରେ ବିଶିଷ୍ଟାଦ୍ୱୈତ ସଙ୍ଗେ ଅକ୍ଷୟ କୀର୍ତ୍ତି ପୁରୀ କଟକରେ ସ୍ୱର୍ଣ୍ଣାକ୍ଷରରେ ଲିଖିତ ହୋଇ ରହିଛି ।

 

ପୃଥ୍ୱୀବର୍ମାଙ୍କ ଦାନପତ୍ର-

 

ଓଁ ସ୍ୱସ୍ତି ସ୍ୱେତକାଧିଷ୍ଠାନା ଭଗବତଃ ସଚରାଚର ଗୁରୋ ସକଳ ଶଶାଙ୍କ (ଶେଖର) ସ୍ୱ (ସ୍ତ) ଇତ୍ୟୁତ୍ପତ୍ତି ପ୍ରଳୟକାରଣ ହେତୋଃ ର୍ମାହେନ୍ଦ୍ରାଶ୍ଚଳଶେଖର ନିବାସିନଃ ଶ୍ରୀମଦ୍ ଗୋକର୍ଣ୍ଣେଶ୍ୱର ଭଟ୍ଟାରକସ୍ୟ ଚରଣକମଳ ଆରାଧନା ବାତ୍ପପୁଣ୍ୟନିଚୟଃ ଷତ୍ କିତ୍‌ରୟ ପ୍ରକର୍ଷାନୁରଣଧିଶ୍ୱେଷ ସାମନ୍ତଚକ୍ର ସ୍ୱଭୁଜବଳ ପରାକ୍ରାନ୍ତ ସକଳ କଳିଙ୍ଗାଧିରାଜ୍ୟେ ପରମ ମାହେଶ୍ୱରୋ ମାତା ପିତୃ ପାଦାଧ୍ୟାତୋ ମହାରାଜାଧିରାଜ ପରମ ମାହେଶ୍ୱର ପରମ ଭଟ୍ଟାରକ ଗଂଗାମଳ କୁଳତିଳକ ଶ୍ରୀ କୋଳାଭଳାପୁର ପାଟଣା କସ୍ୟଃ କୈବଲ୍ୟ ଚରାୟ ତୋଷ ମହାରାଜଃ ଶ୍ରୀ ପୃଥିବୀବର୍ମା ଦେବଃ କୁଳଶ୍ରୀ ମହେନ୍ଦ୍ରବର୍ମଦେବସୁତଃ ଯନରୋ ବିଷୟେ ଯଥା କାଳାଧ୍ୟାସି ମହାସାମନ୍ତ ଶ୍ରୀ ସାମନ୍ତ ରାଜାନକ ରାଜପୁତ୍ରାଃ କୁମାରା ମାତ୍ୟୁତ୍ପରି ଦଣ୍ଡନାୟକ ବିଷୟପତି ଗ୍ରାମପତି ଅନ୍ୟଶ୍ଚ ଚାଟଭଟ ବଲ୍ଲଭଜାତୀୟ ଜନପଦାନାଂ ରାଷ୍ଟ୍ରକୂଟ କୁଟମିନଂ ସମାବାଜିନଃ ଯଥାର୍ହଂ ମାନୟତି ବୋଧୟତି ସମାଧିଷ୍ୟତି ଇତ୍ୟାଦି । ଲିପି ଓଡ଼ିଆଲିପି ସଦୃଶ । ଡାକ୍ତର ହଲ୍‌ସ ସାହେବଙ୍କ ମତରେ ସେ ୧୨ଶ ବା ୧୩ଶ ଶତାବ୍ଦୀର ଲୋକ ।

 

ଇନ୍ଦ୍ରବର୍ମାଙ୍କ ତାମ୍ରଶାସନ-

 

ଓଁ ସ୍ୱସ୍ତି ସଂବର୍ତ୍ତମୁଖରମଣୀୟାଦ୍ ବିଜୟ ଶ୍ରୀନିବାସାତ୍କଳିଙ୍ଗ ନଗର ବାସକାନ୍‍ମହେନ୍ଦ୍ରାଚଳ ଶିଖର ପ୍ରତିଷ୍ଠିତ X X X ଗୋକର୍ଣ୍ଣସ୍ୱାମିନଶ୍ଚରଣକମଳ ଯୁଗଳ X X ସକଳ କଳିଙ୍ଗାଧିରାଜ୍ୟ X X ଶ୍ରୀମଦ୍ଦାନାର୍ଣ୍ଣବ ସୂନୁ ଶ୍ରୀମନ୍ନହାରାଜେନ୍ଦ୍ର ବର୍ମା ରୂପବତୀ ତୁଂଗନା ଗ୍ରାମେ ସର୍ବସମବେତାନ୍ X X X ପ୍ରବର୍ଦ୍ଧମାନ ବିଜୟ ରାଜ୍ୟ ସମ୍ବତ୍ସର ୧୫୪ ଲିଖିତ ମିଦଂ ଶାସନ X X X ଶମ୍ବତ୍ପରୋଧ୍ୟାୟେନୋତ୍କୀର୍ଣ୍ଣା ।

 

ବଜ୍ରହସ୍ତଙ୍କ ତାମ୍ରଶାସନ-

 

ଓଁ ସ୍ୱସ୍ତି ଶ୍ରୀମତା ମଖିଳ ଭୂବନ ବିନୁତନୟ ବିନୟ ଦୟା ଦାନ ଦାକ୍ଷିଣଃ ସତ୍ୟ ଶୌଚ ଶୌର୍ଯ୍ୟ ଧୈର୍ଯ୍ୟାଦି ଗୁଣରହ X X X ମହା ମହେନ୍ଦ୍ରାଚଳ ଶିଖର ପ୍ରତିଷ୍ଠିତସ୍ୟ ସଚରାଚର ଗୁରୋ ସକଳ ଭୁବନ ନିର୍ମାଣୈକ X X X ଶଶାଙ୍କ ଚୂଡ଼ାମଣେର୍ଭଗବତୋ ଗୋକର୍ଣ୍ଣ ସ୍ୱାମିନଃ ପ୍ରସାଦାତ୍ ସମାସାଦିତୈକ ଶଙ୍ଖ ଭେରୀ ପଞ୍ଚମହାଶବ୍ଦ ଧବଳଛତ୍ର ହେମଚାମର ବୃଷଭଲାଞ୍ଛନ ସମୁଜ୍ଜ୍ୱଳ ସମସ୍ତ ସାମ୍ରାଜ୍ୟ ମହିମ୍ନ ମନେକ ସମର ସଂଘଟ ସମୁପଲବ୍‌ଧ ବିଜୟଲକ୍ଷ୍ମୀ ସମାଲିଙ୍ଗେଣ ଭୁବଂ ଭୁଜଦଣ୍ଡାମଳ କରିଷ୍ଣୋ ବିଷ୍ଣୋରିବ ବିକ୍ରମାକ୍ରାନ୍ତା ଧରାମଣ୍ଡଳସ୍ୟ ଗୁଣ ମହାର୍ଣ୍ଣବ ମଧ୍ୟ ରାଜସ୍ୟ ପୁତ୍ରଃ ପୂର୍ବଂ ଭୂପତି X X X ସ୍ୱୟଂ ଏକୀକୃତ୍ୟ ବିଜିତ୍ୟ ଶତ୍ରୁ ନିବାହନ ଶ୍ରୀବଜ୍ରହସ୍ତ ସ୍କତୁଶ୍ଚରିଂଶତ୍‌ମତ୍ୟୁହାର ଚରିତ ସର୍ବାମରକ୍ଷୀସୃମଃ ତସ୍ୟ ତନୟୋ ଗୁଣ ମହାରାଜ ବର୍ଷତ୍ରୟମପାଳନ୍ମହୀ । ତଦନୁଜ କାମାର୍ଣ୍ଣବ ଦେବଃ ପଞ୍ଚତ୍ରିଂଶମବ୍ଦକାଳ ତସ୍ୟାନୁଜ ବିଜୟାଦିତ୍ୟଃ ସମାସ୍ତିସ୍ରଃ ତତଃ କାମାର୍ଣ୍ଣବୀଜ୍ଜାଣେଜଗତ କଳ୍ପଭୂରୁହଃ ଯୋ ରାଜେନ୍ଦ୍ରଜିତଃ ଛାୟୋ ବଜ୍ରହସ୍ତୋବନୀପତିଃ । ପ୍ରଶ୍ଚ୍ୟୋତନ୍ମଦଗନ୍ଧ ଲୁବ୍‌ଧମଧପ ବ୍ୟାଲୀଢ଼ ଖଣ୍ଡାନ୍ ଗଜାନର୍ଥିଭ୍ୟଃ ପ୍ରମଦା ସହସ୍ର ମତୁଳୋଯସ୍ତ୍ୟାଗିନାମଗ୍ରଣ ସ ଶ୍ରୀମାନ ନିୟଙ୍ଗ ଭୀମନୃପତି ଗଙ୍ଗାନ୍ୱୟେ ଭଂସକଃ ପଞ୍ଚତ୍ରିଂଶ ମବ୍ଦକାନ୍ ସବଭୂବକ୍ X X X ତଦତ୍ର ସୂନୁଃ ସରରାଜ ସମନ୍ତା ଛମିତାମଣ୍ଡଳଃ ଅପିଚ କାମାର୍ଣ୍ଣବ ଭୂପତିଭୁର୍ବଂ । ସମୃଦ୍ଧାନିର୍ଦ୍ଧସମଂ ସମୁଜ୍ଜ୍ୱଳଃ ତଦନୁ ତଦନୁଜନ୍ମାତ୍ତେ ନୋପ ମାନୋ ଗୁଣନିଧି ରନକାବୋ ଗୁଣ୍ଡମାଖୀ ମୁଦାସଃ ସକଳମିଦ ମରକ୍ଷତ୍ରିଣି ବର୍ଷାଣି ଧାତ୍ରୀବଳୟ ମଲଘୁତେଜେ ନିର୍ଜ୍ଜିତା ଭାତିଚକ୍ରଃ ତତୋ ଦ୍ୱୈମାତୁସ୍ତସ୍ୟ ମଧୁକାମାର୍ଣ୍ଣବ ନୃପଃ ଅବତି ସ୍ୱାରାନିମତା କୋନବିଂଶତି । ଅଥ ବଜ୍ରହସ୍ତନୃପ ରା ପ୍ରସ୍ତୁତା ଜଖିଳ ଗୁଣଜାଗ୍ରଗଣ୍ୟ କାମାର୍ଣ୍ଣବାତ୍ କବଣ୍ଡ ପ୍ରେପ୍ରୀଶୟ ମାନୀ ବଦାତ୍ ଶୁକ୍ଷକୀର୍ତ୍ତି ଶ୍ରୀୟ ଇବ ଦ୍ୱୈଦୁନ୍ଦାନ୍ୱୟ ପୟଃ ପୟୋନିଧିଃ ସମୁଦ୍ଭବାୟଶ୍ଚ ଯଃ ସ ଏଜନି ବିନୟ ମହାଦେବ୍ୟଃ ଶ୍ରୀ ବଜ୍ରହସ୍ତ ଇତି ନୟନଂ ବିୟଦ୍ରୁତିନିଧି ସଂଖ୍ୟେଯାତି ଶକାବ୍ଦ ସଙ୍ଗେ ଦିନ୍ନକୃତି ବୃକ୍ଷଭସ୍ଥେ ରୋହୀଣିଭେ ସୁଲଗ୍ନେ ଧନୁଷି ଚ ଶୀତପକ୍ଷେ ସୂର୍ଯ୍ୟବାରେ X ଯୋଭିଷିକ୍ତଃ X ଗଙ୍ଗ କୁଳୋତ୍ତମସ୍ୟ X ସୈନ୍ଦୁରୈ ରତିସାନ୍ଦ୍ର ପଞ୍ଚାପଟଳୈଃ କୁମ୍ଭସ୍ଥଳୀ ପଟଳେ X X ପରମ ମାହେଶ୍ୱର ପରମ ଭଟ୍ଟାରକ ମହରାଜାଧିରାଜ ତ୍ରିକଳଙ୍ଗାଧିପତି ଶ୍ରୀମତ୍ ବଜ୍ରହସ୍ତଦେବଃ X X ପରଦ ବିଷୟେ ତବଳପୁର ଗ୍ରାମଂ ତୁମ୍ମୁକା କପ୍‌ପୁଡ଼ଂଦଲପୁରଂ X X ଏତନ୍ ଦ୍ୱାଦଶ ଗ୍ରାମାନ୍ X X ଯଶୋବୃଦ୍ଧୟେ ଅଜଗିରିନିଧି ଶକାବ୍ଦେ X X ତାମ୍ରଶାସନଂ କୃତ୍ୱା X X X ।

 

ପ୍ରାଚୀନ ଗଙ୍ଗବଂଶର ଗୋଟିଏ ସ୍ୱତନ୍ତ୍ର ସମ୍ବତ୍ ପ୍ରଚଳିତ ଥିଲା । କେବେ ଆରମ୍ଭ କେବେ ଶେଷ ଜଣାନାହିଁ । ଚୋଡ଼ଗଙ୍ଗ ତାମ୍ରଶାସନରେ ଦୀର୍ଘ ବଂଶାବଳୀ ଅଛି । ବୀର ନରସିଂହ ଗଙ୍ଗବାଡ଼ି ନାମକ ସ୍ଥାନରେ ରାଜତ୍ୱ କରୁଥିଲେ । ତାଙ୍କ ପୁତ୍ର କାମାର୍ଣ୍ଣବ ଭ୍ରାତୃକଳହ ହେତୁ ଗଙ୍ଗବାଡ଼ି ତ୍ୟାଗକରି ଚାରି ଭାଇଙ୍କୁ ସଙ୍ଗେ ଧରି କଳିଙ୍ଗର ମହେନ୍ଦ୍ର ପର୍ବତରେ ପ୍ରବେଶ ହୋଇ ସେଠାର ରାଜା ଶବଳାଦିତ୍ୟ ବା ଶବରାଦିତ୍ୟଙ୍କୁ ଯୁଦ୍ଧରେ ନିହତ କରି ନିଜେ କଳିଙ୍ଗର ରାଜା ହେଲେ ଏବଂ ଭାଇମାନଙ୍କୁ ୪ ପ୍ରଦେଶ ଦେଲେ । ୩୬ ବର୍ଷ ରାଜତ୍ୱ କଲେ । ପ୍ରଶସ୍ତିକାରମାନେ ତାଙ୍କର ୨ୟ ଭ୍ରାତା ଦାନାର୍ଣ୍ଣବଙ୍କଠାରୁ ପ୍ରଶସ୍ତି ଆରମ୍ଭ କରିଛନ୍ତି । ମାତ୍ର କାମାର୍ଣ୍ଣବ ନିଃସନ୍ତାନ ନ ଥିଲେ । ଜଣେ ଚୋଳ ରାଜାଙ୍କ ଦ୍ରାକ୍ଷାରାମ ନିକଟ ଶିଳାଲିପିରୁ ଜଣାଯାଏ ଯେ –

 

ଭସ୍ମୀକୃତ୍ୟ କଳିଙ୍ଗଦେଶଖିଳଂ ନିର୍ଜିତ୍ୟ ଗଙ୍ଗରଣେ

ଭୁଂକ୍ତ୍ୱା କୋଶଳ ଖଣ୍ଡବାଳ ନିବହୈ ଦେବେନ୍ଦ୍ର ବର୍ମା ଦିକାନ୍

ବୀରଃ ପଲ୍ଲବରାଜ ଇତ୍ୟଭିହିତୋ ରାଜେନ୍ଦ୍ର ଚୋଡ଼ ପ୍ରଭୋଃ

କୀର୍ତ୍ତ୍ୟୁତ୍ତମ୍ଭମିବୋଡ୍ର ସନ୍ଧିଷୁ ଜୟସ୍ତମ୍ଭଂ ଶୁଭଂ ନ୍ୟକ୍ଷିତାତ୍ ।

 

ଏଥିରୁ ଜଣାଯାଏ ବର୍ମ୍ମନ ଉପାଧିଧାରୀ ରାଜାମାନେ କୁଳୋତ୍ତୁଙ୍ଗଙ୍କ ପର୍ଯ୍ୟନ୍ତ ଅର୍ଥାତ୍ ଏକାଦଶ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କଳିଙ୍ଗରେ ରାଜତ୍ୱ କରୁଥିଲେ । ଏ ବଂଶୀୟ ରାଜାମାନଙ୍କର ଯେତେ ତାମ୍ରଶାସନ ମିଳିଛି ସେଥିରୁ ଜଣାଯାଏ ହସ୍ତିବର୍ମା ପ୍ରଥମ ଓ ଦେବେନ୍ଦ୍ରବର୍ମା ଶେଷ ବଂଶଧର । ସମ୍ଭବତଃ ଚୋଳ ସେନାପତି ପଲ୍ଲବରାଜ ଶେଷ ଦେବେନ୍ଦ୍ରବର୍ମାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ । ଦେବେନ୍ଦ୍ରବର୍ମାଙ୍କ ତାମ୍ରଶାସନରୁ ଜଣାଯାଏ, ‘ଗଙ୍ଗବଂଶ ପ୍ରବଦ୍ଧମାନ ବିଜୟ ରାଜ୍ୟ ସମ୍ବତ୍ ୩୦୭ ।’ ସୁତରାଂ ଆଦ୍ୟରୁ କାମାର୍ଣ୍ଣବଙ୍କଠାରୁ ୩୯୭ ବର୍ଷ ଗତ ହୋଇଥିଲା । ରାଜେନ୍ଦ୍ରଚୋଡ଼ଙ୍କ ଉପରକୁ ଗଣିଲେ ୭ମ ଶତାବ୍ଦୀରେ କାମାର୍ଣ୍ଣବ ଜିବୀତ ଥିବାର ଜଣାଯାଏ । ଚୋଡ଼ଗଙ୍ଗ ତାମ୍ର ଶାସନ ଅନୁସାରେ କାମାର୍ଣ୍ଣବ ୭ମ ଶତାବ୍ଦୀର ଲୋକ । ଦ୍ରାକ୍ଷାରାମ ଶିଳାଲିପିରୁ ଜଣାଯାଏ ପଲ୍ଲବରାଜ କଳିଙ୍ଗ ତଥା ଓଡ଼୍ରଦେଶ ଆକ୍ରମଣ କଲାବେଳେ କଳିଙ୍ଗରେ ଚୋଡ଼ଗଙ୍ଗ ଦେବ ରାଜତ୍ୱ କରୁଥିଲେ । ଚୋଡ଼ଗଙ୍ଗ କୁଳୋତ୍ତୁଙ୍ଗ ରାଜେନ୍ଦ୍ର ଚୋଡ଼ଙ୍କର ନାତି (ମାତୁଳ ବଂଶ) । ଦେବେନ୍ଦ୍ରବର୍ମା ପରାଜିତ ନ ହେବାଯାକେ ସମଗ୍ର କଳିଙ୍ଗ ବଜ୍ରହସ୍ତ ବା ଚୋଡ଼ଗଙ୍ଗଙ୍କ ଅଧୀନ ହୋଇ ନ ଥିଲା । କାମାର୍ଣ୍ଣବଙ୍କ ବଂଶଧର ବର୍ମନ୍ ରାଜାମାନେ କଳିଙ୍ଗରେ (ମହେନ୍ଦ୍ର ପର୍ବତ ନିକଟ ଦନ୍ତପୁରରେ) ଏବଂ ଦାନାର୍ଣ୍ଣବଙ୍କ ବଂଶଧର କଣ୍ଟକ ବର୍ତ୍ତିନୀ ଖଣ୍ଡରେ (ମୁଖଲିଙ୍ଗ ନିକଟ ‘ନଗର’ ରାଜଧାନୀରେ) ଅବସ୍ଥାନ କରି ଯେ ଯାହାର ରାଜ୍ୟରେ ରାଜତ୍ୱ କରୁଥିଲେ । କାମାର୍ଣ୍ଣବଙ୍କ ବଂଶ ଜ୍ୟେଷ୍ଠ । ସେମାନେ ୩୦୦ ବର୍ଷରୁ ଅଧିକ କଳିଙ୍ଗରେ ରାଜତ୍ୱ କରୁଥିଲେ । ଦାନାର୍ଣ୍ଣବଙ୍କ ବଂଶ ସମ୍ଭବତଃ ସେମାନଙ୍କୁ ସମ୍ରାଟ ବୋଲି ସ୍ୱୀକାର କରୁଥିଲେ । ବର୍ମନ୍ ବଂଶର ବିରୁଦାବଳିରୁ ଏକଥା ଜଣାପଡ଼େ-

 

ଓଁ ସ୍ୱସ୍ତ୍ୟମରପୁରାନୁକାରିଣ ସଂବର୍ତ୍ତମୁଖରମଣୀୟା ବିଜୟବତୋ କଳିଙ୍ଗ ନଗର ବାସକାନ୍ମହେନ୍ଦ୍ରାଚଳମଳ ଶିଖର ପ୍ରତିସ୍ଥିତସ୍ୟ ସଚରାଚର ଗୁରୋ ସକଳ ଭୁବନ ନିର୍ମାଣୈକ ସୂତ୍ରଧରସ୍ୟ ଶଶାଙ୍କ ଚୂଡ଼ାମଣେ ର୍ଭଗବତୋ ଗୋକର୍ଣ୍ଣ ସ୍ୱାମିନ ଶ୍ଚରଣକମଳ ଯୁଗଳ ପ୍ରଣାମାଦ୍ ବିଗତ କଳିକଳଙ୍କୋ ନେକାହବ ସଂକ୍ଷୋଭଜନିତ ଜୟଶବ୍ଦ ପୂତପାବନୀତ ସମସ୍ତ ସାମନ୍ତ ଚକ୍ରଚୂଡ଼ାମଣି ପ୍ରଭାମଞ୍ଜରୀ ପୁଣ୍ୟରଞ୍ଜିତ ବର ଚରଣାମ୍ବୁଜନିସ୍ତୁଷ ଦ୍ୱାରୋପାର୍ଜ୍ଜିତ ସକଳକଳିଙ୍ଗାଧିରାଜ ପ୍ରବିତତ ସିତକୁମୁଦକୁନ୍ଦେନ୍ଦୁବବାତ ବିନିର୍ଗତ ଯଶୋଧ୍ୱସ୍ତାରିତ କୁଳାଚଳୋନୟବିନୟ ଦୟାବାନ ଦାକ୍ଷିଣ୍ୟ ସୌଦାର୍ଯ୍ୟ ସତ୍ୟତ୍ୟାଗାଦିଗୁଣସମ୍ପଦାଧାରଭୂତୋ ପରମମାହେଶ୍ୱର ପରମଭଟ୍ଟାରକ ଶ୍ରୀ ଅନନ୍ତବର୍ମ୍ମସୁନୁ ଶ୍ରୀ ଦେବସୂନୁ ଶ୍ରୀ ଯୁବରାଜ ଶ୍ରୀ ରାଜେନ୍ଦ୍ରବର୍ମ୍ମା କୁଶଳୀ X X X ଇତ୍ୟାଦି । ଏମାନେ ଓଡ଼ିଶାର ରାଜା ଏବଂ ଓଡ଼ିଆ ଥିଲେ । ଏମାନଙ୍କ ତାମ୍ରଶାସନରେ ବ୍ୟବହୃତ ଲିପି ଅଧିକାଂଶ ଓଡ଼ିଆ ଲିପି ସଙ୍ଗେ ସମାନ । କେତେକ ଶବ୍ଦ ଓଡ଼ିଆ ଶବ୍ଦ ସଙ୍ଗେ ସମାନ । ଲିପିରେ ଆନ୍ଧ୍ର ଅକ୍ଷରର ଛାୟା ଆଦୌ ନାହିଁ । ବର୍ମ୍ମନମାନେ ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀ ଅର୍ଥାତ୍ ବଜ୍ରହସ୍ତଙ୍କ ପର୍ଯ୍ୟନ୍ତ ଅବାଧରେ ଶାସନ କରୁଥିଲେ । ଦଶମ ଶତାବ୍ଦୀର ମଧ୍ୟଭାଗଠାରୁ ସେମାନଙ୍କ ପତନ ଆରମ୍ଭ ହେଲା ଏବଂ ଦାନାର୍ଣ୍ଣବ ରାଜତ୍ୱ କରିଥିଲେ । ମାତ୍ର ଏମାନେ ସାମନ୍ତରାଜା ଥିଲେ । ବଜ୍ରହସ୍ତ ନିଜେ ସ୍ୱାଧୀନ ହେଲେ ମଧ୍ୟ ବର୍ମନମାନେ ଆହୁରି ୭୦ ବର୍ଷ ସ୍ୱାଧୀନ ଥିଲେ । ଚୋଡ଼ଗଙ୍ଗଙ୍କ ସମୟକୁ ଉଭୟ ବଂଶ ମଧ୍ୟରେ ମନୋମାଳିନ୍ୟ ହେଲା । ତେତେବେଳେ ବର୍ମନ ବଂଶରେ ୪ର୍ଥ ରାଜେନ୍ଦ୍ର ବର୍ମା ରାଜା ଥିଲେ । ଚୋଡ଼ଗଙ୍ଗ ନିଜେ ସେମାନଙ୍କ ସଙ୍ଗେ ଯୁଦ୍ଧ ନ କରି ତାଙ୍କ ଅଜା ରାଜେନ୍ଦ୍ର ଚୋଡ଼ଙ୍କଦ୍ୱାରା ସେ ବଂଶର ଉଚ୍ଛେଦ ସାଧନ କଲେ । ପରେ ଅଜାଙ୍କ ସାହାଯ୍ୟରେ ନିଜେ ସମଗ୍ର କଳିଙ୍ଗ ଓ ଅର୍ଦ୍ଧେକ ବେଙ୍ଗୀଶ୍ୱର ହେଲେ । ଶେଷରେ ନିଜର ସୈନ୍ୟବଳ ବୃଦ୍ଧି ହେବାରୁ ଉତ୍କଳରୁ କେଶରୀବଂଶର ଉଚ୍ଛେଦ ସାଧନ କରି ସମଗ୍ର ଉତ୍କଳ ଓ କଳିଙ୍ଗ ରାଜ୍ୟ ଏକତ୍ର କରି ଅବାଧରେ ଶାସନ କଲେ ।

 

ଶକାବ୍ଦେ ନନ୍ଦ ରନ୍ଧ୍ର ଗ୍ରହଗଣ ଗଣିତେ କୁମ୍ଭସଂସ୍ଥେ ଦିନେଶେ

ଶୁକ୍ଳପକ୍ଷେ ତୃତୀୟା ଯୁଜିରବିଜ ଦିନେ ରେବତୀଭେ ନୃଯୁଗ୍ମେ

ଲଗ୍ନେ ଗଙ୍ଗାନ୍ୱୟାମ୍ଭୁଜବନଦିନକୃଦ ବିଶ୍ୱ ବିଶ୍ୱମ୍ଭରୟା ଶ୍ଚକ୍ରଂ

ର୍‌କ୍ଷିତୁଂ ସଦ୍‌ଗୁଣନିଧିରଧି ପଶ୍ଚୋଡ଼ ଗଙ୍ଗୋଭିଷିକ୍ତଃ ।

 

ଚୋଳଂ ଶ୍ଚାଳୟତଶ୍ଚ ମୂଚଳନତଃ ପାଣ୍ଡ୍ୟାନ୍‌ଭ୍ରୁବାଦ୍ଭୁଗ୍ନୟା

ହୁଂକାରେଣ ଚ ସପ୍ତକୋଙ୍କଣପତୀ ନ୍ୟକାରତଃ କେରଳାନ୍‌

ଅନ୍ତଃ କୋପ ବିଘୂର୍ଣ୍ଣମାନଶିରସା କର୍ଣ୍ଣାଟ ଲାଟେଶ୍ୱରା

ନ (ସ୍ୟୋ) ନ୍ମତ୍ତ କୃପାଣ ବୀକ୍ଷଣ ଧୃତିଂ କେ ବା ଯଯୁ ଭୁଭତଃ ।

 

ଜୀତ୍ୱା ବାହୁବଳେନୋର୍ବୀଂ ବରସିଂହ ସ ସଭୂପତି

ସତ୍‌କ୍ରିୟା ସମଭିବ୍ୟାହାରୈର୍ବିଜିଗ୍ୟେ ସଦ୍ମ ନା କିନାଂ ।

 

ବୀରସିଂହ ଅଷ୍ଟମ ଶତାବ୍ଦୀ ପ୍ରାରମ୍ଭରେ ରାଜତ୍ୱ କରିଥିଲେ । ବୀରସିଂହଙ୍କଠାରୁ ୧ମ କାମାର୍ଣ୍ଣବଙ୍କୁ ଛାଡ଼ି ୧୮ ଜଣ ରାଜା ୩୭୬ ବର୍ଷ ରାଜତ୍ୱ କରିଥିଲେ । ତା’ପରେ ଚୋଡ଼ଗଙ୍ଗ ରାଜତ୍ୱ କଲେ ।

 

ଚୋଡ଼ଗଙ୍ଗ ୧୦୫୭ ଶକାବ୍ଦରେ ଉତ୍ତର-ପୂର୍ବାଞ୍ଚଳ (ଉତ୍କଳ) ଜୟ କରି ଚକ୍ରବର୍ତ୍ତୀ ଉପାଧି ଧାରଣ କଲେ (କୂର୍ମ ମନ୍ଦିର ଶିଳାଲିପି) । ପୂର୍ବରାଜାମାନଙ୍କ ପ୍ରଶସ୍ତି ଶ୍ଲୋକ ପରରାଜାଙ୍କ ପ୍ରଶସ୍ତିରେ ସନ୍ନିବେଶିତ ହୋଇଛି । ବଂଶଗୌରବ, ବଂଶମର୍ଯ୍ୟାଦା, ବଂଶବୀରତ୍ୱ, ବଂଶପ୍ରାଚୀନତ୍ୱ ଦେଖାଇବା ଏଥିର ଉଦ୍ଦେଶ୍ୟ । ନରସିଂହ ତାମ୍ରଶାସନ ଓ ଚୋଡ଼ଗଙ୍ଗ ତାମ୍ରଶାସନରେ ରାଜାଙ୍କ ନାମ ଓ ରାଜତ୍ୱ ସମୟ ସମ୍ବନ୍ଧେ ପ୍ରଭେଦ ଦେଖାଯାଏ । ପ୍ରଥମ ନରସିଂହଦେବଙ୍କ ନାମ (ଶକାବ୍ଦ ୧୧୧୮-୧୧୩୪ ଅଙ୍କ ୧୭ରେ ୧୬ ବର୍ଷ) ନରସିଂହ ତାମ୍ରଶାସନରେ ନାହିଁ, ମାତ୍ର ଚୋଡ଼ଗଙ୍ଗ ତାମ୍ରଶାସନରେ ଅଛି । ଦ୍ରାକ୍ଷାରାମ ପ୍ରଭୃତି ଶିଳାଲିପିରୁ ଜଣାଯାଏ ଚୋଡ଼ଗଙ୍ଗଙ୍କ ପୁତ୍ର ୩ୟ ରାଜରାଜଦେବଙ୍କର ଅପର ନାମ ୨ୟ ନରସିଂହ ।

 

ଶ୍ରୀ ଗଙ୍ଗାନ୍ୱୟ ଚୋଡ଼ଗଙ୍ଗ ନୃପତେ ର୍ନିସୀମ ଶୌର୍ଯ୍ୟୋଦୟୋ

ଜାତଃ ପ୍ରାଗନିୟକଂ ଭୀମ ନୃପତି (ର୍ଦ୍ଦାନୈ) କ ଚିନ୍ତାମଣିଃ ।

ତତ୍ସୂନୁର୍ନରନାରସିଂହ ନୃପତି ସଂକ୍ରାନ୍ତ ଭୂମଣ୍ଡଳୋ

ହେଳାନିର୍ଜିତ ଗୌଡ଼ରର୍ଜ୍ଜ ନୃପତିଃ ଶ୍ରୀ ରାଜରାଜୋ (ଭ) ବତ୍ ।

 

ତା (ଳୀ) କର୍କଶ ବୀର ଶୈଳନିତରା ନ ପ୍ରାପ୍ୟ ଦୋର୍ଦଣ୍ଡୟୋ

ଗଣ୍ଡୁଚିସମୀନାଂ (ଯ୍ୟ) ମେଂକନଂ ଚମୂନାଥ ସମାଦିଷ୍ଟବାନ୍ ।

ରାଜ୍ଞାନେନ ସ ଗୌତମୀତଟ ଭୁବଂ ର୍ଜେ ପୁଂଚଳତ୍କନ୍ଧର

ସ୍ମେରୋନ୍ମୀଳିତ ଲୋଚନେବ କୃତବା (ନ୍‌) ରାଜ୍ଞା ବିଭୋ ର୍ବିକ୍ରମାନ୍ ।

 

ପୁରୀ ଜଗନ୍ନାଥ ମନ୍ଦିରମଧ୍ୟସ୍ଥ ପାତାଳେଶ୍ୱର ଲିପି-

 

(କ) ଓଁ ସ୍ୱସ୍ତି ଶକାବ୍ଦ ୧୧୫୮ ଶ୍ରୀପୁରୁଷୋତ୍ତମସ୍ୟ ପ୍ରବର୍ଦ୍ଧମାନ ବିଜୟ ରାଜ୍ୟେ ଶ୍ରୀମଦନଙ୍ଗଭୀମଦେବସ୍ୟ ଦ୍ୱାତ୍ରିଂଶ ଅଙ୍କେ ଆଶ୍ୱିନାଖ୍ୟ ମାସେ ମକର କୃଷ୍ଣ ସୋମବାରେ X X

 

(ଖ) ଓଁ ସ୍ୱସ୍ତି ଶ୍ରୀ ଅନଙ୍ଗଭୀମ ଦେବସ୍ୟ ପ୍ରବର୍ଦ୍ଧମାନ ସମସ୍ତ ଶ୍ରାହୀ ୩୨ ଶକାବ୍ଦେ ୧୧୫୮ କୁମ୍ଭ ଶୁକ୍ଳ ରବିବାରେ X X

 

(ଗ) ଓଁ ସ୍ୱସ୍ତି ଶକାବ୍ଦେ ୧୧୫୮ ଶ୍ରୀ ଅନିୟଙ୍କ ଭୀମଦେବସ୍ୟ ପ୍ରବର୍ଦ୍ଧମାନ X X

 

(ଘ) ସ୍ୱସ୍ତି ସପ୍ତଦଶୋତ୍ତର ଦ୍ୱାଦଶ ଶତ (ଶକ) ବତ୍ସରେ ଶ୍ରୀ ବୀରନରସିଂହ ଦେବ ମହୀପତିଃ ସ୍ୱରାଜ୍ୟସ୍ୟୈକ ବିଂଶତ୍ୟଙ୍କେ X X (୪ର୍ଥ ନରସିଂହଙ୍କ ତାମ୍ରଶାସନ) ।

 

(ଙ) ଦ୍ୱାବିଂଶତ୍ୟଙ୍କେ ସପ୍ତଦଶାଧିକ ଦ୍ୱାଦଶ ଶତ ମତେ ଗତବତି ଶକ ବତ୍ସରେ X X (୪ର୍ଥ ନରସିଂହ ତାମ୍ରଶାସନ) ।

 

(ଚ) ଓଁ ସ୍ୱସ୍ତି ଶୁଭମସ୍ତୁ ଶକନୃପତେଃ ଚତୁସ୍ତ୍ରାଂଦଧିକ ଦ୍ୱାଦଶ ଶତ ପରିମିତ ବତ୍ସରେ ସ୍ପତିବାହିତେଷୁ ବିଶ୍ୱମ୍ଭରା X X ଶ୍ରୀ ପୁରୁଷୋତ୍ତମ ଦେବସ୍ୟ ପ୍ରବର୍ଦ୍ଧମାନ ବିଜୟ ରାଜ୍ୟେ ସପ୍ତମେଙ୍କେଽଭିଲିଖ୍ୟମାନେ X X X ଶ୍ରୀ ପୁରୁଷୋତ୍ତମ କଟକେ X X ବୀର ଶ୍ରୀମଦ୍ ଭାନୁଦେବ ରାଉତବର୍ମା-ସ୍ୟାୟୁରାରୋଚ୍ୟଐଶ୍ୱର୍ଯ୍ୟାଭିବୃଦ୍ଧୟେ X X (ଏମାରମଠ ତାମ୍ରଶାସନ) ।

 

(ଛ) ଚାଲୁକ୍ୟକୁଳସମ୍ଭୂତା ବାଳା ସୌନ୍ଦର୍ଯ୍ୟବାରିଧେଃ ନାମ୍ନା ସଦଗୁଣ-ଦେବୀତିମହିଷୀ ତସ୍ୟ ଭୂପତେ (ଶଙ୍କରାନନ୍ଦମଠ ତାମ୍ରଶାସନ) । (୩ୟ ରାଜା ରାଜଙ୍କ ରାଣୀ ସଦଗୁଣଦେବୀ ମଙ୍କୁଣ ନୁହେଁ) ।

 

ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ ମହାଶୟ ଉପରୋକ୍ତ ବଂଶବୃକ୍ଷମାନ ପ୍ରସ୍ତୁତ କରି ‘ଉତ୍କଳ ସାହିତ୍ୟ’ରେ ଛପାଇଛନ୍ତି । ତାଙ୍କ ଧୈର୍ଯ୍ୟ ଓ ପରିଶ୍ରମ ଲାଗି ତାଙ୍କୁ ଆନ୍ତରିକ ଧନ୍ୟବାଦ ନ ଦେଇ ରହିପାରୁନାହିଁ । ସେ ମହାଶୟ ଅନେକ ଆଲୋଚନା ପରେ ଲେଖିଛନ୍ତି ଯେ, ଅନଙ୍ଗଭୀମ ଦେବଙ୍କ ଜଗନ୍ନାଥ ଦେଉଳ ତିଆରି ସମ୍ବନ୍ଧେ ଜଗନ୍ନାଥ ଦେଉଳରେ ଥିବା ଶ୍ଲୋକ ଏବଂ ଗଙ୍ଗାବଂଶାନୁଚରିତରେ ଥିବା ଶ୍ଲୋକ ଭ୍ରମପ୍ରମାଦପୂର୍ଣ୍ଣ । ଏ ମତ ବିଷୟରେ ୭୦ ଖଣ୍ଡି ଶିଳାଲିପି ଓ କେତେକ ତାମ୍ରଶାସନ ସାକ୍ଷ୍ୟ ଅଛି । ଏ ଦୁଇ ଶ୍ଲୋକର ଅର୍ଥ ୧୧୧୮ ଶକାବ୍ଦ ହେଲେ ତାଙ୍କ ଗଣନାନୁସାରେ ସମୟ ଭୁଲ ହେବ । ତାଙ୍କର ସନ୍ଦେହ ‘ଶୁଭ୍ରାଂଶୁ’ ନ ହୋଇ ‘ଶୁକ୍ରାଂଶୁ’ ହେଲେ ୧୧୩୮ ଶକାବ୍ଦ ହୋଇପାରେ । ୨ୟ କଥା, ମାଦଳାପାଞ୍ଜିରେ ଥିବା ‘ସପୁଚ୍ଛ ନରସିଂହେନ.......ଶକେ ଦ୍ୱାଦଶକେ ଶତେ’ ସ୍ଥଳେ ଯେଉଁମାନେ ନରସିଂହ ଦେବଙ୍କ ରାଜତ୍ୱ ୧୨୧୭ ଶକାବ୍ଦରୁ ଆରମ୍ଭ ବୋଲି କହନ୍ତି ସେ ମତ ଠିକ୍ ନୁହେଁ । ୩ୟ କଥା ଗଙ୍ଗବଂଶୀୟ ରାଜାଙ୍କ ସମୟରେ ଏକାପରି ଅଙ୍କକାଟ ହୋଇନାହିଁ । ଯଥା- ଚୋଡ଼ଗଙ୍ଗଙ୍କର ୭୨ ଅଙ୍କରେ ୭୦ ବର୍ଷ, କେବଳ ୩ ବର୍ଷ କଟାଯାଇଛି, ମାତ୍ର ଲାଙ୍ଗୁଳା ନରସିଂହଙ୍କ ୨୭ ବର୍ଷ ରାଜତ୍ୱରୁ ୬ ବର୍ଷ କଟାଯାଇଛି । ସେ ମହାଶୟ କହନ୍ତି, ଦକ୍ଷିଣ-ଓଡ଼ିଶାରେ ଗଙ୍ଗବଂଶୀୟ ରାଜାମାନଙ୍କର ଯେଉଁ ଶିଳାଲିପିଗୁଡ଼ିକ ଅଛି, ସେଥିରେ ରାଜାଙ୍କ ନାମ, ଶକାବ୍ଦ ଓ ଅଙ୍କ ବା ଶ୍ରାହି ଉଲ୍ଲେଖ ଅଛି ଏବଂ ସେ ସବୁର ଅବଲମ୍ବନରେ ଯେଉଁ ଶକାବ୍ଦରେ ଯେଉଁ ଅଙ୍କ ମିଳିଛି ସେ ଗୋଟିଏ ପଟ୍ଟିକା କରି ପ୍ରକାଶ କରିଅଛନ୍ତି । ତାକୁ ପରୀକ୍ଷା କରି ଦେଖିଲେ ଜଣାଯାଏ ଯେ, ରାଜତ୍ୱର ପ୍ରତି ବର୍ଷର ଅଙ୍କ ଓ ଶକାବ୍ଦ ମିଳିନାହିଁ, କେତେକ ମିଳିଛି । ଅଙ୍କଗଣନା ନିୟମାନୁସାରେ ୧, ୬ ଓ ୦ ସମନ୍ୱିତ ଅଙ୍କ ଗଣାଯାଏ ନାହିଁ । ତ୍ୟାଯ୍ୟ ଅଙ୍କ ମଧ୍ୟରୁ କେବଳ ୧୦ ବ୍ୟତୀତ ଅନ୍ୟ ତ୍ୟାଯ୍ୟ ଅଙ୍କର ନିଦର୍ଶନ ନାହିଁ । ମାତ୍ର ଚୋଡ଼ଗଙ୍ଗଙ୍କ ୮ ଅଙ୍କ = ୧୦୦୬ ଶକାବ୍ଦ ଅର୍ଥାତ୍ ୯୯୯କୁ ପ୍ରଥମ ଅଙ୍କ ଧରିଲେ ୧ ଓ ୬ ଅଙ୍କ ତ୍ୟାଗ କରାଯାଇ ନାହିଁ ବୋଲି ଜଣାଯାଏ । ତ୍ୟାଗ କରାଯାଇଥିଲେ ୮ ଅଙ୍କରେ ୧୦୦୪ ଶକାବ୍ଦ ହୋଇଥାନ୍ତା । ପୁନଶ୍ଚ ଦେଖାଯାଏ ୧୦୬୯ ଶକାବ୍ଦ = ୭୨ ଅଙ୍କ ଅନୁସାରେ ୭୧ ବର୍ଷ ହେଉଛି । ପଣ୍ଡିତ ଗୋପବନ୍ଧୁ ବିଦ୍ୟାଭୂଷଣ ବଜ୍ରହସ୍ତଦେବ ଓ ରାଜରାଜ ଦେବଙ୍କ ଅଙ୍କ ପଟ୍ଟିକା (ଉ.ସା. ୩୧ଶ ଭାଗ ୯ମ ସଂଖ୍ୟା) ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ବଜ୍ରହସ୍ତ ଦେବଙ୍କ ୯୬୦-୯୯୨ ଶକାବ୍ଦରେ ରାଜତ୍ୱ ୩୩ ବର୍ଷ, ମାତ୍ର ଅଙ୍କସଂଖ୍ୟା ୪୧ । ରାଜରାଜଦେବଙ୍କ ୯୯୧-୯୯୯ ଶକାବ୍ଦରେ ରାଜତ୍ୱ ୧୧ ଅଙ୍କରେ ୮ ବର୍ଷ । ଏ ମହାଶୟ ୧, ୬ ଓ ୦ ବିଶିଷ୍ଟ ଅଙ୍କମାନ ତ୍ୟାଗ କରିଛନ୍ତି । ପୁନଶ୍ଚ ଦେଖାଯାଏ ଯେ ଏମାନେ ଯେଉଁ ଶ୍ଲୋକ ଉପରେ ନିର୍ଭର କରି ଚୂଡ଼ଙ୍ଗଦେବଙ୍କ ମୂର୍ଦ୍ଧାଭିଷେକ ୯୯୯ ଶକାବ୍ଦ ବୋଲି ସ୍ଥିର କରିଛନ୍ତି ତାହା ମଧ୍ୟ ଭୁଲ ଥିବାର ଜଣାଯାଏ । ‘ଶକାବ୍ଦେ ନନ୍ଦ ରନ୍ଧ୍ର ଗ୍ରହଗଣ ଗଣିତେ’ ଇତ୍ୟାଦି । ନନ୍ଦ = ୯, ରନ୍ଧ୍ର = ୮, ଗ୍ରହଗଣ = ୯, ସୁତରାଂ ୯୮୯ ଶକାବ୍ଦ ହେବ । ଏ ଅନୁସାରେ ଗଣନା କଲେ ଉପରୋକ୍ତ ବଂଶାବଳୀରେ ଯେଉଁ ସମୟ ଉଲ୍ଲେଖ ଅଛି ତାହା ଦଶବର୍ଷ ପଛେଇଯିବ । ଚୋଡ଼ଗଙ୍ଗ ୯୮୯ ଶକାବ୍ଦରେ କଳିଙ୍ଗ ସିଂହାସନରେ ଅଭିଷିକ୍ତ ହୋଇଥିଲେ, ମାତ୍ର ତହିଁର ଅନେକ ଦିନ ପରେ ଉତ୍କଳକୁ ଆସିଲେ । ସୁତରାଂ ଉତ୍କଳରେ ଯେଉଁ ଶକାବ୍ଦରେ ରାଜା ହେଲେ ସେହିଠାରୁ ଅନ୍ୟ ରାଜାମାନଙ୍କ ସମୟ ଧରିବାକୁ ହେବ । ସମସ୍ତ ଦେଖିଲେ ବଡ଼ଦେଉଳରେ ଖୋଦିତ ଶ୍ଳୋକ ଭୁଲ୍‌ବୋଲି ହଠାତ୍ କୁହାଯାଇ ନ ପାରେ । ମୁଁ ଯେତେଦୂର ଦେଖୁଛି ସମୟର ସଠିକ୍ ଗଣନା ଏପର୍ଯ୍ୟନ୍ତ ସ୍ଥିରୀକୃତ ହେବାପାଇଁ ଆହୁରି ଅନେକ ଅନୁସନ୍ଧାନ କରିବାକୁ ହେବ । ତେବେ ଯେତେ କଥା ମିଳୁଛି ତାହା ଏକତ୍ରିତ କରି ଦିଆଗଲା । ସହୃଦୟ ପାଠକମାନେ ଏଥିର ସୁବିଚାର କରିବେ ଏବଂ ନୂତନ ତତ୍ତ୍ୱ ସଂଗ୍ରହ ବିଷୟରେ ଯତ୍ନବାନ୍ ହେବେ । ଆମ୍ଭେ ରାଜଗୁରୁ ମହାଶୟଙ୍କୁ ଏ ବିଷୟ ପଚାରିଥିଲୁଁ । ସେ କହିଥିଲେ, ରନ୍ଧ୍ର ଅର୍ଥ ଅଙ୍କ ନିୟମାନୁସାରେ ୯ । ମାତ୍ର ଆମ୍ଭେ ଏ ଉତ୍ତରରେ ସନ୍ତୁଷ୍ଟ ହୋଇ ପାରିଲୁ ନାହିଁ । ରନ୍ଧ୍ର ଜ୍ୟୋତିଷ ଶବ୍ଦ । ଏହା ଆଠ ସ୍ଥଳରେ ବ୍ୟବହୃତ ହେବାର ଆମ୍ଭେ ଜାଣୁ । ମାତ୍ର ରନ୍ଧ୍ର ଅଙ୍କ ୯ କେଉଁ ବାକ୍ୟାନୁସାରେ ହେବ ସେକଥା ନ ଜାଣିବା ଯାଏ ଏକଥା ଉପରେ ନିର୍ଭର କରିପାରୁନାହୁଁ ।

 

ଭୁବନେଶ୍ୱରର ଅନ୍ତ ବାସୁଦେବ ଲିପି–

 

ଦେଉଳର ପଶ୍ଚିମ ପ୍ରାଚୀରରେ ଥିବା ଲିପି । ଭାଷା ସଂସ୍କୃତ । ପ୍ରଶସ୍ତିଲେଖକ ଶ୍ରୀ ବାଚସ୍ପତି । ‘ପ୍ରଶସ୍ତିରିୟଂ ବାଳବଲ୍ଲଭୀ ଭୁଜଙ୍ଗାପର ନାମ୍ନୋ ଭଟ୍ଟ ଶ୍ରୀ ଭବଦେବସ୍ୟ’ ୩୪ ଶ୍ଲୋକ ଅଛି । ସିଲଦ୍‌ବଗ୍ରାମ ।

 

C:\Users\USER-10\Desktop\-1-1-1-1-.png

 

ଗୋବର୍ଦ୍ଧନଙ୍କ ମାତାଙ୍କ ନାମ ଦେବକୀ, ପତ୍ନୀଙ୍କ ନାମ ସରସ୍ୱତୀ । ସେ ବନ୍ଦ୍ୟଘଟୀ ବ୍ରାହ୍ମଣକନ୍ୟା ଥିଲେ । ହରି ଭବଦେବ ରୂପରେ ଏହାଙ୍କ ଗର୍ଭରେ ଜନ୍ମ ହୋଇଥିଲେ । ଭବଦେବଙ୍କ ହୃଦୟରେ କୌସ୍ତୁଭ ଚିହ୍ନ, ଦୁଇ ହସ୍ତରେ ପଦ୍ମ ଚିହ୍ନ । ଅବଶିଷ୍ଟ ଶ୍ଲୋକରେ ଭବଦେବଙ୍କ କୀର୍ତ୍ତି ବର୍ଣ୍ଣିତ ହୋଇଛି । ଏଥିମଧ୍ୟରେ ରାଢ଼, ଗୌଡ଼କୃପାଦବାପ, ହରି ବର୍ମଦେବ ସମ୍ବତ୍ ୫ (୩୨) ପ୍ରଭୃତି କେତେଗୁଡ଼ିଏ ଶବ୍ଦ ଅଛି । ରାଜେନ୍ଦ୍ରଲାଲ ମିତ୍ର ମହାଶୟ ଲିପି ସମ୍ବନ୍ଧେ ନିଜ ମନ୍ତବ୍ୟ ପ୍ରକାଶ କରିନାହାନ୍ତି । ଗାଙ୍ଗୁଲି ମହାଶୟ ଏ କେତେଗୋଟି ଶବ୍ଦ ଦେଖି କହନ୍ତି ଯେ, ବାଚସ୍ପତି ଜଣେ ବଙ୍ଗାଳୀ ଥିଲେ ଏବଂ ରାଢ଼ ଶ୍ରେଣୀୟ ବ୍ରାହ୍ମଣ ଥିଲେ । ଭବଦେବ ବରାହମିହିରଙ୍କ ପରି ଜ୍ୟୋତିର୍ବେତ୍ତା ଥିଲେ । ଭବଦେବ ବଙ୍ଗଳାଭାଷୀ ହରିବର୍ମଦେବଙ୍କ ମନ୍ତ୍ରୀ ଥିଲେ । ସେ ଏହି ଦେଉଳ ଛଡ଼ା ଗୋଟିଏ ପୁଷ୍କରିଣୀ ଖୋଳାଇ ଥିଲେ । ସେ ପୋଖରୀ ସମ୍ଭବତଃ ବିନ୍ଦୁସାଗର । ବାଚସ୍ପତି ଭୋଜଦେବଙ୍କ ସମସାମୟିକ । ବାଚସ୍ପତି ୮୯୮ ଶକ ବା ୯୭୭ ଖ୍ରୀଷ୍ଟାବ୍ଦରେ ‘ନ୍ୟାୟନିବନ୍ଧ’ ନାମକ ଗ୍ରନ୍ଥ ଲେଖିଥିଲେ । ଭୋଜଦେବ ୧୦୦୬-୧୦୩୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ରାଜେନ୍ଦ୍ରଲାଲଙ୍କ ମତରେ ବାଚସ୍ପତି ଏକାଦଶ ଶତାବ୍ଦୀର ଲୋକ ଏବଂ ଦେଉଳଟି ସମ୍ଭବତଃ ସେହି ସମୟର । ଲିପି ସ୍ଥାନାନ୍ତରିତ ହୋଇଥିଲା । ସେବକମାନେ ଆପତ୍ତି କରିବାରୁ ପୁନର୍ବାର ଆସି ସେଠାରେ ରହିଲା । ଲିପି ୨ ଖଣ୍ଡ ପ୍ରସ୍ତର ଉପରେ ଲିଖିତ ହୋଇଛି । ଏ ଦୁଇଟି ଲିପି କେବେ ସ୍ଥାନାନ୍ତରିତ ହୋଇଥିଲା ଜଣାନାହିଁ । କେବେ ପୁନଃ ପ୍ରତିଷ୍ଠିତ ହେଲା ଜଣାନାହିଁ । ଅପର ଲିପିଟି ବ୍ରହ୍ମେଶ୍ୱର ଦେଉଳର ଲିପିପରି ବୋଧହୁଏ । ଗାଙ୍ଗୁଲି ମହାଶୟଙ୍କ ମତ ସମ୍ପୂର୍ଣ୍ଣ ଭ୍ରମମୂଳକ । ହରିବର୍ମ ଦେବ ନାମକ ରାଜା ବଙ୍ଗଳାରେ କେବେ ରାଜତ୍ୱ କରି ନ ଥିଲେ । ବିଶେଷତଃ ଦେବ ସଂଜ୍ଞକ ରାଜା ବଙ୍ଗ ସିଂହାସନରେ ରାଜତ୍ୱ କରି ନ ଥିଲେ । ଆଇନି ଆକବରୀ ଓ ପୃଥିବୀ ଇତିହାସରେ ଶୂରବଂଶ, ପାଳବଂଶ, ସେନବଂଶ ରାଜାଙ୍କ ନାମ ଅଛି । ଏ ତିନି ବଂଶ ୧୫୧୯ ବର୍ଷ ରାଜତ୍ୱ କରିଥିଲେ । ବଙ୍ଗର ଶେଷ ରାଜା ଲକ୍ଷ୍ମଣସେନ ୧୧୪୨-୧୨୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ୧୫୧୯ ବର୍ଷ ହେଲେ ଖ୍ରୀଷ୍ଟପୂର୍ବ ୩୧୭ । ପୃଥିବୀ ଇତିହାସ ଲେଖକ ଅନେକ ପୁରା ତତ୍ତ୍ୱ ଆଲୋଚନା କରିଛନ୍ତି । ମାତ୍ର ହରିବର୍ମଙ୍କ ନାମୋଲ୍ଲେଖ ନାହିଁ । ପୃଥିବୀ ଇତିହାସ (୫ମ ଖଣ୍ଡ ୧୦୯ ଓ ୧୧୧ ପୃଷ୍ଠା)ରେ ଉଲ୍ଲେଖ ଅଛି ୯୦୦ ଖ୍ରୀଷ୍ଟାବ୍ଦରେ ରାଷ୍ଟ୍ରକୂଟ ରାଜବଂଶରେ ହସ୍ତିକୁଣ୍ଡିରେ ହରିବର୍ମଣ ପ୍ରତିଷ୍ଠିତ ଥିଲେ । ପ୍ରଥମ ଦନ୍ତୀବର୍ମଣ ୬୫୦ ଖ୍ରୀଷ୍ଟାବ୍ଦରେ ରାଷ୍ଟ୍ରକୂଟ ବଂଶ ପ୍ରତିଷ୍ଠା କଲେ । ଏ ବଂଶୀୟ ରାଜାମାନଙ୍କର ଦେବ ଉପାଧି ନ ଥିଲା । ପ୍ରାଚୀନ କାଳରେ ନେପାଳର ପୂର୍ବ ପ୍ରାନ୍ତରେ ଲାଛବି ରାଜବଂଶୀୟ ରାଜାମାନେ ଦେବ ଉପାଧି ବ୍ୟବହାର କରୁଥିଲେ । ଶିବଦେବ ଏ ବଂଶର ପ୍ରଥମ ରାଜା । ଏ ବଂଶରେ ହରିବର୍ମ ଦେବ କେହି ନ ଥିଲେ । ଏପରି ଅବସ୍ଥାରେ ସେ କିପରି ବଙ୍ଗାଳୀ ହେଲେ ? ଏପରି ସିଦ୍ଧାନ୍ତ ବଙ୍ଗାଳୀ ଲେଖକଙ୍କର ସ୍ୱଭାବସିଦ୍ଧ । ୩୨ ସମ୍ବତ୍ ଖ୍ରୀଷ୍ଟପୂର୍ବ ୨୫ ଅଙ୍କ । ବାଚସ୍ପତି ତେତେବେଳକୁ ଜନ୍ମି ନ ଥିଲେ ।

 

ବ୍ରହ୍ମେଶ୍ୱର ଲିପି- ଅର୍ଥାତ୍ ଅନନ୍ତବାସୁଦେବଙ୍କ ମନ୍ଦିରର ପ୍ରାଚୀରରେ ଥିବା ୨ୟ ପ୍ରସ୍ତର ଲିପି । ଉଦ୍ୟୋତକେଶରୀଙ୍କ ମାତା କୋଳାବତୀ ବ୍ରହ୍ମେଶ୍ୱର ଦେଉଳ ତୋଳାଇଥିଲେ । ଦେଉଳ ଉପରେ ସୁବର୍ଣ୍ଣ କଳଶ ଥିଲା । ପୁରୁଷୋତ୍ତମ ଭଟ୍ଟ ପ୍ରଶସ୍ତି ଲେଖକ । ଦେଉଳ ୧୮ ସମ୍ବତ୍‌ରେ ତୋଳା ହୋଇଥିଲା ।

 

C:\Users\USER-10\Desktop\======.png

 

ପରମ ମାହେଶ୍ୱର ମହାରାଜାଧିରାଜ ସୋମବଂଶୋଦ୍ଭବ ଭୂପତି କଳିଙ୍ଗାଧିପତି ଶ୍ରୀମଦୁଦ୍ୟୋତକେଶରୀ ରାଜଦେବସ୍ୟ ବିଜୟରାଜ୍ୟେ ସମ୍ବତ୍ ୧୮ ଫାଲ୍‌ଗୁନ ଶୁଦି ୩ ସୂତ୍ରଧାରୟଃ ।

 

ମେଜର ମାର୍ଶଲ ପ୍ରଥମ ଲିପିର ସମୟ ୩୨ ସମ୍ବତ୍ ସ୍ପଷ୍ଟ ପଢ଼ିଥିବାର ଲେଖିଅଛନ୍ତି । ଦ୍ୱିତୀୟ ଲିପିର ସମୟ ୧୮ ସମ୍ବତ୍ । ପ୍ରଶସ୍ତି ଲେଖାର ଶ୍ଳୋକ ଦୁଇଅର୍ଥବୋଧକ ଥାଏ । ଭବଦେବ ଶିବଙ୍କୁ ବୁଝାଇପାରେ । ଭୁବନେଶ୍ୱର ଏକାମ୍ରକାନନରେ ପ୍ରତିଷ୍ଠିତ ହେବା ପୂର୍ବେ ଅନନ୍ତବାସୁଦେବ ସେଠାରେ ଥିଲେ । କପିଳସଂହିତା, ବ୍ରହ୍ମପୁରାଣ, ଏକାମ୍ରପୁରାଣ, ଶିବପୁରାଣ ଦ୍ରଷ୍ଟବ୍ୟ । ଅନନ୍ତବାସୁଦେବ ଅତି ପ୍ରାଚୀନ ଦେବତା (ଏକାମ୍ର ପୁରାଣ) । ସ୍ୱୟଂ ଶିବ ବିନ୍ଦୁସାଗର ଖୋଳାଇଥିଲେ । ଶାକ୍ତମାନେ କହନ୍ତି ପାର୍ବତୀ ଖୋଳାଇଥିଲେ । ଏହାର ଅପର ନାମ ଗୋସାଗର-। ପ୍ରତ୍ୟେକ ତୀର୍ଥରୁ ବିନ୍ଦୁଏ ଲେଖାଏଁ ଜଳ ଆସି ଏ ପୁଷ୍କରିଣୀ ହୋଇଥିବାରୁ ଏହାର ନାମ ବିନ୍ଦୁସାଗର । ବିନ୍ଦୁହ୍ରଦ ନାମ ମହାଭାରତରେ ଅଛି (ବନପର୍ବ) । ସୁତରାଂ ୩୨ ସମ୍ବତ୍ ବହୁପୂର୍ବେ ବିନ୍ଦୁସାଗର ଖୋଳା ହୋଇଥିଲା । ଗାଙ୍ଗୁଲିଙ୍କ ଦେଉଳ ୧୮ ସମ୍ବତ୍‌ର ହେଲେ, ଆହୁରି ପ୍ରାଚୀନ ।

 

ସମ୍ବତ୍ ବିକ୍ରମାଦିତ୍ୟଙ୍କ ରାଜତ୍ୱ କାଳରୁ ଚଳୁଛି । ବର୍ତ୍ତମାନ ବିକ୍ରମାଦିତ୍ୟାବ୍ଦ ୧୯୮୪ । ବିକ୍ରମାଦିତ୍ୟ ଖ୍ରୀଷ୍ଟପୂର୍ବ ୫୭ ଅବ୍ଦରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ସୁତରାଂ ୧୮ ସମ୍ବତ୍ = ଖ୍ରୀ.ପୂ. ୩୯ ଦ୍ୱିତୀୟ ଲିପିର ସମୟ ।

 

୨ୟ ଲିପି–

 

ତବ୍ଦଂଶେଽଜନି ଶୁଦ୍ଧକୀର୍ତ୍ତିରତୁଳୋ ବିଶ୍ୱମ୍ଭର ବଲ୍ଲଭୋ ରାଜା ଶ୍ରୀ ଜନ୍ମେଜୟ

ସରିପୁହାଦ୍ଭୁତେସ୍ତ ଲଙ୍କାଧିପଃ ଦନ୍ତାଦନ୍ତୀ କରାକରୀ ଶ୍ରମମିଷାଭଗ୍ନେରିପୁଣଂ

ବ୍ଦିୟେ ଯଃ କୁନ୍ତଃ ଗ୍ରହତୋଂଗ ଦେଶ ନୃପତେ ଲକ୍ଷ୍ମୀ ସମାକୃଷ୍ଟବାନ୍ ।

X X X

ତସ୍ୟାନ୍ତେ କଳିକାଳ କଳ୍ପବିଟପୀ ଭୂପାଳ ଚୂଡ଼ାମଣିଃ

ମର୍ଯ୍ୟାଦାମୃତ ସତ୍ୟ ଧୈର୍ଯ୍ୟ କମଳା ଗାମ୍ଭୀର୍ଯ୍ୟରତ୍ନାକରଃ

ମାଙ୍ଗଲ୍ୟୋଦୟ ଶକ୍ତିସିଦ୍ଦିବିଦୁରଃ ପ୍ରଖ୍ୟାତକୀର୍ତ୍ତି ସଦା ।

ରାଜା ଦୀର୍ଘରବୋ ମହାରଥଗୁଣଃ ଶୂରୋ ବଭୁବା ରିହା ।

X X X

ତସ୍ମିନଗତେ ଦିବମ୍ ପୁତ୍ରିଣି ରଜମଲ୍ଲେ ନାନା ଭଟ୍ଟରୂପହତେ

ସକଳେଽପି ରାଷ୍ଟ୍ରେ ଦେଶାନ୍ତର ସ୍ଥିତବତୀଭ ବଳ ପ୍ରବୀର

କାଳଃ କିୟାନଗଦତ୍ର ଯଥକିଞ୍ଚିତ୍ ତତ୍ ସ୍ଥାନା ଜନମେଜୟସ୍ୟ

ତନୟୋ ଭୂତଃ ପ୍ରସିଦ୍ଧକ୍ଷିତୌ । ସର୍ବତ୍ରାପି ବିଚିତ୍ରବୀର ଇତି ଯସ୍ତସ୍ମା-

ଦଜନ୍ୟାତ୍ମଜଃ ଧନ୍ୟୋମାମତି ମନ୍ୟୁରିତ୍ୟତିବଳୀ ତସ୍ୟୋପତେଜାଃ

ସୁତଃ ଶ୍ରୀ ଚଣ୍ଡୀହର ଇତ୍ୟୁଭୁନ୍ନରପତିଃ X X

ସବିତେବ ସୂନୁ ରୁଦଚଦୁ ଦ୍ୟୋତକଃ କେଶରୀ X X

 

ଶ୍ରୀ ଜଗନ୍ନାଥ ଦେଉଳ ମଧ୍ୟରେ ଥିବା ଲିପି-

 

(୧) ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟୀ କର୍ଣ୍ଣାଟ କଳବରଗେଶ୍ୱର ପ୍ରତାପ ପୁରୁଷୋତ୍ତମ ଦେବ ମହାରାଜାଙ୍କର ସମସ୍ତ X X ଶ୍ରାହି ମେଷ ଶୁକ୍ଳ ଗୁରୁବାର X X

 

(୨) ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ପ୍ରତାପ କପିଳେଶ୍ୱରଦେବ ମହାରାଜାଙ୍କ ବିଜେ ସମସ୍ତ ୧୯ ଅଙ୍କ ଶ୍ରାହି ଶେଷ ଶ୍ରମାବୈ ରବିବାରେ X X ଶ୍ରୀ ପୁରୁଷୋତ୍ତମର ପୁଣ୍ଡରୀକ ଗୋପଶାଢ଼ୀ ଦେଲୁଁ ।

 

(୩) ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର X X କପିଳେଶ୍ୱର ଦେବ ମହାରାଜାଙ୍କର ବିଜେ ସମସ୍ତ ୩୮ ଅଙ୍କ ଶ୍ରାହି କକଡ଼ା ୧୩ ଦିନ ଗୁରୁବାର ପୁରୁଷୋତ୍ତମ କଟକେ X X X

 

(୪) ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର X X X ପ୍ରତାପ ପୁରୁଷୋତ୍ତମଦେବ ମହାରାଜାଙ୍କ ବିଜେ ରାଜ୍ୟେ X X X ୧୯ ଅଙ୍କ ଶ୍ରାହି ଶୁକ୍ଳ ୮ ଦି ମଙ୍ଗଳବାର X X X ବାରାଣସୀ କଟକେ X X

 

(୫) ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର X X ପ୍ରତାପୀ ଶ୍ରୀ ପୁରୁଷୋତ୍ତମ ଦେବ X X ୪ ଅଙ୍କ X X

 

(୬) ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର X X X ପ୍ରତାପ ଶ୍ରୀ ପୁରୁଷୋତ୍ତମଦେବ X X ଦଶ ଅଙ୍କ X X

 

(୭) ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର X X X ପ୍ରତାପ ଶ୍ରୀ ପୁରୁଷୋତ୍ତମଦେବ ୪ ଅଙ୍କ X ପୁରୁଷୋତ୍ତମ କଟକେ X

 

(୮) ବୀର ପ୍ରତାପ କପିଳେଶ୍ୱର ଦେବ X X X ଅଙ୍କ ଶ୍ରାହି ଧନୁମାସ ଅମାବଇ ସୋମବାରେ X X ଆମ୍ଭର ଓଡ଼ିଶା ରାଜ୍ୟେ ଲୋନ କଉଡ଼ି ମୂଳ କର ଯା ଛାଡ଼ିଲ ଛାଡ଼ିଲ X X

 

(୯) ଶ୍ରୀ ବୀର ପ୍ରତାପ କପିଳେଶ୍ୱର X X ମହାରାଜାଙ୍କ ବିଜେ ରାଜ୍ୟେ ସମସ୍ତ ୪ ଅଙ୍କ ଶ୍ରାହି ଧନୁମାସ X X ରତ୍ନତୋଡ଼ା ବିମାନ ଶ୍ରୀଭୁଜ ରଜତ ଶଙ୍ଖଚକ୍ର ପରମେଶ୍ୱର ମୁଣୋହିକି ସୁନାଯୋଗାଡ଼ । ରତ୍ନମୁକୁଟ କାନଫୁଲ ତଡ଼କା ମଧ୍ୟରେ ୮୪ ଯୋଡ଼ା ହୀରା ମାଣିକ୍ୟ ବିଚିତ୍ରମାଳ ୩ ମୁକ୍ତା ବଡ଼ କଣ୍ଠୀମାଳି ୪ ମାଣିକ୍ୟସୁତା ୮ ମର୍କତଜାଲି ୮ ମର୍କତମୁକ୍ତା ୮ ମାଳ ନାନା ରତ୍ନ ପଦକ X X ରାଜା ଏହା ଦେଲା ।

 

(୧୦) ବୀର ଶ୍ରୀ ଗଜପତି X ପ୍ରତାପ କପିଳେଶ୍ୱର ଦେବ X ୩୪ ଶ୍ରାହି ।

 

(୧୧) ବୀର ଶ୍ରୀ ଗଜପତି X ପ୍ରତାପ ଶ୍ରୀ ପ୍ରତାପରୁଦ୍ର ଦେବ X ସମସ୍ତ ୪ ଅଙ୍କ X ଆଜ୍ଞାପ୍ରମାଣେ ବଡ଼ଠାକୁରଙ୍କ ଭୋଗବେଳେ ଗୀତଗୋବିନ୍ଦ ପାଠ ହୋଇବ, ସଞ୍ଜଧୂପଠାରୁ ବଡ଼ସିଂହାର ପର୍ଯ୍ୟନ୍ତ X ଆନ ଗୀତ ନ ଗାଇବେ X ଆନ ନାଟ ପରମେଶ୍ୱରଙ୍କ ଛାମୁରେ ନ ହୋଇବ X ବୈରାଗୀ ଊନପଞ୍ଚାଶ ଜଣ ଅଛନ୍ତି, ଏମାନେ ଗୀତଗୋବିନ୍ଦ ଗୀତ ହିଁ ଗାଇବେ । ଏହାଙ୍କଠାରୁ ଅଶିକ୍ଷିତମାନେ ଶୁଣି ଗୀତଗୋବିନ୍ଦ ଗାଇବେ । ଆନ ଗୀତ ସେ ନ ଶିଖିବେ ।

 

(୧୨) ବୀର ଶ୍ରୀ ଗଜପତି X ଶ୍ରୀ ଇନ୍ଦ୍ରଦେବ ମହାରାଜାଙ୍କ ସମସ୍ତ ୫ ଅଙ୍କ ଶ୍ରାହି ଧନୁ ୩ ଦିନ X

 

(୧୩)

ଶକାବ୍ଦେ ରନ୍ଧ୍ର ଶୁଭ୍ରାଂଶୁ ରୂପ ନକ୍ଷତ୍ରନାୟକେ

ପ୍ରାସାଦଂ କାରୟାମାସାନଙ୍ଗଭୀମେନ ଧୀମତା ।

 

ଜଗନ୍ନାଥ ଦେଉଳର ଅନେକ ଲିପିର ଅକ୍ଷର ମାତ୍ରା କାଳକ୍ରମେ ଘଷିହୋଇ ଲିଭିଗଲାଣି, ତେଣୁ ଅବୋଧ୍ୟ । ଲିପିମାନ ଓଡ଼ିଆ ଅକ୍ଷରରେ ଲେଖା । କଳବରଗ ବର୍ତ୍ତମାନ ଗୁଲବର୍ଗା ହେବା ସମ୍ଭବ । ହାଇଦ୍ରାବାଦ ନିକଟରେ ଗୁଲବର୍ଗା । ହାଇଦ୍ରାବାଦ ଅଞ୍ଚଳରେ ଓଡ଼ିଶା ସ୍ମୃତି ଚଳୁଥିବାର ଶୁଣାଯାଏ । ତେତେବେଳେ ଗୁଲବର୍ଗା ଓଡ଼ିଶା ଅଧୀନରେ ଥିଲା ।

 

ଭୁବନେଶ୍ୱର ଦେଉଳ ନାଟ ମନ୍ଦିର କବାଟ-

 

ଗଜାଷ୍ଟେଶୁମିତେ ଜାତେ ଶକାବ୍ଦେ କୃତ୍ତିବାସସଃ

ପ୍ରାସାଦମକରୋଦ୍ରାଜା ଲଲାଟେନ୍ଦୁଶ୍ଚ କେଶରୀ ।

 

ହାତୀଗୁମ୍ଫା ଭିତରେ କୁଟିଳାକ୍ଷରରେ-

 

ଶ୍ରୀସାଧିକାର ସୌରଜପାଦା ଚନ୍ଦ୍ରାର୍କ ଗୁହାଗର୍ଭଶ୍ଚ

ଦେବ ଜମୁନେଃ ପ୍ରଭୀଶ୍ଚରସ୍ୟ ବିରହା

ଇଜ୍ୟାଗର୍ଭ ସମୁଦ୍ଭଣାନନ୍ତ ତସ୍ୟ ସଣାଭିଷ୍ୟା

ଭ୍ରମଦାୟୋରଶ ଧାତ୍ୟଷସ ସଂବତ୍ସରନ ମୁନି ।

 

ପବନଗୁମ୍ଫା ଲିପି-

 

ଚୁଲବମସ ପସେତ କଥା ଯା ।

 

ସର୍ପ ବା ଅଜଗର ଗୁମ୍ଫା–

 

ଚୂଲବମସ କଥା ଯା ଚ କମସରିଖି ନୟାଚେ ପସେଦ ।

 

ବ୍ୟାଘ୍ର ଗୁମ୍ଫା–

 

ଉଗ୍ର ଅଭେଦସ ସମ ବିନୋ ଲେନୋ ।

 

କାଳଚନ୍ଦ୍ର ଗୁମ୍ଫା-

 

ଶ୍ରୀ ଆଚାର୍ଯ୍ୟ କାଳଚନ୍ଦ୍ରସ୍ୟ ତସ୍ୟ ଶିଷ୍ୟ ବେଲ୍ଲଚନ୍ଦ୍ରସ୍ୟ କା ତାଂ ଧର୍ମେ ।

 

ଗୋପୀନାଥପୁର ପ୍ରସ୍ତର ଲିପି-

 

ଗୋପୀନାଥପୁର କଟକଠାରୁ ଉତ୍ତରକୁ ୧୩ ମାଇଲ ଦୂର ଏବଂ ବିରୂପା ନଦୀ ଉପରେ ଅବସ୍ଥିତ । ଲିପି ଓଡ଼ିଆ ଅକ୍ଷରରେ ଲେଖା । ୩୦ ଧାଡ଼ି ଲେଖା ଅଛି । କପିଳେନ୍ଦ୍ରଦେବଙ୍କ ମନ୍ତ୍ରୀ ଗୋପୀନାଥ ମହାପାତ୍ରଙ୍କ ଆଦେଶ ଅନୁସାରେ ଲିପି ଖୋଦିତ ହୋଇଛି ।

 

C:\Users\USER-10\Desktop\-=-=-=-.png

 

କପିଳେନ୍ଦ୍ରଙ୍କ ନାମ କପିଳେଶ୍ୱର ଲେଖାଅଛି । ଲିପିରେ ସମୟ ନିର୍ଦ୍ଦିଷ୍ଟ ନାହିଁ । କପିଳେଶ୍ୱରଙ୍କର ଭ୍ରମରବର ଉପାଧି ଅଛି । ଲିପିରୁ ଜଣାଯାଏ କପିଳେନ୍ଦ୍ର କର୍ଣ୍ଣାଟ, କଳବରଗ, ମାଳବ, ଗୌଡ଼ ଓ ଦିଲ୍ଲୀ ରାଜାମାନଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ । ଗୋପୀନାଥ ବହୁତ ସାହାଯ୍ୟ କରିଥିଲେ । ଗୋପୀନାଥଙ୍କ ପିତା ଓ ବଡ଼ଭାଇ କପିଳେନ୍ଦ୍ରଙ୍କ ମନ୍ତ୍ରୀ ଥିଲେ । ଗୋପୀନାଥ ଶେଷକୁ ମନ୍ତ୍ରୀ ହୋଇଥିଲେ । ମାଳବ ଆକ୍ରମଣ ସମ୍ଭବତଃ ବିଦର ଆକ୍ରମଣ । ଫେରିସ୍ତାରେ ଏ ଆକ୍ରମଣ ସମୟ ୧୪୬୫ ଖ୍ରୀଷ୍ଟାବ୍ଦ । ଏଠାରେ ଦେଉଳ ଅଛି । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମୂର୍ତ୍ତି ଅଛନ୍ତି । ଦେଉଳରେ ଅନେକ ବୃତ୍ତି ଖଞ୍ଜା ଅଛି । ଗୋପୀନାଥ ୧୬ ବର୍ଷ ପରେ ପ୍ରଧାନମନ୍ତ୍ରୀ ହେଲେ । ସେ ୧୬ ଦୁର୍ଗ ଅଧିକାର କରିଥିଲେ, ୧୬ ଛତ୍ର ପାଇଥିଲେ; ଯୁଦ୍ଧରେ ୧୬ ରାଜାଙ୍କୁ ବନ୍ଦୀ କରିଥିଲେ । ଗୋପୀନାଥ ସଡ଼କ ଧାରରେ ଅନେକ ପୁଷ୍କରିଣୀ ଖୋଳାଇଥିଲେ । ଦେଉଳଟି ବଡ଼ ଉଚ୍ଚ । ଏ ଶାସନରେ ସର୍ବଦା ବେଦଧ୍ୱନି ଶୁଣା ଯାଉଥିଲା । ଏଠାରେ ଅନେକ ଯଜ୍ଞସ୍ତମ୍ଭ ଦେଖାଯାଏ । ଲିପିର ଭାଷା ସଂସ୍କୃତ ।

 

ଚାଟେଶ୍ୱର ଶିଳାଲିପି–

 

କଟକ ଜିଲ୍ଲାର ପଦ୍ମପୁର ପ୍ରଗନାର କିସନ ଗ୍ରାମରେ ଚାଟେଶ୍ୱର ଶିବ ଦେଉଳ ଅଛି । କଟକରୁ ଉତ୍ତର ପୂର୍ବ ୧୨ ମାଇଲ । ଦେଉଳ ଚାରିପାଖେ ଅନେକ କ୍ଷୁଦ୍ର ଦେଉଳ ଅଛି । ସେଗୁଡ଼ିକ ନୂତନ; ମାତ୍ର ଚାଟେଶ୍ୱରଙ୍କ ଦେଉଳ ଅତି ପ୍ରାଚୀନ । ଭୋପାମାନେ ସେବକ ଏବଂ ଗ୍ରାମର ପ୍ରଧାନ ବାସିନ୍ଦା । ଅନେକ ସମ୍ପତ୍ତି ଥିଲା । ବର୍ତ୍ତମାନ ପ୍ରାୟ ୧୦୦୦ ବିଘା ଅଛି । ୩୦୦ ଭରଣ ଧାନ ମିଳେ । ବହୁତ ଭେଟ ଦର୍ଶନି ମିଳେ । ଶିବ ଚତୁର୍ଦ୍ଦଶୀ ଦିନ ବଡ଼ ମେଳା ହୁଏ । ଦେଉଳ ଜୀର୍ଣ୍ଣ ହୋଇଗଲାଣି । ସେବକମାନେ ଅନେକ ସମ୍ପତ୍ତି ବିକି ଦେଲେଣି । ଏଠାରେ ଗୋଟିଏ ପୁଷ୍କରିଣୀ ଥିଲା । ନିକଟରେ ଅବଧାନ ପାଠ ପଢ଼ାଉଥିଲା । ମହାଦେବ ଚାଟ ରୂପରେ ଚାହାଳିକି ଆସୁଥିଲେ । ପରେ ଜଣାପଡ଼ିବାରୁ ଚାଟେଶ୍ୱର ରୂପରେ ପ୍ରକାଶିତ ହେଲେ । ଏହି ଦେଉଳରେ ୨ୟ ଅନଙ୍ଗଭୀମଙ୍କ ଲିପି ଅଛି । ଭାଷା ସଂସ୍କୃତ, ଅକ୍ଷର କୁଟିଳ । କବି ଭାସ୍କର । ୨୫ଟି ଚତୁଷ୍ପଦୀ ଶ୍ଲୋକ ଅଛି ।

 

ଚୋଡ଼ଗଙ୍ଗ

ଅନଙ୍ଗଭୀମ-୧

ରାଜେନ୍ଦ୍ର

ଅନଙ୍ଗଭୀମ-୨

 

ତ୍ରିକଳିଙ୍ଗନାଥ ନୃପତି ବୋଲି ଉଲ୍ଲେଖ ଅଛି । ଲିପିରେ ସମୟ ଲେଖା ନାହିଁ । ବତ୍ସସଗୋତ୍ରୀ ଗୋବିନ୍ଦ ଏବଂ ବିଷ୍ଣୁ ମନ୍ତ୍ରୀ ଥିଲେ । ସେ ତୁଙ୍ଘାଶ ରାଜା ସଙ୍ଗେ ଯୁଦ୍ଧ କରିଥିଲେ । ଅନଙ୍ଗଭୀମ ଅନେକ ସୁବର୍ଣ୍ଣ ସୁମେରୁ ପ୍ରସ୍ତୁତ କରି ତୁଳାପୁଷ୍ପ ଦାନ କରିଥିଲେ । ପ୍ରଶସ୍ତିରେ ଅନଙ୍ଗଭୀମ କୀର୍ତ୍ତି ଘୋଷିତ ହୋଇଛି ।
 

କୁମାରାଙ୍ଗ ଶାସନ ତାମ୍ରଲିପି–

 

ପୁରୀ ଜିଲ୍ଲାର ବାଣପୁର ଅଞ୍ଚଳରେ କୁମାରାଙ୍ଗ ଶାସନ । ଏ ଶାସନରେ ପଣ୍ଡିତ ହଳଧର ଷଡ଼ଙ୍ଗୀଙ୍କ ବାସସ୍ଥାନ । ତାଙ୍କ ଗୃହରେ ଏ ତାମ୍ରପଟ ଅଛି । ୪୪ ଧାଡ଼ି ଅକ୍ଷର ଲେଖାଅଛି । ଅକ୍ଷର କେତେକ କୁଟିଳ, କେତେକ ନାଗରାକ୍ଷର । ଭାଷା ସଂସ୍କୃତ । ହଳଧର ଦାଶରଥି କବିଚନ୍ଦ୍ରଙ୍କ ପୁତ୍ର । ଏଥିରେ ଦାତାଙ୍କର ବଂଶାବଳୀ ଅଛି । ଦାତା ରାଜା ମାନସିଂହଙ୍କ ବଂଶର ।

 

C:\Users\USER-10\Desktop\3232332.png

 

ଏ ଦଣ୍ଡୀ ମହାରାଣୀ ଦାନ ଦେଇଥିଲେ । ମାନସିଂହପୁର ଦାନ କରାଯାଇଥିଲା । ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ସୀମା ପର୍ବତ । ପ୍ରଜାଙ୍କ ଖଜଣା ଚିରସ୍ଥାୟୀ କରାଯାଇଛି । ଦଣ୍ଡୀ ମହାରାଣୀ ଶିବଭକ୍ତା ଥିଲେ । ଏଥିରେ ମାନସିଂହ ବଂଶର ଏବଂ ଦାତାଙ୍କର ପ୍ରଶସ୍ତି ଅଛି । ଦେବଦତ୍ତ ପୁତ୍ର ଦାମୋଦର ଲିପିଖୋଦକ । ଜୟ କବି ପ୍ରଶସ୍ତିରଚକ । ସମୟ ଲେଖା ନାହିଁ ।

 

ନେଉଳପୁର ଶୁଭକର ଦାନପତ୍ର- କଟକ ଜିଲ୍ଲା ଦର୍ପଣୀ ଅନ୍ତର୍ଗତ ଲାଖରାଜ ବାହେଲ ଦାନ । ପର୍ବତଦ୍ରୋଣୀ ଦଣ୍ଡଙ୍କୀୟଙ୍କ ଗ୍ରାମ ଦାନ କରାଯାଇଛି । ଏ ଦୁଇ ଗ୍ରାମ ପଞ୍ଚାଳ ଭବ୍ୟୁଦୟ ବିଶୋଇରେ ଓ ଉତ୍ତର ତୋସାଲିରେ । ୮ମ ବର୍ଷ ମାର୍ଗଶିର ୨୩ ଦିନ ।

 

କ୍ଷେମକରଦେବ

ଶିବକରଦେବ

ଶୁଭକରଦେବ

 

ଦଣ୍ଡୀମହାଦେବୀଙ୍କ ଦାନ- ୧୮୦ ସମ୍ବତ୍ ମାର୍ଗଶୀର ୫ ଦିନ କୃଷ୍ଣପକ୍ଷ ଓ ୧୮୭ ସମ୍ବତ୍ । ପରମଭଟ୍ଟାରକ ମହାରାଜାଧିରାଜ ପରମେଶ୍ୱରୀ ଦଣ୍ଡୀମହାରାଣୀ ଦାତା । ବିଜୟ ଛାଉଣି ଗୁହୀଶ୍ୱର ଫାଟକଠାରେ ଦାନ ଦିଆଯାଇଥିଲା । କଙ୍ଗୋଡ଼ ମଣ୍ଡଳର ବର୍ତ୍ତମାନ ଓ ଭବିଷ୍ୟତ କର୍ମଚାରୀଙ୍କୁ ଦାନ ଦିଆଯାଇଥିଲା ।

 

ଉନ୍ନତ ସିଂହ

ମଙ୍ଗପଦ ପ୍ରଭୃତି

ଲୋନଭାର

କୁସୁମଭାର

ଲଳିତଭାର ଭାଇ

ଶାନ୍ତିକର

ଦଣ୍ଡୀମହାଦେବୀ (ଦୁହିତା)

 

ଢେଙ୍କାନାଳ ଦାନପତ୍ର- ଭାରଦ୍ୱାଜ ଗୋତ୍ରୀ ଜଗଧର ଭଟ୍ଟଙ୍କୁ ଦାନ ଦିଆଯାଇଛି । ଦାନ ଗ୍ରାମ ତୋସାଳ । ଦାତା ବିଷ୍ଣୁଭକ୍ତ ଥିଲେ । ସମୟ ନାହିଁ ।

 

ଉନ୍ନ କେଶରୀ

ଗଜଦ ପ୍ରଭୃତି

ଲଳିତଭାର ଦେବ

ତ୍ରିଭୁବନ ମହାଦେବୀ (ସ୍ତ୍ରୀ)

 

ଗଜଦ ତୁଙ୍ଗଦେବଙ୍କ ଦାନପତ୍ର- ତୁଙ୍ଗମାନେ ଯମଗର୍ଭ ମଣ୍ଡଳର ରାଜା । ସେମାନେ ଶାଣ୍ଡିଲ୍ୟଗୋତ୍ରୀ ।

 

ବାନର୍ଯ୍ୟସ୍ତ୍ର

ଜଗତୁଙ୍ଗ

ସାଲରାତୁଙ୍ଗ

ଗୟଦତୁଙ୍ଗ

 

୨ୟ ବଣେଇଁ ତାମ୍ରପଟ- ଦାତା ରାଜା ବୀରିତ ତୁଙ୍ଗ ଓ ଉଦୟ ବରାହ । ଏମାନେ ଶାଣ୍ଡିଲ୍ୟଗୋତ୍ରୀ । ରୋଟାସ ଗଡ଼ । ଶିବଭକ୍ତ । ଗ୍ରହୀତା ହର୍ଷାନଳ । ଯମଗର୍ଭ ପ୍ରଦେଶର ରାଜା ।

 

ବୀରିତତୁଙ୍ଗ ୧

ଖଡ୍‍ଗତୁଙ୍ଗ

ବୀରିତତୁଙ୍ଗ ୨ ମହାରାଜାତୁଙ୍ଗ

 

ବାମନଘାଟି ଦାନପତ୍ର- ୨୮୮ ସମ୍ବତ୍ । ଘୁମୁସର ଓ ମୟୂରଭଞ୍ଜର ମୟୂର ଚିହ୍ନ ଅଛି ।

 

 

C:\Users\Ova 10\Desktop\େେେେେେେ.jpg

 

ରଣକରଣ ଭଞ୍ଜଙ୍କ ଦାନପତ୍ର- ସିଂହାର ଗ୍ରାମ ଦାନ । ସିଂହାର ଗ୍ରାମ ସୋନପୁର-ବଉଦ ସୀମା ମଧ୍ୟରେ ବ୍ୟାଘ୍ର ନଦୀବନ୍ଧ ନିକଟରେ । ସେ ଖିମିଡ଼ି ରାଜ୍ୟର ରାଜା । ଗ୍ରହୀତା ମଗଧ ଦେଶ ପଟାସି ଗ୍ରାମରୁ ପଳାଇ ଆସିଥିଲା । ସେ ଶ୍ରୀଧର ବ୍ରାହ୍ମଣକୁ ତାସପାଇକେରା ଗ୍ରାମ ଦାନ କରିଥିଲେ । ତାଙ୍କ ପୁତ୍ର ଶତ୍ରୁଭଞ୍ଜ । ଶତ୍ରୁଭଞ୍ଜ ଖିମିଡ଼ି ଓ ଖିଞ୍ଜିଳି ଦୁଇ ରାଜ୍ୟକୁ ମିଶାଇଥିଲେ । ଦଶପଲ୍ଲାରୁ ପ୍ରାପ୍ତ ଦାନପତ୍ରରେ ଦାତା ରଣକରଣ ଭଞ୍ଜ । ୨୪ ବର୍ଷ ଶାସନ ସମୟରେ ଦାନପତ୍ର ଲେଖି ଦେଇଥିଲେ । ଉଭୟ ଖିଞ୍ଜିଳି ମଣ୍ଡଳ ଅଧିପତି ।

 

ଶିଳଭଞ୍ଜ

ଶତ୍ରୁଭଞ୍ଜ

ରଣଭଞ୍ଜ

 

ସୋନପୁର ତାମ୍ରପଟ- ଦାତା ଭଞ୍ଜଭୂପତି ଶତ୍ରୁଭଞ୍ଜ । ଅଣ୍ଡଜ ବଂଶ । ଉଭୟ ଖିଞ୍ଜିଳି ମଣ୍ଡଳାଧିପ । ଶ୍ୟାମାଦେବୀ କାଶ୍ୟପ ଗୋତ୍ରୀ ଭଟ୍ଟପୁତ୍ର କୃଷ୍ଣ । ଆଖଣ୍ଡଳ ପୁତ୍ର ।

 

ରଣଭଞ୍ଜ

ଶତ୍ରୁଭଞ୍ଜ

ଶିଳଭଞ୍ଜ

ବିଦ୍ୟାଦର ଭଞ୍ଜ

 

ବଣେଇଁ ତାମ୍ରପଟ- ମୟୂରଭଞ୍ଜ ଭଞ୍ଜବଂଶ । ଚିତ୍ରକୁଟ ପର୍ବତରୁ ପ୍ରଥମେ ଆସିଥିଲେ । ସେ ଚିତ୍ରକୁଟରେ ବଶିଷ୍ଠଙ୍କ ଆଶ୍ରମ ଥିଲା । ତଲାଇ ରାଜ୍ୟରେ ବାସ କଲେ । ବୌଦ୍ଧଧର୍ମାବଲମ୍ବୀ ଥିଲେ ।

 

ଉଦିତ୍‍ବରାହ

ତେଜବରାହ

ଉଦୟବରାହ

 

ବଉଦ ଦାନପତ୍ର- କନକ ଭଞ୍ଜଦେବ ଦାତା । ୧୪୭୫ ଶିର୍କା ଖ୍ରୀଷ୍ଟାବ୍ଦ ଧନପତି ପୁତ୍ର ହରିବଂଶ ବ୍ରାହ୍ମଣ ଗ୍ରହୀତା ।

 

ଶାଳୁଆଭଞ୍ଜ

ଦୁର୍ଜୟଭଞ୍ଜ

କନକଭଞ୍ଜ

 

ଖଣ୍ଡଦେଉଳ ଲିପି- ମୟୂରଭଞ୍ଜ ସବ୍‌ଡ଼ିଭିଜନ୍‌ରୁ ପ୍ରାପ୍ତ । ସବ୍‌ଡ଼ିଭିଜନ ବାମନଘାଟି । ଗ୍ରାମ ଖଣ୍ଡଦେଉଳି ।

 

ବୀରଭଦ୍ର

କୋଠଭଞ୍ଜ

ଦୀଗଭଞ୍ଜ

ରଣଭଞ୍ଜ (ଦାତା)

ପ୍ୟଥ୍ୱୀଭଞ୍ଜ

ନରେନ୍ଦ୍ରଭଞ୍ଜ

 

ବିଦ୍ୟାଧର ଭଞ୍ଜଙ୍କ ଦାନପତ୍ର –

 

ରଣଭଞ୍ଜ

ଦିଗଭଞ୍ଜ

ଶିଳଭଞ୍ଜ

ବିଦ୍ୟାଧରଭଞ୍ଜ (ଦାତା)

 

ପାରିକୁଦ ଦାନପତ୍ର- କଙ୍ଗୋଡ଼ ମଣ୍ଡଳାଧିପ ।

 

ଶୈଳୋଦ୍ଭବ

ରଣଭୀତ

ସୈନ୍ୟଭୀତ

ଯଶୋଭୀତ

ମଧ୍ୟମ ରାଜଦେବ

 

ବୁଗୁଡ଼ା ଦାନପତ୍ର- ମାନ୍ଦ୍ରାଜ ପ୍ରଦେଶ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଗ୍ରାମରେ ପ୍ରାପ୍ତ । ମାଧବବର୍ମା ଦାତା । ଆଦିତ୍ୟ ଦେବ ପୁତ୍ର ବାମନଭଟ୍ଟ ବ୍ରାହ୍ମଣ ଗ୍ରହୀତା । ପୁଇପିଣା ଗ୍ରାମ ପାଟକ ଓ ଗୁଡ଼୍‌ଡ଼ା ବିଷୟ ଦାନ କରାଯାଇଥିଲା । ଦାତାଙ୍କ ଘର କଇଁଗୋଡ଼ ବା କଙ୍ଗୋଡ଼ ।

 

ପୁଲିନ୍ଦଶୂର

ଶୈଳୋଦ୍ଭବ

ଯଶୋଭୀତ

ସୈନ୍ୟଭୀତ

ମାଦବ ବର୍ମଣ (ଦାତା)

 

ଶିରପୁର ଓ କଟକ ଦାନପତ୍ର –

C:\Users\Ova 10\Desktop\ାାାାାାା.jpg

 

ବଲୋଦା ଦାନପତ୍ର- ତିବରଦେବ ଦାତା । ସମ୍ବଲପୁର ଜିଲା ଫୁଲଝର ଜମିଦାରୀ ବଲୋଦା ଗ୍ରାମ, ଉଦେନାଥ ସିଂହଙ୍କଠାରୁ ପ୍ରାପ୍ତ । ୯ମ ବର୍ଷ ରାଜତ୍ୱ ଜ୍ୟେଷ୍ଠ ୨୭ ଦିନ । ଶିମ୍ଳିଦ୍ଦକ ଗ୍ରାମ । ଜିଲ୍ଲା ସୁନ୍ଦରୀକା । ମାର୍ଗ ଦାନ ହୋଇଛି ।

 

ଇନ୍ଦ୍ରବଳ

ନନ୍ମଦେବ

ମହାଶିବ ତିବରଦେବ (ସମଗ୍ର କୋଶଳ ରାଜା)

 

ଶିରିପୁର ଶିଳାଲିପି ଦାନ- ଶିବଗୁପ୍ତ ବାଳାର୍ଜୁନ ରାଜା । ଶିରିପୁର ବା ଶ୍ରୀପୁର ଗ୍ରାମ । ମଧ୍ୟପ୍ରଦେଶର ଉତ୍ତର-ପୂର୍ବ । ୪୦ ମାଇଲ ରାୟପୁରଠାରୁ । ଶ୍ରୀପୁର ଗ୍ରାମ ଶିବଙ୍କୁ ଫୁଲମାଳ ଦେବା ପାଇଁ ନାଗଦେବ ଓ କେଶବ ଦୁଇ ପ୍ରଜା ଦାନ କରିଛନ୍ତି ।

C:\Users\Ova 10\Desktop\କକକକକକକକକକକକକକକକକକ.jpg

 

ଶ୍ରୀପୁର ପ୍ରସ୍ତର ଲିପି- ରାଜା ମହାଶିବ ଗୁପ୍ତଙ୍କ ମାତା ବାସତ, ଯେ ମଗଧରାଜା ସୂର୍ଯ୍ୟବର୍ମାଙ୍କ କନ୍ୟା । ସେ ବିଧବା ହେବାପରେ ଦେଉଳ ତୋଳାଇଲେ । ହରିଙ୍କି ସେ ଦେଉଳରେ ସ୍ଥାପନ କଲେ । ସେହି ଦେଉଳରେ ଏହି ଲିପି ଅଛି । ଦେଉଳରେ ଠାକୁରଙ୍କ ଖର୍ଚ୍ଚ ଲାଗି ଦୁଇଟି ଗ୍ରାମ ଖଂଜାକଲେ ଏବଂ ଛତ୍ର ସ୍ଥାପନ କଲେ ।

 

ଚନ୍ଦ୍ରଗୁପ୍ତ

ହର୍ଷଗୁପ୍ତ (ବୈଷ୍ଣବ)

ଶୈବ ମହାଶିବଗୁପ୍ତ ବାଳାର୍ଜୁନ

ରଣକେଶରୀ

 

କଟକର ସୋମବଂଶୀ ରାଜାଙ୍କ ଦାନପତ୍ର –

 

ଶିବଗୁପ୍ତ

ଜନମେଜୟ

ମହାଭବଗୁପ୍ତ (କୋଶଳେନ୍ଦ୍ର ଓ ତ୍ରିକଳିଙ୍ଗାଧିପତି)

 

ଦାନପତ୍ର କେତେକ କଟକ ଓ କେତେକ ଯଯାତିନଗରରୁ ଦିଆଯାଇଛି । କେତେକ ବୀରିତପୁରଠାରେ ଦିଆଯାଇଛି । ସେମାନେ ସୋମବଂଶୀ ଥିବାର ଉଲ୍ଲେଖ ଅଛି ।

ଜନମେଜୟଙ୍କ ଦାନପତ୍ର- ପରମଭଟ୍ଟାରକ ମହାରାଜାଧିରାଜ ପରମେଶ୍ୱର ଶ୍ରୀଜନମେଜୟସ୍ୟ ବିଜୟ ରାଜ୍ୟେ ସମ୍ବତ୍ସରେ ଷଷ୍ଠେ କାର୍ତ୍ତିକମାସ ସିତପକ୍ଷେ ତ୍ରୟୋଦଶ୍ୟାଂ ସମ୍ବତ୍ । ମୁରାସିମାଠାରେ ଲେଖାଯାଇଛି । ଦାତା ଶୈବ ଥିଲେ । ଲାବ୍ୟରାଜ୍ୟ ଦାନ ।

 

ଶିବଗୁପ୍ତ

ମହାଭବଗୁପ୍ତ (ତାମ୍ରପଟ)

 

ନାଗପୁର ତାମ୍ରପଟ- ମହଭବଗୁପ୍ତ ୧ ଅଙ୍କ ସମ୍ବତ୍ ୮ । ବିଜୟ ସମ୍ବତ୍ସରେ ୮ମେ X X ଧୃତିକର ପୁତ୍ର ସନ୍ଥକର ଗ୍ରହୀତା । ଓଡ଼୍ରଦେଶର ପୁରୁଷମଣ୍ଡପ ଗ୍ରାମରୁ ସେ ଉଠି ଆସିଥିଲେ ଏବଂ ମୁରଜଙ୍ଗ ଗ୍ରାମରେ ଥିଲେ । ମୁରାସିମାରେ ଦାନ ହୋଇଥିଲା ।

 

ମହାଶିବଗୁପ୍ତ

ମହାଭବଗୁପ୍ତ

 

ସୋନପୁରର ୩ ତାମ୍ରପଟ –

 

(୧) ବକ୍ରତେନ୍ତୀଳି ଦାନପତ୍ର । ଜନମେଜୟସ୍ୟ ବିଜୟ ରାଜ୍ୟେ ସମ୍ବତ୍ସରେ ତୃତୀୟେ ଶ୍ରାବଣମାସ ସିତପକ୍ଷେ ପଞ୍ଚମ୍ୟାଂ ଯତ୍ର ଏକାନ୍ତ ସମ୍ବତ୍ ୩ ଶ୍ରାବଣ ୫ ଦିନ । ସୁବର୍ଣ୍ଣପୁର ବିଜୟ ଛାଉଣିରୁ ଲେଖାଯାଇଛି ।

 

ଶିବଗୁପ୍ତ

ମହାଭବଗୁପ୍ତ

 

(୨) ସୋମକୁଳତିଳକ ତ୍ରିକଳିଙ୍ଗାଧିପତି ଶ୍ରୀମଦ୍ ଯଯାତି ରାଜଦେବସ୍ୟ ପାଦେନ ପ୍ରବର ଧାମ୍ନା ବିଜୟ ରାଜ୍ୟେ ପଞ୍ଚଦଶମେନ ବତ୍ସରେ ମାର୍ଗଶୀର୍ଷେ କାଳପକ୍ଷେ ତ୍ରୟୋଦଶ୍ୟାଂ ତିଥୌ ସମ୍ବତ୍ ୧୫ ମାର୍ଗସୁ ୧୩ । ପୁଣ୍ଡରୀକ ଶ୍ରମଣ ଦୀକ୍ଷିତ କୋଶଳଦେଶ ଗ୍ରହୀତା ।

 

ମହାଭବଗୁପ୍ତ

ମହାଶିବଗୁପ୍ତ

 

(୩) ଶ୍ରୀ ମହାଶିବଗୁପ୍ତ ଶ୍ରୀ ଯଯାତି ରାଜଦେବ ପଦବର୍ଦ୍ଧମାନ ବିଜୟ ରାଜ୍ୟେ ସମ୍ବତ୍ସରେ ତୃତୀୟେ ବୈଶାଖ ସିତ ପଞ୍ଚମ୍ୟାଂ ସୌକେନାପି ସମ୍ବତ୍ ୬ ବୈଶାଖ ଶୁଦି ୫ ।

 

ମରୁଞ୍ଜ ଏବଂ ମୁରା ଗ୍ରାମ ସାନ ଯଶକର ବ୍ରାହ୍ମଣକୁ ଦାନ କରାଯାଇଛି । ଦାତା ଶିବଗୁପ୍ତ । ମହାଶିବ କର୍ଣ୍ଣାଟ, ଲାଟ, ଗୁଜରାଟ ଏବଂ ଦ୍ରାବିଡ଼ ଜୟ କରିଥିଲେ । କାଞ୍ଚିର ଦର୍ପ ଭାଙ୍ଗିଥିଲେ । ସେ କଳିଙ୍ଗ, କୋଶଳ, ଉତ୍କଳ, କଙ୍ଗୋଡ଼ର ଅଧିପତି ଥିଲେ ଏବଂ ରାଢ଼ ନୃପତିଙ୍କୁ ଆକ୍ରମଣ କରିଥିଲେ ।

 

ଭୁବେନଶ୍ୱର ଲିପି- ସ୍ୱପ୍ନେଶ୍ୱର ମେଘେଶ୍ୱରଙ୍କ ଦେଉଳ ତୋଳାଇ ଥିଲେ । ସ୍ୱପ୍ନେଶ୍ୱର ଗଙ୍ଗବଂଶୀୟ ରାଜା । ଅନୀୟଙ୍କଭୀମଙ୍କର ସମ୍ପର୍କ ଓ ସେନାପତି ଥିଲେ ୧୨ଶ ଶତାବ୍ଦୀ ଶେଷଭାଗରେ ।

 

C:\Users\Ova 10\Desktop\୨୩୨୩୨୩୩୨୩.jpg

 

ପାରଳାଖେମୁଣ୍ଡି ଦାନପତ୍ର- ବଜ୍ରହସ୍ତଙ୍କ ଅମଳ । ଭିଜାଗାପଟମ ତାମ୍ରଶାସନରେ ୫ ରାଜାଙ୍କ ନାମ ଅଛି । ଦାତା ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବ । ବଜ୍ରହସ୍ତ-୧, ବଜ୍ରହସ୍ତ-୫ । ବଜ୍ରହସ୍ତ ଚୋଡ଼ଗଙ୍ଗଙ୍କ ପିତାମହ । ସେ ତ୍ରିକଳିଙ୍ଗାଧିପତି ଥିଲେ ।

 

ନାଗବଂଶୀୟ ରାଜାଙ୍କ ଦାନପତ୍ର- ବସ୍ତର ରାଜ୍ୟର ଦନ୍ତେଶ୍ୱରୀଙ୍କ ମନ୍ଦିରଠାରୁ ପ୍ରାପ୍ତ ଗୋଟିଏ କ୍ଷୁଦ୍ର ପ୍ରସ୍ତର ସ୍ତମ୍ଭରେ ଲିଖିତ । ଜ୍ୟେଷ୍ଠ କୃଷ୍ଣପକ୍ଷ ଦଶମୀ ଶକାବ୍ଦ ୧୧୪୭= ୧୨୨୪ ଖ୍ରୀଷ୍ଟାବ୍ଦ । ଜଗଦ୍ଦେକ ଭାସ୍ୱନ ମହାରାଜା ନରସିଂହଦେବ ଦାତା ।

 

ଭୁବନେଶ୍ୱର ଲିପି- ଭାନୁ ରାଜାଙ୍କ ରାଜତ୍ୱ । ନରସିଂହଦେବଙ୍କ ପୁତ୍ର ଭ୍ୟୋଂଭିୟଟ-ଫଣୀନ୍ଦ୍ର ରସନାଚନ୍ଦ୍ର ଶକାବ୍ଦେ ଚନ୍ଦ୍ରିକା ରାଜକନ୍ୟା ଏକାମ୍ରରେ ବିଷ୍ଣୁ ଦେଉଳ ତୋଳାଇଥିଲେ । ଲିପି ଲେଖକ ଉମାପତି ।

 

C:\Users\Ova 10\Desktop\୪୪୪୪୪୪.jpg

 

ଚାରୁଦେବୀଙ୍କ ଅନୁଶାସନ- ଚାରୁଦେବୀ କଟକ କର୍ମଚାରୀମାନଙ୍କୁ ଏ ଅନୁଶାସନ ପଠାଇଥିଲେ । କୁଳିମହତାରକ ଦେଉଳ ନାରାୟଣଙ୍କୁ ଭୂମିଦାନ ।

 

C:\Users\Ova 10\Desktop\୦୧୦୧୦୧୦୦୧୦୦୧୦.jpg

 

ବସ୍ତର ପ୍ରସ୍ତର ଲିପି- ଶକାବ୍ଦ ୧୦୩୩ । ବସ୍ତର ରାଜଧାନୀ ଜଗଦଳପୁର । ଉତ୍ତର ପଶ୍ଚିମ ୨୩ ମାଇଲ ଦୂରରେ ଜଗଦଳପୁର ଗ୍ରାମ । ମଧ୍ୟପ୍ରଦେଶ ଛତ୍ରିଶଗଡ଼ରେ ବସ୍ତର ରାଜ୍ୟ । ନାରାୟଣପାଳ ଗ୍ରାମ ନାରାୟଣଙ୍କୁ ଦାନ । ମହାରାଜା ଧାରାବର୍ଷଙ୍କ ରାଣୀ ଗୁଣ୍ଡା ମହାଦେବୀ ଦାତା । ଏମାନେ ନାଗବଂଶୀ ।

 

ମହାରାଜା ଧାରାବର୍ଷ

ସୋମେଶ୍ୱର ଦେବ

କାହାଁର ଦେବ

ବିବିଡ ମତ୍ସବଂଶ ଅର୍ଜନ ତାମ୍ରଶାସନ ଶକାବ୍ଦ-୧୯୧୧

ଜୟନ୍ତ ନାରାୟଣ

ଅର୍ଜୁନ (ଦାତା) - ପିତାଙ୍କ କଲ୍ୟାଣାର୍ଥେ

 

ସତ୍ୟମାର୍ତ୍ତଣ୍ଡ ମତ୍ସ୍ୟବଂଶକର୍ତ୍ତା

ସେ ଉତ୍କଳାଧିପଙ୍କ ଜାମାତା

ପ୍ରଭାବତୀ ସତ୍ୟମାର୍ତ୍ତଣ୍ଡଙ୍କ ସ୍ତ୍ରୀ

ସେ ଓଡ଼ଭାଡ଼ି ଦେଶର ମନ୍ତ୍ରୀ ଥିଲେ

ପୋତାବରଣ ଦାନପତ୍ର- ପ୍ରତାପ ପୁରୁଷୋତ୍ତମ ଦେବ ଶକାବ୍ଦ ୧୪୧୨ । କଳବର୍ଗ ଓ ଗୁଣ୍ଟୁରୁ ଜିଲ୍ଲାର ଅନ୍ୟାନ୍ୟ ଗ୍ରାମ ୱାରାଙ୍ଗୁଳ ତାଲୁକାରେ ଦାନ ।

 

ଓଡ଼ିଆ ତାମ୍ରଶାସନ- ସୋନପୁର ରାଜବାଟିର ଦକ୍ଷିଣ-ପୂର୍ବ ଦିଗରେ ଏକ ପୁଷ୍କରିଣୀରୁ ପ୍ର୍ରାପ୍ତ । ବୀରକେଶରୀ ଦେବଙ୍କ ୯ ଅଙ୍କ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ସୋମବାର ।

 

ୱାରାଙ୍ଗୁଳ ଲିପି- ପ୍ରତାପରୁଦ୍ରଦେବ ସମ୍ବତ୍ ୧୨୩୮ ଶକାବ୍ଦ = ୧୩୧୬-୧୩୧୭ ଖ୍ରୀଷ୍ଟାବ୍ଦ । ଏଥିରେ ଦୁଇଟି ତାରିଖ ଅଛି ୧୧ ।୬ ।୧୩୧୬ ଓ ୧୬ ।୬ ।୧୩୧୬ । ପ୍ରଥମ ତାରିଖରେ ମୁପିଡ଼ି ମାନବୀର ପ୍ରତିଷ୍ଠା କଲେ ଏବଂ ଅନ୍ୟ ତାରିଖରେ ମନ୍ଦିରଲାଗି ଖଞ୍ଜାକଲେ । ଏକଶିଳା ନଗର ରାଜା ପ୍ରତାପଙ୍କ ସେନାପତି ଥିଲେ । ସେ କାଞ୍ଚି ଆସିଥିଲେ ଏବଂ ମାନବୀରଙ୍କୁ କାଞ୍ଚିର ଶାସନକର୍ତ୍ତା କଲେ । ଏଥିରୁ ଜଣାଯାଏ ୧୩୧୬ ଖ୍ରୀଷ୍ଟାବ୍ଦରେ କଞ୍ଜୀଭରମ ଏକଶିଳା ନଗରୀ ବା ୱାରାଙ୍ଗୁଲର ରାଜା କାକଟ୍ୟ ପ୍ରତାପଙ୍କ ଅଧୀନରାଜା ଥିଲେ ।

 

ରାମଚନ୍ଦ୍ର ଦେବଙ୍କ ତାମ୍ରଶାସନ- ଶାଳିବାହନ ଶକାବ୍ଦ ୧୭୨୮ ମିଥୁନ ୧୯ ଦିନ । ଗଙ୍ଗାମାତା ମଠରେ ମହନ୍ତ ରାଧାଚରଣ ଦାସଙ୍କ ମାରଫତ କାକରାହାଣ୍ଡି ଗ୍ରାମ ଶ୍ରୀକୃଷ୍ଣଙ୍କ ଅମୃତମଣୋହି ଲାଗି ଖଞ୍ଜା କଲେ ।

 

କୋଣାର୍କ ଲିପି- ଖଣ୍ଡେ ପଥର ଉପରେ ଲେଖା । ସମୟ ନାହିଁ । କେବଳ ତିନିଜଣ ଲୋକଙ୍କ ନାମ ଲେଖାଅଛି ।

 

ମାଣିକପାଟଣଶ ତାମ୍ରପଟ- ସମୟ ନାହିଁ । ନାହାଭଡ଼ା ତାଲିକା ।

 

Unknown

ଗଡ଼ଜାତ

 

ରାଜନୈତିକ ଉତ୍କଳ ଗଡ଼ଜାତମାନଙ୍କଠାରୁ ବର୍ତ୍ତମାନ ପୂର୍ଣ୍ଣ ଭାବରେ ବିଚ୍ଛନ୍ନ ହୋଇ ରହିଛି । ଏହା ମଧ୍ୟ ପ୍ରାକୃତିକ ଉତ୍କଳର ସୀମା ସଙ୍କୋଚର ଗୋଟିଏ ପ୍ରଧାନ କାରଣ । ଏଥଦ୍ୱାରା ଓଡ଼ିଶାର ସୀମାନ୍ତ, ବର୍ଗଫଳ, ଲୋକସଂଖ୍ୟା, ଆୟ, ବଳ ପ୍ରଭୃତି ସମସ୍ତ ସଙ୍କୁଚିତ ହୋଇଅଛି । ପ୍ରାକୃତିକ ଉତ୍କଳର ସୀମାନ୍ତ ରାଜାମାନଙ୍କ ସଂଖ୍ୟା ଊଣା ନ ଥିଲା । ସେମାନେ ଏକ ଏକ ଭୂଖଣ୍ଡର ଅଧିକାରୀ ଥିଲେ ଏବଂ ଏହି ସ୍ଥାନମାନଙ୍କରେ ଓଡ଼ିଶା ରାଜାମାନଙ୍କର ଗୋଟିଏ ଗୋଟିଏ ଗଡ଼ ଥିଲା ଏବଂ ଗଡ଼ର ଅଧିପତିଙ୍କ ଅଧୀନରେ ସୈନ୍ୟ ଥିଲେ ଏବଂ ଏମାନେ ଯୁଦ୍ଧ ସମୟରେ ଓଡ଼ିଶା ରାଜାମାନଙ୍କୁ ସାହାଯ୍ୟ କରୁଥିଲେ ଏବଂ ଶାନ୍ତି ସମୟରେ ଆପଣା ଅଧୀନସ୍ଥ ରାଜ୍ୟଭୋଗ କରୁଥିଲେ । ସୁନିଆଁ ଦିନ ଏମାନେ ଓଡ଼ିଶା ରାଜାଙ୍କୁ ଭେଟି ଦେଉଥିଲେ ଏବଂ ରାଜାଙ୍କ ନିକଟରେ ଏମାନଙ୍କ ନିର୍ଦ୍ଦିଷ୍ଟ କାର୍ଯ୍ୟ ଥିଲା । ଗଡ଼ଜାତମାନଙ୍କର ବର୍ଗଫଳ ୨୮୧୨୫ ବର୍ଗମାଇଲ ଏବଂ ଲୋକସଂଖ୍ୟା ୩୧୭୩୩୯୫ । ଗଡ଼ଜାତମାନଙ୍କ ନାମ-

 

 

ଗଡ଼ଜାତମାନଙ୍କ ଉତ୍ତରରେ ଯଶପୁର (ମଧ୍ୟପ୍ରଦେଶରେ), ରାଞ୍ଚି, ସିଂହଭୂମି ମେଦିନୀପୁର । ଦକ୍ଷିଣରେ କେତେଗୁଡ଼ିଏ ରାଜା ଅଛନ୍ତି । ଯଥା-

 

 

ଏ ରାଜ୍ୟସବୁ ଜମିଦାରୀ ମଧ୍ୟରେ ଗଣ୍ୟ ଏବଂ ରାଜାମାନଙ୍କ ସ୍ୱତ୍ୱ ଜମିଦାରୀ ସ୍ୱତ୍ୱଠାରୁ ଅଧିକ ନୁହେଁ । ମାତ୍ର ଏମାନେ ପରମ୍ପରାକ୍ରମେ ରାଜା ବୋଲି ଲୋକ ମଧ୍ୟରେ ପରିଚିତ ଏବଂ ସମ୍ମାନିତ । କିନ୍ତୁ ଇଂରେଜ ଗଭର୍ଣ୍ଣମେଣ୍ଟ ଏହାଙ୍କୁ ରାଜା ବୋଲି ସ୍ୱୀକାର କରିନାହାନ୍ତି । ଓଡ଼ିଶାର ସୀମା ସଙ୍କୋଚ ହେବାବେଳେ ଏମାନେ ପ୍ରାଦେଶିକ ଶାସନକର୍ତ୍ତାଙ୍କ ଅଧୀନ ହୋଇଥିଲେ । ସୁତରାଂ କ୍ରମେ ଓଡ଼ିଶାଠାରୁ ସେମାନଙ୍କ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ବ୍ରିଟିଶ୍ ଗଭର୍ଣ୍ଣମେଣ୍ଟ ଓଡ଼ିଶା ଅଧିକାର କରିବା ପରେ ଏମାନଙ୍କ ସହିତ ସନ୍ଧି ସ୍ଥାପିତ ହେଲା । କେହି କରଦ ରାଜ୍ୟ ହେଲେ, କେହି ବା ମିତ୍ରରାଜ୍ୟ ହେଲେ । ଅଧିକାଂଶ ଫିଉଡ଼େଟରି ଚିଫ୍ ବୋଲି ସରକାରଙ୍କଦ୍ୱାରା ସମ୍ମାନିତ । ମାତ୍ର ଏସବୁ ରାଜ୍ୟ ଲାଗି ଜଣେ ପଲିଟିକାଲ ଏଜେଣ୍ଟ ସରକାର ତରଫରୁ ଥାନ୍ତି । ଗଡ଼ଜାତ ରାଜ୍ୟମାନେ ମୋଗଲବନ୍ଦିରୁ ପୃଥକ୍ । ମୋଗଲବନ୍ଦି ଇଂରେଜାଧିକୃତ ଭାରତର ଅନ୍ତର୍ଗତ, ମାତ୍ର ଗଡ଼ଜାତ ମାନ ତାହାର ବାହାରେ ।

 

ଇଂରେଜ ସରକାରଙ୍କଦ୍ୱାରା ପ୍ରଚଳିତ ଆଇନକାନୁନ ଗଡ଼ଜାତରେ ଚଳେ ନାହିଁ । ତେବେ ରାଜାମାନେ ଇଚ୍ଛାକଲେ ଏ ଆଇନମାନ ଆପଣାର କରିନେଇ ମାନିପାରନ୍ତି ।

 

ପ୍ରାଚୀନ କାଳରେ ଏମାନେ ଓଡ଼ିଶା ରାଜାଙ୍କ ଅଧୀନ ଥିଲେ । ପ୍ରତ୍ୟେକ ଗଡ଼ଜାତର ସଂକ୍ଷିପ୍ତ ବିବରଣ ନିମ୍ନରେ ଦେଲୁଁ ।

 

ସୋନପୁର- ସୋନପୁର ସମ୍ବଲପୁର ମଧ୍ୟରେ । ସମ୍ବଲପୁରର ପଶ୍ଚିମରେ ରାୟପୁର ଜିଲ୍ଲାର ଅଂଶ ଯାହା ପ୍ରାଚୀନ ମେଖଳ ରାଜ୍ୟର ଅଂଶ ଥିଲା । ଉତ୍ତର ପଶ୍ଚିମରେ ବିଳାସପୁର ଏବଂ ଉଦେପୁର ଓ ଯଶପୁର । ଏ ରାଜ୍ୟମାନ ପୂର୍ବେ ଦକ୍ଷିଣ କୋଶଳର ଅନ୍ତର୍ଗତ ଥିଲା । ଉତ୍ତରରେ ଛୋଟନାଗପୁର, ପୂର୍ବରେ ଆଠମଲ୍ଲିକ ଓ ବଉଦ, ଦକ୍ଷିଣରେ କଳାହାଣ୍ଡି । ଏହି କଳାହାଣ୍ଡି ରାଜ୍ୟ ଭିଜାଗାପଟମ ଜିଲ୍ଲାର ଜୟପୁର ପର୍ଯ୍ୟନ୍ତ ବିସ୍ତୃତ ।

 

ବାବୁ ବିଜୟଚନ୍ଦ୍ର ମଜୁମଦାର ଏ ବିଷୟରେ ଖଣ୍ଡିଏ କ୍ଷୁଦ୍ର ପୁସ୍ତକ ଲେଖିଛନ୍ତି । ସେଥିରୁ କେତେକ ଜ୍ଞାତବ୍ୟ ବିଷୟ ଜଣାଯାଏ । ସେ ମହାଶୟ ପ୍ରଥମରୁ ଉତ୍କଳ ଏବଂ ଓଡ଼୍ରମାନଙ୍କ ପ୍ରାଚୀନତା ବିଷୟ ଆଲୋଚନା କରି କହିଛନ୍ତି ଯେ, ଉତ୍କଳୀୟମାନେ ଅସଭ୍ୟ ଜାତି ଥିଲେ । ସେ ଏ ବିଷୟରେ କେତେଗୁଡ଼ିଏ ପୌରାଣିକ ଉଦାହରଣ ଦେଇଛନ୍ତି, ଯଥା- ମହାଭାରତ ଭୀଷ୍ମପର୍ବ ୯୩ ।୪୮ । ଏ ବିଷୟ ପରେ ଆଲୋଚନା କରାଯିବ ।

 

ସୋନପୁର ଉତ୍ତରରେ ସମ୍ବଲପୁର ଏବଂ ରେଢ଼ାଖୋଲର କେତେକ ଅଂଶ, ଦକ୍ଷିଣ ଓ ଦକ୍ଷିଣ ପୂର୍ବରେ ବଉଦ, ପୂର୍ବରେ ରେଢ଼ାଖୋଲ ଏବଂ ପଶ୍ଚିମରେ ପାଟଣା । କ୍ଷେତ୍ରଫଳ ୯୦୭ ବର୍ଗ ମାଇଲ । ସୋନପୁର ପ୍ରଥମେ ପାଟନାର ଅଧୀନ ଥିଲା, ମାତ୍ର ୧୫୬୦ ଖ୍ରୀଷ୍ଟାବ୍ଦରେ ସମ୍ବଲପୁର ରାଜା ମଧୁକର ସାଏ ଏ ରାଜ୍ୟକୁ ପୃଥକ୍ କଲେ । ସେହି ସମୟରୁ ଏହା ଗଡ଼ଜାତ ମଧ୍ୟରେ ଗଣ୍ୟ ହେଉଅଛି । ଏ ରାଜବଂଶ ସମ୍ବଲପୁରର ରାଜବଂଶ ।

 

ମଦନମୋହନ ଗୋପାଳସିଂହ ଦେଓ

ଲାଲସାସିଂହ ଦେଓ

ପୁରୁଷୋତ୍ତମସିଂହ ଦେଓ

ଅଚସିଂହ ଦେଓ

ଦିବ୍ୟସିଂହ ଦେଓ

ବୀରନରସିଂହ ଦେଓ

ଶୋଭାସିଂହ ଦେଓ (ଦିବ୍ୟ ସିଂହଙ୍କ ପୁତ୍ର)

ପୃଥ୍ୱୀସିଂହ ଦେଓ

ନୀଳଧରସିଂହ ଦେଓ

ପ୍ରତାପରୁଦ୍ରସିଂହ ଦେଓ

ମହାରାଜା ବୀରମିତ୍ରୋଦୟସିଂହ ଦେଓ

 

ଏ ରାଜବଂଶ ଚୁହାନ ବଂଶ । ରାଜା ମଦନଗୋପାଳ ସିଂହଦେଓ ୩୦୦ ବର୍ଷ ପୂର୍ବେ ରାଜ୍ୟଲାଭ କରିଥିଲେ । ସେ ମଧୁକର ସାଏଙ୍କ ପୁତ୍ର । ମଧୁକର ସାଏ ସମ୍ବଲପୁରର ୪ର୍ଥ ରାଜା । ନୀଳଧର ସିଂହଦେଓ ମହୋଦୟ ବ୍ରିଟିଶ୍ ଗଭର୍ଣ୍ଣମେଣ୍ଟଙ୍କୁ ଯୁଦ୍ଧରେ ସାହାଯ୍ୟ କରି ରାଜବାହାଦୁର ପଦ ପାଇଥିଲେ । ରାଜା ମଦନଗୋପାଳଙ୍କ ସାନଭାଇ ବଂଶୀଗୋପାଳ ଜଣେ ଧାର୍ମିକ ପୁରୁଷ ଥିଲେ ଏବଂ ତାଙ୍କ ଅନୁରୋଧରେ ପୁରୀର ରାମଜୀମଠକୁ ଅନେକ ଭୂସମ୍ପତ୍ତି ଦିଆଯାଇଥିଲା । ରାଜା ମଦନଗୋପାଳ ସମ୍ବଲପୁରରେ ବର୍ତ୍ତମାନ ଅଛନ୍ତି । ବଂଶୀଗୋପାଳ ଏହି ପୁରୀଧାମରେ ମାନବଲୀଳା ସମ୍ବରଣ କରିଥିବାର କଥିତ ହୁଏ ।

 

ସେନାପୁରର ରାଜବଂଶମାନେ ଚିରକାଳ ବିଷ୍ଣୁଭକ୍ତ, ମାତ୍ର ଏମାନେ ଶକ୍ତିପୂଜା କରନ୍ତି । ପ୍ରତି ସୋମବାରରେ ସୁବର୍ଣ୍ଣମେରୁ ଦେଉଳରେ ଥିବା ମହାଦେବଙ୍କୁ ପୂଜା କରନ୍ତି । ମାତ୍ର ଏମାନଙ୍କର ମନ୍ତ୍ରଗୁରୁ ରାମଜୀମଠ ମହନ୍ତ ଏବଂ ଏମାନଙ୍କ ରାଜଚିହ୍ନ ‘ଚକ୍ର’ । ସୁବର୍ଣ୍ଣମେରୁ ମହାଦେବଙ୍କ ନାମାନୁସାରେ ସ୍ଥାନର ନାମ ସୁବର୍ଣ୍ଣମେରୁ ବା ସୋନପୁର ହୋଇଛି । କିମ୍ବଦନ୍ତୀ ଅଛି ଯେ ଏହି ମହାଦେବଙ୍କ କୃପାରୁ ଥରେ ଏ ରାଜ୍ୟରେ ସୁବର୍ଣ୍ଣବୃଷ୍ଟି ହେଉଥିଲା । ସେହିଦିନୁ ମହାଦେବଙ୍କ ନାମ ହେଲା ସୁବର୍ଣ୍ଣମେରୁ । ସୁବର୍ଣ୍ଣପୁର ନିକଟ ନଦୀ ଶଯ୍ୟାରେ ଯେ ସୁବର୍ଣ୍ଣଗୁଣ୍ଡିମାନ ମିଳେ ତାହାର କାରଣ ଏହି ଯେ ଏ ଦେଶରେ ସୁବର୍ଣ୍ଣବୃଷ୍ଟି ହୋଇଥିଲା । ସୁବର୍ଣ୍ଣପୁର ନାମ ପ୍ରାଚୀନ ପରି ଜଣାଯାଏ । କାରଣ ମହାଭବଗୁପ୍ତଙ୍କ ତାମ୍ରଶାସନରେ ଏ ନାମ ଦେଖାଯାଏ ।

 

ମହାନଦୀ ଶଯ୍ୟାରେ ଗୋଟିଏ କ୍ଷୁଦ୍ର ପାହାଡ଼ ଅଛି । ସ୍ଥାନଟି ମହାରାଜଙ୍କ ନଅରଠାରୁ ବେଶୀ ଦୂର ନୁହେଁ । ଏ ପାହାଡ଼ରେ ଖୋଦିତ ଲିପି ଅଛି । ଏ ପାହାଡ଼ ନାମ ‘ଲଙ୍କେଶ୍ୱରୀ’ । ନାବିକମାନେ ନାହା ନେବାବେଳେ ପୂଜା କରନ୍ତି । ଯୋଗେଶ୍ୱରଦେବ ବର୍ମାଙ୍କ ଚମ୍ପାମଲ ଶାସନରେ ଲଙ୍କେଶ୍ୱରୀ ନାମ ଉଲ୍ଲେଖ ଅଛି । କୁମାର ସୋମେଶ୍ୱର ଦେବଙ୍କ ଅନୁଶାସନରୁ ଜଣାଯାଏ ସେ ସୋନପୁର ରାଜ୍ୟ ପଶ୍ଚିମ ଲଙ୍କା ବୋଲି କଥିତ ଅଛି ।

 

ବିଜୟବାବୁ ସୋନପୁରରୁ ୩ ଗୋଟି ତାମ୍ରଶାସନ ପାଇଛନ୍ତି-। ସେ ଅନୁବାଦ ଲେଖିଛନ୍ତି ।

 

ପ୍ରଥମ ଅନୁଶାସନ- ଓଁ ସ୍ୱସ୍ତି ସୁବର୍ଣ୍ଣପୁର ସମବାସିତ ଶ୍ରୀମତ୍ ବିଜୟ ସ୍କନ୍ଧାଭାରତ ପରମଭଟ୍ଟାରକ ମହାରାଜାଧିରାଜ ପରମେଶ୍ୱର ଶ୍ରୀ ଶିବଗୁପ୍ତଦେବ ପଦନୁଧ୍ୟାୟତ ପରମମାହେଶ୍ୱର ପରମଭଟ୍ଟାରକ ମହାରାଜାଧିରାଜ ପରମେଶ୍ୱର ସୋମକୁଳତିଳକ ତ୍ରିକଳଙ୍ଗାଧିପତି ଶ୍ରୀ ମହାଭବଗୁପ୍ତ ରାଜଦେବ କୁଶଳୀ ଲୁପତରାଖଣ୍ଡ ବକ୍ରତନ୍ତାଳ ଗ୍ରାମେ ବ୍ରାହ୍ମଣ ସମ୍ପୂଜ୍ୟ ତତଃ ପ୍ରତିନିବାସୀ କୁଟମ୍ବିନଃ ତଦ୍ ବିଷୟେ ଯଥା କାଳାଧ୍ୟାସିନେ ସମାହର୍ତ୍ତାର ସନ୍ନିଧର୍ତ୍ତରଃ ଦାଣ୍ଡପାସିକ କଷିଶୂନ । ବେତ୍ରକା ଅବରୋଧଜ୍ଞ ରାଜା ବଲ୍ଲଭାଦିନ ଅନ୍ୟାଂଶ୍ଚ ଶତଭଟ୍ଟଯାତ୍ୟାନ ସମଜ୍ଞାପୟତି ବିଦିତାସ୍ତୁ ଭବତାଂ ଯଥାସ୍ମାଭିରୟଂ ଗ୍ରାମ ସନ୍ନିଧି ସୋପନିଧି ସର୍ବବାଧା ବିବର୍ଜିତା ସଗତୋଶା ରାହାଃ ସାଷ୍ରାହା ମଧୁକାଃ ସଜଳ ସ୍ଥଳ ସର୍ବୋ ପରିକରା ଦାନ ସହିତ ପ୍ରତିନିଷିଦ୍ଧ ଚାତଭଟ୍ଟା ପାବେଶାତୁ ସୀମା ପର୍ଯ୍ୟନ୍ତ କୌଣ୍ଡିନ୍ୟ ଗୋତ୍ରାୟ ମିତ୍ରବରୁଣ ବଶିଷ୍ଠ ପ୍ରବରାୟ ଛନ୍ଦୋଗ୍ୟଚରଣାୟ ରାଧା (ଢା) ଜାବାଲି କନ୍ଦର ବିନିର୍ଗତାୟ ମେରନ୍ଦା ବାସ୍ତବ୍ୟାୟ ଭଟ୍ଟପୁତ୍ର ଯାତକୁଯାନାଂ ଭଟ୍ଟପୁତ୍ର ଶ୍ରୀବତ୍ସ ସୁନବେ ସଲିଳଧାର ପୁରଃସରଂ ଆଚନ୍ଦ୍ର ତାରକାର୍କ କ୍ଷିତ ସାମକାତୋପଭୋଗାର୍ଥଂ ମାତା ପିତ୍ରୋ ରାତ୍ମାନ ପୂର୍ଣ୍ଣ ଯଶୋଭିବୃଦ୍ଧୟେ ବିଶୁମତି ସଂକ୍ରାନ୍ୟା ତାମ୍ରଶାସନେନା ନାକରୀକୀର୍ତ୍ତ୍ୟା ପ୍ରତିପାଦିତ ଇତ୍ୟବଗତ୍ୟ ସମୁଚିତ ଭୋଗ ଭାଗ କରହିଣ୍ୟାଦିକଂ ଉପନୟନଭିର ଭବଭିଃ ସୁଖେନ ପ୍ରତିବାସ୍ତବ୍ୟଂ ଇତି ଭାବିଭିଃ ଭୂପତ ଭିର୍ଦତିରିୟଂ ଅସ୍ମଦୀୟ ଧର୍ମ ଗୌରବାତ୍ ଅସ୍ମଦ୍ ରୋଧା ଚ ସଦତ୍ତରିବାନୁପାଳନୀୟ । ତଥାଚ ଉକ୍ତଂ ଧର୍ମ୍ମ ଶାସ୍ତ୍ରୋ ବହୁଭିର ବସୁଧା ଦତ୍ତ ରାଜାଭି ନାଗରାଦିଭି ଯସ୍ୟ ଯସ୍ୟ ଭୂମିଃ ତସ୍ୟ ତସ ତଦା ଫଳ ମାଭୂତା ଫଳଶଙ୍କା ବା ପରଦତ୍ତେନ ପାର୍ଥିବଃ ସ୍ୱଦାନାତ୍ ଫଳାନାଂ ପରଦତ୍ତାନ ପାଳେନେ ଶାସ୍ତିଂ ବର୍ଷ ସହସ୍ରାଣି ସ୍ୱର୍ଗେ ମୋଦତି ଭୂମିଦାଃ ଆକ୍ଷେପ୍ତା ଚାନୁମନ୍ତାଃ ତାନ୍ୱୈବନର୍କେ ବସେତ୍ । ଅଗ୍ନେରାପତ୍ୟଂ ପ୍ରଥମାଂ ସୁବର୍ଣ୍ଣଂ ଭୂରବୈଷ୍ଣବୀ ସୂର୍ଯ୍ୟ ତାସୁ ଗାବହ୍ୟ କଞ୍ଚନଂ ଗାଁଚ ସହୀଂ ଚଦାୟା ଦତ୍ତା ସ୍ତୟା ତେନ ଭବନ୍ତି ଲୋକା ଆସ୍ଫୋଟୟନ୍ତି ପିତରଃ ପ୍ରଚର ପ୍ରବେଜୟନ୍ତି ପିତାମହାଃ ଭୂମିଦାତାକୁଳେ ଜାତାଃ ସନାସତ୍ରା ବା ଭବିଷ୍ୟତି ।

 

ପରମଭଟ୍ଟାରକ ମହାରାଜାଧିରାଜ ପରମେଶ୍ୱର ଶ୍ରୀ ଜନମେଜୟଦେବସ୍ୟ ବିଜୟ ରାଜ୍ୟେ ସମ୍ବତ୍ସରେ ତୃତୀୟେ ଶ୍ରାବଣମାସେ ସିତପକ୍ଷ ପଞ୍ଚମ୍ୟାଂ ଯାତ୍ରାକଂତୋ ସମ୍ବତ୍ ଶ୍ରାବଣ ଶୁଦୀକ୍ଷତା ମିଦଂ ଶାସନଂ ମହିସନ୍ଧିିବିଗ୍ରହ ପ୍ରତିବଦ୍ଧକାୟସ୍ଥ କୋଇଘୋଷେନ ବଲ୍ଲଘୋଷ ସୁତ୍ୟେନ ସଂଗ୍ରାମେଣ ଭକ୍ତାର୍ତ୍ତଂ ଶାସନମିତି ରାଜ୍ୟଂ ଓଝାମୁତେନ ମଙ୍ଗଳମହଃ ଶ୍ରୀ ।

 

ଅନ୍ୟ ଏକ ଦାନପତ୍ରରେ ନିମ୍ନଲିଖିତ ମତେ ବର୍ଣ୍ଣିତ ଅଛି –

 

ଓଁ ସ୍ୱସ୍ତି ଶ୍ରୀମତ୍ ବନିତପରାତ୍ପର ପରମ ଭଟ୍ଟାରକ ମହାରାଜାଧିରାଜ ପରମେଶ୍ୱର ମହାଭବଗୁପ୍ତ ରାଜଦେବ ପଦାନୁଧ୍ୟାତ ପରମ ମାହେଶ୍ୱର ପରମ ଭଟ୍ଟାରକ ମହାରାଜାଧିରାଜ ପରମେଶ୍ୱର ସୋମକୁଳତିଳକ ତ୍ରିକଳିଙ୍ଗାଧିପତି ଶ୍ରୀ ମହାଶିବଗୁପ୍ତ ରାଜଦେବ କୁଶଳୀ । କୋଶଳ ଦେଶ ପ୍ରତିବଦ୍ଧ ଗନ୍ତାପାଟମଣ୍ଡଳେ ଉତ୍ତରପଟୀୟ ନବିନ୍ଦ ଗ୍ରାମ ପରମମାହେଶ୍ୱର ପରମ ଭଟ୍ଟାରକ ମହାରାଜାଧିରାଜ ପରମେଶ୍ୱର ସୋମକୁଳତିଳକ ତ୍ରିକଳିଙ୍ଗାଧିପତି ଶ୍ରୀମତ୍‌ ଯଯାତି ରାଜଦେବସ୍ୟ ପଦାନୁପ୍ରବର୍ଦ୍ଧମାନ ବିଜୟରାଜ୍ୟେ ପଞ୍ଚଦଶ ସମ୍ବତ୍ସରେ ମାର୍ଗଶୀର୍ଷ ମାସେ ଶୁକ୍ଳ ପକ୍ଷେ ତ୍ରୟୋଦଶ୍ୟାଂ ତିଥୌ ସମ୍ବତ୍ ୧୫ ମାର୍ଗଶୀର୍ଷ ଶୁଦି ୧୩ ଲିଖିତମିଦଂ ଶାସନ ମହାସନ୍ଧିବିଗ୍ରାହିକ ରାନକ ଶ୍ରୀ ଚାରୁଦତ୍ତସ୍ୟ ଅବଗତେନ ମହଷେ ପାତକ ଶ୍ରୀ ଉଚ୍ଛବ ନାଗେନ ଅର୍ଣ୍ଣବନାଗ ସୁତେନ ଉତ୍କୀର୍ଣ୍ଣ ତକୁରଂ ପନାକେ ନେତି ଇତ୍ୟାଦି ।

୩ୟ ଦାନପତ୍ର- ଓଁ ସ୍ୱସ୍ତି ସଂହାରକାଳହୁତ ଭୁବ୍‌ଗି କରାଳ ଘୋର ସମ୍ଭ୍ରାନ୍ତା କିଙ୍କର କୃତାନ୍ତଭି ନ ଗହନାନ୍ଧକାର ସୁରାସୁର ବହନାତ୍ ପତ୍ର ତଦଭୈରବଂ ହରବୋୟ ଭବତା । ପ୍ରପାତୁଃ ଦୁର୍ବାରଃ ବାରଣ ପ୍ରତି ଲକ୍ଷ୍ମୀହତା ଗ୍ରହଣ ଶୁଦ୍ଧ ଶ୍ରୀ ଶୀଳ ଭଞ୍ଜଦେବ ନରାଧିପତୟୋ ବହବୋ ବଭୂବ ଭୁରି ସହସ୍ରଶଙ୍ଖ ତେଷାଂ କୁଳେ ସକଳ ଭୂପାଳମୌଳୀ ମାଳାରଚିତ ପାଦାଘ୍ରିଂସ୍ତ ଖଡ୍‌ଗଧାର ହୁତେନ ନୃପତି ଶ୍ରୀ ଶୀଳଭୂଜଦେବ ପ୍ରକାଶ ପୌରୁଷପସ୍ମି ଚକ୍ରାନ୍ୱିତା ନିସିର୍ଦା ନିତାରି ହୃଦୟୋ ପିପ୍ତାନୃପତୟେ ଗାମ୍ଭୀର୍ଯ୍ୟେନ ପୟୋନିଧି ସ୍ଥିରତ୍ୱେନ ପୃଥିବ୍ୟାବଳେ ନାନିଳା ସବିତ ଜନାନୋ ଚିମାସାମାମଃ ତପସୀ ବୃହସ୍ପତି ସମ ଆମାସବ ଜଗନାମାକୃତ୍ୟ ତା ଯା ଦତ୍ତବ କାମୋ ବିଜେ ରାଜାନ ଶ୍ରୀ ଶତ୍ରୁଭଞ୍ଜଦେବ ଇତି ତୁଳଧିଃ ତସ୍ମାତ୍ ଭୁବନାନ୍ ଦାନ୍ୟ ମଦମାନ ମିକ୍ଷ୍ମାଭ ଚଳିତ ଧରମଣ୍ଡଳ ଗଜ ତୁରଗ ଖୂରବିଦାରଣ ପ୍ରସର ତଦ୍ଦାଳା ଧୂଳି ବିତାନ ଚ୍ଛନ୍ନ ଜନ୍ୟାର୍ଗଣା ସ୍ୱଧ୍ୟା ବିଦିକା ସେ ମଦର୍ଯ୍ୟାତାରିଣତ ଜୟଲକ୍ଷ୍ମୀ ସମାନାଃ ଦିଗ୍ ପୌରଜାନପଦ ଶ୍ରୀମତ୍ ଭଞ୍ଜଭୂପତି ପୁର । ପତିପୁରନାନ୍ୟା ସରଦମଳ ଧବଳ କରଯଶପଟଳ ଧବଳିକା ଦିଗବଦାନୋ ଅନବରତପ୍ରବୃତ୍ତ ସନ୍ନନ ଦାନାବତ ସକଳଜନୋ ଅଣ୍ଡଜବଂଶ ପ୍ରଭବ ପରମ ବୈଷ୍ଣବ ମାତାପିତୃପଦାନୁଧ୍ୟାତ ଭଞ୍ଜମାଳକୁଳତିଳକ ଉଭୟ ଖଣ୍ଡାନିମଣ୍ଡଳ ଭବିଷ୍ୟତ ରାଜା ରାଜାନାକା ମ୍ରୁତଦ୍ ଧର୍ମକୁମାର ମାଇମାନ୍ୟ ମହାସାମନ୍ତ ବ୍ରାହ୍ମଣ ପ୍ରଧାନ ଅନ୍ୟାଶ୍ଚ ଦଣ୍ଡଫାଥିଶତଭାଟବଲ୍ଲଭ ଜାତିନା ଯଥାରହଂ ନଯାତି ବୋଧଜାତି ସମାଦିଶ୍ୟତି ଶନ୍ୟତ ଶିବବକ୍ଷସ୍ମାଙ୍କବିଦିତଂ ଅସ୍ତୁ ଭବତାଂ ରୋୟରା ବିଷୟ ପ୍ରତିବଦ୍ଧ ମିଳୁପାଦ ଖଣ୍ଡକ୍ଷେତ୍ର ଚତୁଃସୀମା ପର୍ଯ୍ୟନ୍ତ ନିଧି ସୋପନିଧି ସହିତଂ ଅକ୍ଷୟତୃତୀୟା ଯୁଗାନୀ ଦିନେ ଗୁଙ୍ଗା ସମ୍ବନ୍ଧେ ମାତାପିତ୍ରୋଆତ୍ମଜଃ ପୁଣ୍ୟବୃଦ୍ଧୟେ ସଲିଳଧାର ପୁରଃସରେଣ ବିଧିନା ବିଧିବିଧାନେନ ସବିଧେୟ ତାମ୍ରଶାସନ ପ୍ରତିପାଦିତୋୟ ଯାବଦେଦାର୍ଷ ବଚନେନ କାଶ୍ୟପଗୋତ୍ରାତ୍ରେୟମୟ ପ୍ରଚରା ଶାମବେଦାଧ୍ୟାୟୀଃ ଆଲା ଗ୍ରାମ ବିନିର୍ଗତ ଭଟ୍ଟପୁତ୍ର କୃଷ୍ଣ ଆଖଣ୍ଡକସୂତ୍ର ମହୋଦଧିନାପ୍ତେ ତଥାଚ ଦିକ୍ତଂ ଧର୍ମ୍ମଶାସ୍ତ୍ରେଷୁ କାଳସ୍ଥାନମହିମଦ ବ୍ୟାସବିଜାସମ୍ୟ ମେଦିନୀ ଯାବତ୍ ସୂର୍ଯ୍ୟକୃତାଂ ଲୋକାଂ ତାବ ସ୍ୱର୍ଗାମହିଯାତେ ଆସ୍ଫୋଟୟତି ପିତରଃ ପ୍ରବଳ୍ପନିପିତାମହାଃ ଭୂମିଦତ୍ତକୁଳେ ଜାତା ସମୋ ପ୍ରତାଭଇସଃତି ବାହୁବୀର ବସୁଧା ଦତ୍ତଂ ରାଜାନାଂ ସାଗରାଦିଭି ଯସ୍ୟ ଯସ୍ୟ ଯଦା ଭୂମି ତସ୍ୟ ତସ୍ୟ ତଦା ଫଳ ମା ପାର୍ଥିବ କଦାଚିତ୍ ବ୍ରହ୍ମସ୍ୱ ମନସାଦସି ଆନେତ୍ୱଧଂ ଅହସିଶାଲ୍ୟ ଅତେ ହଳାହଳବିଷଂ ଅବିଷ ବିଶାମିତ୍ୟ ଇତ୍ୟାଦି ।

 

ଏହି ତିନିଖଣ୍ଡି ତାମ୍ରଶାସନରୁ କେତେକ ପ୍ରାଚୀନ କଥା ଜଣାପଡ଼େ । ପ୍ରଥମ ସନନ୍ଦରେ ବକ୍ରତେନ୍ତୁଳୀ ଗ୍ରାମ ଭଟ୍ଟପୁତ୍ର ଜାତରୂପଙ୍କୁ ଦାନ ଦିଆ ଯାଇଅଛି । ବକ୍ରତେନ୍ତୁଳୀ ଲୁପତ୍ତର ଖଣ୍ଡ ପରେ ଜାତରୂପ ମେରନ୍ଦାବାସୀ ଏବଂ ସେ ରେଢ଼ାବଳୀ ହୁନ୍ଦରାରୁ ଉଠି ଆସିଥିଲେ । ତାଙ୍କର ଗୋତ୍ର କୌଣ୍ଡିନ୍ୟ ଏବଂ ଛନ୍ଦୋଗ୍ୟଚରଣ । ତାଙ୍କର ପ୍ରବର ମିତ୍ରବରୁଣ ବଶିଷ୍ଠ । ଦାନର ସମୟ ପରମ ଭଟ୍ଟାରକ ମହାରାଜାଧିରାଜ ପରମେଶ୍ୱର ଶ୍ରୀ ଜନମେଜୟ ଦେବଙ୍କ ରାଜତ୍ୱର ୩ୟ ବର୍ଷ । ସେ ରାଜା ଶୈବ ଥିଲେ ।

 

୨ୟ ଦାନପତ୍ରଦ୍ୱାରା ନିବିନ୍ଦା ବା ନିବିନା ଗ୍ରାମ ଦୀକ୍ଷିତ ପୂଣ୍ଡରୀକ ଶର୍ମାଙ୍କୁ ଦାନ ଦିଆଯାଇଛି । ନିବିନା ଗ୍ରାମ କୋଷଳ ଦେଶରେ । ପୂଣ୍ଡରୀକଙ୍କ ଘର ମେରମେନ୍ଦା ଗ୍ରାମ ଏବଂ ସେ ଭଟ୍ଟପରୋଳୀ ଗ୍ରାମରୁ ଉଠି ଆସିଥିଲେ । ଗ୍ରହୀତା ନାରାୟଣ ଶର୍ମାଙ୍କ ପୁତ୍ର ଏବଂ ଉଲ୍ଲାସ ଶର୍ମାଙ୍କ ପୌତ୍ର । ତାଙ୍କର ଗୋତ୍ର ଭରଦ୍ୱାଜ; ପ୍ରବର ଅଙ୍ଗିରସ, ବାର୍ହସ୍ପତ୍ୟ ଓ ଭାରଦ୍ୱାଜ । ବିନୀତପୁରରୁ ଦାନ ଦିଆଯାଇଥିଲା । ସମୟ ପରମ ଭଟ୍ଟାରକ ମହାରାଜାଧିରାଜ ପରମେଶ୍ୱର ଶ୍ରୀମତ୍ ଯଯାତି ରାଜାଦେବଙ୍କର ରାଜତ୍ୱର ପଞ୍ଚଦଶ ବର୍ଷ । ଯଯାତି ତ୍ରିକଳିଙ୍ଗାଧିପତି ବୋଲି ବର୍ଣ୍ଣିତ ।

୩ୟ ଦାନପତ୍ରଦ୍ୱାରା ଶତ୍ରୁ ଭଞ୍ଜ ଜିଲ୍ଲା ରୋଢ଼ା ବିଶେର ମିଲୁପାଦୀ ଖଣ୍ଡକ୍ଷେତ୍ର ଦାନ କରିଛନ୍ତି । ଗ୍ରହୀତା ଭଟ୍ଟପୁତ୍ର କୃଷ୍ଣ ଆଖଣ୍ଡଳଙ୍କ ପୁତ୍ର ଏବଂ ମହୋଦଧିଙ୍କ ପୌତ୍ର । ସେ ଅଳପ ଗ୍ରାମରୁ ଉଠି ଆସିଥିଲେ । ତାଙ୍କର ଗୌତ୍ର କାଶ୍ୟପ ଏବଂ ସେ ସାମବେଦୀ ଥିଲେ । ତାଙ୍କର ପ୍ରବର ତିନି ଋଷି ଥିଲେ । ଶତ୍ରୁଭଞ୍ଜ ଅଣ୍ଡଜ ବଂଶ ଏବଂ ଉଭୟ ଖଣ୍ଡାନିମଣ୍ଡଳର ଅଧିପତି ଥିଲେ । ଏଥିରେ ଅନ୍ୟାନ୍ୟ ରାଜାମାନଙ୍କ ନାମୋଲ୍ଲେଖ ଅଛି । ଯଥା- ଶୀଳଭଞ୍ଜ ଦେବ ।

 

ଭଞ୍ଜବଂଶ ସମ୍ବନ୍ଧେ ଚାରିଗୋଟି ତାମ୍ରଶାସନ ବାହାରିଛି । ଓଡ଼ିଶାରୁ ତିନିଗୋଟି ଏବଂ ଘୁମୁସରରୁ ଏକଗୋଟି । ସେଥିରୁ ନିମ୍ନଲିଖିତ ବଂଶାବଳୀ ମିଳେ ।

 

ରଣଭଞ୍ଜ ଦେବ ଧର୍ମ୍ମକଳଶ

ଦିଗଭଞ୍ଜ ଦେବ

ଶୀଳଭଞ୍ଜ ଦେବ

ମହାରାଜା ବିଦ୍ୟାଧର ଭଞ୍ଜଦେବ ପରମମାହେଶ୍ୱର

 

ବାମନଘାଟି ଅନୁଶାସନର ସମୟ ୨୮୯ ସମ୍ବତ୍ ଏବଂ ତାହା ରଣଭଞ୍ଜଙ୍କ ରାଜତ୍ୱ ସମୟରେ । ଘୁମୁସରରୁ ଯେଉଁ ତାମ୍ରଶାସନ ମିଳିଛି ସେଥିରେ ଦାତା ନେତ୍ରଭଞ୍ଜ, ରଣଭଞ୍ଜଙ୍କ ପୁତ୍ର ଏବଂ ଶତ୍ରୁଭଞ୍ଜଙ୍କ ନାତି ।

 

C:\Users\Ova 10\Desktop\୧୧୨.jpg

 

ବାମନଘାଟି ତାମ୍ରପଟରେ ବୀରଭଦ୍ରଙ୍କ ନାମୋଲ୍ଲେଖ ଅଛି । ସେ ଭଞ୍ଜବଂଶ ପ୍ରତିଷ୍ଠାତା-। ସେ କୋଟ୍ୟାଶ୍ରମ ତପୋବନରେ ମୟୂର ଅଣ୍ଡ ଭାଙ୍ଗି ଜନ୍ମ ହୋଇଥିଲେ ।

 

ଏ ତାମ୍ରଶାସନ ହଳ କଲାବେଳେ ହଳିଆମାନେ ପାଇଥିଲେ । ଯେଉଁ ଯେଉଁ ଗ୍ରାମମାନଙ୍କ ନାମୋଲ୍ଲେଖ ଅଛି, ସେହି ସେହି ଗ୍ରାମମାନଙ୍କରେ ଏଗୁଡ଼ିକ ମିଳିଥିଲା । ମିଲୁପାହି ଗ୍ରାମ କେଉଁଠି ? ଖଣ୍ଡକ୍ଷେତ୍ର ଅର୍ଥ ଚକପରି ଜମିର ନାମ ବୋଲି ବିଜୟବାବୁ ସ୍ଥିର କରିଅଛନ୍ତି । ସେ ଗ୍ରାମର ଲୋକ ଉଦୟଶୃଙ୍ଗରୁ ଆସିଥିଲେ । ଉଦୟଶୃଙ୍ଗ ଆଠମଲ୍ଲିକ ଅନ୍ତର୍ଗତ ଓଡ଼ସିଙ୍ଗା ବୋଲି ଅନୁମିତ ହୁଏ । ରୋୟରା ସୋନପୁର ସୀମାରେ; ପାଟଣା କିମ୍ବା ଆଠମଲ୍ଲିକଠାରୁ ବେଶି ଦୂର ନୁହେଁ । ସେଠାରେ ଖଣ୍ଡକ୍ଷେତ୍ର ଗ୍ରାମ ଥାଇପାରେ । ସୋନପୁରର ଉତ୍ତରରେ ରେଢ଼ାଖୋଲ, ଉତ୍ତର ପୂର୍ବରେ ଆଠମଲ୍ଲିକ, ପୂର୍ବରେ ବଉଦ, ଦକ୍ଷିଣରେ ପାଟଣା । ତାମ୍ରଶାସନମାନଙ୍କରେ କେତେଗୁଡ଼ିଏ ଭୌଗୋଳିକ ନାମ ଦେଖାଯାଏ । ଓଙ୍ଗା ଓ ଅଙ୍ଗ ନଦୀ ବର୍ତ୍ତମାନ ସୋନପୁର ଓ ପାଟଣା ରାଜ୍ୟର ମଧ୍ୟଦେଇ ପ୍ରବାହିତା । ସତଲମା ଗ୍ରାମ ସମ୍ବଲପୁର ଜିଲ୍ଲାର ବରପାଲି ଅନ୍ତର୍ଗତ ଏବଂ ଗଙ୍ଗ ନଦୀଠାରୁ କେତେକ ମାଇଲ ଦୂରରେ ଅବସ୍ଥିତ । ନପ୍ତର ନୂପୁରସିଂହ; ବକ୍ରତେନ୍ତୁଳୀ ଗ୍ରାମମାନ ଦାନପତ୍ର ମିଳିଥିବା ସ୍ଥାନର ନିକଟବର୍ତ୍ତୀ । ରେଢ଼ା ଫବଲି କନ୍ଦର ବୋଧହୁଏ ରେଢ଼ାଖୋଲର ଅପରମ ନାମ । କାରଣ କନ୍ଦର ଅର୍ଥଖୋଲ୍ୱୁରସିମା ସୁରସିଙ୍ଗା ପରି ବୋଧହୁଏ । ଏ ଗ୍ରାମ ପାଟଣା ରାଜ୍ୟର ଜରାସିଙ୍ଗ ଜମିଦାରୀର ଅନ୍ତର୍ଗତ । ସୋନପୁର ରାଜ୍ୟରେ ବିନିକା ଗ୍ରାମ ଅଛି । ଏହାର ପୂର୍ବ ନାମ ନିବିନା ଥିଲାପରି ଜଣାଯାଏ । ନିବିନା ଏବଂ ମେନ୍ଦା ଗ୍ରାମମାନ ବିନିକା ସବ୍‌ଡ଼ିଭିଜନ ଅନ୍ତର୍ଗତ । ସୁତରାଂ ବିନୀତପୁରର ବର୍ତ୍ତମାନ ନାମ ବିନିକା ବୋଲି ଜଣାଯାଏ ।

 

ସୋନପୁର ଅନ୍ତର୍ଗତ ନିବିନା ଏବଂ ସମ୍ବଲପୁର ଅନ୍ତର୍ଗତ ସତଲମା ଗ୍ରାମମାନ ତାମ୍ରଶାସନରେ କୋଶଳ ଦେଶାନ୍ତର୍ଗତ ବୋଲି ଉଳ୍ଲେଖ ଅଛି । ବିଜୟବାବୁ ଅନୁମାନ କରନ୍ତି ଯେ, ପ୍ରାଚୀନ କାଳରେ ସମ୍ବଲପୁର ଏବଂ ତଦନ୍ତର୍ଗତ ଗଡ଼ଜାତମାନ କୋଶଳ ଅର୍ଥାତ୍ ଦକ୍ଷିଣ କୋଶଳର ଅଂଶ ଥିଲା ଏବଂ ବିଳାସପୁର ଜିଲ୍ଲାର ରତନପୁର କୋଶଳର ରାଜଧାନୀ ଥିଲା; ଏ ଦେଶ ଉଡ୍ର ବା ଓଡ଼ିଶାର ଅଂଶ ନ ଥିଲା । ତାଙ୍କର ଅନ୍ୟ ଏକ ଯୁକ୍ତି ଯେ, ଯଦି ତେତେବେଳେ ଓଡ଼ିଶା ଏବଂ ସମ୍ବଲପୁର ପୃଥକ୍ ଦେଶ ନ ଥାନ୍ତା, ତେବେ ଯେ ବ୍ରାହ୍ମଣ ଓଡ଼ିଶାରୁ ଆସି ଏଠାରେ ଅର୍ଥାତ୍ ସମ୍ବଲପୁରରେ ବସତି କରିଥିଲେ ସେ ଆପଣାକୁ ଓଡ଼୍ର ଦେଶବାସୀ ବୋଲି ପରିଚୟ ଦେଇ ନ ଥାନ୍ତେ । ସୁତରାଂ ଓଡ଼ିଶା ଓ କୋଶଳ ଦେଶ ବିଭିନ୍ନ ପ୍ରଦେଶ ଥିଲା ।

 

ରାଜିମ ଓ ରତନପୁରରେ ଯେଉଁ ଅନୁଶାସନ ମିଳେ ସେଥିର ଅକ୍ଷର ସମ୍ବଲପୁର ଏବଂ ଓଡ଼ିଶା ଅକ୍ଷରଠାରୁ ପୃଥକ୍ । ବିଜୟବାବୁ ଏଥିର କାରଣ ଦିଅନ୍ତି ଯେ, ରାଜା ଜନ୍ମେଜୟ ଏବଂ ତାଙ୍କ ଉତ୍ତରାଧିକାରୀମାନେ ବଙ୍ଗାଳୀ କାୟସ୍ଥ ସଭାସଦ୍ ରହିଥିଲେ । କାରଣ ତାମ୍ରଶାସନରୁ କୈଳାସଘୋଷ, ପୁତ୍ର ବଲ୍ଲଭ ଘୋଷ, ଅନଙ୍ଗଦତ୍ତ, ମଙ୍ଗଳଦତ୍ତ ପ୍ରଭୃତିଙ୍କ ନାମ ଦେଖାଯାଏ ଏବଂ ଦତ୍ତ, ନାଗ, ଘୋଷ ପ୍ରଭୃତି ପଦ କେବଳ ବଙ୍ଗାଳୀ କାୟସ୍ଥମାନେ ବ୍ୟବହାର କରନ୍ତି । ମାତ୍ର ଓଡ଼ିଆ କରଣମାନେ ଏ ପଦ ବ୍ୟବହାର କରନ୍ତି ନାହିଁ । ସୁତରାଂ ସେମାନେ ବଙ୍ଗାଳୀ ଥିଲେ ।

 

ଅକ୍ଷରମାନଙ୍କ ବର୍ଗ ବଙ୍ଗାକ୍ଷର ସଦୃଶ ବୋଲି ଟମ୍‌ସ ସାହେବ ଅନୁମାନ କରିଥିଲେ । ମାତ୍ର ଅନେକ ଅକ୍ଷରର ବର୍ଗ ବର୍ତ୍ତମାନ ଓଡ଼ିଆ ଅକ୍ଷରର ବର୍ଗ ପରି । ଗଞ୍ଜାମରେ ମଧ୍ୟ ଏହିପରି ଅକ୍ଷର ଦେଖାଯାଏ । ସ୍ଥୂଳତଃ ଓଡ଼ିଆ ବଙ୍ଗଳା ଅକ୍ଷରମାନଙ୍କରେ ମିଶ୍ରଣ ଦେଖାଯାଏ । ଆଲେକ୍‌ଜାଣ୍ଡର କନିଂହାମ୍ ସାହେବ ମହାଶୟ କହନ୍ତି ଯେ ଯେଉଁ ଗୁପ୍ତ ରାଜାମାନେ କୋଶଳେନ୍ଦ୍ର ଓ ତ୍ରିକଳିଙ୍ଗାଧିପତି ଥିଲେ, ସେମାନେ ନିଶ୍ଚୟ ହିନ୍ଦୁ ପାଲଟିଥିବା ଉଦୟନଙ୍କ ବଂଶଧର ଥିଲେ । ଏମାନେ ଶବର ଥିଲେ ।

 

ଦାତାମାନେ ଆପଣାକୁ କୋଶଳଦେଶାଧିପତି ଓ ତ୍ରିକଳିଙ୍ଗାଧିପତି ବୋଲି ବର୍ଣ୍ଣନା କରିଛନ୍ତି । କେଶରୀବଂଶୀୟ ରାଜାମାନେ ଯଯାତିକେଶରୀଙ୍କଠାରୁ ଗଣାଯାନ୍ତି, କିନ୍ତୁ ଜନମେଜୟଙ୍କଠାରୁ ଗଣାଯାନ୍ତି ନାହିଁ । ବଂଶାବଳୀରେ ଅନ୍ୟ ଏକ ଜନମେଜୟଙ୍କ ନାମୋଲ୍ଲେଖ ଦେଖାଯାଏ । କିନ୍ତୁ ସେ ଦୂର ଉତ୍ତରାଧିକାରୀ । ମାତ୍ର ଓଡ଼ିଶା ପାଞ୍ଜି ଶିବଗୁପ୍ତଙ୍କ ବିଷୟ ଆଦୌ ଜାଣି ନ ଥିଲା । ସେ କେଶରୀବଂଶର ପ୍ରଥମ ରାଜା ଥିଲେ । ମହାଭବଗୁପ୍ତଙ୍କ ଦାନପତ୍ରମାନଙ୍କରେ କୋଶଳ ଦେଶର ନାମୋଲ୍ଲେଖ ଥିବାରୁ ଜଣାଯାଏ, ଏମାନେ କେବଳ କୋଶଳରେ ରାଜତ୍ୱ କରୁଥିଲେ, ପରେ ଓଡ଼ିଶାରେ ଆଧିପତ୍ୟ ବିସ୍ତାର କଲେ । ମହାଭବଗୁପ୍ତ କୋଶଳ ଦେଶରେ ତାଙ୍କ ପ୍ରଧାନମନ୍ତ୍ରୀ ସାଧାରଣଙ୍କୁ ଭୂମିଦାନ କରିଥିଲେ । ଏଥିରୁ ଜଣାଯାଏ ସେ କୋଶଳ ଦେଶର ଥିବେ । ଭବଦେବ କେଶରୀ ପଦ ସୃଷ୍ଟି କରିଥିଲେ । ଉଦୟନଙ୍କ ବଂଶଧରମାନେ ଗୁପ୍ତ ପଦବୀ ଧାରଣ କଲେ । ଉଦୟନ ଚନ୍ଦ୍ରବଂଶୀ ବୋଲି ପରିଚୟ ଦେଉଥିଲେ ।

 

ଏ ସମସ୍ତ କାରଣ ସତ୍ତ୍ୱେ ଦେଖାଯାଏ ଯେ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷା ପ୍ରଚଳିତ । ଶାସନ ସୁବିଧା ଲାଗି ସମ୍ବଲପୁର ୧୯୦୫ ମସିହା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଛତିଶଗଡ଼ ଦେଶ ସହିତ ସାମିଲ ଥିଲା । ବର୍ତ୍ତମାନ ମଧ୍ୟପ୍ରଦେଶରୁ ବିଚ୍ଛିନ୍ନ ହୋଇ ଓଡ଼ିଶା ସହିତ ମିଶିଅଛି । ବିଜୟବାବୁ ଏ ସମସ୍ତ ଆଲୋଚନା କରି ସ୍ଥିର କରିଛନ୍ତି ଯେ ଶବରରାଜାମାନଙ୍କ ରାଜ୍ୟ ବିଭକ୍ତ ହେବାରୁ ଶିବଗୁପ୍ତ ଛୋଟନାଗପୁର ଏବଂ ମେଦିନୀପୁର ମଧ୍ୟବର୍ତ୍ତୀ ସ୍ଥାନରେ ରାଜଧାନୀ କଲେ ଏବଂ ଅନ୍ୟ ବଂଶଧରମାନେ ରାଜିମ, ଶିବପୁର ଏବଂ ରତନପୁରରେ ରାଜତ୍ୱ କଲେ । ଶିବଗୁପ୍ତ ରାଜା ବୋଲି ବର୍ଣ୍ଣିତ ଥିବା ହେତୁ ସେ ବିଶେଷ କ୍ଷମତାଶାଳୀ ନ ଥିବାର ପ୍ରକାଶ । ସମ୍ଭବତଃ ସେ ଜଣେ ସାମନ୍ତରାଜା ଥିଲେ । ତାଙ୍କ ପୁତ୍ର ଜନମେଜୟ ବା ମହାଭବଗୁପ୍ତ ଓଡ଼୍ର ଏବଂ ତ୍ରିକଳିଙ୍ଗ ଅଧିକାର କଲେ ଏବଂ ସମ୍ବଲପୁର ଜିଣିଲେ । କିମ୍ବଦନ୍ତୀ ଅଛି ଯେ ରାଜା ଜନମେଜୟ କଟକ ମହାନଦୀର ଅପର ପାଶ୍ୱର୍ସ୍ଥିତ ଚଉଦ୍ୱାର ନଗର ବସାଇଥିଲେ । କେଶରୀ ପଦ ପରବର୍ତ୍ତୀ କାଳର ସୃଷ୍ଟି । କାରଣ ଏକାଦଶ ଓ ଦଶମ ଶତାବ୍ଦୀର ରାଜାମାନେ ଆପଣାକୁ କେଶରୀ ବୋଲି ପରିଚୟ ଦେଇନାହାନ୍ତି । ଉଦ୍ୟୋତ କେଶରୀଙ୍କ ଅନୁଶାସନ ଦ୍ୱାଦଶ ଶତାବ୍ଦୀର । ସୁତରାଂ କେଶରୀରାଜାମାନେ ଦଶମ ଶତାବ୍ଦୀରେ ରାଜତ୍ୱ କରୁଥିଲେ ଏବଂ ଆପଣାକୁ ଗୁପ୍ତ ବୋଲି ପରିଚୟ ଦେଉଥିଲେ । ଯଯାତି ୪୭୪ ଖ୍ରୀଷ୍ଟାବ୍ଦରେ ରାଜତ୍ୱ କରୁଥିବା କଥା ଅମୂଳକ । ବାସ୍ତବିକ ସେ ୯୭୪ ଖ୍ରୀଷ୍ଟାବ୍ଦରେ ରାଜତ୍ୱ କରୁଥିଲେ ।

 

ଦଶମ ଓ ଏକାଦଶ ଶତାବ୍ଦୀରେ ଯେଉଁ ରାଜାମାନେ ସମ୍ବଲପୁରରେ ରାଜତ୍ୱ କରୁଥିଲେ ସେମାନଙ୍କ ନାମ ନିମ୍ନରେ ଦିଆଗଲା ।

 

ଜନମେଜୟ ବା ମହାଭବଗୁପ୍ତ-୧ ପୁତ୍ର ଶିବଗୁପ୍ତ

ଯଯାତି ବା ମହାଶିବଗୁପ୍ତ

ଭୀମରଥ ବା ମହାଭବଗୁପ୍ତ-୨

 

ତାମ୍ରଶାସନରେ ଉଲ୍ଲେଖ ଅଛି ଯେ ଗ୍ରହୀତା ବ୍ରାହ୍ମଣମାନେ ଓଡ଼୍ର ଦେଶର ମଧ୍ୟଦେଶାନ୍ତର୍ଗତ ଶ୍ରୀବଲ୍ଲ ଗ୍ରାମରୁ ଆସିଥିଲେ । ମେଦିନୀପୁରର ଦକ୍ଷିଣାଂଶ ବର୍ତ୍ତମାନ ସୁଦ୍ଧା ମଧ୍ୟଦେଶ ନାମରେ ପରିଚିତ । ସୁତରାଂ ତେତେବେଳେ ଏହା ଓଡ଼୍ର ଦେଶାନ୍ତର୍ଗତ ଥିଲା । ଏ ସ୍ଥାନର ବ୍ରାହ୍ମଣମାନେ ଅଦ୍ୟାବଧି ଓଡ଼ିଆ ପୋଥି ପଢ଼ନ୍ତି, ଓଡ଼ିଆ ପୋଥି ସାଇତି ଅଛନ୍ତି । ଏମାନେ ମଧ୍ୟ ଦେଶୀ ବ୍ରାହ୍ମଣ ବୋଲି କଥିତ ଏବଂ ବଙ୍ଗାଳୀ ବ୍ରାହ୍ମଣମାନଙ୍କ ସହିତ ଏମାନଙ୍କର ବୈବାହିକ ସମ୍ବନ୍ଧ ନାହିଁ । ସମ୍ଭବତଃ ଏମାନେ ଧଳଭୂମ ଓ ରାଞ୍ଚି ଦେଇ ଝାଡ଼ଖଣ୍ଡ ବାଟେ ସମ୍ବଲପୁରକୁ ଆସିଥିଲେ । ଏମାନେ ଝାଡ଼ୁଆ ବ୍ରାହ୍ମଣ ଏବଂ ପରେ ଯେଉଁମାନେ ଆସିଥିଲେ ସେମାନେ ଓଡ଼ିଆ ବ୍ରାହ୍ମଣ ବୋଲି ପରିଚିତ ।

 

ସୋମବଂଶୀ ରାଜାମାନେ ସମ୍ବଲପୁରରେ କେତେକାଳ ରାଜତ୍ୱ କରିଥିଲେ ତାହା ଜାଣିବା କଠିନ । ଜଣାଯାଏ ସେମାନେ ଶାସନକାର୍ଯ୍ୟ ଚଳାଇବା ଲାଗି କାର୍ଯ୍ୟନିର୍ବାହିକା ସଭା ଏବଂ ଶାସନକର୍ତ୍ତମାନ ନିଯୁକ୍ତ କରିଥିଲେ । କଥିତ ହୁଏ ଆଠମଲ୍ଲିକ ସଭାଦ୍ୱାରା ରାଜ୍ୟ ଶାସିତ ହେଉଥିଲା । ଚୋହାନ ଶାସନ ପୂର୍ବରୁ ଆଠମଲ୍ଲିକ ଶାସନ ପ୍ରଥା ପ୍ରଚଳିତ ଥିଲା । ଆଠମଲ୍ଲିକ ଗଡ଼ ଏ ରାଜ୍ୟର ଅତି ନିକଟରେ ଅବସ୍ଥିତ । ମଲ୍ଲିକ ଶବ୍ଦ ପାଲି ଶବ୍ଦ ମହାଲିକ ଶବ୍ଦର ଅପଭ୍ରଂଶ । ଏ ଶବ୍ଦର ଅର୍ଥ ପୁରାତନ ଓ ବିଜ୍ଞ । ଭିନ୍ନ ଭିନ୍ନ ଗ୍ରାମର ପ୍ରତିନିଧିମାନେ ଯେଉଁମାନେ ସଭାର ସଭ୍ୟ ହୁଅନ୍ତି ସେମାନଙ୍କ ନାମ ମଲ୍ଲିକ ଏବଂ ସେମାନଙ୍କ ବଂଶଧରମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଉପାଧି ଧାରଣ କରିଅଛନ୍ତି । ସମ୍ଭବତଃ ଏ ସଭାରେ ଆଠଜଣ ସଭ୍ୟ ଥିଲେ । ଚୋହାନ ରାଜାମାନଙ୍କ ବଂଶାନୁଚରିତରେ ଏ ଶାସନପ୍ରଥା ବିଷୟ ଉଲ୍ଲେଖ ଅଛି । ଏ ବିଷୟ ମଧ୍ୟ ବୁଢ଼ାସମ୍ବର ଜମିଦାରଙ୍କଦ୍ୱାରା ପ୍ରକାଶିତ ନୃସିଂହ ମାହାତ୍ମ୍ୟ ପୁସ୍ତକରେ ଉଲ୍ଲେଖ ଅଛି । ବର୍ତ୍ତମାନ ରାଜାମାନେ ଯେଉଁ ଜାତି ବେହେରା ବା ପ୍ରତିନିଧି ନିଯୁକ୍ତ କରନ୍ତି, ତାହା ପୂର୍ବ ପ୍ରଥାର ଚିହ୍ନ ମାତ୍ର ।

 

ଅନ୍ୟ ଗୋଟିଏ ତାମ୍ରଶାସନ ମିଳେ । ଏ ତାମ୍ରପଟ ସୋନପୁରର କୁମାର ସୋମେଶ୍ୱରଙ୍କ ସମୟର । ଏଥିରୁ ପ୍ରକାଶ ହୁଏ ଯେ ମହାଭବଗୁପ୍ତଙ୍କ ବଂଶଧର ଉଦ୍ୟୋତକେଶରୀ ସୋନପୁର ରାଜ୍ୟକୁ ଅଭିମନ୍ୟୁ ଦେବଙ୍କୁ ଦାନ କରିଥିଲେ । ହୋଇପାରେ, ଅଭିମନ୍ୟୁଦେବ କେବଳ ପ୍ରଥମରେ ଶାସନକର୍ତ୍ତା ଥିଲେ ଏବଂ ସୁବିଧା ସୁଯୋଗ ଦେଖି ନିଜେ ପଶ୍ଚିମ ଲଙ୍କାଧିପତି ହୋଇ ବସିଲେ । ସୋନପୁର କାହିଁକି ପୂର୍ବେ ପଶ୍ଚିମଲଙ୍କା ବୋଲି କଥିତ ହେଉଥିଲା ତାହା ଜଣା ଯାଉନାହିଁ-। ତାମ୍ରଶାସନରେ ଲେଖାଅଛି ଯେ ପଶ୍ଚିମଲଙ୍କା ନାମଧାରୀ ସୋନପୁର ରାଜ୍ୟ ମହାଭବଗୁପ୍ତ ବଂଶାବତଂସ ଉଦ୍ୟୋତକେଶରୀଙ୍କଦ୍ୱାରା ଅଭିମନ୍ୟୁ ଦେବଙ୍କୁ ପ୍ରସାଦୀକୃତ ଅର୍ଥାତ୍ ଦତ୍ତ । କାମ୍ପାମଲ୍ଲ ତାମ୍ରଶାସନରେ ଲେଖାଅଛି ଯେ ଯୋଗେଶ୍ୱଦେବ ବର୍ମ୍ମ ଦାନ ଦେଲାବେଳେ ସେ ସୋନପୁରରେ ଥିଲେ ଏବଂ ତାଙ୍କର ରାଜଧାନୀ ମହାନଦୀ ବନ୍ଧ ସନ୍ନିକଟ ଲଙ୍କେଶ୍ୱରୀ ବା ଲଙ୍କାବର୍ତ୍ତକ ପାହାଡ଼ ନିକଟରେ ଥିଲା । ବର୍ତ୍ତମାନ ରାଜନଗର ଠିକ୍ ଏହି ସ୍ଥାନରେ ଏବଂ ଲଙ୍କେଶ୍ୱରୀ ବର୍ତ୍ତମାନ ଲଙ୍କାବର୍ତ୍ତର ନାମ ବିଜୟବାବୁଙ୍କ ମତରେ ବ୍ରହ୍ମେଶ୍ୱର ଦେଉଳର ଖୋଦିତ ଲିପିରୁ ଜଣାଯାଏ ଯେ ତ୍ରିକଳିଙ୍ଗ ଗୁପ୍ତବଂଶାବତଂସ ଉଦ୍ୟୋତକେଶରୀ ଜଣେ ସାମାନ୍ୟ ରାଜା ଥିଲେ ଏବଂ ଦ୍ୱାଦଶ ଶତାବ୍ଦୀରେ ରାଜତ୍ୱ କରୁଥିଲେ । ତେତେବେଳେ ଗଙ୍ଗବଂଶ ରାଜାମାନେ ଓଡ଼ିଶାରେ ରାଜତ୍ୱ କରୁଥିଲେ । ସୁତରାଂ ଏ ତାମ୍ରଶାସନର ସମୟ ଦ୍ୱାଦଶ ଶତାବ୍ଦୀର ଶେଷଭାଗ । ତ୍ରୟୋଦଶ ଶତାବ୍ଦୀ ପ୍ରାରମ୍ଭରେ ସୋନପୁର ଯେଉଁ ଶାସନକର୍ତ୍ତାଙ୍କଦ୍ୱାରା ଶାସିତ ହେଉଥିଲା ସେ ତ୍ରିକଳିଙ୍ଗ ଗୁପ୍ତମାନଙ୍କଠାରୁ କ୍ଷମତା ପାଇଥିଲେ । ଜନ୍ମେଜୟଙ୍କ ପୂର୍ବ ରାଜାମାନଙ୍କ ଇତିହାସ ଅପ୍ରାପ୍ତ । ଏପିଗ୍ରାଫିକାଇଣ୍ଡିକାରେ ଅନୁଶାସନମାନ ପ୍ରକାଶିତ ହୋଇଛି । ଗୁପ୍ତରାଜାମାନଙ୍କ ପରେ ଭଞ୍ଜ ରାଜବଂଶର ପରିଚୟ ମିଳେ । ଏହି ଭଞ୍ଜବଂଶର ଅନ୍ୟ ଏକ ଶାଖା ବାମନଘାଟିଠାରୁ ଘୁମୁସର ପର୍ଯ୍ୟନ୍ତ ରାଜତ୍ୱ କରୁଥିଲେ । ବାମନଘାଟି ମୟୂରଭଞ୍ଜରେ । ବିଜୟ ବାବୁଙ୍କ ମତରେ ସୋନପୁର ରାଜ୍ୟରେ ଶତ୍ରୁଭଞ୍ଜ ଦେବଙ୍କର ଯେଉଁ ତାମ୍ରଶାସନ ମିଳେ ସେଥିରୁ ଜଣାଯାଏ ସେଗୁଡ଼ିକ ୧୩ଶ ଶତାବ୍ଦୀରୁ ଅଧିକ ପୁରାତନ ନୁହେଁ । ଏ ଶତ୍ରୁଭଞ୍ଜ ଶୀଳଭଞ୍ଜଙ୍କ ପୁତ୍ର । ଏ ଖେମୁଣ୍ଡିରେ ବାସ କରୁଥିଲେ । ସେ ଉଭୟ ଖେମୁଣ୍ଡିର ଅଧିପତି ଥାଇ ବଉଦ ରାଜ୍ୟ ଶାସନ କରୁଥିଲେ । ଏହି ଭଞ୍ଜମାନେ ସମୁଦ୍ର କୂଳର ରାଜ୍ୟମାନଙ୍କ ଉପରେ ହସ୍ତକ୍ଷେପ କରି ନ ଥିଲେ । କେବଳ ଘୁମୁସରଠାରୁ ବାମନଘାଟି ପର୍ଯ୍ୟନ୍ତ ଅରଣ୍ୟ ପ୍ରଦେଶରେ ରାଜ୍ୟ ବିସ୍ତାର କରୁଥିଲେ । ବାମନଘାଟିରୁ ଯେଉଁ ତାମ୍ରଶାସନ ମିଳିଛି ସେଥିରୁ ଜଣାଯାଏ ବାମନଘାଟି ଶାଖାର ପ୍ରଥମ ରାଜା ମୟୂରଭଞ୍ଜରେ ରାଜ୍ୟ ସ୍ଥାପନ କରିଥିଲେ ଏବଂ ତାଙ୍କ ନାମ ବୀରଭଦ୍ର ଥିଲା । ସେ କୋଟ୍ୟାଶ୍ରମ ବନରେ ଜନ୍ମଗ୍ରହଣ କରିଥିଲେ । ସବୁ ଭଞ୍ଜମାନେ ଅଣ୍ଡଜ ବଂଶ । ନୃସିଂହ ମାହାତ୍ମ୍ୟ ପୁସ୍ତକରେ ଏହି କଥା ବର୍ଣ୍ଣିତ ଅଛି । ବଉଦ ରାଜବଂଶାବଳୀରୁ ଜଣାଯାଏ ଯେ ସେମାନେ ଖେମୁଣ୍ଡିର ଭଞ୍ଜରାଜାମାନଙ୍କ ବଂଶଧର ନ ଥାଇ ମୟୂରଭଞ୍ଜର ଭଞ୍ଜରାଜାମାନଙ୍କ ବଂଶଧର ଏବଂ ଏମାନଙ୍କ ରାଜତ୍ୱ ପଞ୍ଚଦଶ ଶତାବ୍ଦୀରେ ଆରମ୍ଭ ହୋଇଥିବାର ଅନୁମିତ ହୁଏ ।

 

ପୁନଶ୍ଚ କାମ୍ପାମଲ୍ଲ ତାମ୍ରଶାସନରୁ ଜଣାଯାଏ ବର୍ମ୍ମ ରାଜାମାନେ ସୋନପୁରରେ ରାଜତ୍ୱ କରିଥିଲେ । ଯୋଗେଶ୍ୱର ଏବଂ ତାଙ୍କ ବଂଶଧରମାନଙ୍କ ବଂଶଚିହ୍ନ ‘ଦ୍ୱିଜରା’ । ଏମାନେ ସୂର୍ଯ୍ୟବଂଶୀୟ ବୋଲି ଦାବୀ କରନ୍ତି । ତାମ୍ରଶାସନରେ ସ୍ପଷ୍ଟ ଲେଖାଅଛି ଯେ, ଏମାନଙ୍କ ପୂର୍ବପୁରୁଷ ଅଯୋଧ୍ୟାରୁ ଆସିଥିଲେ । ବିଜୟବାବୁଙ୍କ ମତରେ ଏମାନେ ଚତୁର୍ଦ୍ଦଶ ଶତାବ୍ଦୀର ଶେଷ ଭାଗରେ ରାଜତ୍ୱ କରିଥିଲେ । ଯୋଗେଶ୍ୱର ବର୍ମ୍ମ ବୈଦ୍ୟନାଥ ମହାପ୍ରଭୁଙ୍କ ଭକ୍ତ ଥିବାର ଉଲ୍ଲେଖ ଅଛି । ତେଲ ନଦୀର ବାମପାର୍ଶ୍ୱର ବନ୍ଧ ନିକଟରେ ଅର୍ଥାତ୍ ସୋନପୁର ଗଡ଼ଠାରୁ ୧୨ ମାଇଲ୍ ଦୂରରେ ବୈଦ୍ୟନାଥଙ୍କ ଦେଉଳ ଅଛି । ସମ୍ଭବତଃ ଏ ଦେଉଳ ଯୋଗେଶ୍ୱର ଦେବଙ୍କଦ୍ୱାରା ନିର୍ମିତ ହୋଇଥିଲା । ପାଟଣା ଷ୍ଟେଟର ବିରଞ୍ଚି ନାରାୟଣଙ୍କ ଦେଉଳ ସମ୍ଭବତଃ ବର୍ମ୍ମ ରାଜାମାନଙ୍କଦ୍ୱାରା ନିର୍ମିତ ହୋଇଥିଲା । ଯେଉଁ ଗ୍ରାମରେ ଦେଉଳ ଅଛି, ସେ ଗ୍ରାମ ନାମ ବୈଦ୍ୟନାଥ ଅଛି । ମାତ୍ର ଦେବତାଙ୍କ ନାମ କୋଶଳେଶ୍ୱର ଅର୍ଥାତ୍ କୋଶଳ ରାଜ୍ୟର ଈଶ୍ୱର ବା ଦେବତା ।

 

ଏମାନଙ୍କ ପରେ ଚୋହାନମାନଙ୍କ ରାଜତ୍ୱ ଆରମ୍ଭ ହେଲା । ଏମାନଙ୍କ ବଂଶାନୁଚରିତରୁ ଜଣାଯାଏ ଯେ, ଦିଲ୍ଲୀର ପୃଥ୍ୱୀରାଜଙ୍କ ବଂଶଧର ହୁମେରୁ ମୁସଲମାନମାନଙ୍କ ରାଜତ୍ୱ ବେଳେ ଉତ୍ତର ଭାରତର ମୈନିପୁରରେ ଆପଣାର ରାଜ୍ୟ ହରାଇ ରାଣୀଙ୍କ ସହିତ ପାଟଣା ରାଜ୍ୟର ସୀମାନ୍ତ ପ୍ରଦେଶକୁ ବାହାରି ଆସିଥିଲେ ଏବଂ ସେହି ପାଟଣା ନିକଟରେ ଗୋଟିଏ ଛୋଟ ରାଜ୍ୟ ସ୍ଥାପନ କଲେ ।

ହୁମେରୁ ଅନେକ ସ୍ଥାନୀୟ ରାଜାମାନଙ୍କ ସହିତ ଯୁଦ୍ଧ କରି ଅବଶେଷରେ ବୁଢ଼ାସମ୍ବର ଏବଂ ପାଟଣାରେ ଆପଣାର ରାଜ୍ୟ ସୁଦୃଢ଼ କଲେ । ଏପରି ଘଟଣା କ୍ଷତ୍ରୀୟ ପକ୍ଷରେ ଅସମ୍ଭବ ନୁହେଁ । କ୍ଷତ୍ରୀୟ ଇଚ୍ଛାକଲେ ଆପଣା ବାହୁବଳଦ୍ୱାରା ଯେ କୌଣସି ସ୍ଥାନ ଅଧିକାର କରି ରାଜ୍ୟ ସ୍ଥାପନ କରିପାରେ । ବିଶେଷତଃ ଅରଣ୍ୟବାସୀ ଅସଭ୍ୟ ଜାତିମାନେ ଆପଣା ଆପଣା ମଧ୍ୟରେ ବିବାଦ କରି ଦୃଢ଼ ଶାସନ ପ୍ରଣାଳୀ ସଂସ୍ଥାପିତ କରିବା ଉଦ୍ଦେଶ୍ୟରେ କ୍ଷତ୍ରୀୟ ରାଜାଙ୍କୁ ସାଦରେ ଗ୍ରହଣ କରୁଥିଲେ । ବଂଶାନୁଚରିତରୁ ଜଣାଯାଏ ଯେ, ହୁମେରୁଙ୍କ ପୁତ୍ର ରମେଇ ଦେଓ ପାଟଣାରେ ଆଠମଲ୍ଲିକ ଶାସନର ଅଧିନାୟକ ହେଲେ ଏବଂ ଗଡ଼-ସମ୍ବରରେ ତାଙ୍କର ପ୍ରଧାନ ନିବାସ କରିଥିଲେ । ରମେଇ ଦେଓ ବୁଢ଼ାସମ୍ବରର ବିଝଲ ରାଜାଙ୍କ ସାହାଯ୍ୟରେ ଆପଣା ଶାସନ ସ୍ଥାପନ କଲେ । ଏହି ବିଝଲ ସାମନ୍ତ ରମେଇଦେଓଙ୍କ ଅଧୀନତା ସ୍ୱୀକାର କରି ବୁଢ଼ାସମ୍ବରର ପ୍ରଥମ ଜମିଦାର ହେଲେ ।

 

ନୃସିଂହ ମାହାତ୍ମ୍ୟରୁ ଜଣାଯାଏ ଯେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ଜମିଦାର ବୁଢ଼ାସମ୍ବରରେ ଶାସନ କରିଅଛନ୍ତି । ପାଟଣା ରାଜାଙ୍କ ବଂଶାବଳୀରୁ ଜଣାଯାଏ ରମେଇଦେଓଙ୍କଠାରୁ ଅଦ୍ୟାବଧି ୩୦ ଜଣ ରାଜତ୍ୱ କରିଛନ୍ତି । ଏହି ୩୦ ପୁରୁଷକୁ ଅନ୍ଦାଜ ୫୦୦ ବର୍ଷ ଧରାଗଲେ ଚୋହାନ ଶାସନ ୧୪୦୦ ଶତାବ୍ଦୀରେ ଆରମ୍ଭ ହୋଇଥିବାର ଅନୁମିତ ହୁଏ ।

 

ନରସିଂହ ଦେଓ ପାଟଣା ରାଜବଂଶର ଦ୍ୱାଦଶ ରାଜା । ସେ ସମ୍ବଲପୁର ଜିଲ୍ଲାକୁ ତାଙ୍କ ଭାଇ ବଳରାମ ଦେଓଙ୍କୁ ଦେଇଥିଲେ । ବଳରାମଙ୍କ ନାତି ବଳଭଦ୍ର ଦାସ । ସେହି ବଳଭଦ୍ର ସୋନପୁର ଜୟ କରିଥିଲେ ଏବଂ ସେଠାରେ ଆପଣାର ୨ୟ ପୁତ୍ର ମଦନଗୋପାଳଙ୍କୁ ରାଜା କରିଥିଲେ । ପାଟଣାର ଚୋହାନ ରାଜାମାନେ ସମସ୍ତ ସମ୍ବଲପୁର ଭୂଖଣ୍ଡର ଶାସନକର୍ତ୍ତା ହେଲେ ଏବଂ କ୍ରମେ ଓଡ଼ିଶା ଏବଂ ଗଣ୍ଡବାନା ପ୍ରଦେଶର ଆରଣ୍ୟ ରାଜ୍ୟ ଆଡ଼କୁ ଆପଣା କ୍ଷମତା ବିସ୍ତାର କଲେ । ସାର୍ ଆଲେକ୍‌ଜାଣ୍ଡାର ଗ୍ରାଣ୍ଡ୍ କହନ୍ତି ଯେ, ଚୋହାନ ରାଜାମାନେ ୧୮ ଗଡ଼ଜାତର ଅଧିପତି ଥିଲେ । ବାମଣ୍ଡା, ଗାଙ୍ଗପୁର, ବଣେଇ, ରେଢ଼ାଖୋଲ, ରାଇଗଡ଼, ସେରନଗର, ବିନ୍ଦ୍ରାନୁଆଗଡ, ସକ୍ତି, ବୁଢ଼ାସମ୍ବର, ଫୁଲଝର, ବଉଦ, ଆଠଗଡ଼, ପଞ୍ଚଗଡ଼, ମୟୂରଭଞ୍ଜ, କେନ୍ଦୁଝର ରାଜାମାନେ ପାଟଣା ଚୋହାନଙ୍କ ବଶ୍ୟତା ସ୍ୱୀକାର କରିଥିବା ବିଷୟ ଓ ମାଲିକଙ୍କ ଗେଜେଟିଅରରେ ଲେଖାଅଛି । ନୃସିଂହ ମାହାତ୍ମ୍ୟରେ ଲେଖାଅଛି ଯେ, ବୁଢ଼ାସମ୍ବର ଜମିଦାରଙ୍କର ପାଟଣା ରାଜା ଗାଦିରେ ବସିଲେ ଟୀକା କରିବାର କ୍ଷମତା ଥିଲା । କାରଣ ସେ ଚୋହାନମାନଙ୍କ ରାଜ୍ୟାଧିକାର ବିଷୟରେ ବହୁତ ସାହାଯ୍ୟ କରିଥିଲେ । ଫୁଲଝର ଗଣ୍ଡ ଜମିଦାରମାନେ ସ୍ୱୀକାର କରନ୍ତି ଯେ, ସେମାନଙ୍କ ପୂର୍ବପୁରୁଷମାନେ ଚୋହାନ ମହାରାଜାଙ୍କ ଅଧୀନ ଥିଲେ ।

 

ସମ୍ବଲପୁରର ପ୍ରାଚୀନ ନାମ ସମ୍ବଲକା ବା ସମ୍ବରକା ଥିବାର ଜଣାଯାଏ । ଟଲେମି ସାହେବ ୨ୟ ଖ୍ରୀଷ୍ଟାବ୍ଦରେ ଏ ନାମର ଉଲ୍ଲେଖ କରିଥିଲେ । ସେ ଯେଉଁ ସ୍ଥାନକୁ ସମ୍ବଲକା ବୋଲି ବର୍ଣ୍ଣନା କରିଛନ୍ତି, ସେ ସ୍ଥାନ ସମ୍ବଲପୁର ବ୍ୟତୀତ ଆଉ କିଛି ହୋଇ ନ ପାରେ । ସେ ଲେଖିଛନ୍ତି ଯେ ମାନଦା ନଦୀ ସିବରୀ ରାଜ୍ୟରୁ ବାହାରିଛି ଏବଂ ସେ ନଦୀଶଯ୍ୟାରେ ସୁବର୍ଣ୍ଣ ମିଳେ । ସମ୍ବଲକାଠାରୁ ଅନ୍ୟାନ୍ୟ ସ୍ଥାନକୁ ସ୍ୱର୍ଣ୍ଣ ପ୍ରେରିତ ହେଉଥିଲା । ମୁଣ୍ଡାମାନେ ଏହି ସମ୍ବଲପୁର ନିକଟରେ ବାସ କରନ୍ତି । ଐତିହାସିକ ଜୀବନ ସାହେବ ସ୍ଥିର କରିଛନ୍ତି ଯେ ସୋମେଲପୁର ବା ସମ୍ବଲପୁରରୁ ରୋମ ରାଜ୍ୟକୁ ହୀରା ପ୍ରେରିତ ହେଉଥିଲା । ହୁଏନସାଂ ଲେଖିଛନ୍ତି ଯେ, ଗଡ଼ଜାତରୁ ହୀରା ଆସି କଳିଙ୍ଗରେ ବିକ୍ରି ହେଉଥିଲା ।ଝରାମାନେ ସମ୍ବଲପୁରରେ ହୀରା ସଂଗ୍ରହ କରନ୍ତି ଏବଂ ସେହିମାନେ କଳିଙ୍ଗରେ ହୀରା ଆଣି ବିକ୍ରୟ କରୁଥିଲେ । ସମ୍ବଲପୁର ଇଂରେଜ ଶାସନାଧୀନ ହେବା ପୂର୍ବରୁ ଇଉରୋପୀୟମାନେ ଜାଣିଥିଲେ ଯେ, ସମ୍ବଲପୁରରେ ହୀରା ମିଳୁଥିଲା । ୭୬୬ ଖ୍ରୀଷ୍ଟାବ୍ଦରେ କ୍ଲାଇବ୍ ସାହେବ ମଣ୍ଟେ ସାହେବଙ୍କୁ ହୀରା କିଣିବା ଲାଗି ସମ୍ବଲପୁର ପଠାଇଥିଲେ । ସମ୍ବଲପୁରବାସୀ ଜଣେ ଝରା ଛୋଟନାଗପୁର ରାଜାଙ୍କୁ ହୀରା ବିକ୍ରି କରି ସେଠାର ଜମିଦାର ହୋଇଅଛନ୍ତି । ସୁତରାଂ ସମ୍ବଲପୁରରେ ଉତ୍ତମ ହୀରା ମିଳିବା ଖ୍ୟାତି ବହୁକାଳରୁ ଅଛି ।

 

ସମ୍ବଲପୁର ରାଜ୍ୟରେ ଓଡ଼ିଆ ଭାଷା ପ୍ରଚଳିତ । ବିଝଲମାନେ ଓଡ଼ିଆଭାଷୀ । ଅନ୍ୟାନ୍ୟ ସମସ୍ତ ଗଡ଼ଜାତରେ ଓଡ଼ିଆ ଭାଷା ପ୍ରଚଳିତ ।

 

ସୋନପୁରରେ ଗୋଟିଏ ସ୍ତମ୍ଭ ଅଛି । ସାଧାରଣତଃ ଏହାକୁ ସ୍ତମ୍ଭେଶ୍ୱରୀଙ୍କ ସ୍ତମ୍ଭ ବୋଲି କହନ୍ତି । ଏ ସ୍ତମ୍ଭ କେବେ ପୋତା ହୋଇଥିଲା ତାହା ଜଣା ନାହିଁ । କିମ୍ବଦନ୍ତୀ ଅଛି ଯେ, ରାଜା ମଦନଗୋପାଳ ଗୋଟିଏ ମାଟିଗଦା ଖୋଳୁ ଖୋଳୁ ସ୍ତମ୍ଭ ପାଇଥିଲେ । କେହି କେହି କହନ୍ତି, ରାଜା ରାଜସିଂହଙ୍କ ସ୍ତ୍ରୀ ତାଙ୍କ ପିତାଙ୍କ ଗୃହ ଖେମୁଣ୍ଡିରୁ ଗୋଟିଏ କୁଣ୍ଢାଇ ଖମ୍ବ ଆଣିଥିଲେ । ତତ୍ପରେ ତାଙ୍କ ସ୍ୱାମୀ ଖମ୍ବେଶ୍ୱରୀଙ୍କ ପାଇଁ ଗୋଟିଏ ଦେଉଳ ନିର୍ମାଣ କରି ଦେଇଥିଲେ ।

 

ସ୍ତମ୍ଭେଶ୍ୱରୀଙ୍କୁ ବ୍ରାହ୍ମଣ କ୍ଷତ୍ରୀୟମାନେ ପୂଜା କରନ୍ତି ନାହିଁ । କେବଳ କୌଣସି ଦେବତାଙ୍କ ଖମ୍ବ ବୋଲି ‘ ବିଶେଷତ୍ୱ । ଖମ୍ବେଶ୍ୱରୀ ବା ସ୍ତମ୍ଭେଶ୍ୱରୀ ଠାକୁରାଣୀ ସମ୍ବଲପୁର ଓ ଓଡ଼ିଶା ଗଡ଼ଜାତ ମାହାଲର ପଶ୍ଚିମାଂଶରେ ଅଛନ୍ତି ଏବଂ ଦୁମାଳ ଲୋକେ ତାଙ୍କୁ ପୂଜା କରନ୍ତି । ଦୁମାଳମାନେ କହନ୍ତି, ସେମାନେ ପ୍ରଥମେ ଓଡ଼ଶିଙ୍ଗାରୁ ଆସିଥିଲେ । କେତେ କହନ୍ତି, ସେମାନେ ଖେମୁଣ୍ଡିରୁ ଆସିଥିଲେ । କିମ୍ବଦନ୍ତୀ ଅଛି-

 

‘ଖେମୁଣ୍ଡି ରାଜା ନିଜ ସ୍ଥାନ ଦେଢ଼ଲକ୍ଷ ଦୁମ୍ବା କଲା ଭିଆଣ ।’

 

ଦୁମାଳମାନେ ଦୁଇଖଣ୍ଡ କଳାକାଠ ଭୂମିରେ ପୋତି ଖମ୍ବେଶ୍ୱରୀଙ୍କୁ ପୂଜା କରନ୍ତି । ସେମାନେ କଳାଲୁଗା ବା ଭୂଷଣ ପରିଧାନ କରନ୍ତି ନାହିଁ । ସେମାନେ ମୁଣ୍ଡରେ ସିନ୍ଦୂର ଲଗାନ୍ତି ନାହିଁ । ଖମ୍ବେଶ୍ୱରୀଙ୍କ ବର୍ଣ୍ଣ କଳା ଥିବାରୁ ସେ କଳା ବର୍ଜ୍ଜନ କରନ୍ତି । ଆଶ୍ୱିନ ମାସରେ ଖମ୍ବେ      ଶ୍ୱରୀ ପୂଜା ହୁଏ । ମହୁଆ ଗଛତଳେ ଏହି ପୂଜା ହୋଇଥାଏ । ଏମାନେ ହିନ୍ଦୁ ଏବଂ ଜଳସ୍ପୃଶ୍ୟ ଜାତି ।

 

ବିଜୟବାବୁ ସୋନପୁର ସମ୍ବନ୍ଧେ ଯେଉଁ କ୍ଷୁଦ୍ର ପୁସ୍ତକ ଖଣ୍ଡି ପ୍ରକାଶ କରିଛନ୍ତି, ତହିଁରେ ଯେ ସମସ୍ତ ବିଷୟ ଉଲ୍ଲେଖ ଅଛି, ତାହାର ସାରାଂଶ ଉପରେ ପ୍ରକାଶିତ ହେଲା । ବିଜୟବାବୁ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ କାଳ ସମ୍ବନ୍ଧେ ଯାହା ଲେଖିଛନ୍ତି ପ୍ରାଚୀନ ଉତ୍କଳର ଗଙ୍ଗବଂଶ ପ୍ରବନ୍ଧ ଦ୍ରଷ୍ଟବ୍ୟ । ଏଥିର ପୁନରାଲୋଚନା ଅନାବଶ୍ୟକ । ମାଦଳାପାଞ୍ଜି ପ୍ରତି ଦୃଷ୍ଟି ନ ଦେଇ ବିଜୟବାବୁ ଏପରି ସମୟ ସ୍ଥିର କରି ଭ୍ରମରେ ପଡ଼ିଅଛନ୍ତି ।

 

ବିଜୟବାବୁ ମହାଭବଗୁପ୍ତ ପ୍ରଭୃତି ଗୁପ୍ତରାଜାମାନଙ୍କୁ ଶବର ବଂଶଜ ବୋଲି ସ୍ଥିର କରିଛନ୍ତି । ମାତ୍ର ଅନ୍ୟାନ୍ୟ କେତେକ ବଙ୍ଗୀୟ ଲେଖକ ଏହି ତାମ୍ରଶାସନମାନଙ୍କ ଦ୍ୱାହି ଦେଇ ଜନମେଜୟ ଓ ଯଯାତି ପ୍ରଭୃତିଙ୍କୁ ବଙ୍ଗାଳୀ ବୋଲି ଦାବି କରିଛନ୍ତି । ସୁତରାଂ କେଶରୀବଂଶୀୟ ରାଜାମାନେ ବଙ୍ଗାଳୀ ବୋଲି ସେମାନଙ୍କର ମତ । ଗୁପ୍ତମାନେ ଶବରବଂଶୀୟ ବୋଲି କନିଂହାମ୍ ସାହେବଙ୍କର ମତ ଏବଂ ସେମାନେ ରାଜିମର ଶବରବଂଶୀୟ ବୋଲି ସେ ଅନୁମାନ କରନ୍ତି ।

 

ଶବର ଜାତି ଯେ ଓଡ଼ିଶାରେ ନ ଥିଲେ ଏକଥା କୁହାଯାଇ ନ ପାରେ । ପ୍ରାଚୀନ କାଳରେ ନୀଳାଦ୍ରି ନିକଟରେ ଶବର ଦ୍ୱୀପ ଥିଲା । ସେଠାରେ ପ୍ରଧାନ ବୈଷ୍ଣବ ବିଶ୍ୱାବସୁ ନୀଳମାଧବ ମୂର୍ତ୍ତିଙ୍କ ପୂଜା କରୁଥିଲା । ବିଦ୍ୟାପତି ଯେତେବେଳେ ଓଡ଼ିଶାକୁ ଆସିଥିଲେ ସେତେବେଳେ ବିଶ୍ୱାବସୁ ଶବର ନୀଳମାଧବଙ୍କର ପୂଜକ ଥିଲା । ବିଦ୍ୟାପତି ବିଶ୍ୱାବସୁ କନ୍ୟାର ପାଣିଗ୍ରହଣ କରିଥିଲେ ଏବଂ ସେମାନଙ୍କ ଗର୍ଭଜାତ ସନ୍ତାନମାନେ ଦଇତା ନାମରେ ପରିଚିତ । ଦେଉଳତୋଳା ପୁସ୍ତକରେ ଏ ବିଷୟ ବର୍ଣ୍ଣିତ ଅଛି । ସୁତରାଂ ଯଯାତି ପ୍ରଭୃତି ଯେ ବଙ୍ଗାଳୀ ନୁହନ୍ତି ଏ କଥା ସ୍ପଷ୍ଟ ପ୍ରତୀୟମାନ ହୁଏ ।

 

ଆଠଗଡ଼- ଉତ୍ତରରେ ଢେଙ୍କାନାଳ, ଦକ୍ଷିଣ ଓ ପୂର୍ବରେ କଟକ, ଦକ୍ଷିଣରେ ମହାନଦୀ, ପଶ୍ଚିମରେ ତିଗିରୀଆ ଓ ଢେଙ୍କାନାଳ । କ୍ଷେତ୍ରଫଳ ୧୬୮ ବର୍ଗମାଇଲ । ଏ ରାଜ୍ୟ ପ୍ରାଚୀନ କାଳରେ ପୂର୍ବ ଦିଗରେ କଟକହାବେଳି ଓ ଡାଳିଯୋଡ଼ା ପ୍ରଗନା ପର୍ଯ୍ୟନ୍ତ ବିସ୍ତୃତ ଥିଲା ଏବଂ ପଶ୍ଚିମ ଦିଗରେ ତିଗିରିଆ ପର୍ଯ୍ୟନ୍ତ, ଉତ୍ତର ଦିଗରେ କପିଳାସଠାରୁ ଗୋବିନ୍ଦପୁର, ବଳଦିଆବନ୍ଧ, ନିଡ଼ିଆଳି, କୃଷ୍ଣପ୍ରସାଦ ଓ ପଶ୍ଚିମେଶ୍ୱର ଦେଉଳ ପର୍ଯ୍ୟନ୍ତ; ଦକ୍ଷିଣରେ ବାଙ୍କି, ଡମ୍ପଡ଼ା, ମାତ୍ରି ଓ ପଟିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ପ୍ରାୟ ୧୦୬ ବର୍ଷ ପୂର୍ବେ ପରାଜାଣ ଓ ବଜ୍ରକୋଟ ଅମୃତମଣୋହି କରାଗଲା । ଢେଙ୍କାନାଳ ରାଜା ଆଠଗଡ଼ ରାଜାଙ୍କର ଦୁଇଟି କନ୍ୟା ବିବାହ ହୋଇ ମଜକୁରୀବିସେର ଅଧିକାଂଶ ଗ୍ରାମମାନ ଦଖଲ ନେଲେ ଅର୍ଥାତ୍ କପିଳାସ ଦେଉଳଠାରୁ କୃଷ୍ଣପ୍ରସାଦ ଦେଇ ପଶ୍ଚିମେଶ୍ୱର ଦେଉଳ ପର୍ଯ୍ୟନ୍ତ । ଆଠଗଡ଼ ରାଜା କରଣ ଏବଂ ଏହାଙ୍କ ପଦ ‘ଶ୍ରୀଚରଣ ବେବେର୍ତ୍ତା ପଟ୍ଟନାୟକ ।’ ନୀଳାଦ୍ରି ବେବର୍ତ୍ତା ପଟ୍ଟନାୟକ ରାଜ୍ୟର ପ୍ରତିଷ୍ଠାତା । ସେ ପୁରୀ ରାଜାଙ୍କର ବେବର୍ତ୍ତା ବା ମନ୍ତ୍ରୀ ଥିଲେ ଏବଂ ପଦ ପାଇଥିଲେ । ଉତ୍ତମ କାର୍ଯ୍ୟ କରିଥିବାରୁ ପୁରୀରାଜା ତାଙ୍କୁ ଆଠଗଡ଼ ପୁରସ୍କାର ଦେଇଥିଲେ । କେହି କେହି କହନ୍ତି ବେବର୍ତ୍ତା ପୁରୀ ରାଜାଙ୍କ ଭଗ୍ନୀଙ୍କୁ ବିବାହ ହେଇ ଏ ରାଜ୍ୟ ଯୌତୁକ ପାଇଥିଲେ । ଇଂରେଜ ସରକାରଙ୍କ ସହିତ ଏ ରାଜା ସନ୍ଧି କରିଥିଲେ । ବତ୍ତର୍ମାନ ରାଜାଙ୍କୁ ନେଇ ଏ ଗାଦିରେ ୩୦ ଜଣ ରାଜା ରାଜତ୍ୱ କରିଛନ୍ତି ।

 

ଆଠମଲ୍ଲିକ- ଉତ୍ତରରେ ରେଢ଼ାଖୋଲ, ପୂର୍ବରେ ଅନୁଗୁଳ, ଦକ୍ଷିଣରେ ମହାନଦୀ, ପଶ୍ଚିମରେ ସୋନପୁର ଓ ରେଢ଼ାଖୋଲ । କ୍ଷେତ୍ରଫଳ ୭୩୦ ବର୍ଗ ମାଇଲ । ଜୟପୁର ରାଜାଙ୍କର ସାତ ଭାଇଙ୍କ ସହିତ ପ୍ରତାପ ଦେବ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଆସିଥିଲେ । କୌଣସି କାରଣରୁ ପୁରୀ ରାଜାଙ୍କ ସହିତ ସେମାନଙ୍କର ମନାନ୍ତର ହେଲା, ଏବଂ ଦୁଇଟି ଭାଇ ନିହତ ହେଲେ । ଆଉ ପାଞ୍ଚ ଭାଇ ଜୀବନ ନେଇ ପାହାଡ଼ ଜଙ୍ଗଲକୁ ପଳାଇଲେ । ବର୍ତ୍ତମାନ ହଣ୍ଡପା ଗଡ଼ ଜଣେ ଡମ ରାଜାଙ୍କ ଅଧିକାରରେ ଥିଲା । ପ୍ରତାପଦେବ ତାଙ୍କୁ ପରାସ୍ତ କଲେ । ପ୍ରତାପଦେବ ସେଠାରେ ଗୋଟିଏ ପୁଷ୍କରିଣୀ ଖୋଳାଇଲେ ଏବଂ ଗୋଟିଏ ହଣ୍ଡା ପାଇଲେ । ସୁତରାଂ ସେ ସ୍ଥାନର ନାମ ହଣ୍ଡପାଗଡ଼ ଦେଲେ । ପ୍ରତାପଦେବଙ୍କ ପରେ ଜଣେ ରାଜା ଏହି ରାଜ୍ୟକୁ ଆଠ ଭାଗରେ ବିଭକ୍ତ କଲେ ଏବଂ ପ୍ରତ୍ୟେକ ବିଭାଗରେ ଜଣେ ଲେଖାଏ ସରଦାର ନିଯୁକ୍ତ କଲେ । ସୁତରାଂ ହଣ୍ଡପା ନାମ ପରିବର୍ତ୍ତେ ଆଠମଲ୍ଲିକ ନାମ ହେଲା । ଅନୁଗୁଳ ରାଜା ଆଠମଲ୍ଲିକର ଅନେକ ଅଂଶ ତାଙ୍କ ରାଜ୍ୟ ସହିତ ମିଶାଇଦେଲେ । ଏମାନେ କଦମ୍ବ ବଂଶ ବୋଲି ପରିଚିତ ।

 

ବଡ଼ମ୍ବା- ଉତ୍ତରରେ ହିନ୍ଦୋଳ, ପୂର୍ବରେ ତିଗିରିଆ, ଦକ୍ଷିଣରେ କଟକ ଏବଂ ଖଣ୍ଡପଡ଼ା, ପଶ୍ଚିମରେ ନରସିଂହପୁର । ଏ ରାଜ୍ୟର ପ୍ରଧାନ ପର୍ବତ କନକ, ଉଚ୍ଚତା ୨୦୩୮ ଫୁଟ । କ୍ଷେତ୍ରଫଳ ୧୩୪ ବର୍ଗମାଇଲ ।

 

୧୩୦୫ ଖ୍ରୀଷ୍ଟାବ୍ଦରୁ ଏ ରାଜ୍ୟର ପ୍ରାରମ୍ଭ ବୋଲି ବଂଶାନୁଚରିତରୁ ଜଣାଯାଏ । ହଟକେଶ୍ୱର ରାଉତ ଜଣେ ବିଖ୍ୟାତ ମଲ୍ଲ ଥିଲେ । ସେ ତାଙ୍କ କାର୍ଯ୍ୟଦ୍ୱାରା ଓଡ଼ିଶା ରାଜା କିଶୋର ନରସିଂହଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ଶଙ୍ଖ ଓ ମହୁରୀ ନାମକ ଦୁଇଟି କନ୍ଧଗ୍ରାମ ପୁରସ୍କାର ପାଇଲେ-। ହଟକେଶ୍ୱର ସେ କନ୍ଧମାନଙ୍କୁ ତଡ଼ି ଦେଇ ବଡ଼ାମ୍ବାରେ ବସତି କଲେ ଏବଂ ସେହି ସମୟରୁ ସେଠାରେ ରାଜାମାନେ ବାସ କରୁଛନ୍ତି । ପ୍ରଥମ ଦାନ ବେଳେ କ୍ଷେତ୍ରଫଳ ୪ ବର୍ଗମାଇଲ ଥିଲା, ମାତ୍ର ହଟକେଶ୍ୱର କ୍ରମେ ସୀମା ବୃଦ୍ଧି କଲେ ଏବଂ ତାଙ୍କ ମୃତ୍ୟୁ ସମୟକୁ ସେ ଆଠ ବର୍ଗମାଇଲ କରି ପାରିଥିଲେ । ହଟକେଶ୍ୱର ପରେ ତାଙ୍କ ସାନଭାଇ ମଲକେଶ୍ୱର ଉତ୍ତରାଧିକାରୀ ହେଲେ । ମଲକେଶ୍ୱର ୧୮ ବର୍ଷ ରାଜତ୍ୱ କଲେ । ସେ ବଡ଼ାମ୍ବା ରାଜ୍ୟର ସୀମା ପଶ୍ଚିମରେ ଓଗାଲପୁର ପର୍ଯ୍ୟନ୍ତ ଏବଂ ଦକ୍ଷିଣ ପଶ୍ଚିମରେ ପ୍ରାୟ ୫ ମାଇଲ ପର୍ଯ୍ୟନ୍ତ ବିସ୍ତୃତ କଲେ । ସେ ଓଗାଲପୁରରେ ଭଟ୍ଟାରିକା ବା ବୃହଦମ୍ବା ବଡ଼ାମ୍ବା ଠାକୁରାଣୀଙ୍କ ଦେଉଳ ଆବିଷ୍କାର କଲେ ଏବଂ ସେହି ଠାକୁରାଣୀଙ୍କ ନାମାନୁସାରେ ରାଜ୍ୟର ନାମକରଣ କଲେ । ୪ର୍ଥ ରାଜା ଯମେଶ୍ୱର ରାଉତ ୧୩୭୫-୧୪୧୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ସେ ଖାରୋଢ଼ର କନ୍ଧ ସରଦାରଙ୍କୁ ଜିଣି ତାଙ୍କର ରାଜ୍ୟକୁ ଆପଣା ରାଜ୍ୟ ସହିତ ଯୋଗ କଲେ । ନୂତନ ରାଜ୍ୟର କ୍ଷେତ୍ରଫଳ ୨୦ ବର୍ଗମାଇଲ ହେବ । ସୁତରାଂ କ୍ଷେତ୍ରଫଳ ୩୬ ବର୍ଗମାଇଲ ହେଲା । ପଞ୍ଚମ ରାଜା ଭୋଳେଶ୍ୱର ରାଉତ ଅମାଡ଼ିଆ ଖଣ୍ଡାଏତଙ୍କୁ ଜୟ କରି ଗଡ଼ର ସୀମା ରଣପାଟ ପର୍ଯ୍ୟନ୍ତ ବୃଦ୍ଧି କଲେ । ରଣପାଟ ଗଡ଼ଠାରୁ ପଶ୍ଚିମକୁ ୮ ମାଇଲ ଦୂରରେ । ଏହି ରାଜା ୪୩ ବର୍ଷ ରାଜତ୍ୱ କରିଥିଲେ (୧୪୧୬-୧୪୫୯ ଖ୍ରୀଷ୍ଟାବ୍ଦ) ଏବଂ ସେ ରାଜ୍ୟର ପୂର୍ବ ସୀମା ମହୁଲିଆ ପର୍ଯ୍ୟନ୍ତ ବୃଦ୍ଧି କଲେ ପ୍ରାୟ ୫ ମାଇଲ । ୯ମ ରାଜା ନବୀନ ରାଉତ ୨୩ ବର୍ଷ ରାଜତ୍ୱ କରିଥିଲେ । (୧୫୩୭-୧୫୬୦ ଖ୍ରୀଷ୍ଟାବ୍ଦ) । ଏହାଙ୍କ ରାଜତ୍ୱ ବେଳେ ପଶ୍ଚିମ ସୀମା ବର୍ତ୍ତମାନ ସୀମାରେ ପହଞ୍ଚିଲା । ତାଙ୍କ ଉତ୍ତରାଧିକାରୀମାନେ ପଶ୍ଚିମକୁ ରାଜ୍ୟ ବୃଦ୍ଧି କରିବାକୁ ଚେଷ୍ଟା କଲେ । ୬ଷ୍ଠ ରାଜା କାନ୍ୟୁ ରାଉତ ୫୫ ବର୍ଷ ରାଜତ୍ୱ କରିଥିଲେ (୧୪୫୦-୧୫୧୪ ଖ୍ରୀଷ୍ଟାବ୍ଦ) । ତାଙ୍କ ରାଜତ୍ୱ ସମୟରେ ବଡ଼ମ୍ବାର ସୀମା ପୂର୍ବରେ ବିଧାରପୁରଠାରୁ ପଶ୍ଚିମରେ ରଣପାଟ ପର୍ଯ୍ୟନ୍ତ ବିସ୍ତୃତ ହେଲା-। ୧୦ଶ ରାଜା କୃଷ୍ଣଚନ୍ଦ୍ର ମଙ୍ଗରାଜଙ୍କ ରାଜତ୍ୱବେଳେ ମରହଟ୍ଟାମାନେ ଆକ୍ରମଣ କଲେ (୧୬୩୫-୧୬୫୦ ଖ୍ରୀଷ୍ଟାବ୍ଦ) । ସେ ମରହଟ୍ଟାମାନଙ୍କୁ ବର୍ଷକୁ ୭୩୩୫ କାହାଣ କଉଡ଼ି ଦେଇ ଅଧୀନତା ସ୍ୱୀକାର କଲେ ।

 

୧୭ଶ ରାଜା ପଦ୍ମନାଭ ବୀରବର ମଙ୍ଗରାଜ ମହାପାତ୍ର ବଡ଼ ଦୁର୍ବଳ ଥିଲେ । ସେ (୧୭୪୮-୧୭୯୩ ଖ୍ରୀଷ୍ଟାବ୍ଦ) ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ରାଜତ୍ୱର ପ୍ରଥମାବସ୍ଥାରେ ଖଣ୍ଡପଡ଼ା ରାଜା ଏ ରାଜ୍ୟ ଆକ୍ରମଣ କଲେ ଏବଂ ତାଙ୍କୁ ତଡ଼ିଦେଇ ୧୩ ମାସ କାଳ ରାଜ୍ୟ ଦଖଲ କଲେ । ପଦ୍ମନାଭ ଦେବ ପୁରୀ ରାଜାଙ୍କ ଶରଣ ନେଲେ ଏବଂ ତାଙ୍କ ସାହାଯ୍ୟରେ ରାଜ୍ୟ ପୁନର୍ଦଖଲ ପାଇଲେ । ୧୭୭୫ ଖ୍ରୀଷ୍ଟାବ୍ଦରେ ନରସିଂହପୁର ରାଜା ଆକ୍ରମଣ କରି ଦୁଇଗୋଟି ପ୍ରଧାନ ଦୁର୍ଗ ଖାରୋଡ଼ ଏବଂ ରଣପାଟ ଅଧିକାର କଲେ । ରାଜା ଅକ୍ଷମ ହୋଇ ମରହଟ୍ଟାଙ୍କ ଶରଣ ନେଲେ ଏବଂ ତାଙ୍କ ସାହାଯ୍ୟରେ ଦୁର୍ଗମାନ ଫେରି ପାଇଲେ । ମୋଗଲମାନେ ଏ ରାଜ୍ୟରେ କୌଣସି ଆଧିପତ୍ୟ କରି ନ ଥିଲେ ।

 

ବଉଦ- ଉତ୍ତରରେ ମହାନଦୀ, ପୂର୍ବରେ ଦଶପଲ୍ଲା, ଦକ୍ଷିଣରେ କନ୍ଧମାଳ, ପଶ୍ଚିମରେ ପାଟଣା ଓ ସୋନପୁର । କଥିତ ହୁଏ ଏ ରାଜ୍ୟର ଉତ୍ତର ସୀମା ଥିଲା ବାମଣ୍ଡା ଓ ଅନୁଗୁଳ । ବାମଣ୍ଡା ଓ ଅନୁଗୁଳ ଅତି ପ୍ରାଚୀନ କାଳରେ ପୁରୀ ରାଜାଙ୍କର ଥିଲା । ଦକ୍ଷିଣ ସୀମା ଥିଲା ଘୁମୁସର ଓ ବଡ଼ଖେମୁଣ୍ଡି । ପଶ୍ଚିମ ସୀମା ଥିଲା ଅମାଇ ନଦୀ ଏବଂ ପୂର୍ବ ସୀମା ଥିଲା ଖଣ୍ଡପଡ଼ାର କମାଇ ମୋହନ । ପୂର୍ବେ ଏ ରାଜ୍ୟର ଦୀର୍ଘ ପ୍ରସ୍ଥ ୧୨୦ କ୍ରୋଶ ବା ୨୪୦ ମାଇଲ୍ ଥିଲା । ମାତ୍ର କାଳକ୍ରମେ କେତେକ ଅଂଶ ବିଚ୍ଛିନ୍ନ ହୋଇଥିଲା ।

 

ରାଜା ସିଦ୍ଧେଶ୍ୱର ଦେବ କମାଇମୋହନ ନିକଟସ୍ଥ କଣ୍ଟିଲୋଠାରୁ ଉଦଣ୍ଡିମୋହନ ପର୍ଯ୍ୟନ୍ତ ଦଶପଲ୍ଲା ନାମକ ସ୍ଥାନ ଦୂରତା ନିବନ୍ଧନ ଶାସନ କାର୍ଯ୍ୟର ଅସୁବିଧା ହେତୁ ପୃଥକ୍ କରି ୧୪୨୦ ଶକାବ୍ଦ ବା ୧୪୯୮ ଖ୍ରୀଷ୍ଟାବ୍ଦରେ ଆପଣା ସାନଭାଇ ନାରାୟଣଙ୍କୁ ଦାନ କଲେ । ମାତ୍ର ଏହି ଦାନର ଗୋଟିଏ ସର୍ତ୍ତ ଥିଲା ଯେ ନାରାୟଣ ରାୟ ବଡ଼ ବଡ଼ କାର୍ଯ୍ୟରେ ସିଦ୍ଧେଶ୍ୱରଙ୍କ ପରାମର୍ଶ ଓ ଅନୁମତି ନେବେ । ନାରାୟଣ କେତେ କାଳ ଏହି ନିୟମାନୁସାରେ କାର୍ଯ୍ୟ କଲେ, ମାତ୍ର ପରେ ଆପଣା କ୍ଷମତାର ଅତିରିକ୍ତ କାର୍ଯ୍ୟ କରିବାକୁ ଆରମ୍ଭ କଲେ । ସିଦ୍ଧେଶ୍ୱର ଏ କଥା ଶୁଣି ବିରକ୍ତ ହୋଇ ନାରାୟଣଙ୍କୁ ଡକାଇ ପଠାନ୍ତେ ସେ ନ ଯାଇ ଦଣ୍ଡଭୟରେ ଖଣ୍ଡପଡ଼ା ରାଜାଙ୍କଠାରେ ଶରଣ ପଶି ତାଙ୍କୁ ରାଜ୍ୟର ଦଖଲ ଛାଡ଼ିଦେଲେ । ସିଦ୍ଧେଶ୍ୱର ଲୋକମାନଙ୍କୁ ଏବଂ ପ୍ରଧାନ ସରଦାରମାନଙ୍କୁ ଡାକି ସଭା ବସାଇ ସ୍ଥିର କଲେ ଯେ, ବଳପୂର୍ବକ ଦଖଲ ନେବେ; ମାତ୍ର ନିର୍ଦ୍ଧାରଣ କାର୍ଯ୍ୟରେ ପରିଣତ କରିବା ପୂର୍ବରୁ ଆଉଥରେ ନାରାୟଣଙ୍କଠାକୁ ଦୂତ ପଠାଇଥିଲେ । ନାରାୟଣ ଏଥର ଆସି ସିଦ୍ଧି କରି ପୂର୍ବ ନିୟମାନୁସାରେ କେତେ ଦିନ କାର୍ଯ୍ୟ କଲେ । କେତେ ଦିନ ପରେ ନାରାୟଣ ପୁନଶ୍ଚ ସ୍ୱାଧୀନ ହେବାର ଚେଷ୍ଟା କଲେ । ସିଦ୍ଧେଶ୍ୱରଙ୍କ ମୃତ୍ୟୁ ପରେ ସେ ପୂର୍ଣ୍ଣଭାବରେ ସ୍ୱାଧୀନତା ଲାଭ କଲେ, ମାତ୍ର ବଉଦ ଏକଥା ସ୍ୱୀକାର କରି ନ ଥିଲେ ।

 

ବଉଦର ପଶ୍ଚିମ ଖଡ଼୍‌ଗ ନଦୀ ଓ କମାଇମୋହନ ମଧ୍ୟବର୍ତ୍ତୀ ସ୍ଥାନ ରାଜା ମଦନମୋହନ ଦେବ ୧୫୨୧ ଶକାବ୍ଦରେ ତାଙ୍କ ଦୁଇ ଝିଅଙ୍କ ବିବାହବେଳେ ଯୌତୁକ ଦେଇଥିଲେ, ମାତ୍ର ସେମାନେ ସ୍ୱାଧୀନ ହେଲେ ।

 

୧୭୮୦ ଖ୍ରୀଷ୍ଟାବ୍ଦରେ ବଉଦର କେତେକ ଅଂଗ ଋଣ ପରିଶୋଧ ଲାଗି ସୋନପୁର ରାଜା ନେଲେ ।

 

ବର୍ତ୍ତମାନ ଯେଉଁ ରାଜ୍ୟ ଆଠମଲ୍ଲିକ ନାମରେ ପରିଚିତ, ତାହା ଏକ ସମୟରେ ବଉଦର ଅଂଶ ଥିଲା । ବଉଦର ପୂର୍ବ ରାଜା ଡୁମ୍ବା ଓ ହଣ୍ଡପା ନାମରେ ଦୁଇଗୋଟି ଦୁର୍ଗ ନିର୍ମାଣ କରିଥିଲେ । ଡୁମ୍ବା ବଉଦ ରାଜ୍ୟରେ ଏବଂ ହଣ୍ଡପା ଆଠମଲ୍ଲିକରେ । ମହାନଦୀର ଦକ୍ଷିଣ ବଉଦ ରାଜ୍ୟ । ରାଜସ୍ୱ ଆଦାୟ ଭାର କନ୍ଧ ଓ ଶୁଦ୍ଧମାନଙ୍କ ଉପରେ ଥିଲା । ଗୋଟିଏ ଗୋଟିଏ ବିଭାଗକୁ ମୁଠା କହୁଥିଲେ । ପ୍ରତ୍ୟେକ ମୁଠାରେ ଜଣେ ଲେଖାଏଁ ସରବରାକାର ନିଯୁକ୍ତ ଥିଲେ । ଆଠମଲ୍ଲିକରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ଥିଲା । ମହାନଦୀର ଦକ୍ଷିଣାଂଶର ସରବରାକାର ଅଧୀନରେ ଅଳ୍ପ ଗ୍ରାମ ଥିବାରୁ ତାଙ୍କୁ ସରଦାର କହୁଥିଲେ ଏବଂ ଆଠମଲ୍ଲିକରେ ସରଦାରଙ୍କୁ ସାମନ୍ତ କହୁଥିଲେ । କ୍ଷମତା ଉଭୟଙ୍କର ସମାନ ଥିଲା । ଆଠମଲ୍ଲିକର ସାମନ୍ତ ଆଠମଲ୍ଲିକର ସରଦାର ଥିଲେ । ବଉଦରେ ମଧ୍ୟ ଏହିପରି ସାତମାଲିକ ଓ ବାରମାଲିକ ନାମ ଦେଖାଯାଏ । ଏମାନେ କ୍ରମାନ୍ୱୟରେ ସାତ ଓ ବାର ମୁଠାର ମାଲିକ । ଜଣେ ସାମନ୍ତ ବା ସରବରାକାର ମଲେ ‘ ଉତ୍ତରାଧିକାରୀ ଭେଟି ସଲାମି ଦେଇ ଶାଢ଼ି ପାନ୍ତି । ପୂର୍ବକାଳରେ ଆଠମଲ୍ଲିକରେ ପୁରୋହିତ ନ ଥିଲେ । ବଉଦରୁ ପୁରୋହିତ ଯାଇ ସେଠାରେ କାର୍ଯ୍ୟ କରୁଥିଲେ । ଇଂରେଜ ଶାସନ ପରେ ଆଠମଲ୍ଲିକର ସାମନ୍ତ ପୃଥକ୍ ଭାବରେ ସନ୍ଧି କରି ସ୍ୱାଧୀନ ହେଲେ ।

 

କନ୍ଧମାଳ ବଉଦର ଅଧୀନ ଥିଲା । ମାତ୍ର ଘୁମୁସରର କନ୍ଧମାନେ ଚକ୍ର ବିସୋଇ ନେତୃତ୍ୱରେ ମେଳି କଲେ ଏବଂ ବଉଦ ରାଜା ଏ ମେଳି ଦମନ କରିବାଲାଗି ଅକ୍ଷମ ହେଲେ । ତେତେବେଳେ କନ୍ଧମାନେ ମେରିଆ ନାମକ ନରବଳି କରୁଥିଲେ । ବଉଦ ରାଜା ଏ ପ୍ରଥା ବନ୍ଦ କରିପାରିଲେ ନାହିଁ, ସୁତରାଂ ସେ ୧୮୩୫ ଖ୍ରୀଷ୍ଟାବ୍ଦରେ କନ୍ଧମାଳକୁ ବ୍ରିଟିଶ୍ ସରକାରଙ୍କୁ ଅର୍ପଣ କଲେ ଏବଂ ସେ ସମୟରୁ କନ୍ଧମାଳ ଅନୁଗୁଳ ଜିଲ୍ଲା ସାମିଲ ହେଲା । ଶେଷ ବ୍ରାହ୍ମଣ ରାଜା ଗନ୍ଧମାର୍ଦ୍ଦନ ଦେବ ୪୦୩ ଶକାବ୍ଦ ବା ୪୮୧ ଖ୍ରୀଷ୍ଟାବ୍ଦରେ ରାଜତ୍ୱ କରୁଥିଲେ । ତାଙ୍କ ପରେ ୪୪ ଜଣ ରାଜା ଗାଦିରେ ବସିଛନ୍ତି । ଗନ୍ଧମାର୍ଦ୍ଦନ ୪୦୩-୪୭୦ ଶକାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ପରେ ଅନଙ୍ଗଭଞ୍ଜ ରାଜା ହେଲେ । ସେ ଭଞ୍ଜପଦ ପରିବର୍ତ୍ତେ ଦେବ ଉପାଧି ଧାରଣ କଲେ ।

 

କଥିତ ହୁଏ ଗନ୍ଧମାର୍ଦ୍ଦନଙ୍କ ସମସାମୟିକ କେନ୍ଦୁଝର ରାଜା ବିଶ୍ୱମ୍ଭର ଭଞ୍ଜଙ୍କ କନିଷ୍ଠ ଭ୍ରାତା ବ୍ରଜକିଶୋର ଭଞ୍ଜ ଥିଲେ ଏବଂ ଅନଙ୍ଗ ବ୍ରଜକିଶୋରଙ୍କ ପୁତ୍ର ଥିଲେ । ବ୍ରଜକିଶୋର ତାଙ୍କ ଜ୍ୟେଷ୍ଠଭ୍ରାତାଙ୍କ ସହିତ ମନାନ୍ତର ହୋଇ କେନ୍ଦୁଝର ତ୍ୟାଗ କଲେ ଏବଂ ସପରିବାରେ କୁଟୁରୀରେ ବାସ କଲେ । ସେ ୪୫୨ ଶକାବ୍ଦରେ ମଲେ ଏବଂ ତାଙ୍କ ମୃତ୍ୟୁ ପରେ ତାଙ୍କର ବିଧବା ସ୍ତ୍ରୀ ତାଙ୍କର ଦୁଇ ପୁତ୍ର ସହିତ ସେ ସ୍ଥାନରୁ ଯାଇ ବଉଦରେ ବାସ କଲେ । ବଉଦର ତଦାନୀନ୍ତନ ରାଜା ଅପୁତ୍ରିକ ଥିବାରୁ ଏ ଦୁଇ ପୁ୍‌ତ୍ରଙ୍କୁ ପୁତ୍ରତ୍ୱରେ ଗ୍ରହଣ କଲେ ଏବଂ ବିଧବାଙ୍କୁ ଖୋରାକ ପୋଷାକ ଦେଲେ ଏବଂ ଅନଙ୍ଗ ଗାଦିରେ ବସିଲେ । ବଉଦ ରାଜା ମରହଟ୍ଟା ଓ ମୋଗଲଙ୍କ ନିକଟରେ ରାଜଭକ୍ତି ଦେଖାଇ ଉପାଧି ପାଇଥିଲେ । ବଉଦ, ଦଶପଲ୍ଲା, କେନ୍ଦୁଝର ଓ ମୟୂରଭଞ୍ଜର ରାଜାମାନେ ଏକବଂଶୋଦ୍ଭବ । ଏମାନେ ସୂର୍ଯ୍ୟବଂଶୀ ଏବଂ ଉଚ୍ଚଶ୍ରେଣୀୟ କ୍ଷତ୍ରୀୟ । ଏହାଙ୍କ ସନ୍ତକ ମୟୂର । ବାର୍ଷିକ ପେସ୍‌କସ୍ ୮୦୦ ଟଙ୍କା । ଆୟ ବର୍ଷକୁ ୯୫୩୬୪ ଟଙ୍କା ।

 

ବଣେଇ- କ୍ଷେତ୍ରଫଳ ୧୨୯୬ ବର୍ଗମାଇଲ । ଉତ୍ତରରେ ଗାଙ୍ଗପୁର ଓ ସିଂହଭୂମ, ପୂର୍ବରେ କେନ୍ଦୁଝର, ଦକ୍ଷିଣ ଓ ପଶ୍ଚିମରେ ବାମଣ୍ଡା । ବଂଶାନୁଚରିତରେ ଜଣାଯାଏ ଯେ, ସେମାନେ ଶାକଲଦ୍ୱୀପ ବା ସିଲୋନରୁ ଆସିଥିଲେ । ରାଜ୍ୟ ପ୍ରତିଷ୍ଠାତା ମାତାଙ୍କଦ୍ୱାରା ତ୍ୟକ୍ତ ହୋଇ ଗୋଟିଏ କଦମ୍ବ ବୃକ୍ଷତଳେ ପଡ଼ିଥିଲେ । ଗୋଟିଏ ମୟୂର ସେ ଶିଶୁକୁ ଗର୍ଭଗତ କରି ଶତ୍ରୁଠାରୁ ରକ୍ଷାକଲା । ଏହି କାରଣରୁ ଏ ବଂଶର ସନ୍ତକ ମୟୂର ଏବଂ ବଂଶ କଦମ୍ବ ବଂଶ । ଏ ରାଜ୍ୟରେ ଅନେକ ଭୂୟାଁ ଜମିଦାର ଅଛନ୍ତି ଏବଂ ସେମାନେ ରାଜଗାଦୀରେ ବସିବାବେଳେ ଟୀକା କରନ୍ତି । ରାଜାଙ୍କ ନାମ ପିତାମହଙ୍କ ନାମ । ପାଲଲହଡ଼ାରେ ଏହି ପ୍ରଥା ପ୍ରଚଳିତ ଅଛି । ବାର୍ଷିକ ପେସ୍‌କସ୍ ୪୦୦ ଟଙ୍କା ଏବଂ ବାର୍ଷିକ ଆୟ ୯୩୭୫୯ ଟଙ୍କା ।

 

ଦଶପଲ୍ଲା- କ୍ଷେତ୍ରଫଳ ୫୬୮ ବର୍ଗମାଇଲ । ଉତ୍ତରରେ ଅନୁଗୁଳ ଓ ନରସିଂହପୁର, ପୂର୍ବରେ ଖଣ୍ଡପଡ଼ା ଓ ନୂଆଗଡ଼, ଦକ୍ଷିଣରେ ଗଞ୍ଜାମ, ପଶ୍ଚିମରେ ବଉଦ ।

 

ଦଶପଲ୍ଲାର ଅପର ନାମ ଯଶପଲା ଅର୍ଥାତ୍ ବିଜୟଦ୍ୱାରା ପ୍ରାପ୍ତ । ୧୫୧୬ ବର୍ଷ ପୂର୍ବେ ତଦାନୀନ୍ତନ ବଉଦ ରାଜାଙ୍କ ଭ୍ରାତା ଶୀଳଭଞ୍ଜଙ୍କଦ୍ୱାରା ଏ ରାଜ୍ୟ ସ୍ଥାପିତ ହୋଇଥିଲା । କଥିତ ହୁଏ ଶୀଳଭଞ୍ଜ ପାରିବାରିକ ମନାନ୍ତର ହେତୁ ଗୃହତ୍ୟାଗ କରି ପୁରୀ ଜଗନ୍ନାଥ ଦର୍ଶନକୁ ଆସିଥିଲେ । ଫେରିଆସିବା ବେଳେ ନୟାଗଡ଼ର ତଦାନୀନ୍ତନ ରାଜାଙ୍କ ସହିତ ଦେଖାହେଲା ଏବଂ ସେ ତାଙ୍କ ପ୍ରତି ଦୟାପ୍ରକାଶ ପୂର୍ବକ ବରମୂଳଠାରେ ଆଶ୍ରୟ ଦେଲେ । ଖଣ୍ଡପଡ଼ା ରାଜା ମଧ୍ୟ ନୟାଗଡ଼ ରାଜାଙ୍କ ସହିତ ଯୋଗ ହୋଇ ସାହାଯ୍ୟ କଲେ ଏବଂ ସେ ମଧ୍ୟ ତାଙ୍କ ରାଜ୍ୟରୁ ୫ କ୍ରୋଶ କୋରଦା ପର୍ଯ୍ୟନ୍ତ ଭଞ୍ଜଙ୍କୁ ଦେଲେ । ନୟାଗଡ଼ ରାଜା ୫ କ୍ରୋଶ ଛାଡ଼ିଦେଇ ଭଞ୍ଜଙ୍କୁ ଏ ଦଶ କ୍ରୋଶ ରାଜ୍ୟରେ ରାଜା କରିଦେଲେ । ଶୀଳଭଞ୍ଜଙ୍କ ଉତ୍ତରାଧିକାରୀ ନାରାୟଣ ଭଞ୍ଜ କେତେଗୋଟି କନ୍ଧ ଗ୍ରାମ ଜୟ କଲେ । ପରବର୍ତ୍ତୀ ରାଜା ପଦ୍ମନାଭ ଭଞ୍ଜ କନ୍ଧଦେଶ ଜୟ କଲେ । ରାଜ୍ୟ କ୍ରମେ ବିସ୍ତୃତ ହେବାରୁ ନୟାଗଡ଼ ରାଜା ତାଙ୍କ ପ୍ରଦତ୍ତ ପାଞ୍ଚକ୍ରୋଶ ରାଜ୍ୟ ଫେରାଇନେବାକୁ ଚେଷ୍ଟା କରି କୃତକାର୍ଯ୍ୟ ହେଲେ । ଏ ଅଂଶ ପୁରୁଣା ଦଶପଲ୍ଲା ନାମରେ କଥିତ । ପରେ ପଦ୍ମନାଭ ଜଣେ କନ୍ଧ ସରଦାରଙ୍କୁ ପରାଜିତ କରି କୁଞ୍ଜବନ ଗଡ଼ଠାରେ ରାଜଧାନୀ ସ୍ଥାପନ କଲେ । ପରବର୍ତ୍ତୀ ଦୁଇ ରାଜା ଅନୁଗୁଳର ଜୋରମୁହଁ ନାମକ ସ୍ଥାନ ଅଧିକାର କରିବାକୁ ଚେଷ୍ଟା କରିଥିଲେ, ମାତ୍ର ଯୁଦ୍ଧ ଶେଷ ହେବା ପୂର୍ବରୁ ରଘୁଜୀ ଭୋଁସଲା ଜଣେ କର୍ମଚାରୀ ପଠାଇଥିଲେ ଏବଂ ୧୭୭୬ରେ ଦଶପଲ୍ଲା ରାଜାଙ୍କୁ ବିବାଦୀୟ ଜୋରମୁହଁର ସନନ୍ଦ ଦେଲେ । ଦ୍ୱାଦଶ ରାଜା କୃଷ୍ଣଚନ୍ଦ୍ର ଭଞ୍ଜ ନସଗର ଓ ବାଇଶିପଲି ନାମକ ଦୁଇଟି କନ୍ଧଗ୍ରାମ ଜୟ କଲେ । ଦଶପଲ୍ଲା ରାଜା ଜଗନ୍ନାଥ ମହାପ୍ରଭୁଙ୍କ ରଥ ସକାଶେ ଯେତେ କାଠ ଆବଶ୍ୟକ ତାହା ଦେବାକୁ ଚୁକ୍ତି କରିବାରୁ ମରହଟ୍ଟାମାନେ ତାଙ୍କୁ ରାଜସ୍ୱ ଛାଡ଼ି ଦେଇଥିଲେ । ବରମୂଳଠାରେ ମରହଟ୍ଟାଙ୍କ ସହିତ ଇଂରେଜମାନଙ୍କର ଶେଷ ଯୁଦ୍ଧ ହୋଇଥିଲା, ମାତ୍ର ମରହଟ୍ଟାମାନେ ୧୮୦୪ ଖ୍ରୀଷ୍ଟାବ୍ଦରେ ଅକୃତକାର୍ଯ୍ୟ ହେଲେ । ଏ ରାଜବଂଶର ମୟୂର ସନ୍ତକ ।

 

ଢେଙ୍କାନାଳ- କ୍ଷେତ୍ରଫଳ ୧୪୬୩ ବର୍ଗମାଇଲ । ଉତ୍ତରରେ ପାଲଲହଡ଼ା ଓ କେନ୍ଦୁଝର, ପୂର୍ବରେ କଟକ, ଦକ୍ଷିଣରେ ଆଠଗଡ଼, ତିଗିରିଆ, ବଡ଼ାମ୍ବା ଏବଂ ପଶ୍ଚିମରେ ହିନ୍ଦୋଳ, ଅନୁଗୁଳ ଓ ତାଳଚେର । ଏ ରାଜ୍ୟ ମଧ୍ୟରେ ବ୍ରାହ୍ମଣୀ ନଦୀ ପ୍ରବାହିତ । ପ୍ରଧାନ ପର୍ବତ କପିଳାସ ଉଚ୍ଚତା ୨୨୩୯ ଫୁଟ ।

 

ଏ ରାଜ୍ୟରେ ଯେଉଁ ସ୍ଥାନରେ ରାଜାଙ୍କ ବାସସ୍ଥାନ ଅଛି ସେ ସ୍ଥାନ ଢେଙ୍କାଶବର ନାମକ ଜଣେ ଶବର ଅଧୀନରେ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ରାଜବାଟୀର ପଶ୍ଚିମକୁ ଖଣ୍ଡେ ପଥର ଅଛି । ଏହାର ନାମ ଢେଙ୍କାଶବର ମୁଣ୍ଡ । ବର୍ଷକେ ଥରେ ଦି’ଥର ଏ ପଥର ପୂଜା ହୁଏ । ୧୭ଶ ଶତାବ୍ଦୀର ମଧ୍ୟଭାଗରେ ସିଂହ ବିଦ୍ୟାଧର ଏ ରାଜ୍ୟ ଜୟ କରି ରାଜ୍ୟ ସ୍ଥାପନ କଲେ । ସିଂହବିଦ୍ୟାଧର ପୁରୀ ରାଜବଂଶୀୟ । କିମ୍ବଦନ୍ତୀ ଅଛି ଯେ ଶବର ନିହତ ହେଲା ପରେ ପ୍ରାର୍ଥନା କରିଥିଲା ଯେ ତାହାର ମୁଣ୍ଡ ପୂଜିତ ହେବ । ସିଂହବିଦ୍ୟାଧର ଜଣେ ସାମନ୍ତ ବା କ୍ଷୁଦ୍ର ସରଦାର ଥିଲେ । କଥିତ ହୁଏ ସେ ହଡ଼ାକରମୂଳର ଜାଗିରଦାର ଥିଲେ । ଏ ବି ସେବା ପ୍ରଗନା ରାଜଧାନୀଠାରୁ ୧୫ କି ୧୭ ମାଇଲ ହେବ । ଏ ରାଜ୍ୟରେ ଅନେକଗୁଡ଼ିଏ ଗଡ଼ ଅଛି, ଯଥା- ଗଡ଼ଶିଉଳା, ଗଡ଼ବିଶାଳିଆ, ଗଡ଼ ଡମରଜା କଟକ, ଗଡ଼ ଗଣପୁର ଇତ୍ୟାଦି । ଏ ସ୍ଥାନମାନଙ୍କରେ ପ୍ରାଚୀନ କୋଠାର ଖମ୍ବ ପ୍ରଭୃତିର ଧ୍ୱଂସାବଶେଷ ଦେଖାଯାଏ । ଜଣାଯାଏ ଏସବୁ ଗଡ଼ମାନ ଜଣେ ଜଣେ ସାମନ୍ତଙ୍କ ଅଧୀନରେ ଥିଲା । ଏ ରାଜ୍ୟରେ ଭୀମ ନଗରୀ ନାମକ ସ୍ଥାନ ଅଛି । କଥିତ ହୁଏ ଓଡ଼ିଶାର ବିଖ୍ୟାତ ରାଜା ଅନଙ୍ଗ ଭୀମଦେବ ଜନ୍ମଗ୍ରହଣ କରିଥିଲେ । କପିଳାସ ପର୍ବତ ଉପରେ ଥିବା ଚନ୍ଦ୍ରଶେଖରଙ୍କ ଦେଉଳ ଓଡ଼ିଶା ରାଜା ପ୍ରତାପରୁଦ୍ରଦେବ ୧୬ଶ ଶତାବ୍ଦୀରେ ନିର୍ମାଣ କରାଇଥିଲେ । ରାଜ୍ୟ ପ୍ରଥମେ କ୍ଷୁଦ୍ର ଥିଲା । ମାତ୍ର କ୍ରମେ ବୃଦ୍ଧି ହୋଇ ବର୍ତ୍ତମାନ ଆକାର ପ୍ରାପ୍ତ ହୋଇଅଛି । ଏ ଷ୍ଟେଟର ଆୟ ୨୫୨୯୭୦ ଟଙ୍କା ।

 

ଗାଙ୍ଗପୁର- କ୍ଷେତ୍ରଫଳ ୨୪୯୨ ବର୍ଗମାଇଲ । ଉତ୍ତରରେ ଯଶପୁର ଏବଂ ରାଞ୍ଚି, ପୂର୍ବରେ ସିଂହଭୂମି, ଦକ୍ଷିଣରେ ସମ୍ବଲପୁର, ବଣେଇ, ବାମଣ୍ଡା ଓ ପଶ୍ଚିମରେ ରାୟଗଡ଼ । ଏ ରାଜ୍ୟ ଏକ ସମୟରେ ସମ୍ବଲପୁର ଅଧୀନରେ ଥିଲା । ନାଗପୁରର ମରହଟ୍ଟାମାନେ ରାଜତ୍ୱ କରୁଥିଲେ । ଦେଓଗାଁ ସନ୍ଧିବେଳେ ୧୮୦୩ ଖ୍ରୀଷ୍ଟାବ୍ଦରେ ନାଗପୁର ରାଜା ରଘୁଜୀ ଭୋଁସଲା ଏ ରାଜ୍ୟକୁ ଇଂରେଜ ସରକାରଙ୍କୁ ଛାଡ଼ି ଦେଇଥିଲେ । ପୁନଶ୍ଚ ୧୮୦୭ ଖ୍ରୀଷ୍ଟାବ୍ଦରେ ମରହଟ୍ଟାମାନେ ଏ ରାଜ୍ୟ ଫେରି ପାଇଥିଲେ । ଶେଷରେ ୧୮୨୫ ଖ୍ରୀଷ୍ଟାବ୍ଦରେ ଏ ରାଜ୍ୟ ଇଂରେଜ ସରକାରଙ୍କ ଅଧୀନକୁ ଆସିଲା । ୧୯୦୧ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଗାଙ୍ଗପୁରକୁ ସମ୍ବଲପୁର ଅଧୀନରୁ କାଢ଼ିନେଲେ । ୧୯୦୫ ମସିହାରେ ଗାଙ୍ଗପୁର ଛୋଟନାଗପୁରରୁ ବିଚ୍ଛନ୍ନ ହୋଇ ଓଡ଼ିଶା ସହିତ ଯୋଗଦେଲା । ଏ ରାଜ୍ୟର ପ୍ରଧାନ ଜାତି ଭୂୟାଁମାନେ । ଗାଙ୍ଗପୁରର ଭୂୟାଁମାନଙ୍କ ମଧ୍ୟରେ ଏପରି କୌଣସି ପ୍ରବାଦ ନାହିଁ ଯେ ସେମାନେ ଆପଣା ଜାତୀୟ ରାଜାଦ୍ୱାରା ଶାସିତ ହୋଇଥିଲେ । ବରଂ ସେମାନେ କହନ୍ତି ଯେ ଓଡ଼ିଶାର କେଶରୀବଂଶୀୟ ଜଣେ ସାମନ୍ତ ଗାଙ୍ଗପୁରର ଶାସନ କରୁଥିଲେ । ଏ ବଂଶ ଲୋପ ହେଲାରୁ ଲୋକମାନେ ଶିଖରଭୂମି ବା ପାଞ୍ଚଟାର ଶିଖର ବଂଶରୁ ଗୋଟିଏ ବାଳକକୁ ଅପହରଣ କରିଆଣି ରାଜା ମନୋନୀତ କଲେ । ଆୟ ୨୨୫୮୬ ଟଙ୍କା ।

 

ହିନ୍ଦୋଳ- କ୍ଷେତ୍ରଫଳ ୩୧୨ ବର୍ଗମାଇଲ । ଉତ୍ତର ଓ ପୂର୍ବରେ ଢେଙ୍କାନାଳ ଓ ଦକ୍ଷିଣରେ ବାମଣ୍ଡା ଓ ନରସିଂହପୁର, ପଶ୍ଚିମରେ ଅନୁଗୁଳ । ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ରାଜା ମୁକୁନ୍ଦଦେବ ହରିଚନ୍ଦନ ଅର୍ଥାତ୍ ଓଡ଼ିଶାର ଶେଷ ସ୍ୱାଧୀନ ରାଜାଙ୍କ ସମୟରେ ଉଦ୍ଧବ ଦେବ ଜେନାମଣି ଏ ରାଜ୍ୟ ସ୍ଥାପନ କରିଥିଲେ । କେତେ ପୁରୁଷ ପର୍ଯ୍ୟନ୍ତ ଉପାଧି ଦେବ ଜେନାମଣି ବା ଦେବ ମହାପାତ୍ର ଥିଲା; ବର୍ତ୍ତମାନ ମର୍ଦ୍ଦରାଜ ଜଗଦେବ ହୋଇଛି । କେହି କେହି କହନ୍ତି, ହିଡ଼ିମ୍ବକ ନାମକ ଅର୍ଦ୍ଧସଭ୍ୟ ଏ ସ୍ଥାନର ପ୍ରଥମ ସାମନ୍ତ ଥିଲେ । ଈଶ୍ୱରପାଳ ଓ ବନ୍ଦରକୋଟ ନାମକ ଦୁଇଟି ଜିଲ୍ଲା ବର୍ତ୍ତମାନ କ୍ଷେତ୍ରଫଳର ପ୍ରାୟ ଏକଚତୁର୍ଥାଂଶ । ୬ଷ୍ଠ ରାଜାଙ୍କ ସମୟରେ ରାଜ୍ୟର ପରିମାଣ ବିଶେଷ ଭାବରେ ବୃଦ୍ଧି ହେଲା । ଢେଙ୍କାନାଳ ରାଜଧାନୀ ନିକଟସ୍ଥ ବାଂଶପାଟଣା ପର୍ଯ୍ୟନ୍ତ ରାଜ୍ୟ ବୃଦ୍ଧି ହେଲା । ଢେଙ୍କାନାଳ ରାଜା ହିନ୍ଦୋଳ ବିରୁଦ୍ଧରେ ଯୁଦ୍ଧ କରି କେତେକ ଅଂଶ ଅଧିକାର କଲେ । ୧୬୬୦ ଖ୍ରୀଷ୍ଟାବ୍ଦରେ ୧୪ଶ ରାଜା ଯୁଦ୍ଧ କରି ନରସିଂହପୁରର କେତେକ ଅଂଶ ଅଧିକାର କରି ବର୍ତ୍ତମାନ ରାଜଧାନୀ ସ୍ଥାପନ କଲେ । ଏ ରାଜାଙ୍କର ସନ୍ତକ ବର୍ଚ୍ଛା । ଆୟ ୬୬୭୫ ଟଙ୍କା । ସରକାରଙ୍କୁ ଦେୟ ୫୪୧ ଟଙ୍କା ।

 

କଳାହାଣ୍ଡି କ୍ଷେତ୍ରଫଳ ୩୭୪୫ ବର୍ଗମାଇଲ । ଉତ୍ତରରେ ପାଟଣା, ପୂର୍ବରେ ଜୟପୁର ଜମିଦାରୀ ଓ ସାନ ବା ଚିନାଖେମୁଣ୍ଡି ଗଞ୍ଜାମ, ପଶ୍ଚିମରେ ଜୟପୁର, ବିନ୍ଦ୍ରାନୂଆଗଡ଼ ଓ ଖଡ଼ିଆଳ, ଦକ୍ଷିଣରେ ଜୟପୁର । କଳାହାଣ୍ଡି ରାଜ୍ୟ ଦୁଇଭାଗରେ ବିଭକ୍ତ- ସମତଳ ଜମି ଓ ପାର୍ବତ୍ୟ ଜମି ବା ଡଙ୍ଗର୍ଲ ।

 

କଳାହାଣ୍ଡି ପୂର୍ବେ ରାଜ୍ୟ ସ୍ୱାଧୀନ ଥିଲା । କିନ୍ତୁ ଅବଶେଷରେ ମରହଟ୍ଟାମାନଙ୍କ ଅଧୀନ ହେଲା । ରଘୁଜୀ ଭୋଁସଲା ୫୩୩୦ ଟଙ୍କା କର ଆଦାୟ କରୁଥିଲେ । ନାଗପୁର ୧୮୫୪ ଖ୍ରୀଷ୍ଟାବ୍ଦରେ ବ୍ରିଟିଶ୍ ସରକାରଙ୍କର ଅଧୀନ ହେଲାବେଳେ କଳାହାଣ୍ଡି ମଧ୍ୟ ଅଧୀନ ହେଲା । ୧୮୫୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କଳାହାଣ୍ଡି ରାଜା ସରକାରଙ୍କଠାରୁ ବର୍ଷକୁ ୪୯୦ ଟଙ୍କା ପାଉଥିଲେ ଏବଂ ଏ ଟଙ୍କା ରାଜସ୍ୱ ଟଙ୍କାରୁ ବାଦ୍ ଯାଉଥିଲା । ବର୍ତ୍ତମାନ ଆଉ ସେପରି ଦିଆଯାଉନାହିଁ ।

 

କଳାହାଣ୍ଡି ରାଜବଂଶ ଗଙ୍ଗବଂଶୀୟ ଥିଲେ । ଏ ବଂଶର ଶେଷ ରାଜା ଜଗନ୍ନାଥ ଦେବ । ସେ ଅପୁତ୍ରିକ ଥିଲେ, ସୁତରାଂ ୧୦୦୮ ଖ୍ରୀଷ୍ଟାବ୍ଦରେ ଛୋଟନାଗପୁର ସତରଞ୍ଜଗଡ଼ର ତଦାନୀନ୍ତନ ରାଜାଙ୍କ କନିଷ୍ଠ ଭ୍ରାତା ରଘୁନାଥ ସାହେବଙ୍କୁ ନେଇ ଆପଣା କନ୍ୟାଙ୍କ ସହିତ ବିବାହ ଦେଲେ । ବର୍ତ୍ତମାନ ରାଜବଂଶର ସେ ପ୍ରଥମ ନାଗବଂଶୀୟ ରାଜା ।

 

ଲାଞ୍ଜିଗଡ଼ ଜମିଦାରୀ- କର୍ଲାପାଟ ଜମିଦାରୀ ଓ ଥୁଆମୂଳ ଜମିଦାରୀ ଏ ରାଜ୍ୟର ଅନ୍ତର୍ଗତ । ଅନ୍ୟ ଗୋଟିଏ ଜମିଦାରୀ ମଦନପୁର ଏ ରାଜ୍ୟର ଅନ୍ତର୍ଗତ ।

 

କେନ୍ଦୁଝର- କ୍ଷେତ୍ରଫଳ ୩୦୯୬ ବର୍ଗମାଇଲ । ଉତ୍ତରରେ ସିଂହଭୂମ, ପୂୂର୍ବରେ ମୟୂରଭଞ୍ଜ ଓ ବାଲେଶ୍ୱର, ଦକ୍ଷିଣରେ ଢେଙ୍କାନାଳ ଓ କଟକ, ପଶ୍ଚିମରେ ଢେଙ୍କାନାଳ, ପାଲଲହଡ଼ା ଓ ବଣେଇଁ । ପ୍ରଧାନ ପର୍ବତ ଗନ୍ଧମାର୍ଦ୍ଦନ, ଉଚ୍ଚତା ୩୪୭୭ ଫୁଟ; ଗୋନାସିକା ପର୍ବତ, ଉଚ୍ଚତା ୩୨୧୯ ଫୁଟ; ଠାକୁରାଣୀ ପର୍ବତ ୩୦୦୩ ଫୁଟ; ତୋମାକ ୨୫୭୭ ଫୁଟ ଏବଂ ବୋଲାତ ୧୮୧୮ ଫୁଟ ।

 

ଉତ୍ତର କେନ୍ଦୁଝର ଓ ମୟୂରଭଞ୍ଜ ଏକ ସମୟରେ ହରିହରପୁର ରାଜ୍ୟର ଏକ ଅଂଶ ଥିଲା । କେନ୍ଦୁଝର ୧୧୧୮ ଖ୍ରୀଷ୍ଟାବ୍ଦରେ ଆଜିସୁଦ୍ଧା ୩୭ ଜଣ ରାଜତ୍ୱ କରିଛନ୍ତି ।

 

୧୦୯୮ ଖ୍ରୀଷ୍ଟାବ୍ଦରେ ସୂର୍ଯ୍ୟବଂଶୀୟ ରାଜପୁତ କଚ୍ଛୁଆ ବଂଶୀୟ ମାନସିଂହଙ୍କ ପୁତ୍ର ଜୟସିଂହ ପୁରୀ ଆସିଥିଲେ । ସେ ଜୟପୁରରେ ଜଣେ ସାମନ୍ତ ଥିଲେ । ସେ ତଦାନୀନ୍ତନ ଗଜପତି ରାଜାଙ୍କ କନ୍ୟାକୁ ବିବାହ ହୋଇ ଏହି ହରିହରପୁର ରାଜ୍ୟ ଯୌତୁକ ପାଇଲେ । ଏହାଙ୍କର ଦୁଇଟି ପୁତ୍ର ହୋଇଥିଲେ । ସେମାନଙ୍କ ନାମ ଅଜିତସିଂହ ଓ ଜିତ୍‌ସିଂହ ଥିଲା । ଅଜିତସିଂହ ବଡ଼ ବଳବାନ ଥିଲେ ଏବଂ ତାଙ୍କ ବାହୁବଳଦ୍ୱାରା ମୟୂରଧ୍ୱଜ ନାମକ ଜଣେ କ୍ଷୁଦ୍ର ସାମନ୍ତ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ଓଡ଼ିଶା ମହାରାଜାଙ୍କଠାରୁ ‘ଭଞ୍ଜ’ ଉପାଧି ପାଇଥିଲେ । ସେମାନଙ୍କ ପିତା ରାଜ୍ୟକୁ ଦୁଇ ପୁତ୍ରଙ୍କ ମଧ୍ୟରେ ବାଣ୍ଟିଦେଲେ । ଏ ଦୁଇଟି ପୁତ୍ର ଦୁଇଟି ଦୁର୍ଗ ନିର୍ମାଣ କରିଥିଲେ । ମୟୂରଭଞ୍ଜରେ ଆଦିପୁର ଏବଂ କେନ୍ଦୁଝରରେ ଯତିପୁର । ଏ ଦୁଇଟି ବୈତରଣୀ ନଦୀର ଉଭୟ ପାର୍ଶ୍ୱରେ ଅବସ୍ଥିତ । କେନ୍ଦୁଝର ଅର୍ଥ କେନ୍ଦୁଗଛ ନିକଟସ୍ଥ ଝରଣା । ସୁତରାଂ କେନ୍ଦୁଝର ସମୟରେ ମୟୁରଭଞ୍ଜର ଅଂଶ ଥିଲା । କିନ୍ତୁ ୨୦୦ ବର୍ଷ ପୂର୍ବେ ସ୍ଥାନୀୟ ଲୋକମାନେ ଦୂରତା ନିବନ୍ଧନ ମୟୂରଭଞ୍ଜଠାରୁ ପୃଥକ୍ ହୋଇ ମୟୂରଭଞ୍ଜ ରାଜାଙ୍କ ଭାଇଙ୍କୁ ରାଜା କଲେ । ଭୂୟାଁମାନେ ଏ ରାଜ୍ୟରେ ପ୍ରଧାନ ଜାତି । କାରଣ ରାଜା ଗାଦିରେ ବସିବା ବେଳେ ଭୂୟାଁ ପିଠିରେ ଚଢ଼ନ୍ତି । ରାଜା ଗୋବିନ୍ଦଭଞ୍ଜ ପିତାଙ୍କ ସହିତ ମନାନ୍ତର ହୋଇ ରାଜ୍ୟରୁ ବାହାରି ଆସି ପୁରୀ ରାଜାଙ୍କ କର୍ମରେ ନିଯୁକ୍ତ ହେଲେ ଏବଂ କାଞ୍ଚିକାବେରୀ ଯୁଦ୍ଧରେ ଜୟୀ ହୋଇ ପୁରସ୍କାର ସ୍ୱରୂପ ଆଠଗଡ଼ ବା ଆନନ୍ଦପୁର ସବ୍‌ଡ଼ିଭିଜନ୍ ପାଇଲେ । ୧୭୫୨ ଖ୍ରୀଷ୍ଟାବ୍ଦରେ ରାଜା ପ୍ରତାପ ବଳଭଦ୍ର ଭଞ୍ଜ ରାଇପୁର ଓ ଜୁଝପଡ଼ା ଗ୍ରାମମାନ କିଣିଥିଲେ ।

 

୧୭୯୪ ଖ୍ରୀଷ୍ଟାବ୍ଦରେ ରାଜା ଜନାର୍ଦ୍ଦନଭଞ୍ଜ ପାଲଲହଡ଼ାର ରାଣୀ ଅର୍ଣ୍ଣପୂର୍ଣ୍ଣାଙ୍କ ନାତୁଣୀ ଏବଂ ମଣିପାଳଙ୍କ ଝିଅ କୃଷ୍ଣପ୍ରିୟାଙ୍କ ପାଣିଗ୍ରହଣ କରି ପାଲଲହଡ଼ା ଯୌତୁକ ପାଇଥିଲେ । ୧୮୨୫ ଖ୍ରୀଷ୍ଟାବ୍ଦରେ କୃଷ୍ଣପ୍ରିୟାଙ୍କ ମୃତ୍ୟୁ ହେଲା । ପାଲଲହଡ଼ାର ପ୍ରଜାମାନେ ବିଦ୍ରୋହୀ ହେଲେ, ମାତ୍ର ଜନାର୍ଦ୍ଦନ ସେମାନଙ୍କୁ ପରାସ୍ତ କଲେ । କର୍ଣ୍ଣେଲ ଗିଲ୍‌ବର୍ଟ ସାହେବଙ୍କ ନିକଟରେ ଦରଖାସ୍ତ ହେବାରୁ ପାଲଲହଡ଼ା ରାଜ୍ୟ କ୍ରୋକରେ ରହିଲା ଏବଂ ୧୮୩୦ ଖ୍ରୀଷ୍ଟାବ୍ଦରେ ସ୍ଥିର ହେଲା ଯେ, ପାଲଲହଡ଼ା କେନ୍ଦୁଝର ଜରିଆରେ ରାଜସ୍ୱ ଦେବ । ୧୭୯୪ଠାରୁ ୧୮୨୬ ପର୍ଯ୍ୟନ୍ତ ପାଲଲହଡ଼ା ରାଜ୍ୟରେ କେନ୍ଦୁଝର ରାଜାଙ୍କର ସମ୍ପୂର୍ଣ୍ଣ କ୍ଷମତା ଥିଲା । ମାତ୍ର ବର୍ତ୍ତମାନ ରାଜସ୍ୱ ରାଜସରକାରରେ ଦାଖଲ ହେଉଛି । ପାଲଲହଡ଼ା ସହିତ କେନ୍ଦୁଝରର ରାଜସ୍ୱ ବର୍ଷକୁ ଟ ୨୯୬୬E:\29-11-23\୨୨୨୨.jpgE:\29-11-23\୧୧୧୧.jpg୧୧ ଥିଲା । ଛୋଟନାଗପୁର ଓ ସମ୍ବଲପୁର ମେଳି ବେଳେ କେନ୍ଦୁଝର ରାଜା ଗଦାଧରଭଞ୍ଜ ୧୮୫୮ ଖ୍ରୀଷ୍ଟାବ୍ଦରେ ସରକାରଙ୍କୁ ବିଶେଷ ସାହାଯ୍ୟ ଦେଇଥିବାରୁ ତାଙ୍କ ରାଜସ୍ୱ ୧୦୦୦ ଟଙ୍କା ଊଣା ହୋଇଛି ଏବଂ ବର୍ତ୍ତମାନ ରାଜସ୍ୱ ଟ ୭୧୦।୩ । ରାଜା ଲକ୍ଷ୍ମୀନାରାୟଣଭଞ୍ଜ ବଳଭଦ୍ର ଜୀଉଙ୍କ ମନ୍ଦିର ନିର୍ମାଣ କରାଇଥିଲେ । ୧୮୬୧ ଖ୍ରୀଷ୍ଟାବ୍ଦରେ ତଦାନୀନ୍ତନ ରାଜାଙ୍କର ମୃତ୍ୟୁ ହେଲା । ତାଙ୍କ ବିବାହିତା ପତ୍ନୀଙ୍କ ଗର୍ଭରୁ କୌଣସି ପୁତ୍ର ଜାତ ହୋଇ ନ ଥିଲେ । ମାତ୍ର ତାଙ୍କ ଫୁଲବିବାହୀର ଧନୁର୍ଜୟ ଓ ଚନ୍ଦ୍ରଶେଖର ନାମକ ଦୁଇ ପୁତ୍ର ଥିଲେ । ମାର୍ଚ୍ଚ ମାସ ୨୨ ତାରିଖରେ ରାଜା କଲିକତାରେ ଥିବାବେଳେ ମଲେ । ଅପ୍ର୍ରେଲ ମାସ ୩ ତାରିଖରେ ତଦାନୀନ୍ତନ ଦେୱାନ ପ୍ରକାଶ କଲେ ଯେ ରାଣୀଙ୍କ ଅନୁମତି ସହିତ ଧନୁର୍ଜୟ ଗାଦିରେ ବସିଲେ । ଅପ୍ରେଲ ମାସ ୯ ତାରିଖରେ ମୟୂରଭଞ୍ଜ ରାଜା ପ୍ରକାଶ କଲେ- ତାଙ୍କ ନାତି ବୃନ୍ଦାବନ ମୃତ ରାଜାଙ୍କଦ୍ୱାରା ପୋଷ୍ୟପୁତ୍ର ଗୃହୀତ ହୋଇଥିଲେ ଏବଂ ସେ କେନ୍ଦୁଝର ଯାଇ ତାଙ୍କୁ ଗାଦିରେ ବସାଇବେ । କେନ୍ଦୁଝରର ସୁପରିଟେଣ୍ଡେଣ୍ଟ୍ ମୟୂରଭଞ୍ଜ ରାଜାଙ୍କୁ ବାରଣ କଲେ, ମାତ୍ର ସେ ନ ମାନି ବୃନ୍ଦାବନଙ୍କୁ ପଠାଇ ଦେଲେ ଏବଂ ରାଣୀ ଓ କେତେକ ପ୍ରଧାନ କର୍ମଚାରୀ ମିଳି ବୃନ୍ଦାବନଙ୍କୁ ଗୋପନ ଭାବରେ ଅଭିଷେକ କରାଇଦେଲେ । ଗଭର୍ଣ୍ଣମେଣ୍ଟ ଧନୁର୍ଜୟଙ୍କ ପକ୍ଷ ସମର୍ଥନ କଲେ । ମକଦ୍ଦମା ପ୍ରିଭିକାଉନ୍‌ସିଲ ପର୍ଯ୍ୟନ୍ତ ଲଢ଼େଇ ହୋଇ ଧନୁର୍ଜୟ ଜିଣିଲେ ଏବଂ ପୋଷ୍ୟପୁତ୍ର ଗ୍ରହଣ ମିଥ୍ୟା ହେଲା । ୧୮୧୬ ମସିହାର ୧୧ କାନୁନ ଅନୁସାରେ ଏ ଉତ୍ତରାଧିକାରୀତ୍ୱ ସିଦ୍ଧାନ୍ତ ହେଲା । ଏଥିରେ ସନ୍ତୁଷ୍ଟ ନ ହୋଇ ରାଣୀ ଓ ଭୂୟାଁ ଜୁଆଙ୍ଗମାନେ ଧନୁର୍ଜୟଙ୍କ ବିପକ୍ଷରେ ମେଳି କଲେ । ଗଭର୍ଣ୍ଣମେଣ୍ଟ ସାହାଯ୍ୟ ପାଇ ଧନୁର୍ଜୟ ଶେଷରେ ରାଜା ହେଲେ । ମେଳି ଭାଙ୍ଗିଗଲା । ଶେଷରେ ରାଣୀ ବାଧ୍ୟ ହୋଇ ଧନୁର୍ଜୟଙ୍କୁ ରାଜା ବୋଲି ସ୍ୱୀକାର କଲେ । ମାସକୁ ୬୦୦ ଟଙ୍କା ଖୋରାକ ପୋଷାକ ପାଇ ରାଣୀ ପୁରୀକ୍ଷେତ୍ରରେ ବାସ କଲେ । ରତନା ନାୟକ ଓ ନନ୍ଦାନାଲମାନେ ଭୂୟାଁ ସର୍ଦ୍ଦାର ଥିଲେ ଏବଂ ସେମାନେ ଏହି ମେଳିରେ ପୂର୍ଣ୍ଣ ଯୋଗ ଦେଇଥିଲେ । ସେମାନେ ଆଉଥରେ ମଧ୍ୟ ମେଳି କରିଥିଲେ । ମାତ୍ର ବ୍ରିଟିଶ୍‌ ସିଂହ ଯାହାର ସପକ୍ଷ, ‘ଏମାନେ କ’ଣ କରିପାରନ୍ତେ ? ଶେଷ ମେଳିବେଳେ ଅନ୍ୟାନ୍ୟ ଗଡ଼ଜାତ- ବଣେଇଁ, ପାଲଲହଡ଼ା, ଢେଙ୍କାନାଳ ଓ ମୟୂରଭଞ୍ଜମାନେ ଧନୁର୍ଜୟଙ୍କ ପକ୍ଷରେ ଯୋଗ ଦେଲେ । ଅବଶେଷରେ ଭୂୟାଁମାନେ ପୂର୍ଣ୍ଣଭାବେ ପରାଜିତ ହେଲେ ଏବଂ ରାଜ୍ୟରେ ଶାନ୍ତି ସ୍ଥାପିତ ହେଲା । ୧୮୬୮ ମସିହା ୨୫ ତାରିଖ ଅଗଷ୍ଟ ମାସରେ ରତନା ଓ ନନ୍ଦାମାନେ ଧୃତ ହେଲେ ।

 

ଫୁଲବିବାହୀର ଅର୍ଥ ଯେ ସ୍ତ୍ରୀ ବିବାହିତ ନୁହେଁ ମାତ୍ର ରାଜା ଯାହାକୁ ଫୁଲମାଳ ଦେଇ ସ୍ତ୍ରୀରୂପେ ଗ୍ରହଣ କରନ୍ତି । କ୍ଷତ୍ରୀୟମାନଙ୍କ ଘରେ ପ୍ରଥା ଅଛି ଯେ ବିବାହବେଦୀରେ କନ୍ୟାପିତା କନ୍ୟା ସହିତ ଗୋଟିଏ ସମବୟସ୍କା ଦାସୀ ଦେଇଥାନ୍ତି । କନ୍ୟାଦାନ ବେଳେ ସେ ଦାସୀ ସହିତ କନ୍ୟାକୁ ଦାନ କରି ଶଙ୍ଖରେ ପାଣି ଟେକି ଦେଇଥାନ୍ତି । ବର, କନ୍ୟା ଗ୍ରହଣ କରିବା ସଙ୍ଗେ ଏ ଦାସୀକୁ ମଧ୍ୟ ଗ୍ରହଣ କରିଥାଏ । ସୁତରାଂ ଏ ଦାସୀକୁ ଫୁଲବିବାହୀ କହନ୍ତି । ଏ ଦାସୀର ସ୍ଥାନ ଅନ୍ୟାନ୍ୟ ସାଧାରଣ ଦାସୀ ଅପେକ୍ଷା ଉଚ୍ଚରେ । ଏହାର ବିଶେଷ ପଦ ଥାଏ ଝରା, ଫୁଲବିବାହୀ ଇତ୍ୟାଦି । ରାଜାଙ୍କ ଔରସରୁ ଏହା ଗର୍ଭରୁ ଯେ ସନ୍ତାନ ହୁଏ ସେ ଉତ୍ତରାଧିକାରୀ ହେବାର ପ୍ରଥା ଅଛି । ଏପରି ମଧ୍ୟ ଅନେକ ରାଜବଂଶରେ ହୋଇଅଛି । ବର୍ଷକୁ ଆୟ ୩୭୯୧୩୦ ଟଙ୍କା ।

 

ଖଣ୍ଡପଡ଼ା- କ୍ଷେତ୍ରଫଳ ୨୪୪ ବର୍ଗମାଇଲ । ଉତ୍ତରରେ ମହାନଦୀ, ପୂର୍ବରେ କଟକ ଓ ପୁରୀ ଦକ୍ଷିଣରେ ପୁରୀ, ଓ ନୟାଗଡ଼, ପଶ୍ଚିମରେ ଦଶପଲ୍ଲା ।

 

କଥିତ ଅଛି ସୂର୍ଯ୍ୟମଣିସିଂହ ତଦାନୀନ୍ତନ ରେୱା ରାଜାଙ୍କର କନିଷ୍ଠ ଭ୍ରାତା ଥିଲେ । ସେ ଆସି ନୟାଗଡ଼ ରାଜ୍ୟ ସ୍ଥାପନ କରିଥିଲେ । ଏମାନେ ବଘେଲ କ୍ଷତ୍ରୀୟ । ନୟାଗଡ଼ ରାଜାଙ୍କର ଦୁଇ ପୁତ୍ର ଥିଲେ । ଜ୍ୟେଷ୍ଠପୁତ୍ର ହରିହରସିଂହ ଓ କନିଷ୍ଠପୁତ୍ର ଯଦୁନାଥ ସିଂ ମଙ୍ଗରାଜ । ହରିହର ରାଜା ହେଲେ ଏବଂ ୧୫୯୯ ଖ୍ରୀଷ୍ଟାବ୍ଦରେ ଯଦୁନାଥ ଆଗଲପୁରଠାରୁ ଖଣ୍ଡପଡ଼ାର ହରିଚାନ୍ଦପୁର ପର୍ଯ୍ୟନ୍ତ ସ୍ଥାନର ସାମନ୍ତଙ୍କୁ ପରାଜିତ କରି ସେ ସ୍ଥାନ ଦଖଲ କଲେ । ମଙ୍ଗରାଜଙ୍କ ଉତ୍ତରାଧିକାରୀମାନେ ରାଜ୍ୟ ବିସ୍ତାର କଲେ । ଯଦୁନାଥ ଓଡ଼ିଶା ମହାରାଜାଙ୍କଠାରୁ ମଙ୍ଗରାଜ ଉପାଧି ପାଇଥିଲେ । ରାଜା ବନମାଳୀ ସିଂହ ବଡ଼ କ୍ଷମତାଶାଳୀ ରାଜା ଥିଲେ । ଓଡ଼ିଶା ରାଜାଙ୍କୁ ବହୁତ ସାହାଯ୍ୟ ଦେଇଥିଲେ ଏବଂ ମର୍ଦ୍ଦରାଜ ଭ୍ରମରବର ରାୟ ଉପାଧି ପାଇଥିଲେ । ରାଜା ନୀଳାଦ୍ରି ସିଂହଙ୍କ ରାଜତ୍ୱ ବେଳେ ରଘୁଜୀ ଭୋଁସଲା ଗୋଟିଏ ପତାକା ତାଙ୍କୁ ପୁରସ୍କାର ଦେଇଥିଲେ । ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳେ ରାଜା ନରସିଂହ ମର୍ଦ୍ଦରାଜ ବହୁତ ସାହାଯ୍ୟ ଦେଇ ଘରେ ହାତୀ ଓ ଗୋଟିଏ ତୋପ ପୁରସ୍କାର ପାଇଥିଲେ । ଏହାଙ୍କ ସନ୍ତକ ବ୍ୟାଘ୍ରମସ୍ତକ । ବାର୍ଷିକ ଆୟ ୪୯୭୯୫ ଟଙ୍କା ଏବଂ ସରକାରଙ୍କୁ ଦେୟ ରାଜସ୍ୱ ବର୍ଷକୁ ୪୨୧୨ ଟଙ୍କା ।

 

ମୟୂରଭଞ୍ଜ- କ୍ଷେତ୍ରଫଳ ୪୨୪୩ ବର୍ଗମାଇଲ । ଉତ୍ତରରେ ମେଦିନୀପୁର ଓ ସିଂହଭୂମ, ପୂର୍ବରେ ମେଦିନୀପୁର ଓ ବାଲେଶ୍ୱର, ଦକ୍ଷିଣରେ ବାଲେଶ୍ୱର, ନୀଳଗିରି ଓ କେନ୍ଦୁଝର, ପଶ୍ଚିମରେ କେନ୍ଦୁଝର ଓ ସିଂହଭୂମ । ମୋଘାସନୀ ପର୍ବତ, ଉଚ୍ଚତା ୩୦୨୪ ଫୁଟ । ଶିମ୍ଳାପାଳ ପାହାଡ଼ ୬୦୦ ବର୍ଗମାଇଲ କ୍ଷେତ୍ର ଉପରେ ଅବସ୍ଥିତ । ପ୍ରଧାନ ନଦୀ ବୁଢ଼ାବଳଙ୍ଗ, ଖଡ଼କାଇ, ସାଳନ୍ଦୀ । ପ୍ରଧାନ ଲୌହଖଣି ଅଛି ।

 

ଏ ରାଜବଂଶର ଇତିହାସ କେନ୍ଦୁଝର ଇତିହାସରେ ଉଲ୍ଲେଖ ଅଛି । ଆଦି ରାଜା ଆଦିସିଂହ । ୧୫୩୮ ଖ୍ରୀଷ୍ଟାବ୍ଦଠାରୁ ୧୮୩୧ ଖ୍ରୀଷ୍ଟାବ୍ଦ ମଧ୍ୟରେ ମୟୂରଭଞ୍ଜ ଉତ୍ତରରେ ଭଞ୍ଜଭୂମ ଓ ଖେଲୋର ପର୍ଯ୍ୟନ୍ତ ପୂର୍ବରେ ବାଲେଶ୍ୱର, ପଶ୍ଚିମରେ ପୋଡ଼ାହାଟ, ଦକ୍ଷିଣ ପୂର୍ବରେ ନୀଳଗିରି, ଦକ୍ଷିଣରେ ବୈତରଣୀ, ପଶ୍ଚିମରେ ପୋଡ଼ାହାଟ ଓ ଧଳଭୂମ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା । ରାଜ୍ୟର ସୀମା ପୂର୍ବାପେକ୍ଷା କେତେକ ଊଣା ହୋଇଅଛି । ୧୫୫୬ ଖ୍ରୀଷ୍ଟାବ୍ଦରେ ଭଞ୍ଜଭୂମ ପ୍ରଗନା ମହାରାଜା ସନ୍ତାଇଭଞ୍ଜ ମେଦିନୀପୁର ରାଜାଙ୍କୁ ଦେଇଥିଲେ । ମହାରାଜା ଜଗନ୍ନାଥଭଞ୍ଜ ୧୬୪୩ ଖ୍ରୀଷ୍ଟାବ୍ଦରେ ଖେଲୋର ପ୍ରଗନା ମେଦିନୀପୁର ରାଜାଙ୍କୁ ଦେଲେ । ନୟବସାନ ପ୍ରଗନା ଚିରସ୍ଥାୟୀ ବନ୍ଦୋବସ୍ତ ପୂର୍ବରୁ ମେଦିନୀପୁର ରାଜସ୍ୱଦାୟୀ ମାହାଲ ହୋଇଅଛି । ନୀଳଗିରି ୧୮୨୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମୟୂରଭଞ୍ଜ ରାଜ୍ୟ ଅଧୀନରେ ଜମିଦାରୀ ଥିଲା, ପରେ ସ୍ୱାଧୀନ ହେଲା । ୧୮୩୦ ଓ ୧୮୩୪ ଖ୍ରୀଷ୍ଟାବ୍ଦ ମଧ୍ୟରେ ଯେଉଁ କନ୍ଧମାନଙ୍କ ମେଳି ହୋଇଥିଲା, ତେତେବେଳେ ମହାରାଜା ଯଦୁନାଥଭଞ୍ଜ ବାମନଘାଟିରେ ଥାଇ ଭରଭରିଆ, ଆଉଲା, ଲାଲଘର ନାମକ ଚାରି ପିର ଇଂରେଜ ସରକାରଙ୍କୁ ସମର୍ପଣ କଲେ । ଏଗୁଡ଼ିକ ବର୍ତ୍ତମାନ ସିଂହଭୂମ ଅନ୍ତର୍ଗତ କୋହ୍ଲାନର ଅଂଶ ହୋଇଅଛି । ଚାଙ୍ଗପିର ଷଢ଼େଇକଳାର ଅଭିରାମସିଂହଙ୍କୁ ଓ ହଳଦୀପୋଖରୀ ଧଳଭୂମ ରାଜାଙ୍କୁ ଦିଆଯାଇଥିଲା ।

 

୧୮୧୨ ଖ୍ରୀଷ୍ଟାବ୍ଦରେ ଏ ରାଜ୍ୟର ରାଜସ୍ୱ ୧୦୦୧ ଟଙ୍କା ସ୍ଥିର ହୋଇଥିଲା । ଓଡ଼ିଶା ୧୮୩୦ ଖ୍ରୀଷ୍ଟାବ୍ଦରେ ଇଂରେଜ ଶାସନାଧୀନ ହେବା ବେଳେ ରାଣୀ ସୁମିତ୍ରାଦେଈ ଭଞ୍ଜ ମୟୂରଭଞ୍ଜ ସିଂହାସନ ଅଳଂକୃତ କରିଥିଲେ । ସୁତରାଂ ଏ ସମୟ ପର୍ଯ୍ୟନ୍ତ ମୟୂରଭଞ୍ଜ ସହିତ କୌଣସି ସନ୍ଧି ହୋଇ ନ ଥିଲା । ୧୮୧୧ ଖ୍ରୀଷ୍ଟାବ୍ଦରେ କେନ୍ଦୁଝର ବଂଶର ତ୍ରିବିକ୍ରମଭଞ୍ଜ ପୋଷ୍ୟପୁତ୍ର ହୋଇ ଉତ୍ତରାଧିକାରୀ ହେଲେ । ସେ ୧୮୧୨ ଓ ୧୮୧୬ ଖ୍ରୀଷ୍ଟାବ୍ଦରେ ଦୁଇଟି ଏକରାରନାମା ଲେଖି ଦେଇଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଯଦୁନାଥ ରାଜା ହେଲେ । ୧୮୨୯ ଖ୍ରୀ:ଅ:ରେ ତାଙ୍କ ସହିତ ସନ୍ଧି ହେଲା । ୧୮୬୭ ଖ୍ରୀ:ଅରେ ବାମନଘାଟି ସରକାର ନିଜ ଶାସନାଧୀନରେ ନେଇଥିଲେ । କାରଣ ତଦାନୀନ୍ତନ ରାଜା ଶାସନରେ ବିଶୃଙ୍ଖଳା କଲେ । ମାତ୍ର ୧୮୬୮ ଖ୍ରୀଷ୍ଟାବ୍ଦରେ ରାଜା କୃଷ୍ଣଚନ୍ଦ୍ର ଭଞ୍ଜ ଦେବ ବାମନଘାଟି ଫେରି ପାଇଥିଲେ । କାରଣ ସେ ଜଣେ କ୍ଷମତାଶାଳୀ ଓ ବୁଦ୍ଧିମାନ ଶାସନକର୍ତ୍ତା ଥିଲେ । କଟକ କଲିଜିଏଟ୍ ସ୍କୁଲକୁ ସେ ୨୬୨୦୦ଟଙ୍କା ଦାନ କରିଥିଲେ । ସେ ମହାରାଜା ବୋଲି ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ସ୍ୱୀକୃତ ହୋଇଥିଲେ । ତାଙ୍କ ପୁତ୍ର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ୧୮୯୦ ଖ୍ରୀ.ଅରେ ସିଂହାସନାରୋହଣ କରିଥିଲେ । ସେ ଉଚ୍ଚଦରର ଶିକ୍ଷିତ ରାଜା ଥିଲେ । ଏହାଙ୍କ ଶାସନରେ ରାଜ୍ୟର ବହୁତ ଉନ୍ନତି ହୋଇଥିଲା । ସେ ପାଶ୍ଚାତ୍ୟ ଦେଶମାନ ପର୍ଯ୍ୟଟନ କରି ବହୁତ ଅଭିଜ୍ଞତା ଲାଭ କରିଥିଲେ । ସରକାରଙ୍କ ଶାସନପ୍ରଣାଳୀ ଅନୁକରଣରେ ଏ ରାଜ୍ୟର ଶାସନପ୍ରଣାଳୀ ପରିଚାଳିତ । ଏ ରାଜ୍ୟର ଆୟ ୧୨୧୪୮୯୫ ଟଙ୍କା । ଏ ରାଜ୍ୟର ଗଚ୍ଛିତ ପାଣ୍ଠି ୧୧୬୭୭୦୦ ଟଙ୍କା । ଏ ରାଜାଙ୍କ ସନ୍ତକ ମୟୂର ।

 

ନରସିଂହପୁର- କ୍ଷେତ୍ରଫଳ ୧୯୯ ବର୍ଗମାଇଲ । ଉତ୍ତରରେ ପର୍ବତମାଳା, ପୂର୍ବରେ ବାମଣ୍ଡା, ଦକ୍ଷିଣରେ ଓ ଦକ୍ଷିଣ ପଶ୍ଚିମରେ ମହାନଦୀ, ପଶ୍ଚିମରେ ଦଶପଲ୍ଲା ଓ ଅନୁଗୁଳ । ୧୨୯୨ ଖ୍ରୀ.ଅ.ରେ ଧର୍ମସିଂହ ନାମକ ଜଣେ ବ୍ୟକ୍ତି ଏ ରାଜ୍ୟ ସ୍ଥାପନ କରିଥିଲେ । ପୂର୍ବେ ଏ ରାଜ୍ୟ ଦୁଇଜଣ କନ୍ଧଙ୍କ ଅଧୀନରେ ଥିଲା । ସେମାନଙ୍କ ନାମ ନରସିଂହା ଓ ପର । ଏମାନଙ୍କ ନାମରୁ ରାଜ୍ୟର ନାମ ନରସିଂହପୁର ହେଲା । ରାଜ୍ୟର ସୀମା ହିନ୍ଦୋଳ, ବଡ଼ାମ୍ବା ଓ ଦଶପଲ୍ଲା ରାଜାମାନଙ୍କଦ୍ୱାରା ଖର୍ବିତ ହୋଇଥିଲା । ପୁରୀ ମହାରାଜା ନରସିଂହପୁରର ପଞ୍ଚଦଶ ରାଜାଙ୍କୁ ‘ମାନସିଂହ ହରିଚନ୍ଦନ ମହାପାତ୍ର’ ପଦ ଦେଇଥିଲେ । ଏ ରାଜ୍ୟ ଓଡ଼ିଶା ରାଜାଙ୍କ ଅଧୀନରେ ଥିଲା । ଏ ରାଜବଂଶର ସନ୍ତକ ବୃଶ୍ଚିକ । ବାର୍ଷିକ ଆୟ ୬୬୦୦୦ ଟଙ୍କା ଏବଂ ବାର୍ଷିକ ରାଜସ୍ୱ ୧୪୫୦ ଟଙ୍କା ।

 

ନୟାଗଡ଼- କ୍ଷେତ୍ରଫଳ ୫୮୮ ବର୍ଗମାଇଲ । ଉତ୍ତରରେ ଖଣ୍ଡପଡ଼ା ଓ ପୁରୀ, ପୂର୍ବରେ ରଣପୁର, ଦକ୍ଷିଣରେ ପୁରୀ, ପଶ୍ଚିମରେ ଦଶପଲ୍ଲା ଓ ଗଞ୍ଜାମ । ମଧ୍ୟପ୍ରଦେଶର ରେବା ଜିଲ୍ଲାର ସୂର୍ଯ୍ୟମଣି ସିଂହ ଏ ରାଜ୍ୟ ସ୍ଥାପନ କରିଥିଲେ । ଦେଶର ଲୋକମାନେ ତାଙ୍କୁ ରାଜା ମନୋନୀତ କରିଥିଲେ ଏବଂ ସେ ଗୋଟିଏ ମାଳିର କନ୍ୟାକୁ ବିବାହ ହୋଇଥିଲେ । ସେ ମାଳି ଗ୍ରାମଦେବତୀଙ୍କ ସେବକ ଥିଲା ଏବଂ ବଗିଚା କାମ କରୁଥିଲା । ସ୍ତ୍ରୀ ମରିଯିବାରୁ ସେ କ୍ଷତ୍ରୀୟ ସ୍ତ୍ରୀ ବିବାହ କଲେ ଏବଂ ସେମାନଙ୍କ ବଂଶଧରମାନେ ବର୍ତ୍ତମାନ ରାଜତ୍ୱ କରୁଛନ୍ତି । ବାର୍ଷିକ ଆୟ୧୪୦୪୭୩ ଟଙ୍କା ଏବଂ ବାର୍ଷିକ ରାଜସ୍ୱ ୫୫୨୫ ଟଙ୍କା ।

 

ନୀଳଗିରି- କ୍ଷେତ୍ରଫଳ ୨୭୫ ବର୍ଗମାଇଲ । ଉତ୍ତରରେ ଏବଂ ପଶ୍ଚିମରେ ମୟୂରଭଞ୍ଜ, ପୂର୍ବରେ ଓ ଦକ୍ଷିଣରେ ବାଲେଶ୍ୱର । ୧୧୨୫ ଖ୍ରୀଷ୍ଟାବ୍ଦରେ ଛୋଟନାଗପୁରର ଦୁଇ ଭାଇ ଆସି ଏ ରାଜ୍ୟ ସ୍ଥାପନ କରିଥିଲେ । ମୋଗଲମାନଙ୍କ ସମୟରେ ରାଜସ୍ୱ ବାକି ହେବାରୁ କିଲା ମଙ୍ଗଳପୁରପାଟଣା ଓ ତାଳମୁଣ୍ଡା ପୃଥକ୍ ତହସିଲ ହୋଇଥିଲା । ସୁତରାଂ ରାଜ୍ୟ ପରିମାଣ ଅନେକ ଊଣା ହୋଇ ଯାଇଥିଲା । ମରହଟ୍ଟାମାନଙ୍କ ସମୟରେ ମୁଖରା ଖେଜୁରି, ଅରମଳା କୁଡ଼େଇ ଓ ବାଞ୍ଚାସ ପ୍ରଗନାମାନ ଏ ରାଜ୍ୟରୁ କିଛି କିଛି ସେମାନଙ୍କ ଜମିଦାରୀଭୁକ୍ତ କରିନେଲେ । ମୟୂରଭଞ୍ଜ ରାଜା ମଧ୍ୟ ଉତ୍ତର-ପଶ୍ଚିମ ସୀମାର କେତେକ ଅଂଶ ତାଙ୍କ ରାଜ୍ୟଭୁକ୍ତ କରିନେଲେ । ତ୍ରୟୋଦଶ ରାଜା ନାରାୟଣ ବସନ୍ତ ବିରାଟ ଭୁଜଙ୍ଗ ମାନଧାତା ଓଡ଼ିଶା ମହାରାଜାଙ୍କଠାରୁ ହରିଚନ୍ଦନ ପଦ ପାଇଥିଲେ । କାରଣ ସେ କଳାପାହାଡ଼ ଦୌରାତ୍ମ୍ୟରୁ ଓଡ଼ିଶା ମହାରାଜାଙ୍କଦ୍ୱାରା ନିର୍ମିତ ଉଦାରଚଣ୍ଡୀଙ୍କ ଦେଉଳ ରକ୍ଷା କରିଥିଲେ । ମୋଗଲମାନଙ୍କଠାରୁ ୧୬୧୧ ଖ୍ରୀଷ୍ଟାବ୍ଦରେ ମର୍ଦ୍ଦରାଜ ପଦ ପାଇଥିଲେ । ମରହଟ୍ଟାମାନେ ତ୍ରିଂଶ ରାଜାଙ୍କୁ ଫତେସିଂହ ବାହାଦୂର ପଦ ଦେଇଥିଲେ । ଯାମକୁଣ୍ଡ ଭୂୟାଁଙ୍କ ସହିତ ମରହଟ୍ଟାଙ୍କ ପକ୍ଷରେ ସାହାଯ୍ୟ କରି ଏ ପଦ ପାଇଥିଲେ । ବର୍ତ୍ତମାନ ମୟୂରଭଞ୍ଜର ଏକ ଭ୍ରାତା ପୋଷ୍ୟପୁତ୍ର ହୋଇ ଯାଇ ଏ ରାଜ୍ୟର ସିଂହାସନ ପାଇଛନ୍ତି ।

 

ପାଲଲହଡ଼ା- କ୍ଷେତ୍ରଫଳ ୪୫୨ ବର୍ଗମାଇଲ । ଉତ୍ତରରେ ବଣେଇଁ, ପୂର୍ବରେ କେନ୍ଦୁଝର, ଦକ୍ଷିଣରେ ତାଳଚେର, ପଶ୍ଚିମରେ ବାମଣ୍ଡା । ପ୍ରଧାନ ପର୍ବତ ମଳୟଗିରି ୩୮୯୫ଫୁଟ ଉଚ୍ଚ । ଧାରାନଗରରେ ସନ୍ତୋଷପାଳ ଅଷ୍ଟାଦଶ ଶତାବ୍ଦୀ ପୂର୍ବେ ଏ ରାଜ୍ୟ ସ୍ଥାପନ କରିଥିଲେ । ପ୍ରଥମେ ଏ ରାଜ୍ୟରେ ୧୯୮ ଗୋଟି ଗ୍ରାମ ଥିଲା । ମାତ୍ର ତାଳଚେର, ଢ଼େଙ୍କାନାଳ ଓ କେନ୍ଦୁଝର ରାଜାମାନେ ବଳପୂର୍ବକ ୧୩୧ ଗ୍ରାମ ନେଇଗଲେ । ବର୍ତ୍ତମାନ କେବଳ ୬୭ ଗ୍ରାମର ପରିମାଣ ୪୫୨ ବର୍ଗମାଇଲ । ଏମାନେ ପ୍ରଥମେ ଜମିଦାର ଥିଲେ । କେନ୍ଦୁଝର ମେଳି ବେଳେ ସରକାରଙ୍କୁ ସାହାଯ୍ୟ ଦେଇ ରାଜା ପଦ ପାଇଥିଲେ ଏବଂ ୧୦୭୪ ଖ୍ରୀଷ୍ଟାବ୍ଦରେ ପୁରୁଷାନୁକ୍ରମେ ରାଜା ପଦ ପାଇଲେ । ପ୍ରବାଦ ଅଛି ଯେ ସନ୍ତୋଷପାଳ ପୁରୀକୁ ଆସିଥିଲେ, ଫେରିଗଲାବେଳେ ଶବର, କନ୍ଧ, ମହାର, ଝରାମାନେ ତାଙ୍କୁ ରାଜପଦରେ ବରଣ କଲେ । ସେମାନଙ୍କ ଅନ୍ତର୍ବିବାଦ ଦମନ କରି ସେମାନଙ୍କୁ ଅଧୀନ କରାଇଲେ । ସେ ପାଳ ବା କୁଟା ଭିତରେ ଲୁଚି ରହି ଯୁଦ୍ଧ କରିଥିଲେ ବୋଲି ତାଙ୍କ ପଦ ପାଳ ହେଲା । ୧୬୬୮ ଖ୍ରୀଷ୍ଟାବ୍ଦରେ ମଣିପାଳ ଅପୁତ୍ରିକ ହୋଇଥିଲେ । ତାଙ୍କ ମାତା ଓ ଅନୁଚର ଅନ୍ତର ଭ୍ରାତା ନନ୍ଦପାଳମାନେ ୪ ବର୍ଷ ଶାସନ କଲେ । ଅନ୍ନପୂର୍ଣ୍ଣା ୧୮୧୫ ଖ୍ରୀଷ୍ଟାବ୍ଦରେ ମଲେ । ପାଲଲହଡ଼ା ଲୋକମାନେ କେନ୍ଦୁଝରର ଅଧୀନତା ଅସ୍ୱୀକାର କଲେ ଏବଂ କର୍ଣ୍ଣେଲ ଗିଲ୍‌ବର୍ଟଙ୍କଠାରେ ଦରଖାସ୍ତ କରିବାରୁ ତାଙ୍କ ହୁକୁମ ଅନୁସାରେ ପାଲଲହଡ଼ା ପୃଥକ୍ ହେଲା ଏବଂ ଲୋକମାନେ ତାଙ୍କର ରାଜା ମନୋନୀତ କଲେ । ସେମାନେ ବୈଦନାଥପାଳଙ୍କୁ ମନୋନୀତ କଲେ । ଏ ରାଜାଙ୍କ ସନ୍ତକ ସର୍ପ । ବାର୍ଷିକ ଆୟ ୩୮୦୦୦ ଟଙ୍କା । ବାର୍ଷିକ ରାଜସ୍ୱ ୨୬୭ ଟଙ୍କା ।

 

ପାଟଣା- କ୍ଷେତ୍ରଫଳ ୨୩୯୯ ବର୍ଗମାଇଲ । ଉତ୍ତରରେ ବୁଢ଼ାସମ୍ବର, ପୂର୍ବରେ ଯଶପୁର, ପଶ୍ଚିମରେ ଖଡ଼ିଆଳ, ଦକ୍ଷିଣରେ କଳାହାଣ୍ଡି । ପୂର୍ବେ ପାଟଣା ସର୍ବାପେକ୍ଷା ପ୍ରଧାନ ରାଜ୍ୟ ଥିଲା ଏବଂ ଅଠର ଗଡ଼ଜାତ ମଧ୍ୟରେ ମଧ୍ୟ ପ୍ରଧାନ ଥିଲା । ୬୦୦ ବର୍ଷ ପୂର୍ବେ ରମେଇଦେବ ଗାଦୀରେ ବସିଥିଲେ । ପାଟଣାର ପ୍ରସ୍ତରଖୋଦିତ ଲିପିରୁ ଜଣାଯାଏ ଯେ ୧୨୫୩ ଶକାବ୍ଦରେ ପାଟଣାରେ ଗଙ୍ଗବଂଶୀୟ ରାଜାମାନେ ରାଜତ୍ୱ କରୁଥିଲେ । ଚୋହାନମାନଙ୍କ ପୂର୍ବେ ସୂର୍ଯ୍ୟବଂଶୀୟ ରାଜାମାନେ ରାଜତ୍ୱ କରୁଥିଲେ । ଶାଲେଭଟ୍ଟରେ ବିରଞ୍ଚି ନାରାୟଣଙ୍କ ଦେଉଳ ଅଛି । ଏ ବଡ଼ ପ୍ରାଚୀନ ଦେଉଳ । ଦେଉଳଟିର ଗଠନ ସୋନପୁରର ବୈଦ୍ୟନାଥଙ୍କ ଦେଉଳ ପରି । ବୈଦ୍ୟନାଥଙ୍କ ଦେଉଳ ସୂର୍ଯ୍ୟବଂଶୀ ରାଜାଙ୍କଦ୍ୱାରା ନିର୍ମିତ ହୋଇଥିବା ସମ୍ବନ୍ଧେ ଉତ୍ତମ ପ୍ରମାଣ ଅଛି । ରାଣୀପୁରଝରିଆରେ ଯେଉଁ ପ୍ରାଚୀନ ଦେଉଳ ଅଛି ସେଥିରେ ସୋମେଶ୍ୱରଙ୍କ ନାମ ଉଲ୍ଲେଖ ଅଛି । ବସ୍ତର ରାଜ୍ୟରେ ଏପରି ଖୋଦିତ ଲିପି ମିଳେ । ସୁତରାଂ ଜଣାଯାଏ ବସ୍ତର ଓ ପାଟଣାର ଦକ୍ଷିଣାଂଶ ଏକ ରାଜା ଅଧୀନରେ ଥିଲା । ପ୍ରମାଣ ମିଳେ ଯେ ପାଟଣା କେତେବର୍ଷ ପୂର୍ବେ ଭିଜାଗାପଟମ୍ ରାଜାଙ୍କ ଅଧୀନରେ ଥିଲା । କନ୍ଧମାନେ କହନ୍ତି ସେମାନଙ୍କ ପିତୃପିତାମହମାନେ କଳିଙ୍ଗ ରାଜାଙ୍କୁ କର ଦେଉଥିଲେ । କେତେକ ତାମ୍ରଶାସନରୁ ଜଣାଯାଏ ଯେ ପାଟଣାର ବକତୀ ଗ୍ରାମ ଭିଜାଗପଟମର ରାଜା ଦାନ କରିଥିଲେ । ଭୋଜବଂଶୀୟ ରାଜାମାନେ ପାଟଣାରେ ରାଜତ୍ୱ କରିଥିବାର କଥିତ ହୁଏ । ପାଟଣାଗଡ଼ର ପୁଷ୍କରିଣୀ ନାମ ଭବସାଗର । ବୋଧହୁଏ ଭୋଜସାଗରର ଅପଭ୍ରଂଶ । ଚୋହାନ ରାଜତ୍ୱ ପୂର୍ବେ ପାଟଣା ଆଠମଲ୍ଲିକ ପ୍ରଣାଳୀରେ ଶାସିତ ହେଉଥିଲା । ଆଠଜଣ ଇଜିମାଲି ଅଧ୍ୟକ୍ଷ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ପୂର୍ଣ୍ଣ କ୍ଷମତା ପ୍ରକାଶ କରୁଥିଲେ । ପ୍ରତ୍ୟେକ ଗୋଟିଏ ଲେଖାଏଁ ଗଡ଼ର ଅଧିକାରୀ ଥିଲେ । ଏ ପ୍ରଥା ପରେ ରମେଇଦେବଙ୍କ ରାଜତ୍ୱ । କଥିତ ହୁଏ ଯେ ହମ୍ବିରଦେବ ସମ୍ବରଗଡ଼ରୁ ପଳାଇଆସି ଖଡ଼ିଆଳର ମାଣିକଗଡ଼ରେ ଅବସ୍ଥିତ ହେଲେ । ଥରେ ଯୁଦ୍ଧକୁ ଯିବା ପୂର୍ବରୁ ସେ ତାଙ୍କ ରାଣୀଙ୍କଠାରୁ ବିଦାୟ ନେଲେ ଏବଂ ସେ କହିଗଲେ, ‘ପାରା ଫେରିଆସିଲେ ମୁଁ ମୃତ ବୋଲି ଜାଣିବ ।’ ଯେତେବେଳେ ପାରା ଫେରିଆସିଲା, ରାଣୀ ଜାଣିଲେ ଯେ ରାଜା ମୃତ । ଛ’ଜଣ ରାଣୀ ରାମଦର ନାମକ ପୁଷ୍କରିଣୀରେ ବୁଡ଼ିମଲେ । ପାଟଣା ରାଜ୍ୟର ଉତ୍ତରରେ ନରସିଂହନାଥ ନିକଟରେ ଏହି ପୁଷ୍କରିଣୀ । ଅନ୍ୟ ରାଣୀ ଜଣକ ରାମୁଦ ଜଙ୍ଗଲ ନିକଟରେ ବୁଲୁଥିବାର ଦେଖାଗଲେ । ଏ ଜଙ୍ଗଲ ଖଡ଼ିଆଳ ଓ ପାଟଣା ନିକଟରେ । ଜଣେ ବିଂଝାଲ ତାଙ୍କୁ ରକ୍ଷାକଲା । କାଳକ୍ରମେ ତାଙ୍କଠାରୁ ଗୋଟିଏ ପୁତ୍ର ଜାତହେଲା-ରମାଇଦେବ । ଏହି ରମାଇଦେବ ଅନ୍ୟ ସାତ ମଲ୍ଲିକଙ୍କୁ ବଧ କଲେ ଏବଂ ସ୍ୱୟଂ ପ୍ରଧାନ ମଲ୍ଲିକ ହୋଇ ଚୌହାନ ବଂଶର ଶାସନ ଆରମ୍ଭ କଲେ-। ପାଟଣାର ତଦାନୀନ୍ତନ ରାଜା ରମେଇଙ୍କୁ ପୋଷ୍ୟପୁତ୍ର କଲେ ଏବଂ ରାଜ୍ୟ ଦେଲେ । ସେ ତଦାନୀନ୍ତନ ପୁରୀ ରାଜାଙ୍କ କନ୍ୟା ସହିତ ବିବାହ ହୋଇ ଆପଣାର କ୍ଷମତା ବଜାଏ ରଖିପାରିଥିଲେ । ରମେଇଦେବ ଓ ବଇଜଳଦେବ-୨ ଅର୍ଥାତ୍ ଦଶମ ମହାରାଜାଙ୍କ ରାଜତ୍ୱ ମଧ୍ୟରେ ପ୍ରାୟ ୩୦ ବର୍ଷ ମଧ୍ୟରେ ଅନେକ ରାଜ୍ୟ ପାଟ୍ଟଣା ସହିତ ଯୋଗଦେଇ ପାଟଣାର ଆକାର ବୃଦ୍ଧି ହେଲା । ଖଡ଼ିଆଳ ଓ ବିନ୍ଦ୍ରାନୂଆଗଡ଼ର ପଶ୍ଚିମଦିଗରେ ଫୁଲଝର, ଶରଣଗଡ଼ର ଉତ୍ତରରେ ବଣେଇ, ଗାଙ୍ଗପୁର, ବାମଣ୍ଡାର ଉତ୍ତର-ପୂର୍ବରେ । ଏ ସମସ୍ତ କରଦାୟୀ ହୋଇ ଅଧୀନ ହେଲେ । ରେଢ଼ାଖୋଲ ଓ ମହାନଦୀର ପଶ୍ଚିମ ତରଫରୁ କେତେକ ଅଂଶ ପାଟଣା ସହିତ ଯୋଗ ହେଲା । ଫୁଲଝରରେ ଗୋଟିଏ ଦୁର୍ଗ ନିର୍ମିତ ହେଲା ମହାନଦୀର ବାମପାର୍ଶ୍ୱରେ । ଚନ୍ଦ୍ରପୁର, ବଳପୂର୍ବକ ରତନପୁର ରାଜାଙ୍କଠାରୁ ନେଇଗଲେ । ଦ୍ୱାଦଶ ହୀରା ନରସିଂହଦେବ ଅଙ୍ଗନଦୀର ଉତ୍ତର ତରଫର ରାଜ୍ୟକୁ ସାନଭାଇ ବଳରାମଦେବଙ୍କୁ ଦେଇଥିଲେ । ବଳରାମ ସମ୍ବଲପୁର ରାଜ୍ୟ ସ୍ଥାପନ କରି, ଅନ୍ୟାନ୍ୟ ରାଜ୍ୟ ଯୋଗ କରି ଏକ କ୍ଷମତାଶାଳୀ ରାଜା ହେଲେ ଏବଂ କ୍ରମେ ପାଟଣାର କ୍ଷମତା ହ୍ରାସ ହେଲା ।

 

ରାଜପୁତାନାରେ ଶମ୍ବର ରାଜପୁତବଂଶୀୟ ଚୋହାନମାନଙ୍କର ପ୍ରଧାନ ବାସସ୍ଥାନ ଥିଲା ଏବଂ ମଧ୍ୟ ପ୍ରଦେଶର ମଣିପୁର ମଧ୍ୟ ସେହିପରି ପ୍ରଧାନସ୍ଥାନ ଥିଲା । ପାଟଣା ରାଜବଂଶର ‘କୋଶଳାନନ୍ଦ’ ନାମକ ଇତିହାସ ଅଛି । ସେଥିରୁ ଜଣାଯାଏ ବଇଜଳଦେବ ଅର୍ଥାତ୍ ରମେଇଦେବଙ୍କ ପରେ ତୃତୀୟ ରାଜା ବଡ଼ କ୍ଷମତାଶାଳୀ ଥିଲେ ଏବଂ ତାଙ୍କ ରାଜ୍ୟ ବହୁଦୂର ବିସ୍ତାର କରିଥିଲେ । ସେ ଓଡ଼ିଶାର ରାମଚନ୍ଦ୍ର ଓ ମହାଲିଙ୍ଗ ଗଜପତିମାନଙ୍କ ସହିତ ୬ ବର୍ଷ ଯୁଦ୍ଧ କରିଥିଲେ । ବାମଣ୍ଡା ୧୬ ଘର ହାତୀ କରସ୍ୱରୂପ ଦେଲେ । ଗାଙ୍ଗପୁର, ବଣାଇଁ ଓ ଅନ୍ୟାନ୍ୟ ନିକଟବର୍ତ୍ତୀ ରାଜାମାନେ ବିନା ଯୁଦ୍ଧରେ ବଶ୍ୟତା ସ୍ୱୀକାର କରିଥିଲେ । କଥିତ ହୁଏ ୨୭ ରାଜା ବଇଜଳଦେବଙ୍କ ବଶ୍ୟତା ସ୍ୱୀକାର କରିଥିଲେ । ଢେଙ୍କାନାଳ ପରାଜିତ ହୋଇଥିଲା । ସେ ସୋନପୁର ସୁବର୍ଣ୍ଣେଶ୍ୱର ମହାଦେବଙ୍କ ଦେଉଳ ତୋଳାଇଥିଲେ । ପ୍ରଥମ ବଇଜଳଦେବଙ୍କ ଉତ୍ତରାଧିକାରୀ ବତ୍ସ ରାଜଦେବ ଓଡ଼ିଶା ରାଜାଙ୍କଦ୍ୱାରା ପରାସ୍ତ ହେଲେ । ପର ଛଅ ରାଜାଙ୍କ ରାଜତ୍ୱବେଳେ କୌଣସି ବିଶେଷ ଘଟଣା ଘଟିନାହିଁ । ରାଜା ଭଞ୍ଜନ ହୀରାଧରଦେବଙ୍କୁ ପୁରୀର ଗଜପତି ଡକାଇ ନେଇ ୧୦ ମାସ କଏଦି କରିଥିଲେ । ହୀରାଧର ପରେ ଓଡ଼ିଶା ଆକ୍ରମଣ କରି ରାମଚନ୍ଦ୍ରଦେବଙ୍କୁ ପରାସ୍ତ କଲେ ଏବଂ ଅବଶେଷରେ ସନ୍ଧିସୂତ୍ରରେ ଆବଦ୍ଧ ହେଲେ ।

 

ଏହି ସମୟରେ ବସ୍ତର ସଙ୍ଗେ ଯୁଦ୍ଧ ହେଲା । ବସ୍ତର ରାଜା କଏଦି ହେଲେ ଏବଂ ମଲେ । ତାଙ୍କ ଭାଇ ବସ୍ତର ଗାଦିରେ ବସିଲେ ଏବଂ ବାର୍ଷିକ ୩୦୦୦ ଟଙ୍କା ରାଜସ୍ୱ ଦେବା ପାଇଁ ସ୍ୱୀକାର କଲେ । ଇତିମଧ୍ୟରେ ପାଟଣା ମହାରାଜା ଓଡ଼ିଶା ଗଜପତି ମୁକୁନ୍ଦଦେବଙ୍କ ଭଉଣୀକି ବିବାହ ହେଲେ । ଚତୁର୍ବିଂଶତି ମହାରାଜା ଭୂପାଳଦେବ ସାନଭାଇ ଯୁବରାଜ ସିଂହଙ୍କୁ ଜରାସିଙ୍ଗା ଜମିଦାରୀ ଖୋରାକ ପୋଷାକ ପାଇଁ ଦେଲେ । ଛଅ ପୁଅଙ୍କୁ ଆଗଳପୁର ଜମିଦାରୀ ଖୋରାକ ପୋଷାକ ପାଇଁ ଦେଲେ । ୧୭୫୫ ଖ୍ରୀଷ୍ଟାବ୍ଦରେ ପାଟଣା ରାଜ୍ୟ ନାଗପୁରର ମରହଟ୍ଟାମାନଙ୍କ ଅଧୀନ ହେଲା । ମାତ୍ର ୧୮୦୩ ଖ୍ରୀଷ୍ଟାବ୍ଦର ସନ୍ଧିବେଳେ ରଘୁଜୀ ଭୋଁସଲା ଇଂରେଜ ସରକାରଙ୍କୁ ଛାଡ଼ିଦେଲେ । ୧୮୦୬ ଖ୍ରୀଷ୍ଟାବ୍ଦରେ ମରହଟ୍ଟାମାନେ ପୁଣି ଏ ରାଜ୍ୟ ଫେରିପାଇଲେ ଏବଂ ୧୮୧୮ ଖ୍ରୀଷ୍ଟାବ୍ଦରେ ପୁଣି ଇଂରେଜମାନଙ୍କ ହସ୍ତଗତ ହେଲା । ଏହି ସମୟରେ ଅନେକ ଅଧୀନ ରାଜ୍ୟ ପାଟଣାରୁ ପୃଥକ୍ ହୋଇ ସ୍ୱାଧୀନ ହେଲେ । ୧୮୬୩ ଓ ୧୮୬୬ ଖ୍ରୀଷ୍ଟାବ୍ଦରେ ପାଟଣା ଫିଉଡ଼େଟରି ଷ୍ଟେଟ ହେଲା । ମହାରାଜା ହୀରାବଜ୍ରଦେବ ୧୮୬୭ ଖ୍ରୀଷ୍ଟାବ୍ଦରେ ମଲେ । ୧୮୬୯ ଖ୍ରୀଷ୍ଟାବ୍ଦରେ କନ୍ଧ ମେଳି ହେଲା । ମେଳି ସ୍ଥଗିତ ହେଲା; କିନ୍ତୁ ବିଶ୍ୱାସ ହେଲା ଯେ, ଲାଲ ବିଶ୍ୱନାଥସିଂହଙ୍କ ଦୌରାତ୍ମ୍ୟରୁ ଅନେକ ଲୋକ ମଲେ । ସୁତରାଂ ସେ ଓ ରାଜା ଗାଦିଚ୍ୟୁତ ହେଲେ ଏବଂ ୧୮୭୧ ଖ୍ରୀଷ୍ଟାବ୍ଦରେ ରାଜ୍ୟ କୋଟ୍ ଅଫ୍ ୱାଡ଼୍‌ସ ଅଧୀନ ହେଲା । ମହାରାଜା ପ୍ରତାପଦେବ ଅପୁତ୍ରିକ ହୋଇ ମଲେ । ତାଙ୍କ ଭାଇ ରାମଚନ୍ଦ୍ର୍ରସିଂହ ଦେବ ରାଜା ହେଲେ । ସେ ଅପୁତ୍ରିକ ହୋଇ ମଲେ । ତାଙ୍କ ଦାଦା ମହାରାଜା ଦଳଗଞ୍ଜନସିଂହ ରାଜା ହେଲେ । ୧୯୦୫ ଖ୍ରୀଷ୍ଟାବ୍ଦରେ ପାଟଣା ଓଡ଼ିଶା ସହିତ ଯୋଗହେଲା । ରାଜ୍ୟର ବାର୍ଷିକ ଆୟ ୨୨୯୩୭୮ ଟଙ୍କା । ଦେୟ ରାଜସ୍ୱ ବାର୍ଷିକ ୧୩୦୦୦ ଟଙ୍କା ।

 

ରେଢ଼ାଖୋଲ- କ୍ଷେତ୍ରଫଳ ୮୩୩ ବର୍ଗମାଇଲ । ଉତ୍ତରରେ ବାମଣ୍ଡା, ପୂର୍ବରେ ଆଠମଲ୍ଲିକ ଓ ଅନୁଗୁଳ, ପଶ୍ଚିମରେ ସମ୍ବଲପୁର ଓ ଦକ୍ଷିଣରେ ସୋନପୁର । ରେଢ଼ାଖୋଲ ସମ୍ବଲପୁରର ଅଧୀନ ଜମିଦାରୀ ଥିଲା, ପରେ ସ୍ୱାଧୀନ ହେଲା । ସନ୍ତକ ଶଙ୍ଖପଦ୍ମ । ବାର୍ଷିକ ଆୟ ୨୧୩୫୪ ଟଙ୍କା, ଦେୟ ରାଜସ୍ୱ ବର୍ଷକୁ ୨୦୦୦ ଟଙ୍କା ।

 

ରଣପୁର- କ୍ଷେତ୍ରଫଳ ୯୨୦୩ ବର୍ଗମାଇଲ । ଉତ୍ତର ପୂର୍ବ ଓ ଦକ୍ଷିଣରେ ପୁରୀ ଜିଲ୍ଲା, ପଶ୍ଚିମରେ ନୟାଗଡ଼ । ରଣପୁରର ରାଜବଂଶ ଅତି ପ୍ରାଚୀନ ବୋଲି କଥିତ ହୁଏ । ରାଜବଂଶାବଳୀରୁ ଜଣାଯାଏ ଏମାନେ ୩୬୦୦ ବର୍ଷ ହେଲା ରାଜତ୍ୱ କରି ଆସୁଛନ୍ତି । ବେଣୁ ରାଜବଂଶର ବିଶ୍ୱାବସୁ ଓ ବିଶ୍ୱବାସବ ନାମକ ଦୁଇ ଭ୍ରାତା ନୀଳଗିରି ପାହାଡ଼ରେ ବାସ କରୁଥିଲେ । ମାତ୍ର ସେମାନେ ସେଠାରୁ ତାଡ଼ିତ ହେଲେ । ବିଶ୍ୱବାସବ କେତେ ଜଣ ସଙ୍ଗୀ ନେଇ ପଳାୟନ କଲେ ଏବଂ ମଣିନାଗ ପାହାଡ଼ରେ ବାସ କଲେ । ଏଠାର ଭୂୟାଁମାନଙ୍କୁ କ୍ରମେ ଜୟ କରି ଏଠାରେ ଅବସ୍ଥିତି କଲେ । ଦିନେ ବିଶ୍ୱବାସକ ଅରଣ୍ୟରେ ଭ୍ରମଣ କରୁଥିବା ସମୟରେ ଗୋଟିଏ ଠାକୁରାଣୀ ମୂର୍ତ୍ତି ପାଇ ମଣିନାଗ ପର୍ବତକୁ ନେଲେ ଏବଂ ସେଠାରେ ପୂଜା କଲେ । ଠାକୁରାଣୀ ସନ୍ତୁଷ୍ଟ ହୋଇ ସ୍ୱପ୍ନରେ ବର ଦେଲେ ଏବଂ କହିଲେ, ‘ପୁତ୍ର! ସମୟରେ ଏ ରାଜ୍ୟ ରଣାସୁରର ଥିଲା, ମାତ୍ର ତୁ ବର୍ତ୍ତମାନ ଏଠାରେ ରହ ଏବଂ ପର୍ବତର ପୂର୍ବ ଦିଗରେ ଗ୍ରାମ ସ୍ଥାପନ କର ।’ ବିଶ୍ୱବାସବ ତଦନୁସାରେ ଗ୍ରାମ ବସାଇ ରଣପୁର ନାମ ଦେଲେ । କପିଳସଂହିତାରେ ଉଲ୍ଲେଖ ଅଛି ଯେ କଳି ପ୍ରାରମ୍ଭରୁ ୧୧୭୪ ବର୍ଷ ପରେ ଏ ରାଜ୍ୟ ସ୍ଥାପିତ ହୋଇଥିଲା । ପ୍ରଥମରେ ଏହାର ସୀମା ନିମ୍ନଲିଖିତ ମତେ ଥିଲା- ଦକ୍ଷିଣରେ ବୋଇତ ପାହାଡ଼ ଓ ହଳଦୀ ନଦୀ, ପଶ୍ଚିମରେ କୁସୁମ ନଦୀ, ଉତ୍ତରରେ ହଡ଼ା ନଦୀ, ପୂର୍ବରେ କଣ୍ଟେଇ ନାଳ ଓ ଚମ୍ପାଭୂଇଁ ପାହାଡ଼ । କଥିତ ହୁଏ, ଏ ରାଜ୍ୟର କ୍ଷେତ୍ରଫଳ ପୂର୍ବେ ଅଧିକ ଥିଲା । ଏକ ସମୟରେ ପୂର୍ବସୀମା ଦୟାନଦୀ, ଉତ୍ତରସୀମା ବାଙ୍କି ଏବଂ ଦକ୍ଷିଣସୀମା ଚିଲିକା ହ୍ରଦ ଥିଲା । ଜଣେ ମରିଗଲେ ତାଙ୍କର ଗୋଟିଏ ସମାଧି ମନ୍ଦିର ନିର୍ମିତ ହୁଏ । ପ୍ରଥମ ୫୪ ଜଣ ରାଜା ୧୭୪୩ ବର୍ଷ ରାଜତ୍ୱ କରିଥିଲେ । ରାଜା ଅନନ୍ତ ସିଂହଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ହରିହର ସିଂହ ୧୬ ଖ୍ରୀଷ୍ଟାବ୍ଦରେ ଗାଦୀରେ ବସିଲେ । ନିଧିସିଂହ ୮୫ ରାଜା । ବଉଦ ରାଜା ଅର୍ଜୁନ ଭଞ୍ଜ ତାଙ୍କୁ ପରାଜୟ କରି ରଣପୁର ଜୟ କଲେ । ତାଙ୍କ ପୁତ୍ର ପିତାମ୍ବର ସିଂହ ରାଜ୍ୟ ଫେରି ପାଇଲେ ଏବଂ ରଣପୁରରେ ରାଜା ହେଲେ । ସେ ୫୦ ବର୍ଷ ରାଜତ୍ୱ ପରେ ୧୧୦୮ ଖ୍ରୀଷ୍ଟାବ୍ଦରେ ମଲେ । ଦ୍ୱାଦଶ ଶତାବ୍ଦୀରେ ଓଡ଼ିଶା ରାଜା ଅନଙ୍ଗଭୀମଦେବ ତାଙ୍କୁ ‘ନରେନ୍ଦ୍ର’ ପଦ ଦେଲେ ଏବଂ ସେ ସାମନ୍ତ ରାଜାଙ୍କ ମଧ୍ୟରେ ଗଣ୍ୟ ହେଲେ । କାରଣ ସେ ଯୁଦ୍ଧରେ ବିଶେଷ ପରାକ୍ରମ ଦେଖାଇଥିଲେ । ସେହି ସମୟରୁ ରଣପୁର ରାଜା ‘ନରେନ୍ଦ୍ର’ ପଦ ପାଇ ଆସୁଛନ୍ତି । ୧୪୩୭ ଖ୍ରୀଷ୍ଟାବ୍ଦରେ ରାଜା ରାମଚନ୍ଦ୍ର ନରେନ୍ଦ୍ର ଗାଦିରେ ବସିଲେ । ସେ ୯୬ ରାଜା ଥିଲେ । ସେ ବଡ଼ ଜ୍ୟୋତିର୍ବେତ୍ତା ଥିଲେ । ତାଙ୍କ ପୁତ୍ର ୪୯ ବର୍ଷ ରାଜତ୍ୱ କରିଥିଲେ ଏବଂ ୧୫୨୫ ଖ୍ରୀଷ୍ଟାବ୍ଦରେ ମଲେ । ତାଙ୍କ ପୁତ୍ର ବନମାଳୀ ନରେନ୍ଦ୍ର ରାଜା ହେଲେ । ସେ ଶିଳ୍ପକାର୍ଯ୍ୟରେ ବଡ଼ ଦକ୍ଷ ଥିଲେ ଏବଂ ତାଙ୍କ ହସ୍ତନିର୍ମିତ ପ୍ରସ୍ତର ମୂର୍ତ୍ତି ରାଜ୍ୟର ନାନା ସ୍ଥାନରେ ଦେଖାଯାଏ । ରାମଚନ୍ଦ୍ର ନରେନ୍ଦ୍ର ଖ୍ରୀଷ୍ଟାବ୍ଦ ୧୬୯୨ଠାରୁ ୧୭୨୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ରାଜତ୍ୱବେଳେ ଖୋର୍ଦ୍ଧାର ଅନେକ ମୁସଲାନ ପ୍ରଜା ମୁସଲମାନମାନଙ୍କ ଅତ୍ୟାଚାରରୁ ପଳାଇ ଯାଇ ରଣପୁରରେ ଆଶ୍ରୟ ନେଲେ । ତାଙ୍କ ପରେ ସାରଙ୍ଗଧର ବଜ୍ରଧର ନରେନ୍ଦ୍ର ରାଜା ହେଲେ । ସେ ୧୭୨୭-୧୭୫୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କଲେ । ତାଙ୍କ ରାଜତ୍ୱ ସମୟରେ ମରହଟ୍ଟାମାନେ ଓଡ଼ିଶା ଅଧିକାର କଲେ । ସାରଙ୍ଗଧର ମହାନଦୀ କୂଳରେ ରଘୁଜୀ ଭୋଁସଲାଙ୍କ ସହିତ ସାକ୍ଷାତ୍‍ କଲେ ଏବଂ କଥିତ ହୁଏ ଆପଣା ବଳ ଦେଖାଇବା ଉଦ୍ଦେଶ୍ୟରେ ଆଖୁଗଛଦ୍ୱାରା ଗୋଟିଏ ମହିଷ ମାରି ପକାଇଲେ । ସୁତରାଂ ରଘୁଜୀ ପ୍ରୀତ ହୋଇ ‘ବଜ୍ରଧର’ ଉପାଧି ଦେଲେ । ରାଜା କୃଷ୍ଣଚନ୍ଦ୍ରସିଂହ ଦେବ ବୀରବର ବଜ୍ରଧର ନରେନ୍ଦ୍ର ମହାପାତ୍ର ୧୮୯୯ ଖ୍ରୀଷ୍ଟାବ୍ଦରେ ଗାଦିରେ ବସିଲେ । ରାଜବଂଶର ସନ୍ତକ ତରବାରୀ । ଉପାଧି ବଜ୍ରଧର ନରେନ୍ଦ୍ର । ରାଜ୍ୟର ବାର୍ଷିକ ଆୟ ୫୪୦୦୦ଟଙ୍କା ଏବଂ ବାର୍ଷିକ ଦେୟ ରାଜସ୍ୱ ୧୪୦୧ ଟଙ୍କା ।

 

ତାଳଚେର- କ୍ଷେତ୍ରଫଳ ୩୯୯ ବର୍ଗମାଇଲ । ଉତ୍ତରରେ ବାମଣ୍ଡା ଏବଂ ପାଲଲହଡ଼ା, ପୂର୍ବରେ ଢେଙ୍କାନାଳ, ଦକ୍ଷିଣରେ ଓ ପଶ୍ଚିମରେ ଅନୁଗୁଳ । ପ୍ରଧାନ ନଦୀ ବ୍ରାହ୍ମଣୀ । କିମ୍ବଦନ୍ତୀ ଅଛି ଯେ ଜୟପୁର ରାଜାଙ୍କ ଚାରି ପୁତ୍ର ଜଗନ୍ନାଥ ଦର୍ଶନ ଲାଗି ପୁରୀ ଆସିଥିଲେ । ସେମାନେ ସୂର୍ଯ୍ୟବଂଶୀ ଓ ରାଣା ଠାକୁରଙ୍କ ବଂଶ ବୋଲି ବଡ଼ ଗର୍ବ କରୁଥିଲେ ଏବଂ ସେହିହେତୁ ପୁରୀ ରାଜାଙ୍କୁ ଦଣ୍ଡବତ କଲେ ନାହିଁ । ପୁରୀ ରାଜା ସେମାନଙ୍କୁ ଜଗନ୍ନାଥ ଦର୍ଶନ କରିବାକୁ ଦେଲେ ନାହିଁ ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣ ନିହତ ହେଲେ । ଅନ୍ୟ ଦୁଇଭାଇ ପଳାୟନ କରି ଢେଙ୍କାନାଳର ନାଧରାରେ ରହିଲେ ଏବଂ ସେଠାରେ ଦୁର୍ଗନଗରୀ ନାମକ ଦୁର୍ଗ ନିର୍ମାଣ କଲେ । ସେମାନେ ଦୁର୍ଗ ନିକଟରେ ଗୋଟିଏ ଦେଉଳ ନିର୍ମାଣ କଲେ ଏବଂ ସେଠାରେ ରାମଚଣ୍ଡୀ ଠାକୁରାଣୀଙ୍କର ପ୍ରତିଷ୍ଠା କଲେ । ଏ ଠାକୁରାଣୀ ଢେଙ୍କାନାଳରେ ଅଛନ୍ତି । ରାଜ୍ୟ ବସିଲାବେଳେ ଉତ୍ତରସୀମା ବାମଣ୍ଡାର ଗଙ୍ଗାନାଳ ପର୍ଯ୍ୟନ୍ତ ଥିଲା । ଦକ୍ଷିଣସୀମା ଢେଙ୍କାନାଳର କାମଳାଙ୍ଗ ପର୍ଯ୍ୟନ୍ତ ଥିଲା । ପୂର୍ବରେ ଢେଙ୍କାନାଳର ଆଲଟମା ପର୍ଯ୍ୟନ୍ତ ଥିଲା, ପଶ୍ଚିମସୀମା ବାମଣ୍ଡା ଓ ଅନୁଗୁଳ ପର୍ଯ୍ୟନ୍ତ ଥିଲା । ପୁରୀ ରାଜା ତାଳଚେର ରାଜାଙ୍କ ସହିତ ଯୁଦ୍ଧ କରି ଜୟୀ ହେଲେ ଏବଂ ନାଧରା ରାମଚଣ୍ଡୀ, ପରଜଙ୍ଗ, ପଲାଶୁଣୀ ଓ ସୁବଳୟା ଅଧିକାର କରି ଢେଙ୍କାନାଳ ରାଜାଙ୍କୁ ଅର୍ପଣ କଲେ । ଗାଙ୍ଗନାଳ ବାମଣ୍ଡା ରାଜା ନେଇଗଲେ ।

 

ଏ ରାଜବଂଶ ସୋନପୁର ରାଜ୍ୟର ସୁବଳୟା ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ, ମାତ୍ର କାଳକ୍ରମେ ସେଠାରୁ ବିତାଡ଼ିତ ହେଲେ । କିମ୍ବଦନ୍ତୀ ଅଛି ଯେ ଏ ବଂଶର ଜଣେ ରାଜା ବ୍ରାହ୍ମଣୀ ନଦୀ ପାର ହୋଇ ଶିକାରକୁ ଯାଇଥିଲେ । ତାଳେଶ୍ୱରୀ ଠାକୁରାଣୀଙ୍କ ନିକଟରେ ରାଜାଙ୍କ କୁକୁରକୁ ଠେକୁଆ ମାରି ପକାଇଲା । ରାଜା ସେଠାରେ ଗୋଟିଏ ଦୁର୍ଗ ନିର୍ମାଣ କରାଇଲେ । କେତେଦିନ ପରେ ସ୍ଥାନୀୟ କନ୍ଧମାନଙ୍କଦ୍ୱାରା ପରାଜିତ ହୋଇ ପଳାୟନ କଲେ । ଦିନେ ଜଙ୍ଗଲରେ ଶୋଇଥିବାବେଳେ ହେଙ୍ଗୁଳା ଦେବୀ ସ୍ୱପ୍ନରେ କହିଲେ, ‘ତୁମ୍ଭେ ଯେବେ ମୋତେ ଓ କାଳେଶ୍ୱରୀ ଦେବୀଙ୍କୁ ପୂଜା କରିବ, ତେବେ ଶତ୍ରୁକୁ ଜିଣିବ । ଏ ସ୍ଥାନ ନାମ ତାଳଚେର ହେବ ।’ ରାଜା ଏହି ବର ପାଇ ଯୁଦ୍ଧକଲେ । ଯୁଦ୍ଧ ବେଳେ ହେଙ୍ଗୁଳା ଦେବୀ ବ୍ୟାଘ୍ରରୂପରେ ଶତ୍ରୁକୁ ନିହତ କଲେ । ପରେ ରାଜା ଶୋଇଥିବା ବେଳେ ଦେବୀ ପୁଣି ସ୍ୱପ୍ନରେ ଦେଖାଦେଇ କହିଲେ ଯେ, ‘ଯେଉଁ ବ୍ୟାଘ୍ର ଶତ୍ରୁ ନିହତ କଲା, ସେ ବ୍ୟାଘ୍ର ନୁହେଁ, ସେ ସ୍ୱୟଂ ଠାକୁରାଣୀ । ରାଜା ସ୍ଥାନର ନାମ ଦେଲେ ତାଳଚେର ଏବଂ ପଦ୍ମନାଭପୁର ଗ୍ରାମ ବ୍ରାହ୍ମଣମାନଙ୍କୁ ଦାନ ଦେଲେ ।

 

ତାଳଚେର ରାଜଧାନୀଠାରୁ ଦକ୍ଷିଣ-ପଶ୍ଚିମ ୧୪ ମାଇଲ ଦୂରରେ ହେଙ୍ଗୁଳା ଦେବୀ ପୂଜା ପାଉଛନ୍ତି । ଠାକୁରାଣୀଙ୍କ ବିଜୟସ୍ଥଳୀ ଦୁଇ ତିନି ମାଇଲ ବିସ୍ତୃତ । କୋଇଲା ଜମି ଉପରେ ଦେଖାଯାଏ । ସେ ସ୍ଥାନରେ ଧୂମ ବାହାରିବାର ଦେଖାଯାଏ । ଚୈତ୍ରମାସ ପୂର୍ଣ୍ଣିମାଦିନ ପୂଜା ହୁଏ । ରାଜବଂଶର ସନ୍ତକ ବ୍ୟାଘ୍ର-। ବାର୍ଷିକ ଆୟ ୬୫୦୦୦ ଟଙ୍କା ଏବଂ ଦେୟ ରାଜସ୍ୱ ୧୦୪୦ ଟଙ୍କା ।

 

ତିଗିରିଆ- କ୍ଷେତ୍ରଫଳ ୪୬ ବର୍ଗମାଇଲ । ଉତ୍ତରରେ ଢେଙ୍କାନାଳ, ପୂର୍ବରେ ଆଠଗଡ଼, ଦକ୍ଷିଣରେ ମହାନଦୀ ଏବଂ ପଶ୍ଚିମରେ ବଡ଼ାମ୍ବା ।

 

ନିତ୍ୟାନନ୍ଦ ତୁଙ୍ଗ ଏବଂ ତାଙ୍କ ସାନଭାଇ ଜଗନ୍ନାଥ ଦର୍ଶନକୁ ଆସିଥିଲେ । ବଡ଼ଭାଇଙ୍କି ଜଗନ୍ନାଥ ମହାପ୍ରଭୁ ଦିନେ ସ୍ୱପ୍ନରେ କହିଲେ ଯେ, ପୁରୀର ଚିତ୍ରୋତ୍ପଳା ନଦୀର ପଶ୍ଚିମ ପାର୍ଶ୍ୱସ୍ଥ ତ୍ରିଗୃହ୍ୟ ରାଜ୍ୟର ସିଂହାସନରେ ସେ ଅଧିକାରୀ ହେବେ, କାରଣ ସେ ବିଧର୍ମୀ ଥିଲେ । ନିତ୍ୟାନନ୍ଦ ୧୨୪୬ ଖ୍ରୀଷ୍ଟାବ୍ଦରେ ଏଠାରେ ରାଜ୍ୟ ବସାଇଲେ । ବିବାହ ଯୌତୁକ ଓ ଖୋରାକ ପୋଷାକ ଖଞ୍ଜା ହେବାଦ୍ୱାରା ରାଜ୍ୟର ସୀମା ସଙ୍କୁଚିତ ହୋଇଛି । ତିଗିରିଆ ରାଜା ମରହଟ୍ଟା ସର୍ଦ୍ଦାର ଚିମନ୍‌ଜୀଙ୍କ ସାହାଯ୍ୟ ନେଇ ଢେଙ୍କାନାଳ ବିପକ୍ଷରେ ଯୁଦ୍ଧ କରିଥିଲେ । ରାଜା ସଙ୍କର୍ଷଣଙ୍କୁ ମରହଟ୍ଟାମାନେ ମହାପାତ୍ର ଉପାଧି ଦେଇଥିଲେ ଏବଂ ତାଙ୍କ ଦେୟ ରାଜସ୍ୱ ଚିରସ୍ଥାୟୀ କରି ଦେଇଥିଲେ । ରାଜା ଗହଣ ବିଜେ ହେଲେ କଳା ଛତି, କାହାଳୀ ଇତ୍ୟାଦି ବଜାଇ ବାହାରିବାର ସନନ୍ଦ ପାଇଥିଲେ । ବାଣପୁର ରାଜାଙ୍କୁ ଦମନ କରିବା ବିଷୟରେ ତିଗିରିଆ ରାଜା ଓଡ଼ିଶା ରାଜାଙ୍କୁ ସାହାଯ୍ୟ ଦେଇଥିଲେ । ରାଜା ଜଗନ୍ନାଥ ଚମ୍ପତି ସିଂହ ଡମ୍ପଡ଼ା ରାଜାଙ୍କ ବିପକ୍ଷରେ ଓଡ଼ିଶା ରାଜାଙ୍କୁ ସାହାଯ୍ୟ ଦେଇ ଜଗନ୍ନାଥ ଦେବଙ୍କ ବଡ଼ପରିଚ୍ଛା ସେବା ପାଇଥିଲେ । ତିଗିରିଆ ‘ତିଗିରି’ର ଅପଭ୍ରଂଶ । କେହି କେହି କହନ୍ତି ‘ତ୍ରିଗଡ଼’ର ଅପଭ୍ରଂଶ । ଏ ରାଜାମାନେ କ୍ଷତ୍ରୀୟ । ଏମାନଙ୍କ ସନ୍ତକ ‘ଶସ୍ତ୍ରପଞ୍ଚ’ । ବାର୍ଷିକ ଆୟ ୧୦୦୦୦ ଟଙ୍କା, ସରକାରଙ୍କୁ ଦେୟ ରାଜସ୍ୱ ବର୍ଷକୁ ୮୮୨ ଟଙ୍କା ।

 

ଏ ସମସ୍ତ ଗଡ଼ଜାତମାନଙ୍କ କ୍ଷେତ୍ରଫଳ ୨୮୦୪୪ ବର୍ଗମାଇଲ । ଲୋକସଂଖ୍ୟା ୩୧୭୩୩୯୫ । ମୋଟ ଆୟ ୧୮୯୨-୯୩ ଖ୍ରୀଷ୍ଟାବ୍ଦରେ ଟ ୧୬୧୨୪୪୩C:\Users\Ova 10\Desktop\-୦-୦-.jpg ଓ ୧୯୦୧-୨ରେ ଟ ୨୭୦୯୫୫୦C:\Users\Ova 10\Desktop\-୦-୦-.jpg ଏବଂ ୧୯୦୭-୮ରେ ଟ ୪୧୪୩୩୮୫C:\Users\Ova 10\Desktop\-୦-୦-.jpg

 

ସମ୍ବଲପୁର- କ୍ଷେତ୍ରଫଳ ୩୮୨୬ ବର୍ଗମାଇଲ । ଲୋକସଂଖ୍ୟା ୬୩୮୯୯୨ । ପୂର୍ବେ ସମ୍ବଲପୁର ମଧ୍ୟପ୍ରଦେଶର ଛତିଶଗଡ଼ ବିଭାଗର ଅନ୍ତର୍ଗତ ଥିଲା । ଏବଂ ତେତେବେଳେ ତାହାର ଆୟତନ ୪୯୬୦ ବର୍ଗମାଇଲ ଓ ଲୋକସଂଖ୍ୟା ୮୧୯୬୯୮ ଥିଲା । ୧୯୦୫ ଖ୍ରୀଷ୍ଟାବ୍ଦରେ ଫୁଲଝର, ଚନ୍ଦ୍ରପୁର, ପଦ୍ମପୁର ଓ ମାଲଖରୋଡ଼ା (୧୧୩୬ ବର୍ଗମାଇଲ) ବ୍ୟତୀତ ସମ୍ବଲପୁରର ସମସ୍ତ ଅଂଶ ବଙ୍ଗଳା ପ୍ରଦେଶର ଅନ୍ତର୍ଗତ ହୋଇ ଓଡ଼ିଶା ସହିତ ମିଶ୍ରିତ ହେଲା । ଶାସନକାର୍ଯ୍ୟ ସକାଶେ ସମ୍ବଲପୁର ଦୁଇ ବିଭାଗରେ ବିଭକ୍ତ ହୋଇଛି । ଯଥା- ସମ୍ବଲପୁର ଓ ବରଗଡ଼ ଅର୍ଥାତ୍ ଉତ୍ତର ତୀର ଓ ଦକ୍ଷିଣ ତୀର । ପ୍ରଧାନ ନଗର ସମ୍ବଲପୁର । ସମଲାଇ ଠାକୁରାଣୀଙ୍କ ନାମାନୁସାରେ ଏହାର ନାମ ସମ୍ବଲପୁର ହୋଇଛି । ଶିମିଳି ଗଛ ମୂଳରେ ଠାକୁରାଣୀ ପ୍ରତିଷ୍ଠିତ ହୋଇଥିବାରୁ ତାଙ୍କ ନାମ ସମଲାଈ । ସମ୍ବଲପୁରର ଉତ୍ତରରେ ରାଇପୁର ଜିଲ୍ଲା, ଉତ୍ତର-ପଶ୍ଚିମରେ ସାରଙ୍ଗଗଡ଼, ଉତ୍ତର ଓ ଉତ୍ତର ପୂର୍ବରେ ଗାଙ୍ଗପୁର, ଦକ୍ଷିଣ ଓ ଦକ୍ଷିଣ ପୂର୍ବରେ ବାମଣ୍ଡା, ରେଢ଼ାଖୋଲ, ସୋନପୁର ଓ ପାଟଣା । ଏ ରାଜ୍ୟର ପ୍ରଧାନ ନଦୀ ମହାନଦୀ ଓ ପ୍ରଧାନ ପାହାଡ଼ ବାରପାହାଡ଼ । ଦକ୍ଷିଣ-ପଶ୍ଚିମରେ ଅନେକ ପର୍ବତଶ୍ରେଣୀ ବିରାଜିତ । ଏ ପାହାଡ଼ ସମ୍ବଲପୁର ଓ ଛତିଶଗଡ଼ ମଧ୍ୟରେ ପ୍ରଧାନ ସୀମା । ଚତିଶଗଡ଼ରେ ହିନ୍ଦୀଭାଷା, ସମ୍ବଲପୁରରେ ଓଡ଼ିଆ ଭାଷା । ରାୟପୁରରେ କଳାମାଟି ଓ ସମ୍ବଲପୁରରେ ବାଲିଆ ମାଟି । ବାରପାହାଡ଼ ଦୈର୍ଘ୍ୟ ୧୨ ମାଇଲ, ଉଚ୍ଚତା ୨୨୬୭ ଫୁଟ ।

 

ମହାନଦୀ ଓ ଇବ୍‌ନଦୀ ଶଯ୍ୟାରେ ସ୍ୱର୍ଣ୍ଣ ମିଳେ । ଲୋକମାନେ ମାଟି ଧୋଇ ସ୍ୱର୍ଣ୍ଣକଣିକା ବାହାର କରନ୍ତି । ସମ୍ବଲପୁର ଜିଲ୍ଲା ହୀରାପାଇଁ ବିଖ୍ୟାତ । ଭାରତରେ ଯେଉଁଠି ହୀରା ମିଳେ ତହିଁ ମଧ୍ୟରେ ସମ୍ବଲପୁରର ହୀରା ବିଶୁଦ୍ଧ । ୧୭୬୬ ଖ୍ରୀଷ୍ଟାବ୍ଦରେ କ୍ଲାଇବ ସାହେବ ସମ୍ବଲପୁର ହୀରା କିଣିବା ଲାଗି ମାଟିସାହେବଙ୍କୁ ପଠାଇଥିଲେ । ମହାନଦୀ ଓ ଇବ୍‌ନଦୀର ସଂଯୋଗ ସ୍ଥାନରୁ ମିଳିଥିବା ହୀରା ମଧ୍ୟରୁ କେତେକ କିଣି ନେଇଥିଲେ । ୧୮୦୪ ଓ ୧୮୨୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ମହାନଦୀରୁ ଯେଉଁ ହୀରା ମିଳିଥିଲା ସେ ବିଷୟ ଇଷ୍ଟଇଣ୍ଡିଆ କମ୍ପାନୀଙ୍କ ଜଣେ କର୍ମଚାରୀ ବ୍ରିଟେନ୍ ସାହେବ ବର୍ଣ୍ଣନା କରିଥିଲେ । ସେଥିରୁ ଜଣାଯାଏ ମରହଟ୍ଟା ସେନାଧ୍ୟକ୍ଷ ୧୮୦୯ ଖ୍ରୀଷ୍ଟାବ୍ଦରେ ଖଣ୍ଡେ ହୀରା ପାଇଥିଲେ, ‘ ଓଜନ ୬୭୨ ଗ୍ରେନ୍ ବା ୨୦୦୭ କାରାଟ୍ । ପରେ ଏ ହୀରା କ’ଣ ହେଲା ସେ ବିଷୟ କିଛି ଜଣା ନାହିଁ । ଯେତେ ବେଶି ଓଜନର ହୀରା ମିଳିଛି ସର୍ବାପେକ୍ଷା ଏହାର ଓଜନ ବେଶି । ସମ୍ବଲପୁରର ରାଣୀ ୨୮୮ ଓ ୩୦୮ ଗ୍ରେନର ହୀରା ପାଇଥିଲେ । ୧୮୧୮ ଖ୍ରୀଷ୍ଟାବ୍ଦରେ ଇଂରେଜ ଗଭର୍ଣ୍ଣମେଣ୍ଟଙ୍କ ନିକଟକୁ ଖଣ୍ଡେ ହୀରା ପଠା ଯାଇଥିଲା । ‘ ଓଜନ ୮୦ ଗ୍ରେନ୍‌, ମୂଲ୍ୟ ୫୦୦ ଟଙ୍କା ।

 

କିପରି ହୀରା ଆମଦାନୀ ହେଉଥିଲା ତହିଁର ବିବରଣ ପ୍ରଫେସର ବଲ ସାହେବ ନିମ୍ନଲିଖିତ ମତେ ଦେଇଛନ୍ତି । ମହାନଦୀର କେନ୍ଦ୍ର ଝୁନାନ୍ ନିକଟରେ ହୀରାଖଣ୍ଡ ନାମକ ଗୋଟିଏ ଦ୍ୱୀପ ଅଛି । ଏହାର ଦୈର୍ଘ୍ୟ ୪ ମାଇଲ ଏବଂ ତେତେ ଦୂର ଯାଏ ନଦୀ ଦୁଇଟି ଭାଗରେ ବିଭକ୍ତ ହୋଇଛି । ମାର୍ଚ୍ଚ ମାସରେ ଅନ୍ୟାନ୍ୟ କାର୍ଯ୍ୟ ନ ଥିବା ବେଳେ, ଯେତେବେଳେ ପାଣି ନଦୀଶଯ୍ୟାରେ ରହେ, ଅନେକ ଲୋକ, ପ୍ରାୟ ୪୦୦୦ ଏକତ୍ରୀତ ହୋଇ ନଦୀର ଉତ୍ତର ଶାଖା ମୁହଁରେ ଗୋଟିଏ ବନ୍ଧ ପକାନ୍ତି । ସୁତରାଂ ଏ ଶାଖାର ଜଳ ଦକ୍ଷିଣ ଶାଖାକୁ ଚାଲିଆସେ । ଉତ୍ତର ଶାଖାରେ ଖାଲିଜାଗାମାନଙ୍କରେ ସ୍ଥାନେ ସ୍ଥାନେ ଜଳ ଜମି ରହେ । ଖାଲମାନଙ୍କରେ ଯେଉଁ ପାଣି ଜମିରହେ ସେଥିରେ ଲୋକମାନେ ପର୍ବତରୁ ଗଡ଼ି ଆସିଥିବା ବାଲିଗରଡ଼ା ପ୍ରଭୃତିକୁ ଧୁଅନ୍ତି । ପ୍ରଧାନତଃ ସ୍ତ୍ରୀଲୋକମାନେ ଏହି ଧୋଇବା କାର୍ଯ୍ୟ କରନ୍ତି । ସୁନା ଧୋଇବା କାର୍ଯ୍ୟ ଯେଉଁଥିରେ ହୁଏ ହୀରାଧୁଆ କାର୍ଯ୍ୟ ତଦ୍ଦ୍ୱାରା ହୁଏ । ସୁନା ମିଳିଲେ ଧୋଇବା ଲୋକ ନିଏ, ହୀରା ପାଇବା ଲୋକ ଖଣ୍ଡେ ଗ୍ରାମ ପୁରସ୍କାର ପାଏ । ଯେଉଁମାନେ ଏପରି ଗ୍ରାମ ପୁରସ୍କାର ପାଆନ୍ତି ସେମାନେ ଉକ୍ତ ଗ୍ରାମମାନ ନିଷ୍କର ଭୋଗ କରନ୍ତି । ସମ୍ବଲପୁର ରାଜାଙ୍କ ଅଧୀନରେ ଥିବା ପର୍ଯ୍ୟନ୍ତ ଏପରି କାର୍ଯ୍ୟ ଚଳୁଥିଲା । ମାତ୍ର ସମ୍ବଲପୁର ଇଂରେଜ ସରକାରଙ୍କ ହସ୍ତଗତ ହେବା ପରେ ହୀରା ଆମଦାନୀ ଲାଗି ପଟ୍ଟା ଦିଆଗଲା । ୧୮୬୭ ଖ୍ରୀଷ୍ଟାବ୍ଦରେ ଜଣେ ସାହେବ ବାର୍ଷିକ ୨୦୦ ଟଙ୍କା ଜମାରେ ଏ ସତ୍ୱକୁ ପଟ୍ଟା ନେଇଥିଲେ କିନ୍ତୁ ଲାଭ ନ ହେବାରୁ ଛାଡ଼ିଦେଲେ । ନିଷ୍କର ଗ୍ରାମସବୁ କରଦାୟୀ ହେବାରୁ ଏ କାର୍ଯ୍ୟରେ ଅଧିକ ଟଙ୍କା ମୂଳଧନ ଆବଶ୍ୟକ ହେଲା; ସୁତରାଂ ଲାଭ ହେଲା ନାହିଁ ।

 

Unknown

ବିବିଧ ପ୍ରସଙ୍ଗ

 

ଧର୍ମ୍ମ- ଏ ବିଶ୍ୱଜଗତକୁ ଯେ ଧରି ରଖିଛି ସେ ଧର୍ମ୍ମ । ଏ ବିଶ୍ୱଜଗତକୁ ଧରି ରଖିଛି କିଏ-? ବିଶ୍ୱନିୟନ୍ତା ପରମପିତା ପରମେଶ୍ୱର । ତାଙ୍କୁ କେହି ବ୍ରହ୍ମ କହୁଛି, କେହି ପରମେଶ୍ୱର କହୁଛି କେହି ପରମପୁରୁଷ କହୁଛି, କେହି ଈଶ୍ୱର ବୋଲି କହୁଛି । ଏହିପରି ନାନା ନାମରେ ସେ ଲୋକସମାଜରେ ପରିଚିତ । ସେହି ଏକ ପରମପୁରୁଷଙ୍କୁ ଲୋକମାନେ ନାନା ଭାବରେ ଭାବି ନାନା ସମ୍ପ୍ରଦାୟରେ ବିଭକ୍ତ ହୋଇଅଛନ୍ତି । ହିନ୍ଦୁସ୍ଥାନବାସୀମାନେ ତାଙ୍କୁ ନାନା ଦୃଷ୍ଟିରେ ଦେଖି ନାନା ସମ୍ପ୍ରଦାୟରେ ବିଭକ୍ତ ହୋଇଛନ୍ତି । ଯଥା- ଶୈବ, ବୈଷ୍ଣବ, ଗାଣପତ୍ୟ, ଶାକ୍ତ, ବୌଦ୍ଧ ଇତ୍ୟାଦି । ବୈଷ୍ଣବ ମଧ୍ୟରେ ମଧ୍ୟ ନାନା ଶାଖା ପ୍ରଶାଖା ଅଛି । ଯଥା- ଶ୍ରୀ ସମ୍ପ୍ରଦାୟ, ଗୌଡ଼ୀୟ ସମ୍ପ୍ରଦାୟ, ଅତିବଡ଼ୀ ସମ୍ପ୍ରଦାୟ, ମାଧ୍ୱାଚାର୍ଯ୍ୟ ସମ୍ପ୍ରଦାୟ ଇତ୍ୟାଦି । ବେଦାନ୍ତ, ସାଂଖ୍ୟ, ନ୍ୟାୟ ପ୍ରଭୃତି ଦର୍ଶନକାରମାନେ ବ୍ରହ୍ମ, ପୁରୁଷ, ପ୍ରକୃତି ଇତ୍ୟାଦି ନାନା ତତ୍ତ୍ୱ ଆଲୋଚନା କରିଅଛନ୍ତି । ଏ ସମସ୍ତ ଏକତ୍ର ଆଲୋଚନା କରି ଦେଖିଲେ ଜଣାଯାଏ ଯେ, ବିଶ୍ୱଜଗତ ମୂଳରେ ଏକ ଅଚିନ୍ତ୍ୟ ଶକ୍ତି କାର୍ଯ୍ୟ କରୁଅଛି । ସେହି ଶକ୍ତି ଏ ଦୃଷ୍ଟ ଜଗତର ମୂଳ କାରଣ । ସେହି ଶକ୍ତି ଏ ଜଗତକୁ ଧାରଣ କରିଛି । ସେହି ଶକ୍ତି ଧର୍ମ୍ମ । ସେହି ଶକ୍ତିର ଅନେକଗୁଡ଼ିଏ ଧର୍ମ୍ମ ଅଛି । ସେହି ଧର୍ମ୍ମ ପାଳନ କଲେ ଲୋକ ରକ୍ଷା ହୁଏ ଏବଂ ସେହି ଶକ୍ତିର ଉଦ୍ଦେଶ୍ୟ ସାଧିତ ହୁଏ । ସେ ଧର୍ମ୍ମର ଆକାର ପ୍ରକାର କ’ଣ ? ସାମ୍ୟମୈତ୍ରୀ ଭାବ, ଅର୍ଥାତ୍ ସକଳ ପ୍ରାଣୀଠାରେ ସମାନ ଭାବ । ଭଗବାନ ଗୀତାରେ କହିଛନ୍ତି, ‘ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି’ ଅର୍ଥାତ୍ ଯେ ମତେ ସବୁଠାରେ ଦେଖେ ଏବଂ ସବୁକୁ ମୋଠାରେ ଦେଖେ, ସେ ମୋର ପ୍ରିୟ ଅର୍ଥାତ୍ ସେ ମୋ ଉଦ୍ଦେଶ୍ୟ ଅନୁସାରେ କାର୍ଯ୍ୟ କରେ-। ଆହୁରିୁ ମଧ୍ୟ ଗୀତରେ କୁହାଯାଇଛି- ଏ ଦୃଷ୍ଟ ଜଗତରେ ଯେତେ ପ୍ରାଣୀ ଅଛନ୍ତି, ସେ ସବୁର ‘ଅହଂ ବୀଜପ୍ରଦ ପିତା’ ଅର୍ଥାତ୍ ଏ ଜଗତରେ ଯାବତୀୟ ବସ୍ତୁର ପିତା ଭଗବାନ । ଏଥିରୁ ମଧ୍ୟ ସେହି ସାମ୍ୟମୈତ୍ରୀ ଭାବ ପ୍ରକାଶ ପାଉଛି । ଭାଗବତ ମଧ୍ୟ କହିଛି ଯେ, ‘କାଷ୍ଠ ପାଷାଣ ତରୁ ତୃଣ, ବସନ୍ତି ଅନାଦି କାରଣ ।’ଏଥିରୁ ମଧ୍ୟ ସେହି ସାମ୍ୟମୈତ୍ରୀ ଭାବ ଆସୁଛି ।

 

ଯେ କୌଣସି ଧର୍ମଶାସ୍ତ୍ର, ସ୍ମୃତି, ପୁରାଣ, ଦର୍ଶନ ପ୍ରଭୃତି ଆଲୋଚନା କର ସେ ସବୁର ସାରମର୍ମ ସାମ୍ୟମୈତ୍ରୀ ଭାବ ।

 

ପ୍ରାଚୀନ ଉତ୍କଳର ଧର୍ମ୍ମ କ’ଣ ଥିଲା ? ପ୍ରାଚୀନ ଉତ୍କଳ ବକ୍ଷରେ ହିନ୍ଦୁ ଧର୍ମ୍ମର ସକଳ ସମ୍ପ୍ରଦାୟ ଲୀଳାଖେଳା କରି ଯାଇଛନ୍ତି ଏବଂ ଉତ୍କଳ ଅତି ସ୍ନେହ ଆଦର ସହିତ ସମସ୍ତଙ୍କୁ ଆଶ୍ରୟ ଦେଇଛି । ଶୈବଧର୍ମର ପ୍ରଧାନ ଲୀଳାସ୍ଥାନ ଭୁବନେଶ୍ୱର, କୋଣାର୍କ ସୂର୍ଯ୍ୟପୂଜାର ପ୍ରଧାନ ଲୀଳାଖେଳା ସ୍ଥଳ । ଏହିପରି ପ୍ରତ୍ୟେକ ସମ୍ପ୍ରଦାୟର ଚିହ୍ନ ଓ ମୂର୍ତ୍ତି ଉତ୍କଳର ନାନା ସ୍ଥାନରେ ଅଦ୍ୟାବଧି ବିରାଜିତ ଅଛି । ହିନ୍ଦୁଧର୍ମ ପରି ବିଶାଳ ଧର୍ମ୍ମ ପୃଥିବୀରେ ନାହିଁ । ହିନ୍ଦୁ ଧର୍ମ୍ମଶାସ୍ତ୍ରରେ ସକଳପ୍ରକାର ଶାଖା ସମ୍ପ୍ରଦାୟର ଧର୍ମମତ ସ୍ଥାନ ପାଇଛି । ହିନ୍ଦୁସ୍ଥାନରେ ଏହି ସନାତନ ଧର୍ମ ଆବହମାନ କାଳରୁ ଚଳି ଆସୁଛି । ଏହା କେବେ ପ୍ରଥମେ ସୃଷ୍ଟି ହେଲା, ତାହା ଆଜି ପର୍ଯ୍ୟନ୍ତ କେହି ସ୍ଥିର କରିପାରିନାହିଁ । ବେଦ ହିନ୍ଦୁର ପ୍ରଧାନ ଧର୍ମଶାସ୍ତ୍ର । ବେଦ ଅପୌରୁଷେୟ । ଏ ସକଳ ସାମ୍ପ୍ରଦାୟିକ ମତର ଏକତ୍ର ସମନ୍ୱୟ କେବଳ ଉତ୍କଳରେ ଦେଖାଯାଏ । ଉତ୍କଳର ପବିତ୍ରତା ପୁରାଣପ୍ରସିଦ୍ଧ । ଉତ୍କଳ ଦେବଭୂମି ବୋଲି ପ୍ରସିଦ୍ଧ । ଜଗତରେ ଯାବତୀୟ ଦେଶ ମଧ୍ୟରେ ଭାରତ ସର୍ବଶ୍ରେଷ୍ଠ ଏବଂ ସମଗ୍ର ଭାରତ ମଧ୍ୟରେ ଉତ୍କଳ ଦେଶ ସର୍ବଶ୍ରେଷ୍ଠ । ଉତ୍କଳର ପ୍ରତ୍ୟେକ ଧୂଳିକଣା, ପ୍ରତ୍ୟେକ ଜଳକଣା ପ୍ରତ୍ୟେକ ବନପର୍ବତ ପବିତ୍ର । ଉତ୍କଳ ଦେଶ ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ର ସର୍ବଶ୍ରେଷ୍ଠ । ହିନ୍ଦୁର ଧର୍ମସାମ୍ରାଜ୍ୟର ପୁରୁଷୋତ୍ତମ କ୍ଷେତ୍ର ରାଜଧାନୀ । ଏହି ପବିତ୍ର ପୁରୁଷୋତ୍ତମ କ୍ଷେତ୍ରରେ ହିନ୍ଦୁମାନଙ୍କର ସର୍ବଶ୍ରେଷ୍ଠ ପୂଜ୍ୟ ଦେବତା ପ୍ରତିଷ୍ଠିତ । ହିନ୍ଦୁଧର୍ମର ଯେତେ ଶାଖା ପ୍ରଶାଖା ଅଛି, ଯେତେ ସମ୍ପ୍ରଦାୟ ଅଛି, ସମସ୍ତେ ପୁରୁଷୋତ୍ତମ କ୍ଷେତ୍ରକୁ ନ ଆସିଲେ ନିଜର ଚିରପୋଷିତ ଅଭିଳାଷର ତୃପ୍ତି ହୁଏ ନାହିଁ । ପୁରୁଷୋତ୍ତମର ଏହି ବିଶେଷତ୍ୱ ଅଦ୍ୟାବଧି ଅକ୍ଷୁର୍ଣ୍ଣ ଭାବରେ ରହିଅଛି । ଏ କ୍ଷେତ୍ରର ପରମାରାଧ୍ୟ ଦେବତା କିଏ ? ଜଗନ୍ନାଥ । ଜଗନ୍ନାଥ କହିଲେ କୌଣସି ସମ୍ପ୍ରଦାୟ ବା କୌଣସି ଶାଖାର କୌଣସି ପ୍ରକାର ଆପତ୍ତିର ସ୍ଥାନ ନାହିଁ । ସାମ୍ୟମୈତ୍ରୀ ଧର୍ମର ପ୍ରଧାନ ପରମ ଆରାଧ୍ୟ ଦେବତାଙ୍କୁ ଅନ୍ୟ କୌଣସି ଉପଯୁକ୍ତ ନାମରେ ନାମକରଣ କରାଯାଇ ନ ପାରେ । ଖ୍ରୀଷ୍ଟିୟାନ ବା ମୁସଲମାନମାନେ ମୂର୍ତ୍ତିପୂଜାକୁ ଘୃଣା କରନ୍ତି; ମାତ୍ର ସେମାନେ ପ୍ରକାରାନ୍ତରେ ମୂର୍ତ୍ତି ପୂଜକ । ତଥାଚ ସେମାନେ ମୂର୍ତ୍ତିପୂଜା କଥା ଛାଡ଼ିଦେଲେ ଆଉ ଅନ୍ୟ କୌଣସି ପ୍ରକାରେ ଆପତ୍ତି ସେମାନଙ୍କର ହୋଇ ନ ପାରେ । ଜଗନ୍ନାଥ ନାମକୁ କେହି ଆପତ୍ତି କରି ନ ପାରନ୍ତି । ଏହି ସାମ୍ୟ-ମୈତ୍ରୀ ଧର୍ମର ପରମ ଆରାଧ୍ୟ ଦେବତା ଜଗନ୍ନାଥ ବହୁ ପୁରାକାଳରୁ ପ୍ରତିଷ୍ଠିତ । ଅନ୍ତତଃ ବେଦ ଓ ମହାଭାରତ ଯୁଗରୁ ଉତ୍କଳର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି ।

 

ଜଗନ୍ନାଥ କେବଳ ନାମରେ ସାମ୍ୟ ମୈତ୍ରୀ ଧର୍ମର ଇଷ୍ଟ ଆରାଧ୍ୟ ଦେବତା ନୁହଁନ୍ତି । କାର୍ଯ୍ୟରେ ମଧ୍ୟ ଏହି ଧର୍ମ ଅକ୍ଷରେ ଅକ୍ଷରେ ପ୍ରତିପାଳିତ ହୋଇ ଆସୁଅଛି । ଜଗନ୍ନାଥଙ୍କ ମହାପ୍ରସାଦ ସେବା ଲାଗି ଜାତିଭେଦ ବିଚାର ନାହିଁ । ହିନ୍ଦୁଜାତିର ସକଳ ଶ୍ରେଣୀୟ ଲୋକେ ନିର୍ବିକାର ଚିତ୍ତରେ ଏକତ୍ର ବସି ମହାପ୍ରସାଦ ଭୋଜନ କରୁଅଛନ୍ତି । ବ୍ରହ୍ମଣ ଚଣ୍ଡାଳ ନିର୍ବିକାର ଚିତ୍ତରେ ମହାପ୍ରସାଦ ନେଇ ସେବା କରି ନିଜର ଜୀବନକୁ ଧନ୍ୟ ମନେକରେ । ରଥଯାତ୍ରା ସମୟରେ ସକଳ ବର୍ଣ୍ଣର ଲୋକ, ସକଳ ଧର୍ମର ଲୋକ ଏବଂ ସକଳ ଶ୍ରେଣୀର ଲୋକମାନେ ଏକତ୍ରରେ ରଥ ଦଉଡ଼ି ଭିଡ଼ି ଟାଣନ୍ତି । ଏଠାରେ ମଧ୍ୟ ଜାତିଭେଦ ବିଚାର ନାହିଁ । ପୁରୀର ମହାରାଜା ଯେ ଲୋକସମାଜରେ ଚଳନ୍ତି ବିଷ୍ଣୁ ବୋଲି ପରିଚିତ ଏବଂ ଯାହାଙ୍କ ପାଦ ସ୍ପର୍ଶ କରି ଯାତ୍ରୀମାନେ ପବିତ୍ର ହେଲେ ବୋଲି ବିଶ୍ୱାସ କରନ୍ତି, ସେ ଜଗନ୍ନାଥ ରଥରେ ଚଣ୍ଡାଳର କାର୍ଯ୍ୟ କରନ୍ତି; ଅର୍ଥାତ୍ ରଥ ଝାଡ଼ୁ କରି ଛେରା ପହଁରା ପକାନ୍ତି । ଜଗନ୍ନାଥଙ୍କ ସମକ୍ଷରେ ରାଜା ପ୍ରଜା ସମସ୍ତେ ସମାନ । ସେଠାରେ କେହି ଆପଣାକୁ ବଡ଼ ବୋଲି ଗର୍ବ କରିପାରିବ ନାହିଁ । ଏହି ମହାଶିକ୍ଷା ଦେବା ଲାଗି ପୁରୀ ମହାରାଜାଙ୍କର ଏ ନୀତି କରିବାର ବିଧି ଅଛି । ଥରେ ଏହି କାର୍ଯ୍ୟ ଦେଖି କାଞ୍ଚିରାଜା ପୁରୀର ତଦାନୀନ୍ତନ ମହାରାଜା ପୁରୁଷୋତ୍ତମ ଦେବଙ୍କୁ କନ୍ୟା ପ୍ରଦାନ କରିବାକୁ ଅସ୍ୱୀକୃତ ହୋଇଥିଲେ ଏବଂ ସେହି ହେତୁରୁ କାଞ୍ଚି ଯୁଦ୍ଧ ହୋଇଥିଲା ଏବଂ ସ୍ୱୟଂ ଜଗନ୍ନାଥ ପୁରୀ ରାଜାଙ୍କ ପକ୍ଷ ନେଇ ଯୁଦ୍ଧ କରିଥିବା ବିଷୟ ମାଦଳାପାଞ୍ଜି ଦୀର୍ଘସ୍ୱରରେ ଘୋଷଣା କରୁଅଛି । ଆଜି ଜାତିଭେଦ ଉଠାଇ ଦିଅ, ଅସ୍ପୃଶ୍ୟତା ନିବାରଣ କର ବୋଲି ଭାରତର ଏକ ପ୍ରାନ୍ତରୁ ଅନ୍ୟ ଏକ ପ୍ରାନ୍ତ ପର୍ଯ୍ୟନ୍ତ ଡାକ ପଡ଼ିଛି । ମାତ୍ର ଉତ୍କଳ ଜଗନ୍ନାଥଦେବଙ୍କ ପ୍ରସାଦରୁ କେତେ କାଳରୁ ଏ ଧର୍ମ କାର୍ଯ୍ୟରେ ପରିଣତ କରିଛି । ସାମ୍ୟ ମୈତ୍ରୀ ଧର୍ମ ବିଶ୍ୱଜଗତର ଧର୍ମ । ଏହାକୁ ସାର୍ବଜନୀନ ଧର୍ମ କହିପାର । ଏ ଧର୍ମ ଆଗରେ ଜଗତ ନତମସ୍ତକ । ସୌର, ଶାକ୍ତ, ଶୈବ, ଗାଣପତ୍ୟ, ବୈଷ୍ଣବ, ବ୍ରାହ୍ମ, ବୌଦ୍ଧ, ଖ୍ରୀଷ୍ଟାନ, ମୁସଲମାନ ସମସ୍ତ ଶାଖାଧର୍ମର ସାରମର୍ମ ସାର୍ବଜନୀନ ଧର୍ମ ସମକ୍ଷରେ ନତମସ୍ତକ । ଜଗନ୍ନାଥ ଏହି ସାର୍ବଜନୀନ ଧର୍ମର ଆରାଧ୍ୟ ଦେବତା । ଉତ୍କଳ ଏହି ଆରାଧ୍ୟ ଦେବତାଙ୍କୁ ବକ୍ଷରେ ଧାରଣ କରି ସର୍ବପାପହର ଦେଶ ବୋଲି ଖ୍ୟାତି ଲାଭ କରିଛି । ନୀଳାଚଳ ଉପରେ ନୀଳଚକ୍ରରେ ସାମ୍ୟ ମୈତ୍ରୀ ପତାକା ଅହରହ ଏବଂ ଜଗନ୍ନାଥ ମହାପ୍ରଭୁ ଆଜାନୁଲମ୍ବିତ ଭୁଜ ଉତ୍ତୋଳନ କରି ଜାତି ଧର୍ମ ନିର୍ବିଶେଷରେ ସକଳ ଭକ୍ତମାନଙ୍କୁ ଆଶ୍ରୟ ଦେବା ପାଇଁ ଅଭୟ ଦେଇ ଉଦ୍‌ଗ୍ରୀବ ନୟନରେ ଚାହିଁ ରହିଛନ୍ତି । ବିଶାଳ ବିସ୍ଫାରିତ ନୟନ, ବିଶାଳ ଭୁଜ, ବିଶାଳ କାୟା, ବିଶାଳ ଦେଉଳ ଭିତରେ କି ମୋହିନୀ ଘେନି ବିଦ୍ୟମାନ ଅଛନ୍ତି, ପାପୀ, ତାପୀ, ବୈରାଗୀ, ସନ୍ୟାସୀ, ମହାତ୍ମା, ମହାପୁରୁଷ ପ୍ରଭୃତି ଲୋକ ଶତ ଶତ, ସହସ୍ର ସହସ୍ର, ଲକ୍ଷ ଲକ୍ଷ ମୁକ୍ତିଭିକାରୀ ହୋଇ ଉତ୍କଣ୍ଠିତ ପ୍ରାଣରେ ଆସି ଦର୍ଶନ କରି ଯାଉଛନ୍ତି । ପ୍ରାଚୀନ ଉତ୍କଳର ଏହି ଅକ୍ଷୟ ଅନୁଷ୍ଠାନ ଦିନେ ଆଧୁନିକ ସଭ୍ୟ ଜାତିର ଶିକ୍ଷା ଦୀକ୍ଷା ଗୁରୁ ହେବ ବୋଲି ମୋର ବିଶ୍ୱାସ । ମୂର୍ତ୍ତିରେ ଶିଳ୍ପ ସୌନ୍ଦର୍ଯ୍ୟ କିଛି ନାହିଁ, ଅଥଚ ଏପରି ନୟନ ମନୋହର ମୂର୍ତ୍ତି ଆନ୍ୟ କୁତ୍ରାପି ଦେଖାଯାଏ ନାହିଁ । ମୂର୍ତ୍ତିର ତୁଳନା ନାହିଁ । କେଉଁ ମୂର୍ତ୍ତି ପରି ଏ ମୂର୍ତ୍ତି କେହି ଅଙ୍ଗୁଳି ନିର୍ଦ୍ଦେଶ କରି କହିପାରିବ ନାହିଁ । କାହିଁକି ଏ ମୂର୍ତ୍ତି ଏପରି ହୋଇଛି ତାହା ମଧ୍ୟ ଏପର୍ଯ୍ୟନ୍ତ କେହି ନିଃସଂଶୟ ଭାବରେ ସ୍ଥିର କରିପାରି ନାହିଁ । ସୁତରାଂ ପ୍ରାଚୀନ ଉତ୍କଳର ଧର୍ମ ସାମ୍ୟମୈତ୍ରୀ ଧର୍ମ । ବୁଦ୍ଧ, ଶଙ୍କର ରାମାନୁଜ, କୃଷ୍ଣ, ଚୈତନ୍ୟ, ରାମ, ନାନକ, କବୀର ପ୍ରଭୃତି ଦେବପ୍ରତିମ ଭକ୍ତମାନେ ଶ୍ରୀକ୍ଷେତ୍ରରେ ନିଜ ନିଜ ଲୀଳାଖେଳା କରି ଯାଇଛନ୍ତି । ପ୍ରାଚୀନ ଉତ୍କଳ ପକ୍ଷରେ ଏହା ଊଣା ଗୌରବର ବିଷୟ ନୁହେଁ । ଜଗନ୍ନାଥ ଧର୍ମ ସାନନ୍ଦ ଚିତ୍ତରେ ସକଳ ସମ୍ପ୍ରଦାୟର ମହାତ୍ମା, ମହାପୁରୁଷମାନଙ୍କ ସ୍ମୃତିଚିହ୍ନମାନଙ୍କୁ ନୀଳାଚଳ ବକ୍ଷରେ ସ୍ଥାନ ଦେଇଛି । ପ୍ରାଚୀନ ଉତ୍କଳର ଏହି ମହାନୁଭବତା, ମହାପ୍ରାଣତା ମାନବ ଜଗତର ଆଦର୍ଶ ।

 

ପ୍ରାଚୀନ ଉତ୍କଳର ଏହି ବିଶାଳ ଧର୍ମମନ୍ଦିର ଜଗନ୍ନାଥ ଦେଉଳ କେବଳ ଗୋଟିଏ ଶୂନ୍ୟାଗାର ନୁହେଁ, ଏହା ଗୋଟିଏ ପ୍ରଧାନ କର୍ମ ମନ୍ଦିର । ସାଂସାରିକ ଯାବତୀୟ କର୍ମର ଆଦର୍ଶ ଏହି ମନ୍ଦିରରେ ଅଛି । ଏଠାରେ ଦିନରାତି କର୍ମସ୍ରୋତ ପ୍ରବାହିତ ହେଉଛି । ଶତ ଶତ, ସହସ୍ର ସହସ୍ର, ଲକ୍ଷ ଲକ୍ଷ ଲୋକଙ୍କ ଅନ୍ନସଂସ୍ଥାନ ଏ ମନ୍ଦିର ମଧ୍ୟରେ ରହିଛି । ଅହରହ ୨୪ ଘଣ୍ଡା ବଡ଼ଦେଉଳର ଦ୍ୱାର ଶୋଷୀ-ଭୋଖୀ ଲାଗି ଉନ୍ମୁକ୍ତ ।

 

ଯାତ୍ରା- ପର୍ବ ପ୍ରଭୃତିରେ ଯେତେ ଲୋକର ସମାଗମ ହେଉ ମାତ୍ର କେହି ପ୍ରସାଦରୁ ବଞ୍ଚିତ ହେବ ନାହିଁ । ସୁତରାଂ ଏ ପ୍ରସାଦର ନାମ ମହାପ୍ରସାଦ । ଏ ପ୍ରସାଦର ମଧ୍ୟ ମହତ୍ ଗୁଣ ଅଛି-। ସୁତରାଂ ଜଗନ୍ନାଥ ମନ୍ଦିର କେବଳ ଧର୍ମମନ୍ଦିର ନୁହେଁ, ଏହା ଧର୍ମ-କର୍ମ ସମନ୍ୱୟର ବଡ଼ଦେଉଳ । ସୁତରାଂ ମୋ ମତରେ ହିନ୍ଦୁ ଧର୍ମର ସାରସଂଗ୍ରହ ଏହି ଜଗନ୍ନାଥ ମନ୍ଦିର ମଧ୍ୟରେ ପୂର୍ଣ୍ଣ ମାତ୍ରାରେ ବିରାଜିତ । ବିଶଦ ଭାବରେ ଏ ବିଷୟ ଆଲୋଚନା କରିବା ପାଇଁ ଏଠାରେ ସ୍ଥାନ ନାହିଁ । ମାତ୍ର ସଂକ୍ଷେପରେ ଏତିକି କହିଲେ ଯଥେଷ୍ଟ ହେବ ଯେ ପ୍ରାଚୀନ ଉତ୍କଳର ଧର୍ମାଲୋଚନା କରିବା ଲାଗି ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ମୂର୍ତ୍ତି ଜ୍ୱଳନ୍ତ ସାମଗ୍ରୀ ।

 

ପ୍ରାଚୀନ ଉତ୍କଳର ପ୍ରତି ନଗର, ପ୍ରତି ଗ୍ରାମ, ପ୍ରତି ପୁର, ପ୍ରତି ପଲ୍ଲୀ, ପ୍ରତ୍ୟେକ କୁଟୀର, ପ୍ରତ୍ୟେକ ରାଜଭବନ ଯେଉଁଆଡ଼କୁ ଚାହଁ ଦେବାଳୟ, ଦେବ ପ୍ରତିମା, ମଠ, ଦେବୋତ୍ତର ଭୂମିର ବିରାମ ନାହିଁ । ହିନ୍ଦୁ ପ୍ରତିମାପୂଜା କରେ ସତ, ମାତ୍ର କାଷ୍ଠ ପାଷାଣ ପୂଜେ ନାହିଁ । ପ୍ରତ୍ୟେକ ପ୍ରତିମାରେ ଭଗବାନଙ୍କୁ ଆବାହନ କରାଯାଇ ପୂଜା କରାଯାଏ । ଯେଉଁଠି ଦେଖ ସେହି ଜଗତନାଥ ପରାତ୍ପର ପରମେଶ୍ୱର ପରମବ୍ରହ୍ମଙ୍କ ପୂଜା । ଭଗବାନ ସର୍ବତ୍ର ଅଛନ୍ତି । ସେ ମୂର୍ତ୍ତିମାନଙ୍କରେ ତାଙ୍କର ଅସ୍ତିତ୍ୱ ମିଥ୍ୟା କାହିଁକି ହେବ ମୁଁ ବୁଝିପାରୁନାହିଁ । ଯେଉଁମାନେ ଭଗବାନଙ୍କର ନିରାକାର ଉପାସନାର ପକ୍ଷପାତୀ, ସେମାନେ କାହିଁକି ଗୀର୍ଜା, ମସଜିଦ୍‌, ଉପାସନା ମନ୍ଦିର ଆବଶ୍ୟକ କରନ୍ତି ? ନିରାକାର ଉପାସନା ଲାଗି ସାକାର ମନ୍ଦିରର ଆବଶ୍ୟକ କ’ଣ ? ଛବିମୂର୍ତ୍ତି, ପ୍ରତିମୂର୍ତ୍ତି ଏ ସବୁର ଆବଶ୍ୟକ କ’ଣ ? ପ୍ରତିଭା ପୂଜା କ୍ରମେ ପ୍ରତିମାପୂଜାରେ ପରିଣତ ହୁଏ । ହିନ୍ଦୁ ଭଗବାନଙ୍କ ଅନନ୍ତ ଶକ୍ତିକୁ ଯେଉଁଠି ପ୍ରତିଭାପନ୍ନ ଥିବାର ଦେଖିଛି ସେଠି ତାଙ୍କୁ ପୂଜା କରିଛି । ଏହି କାରଣରୁ ହିନ୍ଦୁର ଅନେକ ଦେବତା, ଅନେକ ମୂର୍ତ୍ତିପୂଜାର ବିଧିବିଧାନ ଚଳି ଆସୁଛି ।

 

ଜଗନ୍ନାଥ ମନ୍ଦିର ଇତିହାସ ଆଲୋଚନା କଲେ ଜଣାଯାଏ ଯେ ଜଗନ୍ନାଥ ଲୋକ ସାଧାରଣର ଦେବତା, ଚଣ୍ଡାଳର ଦେବତା, ବ୍ରାହ୍ମଣର ଦେବତା, ରାଜାର ଦେବତା । ଜଗନ୍ନାଥଙ୍କ ପ୍ରଥମ ପୂଜକ ବିଶ୍ୱାବସୁ । ବିଶ୍ୱାବସୁ ଶବରକନ୍ୟା ସଙ୍ଗେ ବିଦ୍ୟାପତି ବ୍ରାହ୍ମଣର ବିବାହ । ସେମାନଙ୍କ ଔରସଜାତ ଦଇତାମାନେ ମଧ୍ୟ ଜଗନ୍ନାଥ ସେବକ । ଜଗନ୍ନାଥ ଦେଉଳର ପାଚକମାନେ ସୁଆର । ଏମାନଙ୍କୁ ବୈଦିକ ବ୍ରାହ୍ମଣମାନେ ନିକୃଷ୍ଟ ବ୍ରାହ୍ମଣ ବୋଲି କହନ୍ତି । ଶାସନୀ ବୈଦିକ ବ୍ରାହ୍ମଣଙ୍କ ସଙ୍ଗେ ଏମାନଙ୍କ ବୈବାହିକ ସମ୍ବନ୍ଧ ନାହିଁ, ଖିଆପିଆ ସମ୍ପର୍କ ନାହିଁ; ମାତ୍ର ମହାପ୍ରସାଦ ଭୋଜନ ବେଳେ ବ୍ରାହ୍ମଣମାନଙ୍କର ଏ ଭେଦାଭେଦ ନ ଥାଏ । ରକ୍ଷଣଶୀଳ ବ୍ରାହ୍ମଣମାନେ ଏଠାରେ ପରାସ୍ତ । ସାମ୍ୟମୈତ୍ରୀ ଧର୍ମର ପୂର୍ଣ୍ଣ ବିକାଶ ଜଗନ୍ନାଥ ମନ୍ଦିରରେ ହୋଇଛି । ଯେଉଁ ଭକ୍ତ ଯେତେବେଳେ ଧର୍ମପ୍ରଚାର କରିଛନ୍ତି ସେମାନେ ଜାତିଧର୍ମ-ନିର୍ବିଶେଷରେ ଏହି ଧର୍ମ ପ୍ରଚାର କରି ଯାଇଛନ୍ତି । ରାମାନୁଜଙ୍କ ମତାନୁସାରେ-

‘ନ ଜାତିଃ କାରଣଂ ଲୋକେ ଗୁଣାଃ କଲ୍ୟାଣହେତବଃ ।’

 

ଜାତି ମନୁଷ୍ୟର କଲ୍ୟାଣଦାୟକ ନୁହେଁ, ଗୁଣ କେବଳ କଲ୍ୟାଣଦାୟକ । ରାମାନୁଜ କେବଳ ଏକଥା କଥାରେ କହିନାହାନ୍ତି, କାର୍ଯ୍ୟରେ କରି ଯାଇଛନ୍ତି । ପ୍ରତ୍ୟେକ ମହାତ୍ମା, ମହାପୁରୁଷମାନେ ନିଜ ଜୀବନରେ ଏ ସତ୍ୟ କାର୍ଯ୍ୟରେ ଦେଖାଇଛନ୍ତି । ଆଜି ସେମାନଙ୍କ ଶିଷ୍ୟମାନେ ପଥଭ୍ରଷ୍ଟ ହୋଇ ସଂକୀର୍ଣ୍ଣ ମତ ନେଇ ବସିଛନ୍ତି । ସେମାନଙ୍କ ଗୁରୁବର୍ଗଙ୍କ ଉପଦେଶ ବହୁଦୂରରେ ପଡ଼ିଗଲାଣି । ରାମାନୁଜ ମୁସଲମାନ ସମ୍ରାଟଙ୍କ କନ୍ୟା ଶାହାଯାଦୀ ଲଛିମାରଙ୍କ ଭକ୍ତି ଦେଖି ତାଙ୍କୁ ଯାଦବାଦ୍ରିପତିଙ୍କ ଚଳନ୍ତି ପ୍ରତିମାଙ୍କୁ ଯାଦବାଦ୍ରିପତିଙ୍କ ମନ୍ଦିରରେ ପୂଜା କରିବାକୁ ଦେଇଥିଲେ । ସେହି ଚଳନ୍ତି ପ୍ରତିମାଙ୍କୁ ଆଣିବାବେଳେ ଚଣ୍ଡାଳ ହସ୍ତରେ ଅର୍ପଣ କରିଥିଲେ । ଅଦ୍ୟାପି ଚଣ୍ଡାଳମାନେ ଯାଦବାଦ୍ରିପତିଙ୍କ ମନ୍ଦିରରେ ଅବାଧରେ ୩ ଦିନ ପ୍ରବେଶ ଲାଭ କରି ଅନ୍ୟାନ୍ୟମାନଙ୍କ ସହିତ ନିଜ ପୂଜା ଅର୍ପଣ କରନ୍ତି । ରାମାନୁଜ ଶୂଦ୍ରର ଗୁଣ ଦେଖି ତାଙ୍କୁ ଭକ୍ତି କରିଥିଲେ ଏବଂ ଶୂଦ୍ରର ଶବଦାହ କରିଥିଲେ । ଶ୍ରୀରାମ ମଧ୍ୟ ଜଟାୟୁର ଶବଦାହ କରିଥିଲେ । ଉପରୋକ୍ତ ଲଛିମାରଙ୍କ ସ୍ୱାମୀ କବୀର । ସେ ଲଛିମାରଙ୍କ ସଙ୍ଗେ ସଙ୍ଗେ ଥିଲେ । ଲଛିମାରଙ୍କ ମୃତ୍ୟୁ ପରେ ସେ ରାମାନୁଜଙ୍କ ସଙ୍ଗେ ଶ୍ରୀରଙ୍ଗମ ଯାଇଥିଲେ ଏବଂ କିଛିଦିନ ପବିତ୍ର ପୁରୀଧାମକୁ ଆସି ପତିତପାବନ ଜଗନ୍ନାଥଙ୍କ ଶରଣାଗତ ହୋଇଥିଲେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ କ୍ଷେତ୍ରବାସ କରିଥିଲେ । ରାମାନୁଜ ସକଳ ବର୍ଣ୍ଣର ଲୋକଙ୍କୁ ଶିଷ୍ୟ କରିଥିଲେ । ରାମାନନ୍ଦ ତାଙ୍କର ଜଣେ ଶିଷ୍ୟ ଥିଲେ । ସେ ନିମ୍ନ ବର୍ଣ୍ଣର ଶିଷ୍ୟ ଗ୍ରହଣ କଲେ ଏବଂ ସାମ୍ୟଧର୍ମ ପ୍ରଚାର କଲେ । ରାମାନୁଜ ସଂସ୍କୃତ ଭାଷାରେ ଧର୍ମପୁସ୍ତକମାନ ଲେଖିଥିଲେ, ମାତ୍ର ରାମାନନ୍ଦ ପ୍ରାକୃତ ଭାଷାରେ ଲେଖିଲେ । ଲୋକେ ଯେଉଁ ଭାଷା ବୁଝନ୍ତି ସେ ସେହି ଭାଷାରେ ପୁସ୍ତକ ଲେଖିଲେ । ରାମାନନ୍ଦଙ୍କର ଜଣେ ଶିଷ୍ୟ କବୀର । କବୀର ମୁସଲମାନ ଓ ହିନ୍ଦୁଧର୍ମରେ କିଛି ପ୍ରଭେଦ ନାହିଁ ବୋଲି ପ୍ରଚାର କଲେ । ସେ କହିଲେ, ରାମ ରହିମ ଏକ, ଏକ ଭଗବାନ ସର୍ବତ୍ର ବିଦ୍ୟମାନ, ଯେଉଁ ନାମରେ ଡାକ ସେ ଏକ । ପ୍ରତ୍ୟେକ ମାନବ ହୃଦୟରେ ଯେଉଁ ଦେବତା ଅଛନ୍ତି ସେ ହିନ୍ଦୁ ଓ ମୁସଲମାନର ଦେବତା । ହିନ୍ଦୁର ଧର୍ମକ୍ଷେତ୍ର ପୂର୍ବ ଦିଗରେ ଏବଂ ମୁସଲମାନର ଧର୍ମକ୍ଷେତ୍ର ପଶ୍ଚିମ ଦିଗରେ ହୋଇପାରେ । ମାତ୍ର ପ୍ରତ୍ୟେକର ହୃଦୟକ୍ଷେତ୍ର ହିନ୍ଦୁ ଓ ମୁସଲମାନ ଉଭୟର ଧର୍ମକ୍ଷେତ୍ର । କବୀର ଅନେକ ଭଜନଗୀତ ରଚନା କରି ଯାଇଛନ୍ତି । ସେ ଅନେକ ନୀତି ଉପଦେଶ ଦେଇଛନ୍ତି । ହିନ୍ଦୁମାନେ କବୀରଙ୍କୁ ହିନ୍ଦୁ ବୋଲି ଦାବି କରନ୍ତି ଏବଂ ମୁସଲମାନମାନେ ତାଙ୍କୁ ମୁସଲମାନ ବୋଲି ଦାବି କରନ୍ତି । କିମ୍ବଦନ୍ତୀ ଅଛି ହିନ୍ଦୁ ମୁସଲମାନ ଉଭୟ ମିଳି ତାଙ୍କ ଶବର ସତ୍‌କାର ଯଥାବିଧି କରିଥିଲେ-। କବୀର କେତେଦୂର ଲୋକପ୍ରିୟ ଥିଲେ ଏବଂ ସାମ୍ୟମୈତ୍ରୀ ଧର୍ମକୁ କେତେଦୂର ଅନୁଶୀଳନ କରିପାରିଥିଲେ ଏଥିରୁ ସ୍ପଷ୍ଟ ପ୍ରକାଶ ହେବ । ଆଜି ହିନ୍ଦୁ ମୁସଲମାନ ଏକତା ପାଇଁ କେତେ ଚେଷ୍ଟା ଲାଗିଛି । ମାତ୍ର ଚତୁର୍ଦ୍ଦଶ ଖ୍ରୀଷ୍ଟାବ୍ଦରେ କବୀର କିପରି ଏକତା ସ୍ଥାପନ କରିଥିଲେ ପାଠକମାନେ ବୁଝିବେ । କବୀର ମଠ ଅଦ୍ୟାପି ପୁରୀରେ ବିଦ୍ୟମାନ ଅଛି ଏବଂ ଯାତ୍ରୀମାନେ କବୀର ମଠରୁ ତୋରାଣୀ ଟିକିଏ ପିଇ ନିଜକୁ ଧନ୍ୟ ମନେ କରନ୍ତି । କବୀରଙ୍କ ପରେ ଚୈତନ୍ୟଙ୍କ ଆବିର୍ଭାବ । ସେ ମଧ୍ୟ ପୁରୀରେ ତାଙ୍କ ଲୀଳା ସାଙ୍ଗ କରିଥିଲେ । ସେ ମଧ୍ୟ ଜାତି ଧର୍ମ ନିର୍ବିଶେଷରେ ଶିଷ୍ୟ ଗ୍ରହଣ କରି ସାମ୍ୟ ମୈତ୍ରୀ ଧର୍ମ ପ୍ରଚାର କରିଥିଲେ । ସେ ମଧ୍ୟ ମୁସଲମାନ ଶିଷ୍ୟ ଗ୍ରହଣ କରିଥିଲେ । ଏହିପରି ଦେଖିବାକୁ ଗଲେ ପ୍ରାଚୀନ ଉତ୍କଳ ସାମ୍ୟମୈତ୍ରୀ ଧର୍ମ ଲୀଳାଖେଳାର ପ୍ରଧାନ କ୍ଷେତ୍ର । ଏ ମହାପୁରୁଷମାନଙ୍କ ପରେ ଧର୍ମର ଉଦାର ଭାବ କ୍ରମେ ସଙ୍କୁଚିତ ହୋଇଗଲାଣି-। ଆଜି ବୈଷ୍ଣବର ସେ ସାମ୍ୟମୈତ୍ରୀ ଭାବ କାହିଁ ?

 

ମଠ- ପ୍ରାଚୀନ ଉତ୍କଳରେ ଅନେକ ମଠ ସ୍ଥାପିତ ହୋଇଥିଲା । ‘ମଠସ୍ତଶ୍ଛାତ୍ରନିଳୟଃ’ ଅର୍ଥାତ୍ ମଠ ଅର୍ଥ ଛାତ୍ରାବାସ । ଶିଷ୍ୟମାନେ ଯେଉଁଠି ରହି ଧର୍ମଶିକ୍ଷା ଓ ଧର୍ମାଶାସ୍ତ୍ରାଲୋଚନା କରନ୍ତି ତାକୁ ମଠ କୁହାଯାଏ । ପୁରୀରେ ଅନେକଗୁଡ଼ିଏ ମଠ ଅଛି । ଶଙ୍କର ମଠ ସର୍ବାପେକ୍ଷା ପ୍ରାଚୀନ ମଠ ବୋଲି କୁହାଯାଏ । ଶଙ୍କରାଚାର୍ଯ୍ୟ ଭାରତର ସକଳ ପ୍ରଧାନ ଧର୍ମକ୍ଷେତ୍ରରେ ମଠ ସ୍ଥାପନ କରିଥିଲେ । ପୁରୀର ଗୋବର୍ଦ୍ଧନ ପୀଠ ତହିଁ ମଧ୍ୟରୁ ଅନ୍ୟତମ । ମଠରେ ଧର୍ମାଚାର୍ଯ୍ୟମାନେ ରହିବେ ଏବଂ ତାଙ୍କର ଶିଷ୍ୟବର୍ଗ ଏଠାରେ ରହି ଧର୍ମଶିକ୍ଷା ଲାଭ କରିବେ । ଧର୍ମାଚାର୍ଯ୍ୟମାନେ ଲୋହିସମାଜରେ ଦେବତା ପରି ପୂଜିତ ହେଉଥିଲେ ଏବଂ ଧର୍ମପ୍ରାଣ ଧନୀଲୋକଙ୍କର ଭକ୍ତି କ୍ରମେ ଏ ମଠମାନଙ୍କ ପ୍ରତି ଆକୃଷ୍ଟ ହେଲା । ସେମାନେ ସଦ୍‌ବ୍ୟୟ ଲାଗି ମଠମାନଙ୍କୁ ଭୂସମ୍ପତ୍ତି ଦାନ କଲେ । ଧର୍ମାଚାର୍ଯ୍ୟମାନେ ଲୋକହିତରେ ସେହି ଧନ ବ୍ୟୟ କରିବେ ଏବଂ ନିଜ ଭୋଗବିଳାସରେ ବ୍ୟୟ କରିବେ ନାହିଁ ବୋଲି ଦାତାମାନଙ୍କର ବିଶ୍ୱାସ ଥିଲା । ସୁତରାଂ ସେମାନେ ଧର୍ମାଚାର୍ଯ୍ୟମାନଙ୍କ ମାରଫତରେ ଅନେକ ଲାଖରାଜ ବାହେଲି ବାଜ୍ୟାପ୍ତି ସମ୍ପତ୍ତି ରଖିଦେଲେ । ଏହିପରି ମଠଗୁଡ଼ିକ କ୍ରମେ ସମ୍ପତ୍ତିଶାଳୀ ହୋଇ ଉଠିଲା । ପୁରୀରେ ପ୍ରତ୍ୟେକ ଧର୍ମସମ୍ପ୍ରଦାୟର ମଠ ଅଛି । ଶଙ୍କର ସମ୍ପ୍ରଦାୟ, ରାମାନୁଜ ସମ୍ପ୍ରଦାୟ, ଚୈତନ୍ୟ ସମ୍ପ୍ରଦାୟ, ନାନକ ସମ୍ପ୍ରଦାୟ, କବୀର ସମ୍ପ୍ରଦାୟ, ଅତିବଡ଼ୀ ସମ୍ପ୍ରଦାୟର ମଠମାନ ପୁରୀରେ ବିଦ୍ୟମାନ ଅଛି । ସକଳ ସମ୍ପ୍ରଦାୟର ମଠମାନଙ୍କରେ ଭୂସମ୍ପତ୍ତି ଖଞ୍ଜା ଅଛି । ମାତ୍ର ସର୍ବାପେକ୍ଷା ରାମାନୁଜପନ୍ଥୀ ମଠଗୁଡ଼ିକ ବିଶେଷ ସମୃଦ୍ଧିଶାଳୀ । ପ୍ରତ୍ୟେକ ମଠର ଇତିହାସ ଆଲୋଚନା କରିବା ପାଇଁ ଏଠାରେ ସ୍ଥାନ ନାହିଁ । ମଠମାନଙ୍କରେ ଉତ୍ତରାଧିକାରୀ ନିଯୁକ୍ତି ପ୍ରଥା ଭିନ୍ନ ଭିନ୍ନ । ଅଧିକାଂଶ ମଠରେ ଗୁରୁ ଶିଷ୍ୟ ପରମ୍ପରାକ୍ରମେ ମହନ୍ତ ହେବାର ପ୍ରଥା ଦେଖାଯାଏ । ଅଧିକାଂଶ ମହନ୍ତ ନିଜ ଜ୍ଞାନ୍ତିଗୋତ୍ରରୁ ଶିଷ୍ୟ ଗ୍ରହଣ କରନ୍ତି । ସାମାନ୍ୟ କେତେଗୋଟି ମଠରେ ପଞ୍ଚାୟତ ନିଯୁକ୍ତିଦ୍ୱାରା ମହନ୍ତ ହୁଅନ୍ତି । ଉତ୍ତରାଧିକାରୀ ଶିଷ୍ୟ ନିଯୁକ୍ତି ସଙ୍ଗେ ଗୁଣର କିଛି ବିଚାର ଥିବାର ଦେଖାଯାଏ ନାହିଁ । ଯାହା ନାମରେ ଗୁରୁ ଉଇଲ ଲେଖି ଦେଲେ ଏବଂ ଯେ ଡୋର କଉପୁନି କଣ୍ଠି ବାନ୍ଧିଲା ସେ ମଠାଧିପତି ଏବଂ ସେ ଧର୍ମାଚାର୍ଯ୍ୟଙ୍କ ପୁରାଣ ପ୍ରସିଦ୍ଧ ଧର୍ମାନୁଷ୍ଠାନର ମାଲିକ । ଧନ ଓ ଧର୍ମର ସାମଞ୍ଜସ୍ୟ ରକ୍ଷା କରିବା ଲାଗି ସେହିପରି ବୈରାଗ୍ୟ ଓ ଧର୍ମପ୍ରାଣ ଥିବା ଆବଶ୍ୟକ । ଅନ୍ୟଥା ଧନ, ଧର୍ମର ଉଚ୍ଚାସନରୁ ଧର୍ମାଚାର୍ଯ୍ୟଙ୍କୁ ଟାଣିନେଇ ଅତି ଅକ୍ଳେଶରେ ସଂସାରରେ ଡୁବାଇଦେବ । ଗୋଟିଏ ଅମୂଲ୍ୟ ନୀତିବାକ୍ୟ ଅଛି –

 

‘ଯୌବନ ଧନସମ୍ପତ୍ତି ପ୍ରଭୁତ୍ୱମବିବେକିତା

ଏକୈକମପ୍ୟନର୍ଥାୟ କିମୁତତ୍ର ଚତୁଷ୍ଟୟଂ ।’

 

ଏ କାବ୍ୟଟି ଅକ୍ଷରେ ଅକ୍ଷରେ ପ୍ରତ୍ୟେକ ମଠ ପ୍ରତି ପ୍ରଯୁଜ୍ୟ । ପ୍ରତ୍ୟେକ ମଠରେ ଏ ଚାରିଗୋଟିର ସମନ୍ୱୟ ଅଛି । ଏଥିରେ ଅନର୍ଥ ନ ଘଟି କ’ଣ ହେବ ? ଧର୍ମାଚାର୍ଯ୍ୟ ଗାଦୀକି ଯେ ସେ ଉପଯୁକ୍ତ ନୁହେଁ । ବିଦ୍ୟା, ବୟସ, ବୈରାଗ୍ୟ, ଜ୍ଞାନ, ଧର୍ମଶାସ୍ତ୍ରାଲୋଚନା ପ୍ରଭୃତି ଗୁଣ ଦେଖି ଯଦି ଉତ୍ତରାଧିକାରୀ ନିଯୁକ୍ତ ହେଉଥାନ୍ତା ତେବେ ମଠଗୁଡ଼ିକ ପବିତ୍ର ଧର୍ମାନୁଷ୍ଠାନ ହୋଇ ଯୁଗେ ଯୁଗେ ବିରାଜୁଥାନ୍ତା । ଯେତେବେଳେ ହିନ୍ଦୁ ରାଜାମାନେ ରାଜତ୍ୱ କରୁଥିଲେ, ତେତେବେଳେ ମଠମାନଙ୍କ ଉପରେ ସେମାନଙ୍କର ପୂର୍ଣ୍ଣ କ୍ଷମତା ଥିଲା ଏବଂ କୌଣସି ମଠର ମହନ୍ତଙ୍କୁ ଅନୁପଯୁକ୍ତ ଦେଖିଲେ ତାଙ୍କୁ ଗାଦିଚ୍ୟୁତ କରୁଥିଲେ । ଏ ଅଙ୍କୁଶ କାଳକ୍ରମେ ଗଲାଣି । ଇଂରେଜ ସରକାର ହିନ୍ଦୁମାନଙ୍କ ଧର୍ମ ଉପରେ ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି । ସୁତରାଂ ମଠଗୁଡ଼ିକ ନିରଙ୍କୁଶ ଭାବରେ ପରିଚାଳିତ ହେଉଅଛି । ମଠଗୁଡ଼ିକ ଯେ ମୂଳ ଆଦର୍ଶରୁ ସ୍ଖଳିତ ହୋଇଛି ସେଥିରେ କିଛି ଦ୍ୱିମତ ନାହିଁ । ଅନ୍ତତଃ ଇଂରେଜ ସରକାର ଆସିବାର ଅଳ୍ପଦିନ ପରେ ଅର୍ଥାତ୍ ଛ’ ବର୍ଷ ପରେ ମଠମାନଙ୍କ ବିରୁଦ୍ଧରେ ଇଂରେଜ ସରକାରଙ୍କ ନିକଟରେ ଆପତ୍ତି ଉପସ୍ଥିତ ହେଲା । ୧୮୧୦ ଖ୍ରୀଷ୍ଟାବ୍ଦରେ ପ୍ରଥମେ ୧୯ ଆଇନ୍ ଜାରି ହେଲା । ତା’ପରେ ୧୮୬୩ ସାଲରେ ୨୦ ଆଇନ ଜାରି ହେଲା । କେଦାରନାଥ ଦତ୍ତ ନାମକ ଜଣେ ଭଦ୍ରଲୋକ ୧୮୬୦ ମସିହାରେ ଓଡ଼ିଶା ମଠମାନଙ୍କ ସମ୍ବନ୍ଧେ ଏକ ଆଲୋଚନା ଲେଖିଥିଲେ । ସେ ମଠମାନଙ୍କ ବିରୁଦ୍ଧରେ ତୀବ୍ର ସମାଲୋଚନା କରିଥିଲେ । ୧୮୬୮ ମସିହାରେ ମଠମାନ ତଦନ୍ତ କରିବା ଲାଗି ଗୋଟିଏ କମିଟି ନିଯୁକ୍ତ ହୋଇଥିଲା । ସେମାନେ ଓଡ଼ିଶାର ଲୋକ, ସେମାନେ ନିଜେ ଦେଖି ଶୁଣି ଏବଂ ପୁରୀରେ ରହି ରିପୋର୍ଟ କରିଥିଲେ । ସେମାନେ ଲେଖିଲେ ଯେ ମଠରେ ଯେସବୁ ଗଚ୍ଛିତ ସମ୍ପତ୍ତି ଅଛି ସେସବୁ ଦାନ ଓ ଖଇରାତି ଉଦ୍ଦେଶ୍ୟରେ ଗଚ୍ଛିତ ଅଛି । ମଠ ଠାକୁର ଓ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ସକାଶେ ଏମାନଙ୍କ ଜିମାରେ କେତେକ ସମ୍ପତ୍ତି ଅଛି । ଏ ସମସ୍ତ ଦରିଦ୍ର ଲୋକ ଓ ନିରାଶ୍ରୟ ଲୋକମାନଙ୍କ ହିତ ସକାଶେ ମଠରେ ଗଚ୍ଛିତ ଅଛି । ମଠାଧିପତି ବୈରାଗୀ ହୋଇ ମଠରେ ରହିବ, ସଚ୍ଚରିତ୍ରବାନ୍ ହୋଇ ଜୀବନଯାପନ କରିବ ଏବଂ ଦେବତା ଓ ମନୁଷ୍ୟସେବାରେ କାଳ କଟାଇବ, ଅତି ନିରାଡ଼ମ୍ବର ଭାବରେ ଜୀବନଯାପନ କରିବ, ନିଜ ସୁଖାଭିଳାଷ ପାଇଁ କପର୍ଦକ ବ୍ୟୟ କରିବ ନାହିଁ, ଚିର ସନ୍ୟାସୀ ହୋଇ ମଠରେ ରହିବ । ମଠାଧିପତି କେବଳ ଜିମାଦାର, ‘ମଠସମ୍ପତ୍ତିରେ କିଛିମାତ୍ର ସ୍ୱତ୍ୱାଧିକାର ନାହିଁ । ‘ପରିଶ୍ରମ ଲାଗି ମୁଠିଏ ଖାଇବ, ଖଣ୍ଡେ ପିନ୍ଧିବ । ଅବଶିଷ୍ଟ ସମସ୍ତ ଉପସ୍ୱତ୍ୱ ଗରିବ, ନିରାଶ୍ରୟ ଲୋକ ଓ ଦେବତା ଭୋଗ ଲାଗି ଖଞ୍ଜା ଯାଇଛି । କମିଟି ରିପୋର୍ଟ କଲା ଯେ ଏ ଆଦର୍ଶ ଆଉ ନାହିଁ । ଯଦି କୌଣସି ମଠରେ ଥାଏ ତାହାକୁ ସାଧରଣ ଆଦର୍ଶର ବହିର୍ଭୂତ ବୋଲି ଧରିବାକୁ ହେବ । ୧୮୬୯ ମସିହା ୨୫ ତାରିଖ ମାର୍ଚ୍ଚ ମାସରେ କମିଟି ଏହି ମର୍ମରେ ରିପୋର୍ଟ ଦେଇଥିଲେ । ସେମାନେ ରିପୋର୍ଟରେ ସ୍ପଷ୍ଟ ଲେଖିଥିଲେ ଯେ, ମଠର ମୂଳ ଆଦର୍ଶ ଆଉ ନାହିଁ । ମଠାଧିପତିମାନେ ବର୍ତ୍ତମାନ ରାଜା ମହାରାଜାଙ୍କ ପରି ଭୋଗବିଳାସରେ କାଳଯାପନ କରୁଛନ୍ତି । ସେମାନଙ୍କ ମୂଳ କର୍ତ୍ତବ୍ୟ ସେମାନେ ଭୁଲିଗଲେଣି । ମଠସମ୍ପତ୍ତି ଯେ କେବଳ ଅପବ୍ୟୟ ହେଉଛି ତା’ ନୁହେଁ, ଅନେକ ସ୍ଥଳରେ ହସ୍ତାନ୍ତର ହେଲାଣି । ଏଥିର ଶୀଘ୍ର ପ୍ରତିକାର ଆବଶ୍ୟକ; ନଚେତ୍ ସାଧାରଣ ସମ୍ପତ୍ତି ନଷ୍ଟ ହୋଇଯିବ । ଏ ସେକାଳର କଥା, ଆଜକୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବ କଥା । ଏ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଆଉ ଅନେକ ପରିବର୍ତ୍ତନ ଘଟିଲାଣି । ମଠ ସମ୍ପତ୍ତି ପ୍ରାଚୀନ ଉତ୍କଳର । ଦାନଶୀଳତାର ଗୋଟିଏ ଜ୍ୱଳନ୍ତ ଉଦାହରଣ । ପ୍ରାଚୀନ ଉତ୍କଳର ଦେବୋତ୍ତର ପ୍ରଭୃତି ସମ୍ପତ୍ତିର ବାର୍ଷିକ ଖଜଣା ୫୦୦୦୦ ପାଉଣ୍ଡ ବା ୭୫୦୦୦୦ ଟଙ୍କା । ଏହା ପ୍ରାଚୀନ ଉତ୍କଳର ଜାତୀୟ ସମ୍ପତ୍ତି । ଏହାର ରକ୍ଷା ଲାଗି ପ୍ରତ୍ୟେକ ଉତ୍କଳ ସନ୍ତାନ ଧର୍ମତଃ ଦାୟୀ । ଏହା ପିତୃପିତାମହଙ୍କ ଦାନ ଓ କୀର୍ତ୍ତି । ଏଗୁଡ଼ିକ ରକ୍ଷା କଲେ ପିତୃପିତାମହଙ୍କ କୀର୍ତ୍ତି ଅକ୍ଷୁର୍ଣ୍ଣ ରହିବ । କ୍ରମେ କ୍ରମେ ମଠ ପ୍ରଭୃତି ଧର୍ମାନୁଷ୍ଠାନ ରକ୍ଷା ବିଷୟରେ ନାନାପ୍ରକାର ଆଇନ କରାଯାଉଛି । ଧର୍ମାଭାବ ଊଣା ହେବାରୁ ଏସବୁ ଅନୁଷ୍ଠାନର ଏପରି ଦୁର୍ଦ୍ଦଶା । ଆଇନଦ୍ୱାରା ଯେ ଧର୍ମଭାବ ବଢ଼ିବ ଏକଥା ବିଶ୍ୱାସ ହେଉନାହିଁ । ଯେତେ ଦିନ ପର୍ଯ୍ୟନ୍ତ ଧର୍ମଭାବର ପୁନରୁତ୍‌ଥାନ ନ ହୋଇଛି ତେତେଦିନ ଆଇନଦ୍ୱାରା ଅପବ୍ୟୟର ଆକାର ପ୍ରକାର ବଦଳିପାରେ । ମାତ୍ର ସେ ପୂର୍ବ ଆଦର୍ଶ ଫେରି ଆସିବ ନାହିଁ ବୋଲି ଅନୁମାନ କରାଯାଏ । ତେବେ ବର୍ତ୍ତମାନ ଅବସ୍ଥାରେ ଆଇନର ଆଶ୍ରୟ ବ୍ୟତୀତ ଲୋକଙ୍କୁ ଅନ୍ୟ ଉପାୟ ଦେଖାଯାଉ ନାହିଁ । ଧର୍ମାନୁଷ୍ଠାନରେ ମୌରସୀ ଉତ୍ତରାଧିକାରୀତ୍ୱ ବାଞ୍ଛନୀୟ ନୁହେଁ । ଗୁଣ ଉତ୍ତରାଧିକାରୀର କଷଟି ପଥର ହେବା ଆବଶ୍ୟକ ।

 

ଚିଲିକା- ‘ଉତ୍କଳ କମଳା ବିଳାସ ଭଣ୍ଡାର । ଉତ୍କଳର ତୁହି ଚାରୁ ଅଳଙ୍କାର ।’ ସେହି ମରାଳମାଳିନୀ ନୀଳାମ୍ବୁ ଚିଲିକା ଦେଖି କେତେ କବି କେତେ ଗୀତ ଗାଇ ଯାଇଛନ୍ତି । ଅଦ୍ୟାବଧି କେତେ ବୈଦେଶିକ ଲୋକେ ଚିଲିକା ଦେଖି ‘ସୌନ୍ଦର୍ଯ୍ୟରେ ମୁଗ୍ଧ ହେଉଛନ୍ତି । ଚିଲିକା ଗୋଟିଏ ହ୍ରଦ । ଚିଲିକା ମଧ୍ୟରେ କେତେଗୁଡ଼ିଏ ଛୋଟ ଛୋଟ ଗ୍ରାମ ଅଛି । ପାରିକୁଦ ନାମକ ଗ୍ରାମରେ ଏକ ଜମିଦାର ଅଛନ୍ତି । ଗଡ଼ କୃଷ୍ଣପ୍ରସାଦ ପୂର୍ବେ ଏକ ଗଡ଼ ଥିଲା । ପାରିକୁଦ ରାଜାଙ୍କ ଇଲାକା ମଧ୍ୟରେ ଚିଲିକା ଥିଲା । ମାଛ ଓ ଲୁଣ ଏ ଇଲାକାର ପ୍ରଧାନ ଆମଦାନୀ ଥିଲା । ଚିଲିକାରେ ଲୁଣ ପୋକ୍ତାନ ହେଉଥିଲା । ପାରିକୁଦ ରାଜାଙ୍କର ଲୁଣ ପୋକ୍ତାନରୁ ବହୁତ ଆୟ ହେଉଥିଲା । ପଙ୍ଗା ଓ କରକଚ ଦୁଇପ୍ରକାର ଲୁଣ ହେଉଥିଲା । କରକଚ ସୂର୍ଯ୍ୟକରିଣଦ୍ୱାରା ହୁଏ ଏବଂ ପଙ୍ଗାଲୁଣ ନିଆଁରେ ପାଣିକି ସିଝାଇ କରାଯାଏ । କରକଚ ଲୁଣ ବେଶି ପବିତ୍ର ବୋଲି ଲୋକେ କହନ୍ତି । ଚିଲିକାରୁ ଗୋଟିଏ ଛୋଟ ନାଳ ଖୋଳିଥାନ୍ତି । ନାଳ ମୁଣ୍ଡରେ କିଆରି ଥାଏ । କିଆରୀମାନଙ୍କର ଭିନ୍ନ ଭିନ୍ନ ନାମ ଅଛି । ନ. ୧ କଞ୍ଚା, ନ.୨ ଗଣ୍ଡି, ନ. ୩ ସିଝା, ନ. ୪ ପାଚେଲା । ଲୁଣ ତିଆରି କରିବାକୁ ମହଣେକ ଟ ୦-। ଖର୍ଚ୍ଚ ହୁଏ । ମଜୁରି ଟ ୦C:\Users\Ova 10\Desktop\-୧-୧-୧-୧-୧-.jpg ୬, ଖଜଣା ଟ ୦C:\Users\Ova 10\Desktop\-୦-୦-.jpg୬, ନାଳଖୋଳା ଓଗେର ଟ ୦C:\Users\Ova 10\Desktop\-୦-୦-.jpg୬, ବାଜେ ଟ ୦C:\Users\Ova 10\Desktop\-୦-୦-.jpg୬ । ପାରିକୁଦର ଲୁଣପୋକ୍ତାନ ବନ୍ଦ ହେବା ଦିନୁ ରାଜାଙ୍କର ଅନେକ ଆୟ କମିଗଲା । ଏ ସ୍ଥାନର ଲୋକେ ସର୍ବଦା ଦୁର୍ଭିକ୍ଷ ପ୍ରପୀଡ଼ିତ ହୋଇଥାନ୍ତି । ଚିଲିକା କେବେ ହେଲା ‘ କୌଣସି ନିର୍ଦ୍ଦିଷ୍ଟ ସମୟ ମିଳୁନାହିଁ । ଚିଲିକା ଓଡ଼ିଶାର ଦକ୍ଷିଣ-ପୂର୍ବ କୋଣରେ । ଚିଲିକାର ଗୋଟିଏ ସଂକୀର୍ଣ୍ଣ ମୁହଁ ଅଛି । ଏହି ମୁହଁଦ୍ୱାରା ଚିଲିକା ବଙ୍ଗୋପସାଗରର ସଙ୍ଗେ ମିଶିଛି । କିମ୍ବଦନ୍ତୀ ଅଛି ଯେ ୩୧୮ ଖ୍ରୀଷ୍ଟାବ୍ଦରେ ଯବନମାନେ ସମୁଦ୍ର ପଥରେ ଆସି ପୁରୀ ନିକଟରେ ଜାହାଜ ଲଙ୍ଗର କଲେ । ପୁରୀ ଜଗନ୍ନାଥ ମନ୍ଦିର ମଧ୍ୟରୁ ଧନରତ୍ନ ଅପହରଣ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ସେବକମାନେ ଏ ସମ୍ବାଦ ପାଇ ଜଗନ୍ନାଥ ମୂର୍ତ୍ତି ଓ ଧନରତ୍ନ ନେଇ ପଳାଇଲେ । ଯବନ ସେନାପତି ରକ୍ତବାହୁ ନିରାଶ ହେଲା ଏବଂ ସମୁଦ୍ର ସେବକମାନଙ୍କୁ ଏ ସମ୍ବାଦ ଦେଇଥିବା ବିଶ୍ୱାସ କରି ସମୁଦ୍ରକୁ ଦଣ୍ଡ ଦେବା ପାଇଁ ଉଦ୍ୟତ ହେଲା । ସମୁଦ୍ର କୌଶଳ କରି କେତେକ ମାଇଲ ପଛକୁ ଘୁଞ୍ଚିଗଲା ପରେ ହଠାତ୍ ମାଡ଼ିଆସି ଯବନମାନଙ୍କୁ ଗର୍ଭସାତ୍ କଲା । ସେହି ସମୟରେ ପୁରୀ ଜିଲ୍ଲାର ଅନେକ ଦୂର ଯାଏ ସମୁଦ୍ର ମାଡ଼ିଗଲା ଏବଂ ଫଳରେ ଚିଲିକା ହ୍ରଦ ତିଆରି ହେଲା । ଏ କିମ୍ବଦନ୍ତୀ କେତେଦୂର ସତ୍ୟ କିଏ କହିପାରେ । ଚିଲିକା ଅଞ୍ଚଳରେ କେତେଗୁଡ଼ିଏ ଦୁର୍ଗ ଥିଲା । ବଜ୍ରକୋଟ, ମାଲୁଦ, କୃଷ୍ଣପ୍ରସାଦ, ପାରିକୁଦ, ମାଣିକପାଟଣା ଓ ଅନ୍ଧାରି ଗଡ଼ମାନ ପ୍ରଧାନ । ପାରିକୁଦର ରାଜବଂଶ କ୍ଷତ୍ରୀୟ । ଏମାନେ ପୂର୍ବେ ସୈନିକ ଜାଗିରି ଭୋଗ କରୁଥିଲେ । ଇଂରେଜମାନଙ୍କ ସୈନ୍ୟ ଏହି ଚିଲିକା ବାଟେ ଉତ୍କଳକୁ ଆସିଥିଲେ । ଇଂରେଜମାନେ ପାରିକୁଦରୁ ଅଳ୍ପ ରାଜସ୍ୱ ନିଅନ୍ତି । ମାତ୍ର ମାଲୁଦ ପ୍ରଭୃତି ନିଷ୍କର । ହଣ୍ଟର ସାହେବ କହନ୍ତି ଯେ ୧୮୦୨ ଖ୍ରୀଷ୍ଟାବ୍ଦରେ ଇଂରେଜ ସୈନ୍ୟମାନେ ଗଞ୍ଜାମରୁ ଏହିବାଟେ ଆସିଲାବେଳେ ବାଟରେ ସବୁ ଜମିଦାର ଓ ଖଣ୍ଡାୟତମାନେ ସେମାନଙ୍କୁ ସ୍ୱାଗତ ସମ୍ଭାଷଣ କରିଥିଲେ, ମାତ୍ର ପାରିକୁଦ ରାଜା ଯୋଗ ଦେଇ ନ ଥିଲେ । ଆକ୍ରମଣକାରୀ ସୈନ୍ୟ କୌଣସିଠାରେ ଏପରି ଲୋକପ୍ରିୟ ହେବାର ଦେଖା ନ ଥିଲା । ଚିଲିକା ପ୍ରାଚୀନ ଉତ୍କଳର ଏକ ବାଣିଜ୍ୟସ୍ଥଳୀ ଥିଲା । ଚିଲିକା ମଧ୍ୟରେ ଓ କୂଳ ପ୍ରଦେଶରେ ଅନେକ ପର୍ବତ ଅଛି । ନଳବଣ, କାଳିଜାଈ ଠାକୁରାଣୀ ଚିଲିକା ମଧ୍ୟରେ ଅବସ୍ଥିତ । ଏଠାରେ ଅନେକ ପ୍ରକାର ପକ୍ଷୀ ବସା କରି ରହନ୍ତି ।

 

ଭୂସ୍ୱତ୍ୱ- ପ୍ରାଚୀନ ଉତ୍କଳରେ ଲୋକମାନଙ୍କର କି ପ୍ରକାର ଭୂସ୍ୱତ୍ୱ ଥିଲା ? ହିନ୍ଦୁ ରାଜାମାନଙ୍କ ଶାସନକାଳରେ ପ୍ରାଚୀନ ଉତ୍କଳ କେତେଗୁଡ଼ିଏ ବଡ଼ ବଡ଼ ଜିଲ୍ଲାରେ ବିଭକ୍ତ ହୋଇଥିଲା । ପ୍ରତ୍ୟେକ ଜିଲ୍ଲାର ନାମ ଦଣ୍ଡପାଟ । ମୁସଲମାନମାନଙ୍କ ଅମଳରେ ଦଣ୍ଡପାଟର ନାମ ହେଲା ସରକାର । ପ୍ରତି ଦଣ୍ଡପାଟରେ କେତେଗୁଡ଼ିଏ ରାଜସ୍ୱ ବିଭାଗ ଥିଲା । ପ୍ରତ୍ୟେକ ବିଭାଗର ନାମ ବିଶି ବା ଖଣ୍ଡ । ମୁସଲମାନମାନଙ୍କ ଅମଳରେ ବିଶିର ନାମ ହେଲା ପ୍ରଗନା । ପ୍ରତି ବିଶିରେ କେତେଗୁଡ଼ିଏ ଗ୍ରାମ ଥିଲା । ମୁସଲମାନମାନଙ୍କ ଅମଳରେ ଗ୍ରାମର ନାମ ହେଲା ମୌଜା । ପ୍ରତି ବିଶିରେ ଜଣେ ପ୍ରଧାନ ଥିଲା । ‘ ନାମ ବିଶୋୟୀ ବା ଖଣ୍ଡାଧିପତି । ଦକ୍ଷିଣାଞ୍ଚଳରେ ଏହାଙ୍କ ନାମ ଦେଶମୁଖ । ମୁସଲମାନଙ୍କ ଅମଳରେ ଏହାଙ୍କ ନାମ ହେଲା ଚଉଧୁରୀ । ବିଶୋୟୀ ସାଧାରଣ ଶାନ୍ତି ରକ୍ଷା କରିବ, ରାଜସ୍ୱ ବୁଝାଇବ ଏବଂ ଶାସନ ଇଲାକାର ସମସ୍ତ ସାଧାରଣ କାର୍ଯ୍ୟମାନ କରିବ । ତା’ଠାରେ ମେଜେଷ୍ଟରୀ କ୍ଷମତା ଥିଲା । ତାଙ୍କ ଅଧୀନରେ ଜଣେ ଖଣ୍ଡାୟତ ଓ ଜଣେ ପାଇକ ଥିଲେ । ଏମାନେ ନିଷ୍କର ଜାଗିରି ଭୋଗ କରୁଥିଲେ । ପାଇକମାନଙ୍କ ମଧ୍ୟରୁ କେତେକ ଖଣ୍ଡାୟତ ନିକଟରେ ଥାନ୍ତି ଏବଂ କେତେକ ପ୍ରତି ଗ୍ରାମରେ ଥାନ୍ତି ଏବଂ ସେମାନେ ଚୌକିଦାର କାର୍ଯ୍ୟ କରନ୍ତି । ଚୌକିଦାରମାନେ ନିଷ୍କର ଭୂମି ଭୋଗ ଦଖଲକରନ୍ତି ଏବଂ ଗ୍ରାମରୁ ପାଞ୍ଚମାଣରେ ବିଡ଼ାଏ ବଡ଼ହଳା ପାନ୍ତି । ବିଶୋୟୀର ସମସ୍ତ ହୁକୁମ ଏମାନେ କାର୍ଯ୍ୟରେ ପରିଣତ କରନ୍ତି । ବିଶୋୟୀ ଅଧୀନରେ ଜଣେ ଭୂଇଁମୂଳ ଥିଲା । ମୁସଲମାନଙ୍କ ଅମଳରେ ତା’ ନାମ ହେଲା କାନୁନଗୋ । ଏମାନେ କରଣ ଥିଲେ । ସେମାନେ ଗ୍ରାମର ହିସାବ ରଖୁଥିଲେ, ଖଜଣା ଓ ଟିକସ ଆଦାୟ କରୁଥିଲେ । ସେମାନେ ରାଜସ୍ୱ ବିଭାଗର ପ୍ରଧାନ କର୍ମଚାରୀ ଥିଲେ । ସେମାନେ ଗ୍ରାମର ପ୍ରଧାନ ମାନଙ୍କଠାରୁ ରାଜସ୍ୱ ଆଦାୟ କରି ରାଜସରକାରଙ୍କୁ ଦେଉଥିଲେ । ପ୍ରଧାନ ଗ୍ରାମବାସୀଙ୍କଠାରୁ ରାଜସ୍ୱ ଆଦାୟ କରୁଥିଲେ । ରାଜା ପ୍ରଜା ମଧ୍ୟରେ ଅନ୍ୟ କେହି ସ୍ୱତ୍ୱାଧିକାରୀ ନ ଥିଲା । ଉତ୍କଳରେ ସମ୍ରାଟମାନେ ତାଙ୍କ ସାମ୍ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିଥିଲେ । ଅର୍ଦ୍ଧେକ ରାଜ୍ୟ ରାଜକର୍ମଚାରୀ, ସୈନ୍ୟ, ଧର୍ମଯାଜକ, ବିଶୋୟୀ ପ୍ରଭୃତିଙ୍କୁ ଦେଇଥିଲେ । ଅବଶିଷ୍ଟ ଅର୍ଦ୍ଧେକ ରାଜକୀୟ ବ୍ୟୟ ପାଇଁ ରକ୍ଷିତ ହୋଇଥିଲା । ମହାରାଜା ଅନଙ୍ଗଭୀମଦେବ ୨୩୧୮୦୦୦ ବାଟି ଭୂମି ବ୍ୟୟ ଲାଗି ଦେଇଥିଲେ ଏବଂ ୨୪୩୦୦୦୦ ବାଟି ରାଜକୀୟ ବ୍ୟୟ ପାଇଁ ରକ୍ଷିତ କରିଥିଲେ । ରାଜଧାନୀ ମଧ୍ୟରେ ସୈନ୍ୟ ରହୁଥିଲେ । ସୈନ୍ୟମାନଙ୍କର ଜଣେ ଅଧିପତି ଥିଲେ । ତାଙ୍କୁ କିଲ୍ଲାଦାର କହୁଥିଲେ । କିଲ୍ଲାଦାରଙ୍କ ଅଧୀନରେ ୧୦୦୦୦୦ ବା ୨୦୦୦୦୦ ବା ୩୦୦୦୦୦ ସୈନ୍ୟ ଥିଲେ । ଏମାନେ ଅଳ୍ପ ଖଜଣା ଦେଉଥିଲେ ବା ନିଷ୍କର ଭୂମି ଭୋଗ କରୁଥିଲେ । ମୁସଲମାନମାନଙ୍କ ଅମଳରେ ଏମାନଙ୍କୁ ଫୌଜଦାର ବୋଲି କହୁଥିଲେ । ରାଜ୍ୟର ଅନ୍ତର୍ଦ୍ଦେଶରେ ଯେଉଁ କିଲ୍ଲାଦାରମାନେ ଥିଲେ ସେମାନଙ୍କର ଓ ଖଣ୍ଡାୟତମାନଙ୍କର ବିଶେଷ କିଛି ପ୍ରଭେଦ ନ ଥିଲା । ସୀମାନ୍ତ ପ୍ରଦେଶରେ ଯେଉଁମାନେ ଥିଲେ ସେମାନଙ୍କୁ ଭୂପତି, ମହାନାୟକ, ସାମନ୍ତ ବୋଲି କହୁଥିଲେ । ମାତ୍ର ସେମାନେ ସାଧାରଣତଃ ଖଣ୍ଡାୟତ ବୋଲି ପରିଚିତ । ଅନେକ ସ୍ଥଳରେ ଏମାନେ ଅନାର୍ଯ୍ୟ ଅଧିନାୟକ ଥିଲେ । ହିନ୍ଦୁ ସମ୍ରାଟମାନେ ସେମାନଙ୍କୁ ଜୟ କରି ବା ତାଙ୍କ ସଙ୍ଗେ ସନ୍ଧି କରି ସେମାନଙ୍କୁ ସୀମାନ୍ତ ପ୍ରଦେଶ ରକ୍ଷକ ଶ୍ରେଣୀରେ ଭୁକ୍ତ କରୁଥିଲେ । ଆଉ କେତେକ କିଲ୍ଲାଦାରମାନେ ଉତ୍କଳ ରାଜବଂଶ ସମ୍ପର୍କୀୟ ଲୋକ ଥିଲେ । କେତେକ କିଲ୍ଲାଦାର ପୂର୍ଣ୍ଣ ସ୍ୱାଧୀନ ଭାବରେ ଥିଲେ ଏବଂ କୌଣସି ରାଜସ୍ୱ ଦେଉ ନ ଥିଲେ, ମାତ୍ର ସମ୍ରାଟଙ୍କ କ୍ଷମତା ସ୍ୱୀକାର କରୁଥିଲେ । ରାଜପରିବାରର ଲୋକେ ଜାଗିରି ଭୋଗ କରୁଥିଲେ । ପ୍ରଧାନ ରାଜକର୍ମଚାରୀମାନେ ଜାଗିରି ଭୋଗ କରୁଥିଲେ । ପ୍ରଧାନମନ୍ତ୍ରୀ ବା ବେବର୍ତ୍ତା ମହାପାତ୍ର, ଧର୍ମଯାଜକ ବା ରାଜଗୁରୁ, ସେନାପତି ଅନ୍ୟାନ୍ୟ ୧୬ ପ୍ରଧାନ କର୍ମଚାରୀ ଏବଂ ଅନେକ ଜ୍ଞାତିକୁଟୁମ୍ବମାନେ ଏବଂ ପାରିଷଦବର୍ଗମାନେ ରାଜକୋଷରୁ ସେମାନଙ୍କ ବୃତ୍ତି ଲାଗି ଭୂମି ଜାଗିରି ପାଉଥିଲେ ।

 

ଗ୍ରାମର ଜଣେ ପ୍ରଧାନ, ଜଣେ ଭୂଇଁମୂଳ ଏବଂ ଜଣେ ଚଉକିଦାର ଥିଲା । ଏମାନେ ବିଶୋଇମାନଙ୍କର ଅଧୀନ । ଗ୍ରାମବାସୀଙ୍କ ମତାନୁସାରେ ପ୍ରଧାନ ନିଯୁକ୍ତ ହେଉଥିଲା । ବଂଶପରମ୍ପରାକ୍ରମେ ପ୍ରଧାନ ହେଉଥିଲେ ହେଁ ରାଜାଙ୍କର ବା ରାଜପ୍ରତିନିଧିଙ୍କ ଅନୁମୋଦନ ବା ଅନୁମତି ଆବଶ୍ୟକ ହେଉଥିଲ । ପ୍ରଧାନ ଗ୍ରାମର ରାଜପ୍ରତିନିଧି ଏବଂ ଗ୍ରାମର ମୁଖପାତ୍ର । ଜମିର ମାଲିକ ସମ୍ରାଟ । ଦଖଲସ୍ୱତ୍ୱ ଗ୍ରାମବାସୀ ବା ପ୍ରତ୍ୟେକ ଚାଷୀର ଥିଲା ।

 

ମୁସଲମାନମାନଙ୍କ ଅମଳରେ ରାଜକର୍ମଚାରୀମାନେ ମଧ୍ୟସ୍ୱତ୍ୱାଧିକାରୀରେ ପରିଣତ ହେଲେ । ସେମାନେ ଅକ୍ଳେଶରେ ରାଜସ୍ୱ ଆଦାୟ ଲାଗି ସେମାନଙ୍କୁ ମଧ୍ୟସ୍ୱତ୍ୱାଧିକାରୀ ବୋଲି ସ୍ୱୀକାର କରିନେଲେ । ହିନ୍ଦୁ ରାଜାଙ୍କ ଅମଳରେ ରାଜକର୍ମଚାରୀଙ୍କ ଏତଦ୍ୱାରା ଲାଭ ହେଲା । ଏହି ପରିବର୍ତ୍ତନ ଫଳରେ ଉତ୍କଳରେ ଜମିଦାର, ସରବରାକାର, ମକଦ୍ଦମ, ପୃଷ୍ଟି, ପ୍ରଧାନ ଇତ୍ୟାଦି ଅନେକ ପ୍ରକାରର ମଧ୍ୟ ସ୍ୱତ୍ୱ ସୃଷ୍ଟି ହେଲା । ମରହଟ୍ଟାମାନେ ମଧ୍ୟ ଏହି ପ୍ରଥା ଅନୁମୋଦନ କଲେ । ମୁସଲମାନମାନଙ୍କ ଅମଳରେ ମୋଗଲବନ୍ଦି ଓ ଗଡ଼ଜାତ ସୃଷ୍ଟି ହେଲା । ରାଜାଙ୍କ ରକ୍ଷିତ ଅର୍ଦ୍ଧେକ ରାଜ୍ୟ ମୋଗଲବନ୍ଦି ହେଲା ଏବଂ ସୈନୀକ ଅଧିପତି ଅଧିକୃତ ରାଜ୍ୟ ଗଡ଼ଜାତ ହେଲା । ସାମାନ୍ୟ ପେସ୍‌କସ୍ ଦେଇ ଗଡ଼ଜାତ ରାଜାମାନେ ଅଧୀନ ହେଲେ । ଖୋର୍ଦ୍ଧା ରାଜା ଓ ରାଜାଙ୍କ ପୋଷ୍ୟବର୍ଗଙ୍କୁ ୧୫୪୭ ବର୍ଗମାଇଲ୍ ଛାଡ଼ିଦେଲେ । ଖୋର୍ଦ୍ଧା ରାଜା ପାଇଲେ ଖୋର୍ଦ୍ଧା, ରାହାଙ୍ଗ, ସିରାଇ, ଚବିଶକୁଦ, ଲେମ୍ବାଇ ୧୩୪୨୦୫୧ ବର୍ଗମାଇଲ । ପଟିଆ ରାଜା ପାଇଲେ ପଟିଆ, ସାଇବିରି ୭୪୦୦୩ ବର୍ଗମାଇଲ । ଆଳି ରାଜା ପାଇଲେ ଆଳି ୧୩୧୧୦ ବର୍ଗମାଇଲ । ଅବଶିଷ୍ଟ ୫୦୦୦ ବର୍ଗମାଇଲ ବିଶୋଇମାନେ ଶାସନ କଲେ । ଏମାନଙ୍କର ବିଶେଷ କିଛି ନିର୍ଦ୍ଦିଷ୍ଟ ସ୍ୱତ୍ୱ ନ ଥିଲା, ମାତ୍ର ମରହଟ୍ଟାଙ୍କ ଅମଳରେ ଏମାନଙ୍କ ସ୍ୱତ୍ୱ ସ୍ଥାୟୀ ହେଲା । ୧୮୦୩ ଖ୍ରୀଷ୍ଟାବ୍ଦରେ ୬ ଜଣ ବଡ଼ ଜମିଦାର ଥିଲେ ଏବଂ ସେମାନଙ୍କ ଅଧୀନରେ ୭ଗୋଟି ପ୍ରଗନା ଥିଲା । କୋଠଦେଶ, କଳିଯୋଡ଼ି, ଶାହାବାଦ, ସାଇବିରି, ଉତିକଣ, ସୁଲତାନନଗର-ମୋଟ ରକବା ୨୯୩ ବର୍ଗମାଇଲ । ଏମାନେ ରାଜସ୍ୱ ଆଦାୟ କରିବାର ସ୍ୱତ୍ୱ ଲାଭ କଲେ । ମାତ୍ର ଜମିରେ ଏମାନଙ୍କର କିଛି ସ୍ୱତ୍ୱ ନ ଥିଲା । ଏହି ସୂତ୍ରରେ ମଧ୍ୟସ୍ୱତ୍ୱାଧିକାରୀଙ୍କ ସୃଷ୍ଟି ହେଲା । ପ୍ରଜାଙ୍କଠାରୁ ମକଦ୍ଦମ ସରବରାକାରମାନେ ଖଜଣା ଆଦାୟ କରି ଜମିଦାରଙ୍କୁ ଦେବେ ଏବଂ ଜମିଦାର ଖଜଣାଖାନାରେ ଆଦାୟ ଦେବେ । ଏମାନେ ପ୍ରତ୍ୟେକ କିଛି କିଛି ମାଲିକାନା ପାନ୍ତି ଏବଂ ବଂଶପରମ୍ପରାକ୍ରମେ ଖଜଣା ଆଦାୟ କରିବାର ସ୍ୱତ୍ୱ ଲାଭ କରନ୍ତି । ଏମାନେ ନିଯୁକ୍ତି ସମୟରେ ସନନ୍ଦ ପାଉଥିଲେ । କ୍ରମେ ଜମିଦାର ଓ ଅନ୍ୟାନ୍ୟ ମଧ୍ୟସ୍ୱତ୍ୱାଧିକାରୀମାନେ ସେମାନଙ୍କ ସ୍ୱତ୍ୱ ବିକ୍ରୀ-ଖରିଦ କଲେ । ପ୍ରଜାମାନେ ସେମାନଙ୍କ ଦଖଲ ସ୍ୱତ୍ୱ ଖରିଦ ବିକ୍ରି କରୁ ନ ଥିଲେ । ସେମାନେ ଫସଲ ପତ୍ୟାରାରେ ଋଣ କରୁଥିଲେ । ସୁତରାଂ ମହାଜନମାନେ ସେମାନଙ୍କ ଚାଷ ଜମି ନେଇ ପାରୁ ନ ଥିଲେ । ଏହାଦ୍ୱାରା ଚାଷୀକୁଳ ନିଃସ୍ୱତ୍ୱବାନ୍ ହେଉ ନ ଥିଲେ । ୧୮୯୮ ମସିହା ପର୍ଯ୍ୟନ୍ତ ପ୍ରଜାମାନେ ଥାନି ପାହି ଜମି ବିକ୍ରି କରୁ ନ ଥିଲେ । ଉକ୍ତ ମସିହାର ପ୍ରାଦେଶିକ ବନ୍ଦୋବସ୍ତ ପରେ ପ୍ରଜାମାନେ ଜମି ବିକ୍ରି କରି ନିଃସ୍ୱତ୍ୱବାନ ହେଉଛନ୍ତି । ମହାଜନମାନେ ଜମି ନିଲାମ କରାଇ ନେଉଛନ୍ତି ।

 

ପ୍ରାଚୀନ ଉତ୍କଳ ସମ୍ବନ୍ଧୀୟ ଲେଖା

 

୧ ।

ରାଜା ଇନ୍ଦ୍ରଦ୍ୟୁମ୍ନ-

ଯେ. ଏନ. ସମଦର,

ବି. ଏ.- ବିହାର-ଓଡ଼ିଶା

ପ୍ରାଚୀନତତ୍ତ୍ୱ ପତ୍ରିକା

୫-୨-୨୯୫

୨ ।

କାଳୀଜାଈ-

ମନମୋହନ ରାୟ ବାହାଦୁର-

ପ୍ରାଚୀନତତ୍ତ୍ୱ ପତ୍ରିକା

୫-୨-୩୦୦

୩ ।

ପୁରୀକୁଶନ ମୁଦ୍ରା-

ଇ ଏଚ୍‌.ସି. ୱାଲ୍‌ସ୍‌-

ପ୍ରାଚୀନତତ୍ତ୍ୱ ପତ୍ରିକା

୫-୧-୭୩

୪ ।

ପାଟଳିପୁତ୍ର ତୋସାଲି-

ହରପ୍ରସାଦ ଶାସ୍ତ୍ରୀ-

ପ୍ରାଚୀନତତ୍ତ୍ୱ ପତ୍ରିକା

୫-୧-୩୪

୫ ।

କେତୁମନ ଓ କଳିଙ୍ଗ-

କେ.ଜି. ଶଙ୍କର-

ପ୍ରାଚୀନତତ୍ତ୍ୱ ପତ୍ରିକା

୭-୧-୩୬

୬ ।

କଳିଙ୍ଗ ରାଜବଂଶ-

ଜି. ରାମଦାସ, ବି.ଏ.-

ପ୍ରାଚୀନତତ୍ତ୍ୱ ପତ୍ରିକା

୯-୩/୪-୩୯୮

୭ ।

ଓଡ଼ିଶା-

ପ୍ରଫେସର କୃଷ୍ଣସ୍ୱାମୀ ଆୟାଙ୍ଗାର-

ପ୍ରାଚୀନତତ୍ତ୍ୱ ପତ୍ରିକା

୩-୧-୧

୮ ।

ଯଯାତି ନଗର-

ରାୟବାହାଦୂର ହୀରାଲାଲ-

ପ୍ରାଚୀନତତ୍ତ୍ୱ ପତ୍ରିକା ଏ ଇ

୯-୧୮୯

୯ ।

୧୭ଶ ଶତାବ୍ଦୀର ଓଡ଼ିଶାର ଇତିହାସ-

ଯଦୁନାଥ ସରକାର, ଏମ୍‌.ଏ-

ପ୍ରାଚୀନତତ୍ତ୍ୱ ପତ୍ରିକା ବି.ଓ.ପ୍ରା.

୨-୨-୧୫୩

୧୦ ।

୧୭ଶ ଶତାବ୍ଦୀର ଓଡ଼ିଶାର ଇତିହାସ-

ଯଦୁନାଥ ସରକାର, ଏମ୍‌.ଏ-

ପ୍ରାଚୀନତତ୍ତ୍ୱ ପତ୍ରିକା ବି.ଓ.ପ୍ରା.

୭-୧-୫୩

୧୧ ।

ରାମାନନ୍ଦ ରାୟ-

ତାରିଣୀ ଚରଣ ରଥ-

ପ୍ରାଚୀନତତ୍ତ୍ୱ ପତ୍ରିକା

୬-୩-୪୪୮

 

ହରପ୍ରସାଦ କହନ୍ତି, ରାଜଶେଖର ଏବଂ ଜୀବଦେବଙ୍କ ପୁସ୍ତକରେ ତୋସାଲି ନାମ ଉଲ୍ଲେଖ ଅଛି । ଏ ପୁସ୍ତକ ରାଜା ପ୍ରତାପରୁଦ୍ରଙ୍କ ରାଜତ୍ୱ ସମୟର ଲେଖା । ଜୀବଦେବ ଓଡ଼ିଶା ରାଜବଂଶର ନାମ ଉଲ୍ଲେଖ କରିଛନ୍ତି- (୧) ଭୋଜବଂଶ, (୨) କେଶରୀବଂଶ, (୩) ଗଙ୍ଗବଂଶ, (୪) ଗଜପତିବଂଶ ।

 

ହୀରାଲାଲ କହନ୍ତି, ଯଯାତିନଗର ଯାଜପୁର ନୁହେଁ । ଯଯାତିନଗର ମହାନଦୀ ଉପରେ ସମ୍ଭବତଃ ବିନୀତପୁର, ବର୍ତ୍ତମାନ ବିନ୍‌କା-ସୋନପୁର ।

 

୧୨ ।

ଓଡ଼ିଶା ଦେଉଳ ଏବଂ ତାମ୍ରଶାସନ ଲିପି-

ତାରିଣୀଚରଣ ରଥ

‘ବି. ଓ. ପ୍ରା

୩-୩-୪୨୧

୧୩ ।

ଭୁବନେଶ୍ୱର ଦେଉଳ ତାମ୍ରଶାସନ-

କେ.ପି; ଜଏସ୍ୱାଲ-

ବି. ଓ. ପ୍ରା

୫-୨-୨୯୯

୧୪ ।

ଓଡ଼ିଆ ଅକ୍ଷର-

ମିଷ୍ଟର ଫରଗୁସନ୍‌-

ବି. ଓ. ପ୍ରା

୧୦-୧/୨-୨୬୮

୧୫ ।

ଗଞ୍ଜପା-

ମହାରାଜା ସୋନପୁର-

ବି. ଓ. ପ୍ରା

୧୦-୩-୨୧

୧୬ ।

ବଣେଇଁ ଭୂୟାଁ-

ଶରତଚନ୍ଦ୍ର ରାୟ, ଏମ୍ ଏ-

ବି. ଓ. ପ୍ରା

୫-୨-୨୩୧

 

ବଙ୍ଗଳାର ଏସିଆଟିକ୍ ସୋସାଇଟି ଜର୍ନାଲ ନାମକ ପତ୍ରିକାରେ ଅନେକଗୁଡ଼ିଏ ପ୍ରବନ୍ଧ ବାହାରିଛି । ସେଥିରେ ବୁଦ୍ଧଦେବଙ୍କ ଜନ୍ମସ୍ଥାନ ଲୁମ୍ବିଲୋ ବୋଲି ଲେଖାଅଛି । ନେପାଳ ପାଖରେ ଯେଉଁ ଲିପି ମିଳିଛି ଏ ଲିପି ଠିକ୍ ସେହିପରି । ମାତ୍ର କେତେକ ଶବ୍ଦର ପ୍ରଭେଦ ଅଛି । ଓଡ଼ିଶାର କେହି କେହି ଏ ଲେଖା ଦେଖି ବୁଦ୍ଧଦେବଙ୍କ ଜନ୍ମ ଓଡ଼ିଶାରେ ହୋଇଥିବା ଦାବି କରୁଛନ୍ତି । ମାତ୍ର ଏ ବିଷୟର ଆଲୋଚନା ମୁଁ କରି ନ ଥିବାରୁ କିଛି ମତ ଦେଇ ପାରୁନାହିଁ ।

 

ଓଡ଼ିଶାର ସୁବେଦାର

 

୧ । ହାକିମଖାଁ- ୧୬୦୭ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ୨୬ ତାରିଖରେ ନିଯୁକ୍ତ ।

୨ । କଲ୍ୟାଣସିଂହ- ତୋଡ଼ରମଲ୍ଲଙ୍କ ପୁତ୍ର- ନିଯୁକ୍ତ ୧୬୧୧ ଖ୍ରୀଷ୍ଟାବ୍ଦ, ବରଖାସ୍ତ ୧୬୧୭ ଖ୍ରୀଷ୍ଟାବ୍ଦ ।

୩ । ମାକମଖାଁଙ୍କ ପୁତ୍ର ମକରମଖାଁ-ନିଯୁକ୍ତ ୧୬୧୭ ଖ୍ରୀଷ୍ଟାବ୍ଦ ।

୪ । ମିର୍ଜା ଅହମଦବେଗ ଖାଁ- ୧୬୨୩-୧୬୨୪ ଖ୍ରୀଷ୍ଟାବ୍ଦ ।

 

ଉପସଂହାର

ପ୍ରାଚୀନ ଉତ୍କଳର ବିଶାଳତା ଦୃଷ୍ଟିରେ ଏ ପୁସ୍ତକବର୍ଣ୍ଣିତ ବିଷୟ ଅତି କ୍ଷୀଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆହୁରି ଅନେକ ବିଷୟ ରହିଗଲା । ପୁସ୍ତକର କଳେବର ବୃଦ୍ଧି ଆଶଙ୍କାରେ ଆଉ ଅନ୍ୟ ବିଷୟ ସନ୍ନିବେଶିତ କରିବାରୁ କ୍ଷାନ୍ତ ହେଲି । ଗଡ଼ଜାତ ବିଷୟ ଲେଖିବାକୁ ହେଲେ ଗୋଟିଏ ସ୍ୱତନ୍ତ୍ର ପୁସ୍ତକ ହେବ । ପ୍ରତ୍ୟେକ ମନ୍ଦିରର ଇତିହାସ ଲେଖିଲେ ଗୋଟିଏ ସ୍ୱତନ୍ତ୍ର ପୁସ୍ତକ ହେବ । ଯଦି ସୁବିଧା ହୁଏ ଅନ୍ୟ ଭାଗରେ ଲେଖାଯିବ ।

 

- ସମାପ୍ତ -